drinking water - The Sakala
ଶୁଣିଲାନି ପ୍ରଶାସନ, ପାଣି ପାଇଁ ରାସ୍ତାରେ ଗରା, ବାଲଟି ରଖି ଗ୍ରାମବାସୀଙ୍କ ରାସ୍ତା ଅବରୋଧ
ବାଙ୍କୀ : ଶୁଣିଲାନି ପ୍ରଶାସନ, ପାଣି ପାଇଁ ରାସ୍ତାରେ ଗରା ବାଲଟି ଥୋଇ ରାସ୍ତା ଅବରୋଧ କଲେ ଗ୍ରାମବାସୀ । ବାଙ୍କୀ, ଆଠଗଡ଼, କଟକ ଯାତାୟତ ସମ୍ପୂର୍ଣ୍ଣ ଠପ । ଅଟକି ରହିଛି ଶହ ଶହ ଗାଡ଼ି । କଟକ ଜିଲ୍ଲା ବାରଙ୍ଗ ବ୍ଲକ ପାଟପୁର ଗ୍ରାମରୁ ଆସିଛି ଏଭଳି ଖବର ।
ସୂଚନା ଅନୁଯାୟୀ, ପାଟପୁର ଗ୍ରାମରେ ଦିର୍ଘ ଦିନ ହେବ ପାନୀୟ ଜଳ ସମସ୍ୟା ଦେଖା ଦେଇଥିବା ବେଳେ ଏନେଇ ସ୍ତାନୀୟ ପ୍ରଶାସନକୁ ଗୁହାରୀ କରିଥିଲେ ଗ୍ରାମବାସୀ । ବର୍ତ୍ତମାନ ଖରା ବଢ଼ିଥିବାରୁ ପାଣି ଅଭାବ ହୋଇଛି । ହେଲେ ଏନେଇ ପ୍ରଶାସନିକ ଅଧିକାରୀ କୌଣସି କର୍ଣ୍ଣପାତ ନକରିବାରୁ ଆଜି ପାଟପୁର ଗ୍ରାମର ଶତାଧିକ ଗ୍ରାମବାସୀ ରାସ୍ତାରେ ଗରା, ବାଲଟି ରଖି ବାଙ୍କୀ କଟକ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ତେବେ ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଥିବାରୁ ଅଟକି ରହିଛି ଶହ ଶହ ଯାନବାହନ ।ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି ।
ଛାତ୍ରଛାତ୍ରୀମାନଙ୍କ ଡିହାଇଡ୍ରେସନ ସମସ୍ୟା ଦୂର ପାଇଁ ଏଣିକି ରାଜ୍ୟର ସବୁ ସ୍କୁଲରେ ବାଜିବ ଜଳପାନ ବିରତି ଘଣ୍ଟି
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଅସହ୍ୟ ଖରା ବଢ଼ୁଥିବାରୁ ଛାତ୍ରଛାତ୍ରୀମାନଙ୍କ ଡିହାଇଡ୍ରେସନ ସମସ୍ୟା ଦୂର ପାଇଁ ଏଣିକି ସ୍କୁଲରେ ବାଜିବ ୱାଟର ବେଲ୍ ବା ଜଳପାନ ବିରତି ଘଣ୍ଟି । ସ୍କୁଲରେ ପାଣି ପିଇବାକୁ ନିୟମିତ ବ୍ୟବଧାନରେ ଏହି ଜଳ ବିରତି ଘଣ୍ଟି ବାଜିବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି ।
ତାପମାତ୍ରା ବୃଦ୍ଧି ପାଇଥିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଡିହାଇଡ୍ରେସନ ଜନିତ ସମସ୍ୟା ଦେଖାଯାଇପାରେ । ଏହାକୁ ଦୃଷ୍ଟିରେ କରି ରାଜ୍ୟର ସମସ୍ତ ସ୍କୁଲରେ ‘ଜଳ ବିରତି ଘଣ୍ଟି’ ବଜାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସ୍କୁଲରେ ପାଠପଢା ବେଳେ ଦୈନିକ ୩ ଥର ଜଳ ବିରତି ଘଣ୍ଟି ବାଜିବ। ସକାଳ ୮ଟା ୩୦, ୧୦ଟା ଏବଂ ୧୧ଟାରେ ବାଜିବ ଜଳ ବିରତି ଘଣ୍ଟି। ଜଳ ବିରତି ଘଣ୍ଟି ବାଜିଲେ କ୍ଲାସରେ ଥିବା ପିଲା ପାଣି ପିଇବେ। ସମସ୍ତ ଛାତ୍ରଛାତ୍ରୀ ଉଦ୍ଦିଷ୍ଟ ସମୟରେ ପାଣି ପିଉଛନ୍ତି ନା ନାହିଁ, ଏହାକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ତଦାରଖ କରିବେ। ଏହା ସହିତ ସ୍କୁଲ ଯିବା ଆସିବା ସମୟରେ ଛତା କିମ୍ବା ଟୋପି ବ୍ୟବହାର କରିବା ପାଇଁ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
