market - The Sakala

ରେକର୍ଡ ସ୍ତରକୁ ଖସିଲା ଟଙ୍କା ମୂଲ୍ୟ, ୧ ଡଲାର=୮୯.୬୮ ଟଙ୍କା...
ନୂଆଦିଲ୍ଲୀ: ଆମେରିକା ସହିତ ବାଣିଜ୍ୟ ଚୁକ୍ତିରେ ବିଳମ୍ବ ଏବଂ ଫେଡେରାଲ୍ ରିଜର୍ଭ ଆଡୁ ସୁଧ ହାରରେ କୌଣସି ହ୍ରାସ ସମ୍ଭାବନା ନ ଥ଄ବା ସମ୍ପର୍କିତ ରିପୋର୍ଟ ଆସିବା ପରେ ଭାରତୀୟ ମୁଦ୍ରା ‘ଟଙ୍କା’ ମୂଲ୍ୟରେ ହ୍ରାସ ଘଟିଛି। ଫଳରେ ଶୁକ୍ରବାର ଟଙ୍କା ରେକର୍ଡ ସର୍ବନିମ୍ନ ୮୯.୬୮ ସ୍ତରକୁ ଖସିଆସିଛି। ଭାରତ ଏବଂ ଆମେରିକା ଏ ପର୍ଯ୍ୟନ୍ତ ଏକ ବାଣିଜ୍ୟ ଚୁକ୍ତିରେ ପହଞ୍ଚି ନାହାଁନ୍ତି। ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି। ଆମେରିକା-ଭାରତ ବାଣିଜ୍ୟରେ ବାଧା ଏବଂ ଫେଡେରାଲ୍ ରିଜର୍ଭରୁ ସୁଧ ହାର ହ୍ରାସର ଆଶା ହ୍ରାସ ପାଇବା ଭାରତୀୟ ମୁଦ୍ରାକୁ ପ୍ରଭାବିତ କରୁଛି। ଆମେରିକାରୁ ଆସିଥିବା ଏହି ଆଶ୍ଚର୍ଯ୍ୟ କରିବା ଭଳି ଖବର ଭାରତୀୟ ମୁଦ୍ରାର ଗତିକୁ ବାଧା ଦେଇଛି, ଯାହାର ଫଳସ୍ୱରୂପ ଶୁକ୍ରବାର ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଏହାର ସର୍ବନିମ୍ନ ସ୍ତରକୁ ଖସିଆସିଛି।

ଶେଷ ଥର ପାଇଁ ଟଙ୍କା ୮୯.୩୪ ସ୍ତରରେ କାରବାର କରିଥିଲା। ଅଗଷ୍ଟ ଶେଷ ଭାଗରେ ଭାରତୀୟ ରପ୍ତାନି ଉପରେ ଆମେରିକାର ଶୁଳ୍କ ଲାଗୁ ହେବା ପରଠାରୁ ଟଙ୍କା ଚାପରେ ରହିଛି। ଚଳିତବର୍ଷ  ଟଙ୍କା ଏସିଆ ମହାଦେଶର ସବୁଠାରୁ ଦୁର୍ବଳ ମୁଦ୍ରା ମଧ୍ୟରୁ ଅନ୍ୟତମ। ବିଦେଶୀ ନିବେଶକମାନେ ଏ ପର୍ଯ୍ୟନ୍ତ ଭାରତୀୟ ଇକ୍ୱିଟିରୁ ୧୬.୫ ବିଲିୟନ ଡଲାରର ପାଣ୍ଠି ପ୍ରତ୍ୟାହାର କରିନେଇଛନ୍ତି। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ଯୋଗୁ  ଭାରତୀୟ ଷ୍ଟକ ବଜାର ମଧ୍ୟ ମନ୍ଥର ରହିଛି। ଟଙ୍କାର ଦୁର୍ବଳତା ମଧ୍ୟ ବଜାରରେ ଏହି ହ୍ରାସ ଆଣିଛି। ସପ୍ତାହର ଶେଷ କାରବାର ଦିବସ ଶୁକ୍ରବାର ସେନସେକ୍ସ ଏବଂ ନିଫ୍ଟି ସୂଚକାଙ୍କ ଉଭୟ ହ୍ରାସ ପାଇଛି।

