Deva Snana Purnima - The Sakala

ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଜନସମୁଦ୍ର ଶ୍ରୀକ୍ଷେତ୍ରଧାମ; ଭକ୍ତଙ୍କ ହରିବୋଲ, ହୁଳହୁଳିରେ କମ୍ପୁଛି ବଡଦାଣ୍ଡ
ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା । ରତ୍ନ ମଣ୍ଡପରୁ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କୁ ଦେଖିବା ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ହରିବୋଲ, ହୁଳହୁଳିରେ କମ୍ପୁଛି ବଡଦାଣ୍ଡ । ମହାପ୍ରଭୁଙ୍କ ଏହି ଦିବ୍ୟ ସ୍ନାନ ଦେଖିବା ପାଇଁ ଶ୍ରୀମନ୍ଦିର ସିଂହଦ୍ବାରଠୁ ମରିଚି କୋଟ ଓ ଶ୍ରୀମନ୍ଦିର ପରିକ୍ରମାମାର୍ଗ ସଂଲଗ୍ନ ସାହି ରାସ୍ତାଗୁଡ଼ିକ ଜନଗହଳି ହୋଇଉଠିଛି । ପରିକ୍ରମା ମାର୍ଗ ଓ ସିଂହଦ୍ୱାର ସମ୍ମୁଖରେ ଯାତ୍ରୀମାନେ ସ୍ନାନବେଳର ସେହି ଦୁର୍ଲଭ ମୁହୂର୍ତ୍ତ ଦେଖିବାପାଇଁ ରବିବାର ସନ୍ଧ୍ୟାରୁ ଡେରା ପକାଇ ବସିଛନ୍ତି ଭକ୍ତ । ରାତିସାରା ବଡ଼ଦାଣ୍ଡରେ ଉଜାଗର ରହିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଆଜି ଦେଖିବେ ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶ।

ବଡ଼ଦାଣ୍ଡରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଶୃଙ୍ଖଳିତଭାବେ ଦର୍ଶନ କରିବାର ସୁଯୋଗ ପାଇ ପାରିବେ। ଗରମ ଗୁଳୁଗୁଳିରୁ ରକ୍ଷା ପାଇଁ ବ୍ୟାରିକେଡ଼ ଉପରେ ଛାମୁଡ଼ିଆ ବ୍ୟବସ୍ଥା ସହ ପାନୀୟ ଜଳର ସୁବନ୍ଦୋବସ୍ତ କରାଯାଇଛି। ମହାପ୍ରଭୁଙ୍କ ଏହି ଦିବ୍ୟ ଦୁର୍ଲ୍ଲଭ ବେଶକୁ ଦର୍ଶନ କରିବା ପାଇଁ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ କରିବାକୁ ସେବାୟତଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଛି।

ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ଯାଉଥିଲେ ଏହି ଜାଗାରେ କରନ୍ତୁ ଗାଡି ପାର୍କିଂ....
ପୁରୀ: ଆସନ୍ତା ସୋମବାର ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁଙ୍କ ଦିବ୍ୟସ୍ନାନ ଏବଂ ହାତୀବେଶ ଦର୍ଶନ ପାଇଁ ଏଥର ପୁରୀରେ ଭକ୍ତଙ୍କ ପ୍ରବଳ ସମାଗମ ହେବା ସମ୍ଭାବନା ରହିଛି।  ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୁରୀରେ ସୁରକ୍ଷା ଓ ଟ୍ରାଫିକ କଟକଣା । ନିର୍ଦ୍ଧାରିତ ଟ୍ରାଫିକ୍‌ ରୁଟ୍‌ ଅନୁଯାୟୀ ଗାଡ଼ି ପାର୍କିଂ ବ୍ୟବସ୍ଥା ହୋଇଥିବା ନେଇ ପ୍ରେସ୍‌ମିଟ୍‌ରେ ପୁରୀ ଏସ୍‌ପି ପ୍ରତୀକ ସିଂଙ୍କ ସୂଚନା । ଭୁବନେଶ୍ୱର, ବ୍ରହ୍ମଗିରି ଏବଂ କୋଣାର୍କ ପଟୁ ବାଇକ୍‌ରେ ଆସୁଥିବା ଭକ୍ତମାନଙ୍କୁ ମାର୍କେଟ ଛକ ପର୍ଯ୍ୟନ୍ତ ଅନୁମତି ପ୍ରଦାନ କରାଯିବ। ସେମାନେ ବାଇକ୍‌ଗୁଡିକୁ ମ୍ୟୁନିସିପାଲଟି ମାର୍କେଟ କମ୍ପେ୍ଲକ୍ସରେ ରଖିବେ। ମ୍ୟୁନିସିପାଲଟି ମାର୍କେଟ କମ୍ପେ୍ଲକ୍ସ ପୂର୍ଣ୍ଣ ହୋଇଯିବା ପରେ ପୁରୁଣା ଜଗନ୍ନାଥ ବଲ୍ଲଭରେ ପାକିଂ କରିବେ। ଫେରିବା ସମୟରେ ପୁରୁଣା ଜଗନ୍ନାଥ ବଲ୍ଲଭରେ ପାର୍କିଂ କରିଥିବା ଯାନ ନରେନ୍ଦ୍ରକୋଣ ଏବଂ ଜଟିଆ ବାବାଜୀ ଛକ ଦେଇ ଫେରିବେ। ମ୍ୟୁନିସିପାଲଟି ମାର୍କେଟ କମ୍ପ୍ଲେକ୍ସରେ ପାକିଂ କରିଥିବା ବାଇକ୍‌ ଗୁଡ଼ିକ ମେଡିକାଲ ଛକ ଦେଇ ଫେରିବେ। ସମୁଦ୍ରକୂଳକୁ ଆସୁଥିବା ଶ୍ରଦ୍ଧାଳୁ ନିଜ ଦୁଇ ଚକିଆ ଯାନଗୁଡିକ ଭିଆଇପି ରୋଡ ଦେଇ ଦିଗବାରେଣିଠାରେ ପାକିଂ କରିବାକୁ ଅନୁମତି ଦିଆଯାଇଛି। ଫେରିବା ସମୟରେ ସେହି ରାସ୍ତା ଦେଇ ଫେରିବେ। ଯେଉଁ ଭକ୍ତମାନେ ପ୍ରଥମେ ଆସିବେ ତାଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ସେହିପରି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଚାରିଚକିଆ ଗାଡି ନେଇ ଭୁବନେଶ୍ୱର ପାର୍ଶ୍ୱରୁ ଆସୁଥିବା ଗାଡିଗୁଡିକ ସାକ୍ଷୀଗୋପାଳ, ମାଳତିପାଟପୁର, ବାଟଗାଁ ଏବଂ ଶ୍ରୀସେତୁ ଦେଇ ନୂଆ ଜେବିପିସି  ପାର୍କିଂରେ ରଖିବେ। ସେଠାରେ ପାର୍କିଂ ପୂର୍ଣ୍ଣ ହେବା ପରେ ଜେଲ୍‌ ରୋଡ ପାକିଂରେ ପାର୍କ କରିବେ। ଏହି ପାର୍କିଂ ପୂର୍ଣ୍ଣ ହେବା ପରେ ମେଡିକାଲ ଛକ ଓ ବଡଶଙ୍ଖ ଦେଇ ଶରଧାବାଲି ନିକଟରେ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରିବେ। ଶରଧାବାଲି ପାର୍କିଂ ପୂର୍ଣ୍ଣ ହେବା ପରେ ମେଡିକାଲ୍‌ ଛକ ଭିଆଇପି ରୋଡ ଦେଇ ବ୍ଲୁ ଫ୍ଲାଗ ବିଚ୍‌ ପାର୍କିଂ ଓ ହୋଟେଲ୍‌ ନୀଳାଚଳ ଅଶୋକ ପାର୍କିଂରେ ପାର୍କ କରିବେ। ଏହି ସମସ୍ତ ପାର୍କିଂ ପୂର୍ଣ୍ଣ ହେବା ପରେ ମାଳତିପାଟପୁର ଆରଓବି, ବାଇଦାସନଗର, ଗ୍ରିଡ୍‌ ଷ୍ଟେସନ, ଭୂଦାନ ଦେଇ ତାଳବଣିଆ ପାର୍କିଂରେ ପାର୍କ କରିବେ। ଫେରିଲା ବେଳେ ସେହି ସମାନ ରାସ୍ତା ଦେଇ ଫେରିବେ।

