Super 8 Group 1 - The Sakala

ଟି-୨୦ ବିଶ୍ୱକପ୍‌ ସୁପର-୮ ମୁକାବିଲା: ରୋହିତଙ୍କ ବିସ୍ଫୋରକ ବ୍ୟାଟିଂ, ଅଷ୍ଟ୍ରେଲିଆକୁ ୨୦୬ ରନର ଟାର୍ଗେଟ ଦେଲା ଭାରତ
ଗ୍ରୋସ୍ ଇସଲେଟ୍‌: ଉତ୍ତର ଆମେରିକାର ସେଣ୍ଟ ଲୁସିଆର ଗ୍ରୋସ୍ ଇସଲେଟ୍‌ର ଡାରେନ ସାମ୍ମି କ୍ରିକେଟ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପର ୫୧ତମ ମ୍ୟାଚରେ ଗ୍ରୁପ୍-୧ର ସୁପର ୮ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା । ଭରତ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୨୦୫ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ୨୦୬ ରନର ଆବଶ୍ୟକତା ରହିଛି।

ଭାରତ ପକ୍ଷରୁ ବିରାଟ କୋହଲି ୫ ବଲରେ କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ପାରିକୁ ରୋହିତ ଶର୍ମା ଓ ଋଷଭ ପନ୍ତ ସମ୍ଭାଳିଥିଲେ। ଋଷଭ ପନ୍ତ ୧୪ ବଲରେ ୧୫ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ରୋହିତ ଶର୍ମା ଏକ ବିସ୍ଫୋରକ ଇଂନିସ ଖେଳିଥିଲେ। ରୋହିତ ଶର୍ମା ୪୧ ବଲରେ ୯୨ ରନ କରି ଆଉଟ ହୋଇଥିଲେ। ପରେ ସୂର୍ଯ୍ୟକୁମାର ଯାଦବ ୧୬ ବଲରେ ୩୧ ରନ କରି ଆଉଟ ହୋଇଥିଲେ। ଏହାପରେ ପାରିକୁ ଶିବମ୍ ଦୁବେ  ଓ ହାର୍ଦ୍ଦିକ ପାଣ୍ଡ୍ୟା  ସମ୍ଭାଳିଥିଲେ। ଶିବମ୍ ଦୁବେ ୨୨ ବଲରେ ୨୮ ରନ କରି ଆଉଟ ହୋଇଥିଲେ।  ହାର୍ଦ୍ଦିକ ପାଣ୍ଡ୍ୟା ୧୭ ବଲରେ ୨୭ ରନ କରି ଅପରାଜିତ ରହିଥିବା ବେଳେ ରବିନ୍ଦ୍ର ଜାଡେଜା ୫ ବଲରେ ୯ ରନ କରି ଅପରାଜିତ ରହିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ଓ ମାର୍କସ ଷ୍ଟୋଇନିସ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଜୋଶ ହାଜଲେଉଡ ଗୋଟିଏ  ୱିକେଟ ନେଇଥିଲେ।

ଟି-୨୦ ବିଶ୍ୱକପ୍‌: ଆଜି ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ, ୩ ସ୍ପିନରଙ୍କ ଉପରେ ନିର୍ଭରଶୀଳ ଆଫଗାନିସ୍ତାନ
ବାର୍ବାଡୋସ୍‌: ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳ ଗୁରୁବାରଠାରୁ ତା’ର ସୁପର-୮ ଅଭିଯାନ ଆରମ୍ଭ କରିବ। ସ୍ଥାନୀୟ କେନସିଂଟନ ଓଭାଲ ଗ୍ରାଉଣ୍ଡରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତ ରସିଦ ଖାନଙ୍କ ଆଫଗାନିସ୍ତାନକୁ ଭେଟିବ। ସୁପର- ୮ର ୩ଟି ଯାକ ମ୍ୟାଚ୍‌ ଭାରତ କ୍ୟାରିବିୟାନରେ ଖେଳିବ। ଆମେରିକାରୁ ଆସି ନୂଆ ପରିବେଶରେ ଭାରତ ଖାପ ଖୁଆଇ ସୁପର-୮ରେ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଭାରତୀୟ ଦଳ ବ୍ୟାଟିଂ, ବୋଲିଂ, ଫିଲ୍ଡିଂରେ ବେଶ ଶକ୍ତିଶାଳୀ ମନେହେଉଥିବା ବେଳେ ଏହି ମ୍ୟାଚ୍‌ରେ ଫେବରାଇଟ ବିବେଚିତ ହେଉଛି।

