CM Mohan Majhi - The Sakala

ରଥଯାତ୍ରା ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଏହି ପବିତ୍ର ରଥଯାତ୍ରାର ସୁଗମ ପରିଚାଳନା ପାଇଁ ପୂର୍ବରୁ ଜାରି କରାଯାଇଥିବା ୧୦ ସୂତ୍ରୀ ନିର୍ଦ୍ଦେଶାବଳୀର କାର୍ଯ୍ୟକାରିତା ଏବଂ ବିଭିନ୍ନ ବିଭାଗର ଅଗ୍ରଗତି ଉପରେ ସେ ବିସ୍ତୃତ ଆଲୋଚନା କରିଥିଲେ।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ଏକାଧିକ ବିଭାଗର ବରିଷ୍ଠ ସଚିବ ଏବଂ ଗୁଇନ୍ଦା ଅଧିକାରୀମାନେ ମଧ୍ୟ ଏହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ।

କ୍ଷେତ୍ରସ୍ତରୀୟ ପ୍ରସ୍ତୁତିର ଆକଳନ ପାଇଁ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ (SP) ଙ୍କ ସହିତ ଆଲୋଚନା କରିଥିଲେ। ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଏବଂ ନିରବଚ୍ଛିନ୍ନ ସେବା ଯୋଗାଇଦେବା ପାଇଁ ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି।

ପରିମଳ ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ, ସ୍ୱାସ୍ଥ୍ୟ ସେବା ଏବଂ ମନ୍ଦିର ପରିଚାଳନା ସମ୍ପର୍କରେ ଅଧିକାରୀମାନେ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ। ବାକି ରହିଥିବା କାର୍ଯ୍ୟଗୁଡ଼ିକୁ ତୁରନ୍ତ ଶେଷ କରିବାକୁ ଏବଂ ଉତ୍ସବର ନିର୍ଘଣ୍ଟକୁ କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି।

ରଥଯାତ୍ରା କର୍ଡନ ପାସ୍‌କୁ ନେଇ CMଙ୍କ କଡ଼ା ନିର୍ଦ୍ଦେଶ: କେବଳ ନୀତିକାନ୍ତି ସହ ଜଡ଼ିତ ସେବକ ଓ କର୍ମଚାରୀଙ୍କୁ ଅନୁମତି
ପୁରୀ: ରଥଯାତ୍ରା କର୍ଡନ ପାସ୍ ଉପରେ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ। ନିୟମ ଅନୁସାରେ ଗୋଟିଏ ବି ଅଧିକ କର୍ଡନ ପାସ୍‌ ଇସ୍ୟୁ ନ କରିବାକୁ ନିର୍ଦ୍ଦେଶ। କେବଳ ଶ୍ରୀମନ୍ଦିର ନୀତିକାନ୍ତି ସହ ଜଡ଼ିତ ସେବକ ଓ କର୍ମଚାରୀଙ୍କ ବ୍ୟତୀତ ଆଉ କାହାକୁ ପାସ୍ ଦିଆଯିବନି। ରଥଯାତ୍ରାର ସୁପରିଚାଳନା ପାଇଁ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ବେନିୟମ ଭାବେ କର୍ଡନ ଅଞ୍ଚଳକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ଶାଳୀନତାର ସହ ବାରଣ କରାଯିବ ।

ରଥଯାତ୍ରା ପାଇଁ ସ୍ବତନ୍ତ୍ର ସମୀକ୍ଷା ବୈଠକରେ ସମର୍ପଣ ଓ ସମନ୍ଵୟର ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସମର୍ପଣ ଭାବ ନେଇ ସବୁ ବିଭାଗକୁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସମସ୍ତ ବିଭାଗର ଅଧିକାରୀ, କର୍ମଚାରୀ ଓ ସେବକମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ତ୍ରୁଟିଶୂନ୍ୟ ରଥଯାତ୍ରା ଆୟୋଜନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ନୀତିକାନ୍ତି, ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ସ୍ୱଚ୍ଛତା ଓ ଗମନାଗମନକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଥର ତ୍ରୁଟିଶୂନ୍ୟ ରଥଯାତ୍ରା ଉପରେ ଗୁରୁତ୍ଵ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ପାଠ୍ୟପୁସ୍ତକରେ ୧୬୦୦ରୁ ଅଧିକ ଭୁଲ: ତ୍ରୁଟି ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ଲାଗୁଛି କହିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ୧୬୦୦ରୁ ଅଧିକ ତ୍ରୁଟି ବାହାରିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହା ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ହୋଇପାରେ ବୋଲି ସେ ସନ୍ଦେହ ପ୍ରକାଶ କରିବା ସହ ଟିକିନିଖି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏକ ଇଂରାଜୀ ଖବରକାଗଜ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି। ଉନ୍ନୟନ କମିଶନରଙ୍କ ନେତୃତ୍ୱରେ ଗଠିତ ଏକ ତିନି ଜଣିଆ କମିଟି ନିର୍ଦ୍ଧାରିତ ୭ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜର ରିପୋର୍ଟ ଦାଖଲ କରିଛି। ପୂର୍ବରୁ ମଧ୍ୟ ପାଠ୍ୟପୁସ୍ତକରେ ତ୍ରୁଟି ଦେଖାଯାଇଥିଲା, କିନ୍ତୁ ଏଥର ତ୍ରୁଟିର ପରିମାଣ ଅସ୍ୱାଭାବିକ ଭାବେ ଅଧିକ ଥିବାରୁ ଏହା ଏକ ବଡ଼ ଷଡ଼ଯନ୍ତ୍ରର ଅଂଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଏହି ଘଟଣାରେ ଦାୟୀ ଅଧିକାରୀ କିମ୍ବା ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି କୌଣସି ଷଡ଼ଯନ୍ତ୍ର ପ୍ରମାଣିତ ହୁଏ, ତେବେ ତ୍ରୁଟିପୂର୍ଣ୍ଣ ପୁସ୍ତକଗୁଡ଼ିକର ପୁନଃ ମୁଦ୍ରଣ ଖର୍ଚ୍ଚ ଦୋଷୀମାନଙ୍କଠାରୁ ଆଦାୟ କରାଯିବ। ଏହାସହ ଭବିଷ୍ୟତରେ ଯେପରି ଏଭଳି ତ୍ରୁଟିର ପୁନରାବୃତ୍ତି ନହୁଏ, ସେଥିପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ।

ସେପଟେ ଛାତ୍ରଛାତ୍ରୀମାନଙ୍କୁ ବଣ୍ଟାଯାଇଥିବା ସମସ୍ତ ତ୍ରୁଟିପୂର୍ଣ୍ଣ ପୁସ୍ତକଗୁଡ଼ିକୁ ତୁରନ୍ତ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଗୁଡ଼ିକ ବଦଳରେ ପିଲାମାନଙ୍କୁ ତୁରନ୍ତ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବ। ପାଠ୍ୟପୁସ୍ତକରେ ତ୍ରୁଟି ଘଟଣାକୁ ନେଇ ଶିକ୍ଷକ, ଅଭିଭାବକ ଏବଂ ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି ।

ତାମିଲନାଡୁ ଗ୍ୟାସ୍ ଲିକ୍ ଅଘଟଣ: ମୃତ ଓଡ଼ିଆ ଶ୍ରମିକଙ୍କ ପରିବାର ପାଇଁ ଅନୁକମ୍ପାମୂଳକ ସହାୟତା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି
ଭୁବନେଶ୍ୱର: ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ଓଡ଼ିଆ ଶ୍ରମିକଙ୍କ ସହାୟତା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି । CMRFରୁ ଘୋଷଣା ହୋଇଥିବା ୪ ଲକ୍ଷର ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ । ତାମିଲନାଡୁର ତିରୁଭାଲୁର ଜିଲ୍ଲାରେ ଥିବା ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପରିବାର ପାଇଁ ରାଜ୍ୟ ସରକାର ଅନୁକମ୍ପାମୂଳକ ସହାୟତା ରାଶି  ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି (CMRF) ରୁ ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସ୍ଥିର କରାଯାଇଥିଲା। ତେବେ ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ପରେ ସରକାର ପରିସ୍ଥିତିର ସମୀକ୍ଷା କରି ଏହି ସହାୟତା ରାଶିକୁ ବୃଦ୍ଧି କରିଛନ୍ତି। ଏହି ମର୍ମନ୍ତୁଦ ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହିତ ପୀଡ଼ିତ ପରିବାରକୁ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଗତ ରବିବାର (ଜୁନ୍ ୨୧ ତାରିଖ) ଦିନ ତାମିଲନାଡୁର ତିରୁଭାଲୁର ଠାରେ ଥିବା ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା। ଏହି ଅଘଟଣରେ ଓଡ଼ିଶାରୁ ଯାଇଥିବା ପ୍ରବାସୀ ଶ୍ରମିକଙ୍କ ସମେତ ଅନେକ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ମଙ୍ଗଳବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିବା ପରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି।

'ସୋମନାଥ ସ୍ୱାଭିମାନ ଯାତ୍ରା ୨୦୨୬'ର ଶୁଭାରମ୍ଭ, ଗୁଜରାଟ ଅଭିମୁଖେ ବାହାରିଲେ ୧୧୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଶୁଭାରମ୍ଭ ହୋଇଛି ସ୍ୱତନ୍ତ୍ର 'ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬'। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୧୦୦ରୁ ଅଧିକ ଶ୍ରଦ୍ଧାଳୁ ଗୁଜୁରାଟସ୍ଥିତ ପ୍ରସିଦ୍ଧ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି। ଭୁବନେଶ୍ୱର ରେଳ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁଜ ପତାକା ଦେଖାଇ ଏହି ଯାତ୍ରାର ଶୁଭ ଉଦଘାଟନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକାଶ ବି, ବିରାସତ ବି । ଦୁଇ ସାଂସ୍କୃତିକ କେନ୍ଦ୍ରର ମହାମିଳନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ର ଏକ ଭାରତ ଶ୍ରେଷ୍ଠ ଭାରତ' ସଂକଳ୍ପକୁ ଆଗେଇ ନେବା ପାଇଁ ଏହା ଏକ ଅନନ୍ୟ ପ୍ରୟାସ। ଏହି ଯାତ୍ରା ମାଧ୍ୟମରେ ଓଡ଼ିଶାର ସାଂସ୍କୃତିକ କେନ୍ଦ୍ର ସହ ଗୁଜୁରାଟର ଐତିହ୍ୟକୁ ଯୋଡ଼ା ଯାଉଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା କେବଳ ଏକ ରେଳ ଯାତ୍ରା ନୁହେଁ, ବରଂ ଆମର ଆସ୍ଥା, ଭକ୍ତି ଏବଂ ସାଂସ୍କୃତିକ ସ୍ୱାଭିମାନର ଏକ ମହାଯାତ୍ରା। ପୂର୍ବରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପଶ୍ଚିମରେ ପ୍ରଭୁ ସୋମନାଥ – ଏହି ଦୁଇ ଦିବ୍ୟ ଶକ୍ତି ସମଗ୍ର ଭାରତବର୍ଷକୁ ଏକତା, ଆଧ୍ୟାତ୍ମିକତା ଓ ଅବିନାଶୀ ଚେତନାର ସୂତ୍ରରେ ବାନ୍ଧି ରଖିଛନ୍ତି।

ଏହି ପବିତ୍ର ଯାତ୍ରାରେ ଓଡ଼ିଶାର ଏକାମ୍ର କ୍ଷେତ୍ରର ଐତିହ୍ୟବାହୀ କେଦାରଗୌରୀ ମାଟି ଏବଂ ପବିତ୍ର ବିନ୍ଦୁସାଗରର ଜଳ ମଧ୍ୟ ସୋମନାଥ ପୀଠକୁ ପଠାଯାଇଛି। ଆଜିଠାରୁ ୬ଦିନ ପାଇଁ ଶ୍ରଦ୍ଧାଳୁମାନେ ଯାତ୍ରା କରିଛନ୍ତି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଏହି ଶ୍ରଦ୍ଧାଳୁମାନେ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ କରାଯାଉଛି।ଏ ଯାତ୍ରାକୁ ନେଇ ତୀର୍ଥଯାତ୍ରୀମାନେ ବେଶ ଖୁସିବ୍ୟକ୍ତ କରିଛନ୍ତି। ସରକାରଙ୍କ ତରଫରୁ ଏଭଳି ଏକ ଯାତ୍ରାର ସୁବିଧା କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ଏନେଇ ଧନ୍ୟବାଦ ପ୍ରଦାନ କରିଛନ୍ତି।

ଓଡ଼ିଶାରେ ମୋହନ ସରକାରକୁ ପୂରିଲା ୨ ବର୍ଷ: ଲୋକପ୍ରିୟତା ତଉଲିବ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ
ଭୁବନେଶ୍ୱର: ଆଜି ରାଜ୍ୟରେ ବିଜେପି ସରକାରଙ୍କୁ ୨ ବର୍ଷ ପୂରଣ ହୋଇଛି । ବିଗତ ୨ ବର୍ଷ ମଧ୍ୟରେ ରାଜ୍ୟରେ ବ୍ୟାପକ ବିକାଶ ନେଇ ସରକାରୀ ଦଳ ଦୃଢେ଼ାକ୍ତି ପ୍ରକାଶ କରୁଥିବାବେଳେ ବିରୋଧୀ ସରକାରଙ୍କୁ ପ୍ରତିଶ୍ରୁତି ଅପୂରଣୀୟତାର କାଠଗଡ଼ାକୁ ଟାଣୁଛନ୍ତି।  ଆଇନଶୃଙ୍ଖଳା ସ୍ଥିତି ଏବଂ ବିକାଶମୂଳକ କାର୍ଯ୍ୟକୁ ସରକାରଙ୍କୁ କଡ଼ା ସମାଲୋଚନା କରୁଛନ୍ତି ବିରୋଧୀ। ତେବେ ଗତ ୨ ବର୍ଷ ତୁଳନାରେ ତୃତୀୟ ବର୍ଷ ସରକାରଙ୍କ ପାଇଁ ସବୁଠାରୁ ଆହ୍ୱାନ ତଥା ପରୀକ୍ଷାର ବର୍ଷ ହେବ ବୋଲି ରାଜନୀତିକ ମହଲରେ ମତ ପ୍ରକାଶ ପାଇଛି। ୨ ବର୍ଷ ପୂରଣ ହେବାକୁ ଯାଉଥିବାବେଳେ ଏଯାବତ୍‌ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଏବଂ ନିଗମ ଓ ବୋର୍ଡରେ ନିଯୁକ୍ତି ହୋଇପାରି ନାହିଁ। ଯାହାକୁ ନେଇ ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଏହି ସମୟରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ପରି ମନ୍ତ୍ରୀ ପରିଷଦ ଗଠନ ଓ ନିଗମ ନିଯୁକ୍ତି ସରକାରଙ୍କ ପାଇଁ ଆହ୍ୱାନ ହୋଇପାରେ। ଅନ୍ୟପକ୍ଷରେ ଚଳିତ ବର୍ଷ ଶେଷାର୍ଦ୍ଧରେ ଛାତ୍ରସଂସଦ ନିର୍ବାଚନ, ଆସନ୍ତା ବର୍ଷ ପ୍ରଥମ ପ୍ରଥମାର୍ଦ୍ଧରେ ପଞ୍ଚାୟତ ଓ ପୌର ନିର୍ବାଚନ ସରକାରଙ୍କ ଲୋକପ୍ରିୟତା ତଉଲିବ ବୋଲି କୁହାଯାଉଛି।

