covid death - The Sakala

ପୁଣି ଚିନ୍ତା ବଢାଇଲା କରୋନା: ଚୀନରେ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ଯା, ୩ ମାସରେ ଆସିପାରେ ୩ଟି ଲହର
ଚୀନ: ପୁଣି ଚିନ୍ତା ବଢାଇଲା କରୋନା । ବର୍ତ୍ତମାନ ଚୀନରେ କରୋନା ସ୍ଥିତି ସଙ୍ଗୀନ ରହିଛି। କୋଭିଡ କଟକଣାରେ କୋହଳ ହେବା କାରଣରୁ ପୁଣି ଚୀନରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢିବାର ହେବାର ସମ୍ଭାବନା ରହିଛି। ତେବେ ଭାରତର ସ୍ଥିତି ଭଲ ରହିଛି। ଗତ ୫ ମାସ ହେଲା ଦେଶରେ ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ସପ୍ତାହ ମଧ୍ୟରେ ଭାରତେ ୧୨ ଜଣଙ୍କ ମୃତ୍ଯୁ ଘଟିଥିବା ବେଳେ ୭୩୬ ଜଣ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗତ ୩ ଦିନ ମଧ୍ଯରେ ଦେଶରେ କୋଭିଡରେ ଜଣଙ୍କର ମଧ୍ଯ ମୃତ୍ଯୁ ଘିଟିନି ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚୀନରେ ସଂକ୍ରମିତ  ଏବଂ ମୃତକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି। ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି ଏବଂ ଅନ୍ତିମ ସଂସ୍କାର ପାଇଁ ଅପେକ୍ଷା କରିବାକୁ ପଡୁଥିବା ଚିତ୍ର ସାମ୍ନାକୁ ଆସିଛି। ଆସନ୍ତା ତିନି ମାସ ମଧ୍ୟରେ ଚୀନରେ ୩ଟି ଲହର ଆସିପରେ ବୋଲି ବଶେଷଜ୍ଞ ମାନେ ଆକଳନ କରିଛନ୍ତି। ଏହି ଲହରରେ ୧୦ ଲକ୍ଷରୁ ଅଧିକ ମୃତ୍ୟୁ ଆଶଙ୍କା ରହିଛି। ଏହି କାରଣରୁ ସମଗ୍ର ବିଶ୍ୱର ମୁଣ୍ଡା ବିନ୍ଧା ପୁଣି ଆରମ୍ଭ ହୋଇଛି। କିନ୍ତୁ ମୃତ୍ୟୁ ସଂଖ୍ୟା ଲୁଚାଉଛି ଡ୍ରାଗନ୍‌। ଦୁଇ ସପ୍ତାହ ହେଲା ଚୀନ୍‌ ସରକାରୀ ଖାତାରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇନି । ଶେଷ ମୃତ୍ୟୁ ରିପୋର୍ଟ ଡିସେମ୍ବର ୭ ରେ ହୋଇଥିଲା। ଏପଟେ ଶବଦାହ ପାଇଁ ଶ୍ମଶାନରେ ଲମ୍ବା ଲାଇନ ଲାଗୁଥିବା ଚିତ୍ର ସାମ୍ନାକୁ ଆସିଛି।

ଅକ୍ଟୋବର ପର୍ଯ୍ୟନ୍ତ ଚୀନରେ କୋଭିଡ କଟକଣା ରହିଥିଲା । ଏହି ପ୍ରତିବନ୍ଧକକୁ ସାଧାରଣଲୋକେ ବିରୋଦ୍ଧ କରିଥିଲେ। ଫଳରେ କଟକଣା ହଟାଇ ଦିଆଯାଇଥିଲା । ସେବେଠାରୁ ଚୀନ ପରିସ୍ଥିତି ଦ୍ରୁତ ଗତିରେ ଖରାପ ହେବାକୁ ଲାଗିଛି। ତିନି ବର୍ଷ ପୂର୍ବେ ଡିସେମ୍ବରରୁ ହଁ ଚାଇନାରେ ବିଶ୍ୱର ପ୍ରଥମ ମାମଲା ଦେଖିବାକୁ ମିଳିଥିଲା। ସେହି ଦିନଠାରୁ ହଁ ଚୀନ ଏହାର ମୁକାବିଲା କରିଆସୁଛି।

