Rath Yatra 2024 - The Sakala

ରଥଯାତ୍ରା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ କରିବ ଡ୍ରୋନ
ପୁରୀ: ରଥଯାତ୍ରାରେ ଟ୍ରାଫିକ ସୁପରିଚାଳନା ନେଇ ଟ୍ରାଫିକ ଦାୟିତ୍ବରେ ଥିବା ଏଡିଜି ଦୟାଲ୍ ଗଙ୍ଗଓ୍ବାରଙ୍କ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଡ୍ରୋନ୍ ସାହାଯ୍ୟରେ ଟ୍ରାଫିକ ନିୟନ୍ତ୍ରଣ କରାଯିବ। ୩୦ ମିଟର ରୁ ୧୦୦ ମିଟର ଭିତରେ ଉଡ଼ିବ ଡ୍ରୋନ। ପ୍ରଥମ ଥର ପୁରୀ ରଥଯାତ୍ରାରେ ଭକ୍ତଙ୍କୁ ଜଗିବ ଡ୍ରୋନ। ଏଥିସହ ହ୍ବାଟ୍ସ ଆପ ଚାଟ୍ ବୋର୍ଡ ବ୍ୟବସ୍ଥା ମଧ୍ୟ କରାଯାଇଛି। କେତେବେଳେ କେଉଁ ରାସ୍ତାରେ ସହଯରେ ଯାତାୟତ କରିପାରିବେ ସେନେଇ ଏହା କାର୍ଯ୍ୟ କରିବ। ଦୁଇ ଚକିଆ ଓ ଚାରି ଚକିଆ ଯାନ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ହୋଇଛି। ୫୦ ପ୍ଲାଟୁନ ଫୋର୍ସ ସହ ୪୦୦ ଅଫିସର ମୁତୟନ‌ ରହିବେ।

ଏଥିସହ ଆଜି ପୁଲିସ ଲାଇନ୍ ପଡ଼ିଆରେ ରଥ ଟଣା ମକଡ୍ରିଲ୍ ହୋଇଛି। ତିନି ରଥର ସୁରକ୍ଷା, ରଥର ଇନର, ଆଉଟଡୋର ଓ ଜେନେରାଲ୍ କର୍ଡନ ଦାୟିତ୍ବରେ ରହିବାକୁ ଥିବା ପୁଲିସ ଅଧିକାରୀ ଓ କର୍ମଚାରୀ ମକଡ୍ରିଲରେ ସାମିଲ୍ ହୋଇଥିଲେ। ଅତିରିକ୍ତ ପୋଲିସ ଡ଼ିଜି ରାଧାକୃଷ୍ଣ ଶର୍ମାଙ୍କ ନେତୃତ୍ୱରେ ତିନୋଟି ରଥରେ ନିଯୁକ୍ତ ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ରଥଟଣାର ଅଭ୍ୟାସ କରାଯାଇଥିଲା। ମକଡ୍ରିଲରେ ଏଡିଜି, ଆଇଜି, ଏସପି, ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମଧ୍ୟ କରାଯାଇଛି ମକଡ୍ରିଲ୍।

