Puri Shree Mandira - The Sakala

ପୁଣି ଶ୍ରୀମନ୍ଦିର ଭିତରକୁ ଗଲା ମୋବାଇଲ, ସୁରକ୍ଷା ଉପରେ ଉଠିଲା ପ୍ରଶ୍ନବାଚୀ
ପୁରୀ: ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍। ଆନନ୍ଦ ବଜାରରେ ଜଣେ ବ୍ୟକ୍ତି ଫୋନ୍ ରେ କଥା ହେଉଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ ବ୍ୟବହାର ଉପରେ ବାରଣ ରହିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୋବାଇଲ ଫୋନ୍ ଉପରେ ବାରଣ କରାଯାଇଛି। ତେବେ ଶ୍ରୀମନ୍ଦିର ଭିତରକୁ କିଭଳି ଗଲା ମୋବାଇଲ ଫୋନ୍ ଏବଂ ସଂପୃକ୍ତ ବ୍ୟକ୍ତିଙ୍କ ଫଟୋ କିଏ ଉଠାଇଲା ତାହା ସ୍ପଷ୍ଟ ହୋଇନି । ଏସବୁ ମଧ୍ୟରେ ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣିଥରେ ଉଠିଛି ପ୍ରଶ୍ନବାଚୀ ।

ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ପୁରୀ: ପୁଣି ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ। ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ।ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ଭାଇରାଲ କରିଛନ୍ତି ମୋହିତ ନାମକ ଯୁବକ। ନିଜ ଇନଷ୍ଟାଗ୍ରାମ ଆଇଡିରେ ଅପଲୋଡ଼ କରିଛନ୍ତି ଶ୍ରୀମନ୍ଦିର ଭିତର ଫଟୋ। ଶ୍ରୀମନ୍ଦିର ଆନନ୍ଦ ବଜାରରେ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି। ଫଟୋ ଭାଇରାଲ ପରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଫଟୋ ଭାଇରାଲ ଘଟଣାକୁ ନେଇ ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି ଘଟଣାକୁ ନେଇ ତଦନ୍ତ କରାଯାଉଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆଜି ବସିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ବୈଠକ, ଗଣତିମଣତି ନେଇ ପ୍ରସ୍ତୁତ ହେବ ରୂପରେଖ
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ ଆଜି ଅନୁଷ୍ଠିତ ହେବ। ଅପରାହ୍‌ଣରେ ନୀଳାଦ୍ରି ଭକ୍ତନିବାସ ପରିସରର କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ କମିଟିର ସଦସ୍ୟମାନେ ଯୋଗଦେବେ। ଏଥିରେ ରତ୍ନଭଣ୍ଡାରକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯିବ। ବିଶେଷକରି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ମଣତି ମୁଖ୍ୟ ପ୍ରସଙ୍ଗ ରହିବ। ଜାନୁଆରୀ ମାସରେ ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରର ଗଣତି କାର୍ଯ୍ୟ ଆରମ୍ଭ ହୋଇପାରେ। ବୈଠକରେ ଗଣତି ପ୍ରକ୍ରିୟା ପାଇଁ ଏସ୍‌ଓପି ଚୂଡ଼ାନ୍ତ କରାଯିବା ସହ କେଉଁମାନେ ଏହି କାର୍ଯ୍ୟରେ ସାମିଲ ହେବେ, ସେନେଇ ନିଷ୍ପତ୍ତି ନିଆଯିବ। ଭିତର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ସରିଛି ଏବଂ ସମସ୍ତ ରତ୍ନ ଅଳଙ୍କାରକୁ ପୁଣିଥରେ ସୁରକ୍ଷିତ ଭାବେ ରତ୍ନଭଣ୍ଡାର ମଧ୍ୟରେ ରଖାଯାଇଛି। ଅଳଙ୍କାରର ଗୁଣବତ୍ତା ପରୀକ୍ଷା ପାଇଁ ରିଜର୍ଭ ବ୍ୟାଙ୍କର ସହାୟତା ଲୋଡ଼ାଯାଇଛି। ଏହି କାର୍ଯ୍ୟରେ ଦୁଇଜଣ ବିଶେଷଜ୍ଞ ମଧ୍ୟ ସାମିଲ ହେବେ। ୧୯୫୪ ମସିହାର ରେକର୍ଡ ଏବଂ ୧୯୭୮ ମସିହାରେ ହୋଇଥିବା ଗଣତି ତାଲିକାକୁ ଆଧାର କରି ବର୍ତ୍ତମାନର ଅଳଙ୍କାର ସହ ମେଳ କରାଯିବ ବୋଲି ଜଣାପଡ଼ିଛି।