ମହାମାରୀ ବିଶେଷଜ୍ଞ ଏରିକ୍ ଫେଗଲ-ଡିଙ୍ଗ ଏକ ଭିଡିଓ ସେୟାର କରି ଚେତାବନୀ ଦେଇଛନ୍ତି ଯେ, ଚାଇନାରେ କରୋନା ପରିସ୍ଥିତି ବିଗିଡିବାରେ ଲାଗିଛି। ଚୀନରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଡିଙ୍ଗ ଜଣେ ଆମେରିକୀୟ ଜନସ୍ୱାସ୍ଥ୍ୟ ବୌଜ୍ଞାନିକ। ସେ ବର୍ତ୍ତମାନ ନ୍ୟୁ ଇଂଲଣ୍ଡ କମ୍ପ୍ଲେକ୍ସ ସିଷ୍ଟମ ଇନଷ୍ଟିଚ୍ୟୁଟରେ କୋଭିଡ ଟାସ୍କ ଫୋର୍ସର ମୁଖ୍ୟ ଅଟନ୍ତି।

ସହଜରେ ମିଳିବ କୋଭିଡ୍ ଅନୁକମ୍ପା ରାଶି, ୪ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କଲା ବିଏମସି
ଭୁବନେଶ୍ବର: କୋଭିଡ୍ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ପ୍ରଦାନ ପାଇଁ ତତ୍ପରତା ପ୍ରକାଶ ପାଇଛି। ଏହି ଅନୁକମ୍ପାମୂଳକ ରାଶି ପାଇବାରେ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ। ଭୁବନେଶ୍ବରରେ ଥିବା କୋଭିଡ୍ ମୃତକଙ୍କ ପରିବାର ଯେମିତି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ବିଏମ୍‌ସି ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିରେ କ୍ୟାପିଟାଲ୍ ହସ୍ପିଟାଲର ନିର୍ଦ୍ଦେଶକ ଡ. ଲକ୍ଷ୍ମୀଧର ସାହୁ ଅଧ୍ୟକ୍ଷ ରହିଥିବା ବେଳେ ବିଏମ୍‌ସି ଡେପୁଟି କମିସନର ଶୁଭେନ୍ଦୁ ସାହୁ, ଏଡିୟୁପିଏଚ୍ଓ ଅନ୍ତର୍ଯ୍ୟାମୀ ମିଶ୍ର ଓ କ୍ୟାପିଟାଲ ହସ୍ପିଟାଲ୍ ଫୁସ୍‌ଫୁସ୍ ବିଭାଗ ଡାକ୍ତର ଅରୁଣ କୁମାର ସାହୁ ପ୍ରମୁଖ ସଦସ୍ୟ ରହିଛନ୍ତି । ଏହି ବରିଷ୍ଠ ଅଧିକାରୀମାନେ ମୃତକଙ୍କ ପରିବାରକୁ ଆର୍ଥିକ ରାଶି ପ୍ରଦାନ ବ୍ୟବସ୍ଥାକୁ ସୁଗମ କରିବେ । ଅନୁକମ୍ପାମୂଳକ ରାଶି ପାଇବା ପାଇଁ ନିର୍ଦ୍ଦିଷ୍ଟ ମାର୍ଗରେ ଆବେଦନ କରିବାକୁ ପଡ଼ିବାକୁ ପଡ଼ିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଥିବା ବେଳେ ନଭେମ୍ବର ୩ ତାରିଖରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଭୟ ଅନ୍‌ଲାଇନ୍ ଓ ଅଫଲାଇନ୍‌ ମାଧ୍ୟମରେ ଏହି ଆବେଦନ କରାଯାଉଥିବା ବେଳେ ଅନ୍‌ଲାଇନ୍ ପାଇଁ ‘କ୍ୟାପସ’ ନାମକ ଏକ୍ ଆପ୍ ମଧ୍ୟ କାର୍ଯ୍ୟ କରୁଛି। ଅଫ୍‌ଲାଇନ୍‌ ମାଧ୍ୟମରେ ମୃତକଙ୍କ ପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯାଇ ଆବେଦନ କରିପାରିବେ ବୋଲି ରାଜ୍ୟ ସରକାର ନିୟମ କରିଛନ୍ତି।