ନ୍ୟୁୟର୍କରେ ଖରାପ୍‌ ପିଚ୍‌ କାରଣରୁ ଭାରତୀୟ ବ୍ୟାଟର ହାତଖୋଲା ସଟ୍‌ ଖେଳିପାରି ନଥିଲେ। କିନ୍ତୁ ଏଠାରେ ବ୍ୟାଟରମାନେ ଆକ୍ରମଣାତ୍ମକ ଶୈଳୀରେ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ଏଠାରେ ସ୍ପିନରଙ୍କୁ ସୁହାଇବା ଭଳି ପିଚ୍‌ ପ୍ରସ୍ତୁତ ହୋଇଥିବା ବେଳେ ଭାରତୀୟ ଖେଳାଳି ଏଥିପାଇଁ ବିଶେଷ ଧ୍ୟାନ ଦେବାକୁ ହେବ। ଅଭିଜ୍ଞ ବ୍ୟାଟର ରୋହିତ ଓ ବିରାଟ କୋହଲି ମଧ୍ୟ ନେଟ୍ସରେ ସ୍ପିନର ଓ ସ୍ଲୋ ବୋଲରଙ୍କୁ ସାମ୍ନା କରି ଅଭ୍ୟାସ କରିଛନ୍ତି। ଆଫଗାନିସ୍ତାନ ଦଳରେ କେତେଜଣ ବିଶ୍ୱସ୍ତରୀୟ ସ୍ପିନର ରହିଛନ୍ତି। ଖାସ୍‌ କରି ସୂର୍ଯ୍ୟକୁମାର ଯାଦବ ଓ ଋଷଭ ପନ୍ତ କିଭଳି ବ୍ୟାଟିଂ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ। ଏହି ସ୍ପିନ ଫ୍ରେଣ୍ଡଲି ପିଚ୍‌ରେ ଭାରତ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରୁ କାହାକୁ ଖେଳାଇବା ତାହା ଟସ୍‌ ପରେ ଜଣା ପଡିବ। ରବୀନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟଙ୍କ ଭଳି ଅଲରାଉଣ୍ଡର ମଧ୍ୟ ଏହି ମ୍ୟାଚ୍‌ରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ସେହିପରି ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ନୂଆ ବଲ୍‌ରେ ପୁଣିଥରେ ଚମତ୍କାର ଦେଖାଇବା ଆଶା କରାଯାଉଛି।

୩ ସ୍ପିନରଙ୍କ ଉପରେ ନିର୍ଭରଶୀଳ ଆଫଗାନିସ୍ତାନ

ଅପରପକ୍ଷରେ ଟି-୨୦ରେ ଆଫଗାନିସ୍ତାନ ଗତକିଛି ବର୍ଷ ମଧ୍ୟରେ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି। ୩ଜଣ ସ୍ପିନର ରସିଦ ଖାନ, ନୁର ଅହମ୍ମଦ ଓ ମହମ୍ମଦ ନବୀଙ୍କ ଉପରେ ଦଳ ଅତ୍ୟଧିକ ନିର୍ଭରଶୀଳ ହୋଇପଡିଛି। ଆଫଗାନିସ୍ତାନ ଦଳରେ ମଧ୍ୟ କେତେଜଣ କ୍ୱାଲିଟି ବିଶ୍ୱସ୍ତରୀୟ ବ୍ୟାଟର ରହିଛନ୍ତି। ଖାସ୍‌ କରି ଦଳର ୩ ତାରକା ସ୍ପିନର ଭାରତୀୟ ବ୍ୟାଟରଙ୍କ ପାଇଁ ପରୀକ୍ଷା ସୃଷ୍ଟି କରିବେ।

ଦୁଇପାଦ ଆଗରେ ଭାରତ

ଗତ ୫ଟି ମ୍ୟାଚ୍‌ରେ ଭାରତ ୪ଟି ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାସ୍ତ ହୋଇଛି। ସେହିପରି ଆଫଗାନିସ୍ତାନ ଗତ ୫ଟି ମ୍ୟାଚ୍‌ରେ ୩ଟିରେ ବିଜୟୀ ହୋଇଛି। ରେକର୍ଡ, ଫର୍ମ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭାରତ ଦୁଇ ପାଦ ଆଗରେ ରହିଛି। ଏପର୍ଯ୍ୟନ୍ତ ଉଭୟ ଦଳ ପରସ୍ପରକୁ ୮ଥର ଭେଟିଛନ୍ତି। ଏଥିରେ ଭାରତ ୭ଥର ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍‌ ଟାଇ ରହିଛି। ଭାରତ ବିପକ୍ଷରେ ଆଫଗାନିସ୍ତାନ ଏପର୍ଯ୍ୟନ୍ତ ଖାତା ଖୋଲିପାରିନାହିଁ। ଏହି ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ସଞ୍ଜୁ ସାମସନ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସିରାଜ।

ଆଫଗାନିସ୍ତାନ ଦଳ: ରହମାନୁଲ୍ଲା ଗୁରୁବାଜ, ଇବ୍ରାହିମ ଜଡ୍ରାନ, ଗୁଲବଦିନ ନାଇବ, ଅଜମାତୁଲ୍ଲା ଓମରଜାଇ, ମହମ୍ମଦ ନବୀ, ନାଜିବୁଲ୍ଲା ଜଡ୍ରାନ, କରିମ ଜନତ, ରସିଦ ଖାନ୍‌ (ଅଧିନାୟକ), ନୁର ମହମ୍ମଦ, ନବୀନ-ଉଲ-ହକ, ଫାଜଲହକ ଫାରୁକି, ହଜରାତୁଲ୍ଲା ଜଜାଇ, ଫରିଦ ଅହମ୍ମଦ ମଲିକ, ମହମ୍ମଦ ଇଶାକ ଓ ନାନଗେୟାଲିଆ ଖାରୋଟ।