୨୭ତାରିଖରେ ବସିବ ରତ୍ନଭଣ୍ଡାର ସଂପର୍କିତ ବୈଠକ, ଜାନୁଆରୀ ମାସରେ ହେବ ଗଣତିମଣତି: ଜଷ୍ଟିସ ବିଶ୍ବନାଥ ରଥ
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତି ଓ ମଣତି ପ୍ରକ୍ରିୟାକୁ ନେଇ ଆସିଛି ବଡ଼ ଅପଡେଟ୍। ଆସନ୍ତା ୨୭ତାରିଖରେ ବସିବ ରତ୍ନଭଣ୍ଡାର ସଂପର୍କିତ ବୈଠକ । ଜାନୁଆରୀ ମାସ ମଧ୍ୟରେ ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରର ଗଣତି କାର୍ଯ୍ୟ ଆରମ୍ଭ ହୋଇପାରେ। ଏ ସମ୍ପର୍କରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ଆସନ୍ତା ୨୭ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଗଣତି ପ୍ରକ୍ରିୟା ପାଇଁ ଏସଓପି (SOP) ଚୂଡ଼ାନ୍ତ କରାଯିବା ସହ କେଉଁମାନେ ଏହି କାର୍ଯ୍ୟରେ ସାମିଲ ହେବେ, ସେ ନେଇ ନିଷ୍ପତ୍ତି ନିଆଯିବ। ଭିତର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ସରିଛି ଏବଂ ସମସ୍ତ ରତ୍ନ ଅଳଙ୍କାରକୁ ପୁଣି ଥରେ ସୁରକ୍ଷିତ ଭାବେ ରତ୍ନଭଣ୍ଡାର ମଧ୍ୟରେ ରଖାଯାଇଛି। ଅଳଙ୍କାରର ଗୁଣବତ୍ତା ପରୀକ୍ଷା ପାଇଁ ରିଜର୍ଭ ବ୍ୟାଙ୍କର ସହାୟତା ଲୋଡ଼ାଯାଇଛି। ଏହି କାର୍ଯ୍ୟରେ ଦୁଇ ଜଣ ବିଶେଷଜ୍ଞ ମଧ୍ୟ ସାମିଲ ହେବେ।

୧୯୫୪ ମସିହାର ରେକର୍ଡ ଏବଂ ୧୯୭୮ ମସିହାରେ ହୋଇଥିବା ଗଣତି ତାଲିକାକୁ ଆଧାର କରି ବର୍ତ୍ତମାନର ଅଳଙ୍କାର ସହ ମେଳ କରାଯିବ। ଗଣତି ସମୟରେ ମହାପ୍ରଭୁଙ୍କ ଦର୍ଶନରେ କିଛିଟା ବ୍ୟାଘାତ ସୃଷ୍ଟି ହୋଇପାରେ, ତେଣୁ ଶ୍ରଦ୍ଧାଳୁମାନଙ୍କ ସହଯୋଗ ପାଇଁ ଅନୁରୋଧ କରାଯାଇଛି। ଏହି ସମ୍ବେଦନଶୀଳ ପ୍ରକ୍ରିୟା ପାଇଁ ମୁକ୍ତି ମଣ୍ଡପର ପରାମର୍ଶ ମଧ୍ୟ ନିଆଯିବ ବୋଲି ଜଷ୍ଟିସ ରଥ ସ୍ପଷ୍ଟ କରିଛନ୍ତି।