ଏହି ଆବେଦନର ମାସକ ମଧ୍ୟରେ ହିଁ ସମ୍ପୃକ୍ତ ପରିବାରଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ଘଟଣା ସମ୍ପର୍କରେ ସୂଚନା ଦେଇ ବିଏମ୍‌ସି ଡେପୁଟି କମିସନର ଶୁଭେନ୍ଦୁ ସାହୁ କହିଛନ୍ତି ମୃତକଙ୍କ ପରିବାର ଯେ କୌଣସି ଗୋଟିଏ ଅନ୍‌ଲାଇନ କିମ୍ବା ଅଫ୍‌ଲାଇନରେ ଆବେଦନ କରିବେ। ଏହି ସମୟରେ ସେମାନେ କୋଭିଡ୍‌ରେ ମୃତ୍ୟୁ ହୋଇଥିବା ନେଇ ତଥ୍ୟ ପ୍ରଦାନ କରିବେ। ଏଥିପାଇଁ କୋଭିଡ୍ ପଜିଟିଭ୍ ସାର୍ଟିଫିକେଟ ସହିତ ଡେଥ୍ ସାର୍ଟିଫିକେଟ୍‌ ପ୍ରଦାନ କରିବେ। ଏହି ତଥ୍ୟ ପ୍ରଦାନ ପରେ ବିଏମ୍‌ସି ପକ୍ଷରୁ ଏକ ସାର୍ଟିଫିକେଟ ଦିଆଯିବ। ଏହି ସାର୍ଟିଫିକେଟ ସହିତ ଆବେଦନପତ୍ରକୁ ନେଇ ଜିଲ୍ଲାପାଳ ଅଫିସଙ୍କ ନିକଟରେ ଦାଖଲ କରିବାକୁ ପଡ଼ିବ ବୋଲି ଶ୍ରୀ ସାହୁ କହିଛନ୍ତି।

ବିଏମ୍‌ସି ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୧ ହଜାର ୬୬ ଜଣ ପ୍ରାଣ ହରାଇଥିବା ବେଳେ ମୃତ୍ୟୁଜନିତ ପ୍ରମାଣପତ୍ର ପାଇବାରେ ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିଲେ। କାରଣ ଡେଥ୍ ସାର୍ଟିଫିକେଟ୍‌ରେ ମୃତ୍ୟୁର କାରଣ ଲେଖାହେଉ ନ ଥିବାରୁ ସମସ୍ୟା ସୃଷ୍ଟି ହେଉଥିଲା। ତେବେ ବିଏମ୍‌ସିରେ ଏହି ଦୁଇ ତଥ୍ୟ ପ୍ରଦାନ କରିବା ପରେ ବିଏମ୍‌ସି ପକ୍ଷରୁ କୋଭିଡ୍ ମୃତ୍ୟୁର ପ୍ରମାଣପତ୍ର ଦିଆଯିବ। ଯାହାକୁ କି ନେଇ ମୃତକଙ୍କ ପରିବାର ଆବେଦନ କରିବ। ଅନେକ ପରିବାରରେ ରୋଜଗାରିଆ ଲୋକ କୋଭିଡରେ ପ୍ରାଣ ହରାଇଛନ୍ତି। ଯାହାଦ୍ବାରା ଲୋକମାନଙ୍କ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି । ଏହି ସମସ୍ୟାର ଦୂର ପାଇଁ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଏହି ଅନୁକମ୍ପାମୂଳକ ରାଶି ଯୋଗାଇ ଦିଆଯିବ।

ଆସନ୍ତାକାଲିଠୁ ଆବେଦନ, କରୋନା ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି
ଭୁବନେଶ୍ୱର : କୋଭିଡ୍‍ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ରାଜ୍ୟ ସରକାର ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଲୋକେ ଯେପରି ସହଜ ଓ ସୁବିଧାରେ ଆବେଦନ କରି ଟଙ୍କା ପାଇପାରିବେ ସେଥିପାଇଁ ରାଜ୍ୟ ଆଇଟି ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଆପ୍‍ ଓ ସଫ୍ଟୱେର ପ୍ରସ୍ତୁତ କରାଯାଇଛି। ଏହା ଜରିଆରେ ହିତାଧିକାରୀ, ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରିପାରିବେ। ପୂରା ପ୍ରକ୍ରିୟା ସମ୍ପର୍କରେ ଆଜି ସ୍ୱତନ୍ତ୍ର ରିଲିଫ୍‍ କମିଶନର (ଏସ୍‍ଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଏବଂ ସିଡିଏମ୍‍ଓମାନଙ୍କୁ ପତ୍ର ଲେଖିଛନ୍ତି।

