oxygen - The Sakala
କୋଭିଡ ଯୋଗୁଁ ଦେଶ ଛଟପଟ ହେଉଥିବା ବେଳେ : କେନ୍ଦ୍ର କହୁଛି ଅକ୍ସିଜେନ ଅଭାବରୁ ଯାଇନି ଗୋଟିଏ ବି ଜୀବନ
ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ର ସରକାରଙ୍କ ବୟାନ ସମସ୍ତଙ୍କୁ ବ୍ୟଥିତ କରିଛି । କରୋନାର ଦ୍ବିତୀୟ ଲହରରେ ଅକ୍ସିଜେନ୍ ଅଭାବରୁ ଜଣଙ୍କର ବି ମୃତ୍ୟୁ ହୋଇନି , ଏ କଥା କହିଛନ୍ତି କେନ୍ଦ୍ର ସରକାର । ଏଥିରୁ ସ୍ପଷ୍ଟ ହୋଇଛି, କୋଭିଡ ଯୋଗୁଁ ଦେଶ ଛଟପଟ ହେଉଥିବା ବେଳେ ଆଖି ବୁଜି ଦେଇଥିଲେ କେନ୍ଦ୍ର ସରକାର । ଯଦି ଆଖି ଖୋଲା ରଖିଥାନ୍ତେ, ତାହେଲେ ପ୍ରକୃତ ଘଟଣା ନିଶ୍ଚୟ ଦେଖିପାରିଥାନ୍ତେ । ଯଦି ଅକ୍ସିଜେନରେ କାହାରି ମୃତ୍ୟୁ ହୋଇନି ତାହାଲେ ସତ କହୁଛି କିଏ । ଜୁଇରେ ଜଳୁଥିବା ଶବ ମିଛ କହୁଛି ନା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଅକ୍ସିଜେନ୍ ଅଭାବରୁ ଦିଲ୍ଲୀବାସୀ କିଭଳି କଲବଲ ହେଉଥିଲେ ତାହା ସାରା ଦେଶବାସୀ ଜାଣନ୍ତି, ତେବେ କେନ୍ଦ୍ର ସରକାର ରଖିଥିବା ଏହି ତଥ୍ୟ କେତେଦୂର ସତ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କଂଗ୍ରେସ ନେତା କେ.ସି ବେଣୁଗୋପାଳ ଳିଖିତ ଆକାରରେ ଜାଣିବାକୁ ଚାହିଁଥିଲେ ଦ୍ବିତୀୟ ଲହରରେ ଦେଶରେ କେତେ ଜଣ ଅକ୍ସିଜେନ୍ ଅଭାବରୁ ପ୍ରାଣ ହରାଇଛନ୍ତି ।
କେନ୍ଦ୍ର ରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ଭାରତୀ ପାଓ୍ବାରଙ୍କ ଉତ୍ତର ଥିଲା, ଦେଶରେ କେହି ଜଣେ ବି ଅକ୍ସିଜେନ୍ ଅଭାବରୁ ପ୍ରାଣ ହରାଇନାହାଁନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଆସିଥିବା ରିପୋର୍ଟ ହିଁ ଏଭଳି କହୁଥିବା କହିଛନ୍ତି କେନ୍ଦ୍ର ରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଏଠିବି ରାଜ୍ୟ ଉପରେ ସମସ୍ତ ଦୋଷ ଲଦି ଦେଇଛନ୍ତି କେନ୍ଦ୍ର ସରକାର । ଏଥିରୁ ସ୍ପଷ୍ଟ ଅନୁମେୟ କେନ୍ଦ୍ର ସରକାର ଦେଶର ସ୍ବାସ୍ଥ୍ୟସେବାକୁ କେତେ ବ୍ୟଥିତ । ଯଦି ଅକ୍ସିଜେନ ପାଇଁ କାହାର ଜୀବନ ଯାଇନି, ତାହେଲେ ହେଲେ ଅକ୍ସିଜେନ ପାଇଁ ଏତେ ଘମାଘୋଟ କାହିଁକି ଚାଲିଥିଲା । କାହିଁକି ରୋଗୀଙ୍କ ପାଇଁ ଗ୍ରୀନ୍‌ କରିଡର ମାଧ୍ୟମରେ ଅକ୍ସିଜେନ ପଠାଇବା ବ୍ୟବସ୍ଥା କରାଗଲା । କାହିଁକି ପିଏମ କେୟାର ଫଣ୍ଡରୁ ଅକ୍ସିଜେନ ପ୍ଲାଣ୍ଟ ଖୋଲିବା ପାଇଁ ଅର୍ଥ ଦିଆଗଲା । ସଂସଦରେ କେନ୍ଦ୍ର ସରକାରଙ୍କ ଏଭଳି ବୟାନ କରୋନାରେ ଜୀବନ ଯାଇଥିବା ଲୋକଙ୍କ ପରିବାର ପ୍ରତି ଘୋର ଅପମାନ ବୋଲି ବିରୋଧୀ କହିଛନ୍ତି ।
ରାଜ୍ୟର ୭ଟି ଜିଲ୍ଲାରେ ୭ଟି ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୭ଟି ଜିଲ୍ଲାରେ ୭ଟି ତରଳ ମେଡିକାଲ ଅକ୍‌ସିଜେନ ପ୍ଲାଣ୍ଟ ଏବଂ ୭ଟି PSA ବ୍ୟବସ୍ଥାର ଭିତ୍ତିପ୍ରସ୍ତର ରଖିଛନ୍ତି। ଏହାସହିତ ବାଲେଶ୍ବରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସହାୟତାରେ ଏକ ଅତିରିକ୍ତ ସ୍ବାସ୍ଥ୍ୟ ସୁବିଧା କେନ୍ଦ୍ର, ଡେଙ୍ଗୁ ଓ ଡାଇରିଆ ୱାର୍ଡ, ରକ୍ତ ବର୍ଗୀକରଣ ୟୁନିଟ, କଟକରେ ଫୁସଫୁସ ରୋଗର ଚିକିତ୍ସା ପାଇଁ ଏକ ଉତ୍କର୍ଷ କେନ୍ଦ୍ର ଏବଂ ନବରଙ୍ଗପୁରରେ ଏକ RT-PCR ଟେଷ୍ଟ ଲାବୋରେଟୋରୀର ମଧ୍ୟ ଉଦ୍‌ଘାଟନ କରିଛନ୍ତି । ଏହି ସମସ୍ତ ଭିତ୍ତିଭୂମି ପାଇଁ ୨୯ କୋଟି ୪୧ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନାର ଦ୍ବିତୀୟ ଲହରୀରେ ମେଡିକାଲ ଅକ୍‌ସିଜେନର ଆବଶ୍ୟକତା ବହୁତ ବଢିଯାଇଥିଲା। ଏହି ସମୟରେ ଓଡିଶାରେ ଅକ୍‌ସିଜେନ ଯୋଗାଣ ନେଇ କୌଣସି ସମସ୍ୟା ହୋଇନାହିଁ । ନିଜର ଆବଶ୍ୟକତାକୁ ପୂରଣ କରିବା ସହ ଓଡିଶା ୧୭ଟି ରାଜ୍ୟକୁ ଅକ୍‌ସିଜେନ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିପାରିଛି । ଓଡିଶା ପାଇଁ ଏହା ନିଶ୍ଚିତ ଭାବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ପ୍ରତ୍ୟେକ ଓଡିଆଙ୍କ ପାଇଁ ଏହା