President Murmu - The Sakala
ନୂଆଦିଲ୍ଲୀ : ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ କ୍ଷମତା ନେଇ ବିତର୍କର ଅବସାନ ଘଟି ନ ଥିବାବେଳେ ରାଷ୍ଟ୍ରପତି ଏନେଇ ଉଠାଇଛନ୍ତି ୧୪ ପ୍ରଶ୍ନ। ଜଷ୍ଟିସ ବି.ଆର. ଗବାଇ ସିଜେଆଇ ଭାବେ ଦାୟିତ୍ବ ନେବା ପରେ ଏବେ ଏସବୁ ପ୍ରଶ୍ନ ନେଇ ତାଙ୍କର ଭୂମିକା କ’ଣ ରହିବ ତାହା  ଉପରେ ସମସ୍ତଙ୍କ ନଜର ରହିଛି। ବିଭିନ୍ନ ବିଲକୁ ସ୍ବୀକୃତି ପ୍ରସଙ୍ଗରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଟାଇମଲାଇନ ସୁପ୍ରିମକୋର୍ଟ ନିର୍ଦ୍ଧାରଣ କରିବା ପ୍ରସଙ୍ଗରେ ସୃଷ୍ଟି ହୋଇଥିଲା ବିବାଦ। ପ୍ରଧାନବିଚାରପତି ଭାବେ ଜଷ୍ଟିସ ଗବାଇ ଦାୟିତ୍ବ ନେବାର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟଙ୍କ ପ୍ରସଙ୍ଗରେ ଉଠାଇଥିଲେ ୧୪ଟି ପ୍ରଶ୍ନ।
ସେଗୁଡିକ ହେଲା- ସମ୍ବିଧାନର ଧାରା ୨୦୦ ଅନୁସାରେ ଏକ ବିଲ ରାଜ୍ୟପାଳଙ୍କ ନିକଟକୁ ଯିବା ପରେ ତାଙ୍କ ନିକଟରେ କଣ ରହିଛି ସାମ୍ବିଧାନିକ ବିକଳ୍ପ। ବିଲକୁ ମଞ୍ଜୁରୀ କ୍ଷେତ୍ରରେ ଜଣେ ରାଜ୍ୟପାଳ ମନ୍ତ୍ରିମଣ୍ଡଳର ପରାମର୍ଶକୁ ମାନିବା ବାଧ୍ୟତାମୂଳକ କି?
ଧାରା ୨୦୦ ଅନୁସାରେ ରାଜ୍ୟପାଳଙ୍କୁ ପ୍ରଦତ୍ତ ସାମ୍ବିଧାନିକ କ୍ଷମତା ଯଥାର୍ଥ କି। ଜଣେ ରାଜ୍ୟପାଳଙ୍କ କାର୍ଯ୍ୟଧାରାର ବିଚାର ବିଭାଗୀୟ ସମୀକ୍ଷା ନ ହେବା ଲାଗି ସମ୍ବିଧାନର ଧାରା ୩୬୧ ଅନୁସାରେ ରହିଥିବା ବ୍ୟବସ୍ଥା ଯଥାର୍ଥ କି। ସମୟ ସୀମା ନେଇ ସାମ୍ବିଧାନିକ ବ୍ୟବସ୍ଥା ନଥିବାବେଳେ ସମୟ ସୀମା ନିର୍ଦ୍ଧାରଣ ବ୍ୟବସ୍ଥା ଲାଗୁ କରାଯାଇପାରିବ କି। ସମ୍ବିଧାନର ଧାରା ୨୦୧ ଅନୁସାରେ ରାଷ୍ଟ୍ରପତିଙ୍କୁ ପ୍ରଦତ୍ତ ସାମ୍ବିଧାନିକ ଅଧିକାର ଯଥାର୍ଥ କି। ବିଚାର ବିଭାଗୀୟ ନିର୍ଦ୍ଦେଶ ଜରିଆରେ ସମୟସୀମା ନିର୍ଦ୍ଧାରଣ କରାଯାଇପାରିବ କି ଇତ୍ୟାଦି। ଗତ ମାସରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସୁପ୍ରିମକୋର୍ଟଙ୍କ କ୍ଷମତା ଉପରେ ପ୍ରଶ୍ନ ଉଠାଇଥିବାବେଳେ କିଛି ରାଜନେତା ବି ସୁପ୍ରିମକୋର୍ଟଙ୍କ କ୍ଷମତା ନେଇ ପ୍ରଶ୍ନ ଉଠାଇଥିଲେ। ତାମିଲନାଡୁ ସରକାର ବିନା