khordha - The Sakala

ଖୋର୍ଦ୍ଧାରେ ଦାଦାବଟି ଦାବି ଓ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ: ୮ ଅଭିଯୁକ୍ତ ଗିରଫ, ପିସ୍ତଲ ସହ ୩ କାର ଜବତ
ଖୋର୍ଦ୍ଧା: ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳରେ ଘଟିଥିବା ଦାଦାବଟି ଦାବି ଓ ଗୁଳିମାଡ଼ ଘଟଣାରେ ପୋଲିସ ବଡ଼ ସଫଳତା ହାସଲ କରିଛି। ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ବିଦେଶୀ ନିର୍ମିତ ପିସ୍ତଲ, ୪ଟି ଜୀବନ୍ତ ଗୁଳି, ୩ଟି ଚାରିଚକିଆ ଗାଡ଼ି, ୬ଟି ମୋବାଇଲ ଫୋନ୍ ଏବଂ ନଗଦ ୯,୫୦୦ ଟଙ୍କା ଜବତ କରିଛି ବୋଲି ଆଜି ଜିଲା ମୁଖ୍ୟାଳୟ ରେ ଆୟୋଜିତ ସାମ୍ବାଦିକ ସମିଳନୀ ରେ ଏସ୍ସି ପରମାର ସ୍ମିଥ ପର୍ଶୋତ୍ତମଦାସ ସୂଚନା ଦେଇଛନ୍ତି।

ପୋଲିସ ସୂଚନା ଅନୁଯାୟୀ, ଯାକରା ଗ୍ରାମର ପ୍ଲଟିଂ ବ୍ୟବସାୟୀ ଦିବ୍ୟଜ୍ୟୋତି ମିଶ୍ର ପାନବରାଜ ମୌଜାରେ ବ୍ୟବସାୟ କରୁଥିବା ବେଳେ ତାଙ୍କଠାରୁ ୨ କୋଟି ୫୦ ଲକ୍ଷ ଟଙ୍କା ଦାଦାବଟି ଦାବି କରାଯାଇଥିଲା। ଦାଦାବଟି ଦେବାକୁ ମନା କରିବା ପରେ ୩୧ ଜୁଲାଇ ରାତିରେ ଅଭିଯୁକ୍ତମାନେ ତାଙ୍କୁ ଜରିପୁଟ ହନୁମାନ ମନ୍ଦିର ନିକଟରୁ ପାନବରଜକୁ ନେଇଯାଇଥିଲେ। ପରେ ଅଭିଯୋଗକାରୀଙ୍କ ସହଯୋଗୀମାନେ ସେଠାରେ ପହଞ୍ଚିବା ପରେ ପାନବରାଜ ସଡ଼କ ସାହି ନିକଟରେ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏହି ସମୟରେ ସୂର୍ଯ୍ୟ ନାରାୟଣ ମହାନ୍ତି ଓରଫ "ମିକୁ" ଅଭିଯୋଗକାରୀଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲା।  ଅଭିଯୋଗକାରୀ ଗୁଳିରୁ ବର୍ତ୍ତିଯାଇଥିଲେ ମଧ୍ୟ ଗୁଳିଟି ପାନବରାଜ ଗ୍ରାମର ଅନିଲ ଛୋଟରାୟଙ୍କ ଡାହାଣ କାନ୍ଧରେ ବାଜିଥିଲା। ଗୁରୁତର ଆହତ ଅନିଲଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଉନ୍ନତ ଚିକିତ୍ସା ପାଇଁ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା।

ଘଟଣାର ତଦନ୍ତ ସମୟରେ ଏସ୍‌ପି ପରମାର ସ୍ମିତ ପର୍ଶୋତ୍ତମଦାସ ନିର୍ଦ୍ଦେଶ ଏବଂ ଏସ୍‌ଡିପିଓ ପଙ୍କଜ କୁମାର ମାଝୀଙ୍କ ତତ୍ତ୍ୱାବଧାନରେ ମଡେଲ ଥାନା ଅଧିକାରୀ ସଞ୍ଜୟ କୁମାର ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ସେକ ନାସିମ ଓରଫ ବାବୁଲ (୩୪), ମେହେରାଜ ଖାନ୍ ଓରଫ ରାଜା (୨୫), ରୋଶନ ମହାରଣା ଓରଫ ସିବା (୨୨), ଦେବାଶିଷ ସ୍ୱାଇଁ ଓରଫ ସିବା (୨୮), ସୂର୍ଯ୍ୟ ନାରାୟଣ ମହାନ୍ତି ଓରଫ ମିକୁ (୨୭), ପରେଶ ମହାନ୍ତି ଓରଫ ବୁନା (୩୧), ସୌମ୍ୟ ନାରାୟଣ ମହାନ୍ତି ଓରଫ ଲିକୁ (୨୨) ଓ ଦେବୀଦତ୍ତ ମହାନ୍ତି (୩୪) ।

ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ୪ଟି ଜୀବନ୍ତ ଗୁଳି, ଟାଟା ନେକ୍ସନ୍ କାର (ଓଡ଼ି-୦୨-ବିଜେଡ଼-୧୧୮୬), ସୁଜୁକି ସ୍ୱିଫ୍ଟ ଡିଜାୟର କାର  (ଓଡ଼ି-୦୨-ଏୟୁ-୩୫୫୫), ମହିନ୍ଦ୍ରା ସ୍କର୍ପିଓ (ଓଡ଼ି-୦୨-ଡିଏନ-୩୫୫୫), ୬ଟି ମୋବାଇଲ ଫୋନ୍, ନଗଦ ୯,୫୦୦ଟଙ୍କା କୁ ପୋଲିସ ଜବତ କରିଛି। ପୋଲିସ ଜବତ ସାମଗ୍ରୀକୁ ଜବତ କରିବା ସହ ମାମଲାର ଅଧିକ ତଦନ୍ତ ଜାରି ରଖିଛି ବୋଲି ଏସ୍ସି କହିଛନ୍ତି। ଏହି ଚଢ଼ାଉରେ ମଡେଲ ଥାନା ଆଇଆଇସି ସଞ୍ଜୟ କୁମାର ନାୟକ, ଏସ୍‌ଆଇ ଦିନେଶ କୁମାର ପିଙ୍ଗୁଆ, ଏଏସ୍‌ଆଇ ଗୋପବନ୍ଧୁ ରାଉତ, କନେଷ୍ଟବଳ ନାରାୟଣ ନାୟକ, ରାକେଶ କୁମାର ମୁଦୁଲି, ଶୁଭମ ଶେଖର ସାହୁ ଏବଂ ଓଏପିଏଫ୍ ଜବାନ ଶିବ ହାନ୍ତାଳ ସାମିଲ ଥିଲେ।

ରାଜ୍ୟର ୪ଟି ଜିଲ୍ଲାରେ ସ୍କୁଲ୍‌ ଛୁଟି ଘୋଷଣା, ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ
ଭୁବନେଶ୍ୱର: ମହାନଦୀ ସିଷ୍ଟମ୍ ଏବଂ ଅନ୍ୟାନ୍ୟ ନଦୀଗୁଡ଼ିକରେ ପ୍ରବଳ ଜଳପ୍ରବାହ କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଓଡ଼ିଶାର ୪ଟି ଜିଲ୍ଲାରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଆଜି (ଜୁଲାଇ ୩୧) ଓ ଆସନ୍ତାକାଲି (ଅଗଷ୍ଟ ୧) ପାଇଁ ଏହି ଛୁଟି ଘୋଷଣା ହୋଇଛି।

ଜଗତସିଂହପୁର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଏକ ଜରୁରୀକାଳୀନ ନିର୍ଦ୍ଦେଶନାମା ଜାରି କରି ଜୁଲାଇ ୩୧ ଏବଂ ଅଗଷ୍ଟ ୧ ତାରିଖରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ମହାନଦୀରେ ଆସୁଥିବା ପ୍ରବଳ ବନ୍ୟାଜଳ ଯୋଗୁଁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ପୂର୍ବରୁ ଯାଜପୁର, ଭଦ୍ରକ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ମଧ୍ୟ ଜୁଲାଇ ୩୦ ତାରିଖରେ ସମାନ ନିର୍ଦ୍ଦେଶ ଜାରି କରିଥିଲେ।