ଆତ୍ମସନ୍ତୋଷର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅକ୍‌ସିଜେନର ଉତ୍ପାଦନ ଠାରୁ ଆରମ୍ଭ କରି ରୋଗୀକୁ ସେବା ଯୋଗାଇ ଦେବା ପର୍ଯ୍ୟନ୍ତ ବ୍ୟବସ୍ଥା ଏକ ଜଟିଳ ପ୍ରକ୍ରିୟା । ଏଥିରେ ବହୁତ ଯନ୍ତ୍ରପାତି, ଯାନବାହାନ, ନିରନ୍ତର ତଦାରଖ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଆବଶ୍ୟକତା ଜରୁରୀ। ଓଡିଶାକୁ ଆମେ ଦେଶର ବିଭିନ୍ନ ସ୍ଥାନରୁ ଏପରିକି ଚୀନ୍‌ରୁ ମଧ୍ୟ ଅକ୍‌ସିଜେନ ସିଲିଣ୍ଡର ଆଣି ଆମର ବ୍ୟବସ୍ଥାକୁ ସୁଦୃଢ କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କରୋନା ଭୂତାଣୁ ସଂକ୍ରମଣର ଅନିଶ୍ଚିତ ଗତି ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ଠାରୁ ହିଁ ଆମକୁ ପ୍ରସ୍ତୁତ ରହିବାକୁ ହେବ। ଏଥିପାଇଁ ଆମର ସ୍ବାସ୍ଥ୍ୟ ଭିତ୍ତିଭୂମି, ସ୍ବାସ୍ଥ୍ୟ କର୍ମଚାରୀ ଓ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ବ ଦେଇ କାମ କରାଯାଉଛି । ଆଜିର ନୂଆ ବ୍ୟବସ୍ଥା ଗୁଡିକ ଲୋକଙ୍କୁ ଖୁବଶୀଘ୍ର ସେବା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ। ଏହିସବୁ ଭିତ୍ତିଭୂମି ପାଇଁ କର୍ପୋରେଟ କ୍ଷେତ୍ରର ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।
ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା , ଅମ୍ଳଜାନ ଅଭାବରୁ ଚାଲିଗଲା ୭ ରୋଗୀଙ୍କ ଜୀବନ
ହାଇଦ୍ରାବାଦ : ଅମ୍ଳଜାନ ଅଭାବକୁ ନେଇ ହାଇଦ୍ରାବାଦସ୍ଥିତ ଏକ ସରକାରୀ ହସ୍ପିଟାଲରେ ୭ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । କିଙ୍ଗ କୋଟି ସରକାରୀ ହସ୍ପିଟାଲରେ ଅମ୍ଳଜାନ ଅଭାବ ଦେଖାଯିବାରୁ ଏଠାକୁ ଏକ ଟ୍ୟାଙ୍କର ଅମ୍ଳଜାନ ଧରି ଆସୁଥିଲା। ମାତ୍ର ଟ୍ୟାଙ୍କର ଡ୍ରାଇଭର ରାସ୍ତା ଭୁଲିଯିବାରୁ ଠିକ୍ ସମୟରେ ହସ୍ପିଟାଲରେ ଅମ୍ଳଜାନ ପହଞ୍ଚିପାରିନଥିଲା। ସେପଟେ ହସ୍ପିଟାଲରେ ଅମ୍ଳଜାନ ଅଭାବକୁ ନେଇ ସ୍ଥିତି ସଙ୍ଗିନ ହୋଇପଡ଼ିଥିଲା ବେଳେ ଲୋକମାନେ ଟ୍ୟାଙ୍କରକୁ ଚାତକ ପରି ଅପେକ୍ଷା କରିଥିଲେ। ଧିରେ ଧିରେ ଆଇସିୟୁକୁ ଅମ୍ଳଜାନ ଯୋଗାଣ କମିଯାଇଥିଲା ବେଳେ ଏଠାରେ ଚିକିତ୍ସିତ ହେଉଥିବା କରୋନା ରୋଗୀମାନଙ୍କର ମୃତ୍ୟୁ ହେବାରେ ଲାଗିଥିଲା। ଏହି କାରଣରୁ ରବିବାର ୭ ରୋଗୀଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି।
ମିଳିଥିବା ରିପୋର୍ଟ ଅନୁସାରେ ହସ୍ପିଟାଲରେ ଅମ୍ଳଜାନ ଟ୍ୟାଙ୍କରେ ରବିବାର ଦ୍ବିପ୍ରହରରୁ ହିଁ ପ୍ରେସର କମ୍ ହେବାରେ ଲାଗିଥିଲା । ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତୁ ଟ୍ୟାଙ୍କ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲା ବେଳେ ଅମ୍ଳଜାନ ନେଇ ଆସୁଥିବା ଟ୍ୟାଙ୍କର ଡ୍ରାଇଭର ରାସ୍ତା ଭୁଲିଯାଇଥିଲେ। ହାଇଦ୍ରାବାଦ- ନାୟାରଣଗୁଡା ପୁଲିସ ବହୁତ କଷ୍ଟରେ ଏହି ଟ୍ୟାଙ୍କରକୁ ଠାବ କରି ହସ୍ପିଟାଲକୁ ଅମ୍ଳଜାନ ପହଞ୍ଚାଯାଇଥିଲେ ହେଁ ସେତେବେଳକୁ ୭ ଜଣଙ୍କ ଜୀବନ ନିର୍ବାପିତ ହୋଇସାରିଥିଲା।
ଆସନ୍ତା ଏକ ମାସ ମଧ୍ଯରେ ଦିଲ୍ଲୀରେ ସ୍ଥାପନ ହେବ ୪୪ ଟି ଅକ୍ସିଜେନ ପ୍ଲାଣ୍ଟ- କେଜ୍ରିୱାଲ
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସମୟରେ ବିଭିନ୍ନ ରାଜ୍ଯରେ ଅକ୍ସିଜେନର ଅଭାବ ଚିତ୍ର ସାମ୍ନାକୁ ଆସିଛି। ଅକ୍ସିଜେନର ତୀବ୍ର ଅଭାବ ମଧ୍ଯ ଦିଲ୍ଲୀରେ ଦେଖିବାକୁ ମିଳିଥିଲା। ଅକ୍ସିଜେନ ଅଭାବରୁ ବହୁ କରୋନା ରୋଗୀଙ୍କ ଜୀବନ ମଧ୍ଯ ଚାଲିଜାଇଛି। ଏହାରି ମଧ୍ଯରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ ନିଷ୍ପତ୍ତି ନେଇଛନ୍ତି।  ଆସନ୍ତା ଏକ ମାସ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ୪୪ ଟି ଅକ୍ସିଜେନ କାରଖାନା ସ୍ଥାପନ କରାଯିବ ବୋଲି କେଜ୍ରିୱାଲ କହିଛନ୍ତି।