ରାଜନୀତି ସମୀକ୍ଷକଙ୍କ ମତ ଅନୁସାରେ ବିଗତ ୨ ବର୍ଷରେ ବିଭିନ୍ନ କ୍ଷେତ୍ରରେ ସରକାରଙ୍କୁ ଅପବାଦ ମୁଣ୍ଡାଇବାକୁ ପଡ଼ିଛି।  ଧାନ କ୍ରୟରେ ଅବ୍ୟବସ୍ଥା, ୩୦୦୦ ଟଙ୍କାର ଭତ୍ତା ପ୍ରଦାନ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି, ମହିଳା ସୁରକ୍ଷାକୁ ନେଇ ସରକାରଙ୍କୁ ବାରମ୍ବାର ସମାଲୋଚିତ ହେବାକୁ ପଡ଼ିଛି। ସେହିପରି ବିକାଶମୂଳକ କାର୍ଯ୍ୟ ଠପ୍‌ ହୋଇପଡ଼ିବା, ରଙ୍ଗବଦଳ ନିଷ୍ପତ୍ତିକୁ ନେଇ ମଧ୍ୟ ସାଧାରଣ ଲୋକେ ସରକାରଙ୍କୁ କାଠଗଡ଼ାରେ ଠିଆ କରିଛନ୍ତି। ଅପରପକ୍ଷେ ସମାନ ସମୟରେ ସରକାର ମଧ୍ୟ ବିଭିନ୍ନ କ୍ଷେତ୍ରରେ ସଫଳତାକୁ ନେଇ ଦମ୍ଭୋକ୍ତି ଭରୁଛନ୍ତି। ତେବେ ଏହି ଦୁଇବର୍ଷ ମଧ୍ୟରେ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳ ଗଠନ କରି ନ ପାରିବା ଏବଂ ବୋର୍ଡ, ନିଗମରେ ନିଯୁକ୍ତି ପ୍ରଦାନ କରିବାରେ ବିଫଳ ହେବା  ଉଭୟ ସରକାର ଏବଂ ସଂଗଠନର ନିଷ୍ପତ୍ତି ନେବାରେ ଦକ୍ଷତା ତଥା ସମନ୍ୱୟ ଉପରେ ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା। ତେଣୁ ତୃତୀୟ ବର୍ଷ ପ୍ରାରମ୍ଭରେ ଏହା ସରକାରଙ୍କ ପାଇଁ ବଡ଼ ଆହ୍ୱାନ ସାଜିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ସେହିପରି ଆସନ୍ତା ମାର୍ଚ୍ଚରେ ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବ। ଏବେ ସୁଦ୍ଧା ମୁଖ୍ୟ ବିରୋଧୀ ଦଳ ବିଜେଡି ନିଜର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ ରଖିପାରିଛି। ସମାନ ସମୟରେ ବିଜେପି ଏଯାବତ୍‌ ସବୁ ଜିଲ୍ଲାରେ ସବୁ ନିର୍ବାଚନମଣ୍ଡଳୀରେ ନିଜର ପ୍ରଭାବ ବିସ୍ତାର କରିପାରେ ସକ୍ଷମ ହୋଇପାରି ନାହିଁ। ତେବେ ରାଜ୍ୟରେ ସରକାର ଥିବାବେଳେ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନ ସରକାରଙ୍କ ପାଇଁ ସମ୍ମାନର ପ୍ରଶ୍ନ ଭାବେ ଉଭା ହେବ। ଏହି ନିର୍ବାଚନ ହିଁ ରାଜ୍ୟ ସରକାରଙ୍କ ଲୋକପ୍ରିୟତା ନିର୍ଣ୍ଣୟ କରିବ ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଛି। ଏତଦ୍‌ବ୍ୟତୀତ ନିଜର ନିର୍ବାଚନୀ ପ୍ରତିଶ୍ରୁତି ଯଥା ଓଡ଼ିଶାରେ ଓଡ଼ିଆରେ ମେଡିକାଲ, ଇଞ୍ଜିନିୟରିଂ ଶିକ୍ଷା, ୧୫ ଲକ୍ଷଙ୍କୁ ପିଏମ୍‌ ଆବାସ, ୭୫ ହଜାର କିଲୋମିଟରକ ରାସ୍ତା, ସମସ୍ତଙ୍କୁ ୩୫୦୦ ଟଙ୍କା ଭତ୍ତା ପ୍ରଦାନ ପୂରଣ ସରକାରଙ୍କ ପାଇଁ ପ୍ରମୁଖ ଆହ୍ୱାନ ପାଲଟିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ଘଟଣା: ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା
କଳାହାଣ୍ଡି: ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ଘଟଣାରେ ସହାୟତା ଘୋଷଣା । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଦୁଃଖଦ ଦୁର୍ଘଟଣାରେ ୬ ଜଣଙ୍କର ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଗୌଡ କର୍ଲାଖୁଣ୍ଟା ଗାଁରେ ମଙ୍ଗଳବାର ଏହି ଅଘଟଣ ଘଟିଛି । ସେଣ୍ଟ୍ରିଂ କାଢ଼ିବା ବେଳେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସହ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ମଧ୍ୟରେ ୩ ମିସ୍ତ୍ରୀ, ଜଣେ ଶ୍ରମିକ, ମାଲିକ ଏବଂ ତାଙ୍କ ପୁଅ ଅଛନ୍ତି। ପ୍ରଥମେ ଜଣେ ମିସ୍ତ୍ରୀ ପାଇଖାନା ଟାଙ୍କି ଭିତରେ ପଡ଼ି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଆଉ ୫ ଜଣଙ୍କ ଜୀବନ ଚାଲିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅନ୍ୟ ଜଣେ ଗୁରୁତର ଶ୍ରମିକ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି।