କର୍ପୋରେଟ୍ ସଂସ୍ଥା ନିୟନ୍ତ୍ରଣରେ ଦେଶର ଖୁଚୁରା ବଜାର; ରକେଟ୍‌ ଭଳି ବଢ଼ୁଛି ଅଟା, ସୁଜି, ମଇଦା ଦର
ଭୁବନେଶ୍ବର: ଦିନକୁ ଦିନ ଅସଡ୍ୟ ହେଉଛି ବଜାର ତାତି। ଏହି ବଜାର ତାତି ଏବେ ଖରା ତାତିକୁ ବଳିଗଲାଣି। ମହଙ୍ଗା ମାଡ଼ରେ ବଜାର ଗରମ। ବଜାରର ଏଭଳି ସ୍ଥିତିରେ ଖାଉଟି ଅସହାୟ। କାରଣ ଖୁଚୁରା ବଜାରରେ ବର୍ତ୍ତମାନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଅଟା ଚୁଡ଼ା, ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦର। ଇତିମଧ୍ୟରେ ଚାଉଳ କିଲୋ ପିଛା ୩୫, ଚୁଡା ୪୦ ଟଙ୍କା ଏବଂ ଅଟା ଅଟା କିଲୋ ୪୫ ଟଙ୍କା ଉପରେ ବିକ୍ରି ହେଉଛି। ଗହମ ଯୋଗାଣ ଜନିତ ସମସ୍ୟା ବଜାରରେ ଏକ ଅସ୍ବଭାବିକ ପରିସ୍ଥିତି ସୃଷ୍ଟି କରିଛି। ଯାହାର ଫଳ ସ୍ବରୂପ ଅଟା ଦର ବଢ଼ି ବଢ଼ି ଚାଲିଛି। ସ୍ଥିତି ଏବେ ଏମିତି ହୋଇଛି ଯେ, କେତେବେଳେ ଗରିବଙ୍କ ତାୱାରୁ ରୁଟି ଉଭାନ୍‌ ହୋଇଯିବ ତାହା କହିବା ମୁସ୍କିଲ୍। ଦେଶର ଖୁଚୁରା ବଜାର ବର୍ତ୍ତମାନ କର୍ପୋରେଟ୍‌ ସଂସ୍ଥାଗୁଡିକର ନିୟନ୍ତ୍ରଣରେ ରହିଛି। ଆହୁରି ଏଥିରେ ଦାଉ ସାଧୁଛି ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ)। ଏଫ୍‌ସିଆଇ ବଜାରକୁ ଚାଉଳ ଏବଂ ଗହମ ଛାଡୁନାହିଁ। ଏହାର ପ୍ରଭାବରେ ବଜାରରେ ରକେଟ୍ ଭଳି ବଢ଼ିବାରେ ଲାଗିଛି ଅଟା, ସୁଜି ଏବଂ ମଇଦା ଦର। ଏଭଳି ବଜାର ସ୍ଥିତିକୁ ଦେଖି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବ୍ୟବସାୟୀ ମହାସଂଘ ସରକାରଙ୍କୁ ଅନୁରୋଧ କରିଛି। ନଚେତ୍‌ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ମହାସଂଘ ଚେତାଇ ଦେଇଛି।

ଖୁଚୁରା ବଜାରରେ ଚାଉଳ ଏବଂ ଅଟା ଦର ବଢ଼ିବାରେ ଲାଗିଥିବାବେଳେ ଗୋଦାମରୁ ଏଫସିଆଇ ଏ ଯାଏ ଗହମ ଏବଂ ଚାଉଳ ଖୋଲା ବଜାରକୁ ଛାଡୁନାହିଁ। ଯାହାଫଳରେ ବିଚାରା ଖାଉଟି କଲବଲ ହେଉଛନ୍ତି। ସେପଟେ ବିରୋଧୀ ଦଳଗୁଡିକ ଦରଦାମ ବୃଦ୍ଧିକୁ କେନ୍ଦ୍ରର ଅପରାଗତା ବୋଲି କହୁଛନ୍ତି। ଖୋଲା ବଜାରକୁ ଚାଉଳ ଓ ଗହମ ନ ଆସିଲେ ଦେଶରେ ଖାଦ୍ୟାନ୍ନ ଅଭାବ ଦେଖାଦେବ ବୋଲି ଅର୍ଥନୀତି କ୍ଷେତ୍ରର ବିଶେଷଜ୍ଞ କହିଛନ୍ତି। ବିଶେଷଜ୍ଞମାନଙ୍କ ମତରେ ଏବେ କର୍ପୋରେଟ୍ ସଂସ୍ଥାଗୁଡିକର ହାତରେ ଖୁଚୁରା ବଜାର। ଉତ୍ପାଦନ ଭଲ ହୋଇଥିଲେ ବି କର୍ପୋରେଟ୍ ସଂସ୍ଥାଗୁଡିକ ବଜାର ଦରକୁ ଉପର ତଳ କରୁଛନ୍ତି।