ସେ କହିଛନ୍ତି ଯେ, ଏଠାରେ ଟ୍ୟାଙ୍କରର ଅଭାବ ରହିଛି ଏବଂ ଏହି ସମସ୍ୟାକୁ ଦୂର କରିବା ପାଇଁ ବ୍ୟାଙ୍କକରୁ ୧୮ ଟି ଟ୍ୟାଙ୍କର ଆମଦାନୀ କରାଯାଉଛି। ସେ ଆହୁରି କହିଛନ୍ତି ଯେ ଫ୍ରାନ୍ସରୁ ୨୧ ଟି ବ୍ୟବହାର ପାଇଁ ପ୍ରସ୍ତୁତ ଥିବା ଅକ୍ସିଜେନ ପ୍ଲାଣ୍ଟ ଆମଦାନୀ ହେଉଛି। କେନ୍ଦ୍ର ଦ୍ୱାରା ଆଠଟି ଅକ୍ସିଜେନ କାରଖାନା ସ୍ଥାପନ କରାଯିବ ଏବଂ ଆସନ୍ତା ଏକ ମାସ ମଧ୍ୟରେ ଦିଲ୍ଲୀ ସରକାର ୩୬ ଟି ପ୍ରତିଷ୍ଠା କରିବେ।
କେଜ୍ରିୱାଲ କହିଛନ୍ତି, ଗତ ସପ୍ତାହରେ ଦିଲ୍ଲୀରେ ଦେଖାଯାଇଥିବା ଅକ୍ସିଜେନ ସଙ୍କଟକୁ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇଛି, ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ହୋଇଛି।
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସମୟରେ ବିଭିନ୍ନ ରାଜ୍ଯରେ ଅକ୍ସିଜେନ ଅଭାବ ଦେଖାଦେଇଛି। ଦିଲ୍ଲୀର ଅକ୍ସିଜେନ୍ ସଂକଟ ନେଇ ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ଟିପ୍ପଣୀ ଦେଇଛନ୍ତି। କେନ୍ଦ୍ର, ରାଜ୍ୟ ଅଥବା କୌଣସି ଅଧିକାରୀ ଅକ୍ସିଜେନ୍ ଯୋଗାଣରେ ଅସୁବିଧା ସୃଷ୍ଟି କଲେ ଆମେ ସେହି ବ୍ୟକ୍ତିଙ୍କୁ ଲଟକାଇ ଦେବୁ । ଜଷ୍ଟିସ୍ ବିପିନ୍ ସାଂଘି ଓ ଜଷ୍ଟିସ୍ ରେଖା ପଲ୍ଲୀଙ୍କ ଖଣ୍ଡପୀଠ ଏଭଳି ଟିପ୍ପଣୀ କରିଛନ୍ତି । ମହାରଜା ଅଗ୍ରସେନ୍ ହସ୍ପିଟାଲର ଏକ ଆବେଦନର ଶୁଣାଣି ବେଳେ ଖଣ୍ଡପୀଠ ଏଭଳି ମନ୍ତବ୍ୟ ଦେଇଛନ୍ତି । ହସ୍ପିଟାଲରେ ଗମ୍ଭୀର କରୋନା ଆକ୍ରାନ୍ତଙ୍କୁ ଅକ୍ସିଜେନ୍ ନିଅଣ୍ଟକୁ ନେଇ କୋର୍ଟ ଏଭଳି ମତ ଦେଇଛନ୍ତି ।
ଅଦାଲତ ଦିଲ୍ଲୀ ସରକାରଙ୍କୁ ପଚାରିଛନ୍ତି କୁହନ୍ତି କିଏ ଅକ୍ସିଜେନ୍ ପରିବହନରେ ବାଧା ଦେଉଛନ୍ତି । ଖଣ୍ଡପୀଠ କହିଛନ୍ତି- ‘ଆମେ ସେହି ବ୍ୟକ୍ତିଙ୍କୁ ଟାଙ୍ଗି ଦେବୁ । ଆମେ କାହିରିକୁ ବି ଛାଡ଼ିବୁ ନାହିଁ ।’ ସ୍ଥାନୀୟ ପ୍ରଶାସନର ସେଭଳି ଅଧିକାରୀଙ୍କ ସମ୍ପର୍କରେ ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କୁ ଜଣାନ୍ତୁ । ଫଳରେ କେନ୍ଦ୍ର ସରକାର ଅଧିକାରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନେଇପାରିବ ।