ହିଞ୍ଜିଳିରେ ଗର୍ଭବତୀଙ୍କୁ ହତ୍ୟା ଘଟଣାରେ ଉଦବେଗ ପ୍ରକାଶ କଲେ ନବୀନ, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି
ଭୁବନେଶ୍ୱର: ହିଞ୍ଜିଳିରେ ଗର୍ଭବତୀଙ୍କୁ ନିର୍ମମ ହତ୍ୟା ଘଟଣା । ଗଭୀର ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳନେତା ନବୀନ ପଟ୍ଟନାୟକ । ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ଶିଶୁକୁ ସହାୟତା ଦାବି ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ । ବ୍ୟକ୍ତିଗତ ହସ୍ତକ୍ଷେପ ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଦାବି । ହିଞ୍ଜିଳି ଖରିଦାରେ ଘଟିଥିବା ଘଟଣା ଅତ୍ୟନ୍ତ ଉଦବେଗଜନକ । ଗଣମାଧ୍ୟମ ଓ ଭିଡିଓ ଫୁଟେଜରୁ ବର୍ବରତା ସ୍ପଷ୍ଟ ।

ସୂଚନାଯୋଗ୍ୟ, ନ୍ୟାୟ ଦାବିରେ ନିଜ ସନ୍ତାନକୁ କୋଳରେ ଧରି ସ୍ୱାମୀଙ୍କ ଘର ସାମ୍ନାରେ ଧାରଣାରେ ବସିଥିବା ସମୟରେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଭାଇ ଆକ୍ରମଣ କରି ହତ୍ୟା କରିଥିଲେ। ଘଟଣା ସମୟରେ ମା’ର ମୃତଦେହ ପାଖରେ ୩ ବର୍ଷର ଶିଶୁ କାନ୍ଦୁଥିବା ଦୃଶ୍ୟ ସମଗ୍ର ଓଡ଼ିଶାର ହୃଦୟକୁ ଆଘାତ ଦେଇଛି। ବିରୋଧୀ ଦଳ ନେତା ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ହସ୍ତକ୍ଷେପ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଓ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି। ସେହିପରି ଘଟଣାର ସାକ୍ଷୀ ହୋଇଥିବା ୩ ବର୍ଷର ଶିଶୁକୁ ତୁରନ୍ତ ରାଜ୍ୟ ପକ୍ଷରୁ ଚିକିତ୍ସା, ଆର୍ଥିକ ସହାୟତା ଓ ପୁନର୍ବାସ ସୁବିଧା ଯୋଗାଇବାକୁ ଚିଠିରେ ଦାବି କରିଛନ୍ତି ନବୀନ ।

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ; ୪୮ ଘଣ୍ଟା ଭିତରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ
ଭୁବନେଶ୍ୱର: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ପ୍ରସ୍ତାବିତ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ରେ ଓଡ଼ିଶା ବିପୁଳ ଭାବରେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟର ସଂସଦୀୟ କ୍ଷେତ୍ର ସଂଖ୍ୟା ୨୧ରୁ ୨୯କୁ ବୃଦ୍ଧି ସତ୍ତ୍ବେ ରାଜ୍ୟର ରାଜନୈତିକ ପ୍ରତିନିଧିତ୍ୱ ଜାତୀୟସ୍ତରରେ ୧୫% ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି।  ତେଣୁ ଓଡ଼ିଶାର ରାଜନୈତିକ ଅଧିକାର ଯେପରି ଏକ ସହସ୍ରାଂଶ କ୍ଷତି ନ ହେବ ସେଥିପାଇଁ ଜଣେ ଓଡ଼ିଆ ଭାବରେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ। ୪୮ ଘଣ୍ଟାରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡ଼କାଯାଇ ଏ ସଂକ୍ରାନ୍ତରେ ସଂକଳ୍ପ ଗୃହୀତ ହେଉ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ଓଡ଼ିଶାର ୨୧ ଜଣ ସାଂସଦ ଅଛନ୍ତି, ଯାହା ମୋଟ ସଂଖ୍ୟାର ପ୍ରାୟ ୩.୯ ପ୍ରତିଶତ। ମାତ୍ର ଆସନ୍ତାକାଲି ସଂସଦର ସ୍ୱତନ୍ତ୍ର ଅଧିବେଶନରେ ବିଲ୍‌ ପାରିତ ସହ ସଂଶୋଧନ ପ୍ରସ୍ତାବ ଗୃହୀତ ହେଲେ ଏହି ସଂଖ୍ୟା ୨୯କୁ ବୃଦ୍ଧି ପାଇବ ସିନା, ଲୋକସଂଖ୍ୟା ଅନୁପାତ ୩.୪ ପ୍ରତିଶତକୁ କମିଯିବ। ଫଳରେ ଜନସଂଖ୍ୟା ନିୟନ୍ତ୍ରଣ ଓ ମାନବ ସମ୍ବଳ ବିକାଶରେ ଅଗ୍ରଣୀ ଓଡ଼ିଶା ଜାତୀୟସ୍ତରରେ ପ୍ରାୟ ୧୫ ପ୍ରତିଶତ ପର୍ଯ୍ୟନ୍ତ ରାଜନୈତିକ ପ୍ରତିନିଧିତ୍ୱ ହାନିର ସମ୍ମୁଖୀନ ହେବ। ଏହା ଜାତୀୟସ୍ତରରେ ଆମର ରାଜନୈତିକ ସ୍ୱର ଓ ପ୍ରଭାବକୁ କ୍ଷୀଣ କରିବ ଏବଂ ଅନ୍ୟ ରାଜ୍ୟମାନଙ୍କ ପକ୍ଷରେ ପୁନର୍ବଣ୍ଟନ କରାଯିବ। ବିଭିନ୍ନ ରିପୋର୍ଟ ଅନୁସାରେ ଏହି ପ୍ରକ୍ରିୟାରେ ଓଡ଼ିଶା ଚତୁର୍ଥ ସବୁଠାରୁ ବଡ଼ କ୍ଷତିଗ୍ରସ୍ତ ରାଜ୍ୟ ହେବ। ଏହା ୪.୫ କୋଟି ଓଡ଼ିଆଙ୍କ ଆକାଂକ୍ଷା ପ୍ରତି ଶକ୍ତ ପ୍ରହାର ସଦୃଶ ହୋଇଥିବା ବେଳେ ଆଗାମୀ ପିଢି ପାଇଁ ଗୁରୁତର ଅନ୍ୟାୟ ସୃଷ୍ଟି କରିବ ବୋଲି ଆଶଙ୍କା କରିଛନ୍ତିି ନବୀନ୤ ଏହି ପ୍ରସଙ୍ଗରେ ୪୮ ଘଣ୍ଟା ମଧ୍ୟରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି। ଓଡ଼ିଶାର ରାଜନୈତିକ ଅଧିକାର ଅକ୍ଷୁର୍ଣ୍ଣ ରହିଲେ ଆମେ ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ସ୍ୱାଗତ କରିବୁ, ମାତ୍ର ଓଡ଼ିଶାର ରାଜନୈତିକ ଅଧିକାର ଏକ ସହସ୍ରାଂଶ କ୍ଷତିକୁ ଗ୍ରହଣ କରିପାରିବୁ ନାହିଁ। ତେଣୁ ସ୍ୱତନ୍ତ୍ର ଅଧିବେଶନରେ ଏମିତି ଏକ ପ୍ରସ୍ତାବ ପାରିତ କରାଯାଉ, ଯେଉଁଥିରେ ଓଡ଼ିଶାର ୦.୦୦୧ ପ୍ରତିଶତ ରାଜନୈତିକ ଅଧିକାର କ୍ଷତି ହେବ ନାହିଁ ଏବଂ ଅନ୍ୟ କୌଣସି  ରାଜ୍ୟକୁ ହସ୍ତାନ୍ତର ହେବ ନାହିଁ ବୋଲି ନବୀନ ଦାବି କରିଛନ୍ତି।

