tiger attack - The Sakala

ମହାରାଷ୍ଟ୍ରରେ ବାଘ ଆତଙ୍କ: କେନ୍ଦୁ ପତ୍ର ତୋଳିବାକୁ ଯାଇଥିବା ୪ ମହିଳାଙ୍କୁ ମାରିଦେଲା ମହାବଳ
ମହାରାଷ୍ଟ୍ର: ବାଘ ଆକ୍ରମଣରେ ୪ ମହିଳା ମୃତ । କେନ୍ଦୁପତ୍ର ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଆକ୍ରମଣ କଲା ବାଘ । ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଜଙ୍ଗଲକୁ କେନ୍ଦୁ ପତ୍ର ସଂଗ୍ରହ କରିବାକୁ ଯାଇଥିବା ୪ ଜଣ ମହିଳାଙ୍କୁ ଗୋଟିଏ ବାଘ ଆକ୍ରମଣ କରି ମାରିଦେଇଥିବା ନେଇ ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ବାଘ ଆତଙ୍କ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏହି ଆକ୍ରମଣ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୭୦ କିଲୋମିଟର ଦୂର ସିନ୍ଦେୱାହି ତହସିଲ ଅନ୍ତର୍ଗତ ଗୁଞ୍ଜେୱାହି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଘଟିଛି। ସୂଚନା ଅନୁଯାୟୀ, କିଛି ମହିଳା ବିଡ଼ି ତିଆରି ପାଇଁ ବ୍ୟବହୃତ ହେଉଥିବା କେନ୍ଦୁ ପତ୍ର ତୋଳିବାକୁ ଏକ ଜଙ୍ଗଲିଆ ଅଞ୍ଚଳକୁ ଯାଇଥିଲେ। ସେମାନେ ପତ୍ର ସଂଗ୍ରହରେ ବ୍ୟସ୍ତ ଥିବା ବେଳେ ହଠାତ୍ ଏକ ବାଘ ସେମାନଙ୍କ ଉପରେ ଆକ୍ରମଣ କରିଥିଲା। ଏହି ଭୟଙ୍କର ଆକ୍ରମଣରେ ୪ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି।

ମୃତ ମହିଳାମାନେ ହେଲେ କୱାଡାବାଇ ମୋହୁର୍ଲେ (୪୫), ଅନିତାବାଇ ମୋହୁର୍ଲେ (୪୦), ସୁନିତା ମୋହୁର୍ଲେ (୩୮) ଏବଂ ସଂଗୀତା ଚୌଧୁରୀ (୫୦)। ଏହି ସମସ୍ତ ମୃତକ ଗୁଞ୍ଜେୱାହି ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି। ତେବେ ବାଘଟି ଏହି ଚାରି ଜଣଙ୍କୁ ଗୋଟିଏ ସ୍ଥାନରେ ଏକାସାଙ୍ଗରେ ଆକ୍ରମଣ କରିଛି ନା ଅଲଗା ଅଲଗା ସ୍ଥାନରେ ଶିକାର କରିଛି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ।

ଖବର ପାଇବା ମାତ୍ରେ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ଚନ୍ଦ୍ରପୁର ସର୍କଲର ମୁଖ୍ୟ ବନ ସଂରକ୍ଷକ ଆର. ଏମ୍. ରାମାନୁଜମ୍ କହିଛନ୍ତି ଯେ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି ଏବଂ 'ପଞ୍ଚନାମା' ଶେଷ ହେବା ପରେ ଏହି ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ଗରମ ପାଇଁ କବାଟ ଖୋଲି ଶୋଇଥିଲେ, ଘରୁ ଘୋଷାଡ଼ି ନେଲା ବାଘ
ଉମରକୋଟ: କିଛି ଦିନ ବ୍ୟବଧାନରେ ପୁଣିଥରେ ଛତିଶଗଡ଼ କାଙ୍କେର ଜିଲ୍ଲା ଅନ୍ତର୍ଗତ ଚନାର ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ରବିବାର ଜଣେ ୭୫ବର୍ଷୀୟା ବୃଦ୍ଧାଙ୍କୁ ଚିତାବାଘ ଘରୁ ଟାଣି ନେଇ ଶିକାର କରିଥିବା ଭଳି ଲୋମଟାଙ୍କୁରା ଘଟଣା ସାରା ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି।

କିଛି ଦିନ ତଳେ ଏକ ମଣିଷଖିଆ ବାଘ ଛତିଶଗଡ଼ର ବିଭିନ୍ନ ଗ୍ରାମରେ ଆତଙ୍କ ସୃଷ୍ଟି କରି ୫ରୁ ୬ଜଣଙ୍କୁ ଆକ୍ରମଣ କରିଥିଲା। ପରେ ତାକୁ କାବୁ କରି ଓଡ଼ିଶା-ଛତିଶଗଡ଼ ସୀମାରେ ଥିବା ଉଡ଼ନ୍ତୀ ସୀତାନଦୀ ଅଭୟାରଣ୍ୟରେ ଛାଡ଼ି ଦିଆଯାଇଥିଲା। ପୁଣିଥରେ ରବିବାର ଜଣେ ୭୫ ବର୍ଷୀୟା ବୃଦ୍ଧାଙ୍କୁ ଏକ ବାଘ ଘରୁ ଟାଣି ନେଇ ଖିନଭିନ୍ କରି ଖାଇବା ପରେ କଙ୍କାଳ ଛାଡ଼ି ଦେଇ ଚାଲିଯାଇଥିବା ଦେଖିବାକୁ ମିଳିଥିଲା।

ମିଳିଥିବା ସୂଚନା ଅନୁଯାୟୀ, କାଙ୍କେର ଜିଲ୍ଲା ଅନ୍ତର୍ଗତ ଚନାର ଗ୍ରାମରେ ରବିବାର ରାତିରେ ବୃଦ୍ଧାଜଣକ ଗରମ ଯୋଗୁଁ ଘର କବାଟ ଖୋଲି ଶୋଇଥିଲେ। ଏହି ସମୟରେ ଏକ ଚିତାବାଘ ମହିଳାଙ୍କୁ ଘର ଭିତରୁ ଟାଣି ନେଇ ମାରିଦେବା ସହିତ ଖିନଭିନ୍ କରି ଘରଠାରୁ ପ୍ରାୟ ୨୦୦ ମିଟର ଦୂରରେ ମୃତଦେହକୁ ଛାଡ଼ି ଚାଲିଯାଇଥିଲା। ମଣିଷଖିଆ ଚିତାବାଘକୁ ନେଇ ଏବେ ସେ ଅଞ୍ଚଳରେ ଆତଙ୍କ ସୃଷ୍ଟି ହେବା ସହିତ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଅନ୍ୟପଟେ ଘଟଣାସ୍ଥଳରେ ଛତିଶଗଡ଼ ବନ ବିଭାଗ କର୍ମଚାରୀ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଚିତାବାଘକୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି।