Salagram - The Sakala

ବ୍ରହ୍ମପୁରା ଗୋପୀନାଥ ମନ୍ଦିରରେ ଥିବା ବୃହତ କଳାପଥର: ଦୋଷମୁକ୍ତ କରୁଛି କିରିଆ ପଥର
ସମ୍ବଲପୁର(ଶୁଭାଶିଷ ପାଢ଼ୀ): ମହାନଦୀ ତଟରେ ରହିଛି ଅନେକ ମନ୍ଦିର, ଦେବାଦେବୀଙ୍କ ପୀଠ। ସମସ୍ତ ପୀଠରେ ରହିଛି ଭିନ୍ନ ଭିନ୍ନ ଜନଶ୍ରୁତି ଓ ପୌରାଣିକ କଥା। ସମ୍ବଲପୁର ସହର ଝାଡୁଆପଡ଼ାରେ ଥିବା ବ୍ରହ୍ମପୁରା ଗୋପୀନାଥ ମନ୍ଦିରରେ ଥିବା ବୃହତ କଳାପଥର (ଶାଳଗ୍ରାମ) କିରିଆ ପଥର ଭାବେ ପୂଜା ପାଆନ୍ତି। ଏହି ପଥର ଉପରେ ଛିଡ଼ା ହୋଇ ଶପଥ କରାଯାଇଥାଏ। ସତ ନ କହିଲେ ଅନିଷ୍ଟ ହୋଇଥାଏ। ଜଣେ କଳାପଥର ଉପରେ ଛିଡ଼ା ହୋଇ ଶପଥ କଲେ ତାକୁ ବୋଷମୁକ୍ତ ବିବେଚନା କରାଯାଇଥାଏ। ବ୍ରିଟିଶ ଶାସନ ସମୟରେ ମଧ୍ୟ ସିଭିଲ କୋର୍ଟ ଏହାକୁ ମାନ୍ୟତା ଦେଉଥିଲା।

ଇଂରେଜମାନଙ୍କର ଦସ୍ତାବେଜରେ ଏହି କିରିଆ ପଥର ଉପରେ ଉଲ୍ଳେଖ ରହିଛି। ବ୍ରହ୍ମପୁରା ଗୋପୀନାଥ ମନ୍ଦିର ଗମ୍ଭୀରା ଓ ଜଗମୋହନ ମଧ୍ୟରେ ଅନ୍ତରାଳ ଏହି (ଶାଳଗ୍ରାମ) କଳାପଥର ରହିଛି। ଅନ୍ତରାଳ ପରେ ଗମ୍ଭୀରା ପ୍ରବେଶ ଦ୍ୱାର ପୂର୍ବରୁ ରହିଥିବା ଅଳିନ୍ଦରେ ଏକ ବୃହତ କଳାପଥର ଶାଳଗ୍ରାମ ବୋଲି ପୂଜା ପାଇ ଆସୁଛନ୍ତି। ଏ ପଥର ଉପରେ ଛିଡ଼ା ହୋଇ ଶପଥ କରିବାର ବିଧି ରହିଛି। କୌଣସି ବିଷୟକୁ ନେଇ ଦୁଇ ବ୍ୟକ୍ତି ବା ଦୁଇ ପକ୍ଷ ମଧ୍ୟରେ ବିବାଦ ସୃଷ୍ଟି ହେଲେ ଝଗଡ଼ାର ଚରମ ସୋପାନରେ ଏହି ମନ୍ଦିରରେ ଶପଥ କରାଯାଏ। ଯିଏ ମିଥ୍ୟା କହୁଥାଏ, ତା’ର ଅନିଷ୍ଟ ନିଶ୍ଚିତ- ଏଭଳି ଦୃଢ଼ ବିଶ୍ୱାସ ରହିଛି। ଏ ବିଶ୍ୱାସ ଏତେ ଦୃଢ଼ ଯେ ବ୍ରିଟିଶ ଶାସନ ସମୟରେ ମଧ୍ୟ ସିଭିଲ କୋର୍ଟ ଏହାକୁ ମାନ୍ୟତା ଦେଉଥିଲା।