ଭୁବନେଶ୍ୱର : ୨୦୨୪ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ପାଇପ ଯୋଗେ ପିଇବା ପାଣି ଯୋଗାଇବାକୁ ଲକ୍ଷ୍ୟ ରହିଛି। ଆଜି ବିଧାନସଭାର ପ୍ରଶ୍ନକାଳରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରଦୀପ ଅମାତ ଏହି ସୂଚନା ଦେଇଛନ୍ତି। ଯେଉଁଠି ଉତ୍ସ କି ଜମି ସମସ୍ୟା ରହିଛି, ସେଠାରେ ୨୦୨୫ ସୁଦ୍ଧା ପାଇପ ଯୋଗେ ପାନୀୟ ଜଳ ଯୋଗାଣ କାର୍ଯ୍ୟ ସରିବ। ମାର୍ଚ୍ଚ ୨୦୨୩ ସୁଦ୍ଧା ୫୮ ପ୍ରତିଶତ ଗାଁରେ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି. ଯେଉଁଠି ପାଇପ ନାହିଁ କି କାମ ଜାରି ରହିଛି, ସେଠାରେ ଜିଲ୍ଲାପାଳ, PD DRDA ଓ ନିର୍ବାହୀ ଯନ୍ତ୍ରୀଙ୍କୁ ନଳକୂଅ ବସାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ନୂଆ ଜନବସତିରେ ଅତିରିକ୍ତ ନଳକୂପ ଲଗାଯିବ । ଯେଉଁଠି ୭୦ ଲୋକଙ୍କ ଜନସଂଖ୍ୟା ଅଛି, ସେଠାରେ ବି ନୂଆ ନଳକୂପ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ କି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଯାଞ୍ଚ ରିପୋର୍ଟ ଆଧାରରେ ନୂଆ ନଳକୂପ ଲଗାଯିବ । ହେଲେ ଯେଉଁଠି ଘରୋଇ ନଳକୂପ କି ପାଇପ ଅଛି, ସେଠାରେ ନଳକୂପ ଲଗାଯିବାର କୌଣସି ଯୋଜନା ନାହିଁ । ପାନୀୟ ଜଳ ସମସ୍ୟା ଥିଲେ, ୧୯୧୬ ହେଲ୍ପଲାଇନ ନମ୍ବର ଯୋଗେ ପ୍ରଶାସନକୁ ଜଣାଇବାର ବ୍ୟବସ୍ଥା ରହିଛି ।
ରାଜ୍ୟର ୨୬ ପ୍ରମୁଖ ସହରର ଭୂତଳ ଜଳ ପାନୀୟ ଅନୁପଯୋଗୀ; ଚିନ୍ତାପ୍ରକଟ କଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ
ଭୁବନେଶ୍ୱର: ରାଜ୍ୟର ୨୬ ପ୍ରମୁଖ ସହରର ଭୂତଳ ଜଳର ମାନ ପାନୀୟ ଯୋଗ୍ୟ ହୋଇନାହିଁ। ଭୂତଳ ଜଳର ପିଏଚ୍‌‌ ସ୍ତର, କ୍ୟାଲିସିୟମ୍‌‌, ମାଗନେସିୟମ୍‌‌, କ୍ଲୋରାଇଡ୍‌‌, ନାଇଟ୍ରେଟ୍‌‌, ଆଇରନ୍‌‌, ଆମୋନକଲ୍‌‌ ନାଇଟ୍ରୋଜେନ୍‌‌, ସୀସା , ଫ୍ଲୋରାଇଡ୍‌‌ର ମାତ୍ରା ସଠିକ ନ ଥିବା କ୍ୱାଲିଟି ମନିଟରିଂ ଷ୍ଟେସନର ଯାଞ୍ଚରୁ ଜଣାପଡ଼ିଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି) ପକ୍ଷରୁ ସୂଚନା ମିଳିଛି। ଏହି ସହରଗୁଡ଼ିକର ତାଲିକାରେ ରହିଛନ୍ତି, ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଢେଙ୍କାନାଳ, ସୁକିନ୍ଦା, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ଅନୁଗୁଳ, ବାଲେଶ୍ୱର, ପାରାଦୀପ, ଭଦ୍ରକ, ଭବାନୀପାଟଣା, ବରଗଡ଼, ପାରଳଖେମୁଣ୍ଡି, ଦେବଗଡ଼, ବୌଦ୍ଧ, ନବରଙ୍ଗପୁର, ନୟାଗଡ଼, ସୋନପୁର, ରାୟଗଡ଼ା, ଫୁଲବାଣୀ ଓ ନୂଆପଡ଼ା ଭଳି ସହର ସାମିଲ ରହିଛନ୍ତି।
ଓଏସପିସିବି ପକ୍ଷରୁ ଗତ ନଭେମ୍ବର ଓ ଅକ୍ଟୋବର ମାସରେ ୩୦ ଜିଲ୍ଲାର ୯୦ଟି ସହରାଞ୍ଚଳରେ ଏଭଳି ଭୂତଳ ଜଳର ମାନ ଯାଞ୍ଚ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଇଥିଲା। ପ୍ରମୁଖ ସହରଗୁଡ଼ିକର ମାନ କ୍ରମାଗତ ଭାବେ ହ୍ରାସ ପାଉଥିବା ଜଣାପଡ଼ିବା ପରେ ଗତ ମାସରେ ଏନେଇ ରାଜ୍ୟ ଜଳ ସମ୍ପଦ ବିଭାଗକୁ ଅବଗତ କରାଯାଇଛି। ପାନୀୟ ଜଳର ମାନ ଅନୁଯାୟୀ, ପ୍ରତି ଲିଟର ପାଣିରେ ସର୍ବାଧିକ ୦.୦୧ ମିଲିଗ୍ରାମର ସୀସା ରହିବା ଆବଶ୍ୟକ। ଏହାଠାରୁ ଅଧିକ ରହିଲେ, ଜଳ ପାନୀୟ ଉପଯୋଗୀ ନୁହେଁ। ଅପରପକ୍ଷରେ ଲିଟର ପିଛା ଜଳରେ ଭୁବନେଶ୍ୱରର ଖଣ୍ଡଗିରିରେ ୦.୦୧୮ ମିଲିଗ୍ରାମ, ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ୦.୦୧୫ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ୦.୧୧ ରହୁଛି। ସେହିଭଳି ସହରର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସୀସାର ମାତ୍ରା ଅଧିକ। ସେହିଭଳି ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ବରଗଡ଼, କଟକ, ଦେବଗଡ଼ ଓ ବ୍ରହ୍ମପୁର ଭଳି ଅନେକ ସହରର ଭୂତଳ ଜଳରେ ସୀସାର ମାତ୍ରା ଅଧିକ।
ଅନ୍ୟପକ୍ଷରେ ପାନୀୟ ଜଳର ପିଏଚ୍‌‌ ସ୍ତର ୬.୫ରୁ ୮.୫ ମଧ୍ୟରେ ରହିବା ଆବଶ୍ୟକ। ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳରେ ପିଏଚ୍‌‌ ସ୍ତର ୬.୫ରୁ କମ୍‌‌ ରହିଛି। ଝାରସୁଗୁଡ଼ା, ଫୁଲବାଣୀ, କଳାହାଣ୍ଡି, ପୁରୀ ଓ ରାୟଗଡ଼ା ଭଳି ଜିଲ୍ଲାରେ ଆଇରନ୍‌‌ର ମାତ୍ରା ଅଧିକ ରହିଛି। ବାଲେଶ୍ୱର ଜିଲ୍ଲାର ଭୂତଳ ଜଳରେ ଫ୍ଲୋରାଇଡ ମାତ୍ରା ଅସ୍ୱାଭାବିକ ରହୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଓଡ଼ିଶା ଜଳ ନିଗମର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପାନୀୟ ଜଳ ଯୋଗାଣ ପାଇଁ ନଦୀ ଜଳକୁ ବ୍ୟବହାର କରାଯାଉଥିବା ବେଳେ ଅଧିକାଂଶ ସହରରେ ବେଆଇନ ବୋରିଂର ମାତ୍ରା ନିୟନ୍ତ୍ରଣକୁ ଆସୁନାହିଁ। ତେବେ ଜଳ ସମ୍ପଦ ବିଭାଗ ବେଆଇନ ବୋରିଂ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଛି। ଭୂତଳ ଜଳର ମାତ୍ରାଧିକ ବ୍ୟବହାରକୁ ରୋକାଗଲେ, ପ୍ରାକୃତିକ ପ୍ରକ୍ରିୟାରେ ଜଳର ସ୍ୱାଭାବିକ ମାନ ଫେରିପାରିବ।
୨୦୨୪ ସୁଦ୍ଧା ରାଜ୍ୟର ସବୁ ଗ୍ରାମୀଣ ପରିବାରକୁ ଟ୍ୟାପ୍‍ ଯୋଗେ ପାନୀୟ ଜଳ ଯୋଗାଣ
ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳରେ ପାନୀୟଜଳ ସୁବିଧା ପାଇଁ ୪ ଲକ୍ଷ ୭୭ ହଜାର ୧୯୪ଟି ନଳକୂପ ଓ ୧୩ ହଜାର ୮୯୩ଟି ପାଇପ୍‍ ଜଳଯୋଗାଣ ପ୍ରକଳ୍ପ ସ୍ଥାପନ କରାଯାଇଛି। ଗ୍ରାମାଞ୍ଚଳର ସମସ୍ତ ପରିବାରକୁ ୨୦୨୪ ଶେଷ ସୁଦ୍ଧା ଟ୍ୟାପ୍‍ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ୪ ହଜାର ୬୦୪ ଏକାଧିକ ଗ୍ରାମ ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପ, ୨୦୭ଟି ବୃହତ୍ତ ପାନୀୟଜଳ ଯୋଗାଣ ପ୍ରକଳ୍ପ ଓ ୬ହଜାର ୧୨୩ଟି ସୌରଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟ ହାତକୁ ନିଆଯାଇଛି। ଏତଦ୍‍ବ୍ୟତୀତ ସମ୍ପ୍ରତି ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ୨ହଜାର ୧୫୪ଟି ପାଇପ ଜଳଯୋଗାଣ ପ୍ରକଳ୍ପକୁ ମୁଣ୍ଡପିଛା ୭୦ ଲିଟର ହିସାବରେ ପାନୀୟ ଜଳ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି।
ଜାଣନ୍ତୁ ଜଳପାନ ବିଧି
ଜଳ ହିଁ ଜୀବନ। ବିଶ୍ବର ତିନି ଚତୁର୍ଥାଂଶ ହେଉଛି ଜଳ। ଜୀବନ ଜଳ ବିନା ସମ୍ଭବ ହୋଇ ନଥାଏ। ବିଧି ଓ ମାତ୍ରା ପୂର୍ବକ ଜଳପାନ କଲେ, ଶରୀର ନିରୋଗ ରୁେହ। ଉଷା କାଳରେ ପାଣି, ଭୋଜନ ପରେ ତକ୍ର (ଘୋଳଦହି), ଏବଂ ସନ୍ଧ୍ୟାରେ ଗୋଦୁଗ୍ଧ ପାନ ପ୍ରଶସ୍ତ ବୋଲି ଆୟୁର୍ବେଦରେ କୁଯାଯାଇଛି। ଦିନକୁ ଦେଢ଼ ଲିଟରରୁ ତିନି ଲିଟର ପର୍ଯ୍ୟନ୍ତ ପାଣି ଆବଶ୍ୟକତା ଅନୁସାରେ ପାନ କରାଯିବା ଆବଶ୍ୟକ। ଗ୍ରୀଷ୍ମ ସମୟରେ ଏହାର ମାତ୍ରା ବଢ଼ାଯାଇ ପାରେ। ପୂର୍ବାହ୍ଣରେ ଅଧିକ ପାଣି ଅପରାହ୍ଣରେ କମ୍‌ ଏବଂ ରାତ୍ରିରେ କେବଳ ଆବଶ୍ୟକ ସ୍ଥଳେ ପାଣି ପିଇବା ଉଚିତ। ଛିଡ଼ା ହୋଇ ଜଳପାନ କଲେ ହାର୍ଣ୍ଣିଆ ଓ ଆଣ୍ଠୁବ୍ୟଥା ପରି ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥାଏ।