ଆଇଟି ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ସଫ୍‌ଟୱେୟାର ନାଁ ରହିଛି ‘କୋଭିଡ-୧୯ ଏକ୍ସ-ଗ୍ରାସିଆ ଆସିଷ୍ଟାନ୍‌ସ ପେମେଣ୍ଟ ସିଷ୍ଟମ୍’ (ସିଏପିଏସ୍‌) । ଏହି ସଫ୍‌ଟୱେୟାର ଜରିଆରେ ଜିଲ୍ଲାପାଳ ସହାୟତା ରାଶିର ମଞ୍ଜୁର ଓ ବଣ୍ଟନ କରିବେ । ମୃତକଙ୍କ ସଂପର୍କୀୟଙ୍କୁ ଡିବିଟି ଜରିଆରେ ଟଙ୍କା ପଠାଇ ଦିଆଯିବ । ଅଫ୍‌ଲାଇନ୍‌ରେ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଇଂରାଜୀ/ଓଡ଼ିଆରେ ଜିଲ୍ଲାପାଳଙ୍କ ନିକଟରେ ଧାର୍ୟ୍ୟ ଫର୍ମାଟରେ ଆବେଦନ କରିବେ । ଗୋଟିଏ ମୃତ୍ୟୁ ପାଇଁ କେବଳ ଗୋଟିଏ ଦରଖାସ୍ତ ଗ୍ରହଣ କରାଯିବ । ଦରଖାସ୍ତ ସହିତ ଆବଶ୍ୟକ କାଗଜପତ୍ରକୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପକ୍ଷରୁ ସିଏପିଏସ୍‌ ସଫଟୱେୟାରରେ ଅପ୍‌ଲୋ‌ଡ କରି ଦିଆଯିବ ।

କୋଭିଡ ମହାମାରୀ ଜନିତ ମୃତ୍ୟୁ ପାଇଁ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପାଇବା ନିମନ୍ତେ ଆବେଦନ ପତ୍ର ଜାରି କରାଯାଇଛି। ଏଥିପାଇଁ "ନଭେମ୍ବର ୩ ତାରିଖରୁ" ଆବେଦନ କରିପାରିବେ। ଅନ୍‌ଲାଇନ୍ ଆବେଦନ: https://t.co/6Kvbl5P9js https://t.co/PX6f0CkZLO

— I & PR Department, Odisha (@IPR_Odisha) November 2, 2021

ସୂଚନା ଅନୁସାରେ ରାଜ୍ୟରେ କୋଭିଡ୍‍ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସ୍‍ଡିଆରଏଫ୍‍)ରୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ। ଏଥିପାଇଁ ଆଇଟି ବିଭାଗ ପକ୍ଷରୁ ‘କୋଭିଡ୍‍-୧୯ ଏକ୍ସ-ଗ୍ରାସିଆ ଆସିଷ୍ଟାନ୍ସ ପେମେଣ୍ଟେ ସିଷ୍ଟମ୍‍ ବା ‘କ୍ୟାପ୍‍ସ୍‍’ ନାମରେ ସଫ୍ଟୱେର ଏବଂ ଆପ୍‍ ପ୍ରସ୍ତୁତ କରାଯାଇଛି। ଉଭୟ ଅନ୍‍ଲାଇନ୍‍ ଏବଂ ଅଫ୍‍ଲାଇନ୍‍ରେ ଆବେଦନ କରାଯାଇ ପାରିବ। ଏହି ସଫ୍ଟୱେରରେ ଥିବା ସ୍ୱତନ୍ତ୍ର ବ୍ୟବସ୍ଥା ହେତୁ ଜଣେ ମୃତକଙ୍କ ପାଇଁ ଏକାଧିକ ଆବେଦନ ଆସିଲେ ତାହା ଧରାପଡ଼ିଯିବ। ଏହି କାର୍ଯ୍ୟ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ କରିବା ପାଇଁ ଏସ୍‍ଆରସି ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍‍ ସହାୟତା ରାଶି ପ୍ରଦାନ ନିମନ୍ତେ ଜିଲ୍ଲା ନୋଡ଼ାଲ ଅଧିକାରୀ ଥିବା ଜିଲ୍ଲାପାଳ ଏହା ଜରିଆରେ ଅନୁକମ୍ପାମୂଳକ ସହାୟତା ରାଶି ମଞ୍ଜୁର କରିବେ। ଅର୍ଥ ମଞ୍ଜୁର ହେବାରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅର୍ଥ ପ୍ରଦାନ କରାଯିବ।

