skin care - The Sakala
୫୦ ବର୍ଷରେ ବି ୨୫ ପରି ଦିଶୁଛନ୍ତି ଚିତ୍ରାଙ୍ଗଦା, ସୁନ୍ଦରତା ପାଇଁ ସକାଳେ ପିଅନ୍ତି ଏହି ‘ମ୍ୟାଜିକ୍ ଜୁସ୍’
ବଲିଉଡ୍ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହ ନିଜର ଚମତ୍କାର ଅଭିନୟ ସହିତ ନିଜ ସୌନ୍ଦର୍ଯ୍ୟ ଏବଂ ଫିଟନେସ୍ ପାଇଁ ମଧ୍ୟ ବେଶ୍ ଜଣାଶୁଣା। ବର୍ତ୍ତମାନ ତାଙ୍କ ବୟସ ପାଖାପାଖି ୫୦ ଛୁଇଁଥିଲେ ମଧ୍ୟ ତାଙ୍କ ତ୍ୱଚାରେ ବୟସର ଛାପ ଦେଖିବାକୁ ମିଳେ ନାହିଁ। ନିକଟରେ ଅଭିନେତ୍ରୀ ନିଜର ଏହି ‘ଏଜଲେସ୍ ବ୍ୟୁଟି’ ବା ଚିର ସବୁଜ ସୌନ୍ଦର୍ଯ୍ୟର ରହସ୍ୟ ଖୁଲାସା କରିଛନ୍ତି।
ସକାଳର ଆରମ୍ଭ କରନ୍ତି ଏହି ବିଶେଷ ପାନୀୟରୁ
ଚିତ୍ରାଙ୍ଗଦାଙ୍କ କହିବା ଅନୁଯାୟୀ, ସେ ଗତ ଅଢେଇ ବର୍ଷ ହେବ ଏକ ନିର୍ଦ୍ଦିଷ୍ଟ ରୁଟିନ୍ ଅନୁସରଣ କରୁଛନ୍ତି। ସେ ପ୍ରତିଦିନ ସକାଳେ ଖାଲି ପେଟରେ ଏକ ବିଶେଷ ପ୍ରକାରର ଜୁସ୍ ପିଅନ୍ତି। ଏହି ଜୁସ୍‌ରେ ଅଧା କଲରା (Karela), ଗୋଟିଏ ବିଟ୍‌ରୁଟ୍ (Beetroot) ଏବଂ ୫ଟି ଅଁଳା (Amla) ବ୍ୟବହାର କରାଯାଇଥାଏ। ଏହି ତିନୋଟି ଜିନିଷର ମିଶ୍ରଣ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।
ଶରୀରକୁ କରେ ଡିଟକ୍ସ
ଏହି ଜୁସ୍ କେବଳ ତ୍ୱଚା ପାଇଁ ନୁହେଁ, ବରଂ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ। ଚିତ୍ରାଙ୍ଗଦା କୁହନ୍ତି ଯେ ଏହି ପାନୀୟ ଶରୀରରୁ ବିଷାକ୍ତ ପଦାର୍ଥ ବା ଟକ୍ସିନ୍ ବାହାର କରିବାରେ ସାହାଯ୍ୟ କରେ। କଲରା ରକ୍ତକୁ ବିଶୋଧନ କରୁଥିବାବେଳେ ଅଁଳାରେ ଥିବା ଭିଟାମିନ୍ ସି ଏବଂ ବିଟ୍‌ରୁଟ୍‌ର ଆଇରନ୍ ତ୍ୱଚାରେ ପ୍ରାକୃତିକ ଚମକ ଆଣିଥାଏ। ଏହା ବ୍ୟତୀତ ଏହା ହଜମ ପ୍ରକ୍ରିୟାକୁ ମଧ୍ୟ ସୁସ୍ଥ ରଖେ।
ସତର୍କତା ଓ ପରାମର୍ଶ