‘ଅଜୀର୍ଣ୍ଣେ ଭେଷଜଂ ବାରି, ଜୀର୍ଣ୍ଣେ ବାରି ବଳପ୍ରଦମ୍‌। ଭୋଜନେ ଚମୃତଂ ବାରି, ଭୋଜନାନ୍ତେ ବିଷପ୍ରଦମ୍‌।’ ଅର୍ଥାତ୍‌ ଅଜୀର୍ଣ୍ଣ ଅବସ୍ଥାରେ ପାଣି ଔଷଧ ପରି, ଜୀର୍ଣ୍ଣାବସ୍ଥାରେ ଟନିକ୍‌ ପରି, ଭୋଜନ ମଧ୍ୟରେ ଅଳ୍ପ ପାଣି ଅମୃତ ପରି ଓ ଭୋଜନ ପରେ ଜଳପାନ ବିଷପରି ହୋଇଥାଏ। ତେଣୁ ଭୋଜନର ଏକ ଘଣ୍ଟା ପରେ ପାଣି ପିଇବା ହିତକର ହୋଇଥାଏ। ଆବଶ୍ୟକତାଠାରୁ ଅଧÒକ କିମ୍ବା କମ୍‌ ପାଣି ପିଇବା ହିତକର ହୋଇନଥାଏ। ତେଣୁ ବିଧିପୂର୍ବକ ଆବଶ୍ୟକ ଜଳପାନ ଆରୋଗ୍ୟଦାୟକ।
ଅଭିଯୋଗର ଘଣ୍ଟାଏ ପରେ ଦୂରହେଲା ପାନୀୟ ଜଳ ସମସ୍ୟା
ପୁରୀ : ପାନୀୟ ଜଳ ସମସ୍ୟା ସଂପର୍କିତ ଅଭିଯୋଗର ମାତ୍ର ଏକ ଘଣ୍ଟା ମଧ୍ୟରେ ସମାଧାନ ହୋଇଛି। ଏଭଳି ଘଟଣା ପୁରୀ ଜିଲା ଗୋପ ବ୍ଲକ୍‍ ନାଗପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ସରକାରୀ ଦପ୍ତରରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ବର୍ଷ ବର୍ଷ ପରେ ବି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁ ନ ଥିବାବେଳେ ଏକ ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ କରି ନାଗପୁର ସରପଞ୍ଚ ଅକ୍ଷୟ କୁମାର ନିଶଙ୍କ ଚର୍ଚ୍ଚାରେ ରହିଛନ୍ତି। ପ୍ରକାଶ ଯେ, ନାଗପୁର ପଞ୍ଚାୟତ ସ୍ଥିତ ୱାର୍ଡ଼ ନଂ ୧୬ ବାଙ୍କିପୁର ଗ୍ରାମରେ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ରହିଆସିଥିଲା। ଏ ନେଇ ଗ୍ରାମବାସୀ ୱାର୍ଡ଼ସଭ୍ୟଙ୍କୁ ଅଭିଯୋଗ କରିଥିଲେ; ହେଲେ ସେ ଗୁରୁତ୍ୱ ଦେଇ ନ ଥିଲେ। ଗରୁବାର ସରପଞ୍ଚ ଶ୍ରୀ ନିଶଙ୍କ ଜନସାଧାରଣଙ୍କ ସମସ୍ୟା ସମାଧାନ ଲାଗି ବିଭିନ୍ନ ଗ୍ରାମ ପରିଦର୍ଶନ କରିବାବେଳେ ବାଙ୍କିପୁର ଗ୍ରାମକୁ ଯାଇଥିଲେ। ପରେ କିଛି ମହିଳା ସରପଞ୍ଚଙ୍କୁ ସମସ୍ୟା ସଂପର୍କରେ ଅବଗତ କରିଥିଲେ। ପରେ ସରପଞ୍ଚ ମହିଳାମାନଙ୍କ ସହ ବସି ଆଲୋଚନା କରିଥିଲେ। ଗାଁର ସମସ୍ୟାକୁ ଉପଲବ୍ଧି କରି ସଙ୍ଗେ ସଙ୍ଗେ ଏସିଏମ୍‍ଙ୍କୁ ଡ଼କାଇ ନଳକୂପ ଏବଂ କେତେକ ଷ୍ଟାଣ୍ଡପୋଷ୍ଟ ମରାମତି କରିଥିଲେ। ନଳକୂପରେ ପାଣି ଆସିବା ପରେ ମହିଳାମାନେ ସରପଞ୍ଚଙ୍କୁ ସାଧୁବାଦ ଜଣାଇଥିଲେ। ଏହି ପଞ୍ଚାୟତରେ ଜନସାଧାରଣଙ୍କ ସମସ୍ୟା ସଂପର୍କରେ ପଞ୍ଚାୟତରେ ଅଭିଯୋଗ ହେବା ମାତ୍ରେ ତତ୍‍କ୍ଷଣାତ୍‍ ସମାଧାନ ହେଉଥିବା ସ୍ଥାନୀୟ ଜନସାଧାରଣ କହିଛନ୍ତି। ତେବେ ଜନସାଧାରଣଙ୍କ ସେବା ମୋର କର୍ତ୍ତବ୍ୟ ଓ ଦାୟିତ୍ୱ ବୋଲି ସରପଞ୍ଚ ଶ୍ରୀ ନିଶଙ୍କ କହିଛନ୍ତି।