ନବୀନ କହିଛନ୍ତି ଯେ ଓଡ଼ିଶା ୧ ଏପ୍ରିଲ ୧୯୩୬ ତାରିଖରେ ସରକାରୀ ଭାବେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠିତ ହୋଇଥିଲା। ଏହା ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଇତିହାସରେ ସ୍ଥାନ ଅଧିକାର କରିଥିଲା ଏବଂ ଓଡ଼ିଆ ଭାଷାଭାଷୀ ଜନସମୁଦାୟଙ୍କୁ ଏକତ୍ର କରିଥିଲା। ଏହି ଐତିହାସିକ ସଫଳତା ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ ସାଧାରଣ ଜନତାଙ୍କ ଦୀର୍ଘ ସଂଘର୍ଷ, ତ୍ୟାଗ ଓ ଅପରିମିତ ପ୍ରୟାସର ଫଳଶ୍ରୁତି । ଓଡ଼ିଆ ପରିଚୟର ସୁରକ୍ଷା ପାଇଁ ସେମାନେ ନିଜ ସ୍ୱେଦ ଓ ରକ୍ତ ଦେଇ ଯେଉଁ ତ୍ୟାଗ କରିଥିଲେ, ତାହା ଆମ ସାଂସ୍କୃତିକ ଅସ୍ତିତ୍ୱକୁ ଅମର କରିଛି। ସେମାନଙ୍କ ଅବିରତ ସଂଘର୍ଷ ଆଶାକୁ ଆଧାର କରି ଏକ ପ୍ରଦେଶର ଗଠନ କରିଥିଲା, ଯାହା ଭାଷା ଓ ଆଷାରେ ଏକତାର ପ୍ରତୀକ । ୧୮୧୭ ମସିହାର ପାଇକ ବିଦ୍ରୋହରୁ ଆରମ୍ଭ କରି ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନ ପର୍ଯ୍ୟନ୍ତ ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ ଓ ଉତ୍କଳମଣି ଗୋପବନ୍ଧୁ ଦାସ ଭଳି ବିଶିଷ୍ଟ ବ୍ୟକ୍ତିତ୍ୱମାନେ ସ୍ୱାଧୀନତାର ପବିତ୍ର ଲକ୍ଷ୍ୟ ପାଇଁ ଅମୂଲ୍ୟ ଅବଦାନ ରଖିଥିଲେ।  ବାଜି ରାଉତ ମାତ୍ର ୧୨ ବର୍ଷ ବୟସରେ ଦେଶ ପାଇଁ ନିଜ ଜୀବନ ଦାନ କରିଥିଲେ।  ଜଗନ୍ନାଥ ସଂସ୍କୃତି ଭାରତର ସମାବେଶୀ ପରମ୍ପରାକୁ ସଦା ଶକ୍ତିଶାଳୀ କରିଆସିଛି ଏବଂ ଭାରତୀୟ ଚେତନାକୁ ନୈତିକ ଓ ଆଧ୍ୟାତ୍ମିକ ଶକ୍ତି ପ୍ରଦାନ କରିଛି। ଏହା ସମତା, ଭ୍ରାତୃତ୍ୱ ଓ କରୁଣାର ମୂଲ୍ୟବୋଧକୁ ପ୍ରତିପାଦନ କରେ, ଯାହା ଆମ ଗଣତନ୍ତ୍ରର ମୂଳ ଆଧାର । ଓଡ଼ିଶା କେବଳ ଏକ ସମୃଦ୍ଧ ଐତିହ୍ୟର ଭୂମି ନୁହେଁ, ବରଂ ଆଧୁନିକ ଉନ୍ନତିରେ ଏକ ଉଦୟମାନ ଶକ୍ତିକେନ୍ଦ୍ର ।