ପୁଣି ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ଶ୍ରୀମନ୍ଦିର ଭିତର ଫଟୋ, ସୁରକ୍ଷା ଉପରେ ସୃଷ୍ଟି ହେଲା ପ୍ରଶ୍ନବାଚୀ...
ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ । ଭାଇରାଲ୍‌ ହେଲା ଶ୍ରୀମନ୍ଦିର ଭିତର ଫଟୋ । ସୋସିଆଲ ମିଡିଆରେ ଆଶୀର୍ବାଦ945 ଆଇଡିରୁ ଫଟୋ ହୋଇଛି ଭାଇରାଲ୍‌ । ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ହୋଇଛି ଭାଇରାଲ୍‌ । ଅତି ନିକଟରୁ ଫଟୋ ନିଆଯାଇଥିବା ଦେଖିବାକୁ ମିଳିଛି। କଡା ସୁରକ୍ଷା ସତ୍ତ୍ବେ ବ୍ୟକ୍ତି ଜଣକ କିଭଳି ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଭକ୍ତଙ୍କ ପାଇଁ ଆଜି ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ମାର୍ଗଶୀର ଶୁକ୍ଳ ତ୍ରୟୋଦଶୀ ତିଥିରେ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ସରିବା ପରେ ଆପାତତଃ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ଏହାପରେ ପୁଣି ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ ।

Shubhankar Mishra Controversy: ପୁରୀ ଶ୍ରୀମନ୍ଦିରକୁ ନେଇ ଇନଫ୍ଲୁଏନସର ଶୁଭଙ୍କରଙ୍କ ବିବାଦୀୟ ଟିପ୍ପଣୀ: ‘ଶ୍ରୀମନ୍ଦିରକୁ ଗଲେ ଭାଙ୍ଗିଯାଏ ପ୍ରେମୀଯୁଗଳଙ୍କ ସମ୍ପର୍କ’
ଭୁବନେଶ୍ୱର: 'ଶ୍ରୀମନ୍ଦିରକୁ ଯିବାକୁ ପ୍ରେମୀ ଯୁଗଳଙ୍କୁ ବାରଣ। ଯୁବକ-ଯୁବତୀ ଯଦି ପ୍ରେମ କରୁଥାନ୍ତି ତେବେ ଶ୍ରୀମନ୍ଦିରକୁ ଏକାଠି ଗଲେ ସେମାନଙ୍କ ସମ୍ପର୍କ ଭାଙ୍ଗଯାଏ। ପ୍ରେମୀଯୁଗୋଳଙ୍କର ବିବାହ ହୋଇପାରେନା। ଶ୍ରୀମନ୍ଦିରକୁ ରାଧାରାଣୀ ଅଭିଶାପ ଦେଇଥିବାରୁ ଏପରି ଘଟୁଛି।' ଏକଥା ଆମେ କହୁନାହିଁ, ବରଂ ଏଭଳି ବିବାଦୀୟ ଟିପ୍ପଣୀ ଦେଇ ଏବେ ବିବାଦ ଘେରକୁ ଆସିଛନ୍ତି ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନସର ଶୁଭଙ୍କର ମିଶ୍ରା । ହଁ ଆଜ୍ଞା, ସମ୍ବାଦ ଉପସ୍ଥାପକରୁ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର ପାଲଟିଥିବା ଆଉ ଯୁବବର୍ଗଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ଥିବା ଶୁଭଙ୍କର ମିଶ୍ରଙ୍କ ଏଭଳି ଟିପ୍ପଣୀକୁ ନେଇ ରାଜ୍ୟରେ ଝଡ଼ ସୃଷ୍ଟି ହୋଇଛି। ପ୍ରସିଦ୍ଧ ୟୁଟ୍ୟୁବର୍‌ ଓ ପଡକାଷ୍ଟର୍‌ ଶୁଭଙ୍କର ମିଶ୍ରା ଶ୍ରୀମନ୍ଦିରକୁ ନେଇ ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ଯାହାକୁ ନେଇ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଶୁଭଙ୍କର ମିଶ୍ରା ନିଜ ପଡ୍‌କାଷ୍ଟରେ କହିଛନ୍ତି ଯେ, ଯଦି କୌଣସି ପ୍ରେମୀଯୁଗଳ ଶ୍ରୀମନ୍ଦିର ଯାଆନ୍ତି, ତେବେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ ବା ସେମାନେ ବିବାହ କରିପାରନ୍ତି ନାହିଁ। ତାଙ୍କ ଅନୁଯାୟୀ, ଶ୍ରୀମନ୍ଦିର ଉପରେ ମା' ରାଧାରାଣୀଙ୍କ ଅଭିଶାପ ପଡ଼ିଛି। ମା' ରାଧାରାଣୀ ପ୍ରଭୁ ଜଗନ୍ନାଥ ରୂପରେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାକୁ ଆସିଥିବା ବେଳେ, ସେବାୟତମାନେ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ବାରଣ କରିଥିଲେ। ସେମାନେ କହିଥିଲେ ଯେ ମନ୍ଦିର ଭିତରକୁ ଭଗବାନଙ୍କ ପତ୍ନୀଙ୍କୁ ମଧ୍ୟ ଆସିବାର ଅନୁମତି ନାହିଁ। ଏଥିରେ କ୍ରୋଧିତ ହୋଇ ମା' ରାଧାରାଣୀ ଅଭିଶାପ ଦେଇଥିଲେ ଯେ ଆଜିଠୁ କୌଣସି ଅବିବାହିତ ଯୋଡ଼ି ମନ୍ଦିର ଭିତରକୁ ଆସିଲେ ସେମାନଙ୍କର ସମ୍ପର୍କ ଭାଙ୍ଗିଯିବ ଏବଂ ବିବାହ ହୋଇପାରିବ ନାହିଁ। ଶୁଭଙ୍କରଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଓଡ଼ିଶା, ବିଶେଷ କରି ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁରୀବାସୀ ତଥା ଶ୍ରୀଜଗନ୍ନାଥ ପ୍ରେମୀମାନେ ପ୍ରଶ୍ନ କରିଛନ୍ତି ଯେ, ଜଣେ ଏତେ ଉଚ୍‌ଚଶିକ୍ଷିତ ତଥା ପ୍ରଭାବଶାଳୀ ବ୍ୟକ୍ତି କିଭଳି ଶ୍ରୀମନ୍ଦିର ସମ୍ପର୍କରେ ଏଭଳି ବିଭ୍ରାନ୍ତିକର ଓ ତଥ୍ୟହୀନ ଟିପ୍ପଣୀ ଦେଇପାରିଲେ? ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ଏହି ପ୍ରସଙ୍ଗରେ କହିଛନ୍ତି, ଶ୍ରୀମନ୍ଦିର ପ୍ରସଙ୍ଗରେ ଏଭଳି ଭୁଲ୍‌ ତଥ୍ୟ ଦେବା ଆଦୌ ଗ୍ରହଣୀୟ ନୁହେଁ।