ରଥଯାତ୍ରା ପାଇଁ ରାଜ୍ୟରେ ୨ଦିନ ଛୁଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରଥଯାତ୍ରା ପାଇଁ ଦୁଇ ଦିନ ଛୁଟି। ଜୁଲାଇ ୮ତାରିଖକୁ ସରକାରୀ ଛୁଟି ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ଅନୁଷ୍ଠିତ ହେଉଥିବା ହେତୁ ସୋମବାରକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପୁରୀରେ ସମୀକ୍ଷା ବୈଠକ ପରେ ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଜୁଲାଇ ୭ ଓ ୮ ତାରିଖରେ ଛୁଟି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରଥଖଳା ହାଲଚାଲ: ତୃତୀୟ ଭୂଇଁରେ କଇଞ୍ଚି ଓ ତାଗ ବାଡିଆ ଶେଷ
ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ। ହାତରେ ଆଉ ମାତ୍ର ୧୦ ଦିନ ସମୟ। ଦିନ ପାଖେଇ ଆସୁଥିବାରୁ ଜୋରସୋରରେ ରଥ ନିର୍ମାଣ କାର୍ଯ୍ୟରେ ଲାଗିପଡିଛନ୍ତି କାରିଗର। ଜୁଲାଇ ୭ତାରିଖରେ ବଡଦେଉଳରୁ ବାହାରି ନବଦିନାତ୍ମକ ଯାତ୍ରାରେ ମାଉସୀ ଘରକୁ ଯିବେ ତିନି ଠାକୁର। ଏଥିପାଇଁ ଜୋରସୋରରେ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ। ବର୍ତମାନ ସୁଦ୍ଧା ତିନି ରଥର ମୂଳ କବଂଚି, ଭିତର ପାର୍ଶ୍ୱ ଉଭୟ ପଟରେ ଚାରି ନାହାକା ପଡ଼ିବା ସହ ତିନି ରଥକୁ ବଡଧରା ପୋଟଳ ଉଠିଛି। ଏହାସହ ତିନି ଭୂଇଁରେ ପଡ଼ିଛି କଇଂଚି ଓ ଅନ୍ଧାରୀ ତାଗ। ତିନିରଥର ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ମିଳିତ ସହଯୋଗରେ ତିନି ରଥର ପ୍ରଥମ ଭୂଇଁରେ କଇଂଚି ପଡ଼ିବା ସହ ଦ୍ୱିତୀୟ ଭୂଇଁ ଉଭୟ ପାର୍ଶ୍ୱରେ ଅନ୍ଧାରୀ ତାଗ ବାଡିଆ ଯାଇ ଅଗ ଭୂଇଁ ବା ତୃତୀୟ ଭୂଇଁରେ କଇଂଚି ସହ ଅନ୍ଧାରୀ ତାଗ ବାଡିଆ ଶେଷ ହୋଇଛି। ପ୍ରବଳ ବର୍ଷାକୁ ଖାତିର ନକରି ନିଷ୍ଠାର ସହ ମହାପ୍ରଭୁଙ୍କ ସେବାରେ ଲାଗିଥିବା କହିଛନ୍ତି ମହାରଣା ଓ ଭୋଇ ସେବକ।

ମହାରଣା ଏବଂ ଭୋଇ ସେବାୟତଙ୍କ ସହ ତିନି ରଥର ରୂପକାର, ଚିତ୍ରକାର ଏବଂ ଦରଜୀ ସେବକ ମାନେ ମଧ୍ୟ ଜୋରଦାର କାମ ଜାରି ରଖିଛନ୍ତି। ନାଟ ଗୋଡ଼ରେ ରୂପ ଖୋଦେଇ ସହ ତିନି ରଥର ପଟା ଗୁଜରେ ସିଂହ ବିରାଳ, ଗଜ ବିରାଳ, ନର ବିରାଳ ରୂପ ଖୋଦେଇ ଜାରି ରଖିଛନ୍ତି। ଚିତ୍ରକାର ସେବକ ମାନେ ତିନି ରଥର ପାର୍ଶ୍ୱ ଦେବାଦେବୀ ମାନଙ୍କ ମୂର୍ତିରେ ରଙ୍ଗ କାର୍ଯ୍ୟ ସହ ରଥ ବାହ୍ୟ ଅଂଶ କୋଣଗୁଜ, ପଟାଗୁଜରେ ଧଳା ପ୍ରାଇମର ଦେବା ପରେ ରୂପ ଗୁଡିକରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି। ସେହିପରି ଦରଜୀ ସେବକ ମାନେ ତିନି ରଥର କନା କଟିଙ୍ଗ ପରେ ବତା କନାରେ ବିଳାସ ପଟି ସହ ଲେସ ପକା କାର୍ଯ୍ୟ ଜାରି ରଖିଛନ୍ତି।

ବାଇଟ -ରାଜେନ୍ଦ୍ର କୁମାର ମହାପାତ୍ର,ନନ୍ଦିଘୋଷ ରଥର ରୂପକାର ସେବକ ରଥଯାତ୍ରା ପାଇଁ ଦିନ ପାଖେଇ ଆସୁଥିବା ବେଳେ ବର୍ତମାନ ସୁଦ୍ଧା ୩ରଥର ପ୍ରାୟ ୮୦ ପ୍ରତିଶତ କାମ ଶେଷ ହୋଇଛି। ମଝିରେ ମଝିରେ ବର୍ଷା କାରଣରୁ କାମ ସାମାନ୍ୟ ଧୀମା ରହୁଥିବା ବେଳେ ନିର୍ଦ୍ଦାରିତ ସମୟ ପୂର୍ବ ମହାପ୍ରଭୁଙ୍କ ୩ରଥ କାମ ସମ୍ପୂର୍ଣ୍ଣ ହେବ ବୋଲି ଲକ୍ଷ୍ୟ ରଖିଛନ୍ତି କାରିଗର।