ବନ୍ୟା ଆଶଙ୍କା ଓ ପ୍ରତିକୂଳ ପାଗ ଯୋଗୁଁ ଏହି ଚାରୋଟି ଜିଲ୍ଲାରେ ସମସ୍ତ ସରକାରୀ, ବେସରକାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ବନ୍ଦ ରହିବ। ଏହି ନିର୍ଦ୍ଦେଶକୁ ତୁରନ୍ତ ପାଳନ କରିବା ପାଇଁ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ (BEO) ଏବଂ ସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ସୂଚନା ଦିଆଯାଇଛି।

ଖୋର୍ଦ୍ଧାରେ ସମ୍ଭାବ୍ୟ ବନ୍ୟା ସ୍ଥିତି: ୪ ଦିନ ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ ଆଜିଠାରୁ ଆଗାମୀ ୪ ଦିନ ପାଇଁ ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସକ୍ଷମ ଅଧିକାରୀଙ୍କ ବିନା ଅନୁମତିରେ କୌଣସି ଅଧିକାରୀ ମୁଖ୍ୟାଳୟ ଛାଡିପାରିବେ ନାହିଁ। ବର୍ତ୍ତମାନ ଛୁଟିରେ ଥିବା କର୍ମଚାରୀମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜିଠାରୁ ଆଗାମୀ ୪ ଦିନ ପାଇଁ କୌଣସି ପ୍ରକାରର ଛୁଟି ମଞ୍ଜୁର କରାଯିବ ନାହିଁ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରଣ, ଆଶ୍ରୟସ୍ଥଳୀ ପରିଚାଳନା, ରିଲିଫ୍ ବଣ୍ଟନ ଏବଂ ପୁନରୁଦ୍ଧାର କାର୍ଯ୍ୟର ତଦାରଖ ପାଇଁ ବିଭିନ୍ନ ବ୍ଲକରେ ବରିଷ୍ଠ ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଛି।

ସଫଲ୍ୟ ମଣ୍ଡିତା ପ୍ରଧାନ (ଏଡିଏମ୍, ରାଜସ୍ୱ)ଙ୍କୁ ଜଟଣୀ ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରତାପ ଚନ୍ଦ୍ର ବେଉରା (ଏଡିଏମ୍)ଙ୍କୁ ଭୁବନେଶ୍ୱର ଦାୟିତ୍ୱ ମିଳିଛି। ସେହିପରି ଜ୍ୟୋତି ରଞ୍ଜନ ସାହୁ (ସିଡିଓ-କମ୍-ଇଓ, ଜିଲ୍ଲା ପରିଷଦ)ଙ୍କୁ ବାଲିପାଟଣା, ମନୋରଞ୍ଜନ ସାହୁ (ଉପଜିଲ୍ଲାପାଳ, ଭୁବନେଶ୍ୱର)ଙ୍କୁ ବାଲିଅନ୍ତା ଏବଂ ସଂକଳ୍ପ ସ୍ୱସ୍ତିକ ସାହୁ (ଉପଜିଲ୍ଲାପାଳ, ଖୋର୍ଦ୍ଧା)ଙ୍କୁ ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକର ଦାୟିତ୍ୱ ଦିଆଯାଇଛି। ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ମୁକାବିଲାକୁ ଅଧିକ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା: ଖୋର୍ଦ୍ଧା ଜିଲ୍ଲାରେ ୩୧ ତାରିଖ ଯାଏଁ ସମସ୍ତ ସ୍କୁଲ୍‌ ଛୁଟି
ଭୁବନେଶ୍ୱର: ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଥିବା ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖିଆଗରେ ରଖି ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।

ଖୋର୍ଦ୍ଧା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଏକ ଜରୁରୀକାଳୀନ ଚିଠି ମାଧ୍ୟମରେ ଏହି ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶାନୁସାରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ହାଇସ୍କୁଲ୍, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ସମସ୍ତ ସରକାରୀ, ବେସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAVs) ଗୁଡ଼ିକ ଜୁଲାଇ ୩୦ ଏବଂ ଜୁଲାଇ ୩୧ ତାରିଖରେ ବନ୍ଦ ରହିବ।