ପୂରା ପ୍ରକ୍ରିୟା ପାଇଁ ୩୦ ଦିନ ସମୟ ଧାର୍ଯ୍ୟ କରାଯାଇଛି। ହିତାଧିକାରୀ ଜିଲ୍ଲାପାଳଙ୍କୁ ଆବେଦନ କରିବା ପରେ ୫ ଦିନ ମଧ୍ୟରେ ତାହା ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟକୁ ଯିବ। ସର୍ବାଧିକ ଚାରି ଦିନ ମଧ୍ୟରେ ତହସିଲଦାର କାଗଜପତ୍ର ଯାଞ୍ଚ କରି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇବେ। ଅତିରିକ୍ତ ଜିଲ୍ଲାପାଳ ସର୍ବାଧିକ ଚାରି ଦିନ ମଧ୍ୟରେ କାଗଜପତ୍ର ଜିଲ୍ଲାପାଳଙ୍କୁ ପଠାଇବେ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୩ ଦିନ ମଧ୍ୟରେ ଡିଡିଓଙ୍କୁ ପ୍ରଦାନ କରାଯିବ। ଡିଡିଓ ଅନୁକମ୍ପାମୂଳକ ସହାୟତା ରାଶିର ବିଲିଂ କରି ଆଇଏଫଏମ୍‍ଏସ୍‍ ଜରିଆରେ ଟ୍ରେଜେରୀକୁ ପ୍ରଦାନ କରିବେ। ଟ୍ରେଜେରୀରୁ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ଯିବା ପାଇଁ ସର୍ବାଧିକ ୩ ଦିନ ସମୟ ରଖାଯାଇଛି। କ୍ୟାପ୍‍ସ୍‍ ଜରିଆରେ ଅନଲାଇନ୍‍ରେ ଆବେଦନ କରିବା ପରେ ତାହା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ତହସିଲଦାର, ଉପ ଜିଲ୍ଲାପାଳ, ଏଡିଏମ୍‍, ଜିଲ୍ଲାପାଳ, ଡିଡିଓ, ଟ୍ରେଜରୀକୁ କାଗଜପତ୍ର ଯିବା ବ୍ୟବସ୍ଥା ହୋଇଛି।

ଆବେଦନକାରୀ ଫର୍ମରେ ମୃତ ବ୍ୟକ୍ତିଙ୍କର ବିସ୍ତୃତ ବିବରଣୀ ସହିତ ମୃତ୍ୟୁ ତାରିଖ, ସ୍ଥାନ, ସମୟ, ସ୍ଥାୟୀ ଠିକଣା, ଇ-ମେଲ, ମୋବାଇଲ୍‍ ନମ୍ବର, ଆଧାର କାର୍ଡ ନମ୍ବର, କୋଭିଡ୍‍ ମୃତ୍ୟୁ ପ୍ରମାଣପତ୍ର ସହ ଆବେଦନ କରିବେ। ସେହିପରି ଫର୍ମରେ ଆବେଦନକାରୀଙ୍କ ସୂଚନା, ପ୍ରମାଣପତ୍ର, ବ୍ୟାଙ୍କ ଆକାଉଣ୍ଟ ଆଦି ଉଲ୍ଲେଖ କରିବେ। ସେହିପରି ଯଦି ଏକାଧିକ ହିତାଧିକାରୀ ଥାନ୍ତି ତା ହେଲେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କ ନାମ, ବ୍ୟାଙ୍କ ବିବରଣୀ ଆଦି ସଂଲଗ୍ନ କରିବେ। ଯଦି ଆଧାର କାର୍ଡ ନଥାଏ ତା ହେଲେ ସରକାରଙ୍କ ଦ୍ୱାରା ଅନୁମୋଦିତ ଯେ କୌଣସି ଗୋଟିଏ ପରିଚୟପତ୍ର ଦେବା ଜରୁରୀ ହେବ। ସୂଚନାଯୋଗ୍ୟ ଯେ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୮୩୩୬ ଜଣ କୋଭିଡ୍‍ରେ ପ୍ରାଣ ହରାଇଛନ୍ତି। ଏବେ ଦୈନିକ ପ୍ରାୟ ୩/୪ ଜଣ ସଂକ୍ରମିତ ପ୍ରାଣ ହରାଉଛନ୍ତି। ନିୟମ ଅନୁସାରେ କୋଭିଡ୍‍ ସଂକ୍ରମିତ ହେବାର ୩୦ ଦିନ ମଧ୍ୟରେ ମୃତ୍ୟୁ ହୋଇଥିବା ଆବଶ୍ୟକ। ତେବେ ଯଦି କୌଣସି ବ୍ୟକ୍ତି ଡାକ୍ତରଖାନାରେ ଏହା ଠାରୁ ଅଧିକ ଦିନ ପର୍ଯ୍ୟନ୍ତ ଚିକିତ୍ସିତ ହୋଇ ପ୍ରାଣ ହରାଇଥାନ୍ତି ତା ହେଲେ ମଧ୍ୟ ସେମାନ ନିକଟ ସମ୍ପର୍କିୟ ଆର୍ଥିକ ସହାୟତା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ଏହା ବ୍ୟତୀତ କୋଭିଡ୍‍ ଆକ୍ରାନ୍ତ ଆତ୍ମହତ୍ୟା କରିଥିଲେ କିମ୍ବା ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିଲେ ବି ଏଥିପାଇଁ ଯୋଗ୍ୟ ବିବେଚିତ ହେବେ।