ବ୍ରହ୍ମଗିରି ପାର୍ଶ୍ୱରୁ ଆସୁଥିବା ହାଲୁକା ଯାନ ଶ୍ରୀସେତୁ ଦେଇ ନୂଆ ଜେବିପିସିରେ ପାର୍କିଂ କରିବେ। ଏହି ପାର୍କିଂ ପୂର୍ଣ୍ଣ ହେବା ପରେ ମଙ୍ଗଳା ଘାଟ ଛକ, ଷ୍ଟର୍ଲିଂ ଛକ ଦେଇ ଯାତ୍ରିକା ପାର୍କିଂରେ ରଖିବେ। ସେମାନେ ଫେରିଲା ବେଳେ ସେହି ସମାନ ରାସ୍ତା ଦେଇ ଫେରିବେ। କୋଣାର୍କ ପାର୍ଶ୍ୱରୁ ଆସୁଥିବା ହାଲୁକା ଯାନ, ବାଇଦାସ ନଗର, ଗ୍ରିଡ୍‌ ଷ୍ଟେସନ, ପେଣ୍ଠକଟା, ସିଟି ରୋଡ, ସୁବାଷ ବୋଷ ଛକ ଦେଇ ବ୍ଲୁ ଫ୍ଲାଗ ବିଚ୍‌ ପାର୍କିଂ ଓ ହୋଟେଲ୍‌ ନୀଳାଚଳ ଅଶୋକ ପାର୍କିଂରେ ପାର୍କ କରିବେ। ଏହି ପାର୍କିଂ ପୂର୍ଣ୍ଣ ହେବା ପରେ ଯାନଗୁଡିକ ଭୂଦାନ ଛକ ଦେଇ ତାଳବଣିଆ ପାର୍କିଂ ଓ ଆଇଟିଆଇ ପାର୍କିଂରେ ପାର୍କ କରିବେ। ସେମାନେ ଫେରିଲା ବେଳେ ସମାନ ରାସ୍ତା ଦେଇ ଫେରିବେ। ଯଦି ଭୁବନେଶ୍ୱର, କୋଣାର୍କ କିମ୍ବା ବ୍ରହ୍ମଗିରି ପଟୁ ଆସୁଥିବା କୌଣସି ଭକ୍ତ ସମୁଦ୍ର କୂଳ ଆସୁଥାନ୍ତି ତେବେ ସେମାନେ ବାଟଗାଁ, ମଙ୍ଗଳାଘାଟ ଏବଂ ଷ୍ଟର୍ଲିଂ ଛକ ଦେଇ ଯାତ୍ରିକା ପାର୍କିଂରେ ପାର୍କ କରିବେ ଏବଂ ସେମାନେ ଫେରିବା ସମୟରେ ସମାନ ରାସ୍ତା ଦେଇ ଫେରିବେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ନାନମଣ୍ଡରେ ଶ୍ରୀଜୀଉଙ୍କ ପ୍ରତ୍ୟକ୍ଷ ସ୍ନାନ ଓ ଗଜାନନ ବେଶ ଦେଖିବା ଲାଗି  ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ  ରଖି ପୁରୀ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।  ଶ୍ରୀମନ୍ଦିରକୁ ସଂଯୋଗ ରାସ୍ତାରେ ଯାନବାହନ ଚଳାଚଳ ନିଷିଦ୍ଧ ରହିବ। ସିଂହଦ୍ୱାର ଦେଇ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ସିସିଟିଭି ନଜରରେ ରହିବ ବଡଦାଣ୍ଡ ଓ ଶ୍ରୀମନ୍ଦିର। ଶ୍ରୀମନ୍ଦିର ଭିତରେ ୫୨ଟି ସିସିଟିଭି ଲଗାଯାଇଛି। ଶ୍ରୀମନ୍ଦିର ବାହାରେ ୨୫୦ ସିସିଟିଭି ଲଗାଯାଇଛି। ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୩୦ଟି ସିସିଟିଭି ଲଗାଯାଇଛି।