ଶୁଭଙ୍କର ମିଶ୍ରା ଜଣେ ଜଣାଶୁଣା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର। ପୂର୍ବରୁ ସେ ବଡ଼ ବଡ଼ ଜାତୀୟ ଚ୍ୟାନେଲରେ ନ୍ୟୁଜ୍‌ ଆଙ୍କର ଭାବେ କାମ କରିସାରିଛନ୍ତି। ତାଙ୍କର ୟୁଟ୍ୟୁବରେ ୬୦ ଲକ୍ଷ ସବସ୍କ୍ରାଇବର ଥିବା ବେଳେ ଇନଷ୍ଟାଗ୍ରାମରେ ୧.୧୯ କୋଟି ଫଲୋଅର୍ସ ଅଛନ୍ତି। ସେ ରାଜନୀତି, ମନୋରଞ୍ଜନ, ଜୀବନଶୈଳୀ, କ୍ରିକେଟ୍‌ ଏବଂ ରହସ୍ୟମୟ କଂଟେଟ ଉପରେ ଭିଡିଓ ବନାନ୍ତି। ଜଣେ ଲୋକପ୍ରିୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର ଭାବରେ, ଶୁଭଙ୍କର ମିଶ୍ରା ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ମନ୍ତବ୍ୟ ଦେବା ପୂର୍ବରୁ ତଥ୍ୟର ସତ୍ୟତା ଯାଂଚ କରିବା କ'ଣ ଉଚିତ୍‌ ନଥିଲା କି? ତାଙ୍କର ଏହି ଟିପ୍ପଣୀ ଶ୍ରୀଜଗନ୍ନାଥ ସଂସ୍କୃତି ତଥା ପରମ୍ପରାକୁ ନେଇ ସାଧାରଣ ଲୋକଙ୍କ ମନରେ କି ପ୍ରକାର ପ୍ରଭାବ ପକାଇବ? ଏ ନେଇ ଜଗନ୍ନାଥ ପ୍ରେମୀ ପ୍ରଶ୍ନ କରିଛନ୍ତି।