ଆଜି ଅପରାହ୍ନ ଗୋଟାଏ ସୁଦ୍ଧା ବିଦ୍ୟାଳୟ ଗୁଡିକୁ ଛୁଟି ଘୋଷଣା କରିବା ସହିତ ଆସନ୍ତାକାଲି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନେ ଯେପରି ସୁରକ୍ଷିତ ଭାବେ ନିଜ ଘରକୁ ଫେରିପାରିବେ, ସେଥିପାଇଁ ଜୁଲାଇ ୩୦ ତାରିଖରେ ସକାଳୁ ସଅଳ ମଧ୍ୟାହ୍ନ ଭୋଜନ (MDM) ପ୍ରଦାନ କରିବାକୁ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ତେବେ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଛୁଟି ଥିଲେ ମଧ୍ୟ ସମସ୍ତ ଶିକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀ ନିୟମିତ ସମୟରେ ବିଦ୍ୟାଳୟରେ ଉପସ୍ଥିତ ରହିବେ।

ପ୍ରଶାସନ ପକ୍ଷରୁ ଆଗାମୀ ୪ ଦିନ ପାଇଁ ଶିକ୍ଷକ ଓ କର୍ମଚାରୀଙ୍କ କୌଣସି ପ୍ରକାରର ଛୁଟି (Casual Leave) ନେବା ଉପରେ କଡ଼ା କଟକଣା ଲଗାଯାଇଛି। ଆବଶ୍ୟକ ପଡ଼ିଲେ ସ୍କୁଲ୍ କୋଠା ଏବଂ ଅନ୍ୟାନ୍ୟ ସୁବିଧାକୁ ରିଲିଫ୍ କେନ୍ଦ୍ର ଭାବରେ ବ୍ୟବହାର କରାଯିବ ବୋଲି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିନା କାରଣରେ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶକୁ ଅବମାନନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ଆସନ୍ତା ଅଗଷ୍ଟ ୧, ୨୦୨୬ ତାରିଖରେ ସ୍କୁଲ୍ ଗୁଡ଼ିକ ପୁନର୍ବାର ଖୋଲିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସୂତ୍ରରୁ ସୂଚନା ମିଳିଛି।

ଜଟଣୀ ଗଙ୍ଗପଡା ସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଏକାଧିକ ଛାତ୍ର ଆହତ
ଜଟଣୀ: ଭୁବନେଶ୍ୱର ଉପକଣ୍ଠ ଇନଫୋଭ୍ୟାଲି ଥାନା ଅଧୀନସ୍ଥ ଗଙ୍ଗାପଡ଼ା ଠାରେ ଥିବା ଏକ ଘରୋଇ କଲେଜ ହଷ୍ଟେଲରେ ଉତ୍ତେଜନା ଦେଖାଦେଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀର ଛାତ୍ରଙ୍କ ମଧ୍ୟରେ ଏକ ବଡ଼ ଧରଣର ସଂଘର୍ଷ ଘଟି ଏକାଧିକ ଛାତ୍ର ଆହତ ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, କଲେଜର ପ୍ରଥମ ଏବଂ ଦ୍ୱିତୀୟ ବର୍ଷର ଛାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇଥିଲା। ଏହି ସଂଘର୍ଷ ସମୟରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି, ଯେଉଁଥିରେ ପ୍ରଥମ ବର୍ଷର ଏକାଧିକ ଛାତ୍ର ଆହତ ହୋଇଛନ୍ତି। ତେବେ ଆହତ ଛାତ୍ରଙ୍କ ସଠିକ୍ ସଂଖ୍ୟା ଓ ଆହତଙ୍କ ଅବସ୍ଥା ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ଏହି ଘଟଣାକୁ ନେଇ ହଷ୍ଟେଲରେ ଆତଙ୍କ ଖେଳିଯାଇଥିଲା। ଉତ୍ତ୍ୟକ୍ତ ଛାତ୍ରମାନେ ହୋହାଲ୍ଲା କରିବା ସହ ହଷ୍ଟେଲ ସମ୍ପତ୍ତି ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ସୂତ୍ରରୁ ପ୍ରକାଶ ଯେ, ପୂର୍ବରୁ ମଧ୍ୟ ଏହି ହଷ୍ଟେଲରେ ଏକାଧିକ ଥର ସମାନ ଧରଣର ଅଶାନ୍ତି ଦେଖାଦେଇଥିଲା। ଯାହା ଫଳରେ ଏବେ କ୍ୟାମ୍ପସ ସୁରକ୍ଷା ଏବଂ ହଷ୍ଟେଲ ପରିଚାଳନାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପଟେ ଖବର ପାଇ ଇନଫୋଭ୍ୟାଲି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଥିଲା। ବର୍ତ୍ତମାନ ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। କେଉଁ ପରିସ୍ଥିତିରେ ଏହି ସଂଘର୍ଷ ଘଟିଲା ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି।