ଅପରପେକ୍ଷ ଘରୋଇ ବଜାରରେ ଦେଖାଦେଉଥିବା ଚାହିଦା ପୂରଣ କରିବା ଲାଗି ପ୍ରତ୍ୟେକ ବର୍ଷ ଜୁନ୍‌ ଓ ଜୁଲାଇରେ ଏଫ୍‌ସିଆଇ ପ୍ରତି ରାଜ୍ୟକୁ ବହୁ ପୂର୍ବରୁ ଗହମ ଓ ଚାଉଳ ଆବଣ୍ଟନ କରି କରିଦେଇଥାଏ। କିନ୍ତୁ ଚଳିତ ବର୍ଷ ସ୍ଥିତି ଓଲଟା। ଗହମ ଅଭାବରୁ ଖୁଚୁରା ବଜାରରେ ଅଟା, ସୁଜି, ମଇଦା ଓ ଗହମଜାତ ସାମଗ୍ରୀଗୁଡିକର ଦର ରକେଟ୍‌ ଭଳି ବଢିଚାଲିଛି। ତଥାପି ଏଫ୍‌ସିଆଇର କମ୍ଭକର୍ଣ୍ଣ ନିଦ ଭାଙ୍ଗୁନାହିଁ। ଏମିତି ନିଲାମି ପ୍ରକ୍ରିୟା କରାଯାଇଛି, ତାହା ବ୍ୟବସାୟୀଙ୍କୁ ଦ୍ବନ୍ଦ୍ବରେ ପକାଇଛି। କେବେ ସରିବ ନିଲାମ ଶେଷ ହେବ ଆଉ ଖୋଲା ବଜାରକୁ ଗହମ ଓ ଚାଉଳ ଆସିବ ତାହା କହି ହେଉନାହିଁ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବଢ଼ିବା ପରେ ଚାଉଳ ଓ ଚୁଡ଼ା ଦର ବି ବଢିଚାଲିଛି। ବଜାରର ଏପରି ସ୍ଥିତି ଦେଖି ରାଜ୍ୟ ବ୍ୟବସାୟୀ ମହାସଂଘ ଉଦବେଗ ପ୍ରକାଶ କରିଛି। ଆଗାମୀ ୧୫ଦିନ ଭିତରେ ଯଦି ଏଫ୍‌ସିଆଇ ଓ କେନ୍ଦ୍ର ସରକାର ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନ ନିଅନ୍ତି ତାହେଲେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ସଂଘ ଚେତାଇ ଦେଇଛି।

ଏ ସମ୍ପର୍କରେ ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ମହଙ୍ଗା ବଜାର ଦର ଯୋଗୁ ବର୍ତ୍ତମାନ ଖାଉଟି ସୂଚକାଙ୍କ ଏବେ ୬ପ୍ରତିଶତ ଓ ପାଇକାରୀ ସୂଚକାଙ୍କ ୧୨ ପ୍ରତିଶତ ଟପିଲାଣି। ଦରଦାମ ବୃଦ୍ଧିର କାରଣ ନେଇ ସରକାରୀ ରିପୋର୍ଟକୁ କେନ୍ଦ୍ର ସରକାର ଜାଣିଶୁଣି ପ୍ରକାଶ କରୁନାହାନ୍ତି। ଏଫ୍‌ସିଆଇ ଓଡ଼ିଶାକୁ ଲଗାତର ଅବହେଳା କରିଆସିଛି। ଯଦି ଓଡ଼ିଶା ପାଇଁ ଆବଣ୍ଟନ ନେଇ ପ୍ରେସ୍‌ ଇସ୍ତାହାରରେ ଉଲ୍ଲେଖ ରହୁଛି। କିନ୍ତୁ ସମ୍ପୃକ୍ତ ପୋର୍ଟାଲରେ କାହିଁକି ଗହମ ଓ ଚାଉଳ ପରିମାଣ ଉଲ୍ଲେଖ କରୁନାହିଁ ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି।

କରୋନା ପାଇଁ ସୋମବାରରୁ ଭୁବନେଶ୍ଵରର ପ୍ରମୁଖ ହାଟ ସ୍ଥାନାନ୍ତର ନିଷ୍ପତ୍ତି
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ହାଟ ମାନଙ୍କରେ ମଧ୍ଯ ସାମାଜିକ ଦୂରତ୍ବ ରହୁ ନାହିଁ। ଏ ନେଇ ବିଏମସି ପକ୍ଷରୁ ଭୁବନେଶ୍ଵରର ପ୍ରମୁଖ ହାଟ ଗୁଡ଼ିକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ସୋମବାରରୁ ଭୁବନେଶ୍ଵରର ପ୍ରମୁଖ ହାଟ ଗୁଡିକ ସ୍ଥାନାନ୍ତର କରାଯିବ।

ସୂଚନା ଅନୁଯାୟୀ, ୟୁନିଟ-୧ ହାଟ ପୁଣି ପୂର୍ବପରି ୟୁନିଟ-୧ ହାଇସ୍କୁଲ ପଡ଼ିଆକୁ ଉଠିବ। ସେହିପରି ବ୍ରହ୍ମେଶ୍ୱର ହାଟ ବ୍ରହ୍ମେଶ୍ୱର ମେଳଣ ପଡ଼ିଆକୁ ସ୍ଥାନାନ୍ତର କରାଯିବ। ଲିଙ୍ଗରାଜ ହାଟ ଉଠିବ ବିଏମସି ମାର୍କେଟ କମ୍ପ୍ଲେକ୍ସକୁ। ଏହାସହ ଗୁରୁବାରଠାରୁ ୟୁନିଟ-୪ ହାଟ ଶାସ୍ତ୍ରୀ ନଗର ଓ ରେଡକ୍ରସ ସମ୍ମୁଖ ରାସ୍ତାକୁ ସ୍ଥାନାନ୍ତର ହୋଇ ସାରିଛି।