କୋଭିଡ୍‌ ମୃତକଙ୍କ ପରିବାରକୁ ୪ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ ମାମଲାରେ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବା ମାମଲାରେ ଆଜି ସୁପ୍ରିମକୋର୍ଟରେ ହୋଇଛି ଶୁଣାଣି । ତେବେ ଏହି କ୍ଷତିପୂରଣ ଏବଂ କୋଭିଡ ଡେଥ ସାର୍ଟିଫିକେଟକୁ ନେଇ ଏବେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । କିନ୍ତୁ ଏହି ଡେଥ ସାର୍ଥିଫିକେଟକୁ ନେଇ ଥିବା ଗାଇଡଲାଇନ୍ ସରଳ କରିବାକୁ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି କୋର୍ଟ । ଅନ୍ୟପଟେ ପୂର୍ବରୁ ଦିଆଯାଇଥିବା ସାର୍ଟିଫିକେଟରେ ପରିବର୍ତ୍ତନ କରାଯାଇ ପାରିବକି ନାହିଁ ବୋଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏହାର ଜବାବ ତିନି ଦିନ ମଧ୍ୟରେ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେପଟେ ଗତକାଲି ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଦେବାକୁ କେନ୍ଦ୍ର ସରକାର ମନା କରିଛନ୍ତି । ଏନେଇ କୋର୍ଟରେ ନିଜର ସତ୍ୟପାଠ ଦାଖଲ କରିଛି କେନ୍ଦ୍ର । ଏହାକୁ ନେଇ ଆଜି ପ୍ରଶ୍ନ ଉଠାଇଛି ପିଟିସନ ଦାଖଲକାରୀଙ୍କ ଆଇନଜୀବୀ । ସେ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ କେବେ କେବେ ଆସିଥାଏ । କିନ୍ତୁ କରୋନା ମହାମାରୀର ତାଣ୍ଡବ ଏବେ ଜାରି ରହିଛି ।

କେନ୍ଦ୍ରର ଆର୍ଥିକ ଅବସ୍ଥା ଦୁର୍ବଳଥିବା ବାହାନା କରି କାହାକୁ ସହୟତା ଦେବାକୁ ମନା କରିପାରିବ ନାହିଁ ବୋଲି କହିଛନ୍ତି ଆବେଦନକାରୀଙ୍କ ଆଇନଜୀବୀ । ଗତକାଲି କେନ୍ଦ୍ର ସରକାର କୋର୍ଟରେ ନିଜର ସତ୍ୟପାଠରେ ଦର୍ଶଇଥିଲେ ଯେ ଭୟଙ୍କର ମହାମାରୀରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୮୫ ହଜାରରୁ ଅଧିକ ହେଲାଣି । ଆଗାମୀ ଦିନରେ ଏହି ସଂଖ୍ୟା ବଢିବାର ଆଶଙ୍କା ରହିଛି । ଏଣୁ ସରକାର କ୍ଷତିପୂରଣ ଦେଇପାରିବେ ନାହିଁ । ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଭୂମିକମ୍ପ, ବନ୍ୟା କ୍ଷେତ୍ରରେ ହିଁ କ୍ଷତିପୂରଣ ଦେବାର ବ୍ୟବସ୍ଥା ଅଛି । ମହାମାରୀ କାଳରେ ଗଣମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ଦେବାର ଆଇନରେ ବ୍ୟବସ୍ଥା ନାହିଁ । କୋଭିଡ ଯୋଗୁ ପ୍ରାୟ ସମସ୍ତ ରାଜ୍ୟ ଗଭୀର ଆର୍ଥିକ ସଂକଟରେ ରହିଛନ୍ତି । ହଜାର ହଜାର କୋଭିଡ୍ ରୋଗୀଙ୍କ ମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ସମ୍ଭବ ନୁହେଁ ।

କୋଭିଡ୍ ମୃତ୍ୟୁ ହେଲେ ଇଏସ୍ଆଇସି ହିତାଧୁକାରୀଙ୍କୁ ମିଳିବ ଆର୍ଥିକ ସହାୟତା
ଭୁବନେଶ୍ୱର : ଏଣିକି କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ହିତାଧୂକାରୀଙ୍କୁ କୋଭିଚ୍‌-୧୯ ରିଲିଫ୍ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି। ୨୦୨୦ ମାର୍ଚ୍ଚ ୨୪ ତାରିଖରୁ ପିଛିଲା ଭାବେ ଲାଗୁ ହେବା ସହ ପରବର୍ତ୍ତ ଦୁଇ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ଇଏସ୍‌ଇସି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଯୋଜନା ଅନୁସାରେ ହିତାଧିକାରୀ କୋଭିଡରେ ମୃତ୍ୟୁବରଣ କଲେ ପରିବାର ସଦସ୍ୟଙ୍କୁ ନିୟମିତ ଆର୍ଥିକ ସହାୟତା ଦିଆଯିବ । ଏହି ବାବଦରେ ମାସିକ ଅନ୍ୟୁନ ୧୮୦୦ ଟଙ୍କା ମିଳିବ। ମୃତ ବ୍ୟକ୍ତିଙ୍କ ମାସିକ ବେତନର ହାରାହାରି ୯୦ ପ୍ରତିଶତ ନିକଟ ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦିଆଯିବ। କୋଭିଡରୁ ଆରୋଗ୍ୟ ଲାଭ କରିବାର ୩୦ ଦିନ ଭିତରେ ମୃତ୍ୟୁବରଣ କଲେ ଏହି ଯୋଜନା ଅନ୍ତର୍ଭୁକ୍ତ କରାଯିବ।

କୋଭିତରେ ମୃତ୍ୟୁବରଣ କରିଥିବା କର୍ମଚାରୀ ଆକ୍ରାନ୍ତ ହେବାର ତିନି ମାସ ପୂର୍ବରୁ ଇଏସ୍ଵାଇସି ଅନ୍‌ଲାଇନ୍ ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ଆବଶ୍ୟକ। କାଭିଡ୍ ଆକ୍ରାନ୍ତ ହେବାର ଅତି କମରେ ଏକ ବର୍ଷ ମଧ୍ୟରେ ଅନ୍ୟନ ୭୦ ଦିନର ଅଂଶଧନ ପୈଠ ହୋଇଥିବା କିମ୍ବା ପୈଠ ପାଇଁ ଦେୟ ହୋଇଥିବା ଜରୁରୀ। ମୃତ କର୍ମଚାରୀଙ୍କ ପରିବାର କୋଭିତ ପଳିଟିଭ୍ ରିପୋର୍ଟ ଓ ମୃତ୍ୟୁ ପ୍ରମାଣପତ୍ର ସହିତ ଯେ କୌଣସି ଶାଖା କାର୍ଯ୍ୟାଳୟରେ ଆବେଦନ କରିହେବ ବୋଲି ଜଣାଯାଇଛି ।