ଚିଲିକା ବକ୍ଷରେ ମହାପ୍ରଭୁଙ୍କ ଅନନ୍ୟ ‘ଜଳ ରଥଯାତ୍ରା’: ଦିବ୍ୟ ନୌକା ବିହାର ଦେଖିଲେ ଶ୍ରଦ୍ଧାଳୁ
ଚିଲିକା: ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ହ୍ରଦରେ ଏକ ବିରଳ ତଥା ଆଧ୍ୟାତ୍ମିକ ଦୃଷ୍ଟିରୁ ଆକର୍ଷଣୀୟ ‘ଜଳ ରଥଯାତ୍ରା’ ମହାସମାରୋହରେ ପାଳିତ ହୋଇଯାଇଛି। ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନ ବାର୍ଷିକ ଘୋଷଯାତ୍ରା ପାରମ୍ପରିକ କାଠ ରଥ ପରିବର୍ତ୍ତେ ସୁସଜ୍ଜିତ ନୌକାରେ ସମ୍ପନ୍ନ କରିଛନ୍ତି।

ଏସିଆର ସର୍ବବୃହତ ଲୁଣିଆ ଜଳ ହ୍ରଦ ଚିଲିକା ମଧ୍ୟରେ ଅବସ୍ଥିତ ଏକ ଦ୍ୱୀପ କଙ୍କଣ ଶିଖରୀରେ ଏହି ନିଆରା ରୀତିନୀତି ଅନୁଷ୍ଠିତ ହୋଇଥିଲା। ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଶ୍ରଦ୍ଧାଳୁମାନେ ବଡ଼ଦାଣ୍ଡରେ ବିଶାଳ ରଥ ଟାଣୁଥିବା ବେଳେ ଏଠାରେ ଚତୁର୍ଦ୍ଧାମୂର୍ତ୍ତି ଚିଲିକାର ଶାନ୍ତ ଜଳରାଶି ଦେଇ ମାଉସୀ ମା’ ମନ୍ଦିରକୁ ଯାତ୍ରା କରିଥିଲେ। ଏହା ଆଧ୍ୟାତ୍ମିକତାର ଏକ ଅନନ୍ୟ ଦୃଶ୍ୟ ସୃଷ୍ଟି କରିଥିଲା। ଏହି ଅନନ୍ୟ ଜଳ ଶୋଭାଯାତ୍ରାକୁ ଦେଖିବା ପାଇଁ ଓଡ଼ିଶା ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଏହାକୁ ବିଶ୍ୱର ଏକମାତ୍ର ‘ଜଳ ରଥଯାତ୍ରା’ ବୋଲି ବିବେଚନା କରାଯାଏ।

ତୀର୍ଥଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ପୋଲିସ, ମନ୍ଦିର କମିଟି, ଚିଲିକା ବନ୍ୟପ୍ରାଣୀ ବିଭାଗ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ଅବସରରେ ୩ଟି ଅଗ୍ନିଶମ ସେବା ଦଳ ମୁତୟନ ହୋଇଥିବା ବେଳେ ବନ ବିଭାଗ ପକ୍ଷରୁ ୨ଟି ବୋଟ୍ ଯୋଗାଇ ଦିଆଯାଇଥିଲା। ସ୍ଥାନୀୟ ମତ୍ସ୍ୟଜୀବୀ ସମ୍ପ୍ରଦାୟ ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ୧୦ଟି ଅତିରିକ୍ତ ବୋଟ୍ ପ୍ରଦାନ କରି ସହଯୋଗ କରିଥିଲେ।

ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ) ମିଲନ ନାୟକ କହିଛନ୍ତି ଯେ ଏହି ଉତ୍ସବ ଅନ୍ୟ କୌଣସି ରଥଯାତ୍ରାଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହା ସମ୍ପୂର୍ଣ୍ଣ ରୂପେ ଜଳ ଉପରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ସୁରୁଖୁରୁରେ ଏବଂ ସୁରକ୍ଷିତ ଭାବେ ପରିଚାଳନା କରିବା ପାଇଁ ଏକାଧିକ ବିଭାଗ ମଧ୍ୟରେ ନିରନ୍ତର ସମନ୍ୱୟର ଆବଶ୍ୟକତା ରହିଥାଏ। ଚିଲିକା ହ୍ରଦର ଶାନ୍ତ ପରିବେଶ ମଧ୍ୟରେ ଏହି ଦିବ୍ୟ ନୌକା ଶୋଭାଯାତ୍ରା ଶ୍ରଦ୍ଧାଳୁମାନଙ୍କୁ ଆଧ୍ୟାତ୍ମିକତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ବିରଳ ଅନୁଭୂତି ପ୍ରଦାନ କରିଥିଲା।

ପୂର୍ବ ଶତ୍ରୁତାକୁ ନେଇ ଜଟଣୀରେ ଯୁବକଙ୍କୁ ନିର୍ମମ ହତ୍ୟା, ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ଖୁଦୁପୁର ଛକ ନିକଟରେ ଯୁବକଙ୍କୁ ନିର୍ମମ ହତ୍ୟା । ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ଛୁରି ଭୁସି ହତ୍ୟା କରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହକୁ ରାସ୍ତାରେ ଫୋପାଡ଼ି ଦେଲେ ଦୁର୍ବୃତ୍ତ। ମୃତକ ଜଣକ ହେଲେ ଖୁଦୁପୁର ଗାଁର ମାର୍କଣ୍ଡ ବଳିୟାରସିଂହ ଓରଫ ଜଗା।

ପ୍ରାଥମିକ ସୂଚନା ଅନୁଯାୟୀ, ଗତକାଲି ରାତିରେ ମାର୍କଣ୍ଡ ଛକରେ ଠିଆ ହୋଇଥିବା ବେଳେ ହଠାତ୍ ଜଣେ ଅଜ୍ଞାତ ଦୁର୍ବୃତ୍ତ ତାଙ୍କ ଉପରେ ଆକ୍ରମଣ କରିଥିଲା। ଦୁର୍ବୃତ୍ତ ଜଣକ ତାଙ୍କ ପେଟ ଓ ଛାତିକୁ ବାରମ୍ବାର ଛୁରିରେ ଆକ୍ରମଣ କରିଥିଲା। ଏହି ମର୍ମନ୍ତୁଦ ଆକ୍ରମଣ ଫଳରେ ସେ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଖବର ପାଇ ଜଟଣୀ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଏହି ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ସ୍ତରରେ ସନ୍ଦେହ କରୁଛି।

ଖୋର୍ଦ୍ଧା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ସମ୍ପନ୍ନ
ଖୋର୍ଦ୍ଧା: ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ, ଖୋର୍ଦ୍ଧାର ବାର୍ଷିକ ଉତ୍ସବ ଗତ ୧୭ ଜୁନ୍ ଦିନ ଖୋର୍ଦ୍ଧା ଟାଉନ୍ ହଲ୍‌ଠାରେ ମହା ଆଡ଼ମ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ରଚିତ ‘ଏକଲା ଚଲୋ ରେ’ ଗୀତର ଓଡ଼ିଆ ଅନୁବାଦ ଆଧାରିତ ନୃତ୍ୟ ପରିବେଷଣ ଦର୍ଶକଙ୍କ ମନ ଜିଣିଥିଲା। ଗାୟକ ସଞ୍ଜୟ ପଟ୍ଟନାୟକଙ୍କ କଣ୍ଠଦାନରେ ପରିବେଷିତ ଏହି ଗୀତରେ ଏୟାର ଭେଟେରାନ୍ ଗଦାଧର ଗୁମାନସିଂହ ଅନବଦ୍ୟ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ କରତାଳି ସାଉଁଟିଥିଲେ।