ଅପାର ଶ୍ରୀଜଗନ୍ନାଥଙ୍କ ମହିମା: ଶୁଣିଲେ ଭକ୍ତର ଡାକ, ସୁସ୍ଥ ହେଉଛି କୋମାରେ ଥିବା ପୁଅ..
ପୁରୀ: ଅପାର ଶ୍ରୀଜଗନ୍ନାଥଙ୍କ ମହିମା। ଶୁଣିଲେ ରାଜସ୍ଥାନର ଭକ୍ତଙ୍କ ଡାକ। ସୁସ୍ଥ ହେଲା ଅସୁସ୍ଥ ପିଲା। କୃତଜ୍ଞତା ଜଣାଇବାକୁ ରାଜସ୍ଥାନରୁ ଶ୍ରୀକ୍ଷେତ୍ର ଧାଇଁ ଆସିଛନ୍ତି ପରିବାର। ସାଙ୍ଗରେ ଆଣିଛନ୍ତି କୁନି ପିଲାକୁ । ରାଜସ୍ଥାନ ପାସୱାଡ଼ାର ଏହି ଭକ୍ତ ନିଜ ଶିଶୁକୁ ବଞ୍ଚାଇବାକୁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ ।

ଡାକ୍ତରଙ୍କ ପାଖରୁ ନିରାଶ ହେବା ପରେ ଜଗତର ନାଥ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ। ହେ ମହାବାହୁ ମୋ ପୁଅକୁ ଭଲ କରି ଦିଅ। ମୁଁ ତୁମ ସିଂହଦ୍ୱାର ସାମ୍ନାରେ ବସିଛି।  ଗତ ୮ ତାରିଖରେ ରାଜସ୍ଥାନରୁ କୋମା ଅବସ୍ଥାରେ ଛୁଆକୁ ବାପା ପ୍ରକାଶ ଭୋଇ ଶ୍ରୀମନ୍ଦିର ଆଣିଥିଲେ। ସେଠାରେ ବାଇଶି ପାହାଚ ପାଖେ ପୁଅ ନିଖିଲକୁ ଗଡାଇ ଦେଇଥିଲେ। ମହାପ୍ରଭୁଙ୍କ ଠାରେ ଶରଣ ପଶିବା ପରେ ଏବେ କୁନିପୁଅଟି ଧିରେ ସୁସ୍ଥ ହୋଇଛି।

ପୁଅର ନୂଆ ଜୀବନ ପାଇଁ ସିଂହ ଦୁଆରେ ହାତ ପତେଇଥିଲା ବାପା। ଆଉ କୋମାରେ ଥିବା ପୁଅକୁ ଚଳପ୍ରଚଳ ହେବା ପାଇଁ ତା’ ଦେହରେ ଶକ୍ତି ଭରି ଦେଇଛି କାଳିଆ। ଡାକ୍ତରମାନେ ସବୁ ନିରାଶ କରିଦେଇଥିଲେ। ହେଲେ, କଥାରେ ଅଛି ନା, ଯୋଉଠି ଡାକ୍ତରୀ ପାଠ ହାରିଯାଏ ସେଇଠି ସାହା ହୁଏ ଜଗତର ଠାକୁର ଜଗନ୍ନାଥ। ତା’ ପାଖରେ ଶରଣ ପଶିଲେ କୋଉ ଭକ୍ତ ବି ନିରାଶ ହୋଇ ଫେରେନି। ଆଉ ଆଜି ବି ନିରାଶ ହୋଇନି ଏ ବାପା । କାଳିଆ ସାଆନ୍ତ ଆଉ ପୁରୀ ଠାକୁରଙ୍କ ମହିମା ଉପରେ ଭରସା କରି ରାଜସ୍ଥାନରୁ ଧାଇଁ ଆସିଥିଲେ । କିଛି ଦିନ ତଳେ ସିଂହଦ୍ୱାର ସାମ୍ନାରେ ବସି ଭୋ ଭୋ ହୋଇ କାନ୍ଦୁଥିଲେ। ଆଉ ୮ ବର୍ଷର ପୁଅକୁ ଭଲ କରି ଦେବା ପାଇଁ ଗୁହାରି କରିଥିଲେ। କେଇଟା ଦିନ ଭିତରେ କାଳିଆ ବଡ଼ ଚମତ୍କାର ଦେଖାଇଦେଇଛନ୍ତି ।