ଅଭିନେତ୍ରୀ ଏହି ଜୁସ୍ ପିଇବା ସମୟରେ କିଛି ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଯଦି ଆପଣ ପ୍ରଥମ ଥର ପାଇଁ ଏହାକୁ ଆରମ୍ଭ କରୁଛନ୍ତି, ତେବେ ଏହା ପିଇବାର ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଘରୁ ବାହାରକୁ ନ ଯିବା ଭଲ। କାରଣ ଏହା ଶରୀରକୁ ସଫା କରୁଥିବାରୁ ଆପଣଙ୍କୁ ତୁରନ୍ତ ୱାଶରୁମ୍ ଯିବାକୁ ପଡିପାରେ। ତେବେ ନିୟମିତ ଅଭ୍ୟାସ ଦ୍ୱାରା ଶରୀର ଏହା ସହିତ ଖାପ ଖୁଆଇ ନିଏ ଏବଂ ଆପଣ ଏକ ସୁସ୍ଥ ତଥା କୁଞ୍ଚନମୁକ୍ତ ତ୍ୱଚା ପାଇପାରିବେ।
ଆପଣ କ’ଣ ଅତ୍ୟଧିକ ପରଫ୍ୟୁମ ବ୍ୟବହାର କରୁଛନ୍ତି କି? ସାବଧାନ, ଏହା ସ୍ୱାସ୍ଥ୍ୟ ପାଇଁ ହୋଇପାରେ ଘାତକ
ଆଜିକାଲିର ଜୀବନଶୈଳୀରେ ପରଫ୍ୟୁମ ବା ସୁଗନ୍ଧିତ ଦ୍ରବ୍ୟର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି। ନିଜକୁ ସତେଜ ରଖିବା ଏବଂ ଅନ୍ୟମାନଙ୍କ ଆଗରେ ଆକର୍ଷଣୀୟ ଦେଖାଯିବା ପାଇଁ ଲୋକମାନେ ଦାମୀ ପରଫ୍ୟୁମ ବ୍ୟବହାର କରନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଆବଶ୍ୟକତାଠାରୁ ଅଧିକ ପରଫ୍ୟୁମ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିପାରେ? ବିଶେଷଜ୍ଞଙ୍କ ମତରେ, ଅତ୍ୟଧିକ ସୁଗନ୍ଧିତ ଦ୍ରବ୍ୟର ବ୍ୟବହାର କେବଳ ତ୍ୱଚା ନୁହେଁ ବରଂ ଶ୍ୱାସକ୍ରିୟା ଏବଂ ହରମୋନ୍ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ।
ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ୍ ସମସ୍ୟା
ଯଦି ଆପଣ ନିୟମିତ ଭାବରେ କଡ଼ା ବାସ୍ନା ଥିବା ପରଫ୍ୟୁମ ବ୍ୟବହାର କରୁଛନ୍ତି, ତେବେ ଏହା ମାଇଗ୍ରେନ୍ ବା ଅଧକପାଳି ମୁଣ୍ଡବିନ୍ଧାର କାରଣ ହୋଇପାରେ। ପରଫ୍ୟୁମରେ ଥିବା ତୀବ୍ର ରାସାୟନିକ ଗନ୍ଧ ସ୍ନାୟୁକୁ ଉତ୍ତେଜିତ କରିଥାଏ, ଯାହା ଫଳରେ ମୁଣ୍ଡ ଭାରି ଲାଗିବା ସହ ବାନ୍ତି ଲାଗିବା ଭଳି ଲକ୍ଷଣ ଦେଖାଦେଇପାରେ।
ଶ୍ୱାସକ୍ରିୟାରେ ଅସୁବିଧା
ଅତ୍ୟଧିକ ପରଫ୍ୟୁମ ବ୍ୟବହାର କରିବା ଦ୍ୱାରା ଶ୍ୱାସଜନିତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଥାଏ। ବିଶେଷକରି ଯେଉଁମାନଙ୍କର ଆଜମା (Asthma) ବା ସାଇନସ୍ ସମସ୍ୟା ରହିଛି, ସେମାନଙ୍କ ପାଇଁ ଏହା ଅଧିକ ବିପଜ୍ଜନକ ହୋଇପାରେ। ପରଫ୍ୟୁମରେ ଥିବା ସିନ୍ଥେଟିକ୍ ଉପାଦାନ ଫୁସଫୁସକୁ କ୍ଷତି ପହଞ୍ଚାଇପାରେ ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇପାରେ।
ତ୍ୱଚା ପାଇଁ କ୍ଷତିକାରକ
ଅନେକ ପରଫ୍ୟୁମରେ ଆଲକୋହଲ୍ ଏବଂ ଅନ୍ୟାନ୍ୟ କ୍ଷତିକାରକ ରାସାୟନିକ ପଦାର୍ଥ ରହିଥାଏ। ଏହାକୁ ସିଧାସଳଖ ତ୍ୱଚାରେ ଲଗାଇବା ଦ୍ୱାରା ଚର୍ମରେ ଜଳାପୋଡ଼ା, ଲାଲ ପଡ଼ିବା କିମ୍ବା କୁଣ୍ଡାଇ ହେବା ଭଳି ଆଲର୍ଜି ଦେଖାଦେଇପାରେ। ଯେଉଁମାନଙ୍କର ତ୍ୱଚା ସମ୍ବେଦନଶୀଳ (Sensitive Skin), ସେମାନେ ପରଫ୍ୟୁମ ବ୍ୟବହାର କରିବା ପୂର୍ବରୁ ସତର୍କ ରହିବା ଉଚିତ୍।
ହରମୋନ୍ ସନ୍ତୁଳନ ବିଗାଡ଼ିପାରେ
ଗବେଷଣାରୁ ଜଣାପଡ଼ିଛି ଯେ, କିଛି ଶସ୍ତା ଏବଂ କଡ଼ା ପରଫ୍ୟୁମରେ 'ଥାଲେଟ୍ସ' (Phthalates) ନାମକ ଏକ ରାସାୟନିକ ପଦାର୍ଥ ଥାଏ। ଏହା ଶରୀରର ହରମୋନ୍ ସନ୍ତୁଳନକୁ ବିଗାଡ଼ିପାରେ, ଯାହା ଭବିଷ୍ୟତରେ ପ୍ରଜନନ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବାର ସମ୍ଭାବନା ଥାଏ। ତେଣୁ ପରଫ୍ୟୁମ କିଣିବା ସମୟରେ ଏହାର ଗୁଣବତ୍ତା ଯାଞ୍ଚ କରିବା ନିହାତି ଜରୁରୀ।
କିପରି କରିବେ ସଠିକ୍ ବ୍ୟବହାର?
ପରଫ୍ୟୁମକୁ ସିଧାସଳଖ ଶରୀରରେ ନ ଲଗାଇ କପଡ଼ା ଉପରେ ଲଗାଇବାକୁ ଚେଷ୍ଟା କରନ୍ତୁ। ଯଦି ଶରୀରରେ ଲଗାଉଛନ୍ତି, ତେବେ କେବଳ 'ପଲସ୍ ପଏଣ୍ଟ' ଯଥା- ବେକ, କଚଟି ଏବଂ କାନ ପଛରେ ଅଳ୍ପ ମାତ୍ରାରେ ଲଗାନ୍ତୁ। ପ୍ରାକୃତିକ ଉପାଦାନରେ ତିଆରି ହୋଇଥିବା ପରଫ୍ୟୁମ ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ଅଧିକ ନିରାପଦ।
ଖରାଦିନ ଆରମ୍ଭ ହୋଇଗଲାଣି। ଏହି ଦିନଗୁଡ଼ିକରେ ପ୍ରଚଣ୍ଡ ରୌଦ୍ରତାପ ଓ ଝାଞ୍ଜି ପବନ ଯୋଗୁଁ ତ୍ବଚା ମଳିନ ପଡିଯିବା ସହ ସନ୍‌ଷ୍ଟ୍ରୋକ୍‌, ସନ୍‌ ବର୍ଣ୍ଣ ଓ ସନ୍‌ ଟ୍ୟାନ୍‌ ଭଳି ସମସ୍ୟା ଦେଖାଯାଇଥାଏ। ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସି ଅନେକଙ୍କର ବ୍ରଣ, ଘା’, ଘିମିରି ବଥ ଭଳି ସମସ୍ୟା ମଧ୍ୟ ଦେଖାଯାଇଥାଏ। ଏସମୟରେ ମହିଳାମାନେ ସେମାନଙ୍କର ତ୍ବଚା ଓ କେଶର ଯତ୍ନ କିପରି ନେବେ ସେନେଇ ବ୍ୟସ୍ତ ବିବ୍ରତ ହୋଇ ପଡ଼ନ୍ତି। ବିଶେଷକରି ଖରାଦିନେ ଅଧକ ଝାଳ ବୋହି ମେକ୍‌ଅପ୍‌ ମଧ୍ୟ ମୁହଁରେ ଅଧକ ସମୟ ରୁହେନାହିଁ। ସବୁଠାରୁ ବଡ଼ କଥା ହେଉଛି, ଏହି ଦିନଗୁଡ଼ିକରେ ଜଳୀୟଅଂଶ କମିଯାଇ ଡିହାଇଡ୍ରେସନ୍‌ ଭଳି ସମସ୍ୟା ଦେଖାଯାଏ। ଏହି ସମୟରେ ଲାଇଲନ୍‌, ସିଫନ୍‌ ପୋଷାକ ନ ପିନ୍ଧି ଯେତେସମ୍ଭବ ସୂତା ପୋଷାକ ପିନ୍ଧିବା ଆବଶ୍ୟକ। ଏହି ଦିନଗୁଡ଼ିକରେ କିଛି ଘରୋଇ ଉପାୟ ଆପଣାଇ ତ୍ବଚା ଓ ମୁଖମଣ୍ଡଳର ଯତ୍ନ ନେଇହେବ। ଖରାଦନେ ସୌନ୍ଦର୍ଯ୍ୟଚର୍ଚ୍ଚା ଓ ଫ୍ୟାଶନ୍‌ ସମ୍ପର୍କୀୟ କିଛି ଟିପ୍ସ।
ତ୍ବଚାର ଯତ୍ନ
ଏହି ଦିନରେ ଅଧିକ ଝାଳ ବହୁଥିବାରୁ ତ୍ବଚାରେ ବାହାର ଧୂଳି ମଳି ଜମିଯାଇଥାଏ। ବାହାରୁ ଆସିବା ମାତ୍ରେ ଫେସ୍‌ୱାସ୍‌ରେ ମୁହଁ ଧୁଅନ୍ତୁ। ଦିନରେ ଦୁଇରୁ ତିନି ଥର ମୁହଁ ଧୁଅନ୍ତୁ। ଫେସ୍‌ୱାସ୍‌ରେ ମୁହଁ ଧୋଇବା ପରେ ମଏଶ୍ଚରାଇଜର ଲଗାନ୍ତୁ। ଏହା ତ୍ବଚାକୁ ଅଧିକ ଶୁଷ୍କ କରିବ ନାହିଁ। ତ୍ବଚାକୁ ହାଇଡ୍ରେଟ୍ ରଖିବା ପାଇଁ ଖରାଦିନେ ୨ରୁ ୩ଲିଟର ପାଣି ପିଇବା ସହିତ ପଇଡ ପାଣି, ଲେମ୍ବୁ ସରବତ୍, ଫଳ ରସ ଆଦି ପିଅନ୍ତୁ। ଯଦି ଖରାରେ ଯିବାକୁ ପଡୁଛି ତେବେ ବାହାରିବାର ୧୫ ମିନିଟ୍ ପୂର୍ବରୁ ସନ୍‌ସ୍କ୍ରିନ୍‌ ଲୋସନ୍‌ ଲଗାନ୍ତୁ। ନିୟମିତ ୨ରୁ ୩ ଘଣ୍ଟା ଅନ୍ତରାଳରେ ସନ୍‌ସ୍କିନ୍‌ ଲୋସନ୍‌ ଲଗାନ୍ତୁ । ଅନ୍ତତଃ ମାସରେ ଥରେ ଫେସିଆଲ୍ କରନ୍ତୁ। ଯଦି ସନ୍‌ବର୍ଣ୍ଣ କିମ୍ବା ସନ୍‌ଟ୍ୟାନ୍‌ ସମସ୍ୟା ଦେଖାଯାଉଛି ଗୋଲାପଜଳକୁ ବରଫଖଣ୍ଡରେ ମିଶାଇ ସେହି ସ୍ଥାନରେ ଲଗାନ୍ତୁ। ପରେ ତା’ ଉପରେ ଘିଁକୁଆଁରୀ ରସ ଲଗାଇବା ଦ୍ବାରା ଏହା ଭଲ ହୋଇଯାଏ। ସନ୍‌ ଗ୍ଲାସ୍ ପିନ୍ଧନ୍ତୁ। ୱାଟରପ୍ରୁଫ୍‌ ମେକଅପ୍‌ ସହିତ ଲିପଷ୍ଟିକ୍‌ ଲଗାଇବା ପୂର୍ବରୁ ପ୍ରାଇମର୍ ଲଗାନ୍ତୁ। ଏହା ଅଧିକ ସମୟ ପର୍ଯ୍ୟନ୍ତ ରହିବ।
କେଶର ଯତ୍ନ