ଏହି କାର୍ଯ୍ୟକ୍ରମର ରଚନା ଓ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ ଗିରୀଶ ନନ୍ଦ। ସହ-ନିର୍ଦ୍ଦେଶନା ଦେଇଥିଲେ ସଚ୍ଚିଦାନନ୍ଦ ବାରିକ୍। ଗୀତ ରଚନା କରିଥିଲେ ଡ଼. ଅନ୍ତର୍ଯ୍ୟାମୀ ତ୍ରିପାଠୀ ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ମନିପାଲ ସାହୁ। ସେହିପରି ମଞ୍ଚସ୍ଥ ନାଟକ ‘ବଂଶ ବୈଭବ’ରେ ଇଞ୍ଜିନିୟର ଗଦାଧର ଗୁମାନସିଂହ ମଳୟ ମିଶ୍ରଙ୍କ ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ମୁଗ୍ଧ କରିଥିଲେ। ତାଙ୍କ ଅଭିନୟ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲା। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ମଧ୍ୟ ଅନୁଷ୍ଠିତ ହୋଇଥିଲା। ପରିଷଦର ସମସ୍ତ ସଦସ୍ୟ ଏହି ଉତ୍ସବକୁ ସଫଳ କରିବାରେ ସହଯୋଗ କରିଥିଲେ।

ଖୋର୍ଦ୍ଧା ଜିଲ୍ଲାରେ କାଲିଠୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍‌
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ କାଲିଠୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍‌ । ସମସ୍ତ ସରକାରୀ/ବେସରକାରୀ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ହିଟ୍‌ ୱେଭ୍‌କୁ ଦେଖି ସ୍କୁଲ୍‌ ସମୟ ବଦଳାଇଛନ୍ତି ଜିଲ୍ଲାପାଳ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ଜଣାପଡିଛି ।

ଅସହ୍ୟ ଖରାରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଅଧିକାଂଶ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଟପିଲାଣି । ଏହି ସମୟରେ ପିଲେ ସ୍କୁଲ ଆସିବା କଷ୍ଟକର ହୋଇପଡିଛି । ଆଜି ଭୁବନେଶ୍ୱରରେ ତାପମାତ୍ରା 42 ଡିଗ୍ରୀ ଛୁଇଁଛି । ଏହାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ଜିଲ୍ଲାରେ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି ।