ତେବେ ବର୍ତ୍ତମାନ ଆମେ ଏକ ସମ୍ବେଦନଶୀଳ ସଙ୍କଟପୂର୍ଣ୍ଣ ସମୟରେ ଉପନୀତ । ଆମେ ମହିଳା ସଂରକ୍ଷଣ ବିଲ୍‌କୁ  ସ୍ୱାଗତ କରୁଛୁ। ବିଜୁ ପଟ୍ଟନାୟକ ମହିଳା ସଶକ୍ତୀକରଣର ଦୃଢ଼ ପକ୍ଷପାତି ଥିଲେ ଏବଂ ବିଧାନମଣ୍ଡଳରେ ସଂରକ୍ଷଣ ବ୍ୟବସ୍ଥାକୁ ପ୍ରଚଳିତ କରିଥିଲେ। ବିଜୁ ଜନତା ଦଳ ସଦା ମହିଳାଙ୍କ ପ୍ରତିନିଧିତ୍ୱକୁ ସମର୍ଥନ କରିଆସିଛି ଏବଂ ସଂସଦ ଓ ବିଧାନସଭାରେ ସେମାନଙ୍କ ସକ୍ରିୟ ଭୂମିକାକୁ ସୁନିଶ୍ଚିତ କରିଛି। ଓଡ଼ିଶା ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକରେ ୫୦ ପ୍ରତିଶତ ସଂରକ୍ଷଣକୁ ସଫଳତାର ସହ କାର୍ଯ୍ୟକାରୀ କରିଛି ଏବଂ ଆମେ ଜାତୀୟ ସ୍ତରରେ ମହିଳା ସଶକ୍ତୀକରଣ ପାଇଁ ପୂର୍ଣ୍ଣ ସମର୍ଥନ ଜଣାଉଛୁ। ତେବେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌କୁ ଆମେ ସେତେବେଳେ ମାତ୍ର ସ୍ୱାଗତ କରିପାରିବୁ, ଯେତେବେଳେ ଓଡ଼ିଶାର ରାଜନୈତିକ ଅଧିକାର ସମ୍ପୂର୍ଣ୍ଣ ଭାବେ ଅକ୍ଷୁଣ୍ଣ ରହିବ। ଏହା କେବଳ ସଂଖ୍ୟାତ୍ମକ ପ୍ରସଙ୍ଗ ନୁହେଁ; ଏହା ସମ୍ବିଧାନରେ ସ୍ଥାପିତ ସହଯୋଗୀ ସଂଘୀୟତାର ଆତ୍ମା ସହ ସମ୍ପୃକ୍ତ।  ତେଣୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଆପଣ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଦୃଢ଼ତା ସହ ଉଠାଇ ଯଥାଯଥ ପଦକ୍ଷେପ ଗ୍ରହଣ କରନ୍ତୁ। ଏହା କରିବା ପାଇଁ ଆପଣଙ୍କ ପାଖରେ ନୈତିକ ଓ ବୈଧ ଅଧିକାର ରହିଛି। ଯଦି ଆମେ ନିରବ ରହିବାକୁ ବାଛିବା, ତେବେ ଆଗାମୀ ପିଢ଼ି ଆମକୁ କେବେ କ୍ଷମା କରିବେ ନାହିଁ। ବିଷୟର ତାତ୍କାଳିକତାକୁ ଦୃଷ୍ଟିରେ ରଖି ଆଗାମୀ ୪୮ ଘଣ୍ଟା ମଧ୍ୟରେ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡ଼କାଯାଉ। ବିଜେଡି ଏହି ନ୍ୟାୟସଙ୍ଗତ ଆନ୍ଦୋଳନରେ ଆପଣଙ୍କ ସହ ଦୃଢ଼ତାର ସହ ରହିବ। ଏକ ଗର୍ବିତ ଓଡ଼ିଆ ଭାବେ ମୁଁ ପୁନର୍ବାର ଆପଣଙ୍କୁ ଏହି ବିଷୟରେ ଦୃଢ଼ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ ଜଣାଉଛି। କାରଣ ଏହା ଆମ ପ୍ରିୟ ରାଜ୍ୟ ଓ ମାତୃଭୂମି ଓଡ଼ିଶାର ଭାଗ୍ୟ ଓ ଭବିଷ୍ୟତ ସହ ଗଭୀର ଭାବେ ସମ୍ପୃକ୍ତ ବୋଲି ମୋହନଙ୍କୁ ଲେଖିଥିବା ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ।

