Surama Padhy - The Sakala

ମଣ୍ଡି ତାତିରେ କମ୍ପିଲା ବିଧାନସଭା: ଚାଷୀ ପ୍ରସଙ୍ଗ ନେଇ ଗୃହରେ ତୁମୁଳ କାଣ୍ଡ, ୧୧ଟା ୩୦ ଯାଏଁ ମୁଲତବୀ
ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଛି। ଧାନ ମଣ୍ଡି ଅବ୍ୟବସ୍ଥା ଏବଂ ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟକୁ ପୂର୍ବାହ୍ନ ୧୧ଟା ୩୦ ମିନିଟ୍ ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

ପ୍ରଶ୍ନକାଳ ଆରମ୍ଭରୁ ହଙ୍ଗାମା

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ଧାନ ମଣ୍ଡିରେ ଅବ୍ୟବସ୍ଥା ଏବଂ ଚାଷୀମାନଙ୍କ ସମସ୍ୟାକୁ ନେଇ ସରକାରଙ୍କୁ ଘେରିଥିଲେ। ବିରୋଧୀ ସଦସ୍ୟମାନେ ନିଜ ନିଜ ଆସନରୁ ଉଠି ଗୃହର ମଧ୍ୟଭାଗ (Well) କୁ ଚାଲିଆସିଥିଲେ ଏବଂ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ଏହି ହଟ୍ଟଗୋଳ କାରଣରୁ ପ୍ରଶ୍ନକାଳ ସୁରୁଖୁରୁରେ ଚାଲିପାରି ନଥିଲା।

ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ କମିଲାନି ତାତି

ବାଚସ୍ପତି ସୁରମା ପାଢ଼ୀ ବିରୋଧୀ ସଦସ୍ୟମାନଙ୍କୁ ଶାନ୍ତ ରହିବାକୁ ଏବଂ ନିଜ ଆସନକୁ ଫେରିଯିବାକୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେମାନେ ଏହା ଶୁଣି ନଥିଲେ। ଗୃହରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ ରଖିଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ମଧ୍ୟ ସମାନ ପ୍ରସଙ୍ଗକୁ ନେଇ ବିରୋଧୀମାନେ ଅଭିନବ ଉପାୟରେ ଧାନ ବିଡ଼ା ଧରି ଗୃହରେ ପ୍ରତିବାଦ କରିଥିଲେ।

ବିଧାନସଭା ଅପଡ଼େଟ୍: ହୁଇସିଲ ମାରି କଂଗ୍ରେସର ପ୍ରତିବାଦ, ଦିନ ୧୨ ଟା ଯାଏଁ ଗୃହ ମୁଲତବି କଲେ ବାଚସ୍ପତି
ଭୁବନେଶ୍ବର: ବିଧାନସଭା ବଜେଟ୍‌ ଅଧିବେଶନ। ଆଜି ବିଧାନସଭାରେ ଦେଖିବାକୁ ମିଳିଥିବା ରୋଚକ ଦୃଶ୍ୟ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶୋକ ପ୍ରସ୍ତାବ ଆଗତ କରିଥିଲେ। ଗୃହରେ ଏହାକୁ ସମର୍ଥନ ଜଣାଇଥିଲେ ବିରୋଧୀ । ତେବେ ଏହାପରେ କିନ୍ତୁ ଆରମ୍ଭ ହେଇଯାଇଥିଲା କଂଗ୍ରେସ ବିଧାୟକଙ୍କ ପ୍ରତିବାଦ । ନାରୀ ସୁରକ୍ଷା ଦାବି କରି ବିଧାୟକମାନେ ହଟ୍ଟଗୋଳ କରିବା ସହ ପୋଡିୟମ ତଳେ ନାରାବାଜି କରିଥିଲେ । ବିଧାନସଭା ଭିତରେ ହୁଇସିଲ୍ ବଜେଇ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ । ବାଚସ୍ପତି ବାରମ୍ବାର ହୁଇସିଲ୍ ବଜାଇବା ବନ୍ଦ କରିବାକୁ ମନା କରିଥିଲେ ବି, ବିଧାୟକମାନେ ହୁଇସିଲ୍ ବଜାଇବା ବନ୍ଦ କରିନଥିଲେ । ଯାହାପରେ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବି ଘୋଷଣା କରିଥିଲେ ।

ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି
ଭୁବନେଶ୍ବର: ସପ୍ତଦଶ ବିଧାନସଭାର ନୂଆ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି  ସୁରମା ପାଢୀ। ସୁରମା ପାଢୀଙ୍କୁ ବାଚସ୍ପତି କରିବାକୁ ଗୃହରେ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯାହାକୁ ସମସ୍ତ ସଦସ୍ୟ ସମର୍ଥନ କରିଥିଲେ । ସର୍ବସମ୍ମତି କ୍ରମେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ସୁରମା ପାଢ଼ୀ । ଗତକାଲି ବିଜେପି ପକ୍ଷରୁ ବାଚସ୍ପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ରଣପୁର ବିଧାୟିକା ସୁରମା ପାଢ଼ୀ । ତେବେ ଆଜି ସର୍ବସମ୍ମତି କ୍ରମେ ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରମା ପାଢ଼ୀ ।

ସୁରମା ପାଢ଼ୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ଉପମୁଖ୍ଯମନ୍ତ୍ରୀ କେଭି ସିଂଦେଓ ଓ ପ୍ରଭାତୀ ପରିଡ଼ା, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ କଂଗ୍ରେସ ବିଧାୟକ ତାରାବାହିନୀ ପତି ଶୁଭେଚ୍ଛା ଜଣାଇଛନ୍ତି।

ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁରମା। ଏଭଳି ଏକ ଆସନରେ ସେ ଦିନେ ବସିବେ ବୋଲି କେବେ ଭାବିନଥିଲେ। ନିରପକ୍ଷତାର ସହ ଗୃହ ପରିଚାଳନା କରିବି ବୋଲି କହିଛନ୍ତି। ଗୃହର ସୁପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ସୁରମା ପାଢ଼ୀ।

ସୁରମା ପାଢ଼ୀ ହେବେ ଓଡ଼ିଶାର ନୂଆ ବାଚସ୍ପତି
ଭୁବନେଶ୍ବର: ଓଡ଼ିଶାରେ ବିଜେପି ସରକାର ଶପଥ ଗ୍ରହଣ ଉତ୍ସବ ଶେଷ ହୋଇଛି। ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଶପଥ ନେଇଥିବା ବେଳେ ତାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଆଉ ୧୫ ମନ୍ତ୍ରୀ ମଧ୍ୟ ଶପଥ ପାଠ କରିଛନ୍ତି। ନୂଆ ସରକାରରେ ସୁରମା ପାଢ଼ୀ ବାଚସ୍ପତି ହେବେ ବୋଲି ଜଣାପଡ଼ିଛି। ରଣପୁର ବିଧାୟିକା ସୁରମା ପାଢ଼ୀ ବାଚସ୍ପତି ଦାୟିତ୍ବ ତୁଲାଇବେ। ପୂର୍ବରୁ ସେ ମେଣ୍ଟ ସରକାରରେ ମଧ୍ୟ ମନ୍ତ୍ରୀ ରହିଥିଲେ।

ସୂଚନା ଅନୁଯାୟୀ,  ସୁରମା ପାଢ଼ୀ ୧୯୬୦ ମସିହାର ଡିସେମ୍ବର ମାସ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୮୮ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ସେ ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ମହିଳା ମୋର୍ଚ୍ଚାର ସଭାପତି ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ।  ୨୦୦୦ ମସିହାରେ ଏହି ପଦରେ ରହିଥିଲେ । ପରେ ୨୦୦୦ ମସିହାରେ ସେ ଜାତୀୟ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ସଭାପତି ହୋଇଥିଲେ। ୨୦୦୪ ମସିହାରେ ଓଡ଼ିଶା ନିର୍ବାଚନରେ ସୁରମା ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ବିଜୟୀ ହୋଇ ଓଡ଼ିଶା ବିଧାନ ସଭାର ୧୩ଶ ସଭାକୁ ନିର୍ବାଚିତ ହୋଇଥିଲେ।  ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହା ଯାଏଁ କାର୍ଯ୍ୟ କରିଥିଲେ। ସୁରମା ନବୀନ ପଟ୍ଟନାୟକଙ୍କର ୨ୟ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ପରେ ସେ ୨୦୦୯ , ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶା ବିଧାନସଭା ନିର୍ବାଚନରେ ପୁଣିଥରେ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ୨୦୨୪ ରେ ପୁଣି ଥରେ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢି ବିଜୟ ହାସଲ କରିଥିଲେ।