ଦେବସ୍ନାନ ପୂର୍ଣ୍ଣିମା ଓ ଅଲାରନାଥ ଦର୍ଶନ ପାଇଁ ବୈଠକ, ସୁଚାରୁ ରୂପେ ପରିଚାଳନା ପାଇଁ ପରାମର୍ଶ
ପୁରୀ: ଚଳିତ ବର୍ଷର ଦେବସ୍ନାନ ପୂର୍ଣ୍ଣିମା ଜୁନ୍‌ ୧୧ ତାରିଖରେ ଅନୁଷ୍ଠିତ ହେବ। ତାହାର ପରଦିନଠାରୁ ବ୍ରହ୍ମଗିରି ଅଲାରନାଥ ପୀଠରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଯିବ। ସ୍ନାନଯାତ୍ରା ଓ ଅଲାରନାଥଙ୍କ ଦର୍ଶନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ଏକ ପ୍ରସ୍ତୁତି ବୈଠକ ସଦ୍‌ଭାବନା ସଭାଗୃହଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପୂର୍ବରୁ ଏକାଧିକ ବୈଠକ ମାଧ୍ୟମରେ ସ୍ନାନଯାତ୍ରା, ଅଲାରନାଥ ଦର୍ଶନ ଓ ରଥଯାତ୍ରାକୁ ସୁଚାରୁ ରୂପେ ପରିଚାଳନା ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ତାହାର ନିର୍ଯ୍ୟାସ ଆଧାରରେ ସମସ୍ତ ବିଭାଗ ସେମାନଙ୍କ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। ଯେଭଳି ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀମାନେ ଭଲ ଭାବେ ମହାପ୍ରଭୁଙ୍କ ଦର୍ଶନ କରନ୍ତି ଓ ଅନ୍ୟାନ୍ୟ ମୌଳିକ ସୁବିଧା ପ୍ରାପ୍ତ ହୁଅନ୍ତି ସେଥିପାଇଁ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍‌ ଯୋଗାଣ, ପରିବହନ ବ୍ୟବସ୍ଥା, ରାସ୍ତାଘାଟ ମରାମତି ଓ ଉନ୍ନତି କରଣ, ପାର୍କିଂ ସ୍ଥଳ, ଶାନ୍ତି ଶୃଙ୍ଖଳା ରକ୍ଷା, ସୂଚନା ଓ ପ୍ରସାରଣ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍ୱେଚ୍ଛାସେବୀ ନିୟୋଜନ, ଅଗ୍ନି ନିର୍ବାପକ ଓ ଜଳ ସିଞ୍ଚନ ବ୍ୟବସ୍ଥା ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହେବା ସହ ସମ୍ପୃକ୍ତ ବିଭାଗମାନେ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଏସ୍‌ପି ବିନୀତ ଅଗ୍ରୱାଲ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ରକ୍ଷା ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡ. ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ, ଉପଜିଲ୍ଲାପାଳ ରାଜକିଶୋର ଜେନା, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଅଲାରନାଥ ମନ୍ଦିର ସେବାୟତ ବୃନ୍ଦ, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଧାର୍ଯ୍ୟ ସମୟ ଅନୁସାରେ ନୀତିକାନ୍ତି ସମ୍ପର୍ଣ୍ଣ ପାଇଁ ସେବାୟତମାନଙ୍କୁ ଅନୁରୋଧ କରାଯାଇଥିଲା।

ଆଜି ଶ୍ରୀଜିଉଙ୍କ ପବିତ୍ର ସ୍ନାନଯାତ୍ରା: ଦୁର୍ଲଭ ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡ଼ି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ଏଥିପାଇଁ ଭୋର ୫ଟାରୁ ଆରମ୍ଭ ହୋଇଛି ପହଣ୍ଡି । ରତ୍ନ ସିଂହାସନ ଛାଡି ସ୍ନାନମଣ୍ଡପରେ ବିରାଜିଛନ୍ତି ଚତୁର୍ଦ୍ଧାବିଗ୍ରହ। ଦିବ୍ୟସ୍ନାନ ପରେ ସ୍ନାନମଣ୍ଡପରୁ ଦୁର୍ଲଭ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ବର୍ଷକ ପରେ ପୁଣିଥରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ। ସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

ଚତୁର୍ଦ୍ଧାମୂରତିଙ୍କ ପହଣ୍ଡି ଶେଷ ହୋଇଥିବାବେଳେ ମଧ୍ୟାହ୍ନ ୧୨ଟା ୨୦ରେ ଜଳ ବିଜେ ନୀତି କରାଯିବ। ଅପରାହ୍ନ ୩ଟାରେ ଛେରା ପହଁରା ପରେ ୩ଟା ୪୦ରୁ ହାତୀବେଶ ଆରମ୍ଭ ହେବ। ସନ୍ଧ୍ୟା ୭ଟା ୩୦ରୁ ରାତି ୧୦ଟା ୩୦ ଯାଏଁ ସାହାଣ ମେଲା ଦର୍ଶନ ପାଇଁ ସମୟ ଧାର୍ଯ୍ୟ ହୋଇଛି। ରାତି ସାଢ଼େ ୧୦ଟାରେ ସାହାଣମେଲା ଦର୍ଶନ ବନ୍ଦ ପରେ ରାତି ୧୧ଟାରେ ବେଶ ଓଲାଗି ଓ ସାଢ଼େ ୧୧ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ । ଗୋଟି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ଅଣସର ପିଣ୍ଡିକୁ ବିଜେ କରିବେ । ବାହୁଡ଼ା ପହଣ୍ଡି ରାତି ୨ଟା ଭିତରେ ଶେଷ ହେବ । ପରେ ରାତି ସାଢ଼େ ୨ଟାରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ହେବ ।

ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ପୁରୀ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ସ୍ନାନଯାତ୍ରା ପାଇଁ ପୋଲିସ, ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତ ମାନେ ମାର୍କେଟ ଛକରୁ ବାରିଗେଟ ଦେଇ ଶ୍ରୀ ମନ୍ଦିରରେ ପ୍ରବେଶ କରିବେ ପହଣ୍ଡି ଟିକେଟ ଦର୍ଶନ ଲାଗି ଦକ୍ଷିଣ ଦ୍ୱାରରେ ପ୍ରବେଶ କରିବେ । ଶ୍ରୀମନ୍ଦିର ଚାରିପଟେ ଏବଂ ମରଚି କୋଟ ଛକଠାରୁ ନୋ ଭେଇକିଲ ଜୋନ କରାଯାଇଛି ।

ଜେଲ ରୋଡ଼ରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଶରଧାବାଲିରେ ମଟର ସାଇକେଲ ଷ୍ଟାଣ୍ଡ ହେବ । ଜଗନ୍ନାଥ ବଲ୍ଳଭ ପାର୍କିଙ୍ଗରେ ଚାରି ଚକିଆ ପର୍କିଙ୍ଗ କରାଯିବ । ମରଚିକୋଟ ଛକ ଠାରୁ ଗାଡି ଚଳା ଚଳ ବନ୍ଦ ରହିବ କେବଳ ପାସ ଧରି ଯାଇପାରିବେ । ଭକ୍ତ ସିଂହ ଦ୍ୱାରରେ ପ୍ରବେଶ କାରି ଅନ୍ୟ ଦ୍ୱାରରେ ପ୍ରସ୍ଥାନ କରିବେ । ମନ୍ଦିର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପୋଲିସ ଅଧିକାରୀ ନିୟୋଜିତ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା କହିଛନ୍ତି ପୁରୀ ଏସ୍ପି ପିନାକ ମିଶ୍ର । ଆସନ୍ତା କାଲି ପାଇଁ ମୋଟ ୬୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ ।

୨୨ରେ ଦେବସ୍ନାନ ପୂର୍ଣ୍ଣିମା, ପ୍ରସ୍ତୁତ ହେଉଛି ସ୍ନାନ ମଣ୍ଡପ
ପୁରୀ: ଆସନ୍ତା ୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣିମାଫ ସ୍ନାନମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହଫ ତେବେ ରଥଯାତ୍ରାର ଆଦ୍ୟ ପର୍ବ କୁହାଯାଉଥିବା ଦେବସ୍ନାନ ପୂର୍ଣ୍ଣିମା କିପରି ହେବ ତାକୁ ନେଇ ପ୍ରଶାସନିକ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଏ ବର୍ଷ ସ୍ନାନଯାତ୍ରାରେ ଅଧିକ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ରହିଛି। ତେବେ ସ୍ନାନମଣ୍ଡପରେ କିପରି ଶୃଙ୍ଖଳିତ ଏବଂ ସୁରୁଖୁରରେ ମହାପ୍ରଭୁଙ୍କ ସ୍ନାନ ନୀତି ସମ୍ପନ୍ନ ହେବ ତା’ ଉପରେ ଫୋକସ ରଖିଛି ପ୍ରଶାସନ। ଏବେ ସ୍ନାନମଣ୍ଡପକୁ ପ୍ରସ୍ତୁତ କରାଯାଉଛି। ଗତବର୍ଷ ଦେବସ୍ନାନ ପୂର୍ଣ୍ଣିମା ପରେ ସ୍ନାନମଣ୍ଡପରେ ଲାଗିଥିବା ଲୁହା ପାଇପ୍‌‌, ରେଲିଂ ଆଦିକୁ ଖୋଲି ଦିଆଯାଇଥିଲା। ଯେ ହେତୁ ଆଗକୁ ସ୍ନାନ ପୂର୍ଣ୍ଣିମା ଆସୁଛି ତେଣୁ ପୁନର୍ବାର ଏହାକୁ ଫିଟିଙ୍ଗ କରାଯାଉଛି। ସେହିପରି ମଣ୍ଡପର ପଥରଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଇଛି। ଯଦି କୌଣସି ପଥର ଖରାପ ଥାଏ ଆବଶ୍ୟକ ପଡ଼ିଲେ ତାହାକୁ ବଦଳାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।