ନୂଆ ଲୋକସେବା ଭବନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ୩୬୨୩ କୋଟି ଟଙ୍କା
ଭୁବନେଶ୍ୱର: ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିଲା ଭିତ୍ତିପ୍ରସ୍ତର । ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୂଆକରି ତିଆରି ହେବ ବିଧାନସଭା ଓ ଲୋକସେବା ଭବନ । ଗୋଟିଏ ସ୍ଥାନରେ ରହିବ ଲୋକସେବା ଭବନ ଓ ନୂଆ ବିଧାନସଭା । ପ୍ରାୟ ୭୧.୧୩ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ଭବ୍ୟ ପ୍ରକଳ୍ପ ପାଇଁ ସରକାର ୩,୬୨୩ କୋଟି ଟଙ୍କା ବ୍ୟୟ ଅଟକଳ ରଖିଛନ୍ତି । ନୂଆ ଲୋକସେବା ଭବନରେ ହେବ ଭୂତଳ ପାର୍କିଂ । ଏନେଇ ମାଷ୍ଟରପ୍ଲାନ ଅନୁମୋଦନ ହୋଇଛି । ଆଜି ଲୋକସେବା ଭବନ କନଫରେନ୍ସ ହଲରେ ଜାତୀୟ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅବସରରେ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟର ବିଭିନ୍ନ କୋର୍ଟକୁ ବୋମା ଧମକ ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟକୁ ଇ-ମେଲରେ ବୋମା ଧମକ । ସମ୍ବଲପୁର, କଟକ ଓ ଦେବଗଡ ଜିଲ୍ଲା କୋର୍ଟକୁ ବୋମା ଧମକ ଘଟଣା ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମହାନ ଚରଣ ମାଝୀ ।  ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ACS ଓ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ଅପରାଧୀଙ୍କୁ ଖୋଜି ବାହାର କରିବାକୁ ନିର୍ଦ୍ଦେଶ। ଆଜି ସଂନ୍ଧ୍ୟାରେ ଏ ସମ୍ପର୍କରେ ବସୁଛି ଏକ ଉଚ୍ଚସ୍ତରୀୟ ବୈଠକ । ଏହି ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସମ୍ପୂର୍ଣ୍ଣ ସମୀକ୍ଷା କରାଯିବ ।

ଘଟଣାର ତଦନ୍ତ କରି ସତ୍ୟାସତ୍ୟ ବାହାର କରିବା ସହ ଏଥିରେ ସମ୍ପୃକ୍ତ ଅପରାଧୀଙ୍କୁ ଖୋଜି ବାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଉଚ୍ଚପଦସ୍ତ ଅଧିକାରୀଙ୍କୁ ପଠାଇ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୋମା ଧମକ ଆସିବା ପରେ ମୁଖ୍ୟମନ୍ତ୍ରୀ ଏନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଧାରଣ ଲୋକଙ୍କ ଧନଜୀବନର ସୁରକ୍ଷା କ୍ଷେତ୍ରରେ କୌଣସି କୋହଳ ମନୋଭାବ ପୋଷଣ କରାଯାଇ ପାରିବ ନାହିଁ । ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ତଦନ୍ତ କରାଯିବ । ଏହାସହିତ ସମ୍ପୃକ୍ତ ସ୍ଥାନକୁ ଅଧିକାରୀମାନଙ୍କୁ ପଠାଇ ଏସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରି ଏଭଳି ଘଟଣାର ମୂଳ ଉଦ୍ଦେଶ୍ୟକୁ ଜାଣିବା ଅତ୍ୟନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପର ୪ ଓଡ଼ିଶା ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବା ସହ ୧୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଶ୍ରୀଲଙ୍କାର କଲମ୍ବୋଠାରେ ଆୟୋଜିତ ପ୍ରଥମ ଦୃଷ୍ଟିହୀନ ମହିଳା T20 ବିଶ୍ୱକପରେ ଭାରତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍ ଦଳ ଏକ ରୋମାଞ୍ଚକର ଫାଇନାଲରେ ନେପାଳକୁ ପରାସ୍ତ କରି  ଇତିହାସ ସୃଷ୍ଟି କରିଛି। ଏହି ବିଶ୍ଵକପ ଦଳରେ ଓଡ଼ିଶାରୁ ୪ ଜଣ ବାଲେଶ୍ୱରର ଫୁଲ ସୋରେନ, ମୟୂରଭଞ୍ଜର ପାର୍ବତୀ ମାର୍ଣ୍ଡି, ଯମୁନାରାଣୀ ଟୁଡୁ ଏବଂ ବାସନ୍ତୀ ହାଁସଦା  ପ୍ରତିନିଧିତ୍ବ କରିଥିଲେ। ଆଜି ସେଠାରୁ ଫେରିବା ପରେ, ବିଶ୍ୱ ଚାମ୍ପିଅନମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ବାସଭବନ ଠାରେ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ । ଏଥି ସହିତ ପ୍ରତ୍ୟେକ ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ସ୍ୱରୂପ ୧୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ଚେକ୍ ଆକାରରେ ପ୍ରଦାନ କରିଥିଲେ।

ମୁଖ୍ୟମନ୍ତ୍ରୀ ଖେଳାଳୀମାନଙ୍କର ଦୃଢ଼ ନିଷ୍ଠା ଓ ଉଲ୍ଲେଖନୀୟ ପ୍ରଦର୍ଶନକୁ ପ୍ରଶଂସା କରି ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ଖେଳରେ ଉତ୍କର୍ଷ ପ୍ରଦର୍ଶନ କରି ଆପଣମାନେ, ଦେଶ ଓ ରାଜ୍ୟ ପାଇଁ ଯଶ ଆଣିଛନ୍ତି ବୋଲି କହିଥିଲେ। ପ୍ରତ୍ୟେକ ଓଡିଆଙ୍କ ପାଇଁ ଆପଣମାନେ ପ୍ରେରଣା ହୋଇଛନ୍ତି ବୋଲି ମତ ଦେଇ ଆତ୍ମବିଶ୍ୱାସର ସହ ଏହି ବିଜୟ ଯାତ୍ରା ଜାରି ରଖିବାକୁ ସେ ଖେଳାଳୀମାନଙ୍କୁ ଉପଦେଶ ଦେଇଥିଲେ।