ଅକ୍ସିଜେନ ଯୋଗାଣ ପାଇଁ ନବୀନଙ୍କ ସ୍ବତନ୍ତ୍ର ରଣକୌଶଳ
ରାଉରକେଲା: ଦେଶର ବିଭିନ୍ନ ରାଜ୍ଯରେ ଅକ୍ସିଜେନ ଅଭାବ ଦେଖାଦେଉଥିବା ବେଳେ। ଓଡ଼ିଶା ତାର ବଳକା ଅକ୍ସିଜେନ ବିଭିନ୍ନ ରାଜ୍ଯ ମାନଙ୍କୁ ପଠାଇବାରେ ଲାଗିଛି। ଏହି ମହାମାରୀ ସ୍ଥିତରେ ଓଡ଼ିଶା ଅକ୍ସିଜେନ ସଞ୍ଜୀବନୀ ବଣ୍ଟିବାରେ ଲାଗିଛି। ଅଣନିଶ୍ବାସୀ ରାଜ୍ଯଗୁଡିକୁ ନିଶ୍ବାସ ଯୋଗାଇ ଦେଉଛନ୍ତି ନବୀନ ସରକାର। ସବୁବେଳେ ବିପର୍ଯ୍ଯୟ ମୁକାବିଲା ଦିଗରେ ଓଡ଼ିଶା ଆଗରେ ଥିବ ବେଳେ ଏବେ ମହାମାରୀ ସମୟରେ ଉଦାହରଣ ସୃଷ୍ଟି କରିଛି। ଅକ୍ସିଜେନ ଯୋଗାଇଦେବା ପାଇଁ ନବୀନ ସରକାର ସ୍ବତନ୍ତ୍ର ରଣକୌଶଳ ଆପଣାଇଛନ୍ତି।
ରାଉରକେଲାରୁ ୨ଟି ମେଡିକାଲ୍ ଅକ୍ସିଜେନ୍ ଟ୍ୟାଙ୍କର ମଧ୍ୟପ୍ରଦେଶର ଇନ୍ଦୋର ଓ ମହାରାଷ୍ଟ୍ର ମୁମ୍ବାଇ ଅଭିମୁଖେ ବାହାରିଛି । ଏହି ମେଡିକାଲି ଅକ୍ସିଜେନ୍ ଭର୍ତ୍ତି ଟ୍ୟାଙ୍କରକୁ ଓଡ଼ିଶା ପୁଲିସ ଗ୍ରୀନ୍ କରିଡରରେ ଏସ୍କର୍ଟ କରି ନେଉଛି ।
ରାଉରକେଲାରୁ ଇନ୍ଦୋରକୁ ୨୧ ଟନ୍ ଅକ୍ସିଜେନ୍ ଯାଉଥିବା ବେଳେ ମୁମ୍ବାଇକୁ ୨୫ ଟନ୍ ଅକ୍ସିଜେନର ଦ୍ୱିତୀୟ ଟ୍ୟାଙ୍କର ଯାଉଛି । ସକାଳେ ଯାଜପୁରରୁ ୨ଟି ଅକ୍ସିଜେନ୍ ଟ୍ୟାଙ୍କର ଆନ୍ଧ୍ରର ଭିଶାଖାପାଟ୍ଟଣମ ଏବଂ ମହାରାଷ୍ଟ୍ରର ପୁନେ ଅଭିମୁଖେ ବାହାରି ଥିଲା । ଉକ୍ତ ଅକ୍ସିଜେନ୍ ଟ୍ୟାଙ୍କରକୁ ପୁଲିସ ଗ୍ରୀନ୍ କରିଡରରେ ଏସ୍କର୍ଟ କରି ନେଇଥିଲା ।
ସେପଟେ ବାୟୁସେନାର ଲଢୁଆ ବିମାନର ଅକ୍ସିଜେନ ଗ୍ୟାସ ପରିବହନ ହେବ। ଓଡ଼ିଶାକୁ ବାୟୁସେନାର ଦୁଇଟି ସି-୧୭ ଲଢୁଆ ବିମାନ  ତେଲେଙ୍ଗାନା ପଠାଇଛି। ଦିଲ୍ଲୀ , ମହାରାଷ୍ଟ୍ର ପରେ ଏବେ ତେଲେଙ୍ଗାନାକୁ ଅକ୍ସିଜେନ ପଠାଇବ ଓଡ଼ିଶା।