ଖରାଦିନେ ତ୍ବଚା ପରି କେଶର ଦେଖାଶୁଣା ନିହାତି ଜରୁରୀ। ବାହାରକୁ ବାହାରିବା ମାତ୍ରେ ମୁଣ୍ଡରେ ସ୍କାର୍ଫ ବାନ୍ଧନ୍ତୁ। କେଶ ଶୁଖିବା ପାଇଁ ହେୟାର ଡ୍ରାଏରର ପ୍ରୟୋଗ ବଦଳରେ ଖରାରେ କେଶକୁ ଶୁଖାନ୍ତୁ। ନହେେଲ ଝାଞ୍ଜି ପବନ ସଂସ୍ପର୍ଶରେ ଆସି କେଶ ଅଧିକ ରୁକ୍ଷ ହୋଇଯିବ। ଯଦି ମୁଣ୍ଡରେ ତେଲ ଲାଗାଉଛନ୍ତି ପରଦିନ ସକାଳେ ମୁଣ୍ଡରେ ସାମ୍ପୁ କରି କଣ୍ଡିସନର୍ ଲଗାଇବା ନିହାତି ଜରୁରୀ।
ଖରାଦିନିଆ ପୋଷାକ
ଖରାଦିନେ ଧଳା, ହଳଦିଆ, ହାଲକା ଗୋଲାପି, ସବୁଜ, ଆକାଶୀ ରଙ୍ଗର ପୋଷାକ ପିନ୍ଧିବାକୁ ଭଲ ଲାଗେ। ଏହି ସମୟରେ ଅଧିକାଂଶ ଧଳା ରଙ୍ଗର ପୋଷାକ ପିନ୍ଧିବାକୁ ମଧ୍ୟ ପସନ୍ଦ କରନ୍ତି। ଧଳା ରଙ୍ଗର ପୋଷାକ ପିନ୍ଧୁଥିଲେ ମେଟାଲ୍ ଜୁଏଲାରୀ ଏହା ସହିତ ଭଲ ଲାଗିଥାଏ। ଲମ୍ବା ହାତର ପୋଷାକ ପିନ୍ଧିବା ଦ୍ବାରା ସୂର୍ଯ୍ୟକିରଣରୁ ତ୍ବଚାକୁ ରକ୍ଷା କରି ହୁଏ। ଯଦି ଜିନ୍ସ ପିନ୍ଧୁଛନ୍ତି ତାହେଲେ ଧଳା କିମ୍ବା ହାଲୁକା ରଙ୍ଗର ଟି-ସାର୍ଟ ପିନ୍ଧନ୍ତୁ। ଅଧିକ ଚିପା ପୋଷାକ ବଦଳରେ ଢ଼ିଲା ପୋଷାକ ପିନ୍ଧନ୍ତୁ। ସୂତାର ପୋଷାକ ପିନ୍ଧିବା ଉପରେ ଗୁରୁତ୍ବ ଦେବା ଜରୁରୀ। ଫ୍ଳାୱାର୍ ପ୍ରିଣ୍ଟି ଶାଢି କିମ୍ବା ପୋଷାକ ଖରାଦିନ ପାଇଁ ଭଲ ହୋଇଥାଏ।
ଖାଦ୍ୟଶୈଳୀ
ନିଜକୁ ଫିଟ୍‌ ରଖିବାକୁ ଚାହୁଁଥିଲେ ଏହି ଦିନରେ ପ୍ରଚୁର ପରିମାଣର ପଇଡ଼ ଓ ଦହି, ପୋଦିନା ପତ୍ର ସରବତ, ଫଳରସ ପିଅନ୍ତୁ। ଖାଦ୍ୟରେ ସାଲାଡ ସାମିଲ କରନ୍ତୁ। ଖରାଦିନେ ଅତିକମ୍‌ରେ ୮ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ। ବାସି ଜିନିଷ ଖାଆନ୍ତୁ ନାହିଁ କାରଣ ଏହି ଦିନଗୁଡ଼ିକରେ ଅଧିକ ଡିହାଇଡ୍ରେସନ୍‌ ସମସ୍ୟା ଦେଖାଯାଇଥାଏ। ଫାଷ୍ଟଫୁଡ କିମ୍ବା ଛଣାଛଣି ଖାଦ୍ୟରୁ ନିବୃତ୍ତ ରୁହନ୍ତୁ।
ବାହାରକୁ ଯାଉଥିଲେ
ଖରାଦିନେ ବାହାରକୁ ଯାଉଥିଲେ ମୁହଁକୁ ଢାଙ୍କି ଯାଆନ୍ତୁ। ବାହାରକୁ ବାହାରୁଥିଲେ ସାଙ୍ଗରେ ପାଣି ବୋତଲ, ବଡ଼ିଲୋଶନ, ଗ୍ଲୋବସ୍‌, ଛତା, ମେକ୍‌ଅପ୍ କମ୍ପାକ୍ଟ, ମାସ୍କ, ୱାଇପ୍‌ସ, ପାଣିବୋତଲ, ଏସ୍‌ପିଏଫ୍ଯୁକ୍ତ ସନ୍‌ସ୍କ୍ରୀନ୍‌ ଲୋସନ, ଗ୍ଲୋବସ, ସାନିଟାଇଜର, ଆଦି ନେବାକୁ ଭୁଲନ୍ତୁ ନାହିଁ।