ବଢ଼ିଲା ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପେନସନ ରାଶି, ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ପାଇଁ ଆସିବ ନୂଆ SOP...
ଭୁବନେଶ୍ୱର: ବଢ଼ିଲା ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପେନସନ ରାଶି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାସିକ ବରିଷ୍ଠ ସେବାୟତ ଭତ୍ତା ୪ ହଜାରରୁ ୫ ହଜାରକୁ ବୃଦ୍ଧି କରାଯାଇଛି। ୨୦୨୬ ଜାନୁଆରୀରୁ ବର୍ଦ୍ଧିତ ପେନସନ ଲାଗୁ ହେବ। ସେବାୟତଙ୍କ କନ୍ୟାମାନଙ୍କ ବିବାହ ରାଶି ୧ ଲକ୍ଷକୁ ମଧ୍ୟ ବୃଦ୍ଧି କରାଯାଇଛି।

ସେ ଆହୁରି ମଧ୍ଯ ସୂଚନା ଦେଇ କହିଛନ୍ତି ଯେ, ପର୍ଯ୍ୟାୟ କ୍ରମେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି। ଶ୍ରୀମନ୍ଦିରରେ ନୀତିକାନ୍ତି ଅଧିକ ନ ଥିବ, ସେହି ସମୟରେ ଗଣତିମଣତି ହେବ। ନୀତିରେ ବାଧା ଓ ଶ୍ରଦ୍ଧାଳୁଙ୍କୁ ଯେଭଳି ଅସୁବିଧା ନ ହେବ ଧ୍ୟାନ ଦେବୁ। ଆଉ ଏକ ନୂଆ SOP ଆସିବ, ପର୍ଯ୍ୟାୟ କ୍ରମେ ଗଣତିମଣତି ହେବ।କୌଣସି ସମୟସୀମା ନୁହେଁ, ତ୍ରୁଟି ଶୂନ୍ୟ ଗଣତିମଣତି ଲକ୍ଷ୍ୟ। ଶ୍ରୀଜିଉଙ୍କର ସ୍ବର୍ଣ୍ଣ ଅଳଙ୍କାରର ଆଉ ଏକ ସେଟ କରିବାକୁ ପ୍ରସ୍ତାବ ଗୃହୀତ ହୋଇଛି। ଏଥିପାଇଁ ଏକ ଯୋଜନା ଆରମ୍ଭ କରିବୁ, ଶ୍ରଦ୍ଧାଳୁ ଚାହିଁଲେ ଦାନ କରିପାରିବେ ବୋଲି ସେ କହିଛନ୍ତି।

ମୁଖ୍ୟ ପ୍ରଶାସକ କହିଛନ୍ତି, ଶ୍ରୀମନ୍ଦିରକୁ ସ୍ବଇଚ୍ଛାରେ ଦାନ ପାଇଁ ATMରେ ଆସିବ ମେସେଜ। ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ATMରୁ ଟଙ୍କା ବାହାର କଲେ ଏକ ମେସେଜ ଆସିବ। ଶ୍ରୀମନ୍ଦିରକୁ ସ୍ବଇଚ୍ଛାରେ କିଛି ଦାନ କରିବାକୁ ଚାହୁଁଛନ୍ତି କି ବୋଲି ମେସେଜ ଆସିବ। ଶ୍ରଦ୍ଧାଳୁ ରାଜି ହେଲେ ତାଙ୍କ କାର୍ଡରୁ ଟଙ୍କା ଦେଇପାରିବେ। ଏନେଇ ଆମେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବୁ ବୋଲି ପ୍ରଶାସକ କହିଛନ୍ତି।

କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ଶ୍ରୀକ୍ଷେତ୍ରରେ ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି, ମୁତୟନ ହେବେ ୪୫ପ୍ଲାଟୁନ ଫୋର୍ସ
ପୁରୀ: କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ପୁରୀରେ ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ୪୫ପ୍ଲାଟୁନ ଫୋର୍ସ ମୁତୟନ ହେବେ l ସାତ ପାହାଚ ଏବଂ ବାହାର କାଠ ନିକଟରେ ପୁଲିସ ପ୍ରଶାସନର ବ୍ୟାପକ ବ୍ୟବସ୍ଥା। ବଡ଼ଦାଣ୍ଡରେ ଫାଷ୍ଟଟେଡ୍ କାଉଣ୍ଟର, ପିଇବା ପାଣି ଓ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଛି। ସମୁଦ୍ର ବେଳାଭୂମିରେ ଜଣେ ଏସ୍ପି ରାଙ୍କର ଅଫିସର, ୩୭୦ ଲାଇଫ ଗାର୍ଡ, ୨ଟି ଓଡ୍ରାଫ ଟିମ୍, ୩ଟି ଆମ୍ବୁଲାନ୍ସ, ୩ଟି ଫାଷ୍ଟଟେଡ କାଉଣ୍ଟର ଏବଂ ପୁଲିସ କଣ୍ଟ୍ରୋଲ ରୁମ୍ ରହିବ। ଏନେଇ ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରତ୍ନ ସିଂହାସନରେ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ଦିବ୍ୟ ବେଶ ଦର୍ଶନ କରିବାକୁ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଅନୁମାନ କରାଯାଉଛି । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ନାୟକପ୍ଲାଜା ଛକ ପର୍ଯ୍ୟନ୍ତ ବ୍ୟାରିକେଡ଼ କରାଯାଇଛି । ମେଡିକାଲ ଛକଠାରୁ ନୋ ଭେଇକିଲ ଜୋନ କରାଯାଇଛି । ସମୁଦ୍ର ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଲାଇଫଗାର୍ଡଙ୍କ ସହ ୨ ଟି ଓଡ୍ରାଫ ଟିମ  ମୁତୟନ ହେବେ। ବ୍ୟାରିକେଡ଼ରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଫ୍ୟାନ, ବସିବା ବ୍ୟବସ୍ଥା ଓ ପାନୀୟ ଜଳର ଵ୍ୟଵସ୍ଥା ହୋଇଛି। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ପୁରୀ ଏସପି କହିଛନ୍ତି l

ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା: କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିପାରିବେ ଭକ୍ତ, ୩ ଦ୍ୱାର ଦେଇ ପ୍ରସ୍ଥାନ
ପୁରୀ: ପଞ୍ଚୁକ ତଥା କାର୍ତ୍ତିକ ପୂର୍ଣ୍ଣମୀ ଓ ଅଁଳା ନବମୀ ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ପଞ୍ଚୁକରେ ଭକ୍ତମାନେ କେବଳ ସିଂହଦ୍ୱାର ପଟେ ପ୍ରବେଶ ରହିଥିବାବେଳେ ଅନ୍ୟ ତିନି ଦ୍ୱାର ପଟେ ପ୍ରସ୍ତାନର ବ୍ୟବସ୍ଥା କରାଯାଇଛି l ସମୁଦ୍ର ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଲାଇଫଗାର୍ଡଙ୍କ ସହ ପୋଲିସ ମୁତୟନ ହେବେ। ବ୍ୟାରିକେଡ଼ରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଫ୍ୟାନ, ବସିବା ବ୍ୟବସ୍ଥା ଓ ପାନୀୟ ଜଳର ଵ୍ୟଵସ୍ଥା ହୋଇଛି। ଶ୍ରୀମନ୍ଦିର ନୀତିକାନ୍ତି ସମୟ ଉପରେ ଭକ୍ତଙ୍କୁ ଅବଗତ କରାଯିବ।