ରାଜ୍ୟପାଳଙ୍କ ସମ୍ମତିରେ ୧୦ଟି ବିଲ୍ ଗୃହୀତ କରିବା ପରେ ଆରମ୍ଭ ହୋଇଥିଲା ବିତର୍କର ଝଡ। ଗତ ଏପ୍ରିଲ ୧୨ରେ ବିଲ୍ ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଥିଲେ- ରାଜ୍ୟପାଳ ପଠାଇଥିବା ବିଲ୍ ଉପର ରାଷ୍ଟ୍ରପତି ୩ ମାସ ମଧ୍ୟରେ ନିଜର ନିଷ୍ପତ୍ତି ନେବେ। ଏହା ସହ ଖଣ୍ଡପୀଠ କହିଥିଲେ- ଧାରା ୨୦୧ ଅନୁସାରେ ରାଷ୍ଟ୍ରପତିଙ୍କ କ୍ଷମତା ବିଚାର ବିଭାଗୀୟ ସମୀକ୍ଷା ପରିସରଭୁକ୍ତ।
ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ନୂଆ ବର୍ଷ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ‘ଏକ୍ସ’ରେ ତାଙ୍କ ବାର୍ତ୍ତା ପୋଷ୍ଟରେ କହିଛନ୍ତି ଯେ, ନୂତନ ବର୍ଷର ଶୁଭ ଅବସରରେ ମୁଁ ଭାରତ ତଥା ବିଦେଶରେ ରହୁଥିବା ସମସ୍ତ ନାଗରିକଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି । ନୂଆ ବର୍ଷର ଆଗମନ ଆମ ଜୀବନରେ ନୂତନ ଆଶା, ସ୍ୱପ୍ନ ଏବଂ ଆକାଂକ୍ଷାର ଆରମ୍ଭର ପ୍ରତୀକ ଅଟେ । ନୂତନ ବର୍ଷର ଉତ୍ସବ ଆମ ଇଚ୍ଛା ପୂରଣ ପାଇଁ ନୂତନ ଉତ୍ସାହ ସହିତ ଆଗକୁ ବଢିବାକୁ ଏକ ସୁଯୋଗ ଦେଇଥାଏ । ଆସନ୍ତୁ ନୂତନ ବର୍ଷ ୨୦୨୫କୁ ଆନନ୍ଦ ଏବଂ ଉତ୍ସାହ ସହିତ ସ୍ୱାଗତ କରିବା । ଏକତା ଏବଂ ଉତ୍କର୍ଷର ପଥରେ ଆମର ସମାଜ ଏବଂ ରାଷ୍ଟ୍ରକୁ ଆଗକୁ ନେବା ।
Wishing everyone a very Happy New Year! May the year 2025 bring joy, harmony and prosperity to all! On this occasion, let us renew our commitment to work together for creating a brighter, more inclusive and sustainable future for India and the world.
— President of India (@rashtrapatibhvn) January 1, 2025
ସେହିପରି ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ନୂତନ ବର୍ଷ ଜୀବନରେ ସୁଯୋଗ, ସଫଳତା ସହ ଅସୁମାରୀ ସୁଖ ଆଣିଦେଉ ବୋଲି ମୋଦୀ କହିଛନ୍ତି। ସମୃଦ୍ଧି ସହ ଉତ୍ତମ ସ୍ବାସ୍ଥ୍ୟର କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
Happy 2025!
