Lord Jagannath and Devi Rukmini Vivah - The Sakala

ସରିଲା ରାଜେନ୍ଦ୍ରାଭିଷେକ, ଆଜି ମହାପ୍ରଭୁଙ୍କୁ ବିବାହ କରିବେ ଦେବୀ ରୁକ୍ମିଣୀ
ପୁରୀ: ବିଦର୍ଭ ରାଜା ଭୀଷ୍ମକଙ୍କ କନ୍ୟା ରୁକ୍ମିଣୀଙ୍କୁ ଆଜି ବିବାହ କରିବେ ମହାପ୍ରଭୁ। ମା’ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ରୁକ୍ମିଣୀ । ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ । ଏହି ଅବସରରେ ଠାକୁର-ଠାକୁରାଣୀଙ୍କ ଦେବ ବିବାହ ନୀତି ସମ୍ପନ୍ନ ହେବ । ଶିଶୁପାଳ ରୁକ୍ମିଣୀଙ୍କୁ ବିବାହ କରିବାକୁ ଚାହୁଁଥିବା ଜାଣିପାରି ତାଙ୍କୁ ବାଟରୁ ହରଣ କରିନେବାକୁ ଦେବୀ ଗୁପ୍ତରେ ଶ୍ରୀକୃଷ୍ଣଙ୍କୁ ଚିଠି ଲେଖି ଜଣାଇଥିଲେ । ସେବକମାନେ ଦେବତାଙ୍କ ପକ୍ଷରୁ ଏହି ନୀତି ସମ୍ପାଦନ କରିବେ । ରାତିରେ ମହାପ୍ରଭୁଙ୍କ ସହିତ ରୁକ୍ମିଣୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ । ଏଥି ସହିତ ଭିତର ଚନ୍ଦନ ଯାତ୍ରା ଅବସରରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ବିଧି ଅନୁଷ୍ଠିତ।

ଦେବ ବିବାହ ଲାଗି ସୋମବାର ସନ୍ଧ୍ୟା ଧୂପ ବଢ଼ିବା ପରେ ଶ୍ରୀମନ୍ଦିରରେ ଘଣ୍ଟ, କାହାଳୀ, ମହୁରୀ ବାଜି ମହାପ୍ରଭୁଙ୍କ ଅଭିଷେକ ନୀତି ସମ୍ପନ୍ନ ହୋଇଛି। ଏହି ନୀତିକୁ ରାଜେନ୍ଦ୍ରାଭିଷେକ କୁହାଯାଏ। ସୋମବାର ଥିଲା ଜ୍ୟେଷ୍ଠ ଶୁକ୍ଳ ଦଶମୀ। ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ନୀତି ବଢ଼ିବା ପରେ ମଦନମୋହନ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ଭୋଗବାଟ ଗଣେଶଙ୍କଠାରେ ପଡ଼ିଥିବା ଖଟ ଉପରେ ବିଜେ କରିଥିଲେ। ଏହାପରେ ଭିତର ଶୋଧ ହୋଇ ଜୟବିଜୟ ଦ୍ୱାର ବନ୍ଦ ରହି ଆଲଟ ଲାଗି ହୋଇଥିଲା। ଜଣେ ସେବକ ଡଗର ଭାବେ ଆସି ମଦନମୋହନଙ୍କୁ ରୁକ୍ମିଣୀ ବିବାହ ପ୍ରସ୍ତାବ ଜଣାଇଥିଲେ। ଏହାପରେ ମହାଜନେ ଠାକୁରଙ୍କୁ ହାତରେ ବିଜେ କରାଇ ଆଣି ବଟମୂଳେ ଥିବା ରଥରେ ବିଜେ କରାଇଥିଲେ।

ବିମାନବଡ଼ୁମାନେ ଘଣ୍ଟ, ଛତା, କାହାଳୀ ସହ ରଥାରୁଢ଼ ମହାପ୍ରଭୁଙ୍କୁ ଭିତର ବେଢ଼ାରେ ଗୋଟିଏ ଘେରା ପରିକ୍ରମା କରାଇଥିଲେ। କୁତ କଉତୁକ ଋଷି (ଜଣେ ସେବକ) ଦଣ୍ଡ ପ୍ରଣାମ କରି ମହାପ୍ରଭୁଙ୍କୁ ଦକ୍ଷିଣୀ ଘରକୁ ନେଇଥିଲେ। ସେଠାରେ ଠାକୁର ଖଟ ଉପରେ ବିଜେ ହେବା ପରେ ପଞ୍ଚାମୃତ ମହାସ୍ନାନ ହୋଇଥିଲା। ଫୁଲ ଚନ୍ଦନ ଲାଗି ହୋଇ ବେଶ ହୋଇଥିଲା। ଶୀତଳ ଭୋଗ ମଣୋହୀ ହୋଇ କ୍ଷିରୀ, ଅମାଲୁ ଭୋଗ ବନ୍ଦାପନା ବଢ଼ିଥିଲା। ଏହାପରେ ଠାକୁର ଦକ୍ଷିଣଘର ସ୍ୱ-ଆସ୍ଥାନକୁ ବିଜେ ହୋଇଥିଲେ। ଶ୍ରୀଜଗନ୍ନାଥଙ୍କ ନିକଟରେ ଛତି ଟେକା ହୋଇ ଅଭିଷେକ ନୀତି ସମ୍ପନ୍ନ ହୋଇଥିଲା। ପରେ ଭିତରେ ପଣା ଭୋଗ ହୋଇ ଅନ୍ୟାନ୍ୟ ନୀତି ବଢ଼ିଥିଲା। ମଙ୍ଗଳବାର ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁ ରୁକ୍ମିଣୀଙ୍କୁ ବିବାହ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।