Schools Open - The Sakala

ସରିଲା ଖରାଛୁଟି, ଖୋଲିଲା ସ୍କୁଲ; ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ସକାଳୁଆ ସ୍କୁଲ
ଭୁବନେଶ୍ୱର: ସରିଲା ଗ୍ରୀଷ୍ମ ଅବକାଶ, ଖୋଲିଲା ସ୍କୁଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ସକାଳୁଆ ସ୍କୁଲ ହୋଇଛି। ସକାଳ ୬ଟା ୩୦ ରୁ ୧୦ଟା ୩୦ ଯାଏ ଚାଲିବ କ୍ଲାସ । ପୂର୍ବ ନିଷ୍ପତ୍ତି ଅନୁସାରେ ଆଜିଠୁ ସ୍କୁଲ ଖୋଲିଛି । କେନ୍ଦୁଝର, ଦେବଗଡ଼, ଜଗତସିଂହପୁର, ଅନୁଗୁଳ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଯାଜପୁର, ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି ଆଦି ଜିଲ୍ଲାରେ ସକାଳୁଆ ସ୍କୁଲ ହେଉଛି । ୧୫ ଜିଲ୍ଲାରେ ସକାଳୁଆ ସ୍କୁଲ ହୋଇଥିବାବେଳେ ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ଛୁଟି ଓ ୪ ଜିଲ୍ଲାରେ କେବଳ ଆଜି ଛୁଟି ରହିଛି ।

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ବଢାଇବାକୁ ଦାବି ହୋଇଥିଲା । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ସ୍କୁଲ ଖୋଲିବା ସମ୍ପର୍କରେ ଜିଲ୍ଲାସ୍ତରରେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଆଜିଠୁ କିଛି ଜିଲ୍ଲାରେ ସକାଳୁଆ ସ୍କୁଲ ହୋଇଥିବାବେଳେ ଅନ୍ୟ କିଛି ଜିଲ୍ଲାରେ ସ୍କୁଲ ଛୁଟି ରହିଛି । ଗଞ୍ଜାମ, ଭଦ୍ରକ, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼, ସୋନପୁରରେ ମଧ୍ୟ ୨୦ ଜୁନ ଯାଏ ସ୍କୁଲ ଛୁଟି ରହିଛି। ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ଦେଖି ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ ସେନେଇ ଜିଲ୍ଲାପାଳ ନିଷ୍ପତ୍ତି ନେଉଛନ୍ତି । ଏହି ନିର୍ଦ୍ଦେଶ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।