ଆମକୁ ଶୁଣିଲେ ଅବିଶ୍ୱନୀୟ ଲାଗି ଥାଇପାରେ କିନ୍ତୁ ସତ୍ୟର ଗାଥା। କେବଳ ଜନଶ୍ରୁତି ନୁହେଁ ଏହା ପ୍ରମାଣିତ ହୋଇରହିଛି। ଏହି ମନ୍ଦିର ଅନ୍ୟ ଏକ ବିଶେଷତ୍ୱ ରହିଛି ଯେ, ପ୍ରତିଦିନ ମହାପ୍ରଭୁଙ୍କ ପାଖରେ ଅନ୍ନ ଲାଗି ହେବା ପରେ ପୂଜାରୀ ମନ୍ଦିର ସମ୍ମୁଖକୁ ଆସ ଘଣ୍ଟ ବଜାଇ ବାହାରେ ଥିବା ଭୋକିଲା ଅତିଥିଙ୍କୁ ଖାଇବାକୁ ନିମନ୍ତ୍ରଣ କରନ୍ତି ଓ ପ୍ରସାଦ ଦିଅନ୍ତି।

ଚୋଳ ଆକ୍ରମଣରେ ସୋମବଂଶୀ ରାଜାଙ୍କ ରାଜଧାନୀ ଯଯାତି ନଗର ଧ୍ୱଂସ ପାଇଲା। ୧୫୫୭ ମସିହାରେ ବଳରାମ ଦେବ ସମ୍ୱଲପୁରର ପୁନଃ ପ୍ରତିଷ୍ଠା କରିବା ମାତ୍ରେ ଏହା ସୁପ୍ରତିଷ୍ଠିତ ହେଲା। କାଳକ୍ରମେ ଲୋକମୁଖରେ ବ୍ରହ୍ମପୁରା ବସତି ଅଞ୍ଚଳ ଝାଡୁଆପଡ଼ା ଓ ଗୋପୀନାଥ ମହାପ୍ରଭୁଙ୍କ ମନ୍ଦିର ବ୍ରହ୍ମପୁରା ମନ୍ଦିର ରୂପେ ପ୍ରସିଦ୍ଧି ପାଇଛି। ମନ୍ଦିରଟି ସମ୍ୱଲପୁର ଶୈଳୀରେ ନିର୍ମିତ ହୋଇଛି। ସମ୍ୱଲପୁର ମନ୍ଦିର ଶୈଳୀ ଏକ ନିଜସ୍ୱ ଢାଞ୍ଚା ରହିଛି। ସମଲେଶ୍ୱରୀ ଓ ପାଟଣେଶ୍ୱରୀ ମନ୍ଦିରକୁ ଛାଡ଼ିଦେଲେ ଅନ୍ୟ ମନ୍ଦିରରେ ଗମ୍ଭୀରା ଓ ଜଗମୋହନ ରହିଛନ୍ତି। ତେବେ ବ୍ରହ୍ମପୁରା ଗୋପୀନାଥ ମନ୍ଦିରରେ ଗମ୍ଭୀରା ଓ ଜଗମୋହନ ମଧ୍ୟରେ ଅନ୍ତରାଳ ରହିଛି।

ଇତିହାସରେ କିରିଆଘରର କଳାପଥର

ଅନ୍ତରାଳ ପରେ ଗମ୍ଭୀରା ପ୍ରବେଶ ଦ୍ୱାର ପୂର୍ବରୁ ରହିଥିବା ଅଳିନ୍ଦରେ ଏକ ବୃହତ କଳାପଥର ଶାଳଗ୍ରାମ ପ୍ରସ୍ତର ଉପରେ ଛିଡ଼ାହୋଇ ଶପଥ କରିବାର ବିଧି ରହିଛି। ବିଶ୍ୱାସଯୋଗ୍ୟ ଯେ, ବ୍ରିଟିଶ ଶାସନ ସମୟରେ ମଧ୍ୟ ସିଭିଲ କୋର୍ଟ ଏହାକୁ ମାନ୍ୟତା ଦେଉଥିଲା। ବ୍ରହ୍ମପୁରା ମନ୍ଦିରରେ କିରିଆ (ଶପଥ) ହେଲେ ସେ ମାମଲାକୁ ଆଉ ଆଗକୁ ବଢ଼ାଉ ନ ଥିଲା ବା ମାମଲା ସମାପ୍ତ ବୋଲି ଧରିନିଆ ଯାଉଥିଲା। ଏହାର ଏକ ଉଦାହରଣ ଇଂରେଜମାନଙ୍କ ଲେଖାରେ ରହିଛି। ୧୮୬୨ରେ ମେଜର ଇମ୍ପେ ଶାନ୍ତି ବୁଝାମଣା କରିବା ପରେ ବୀର ସୁରେନ୍ଦ୍ର ସାଏ ତଥା ତାଙ୍କ ଅନ୍ତରଙ୍ଗ ସହଯୋଗୀଙ୍କୁ ଆଣି ଏଠି ଶପଥ କରାଇଥିଲେ ଓ ଶପଥ ନେବା ପରେ ଦୋଷମୁକ୍ତ କରିଥିଲେ।