FIR against pigeon - The Sakala

ପାରା ବିରୁଦ୍ଧରେ ଏଫ୍ଆଇଆର୍
ପଞ୍ଜାବ: ଆପଣ ଶୁଣିଲେ ନିଶ୍ଚିତ ଆଶର୍ଯ୍ଯ ହୋଇଯିବେ। ମଣିଷ ନୁହେଁ  ପାରା ବିରୁଦ୍ଧୋରେ ଏକ ଏଫ୍ଆଇଆର୍ ରୁଜୁ କରାଯାଇଛି। ଏପରି ଘଟଣା ଦେଖିବାକୁ ମିଳିଛି ପଞ୍ଜାବରେ।

ସୂଚନା ଅନୁଯାୟୀ, ପଞ୍ଜାବର ଅନ୍ତର୍ଜାତୀୟ ସୀମା ନିକଟରେ ସନ୍ଦେହଜନକ ଭାବେ ଏକ ପାରା ଧରାପଡିଛି।​ ବିପିଓ ରୋରାନୱାଲାରେ ଡ୍ୟୁଟିରେ ଥିବା ଜଣେ କନଷ୍ଟେବଳଙ୍କ ନିକଟକୁ ପକ୍ଷୀଟି ଉଡ଼ି ଆସିଥିଲା। ତା’ ଗୋଡରେ ବନ୍ଧା ହୋଇଥିବା ଏକ କାଗଜ ମଧ୍ୟ ଜବତ ହୋଇଛି ଏବଂ ପାରା ବିରୁଦ୍ଧରେ ଏକ ଏଫ୍ଆଇଆର୍ ରୁଜୁ କରାଯାଇଛି। ପାକିସ୍ତାନରୁ ପାରାଟି ଆସିଥିବା ସନ୍ଦେହ କରାଯାଉଛି। ଗୁପ୍ତଚର ବୃତ୍ତି ପାଇଁ ଏହାକୁ ନିୟୋଜିତ କରାଯାଇଥିବା ପୁଲିସ ଅନୁମାନ କରୁଛି।

ଅନୁସନ୍ଧାନ ସମୟରେ ପାରର ଗୋଡରେ ବନ୍ଧା ହୋଇଥିବା କାଗଜ ଖୋଲାଯାଇଥିଲା। କାଗଜ ଖୋଲିବା ପରେ ଏଥିରେ ଏକ ସନ୍ଦେହଜନକ ନମ୍ବର ଲେଖାଯାଇଥିବା ଦେଖିବାକୁ ମିଳିଥିଲା। ଏହି ସଂଖ୍ୟା କ’ଣ ଥିଲା? କେଉଁ ଉଦ୍ଦେଶ୍ୟରେ ଏହାକୁ ପଠାଯାଇଥିଲା ସେ ବିଷୟରେ ଏପର୍ଯ୍ଯନ୍ତ କୌଣ ସୂଚନା ଦିଆଯାଇନାହିଁ। ତେବେ ଅମୃତସରର କାହଗଡ ପୁଲିସ ଷ୍ଟେସନରେ ଉକ୍ତ ପାରା ଉପରେ ଏକ ମାମଲା ରୁଜୁ ହୋଇଛି।

ରିପୋର୍ଟ ଅନୁଯାୟୀ, ପାରାଟି କଳା ଏବଂ ଧଳା ରଙ୍ଗର ଅଟେ। ୧୭ ଏପ୍ରିଲ ସନ୍ଧ୍ୟାରେ ଏହା ଧରାଯାଇଥିଲା। ଏହି ସମୟରେ କନଷ୍ଟେବଳ ନୀରଜ କୁମାର ବିପି ରୋରାନୱାଲା ନିକଟରେ ଡ୍ୟୁଟି କରୁଥିଲେ। ହଠାତ୍ ଏହି କପୋତଟି କୌଣସି ସ୍ଥାନରୁ ଆସି କାନ୍ଧରେ ବସିଥିଲା।

ସୂଚନା ଅନୁଯାୟୀ, ଏହି ଶିବିରରୁ ପାକିସ୍ତାନ ପୋଷ୍ଟ ପର୍ଯ୍ଯନ୍ତ ଦୂରତା ମାତ୍ର ୫୦୦ ମିଟର ଅଟେ। ଏହାପୂର୍ବରୁ ସୀମାରେ ଏଭଳି ଅନେକ ମାମଲା ଦେଖିବାକୁ ମିଳିଥିଲା। ଗତ ବର୍ଷ ୨୦୨୦ରେ ଜାମ୍ମୁ କାଶ୍ମୀରର କାଠୁଆ ଜିଲ୍ଲା ଅନ୍ତର୍ଗତ ଅନ୍ତର୍ଜାତୀୟ ସୀମାରେ ଧରା ହୋଇଥିଲା।। ପାକିସ୍ତାନକୁ ଗୁପ୍ତଚର ଅଭିଯୋଗରେ ମଧ୍ୟ ଏକ କପୋତକୁ ଅଟକ ରଖାଯାଇଥିଲା।