ଦିଲ୍ଲୀରେ ଅକ୍ସିଜେନ ଅଭାବ: ସାର୍ ଗଙ୍ଗାରାମ ହସ୍ପିଟାଲରେ ୨୫ ରୋଗୀଙ୍କ ମୃତ୍ୟୁ, ବିପଦରେ ୬୦ ଜୀବନ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ ଅଭାବ ଚିନ୍ତାର ବିଷୟ ପାଲଟିଛି। ଦେଶର ବିଭିନ୍ନ ସ୍ଥାନରୁ ରାଜଧାନୀ ଦିଲ୍ଲୀକୁ ଅକ୍ସିଜେନ ପଠାଯାଉଥିଲେ ମଧ୍ୟ ସେଠାରେ ସଂଖ୍ୟାଧିକ ଗୁରୁତରଙ୍କ ପାଇଁ ତାହା ପର୍ଯ୍ୟାପ୍ତ ହେଉନାହିଁ।  ସାର୍‍ ଗଙ୍ଗାରାମ ହସ୍ପିଟାଲରେ ଗତକାଲି ରାତିରେ ଅକ୍ସିଜାନ ଅଭାବରୁ  ଗୁରୁତର ଥିବା ୨୫ ଜଣଙ୍କର ମୃତ୍ୟୁ ଘଟିଛି। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆଉ ୬୦ଜଣ ଆକ୍ରାନ୍ତ ଏବେ ମଧ୍ଯ ଛଟପଟ ହେଉଛନ୍ତି। ସେଠାକୁ ତୁରନ୍ତ ଅକ୍ସିଜେନ ଯୋଗାଇଦେବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି।
ସେହିଭଳି ମାକ୍ସ ସ୍ମାର୍ଟ ହସ୍ପିଟାଲରେ ମଧ୍ୟ ଅକ୍ସିଜେନ ଶେଷହେବା ସ୍ଥିତିରେ ପହଞ୍ଚିଛି। ପରିସ୍ଥିତି ଏଭଳି ହୋଇଛି ଯେ ମେସିନ ଅଚଳ ହୋଇଯିବାରୁ ହହସ୍ପିଟାଲ କର୍ମଚାରୀ ନିଜେ ରୋଗୀଙ୍କର ଭେଣ୍ଟିଲେସନ କରାଉଛନ୍ତି। ଇତିମଧ୍ୟରେ ଦିଲ୍ଲୀ ହାଇକୋର୍ଟ ଗତକାଲି କେନ୍ଦ୍ର ସରକାରଙ୍କୁ ଆଦେଶ ଦେଇ ରାଜଧାନୀ ଦିଲ୍ଲୀକୁ ତୁରନ୍ତ ମେଡିକାଲ ଅକ୍ସିଜେନ ଯୋଗାଇଦେବାକୁ କହିଛନ୍ତି।
ଜୀବନ ସନ୍ଧାନରେ ବଡ଼ ସଫଳତା: ମଙ୍ଗଳରେ ପ୍ରସ୍ତୁତ ହେଲା ଅମ୍ଳଜାନ
ନୂଆଦିଲ୍ଲୀ : ମହାଶୂନ୍ୟରେ ମନୁଷ୍ୟକୁ ବଡ଼ ସଫଳତା ମିଳିଛି। ମଙ୍ଗଳ ଗ୍ରହକୁ ଜୀବନ ସନ୍ଧାନରେ ଯାଇଥିବା ଆମେରିକା ମହାକାଶ ଏଜେନ୍ସି ନାସାର ପିଜରଭାରେନ୍ସ ରୋଭରକୁ ପୁଣି ଏକ କୃତିତ୍ବ ହାସଲ କରିଛି। ଏହି ଯାନ ଲାଲ ଗ୍ରହର ପତଳା ବାୟୁମଣ୍ଡଳରେ ଅମ୍ଳଜାନ ପ୍ରସ୍ତୁତ କରିବାରେ ସଫଳ ହୋଇଛି। ଏଥିପାଇଁ ରୋଭରରେ ଏକ ସ୍ବତନ୍ତ୍ର ଡିଭାଇସ ଲଗାଯାଇଥିଲା। ଏହାର ନାମ ମାର୍ସ ଅକ୍ସିଜେନ ଇନ-ସିଟୁ ରିସୋର୍ସ ୟୁଟିଲାଇଜେସନ ଏକ୍ସପିରିମେଣ୍ଟ(ମୋକ୍ସି) ରଖାଯାଇଛି। ସୂଚନା ଅନୁଯାୟୀ ମଙ୍ଗଳ ବାୟୁମଣ୍ଡଳରେ ଅମ୍ଳଜାନ ବହୁତ କମ ୦.