ଚଳିତବର୍ଷ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ପଡ଼ୁଥିବାରୁ ଅସମ୍ଭବ ଭିଡ ହେବାର ସମ୍ଭାବନା ରହିଛି । ଆସନ୍ତା ୨ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପଞ୍ଚୁକ ପାଇଁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଵ୍ୟଵସ୍ଥା ଓ ପଦକ୍ଷେପ ଗ୍ରଗଣ କରାଯାଇଛି। ଚଳିତଥର ତିଥି କ୍ଷୟ ଯୋଗୁଁ ଅର୍ଥାତ୍‌ ପଞ୍ଚୁକ ୫ଦିନ  ପଡ଼ୁନଥିବାରୁ ମହାପ୍ରଭୁଙ୍କ ବାଙ୍କଚୁଡ଼ ବେଶ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ହେବେ । ସେପଟେ ଆସନ୍ତାକାଲି ରାଧାପାଦ ଦର୍ଶନ ପାଇଁ ମଧ୍ୟ କରାଯାଇଛି ବ୍ୟାପକ ପ୍ରସ୍ତୁର୍ତ୍ତି l ଆସନ୍ତାକାଲି ଭୋର ୫ଟାରୁ ରାଧାପାଦ ଦର୍ଶନ ଆରମ୍ଭ ହେବ । ନୀତିକାନ୍ତିକୁ ଦେଖି ଦର୍ଶନ ବ୍ୟବସ୍ଥା କରାଯିବାକୁ ସ୍ଥିରୀକୃତ କରାଯାଇଛି । ବିଳମ୍ବିତ ରାତ୍ରି ଯାଏଁ ଚାଲିବ ରାଧାପାଦ ଦର୍ଶନ ଚଳିବ। ଦର୍ଶନ ପାଇଁ ୧୧ ଲେନ୍ ବିଶିଷ୍ଟ ବ୍ୟାରିକେଡ୍‌ ବ୍ୟବସ୍ଥା ହୋଇଛି।

ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ
ପୁରୀ: ଶ୍ରୀମନ୍ଦିରରେ ଆଜି ରତ୍ନସିଂହାସନରେ ବଡ଼ଠାକୁର ବଳଭଦ୍ରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଛି । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି । ଅବକାଶ ନୀତି ପରେ ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ଏହି ବେଶରେ ସଜ୍ଜିତ କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶ ଏବଂ ଶ୍ରୀବଳଭଦ୍ରଙ୍କୁ ହରିହର ବେଶରେ ଦର୍ଶନ କରୁଛନ୍ତି ଭକ୍ତ । ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବା ବେଳେ ଏହି ବେଶରେ ହରି ଓ ହରଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହେବ । ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଛନ୍ତି l

କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ପର ଠାରୁ ଶୁକ୍ଳ ଦଶମୀ ମଧ୍ୟରେ ଯେଉଁଦିନ ସୋମବାର ପଡେ, ସେହିଦିନ ରତ୍ନ ସିଂହାସନରେ ଅଧିଷ୍ଟିତ ବଡ଼ଠାକୁରଙ୍କ ବାଡ଼ରେ ହରିହର ବେଶ ହେବାର ବିଧି ରହିଛି । ଚଳିତ ବର୍ଷ ଦୀପାବଳି ଅମାବାସ୍ୟା ପରେ ଓ ଶୁକ୍ଳ ଦଶମୀ ମଧ୍ୟରେ  ସୋମବାର ପଡୁଥିବାରୁ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶ ସଜିତ କରାଯିବ l ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ଏବଂ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିବେ । ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ସାଙ୍ଗକୁ ଶ୍ରୀଜଗନ୍ନାଥଙ୍କର ରାଧାଦାମୋଦର ବେଶ ଦେଖି ଭକ୍ତ ଆତ୍ମତୃପି ଲାଭ କରିବେ ।