Father's Day - The Sakala

ଆଜି ବିଶ୍ୱ ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ଆପଦ ବିପଦରେ ଯାହାର ଛତ୍ରଛାୟା ତଳେ ସୁରକ୍ଷିତ ରହେ ପରିବାର
ବାପା ପରିବାର ପାଇଁ ଛାତଟିଏ । ନିଜ ସନ୍ତାନଙ୍କୁ ହାତ ଧରି ଯିଏ ଚାଲିବା ଶିଖାଏ, ସିଏ ହେଉଛନ୍ତି ବାପା। ମୁଣ୍ଡଝାଳ ତୁଣ୍ଡରେ ମାରି ପରିବାର ମହଁରେ ଯିଏ ଆହର ଦିଏ, ସିଏ ହେଉଛନ୍ତି ବାପା। ପରିବାର ସଦସ୍ୟଙ୍କ ପାଇଁ ସେ ଘରର ମରୁବୀ। ଆପଦ ବିପଦରେ ଯାହାର ଛତ୍ରଛାୟା ତଳେ ସୁରକ୍ଷିତ ରହେ ପରିବାର।

ବାପା ସ୍ନେହ, ଶ୍ରଦ୍ଧା ଓ ଅନୁଶାସନର ଏକ ସନ୍ଦୁର ଉଦାହରଣ । ବାପାମାନଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରରେ ଭାରତ ସମେତ ବିଶ୍ୱର ବହୁ ଦେଶରେ ‘ଫାଦର୍ସ ଡେ’ ବା ପିତୃଦିବସ ପାଳନ କରାଯାଏ । ସନ୍ତାନସନ୍ତତିମାନେ ପିତାଙ୍କ ତ୍ୟାଗ ଓ ଭଲ ପାଇବାକୁ ସମ୍ମାନ ଜଣାଇ ଏହ ଦିନଟିକୁ ପାଳନ କରିଥାନ୍ତି । ଆଜିକାଲିର ଯୁବପିଢି ସୋସିଆଲ ମିଡିଆରେ ନିଜ ବାପାଙ୍କ ଫଟୋ ସେୟାର କରି ତାଙ୍କ ଭଲପାଇବା ପାଇଁ କୃତଜ୍ଞତା ଜଣାଉଛନ୍ତି।

ସର୍ବପ୍ରଥମେ ‘ଫାଦର୍ସ ଡ଼େ’ ଜୁନ ୧୯ ତାରିଖ୧୯୧୦ ମସିହାରେ ୱାଶିଙ୍ଗଟନରେ ପାଳନ କରାଯାଇଥିଲା। ମାତ୍ର ୧୯୭୨ ମସିହାରେ ଏହାକୁ ଆନୁଷ୍ଠାନିକଭାବେ ପାଳନ କରାଯିବା ପାଇଁ ଘୋଷଣା କରାଗଲା। ଯାହା ଦ୍ୱାରା ପିତାଙ୍କୁ ସମ୍ମାନ ଦେବା ପାଇଁ ୟୁନାଇଟେଡ଼ ଷ୍ଟେଟ୍ସରେ ଏହ ଦିନଟିକୁ ଛୁଟିର ଦିନ ଭାବେ ଘୋଷଣା କରାଯାଇଥିଲା। ପରବର୍ତ୍ତୀ ସମୟରେ ଭାରତରେ ମଧ୍ୟ ପାଶ୍ଚାତ୍ୟ ସଭ୍ୟତାରେ ପାଳିତ ଏହ ଦିନଟିର ଧୀରେଧୀରେ ଏହାର ପ୍ରଚାର ଓ ପ୍ରସାର ହେବାକୁଲାଗିଲା । ପିତାଙ୍କୁ ସମ୍ମାନ ଦେବା ପାଇଁ ତଥା ପିତାଙ୍କ ଉଦ୍ଦେଶ୍ୟରେ ଏବେ ସବୁଠି ପିତୃଦିବସ ପାଳନ କରାଯାଉଅଛି।