୨ ପ୍ରତିଶତ ରହିଛି। କାରର ବ୍ୟାଟେରୀ ଆକାରର ଏହି ରୋବୋ ୨୦୩୦ରେ ବୈଜ୍ଞାନିକମାନେ ମଙ୍ଗଳକୁ ପଠାଇବାକୁ ଚାହୁଁଥିବା ଡିଭାଇସର ଏକ ଛୋଟ ମଡେଲ। ଏକ ଗଛ ଭଳି ମୋକ୍ସି ମଧ୍ୟ ଅଙ୍ଗାରକାମ୍ଳ ଗ୍ରହଣ କରିଥାଏ। ଏହା ସିଓ୨ର ଅଣୁକୁ ଅମ୍ଲଜାନ ଏବଂ କାର୍ବନ ମନୋଅକ୍ସାଇଡରେ ବିଭାଜନ କରିଥାଏ। ଏହା ପରେ ଅମ୍ଲଜାନ ଏବଂ ଅଙ୍ଗାରକାମ୍ଳକୁ ବାୟୁମଣ୍ଡଳକୁ ଛାଡିଥାଏ। ଭବିଷ୍ୟତରେ ଏହି ଭଳି ବଡ ଡିଭାଇସରେ ଅମ୍ଳଜାନ ମହଜୁଦ ରଖାଯିବ ଏବଂ ଏହାକୁ ମନୁଷ୍ୟ ଏବଂ ରେକଟରେ ବ୍ୟବହାର କରାଯିବ। ମୋକ୍ସି ହେଉଛି ଏକ ଛୋଟ ପରୀକ୍ଷଣ। ଏହା ଠିକ ଭାବେ କାମ କଲେ ଘଣ୍ଟାକୁ ୧୦ ଗ୍ରାମ ଅମ୍ଳଜାନ ପ୍ରସ୍ତୁତ କରିପାରିବ। ଏହା ପୂର୍ବରୁ ନାସାର ପିଜରଭାରେନ୍ସ ରୋଭର ସହିତ ମଙ୍ଗଳରେ ପହଞ୍ଚିଥିବା ଇଞ୍ଜିନ୍ୟୁଟି ହେଲିକପ୍ଟର ଲାଲ ଗ୍ରହରେ ଉଡାଣ କରି ଇତିହାସ ରଚିଥିଲା। ଏହା ଜେଜେରୋ କ୍ରେଟରରେ ପ୍ରସ୍ତୁତ ଏକ ଅସ୍ଥାୟୀ ହେଲିପ୍ୟାଡରୁ ଉଡାଣ କରିଥିଲା।
ଅକ୍ସିଜେନ ଯୋଗାଣ ନେଇ କେନ୍ଦ୍ର ଜାରି କଲା ମାର୍ଗଦର୍ଶିକା, ଅବାଧରେ ହେବ ଅନ୍ତଃରାଜ୍ୟ ଅକ୍ସିଜେନ ସିଲିଣ୍ଡର ସ୍ଥାନାନ୍ତର
ଭୁବନେଶ୍ବର: ଅବାଧରେ ଅକ୍ସିଜେନ ସିଲିଣ୍ଡର ସ୍ଥାନାନ୍ତର ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ପାଇଁ କେନ୍ଦ୍ର ଏହି ମାର୍ଗଦର୍ଶିକା ଜାରି କରିଛି। ହସ୍ପିଟାଲକୁ ଆସୁଥିବା ଅକ୍ସିଜେନକୁ କେହି ଅଟକାଇପାରିବେ ନାହିଁ। ଯେକୌଣସି ସହରକୁ ଯେକୌଣସି ସମୟରେ ଯାଇପାରିବ ଅକ୍ସିଜେନ। ଆଜିଠାରୁ ଆଗାମୀ ନିର୍ଦ୍ଦେଶ ଯାଏଁ ଅକ୍ସିଜେନ ଯୋଗାଣ ଉପରେ ଏହି କଟକଣା ଲାଗୁ କରାଯାଇଛି।
ଏଥିସହ ହସ୍ପିଟାଲରେ ଅକ୍ସିଜେନର ଅଭାବ ଦେଖାଯାଉଥିବାରୁ ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଶିଳ୍ପସଂସ୍ଥାଗୁଡ଼ିକ ପାଇଁ ଯୋଗାଣ ବନ୍ଦ ରହିବ ବୋଲି ସରକାର କହିଛନ୍ତି। ଶିଳ୍ପାନୁଷ୍ଠାନକୁ ଅକ୍ସିଜେନ ଯୋଗାଣ ବନ୍ଦ କରିବା ପାଇଁ ଉତ୍ପାଦକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୯ଟି ଶିଳ୍ପ କ୍ଷେତ୍ରକୁ ବାଦ ଦେଇ ଅନ୍ୟ ଶିଳ୍ପାନୁଷ୍ଠାନକୁ ଅକ୍ସିଜେନ ଯୋଗାଣ ବନ୍ଦ କରାଯିବ।