୫୦ ବର୍ଷ ସେବାଦେଇ ବି ପାଇଲେନି ଭେଣ୍ଟିଲେଟର, ଆଖି ବୁଜିଲେ ଡାକ୍ତର
ପ୍ରୟାଗରାଜ: ଜଣେ ଡାକ୍ତର ଭାବେ ଯେଉଁ ହସ୍ପିଟାଲରେ ଜଣେ ୫୦ ବର୍ଷ ଧରି ସେବା ଯୋଗାଇଆସିଥିଲେ ସେଠାରେ ତାଙ୍କର ଚିକିତ୍ସା ପାଇଁ ଭେଣ୍ଟିଲେଟର ମିଳିଲାନି ଆଉ ଶେଷରେ ଡାକ୍ତର ଜଣକ ଆଖିବୁଜିବା ଘଟଣା ଭଳି ଏକ ସ୍ପର୍ଶକାତର ଖବର ନଜରକୁ ଆସିଛି। ଜଣେ ଖ୍ୟାତନାମା ସର୍ଜନ ଭାବେ ଡାକ୍ତର ଜେକେ ମିଶ୍ର (୮୫) ବିଗତ ୫୦ ବର୍ଷ ଧରି ପ୍ରୟାଗରାଜ ସ୍ଥିତ ସ୍ୱରୁପରାନୀ ହସ୍ପିଟାଲରେ ସେବା ଯୋଗାଇ ଦେଇଆସୁଥିଲେ। କିନ୍ତୁ ନିକଟରେ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ସେହି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଭେଣ୍ଟିଲେଟର ସପୋର୍ଟ ନମିଳିବାରୁ ଶେଷରେ ଡାକ୍ତର ମିଶ୍ର ନିଜ ପତ୍ନୀଙ୍କ ସାମ୍ନାରେ ଆଖି ବୁଜିଛନ୍ତି। ଡାକ୍ତର ମିଶ୍ରଙ୍କ ପତ୍ନୀ ରମା ମିଶ୍ର (୮୦) ମଧ୍ୟ ଏହି ହସ୍ପିଟାଲରେ ଜଣେ ଡାକ୍ତର ଭାବେ କାର୍ଯ୍ୟ କରୁଛନ୍ତି। ଗତ ୧୬ ତାରିଖରେ ଡାକ୍ତର ମିଶ୍ର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭତ୍ତି କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ତାଙ୍କର ଅବସ୍ଥାରେ ଅବନତି ଘଟିବାରୁ ଭେଣ୍ଟିଲେଟରର ଆବଶ୍ୟକତା ପଡ଼ିଥÒଲା। କିନ୍ତୁ ଏଠାରେ ରୋଗୀଙ୍କ ସଂଖ୍ୟା ଏତେ ବଢିଯାଇଛି ଯେ ନିଜ ସ୍ବାମୀଙ୍କ ପାଇଁ ରମା ଭେଣ୍ଟିଲେଟର ଯୋଗାଡ଼ କରିପାରିନଥିଲେ। ନିଜେ ଡାକ୍ତର ହୋଇ ବି ନିଜ ସ୍ବାମୀଙ୍କୁ ସହଯୋଗ କରିପାରିଲିନେ ବୋଲି ରମା କହିଥÒଲା ବେଳେ ଏବେ ସେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ରାଜ୍ୟରେ ବେକାବୁ କରୋନା : ଆଖିବୁଜିଲେ ଆଉ ୮ ଜଣ ଆକ୍ରାନ୍ତ, ମୃତ୍ୟୁସଂଖ୍ୟା ୧୯୭୩କୁ ବୃଦ୍ଧି
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ନିଆଁ ହୁତ୍‌ ହୁତ୍‌ ହୋଇ ଜଳୁଛି । କରୋନା ଦିନକୁ ଦିନ ବେକାବୁ ହେବାରେ ଲାଗିଛି ।ରାଜ୍ୟରେ ଲଗାତାର ଦ୍ୱିତୀୟ ଦିନ ଲାଗି ୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୯୭୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ କରୋନାରେ ବାଲେଶ୍ୱରରୁ ଜଣେ, ବଲାଙ୍ଗିରରୁ ଜଣେ, ଗଞ୍ଜାମରୁ ୨ ଜଣ, କଳାହାଣ୍ଡିରୁ ୨ ଜଣ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ଜଣଙ୍କର ମୃତ୍ୟୁ ହୋଇଛି ।

ବାଲେଶ୍ୱର ଜିଲ୍ଲାରେ ମୋଟ ୧୩ ହଜାର ୭୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏଯାବତ୍ କରୋନାରେ ୯୭ ଜଣଙ୍କ ମୃତ୍ୟୁ ହେଲାଣି । ଜିଲ୍ଲା ଏବେ କରୋନାର ଅରେଞ୍ଜ ଜୋନରେ ରହିଛି । ରେଡ୍ ଜୋନରେ ଥିବା ବଲାଙ୍ଗି ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି ପାଇଥିବା ବେଳେ ଜିଲ୍ଲାରେ ଏବେ ୧୫୭୦ଟି ସକ୍ରିୟ ମାମଲା ରହିଛି ।

ଅରେଞ୍ଜ ଜୋନରେ ଥିବା ଗଞ୍ଜାମ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ହୋଇଥିବା ୨ କରୋନା ମୃତ୍ୟୁକୁ ମିଶାଇ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୨୫୫କୁ ବୃଦ୍ଧି ପାଇଛି । ରେଡ୍ ଜୋନରେ ଥିବା କଳାହାଣ୍ଡିରେ କରୋନା ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୨୩୭୮ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି ।

ସେହିଭଳି କନ୍ଧମାଳ ଜିଲ୍ଲାରେ କୋଭିଡ୍ ମୃତକଙ୍କ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୧୮୮ଟି ସକ୍ରିୟ ମାମଲା ରହିଛି । ସଂକ୍ରମଣରେ ରାଜ୍ୟର ଚିନ୍ତା ବଢ଼ାଇଥିବା ରେଡ୍ ଜୋନ୍ ଖୋର୍ଦ୍ଧା ଜିଲ୍ଲାରେ କୋଭିଡ୍ ମୃତ୍ୟୁ ସଂଖ୍ୟା ୩୪୩କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୬ ହଜାର ୬୯୭ଟି ସକ୍ରିୟ ମାମଲା ରହିଛି ।