ମାଆ କୋଳକୁ ଫେରିଲା ନିଖୋଜ ୪ ମାସର ଶିଶୁପୁତ୍ର, ବାପା କରିଥିଲା ଅପହରଣ ନାଟକ
ନୟାଗଡ: ମାଆ କୋଳକୁ ଫେରିଲା ନିଖୋଜ ୪ ମାସର ଶିଶୁପୁତ୍ର । ବାପା ରଚିଥିଲା ପୁଅ ଅପହରଣ ନାଟକ । ପିଲା ଚୋରି ନାଟକର ମୁଖ୍ୟ ଅଭିଯୁକ୍ତ ଥିଲା ଶିଶୁର ନିଜ ପିତା ପ୍ରଶାନ୍ତ ପ୍ରଧାନ। ଅଭିଯୋଗକାରୀ ତଥା ଶିଶୁ ପୁତ୍ରର ବାପା ପ୍ରଶାନ୍ତ ପ୍ରଧାନଙ୍କ ନିଜ ପୈତୃକ ଘର ନୟାଗଡ଼ ଜିଲ୍ଲା ରଣପୁର ଥାନା କଳାମାଟିଆରୁ ଶିଶୁପୁତ୍ରକୁ ଉଦ୍ଧାର କରିଛି ପୋଲିସ । ପ୍ରଶାନ୍ତ ପ୍ରଧାନକୁ GRP ପୋଲିସ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି । ଗତକାଲି ଖୋର୍ଦ୍ଧା ରେଳ ମଣ୍ଡଳ ନିରାକାରପୁର ରେଳ ଷ୍ଟେସନରେ ସୋଇଥିବାବେଳେ ମା' କୋଳରୁ ୪ମାସର ଶିଶୁ ପୁତ୍ର ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ, ପ୍ରଶାନ୍ତ କୁମାର ପ୍ରଧାନ ଜଣେ ବିବାହିତ ଯୁବକ ଓ ତାଙ୍କର ପୈତୃକ ଘରେ ପତ୍ନୀ ଥିଲେ ହେଁ ସେ ନିଜର ଶାଳୀଙ୍କୁ ଦ୍ୱିତୀୟ ବିବାହ କରି ପତ୍ନୀ ଭାବେ ଗ୍ରହଣ କରିଛନ୍ତି । ଦ୍ୱିତୀୟ ପତ୍ନୀ ଏହି ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଶିଶୁ ପୁତ୍ରର ବାପା ତଥା ଅଭିଯୋଗକାରୀ ହିଁ ଶିଶୁ ପୁତ୍ର ଚୋରି ତଥା ଅପହରଣ କରିବା ପରେ ବିଳମ୍ବିତ ରାତିରେ ନିଜ ପ୍ରଥମ ପତ୍ନୀକୁ ହସ୍ତାନ୍ତର କରିଥିଲା । ତେବେ ଏହି ଅପହରଣ ନାଟକ ପଛରେ କ'ଣ ରହିଛି ରହସ୍ୟ ତାହାର ଖୋଳତାଡ଼ ଆରମ୍ଭ କରିଛି ରେଳବାଇ ପୋଲିସ ।

ମା' କୋଳରୁ ୪ ମାସର ଶିଶୁକୁ ଅପହରଣ କରିନେଲେ ଦୁର୍ବୃତ୍ତ
ଖୋର୍ଦ୍ଧା: ମା' କୋଳରୁ ୪ ମାସର ଶିଶୁକୁ ଅପହରଣ କରିନେଲେ ଦୁର୍ବୃତ୍ତ । ଖୋର୍ଦ୍ଧାର ନିରାକାରପୁର ଷ୍ଟେସନ ୩ ନଂ ପ୍ଲାଟ୍‌ଫର୍ମରେ ଘଟିଛି ଏପରି ଅଘଟଣ । ରେଲୱେ ଷ୍ଟେସନରେ ଦମ୍ପତ୍ତି ଶୋଇଥିବାବେଳେ ମା' କୋଳରୁ ୪ ମାସର ଶିଶୁକୁ କେହି ଦୁର୍ବୃତ୍ତ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତିକରି GRP ପୋଲି ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧା ବିକାଶ ନଗରରେ ସେକ୍ସ ରାକେଟ ଠାବ; କିଙ୍ଗପିନ୍ ସମେତ ୪ ଦେହଜୀବୀ, ୩ ଜଣ ଗ୍ରାହକ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ବିକାଶ ନଗରରେ ସେକ୍ସ ରାକେଟ ଠାବ । ରାଣୀ ମହୁମାଛି ସମେତ ୪ଦେହଜୀବୀ ଓ ୩ ପୁରୁଷ ଗ୍ରାହକ ଗିରଫ । ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ ସ୍କାଣ୍ଡାଲ । ବିଶେଷ ସୂତ୍ରରୁ ଖବରପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଓ ସ୍ପେସାଲ ସ୍କ୍ୱାର୍ଡ ଟିମ୍ ଚଢ଼ଉ କରିଥିଲା । ଚଢ଼ଉ ବେଳେ କିଙ୍ଗପିନ୍ ସମେତ ୪ ଦେହଜୀବୀ, ୩ ଜଣ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ । ଗତ କିଛିଦିନ ଧରି ଏହି ଅଞ୍ଚଳରେ ଥିବା ଏକ ଭଡ଼ାଘରେ ସେକ୍ସ ସ୍କାଣ୍ଡାଲ ଚାଲିଥିଲା ବୋଲି ପୋଲିସ ଖବର ପାଇଥିଲା ।