May this year bring everyone new opportunities, success and endless joy. May everybody be blessed with wonderful health and prosperity.
— Narendra Modi (@narendramodi) January 1, 2025
ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ଉଦବୋଧନ
ନୂଆଦିଲ୍ଲୀ: ସଂସଦ ଭବନର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସେ ସଂସଦ ଭବନରେ ପହଞ୍ଚିବା ପରେ ଉପରାଷ୍ଟ୍ରପତି ଜଗଦିଶ ଧନଖଡ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ମିଳିତ ଅଧିବଶେନକୁ ସମ୍ବୋଧିତ କରି ନବନିର୍ବାଚିତ ସାଂସଦମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି।
ନିର୍ବାଚନ ଉପରେ ମତ ରଖି ରାଷ୍ଟ୍ରପତି କହିଛନ୍ତି, ଏଥର କାଶ୍ମୀର ଘାଟିରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି। ଚାରି ଦଶକରୁ ଏଠାରେ ଭୋଟିଂ ପ୍ରତିଶତ କମ୍ ରହି ଆସୁଥିଲା। ଏଥର କିନ୍ତୁ ବିରାଟ ପରିବର୍ତ୍ତନ ଆସିଛି। ମୋ ସରକାର ଉପରେ ଲୋକେ ତୃତୀୟ ଥର ଭରସା କରିଛନ୍ତି। ଲୋକେ ଜାଣିଛନ୍ତି ମୋ ସରକାର ସେମାନଙ୍କ ଆକାଂକ୍ଷା ପୂରଣ କରିପାରିବ।
ସେହିପରି ଡାକ୍ତରୀ ପ୍ରବେଶିକା ପରୀକ୍ଷାକୁ ନେଇ ଚାଲିଥିବା ବିବାଦ ଉପରେ ମଧ୍ୟ ଆଲୋଚନା କରିଛନ୍ତି ରାଷ୍ଟ୍ରପତି। ପେପର୍ ଲିକ୍ ମାମଲା ଉପରେ ନିରପେକ୍ଷ ଯାଞ୍ଚ କରାଯିବ ବୋଲି ରାଷ୍ଟ୍ରପତି କହିଛନ୍ତି। ନିରପେକ୍ଷ ଯାଞ୍ଚ ପାଇଁ ଆମ ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି ରାଷ୍ଟ୍ରପତି।
ଦେଶର ଗରିବୀଠୁ ନେଇ ଶିକ୍ଷା, ବିଜ୍ଞାନ, ବାଣିଜ୍ୟ ଓ ଭବିଷ୍ୟତ ଯୋଜନା ଉପରେ ଆଲୋଚନା କରିଛନ୍ତି ରାଷ୍ଟ୍ରପତି ମୁର୍ମୁ। ଦେଶରେ ଗରିବୀ ଦୂର ହୋଇଛି, ୨୫ କୋଟି ଭାରତୀୟ ଗରିବୀରୁ ମୁକ୍ତ ହୋଇଛନ୍ତି ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି। ଏଥିସହ ଦେଶରେ ବିଜୁଳି ବିଲ୍ ଶୂନ କରିବାକୁ ସରକାର ଯୋଜନା କରୁଥିବା ସେ କହିଛନ୍ତି।ଦେଶର ଉନ୍ନତି କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବିଷୟରେ ଆଲୋଚନା କରି ରାଷ୍ଟ୍ରପତି କହିଛନ୍ତି, ଆଗକୁ ମହିଳାମାନଙ୍କୁ ଡ୍ରୋନ୍ ପାଇଲଟ କରିବାକୁ ଉଦ୍ୟମ ଚାଲିଛି। ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ବ୍ୟାପକ ଅଭିଯାନ ଚଳାଯାଇଛି। ଉତ୍ତର-ଦକ୍ଷିଣ ଭାରତରେ ବୁଲେଟ୍ ଟ୍ରେନ୍ ଚଳାଚଳ ପାଇଁ ମଧ୍ୟ ବ୍ୟବସ୍ଥା ଚାଲିଛି ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି।