ICC Mens T20 World Cup 2024 - The Sakala

ଟି-୨୦ ବିଶ୍ବକପ୍‌: ଆଜି ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା
ବାର୍ବାଡୋସ: ଆମେରିକା ଓ ୱେଷ୍ଟଇଣ୍ଡିଜରେ ଚାଲିଥିବା ଚଳିତ ଟି-୨୦ ବିଶ୍ୱକପ୍‌ ୯ମ ସଂସ୍କରଣର ଅନ୍ତିମ ଚରଣରେ ପହଞ୍ଚିଛି। ସ୍ଥାନୀୟ ବ୍ରିଜ୍‌ଟାଉନ୍‌ସ୍ଥିତ କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଶନିବାର ଟାଇଟଲ ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ। ୨୦୦୭ରେ ଅନୁଷ୍ଠିତ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣରେ ଭାରତ ଟାଇଟଲ ଜିତିଥିଲା। ଇତିମଧ୍ୟରେ ୧୭ ବର୍ଷ ବିତିଯାଇଥିଲେ ମଧ୍ୟ ଭାରତ ଆଉ ଚାମ୍ପିଅନ ହୋଇପାରି ନାହିଁ। ସେହିପରି ଦକ୍ଷିଣ ଆଫ୍ରିକା ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରି ପ୍ରଥମ ଟାଇଟଲ ଲକ୍ଷ୍ୟରେ ରହିଛି।

କୋହଲି, ରୋହିତଙ୍କ ଲାଗି ଶେଷ ସୁଯୋଗ

ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ଅପରାଜେୟ ରହିଛନ୍ତି। ସାରା ଟୁର୍ଣ୍ଣାମେଣ୍ଟ ଉଭୟ ଦଳ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଉଭୟ ଦଳରେ ବିଶ୍ୱସ୍ତରୀୟ ଖେଳାଳିମାନେ ରହିଛନ୍ତି। ଅଧିନାୟକ ରୋହିତ ଶର୍ମା ଓ ସୁପରଷ୍ଟାର ବିରାଟ କୋହଲି କ୍ୟାରିୟରର ଅନ୍ତିମ ଟି-୨୦ ବିଶ୍ୱକପ୍‌ ଖେଳୁଛନ୍ତି ବୋଲି କୁହାଯାଉଛି। ଫଳରେ ଏହି ଦୁଇ ତାରକା ଶେଷଥର ପାଇଁ ଟାଇଟଲ ଜିତିବାର ସୁଯୋଗ ହାତଛଡ଼ା କରିବେ ନାହିଁ। ଏହି ମ୍ୟାଚ୍‌ରେ ଜବରଦସ୍ତ ସଂଘର୍ଷ ଓ ରୋମାଞ୍ଚକୁ ସାରା ବିଶ୍ୱ ଉପଭୋଗ କରିବ। ତେଣୁ ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଉପରେ ସାରା ବିଶ୍ୱର ନଜର ରହିଛି।

ପିଚ୍‌ ଦ୍ରୁତ ବୋଲରଙ୍କୁ ସୁହାଇବ

ଫାଇନାଲ ମ୍ୟାଚ୍‌ର ପିଚ୍‌ ସ୍ପିନରଙ୍କ ଅପେକ୍ଷା ଦ୍ରୁତବୋଲରଙ୍କୁ ଅଧିକ ସୁହାଇବ। ଏଠାରେ ଦ୍ରୁତ ବୋଲର ୨୦.୨୨ ରନ ହାରରେ ୫୯ ଓ ସ୍ପିନର ୨୬.୪୦ ହାରରେ ୩୨ଟି ୱିକେଟ ନେଇଛନ୍ତି। ତେବେ ବ୍ୟାଟରମାନେ ଏଠାରେ ସୁବିଧାଜନକ ସ୍ଥିତି ହାସଲ କରିବେ। ମ୍ୟାଚ୍‌ ଆରମ୍ଭରେ ଦ୍ରୁତ ବୋଲରମାନେ ବ୍ୟାଟରଙ୍କୁ ସମସ୍ୟାରେ ପକାଇବେ।

ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ଟସ୍‌

ଏହି ମ୍ୟାଚ୍‌ରେ ଟସ୍‌ର ଗୁରୁତ୍ୱ ରହିବ। ଏଠାରେ ୨୯ଟି ମ୍ୟାଚ୍‌ ସମ୍ପୂର୍ଣ୍ଣ ଭାବେ ଖେଳାଯାଇଥିବା ବେଳେ ଟସ୍‌ ଜିତିବା ଦଳ ୧୮ଟିରେ ବିଜୟୀ ହୋଇଛି। ଟସ୍‌ ଜିତିଥିବା ଦଳ ଏଠାରେ ୧୩ଥର ପ୍ରଥମେ ବ୍ୟାଟିଂ କରି ୧୦ଟିରେ ବିଜୟୀ ହୋଇଛି। ଅନ୍ୟପଟେ ଟସ୍‌ ଜିତି ୧୯ଥର ପ୍ରଥମେ ବୋଲିଂ କରିଥିବା ଦଳ ମାତ୍ର ୮ଟିରେ ବିଜୟୀ ହୋଇଥିବା ବେଳେ ୯ଟିରେ ପରାସ୍ତ ହୋଇଛନ୍ତି। ଟସ୍‌ ଜିତିବା ଦଳ ବ୍ୟାଟିଂ କରିବାକୁ ଅଧିକ ପସନ୍ଦ କରିବ। ପ୍ରଥମେ ବ୍ୟାଟିଂ କରିଥିବା ଦଳ ଏଠାରେ ୧୯ ଓ ଚେଜ୍‌ କରିଥିବା ଦଳ ୧୦ଥର ବିଜୟୀ ହୋଇଛନ୍ତି।କିନ୍ତୁ ପରିବର୍ତ୍ତିତ ସ୍ଥିତିରେ ଟସ୍‌ ଜିତିବା ଦଳ କି ନିଷ୍ପତ୍ତି ନେବ କହିବା ମୁସ୍କିଲ ହେବ।

ଭାରତ ସପକ୍ଷରେ ରେକର୍ଡ

ଭାରତ ଓ ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ୨୬ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଏଥିରେ ଭାରତ ୧୪ଟିରେ ବିଜୟୀ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ୧୧ର ବାଜି ମାରିଛି। ଗୋଟିଏ ମ୍ୟାଚ୍‌ ଟାଇ ରହିଛି। ଶେଷଥର ପାଇଁ ୨୦୨୩ ଡିସେମ୍ବରରେ ଭାରତ ଜୋହାନ୍ସବର୍ଗରେ ୧୦୬ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା।

ବାର୍ବାଡୋସରେ ଭାରତ ରେକର୍ଡ ଭଲ ନାହିଁ

ଭାରତ ତୃତୀୟଥର ପାଇଁ ଟି-୨୦ ବିଶ୍ୱକପ୍‌ ଫାଇନାଲ ଖେଳିବ। ବାର୍ବାଡୋସର ବଳିଷ୍ଠ କ୍ରିକେଟ ଇତିହାସ ରହିଛ। କିନ୍ତୁ ଭାରତ ଏଠାରେ ମାତ୍ର ୩ଟି ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ବିଜୟ ହାସଲ କରିଥିବା ବେଳେ ୨ଟିରେ ପରାସ୍ତ ହୋଇଛି। ଏଠାରେ ଭାରତ ଗୁରୁବାର ଏଠାରେ ସୁପର-୮ରେ ୭୪ ରନରେ ଆଫଗାନିସ୍ତାନକୁ ହରାଇଥିଲା।

ଫୋକସରେ ପାଣ୍ଡ୍ୟା, ଅର୍ଶଦୀପ, ପନ୍ତ, ସାମସି, ଡିକକ୍‌, ଜାନସେନ

ଏହି ହାଇଭୋଲ୍ଟେଜ ମ୍ୟାଚ୍‌ରେ ଭାରତର ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂ, ଋଷଭ ପନ୍ତଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ସେହିପରି ଦକ୍ଷିଣ ଆଫ୍ରିକା ସ୍ପିନର ତାବରେଜ ସାମସି, ବ୍ୟାଟର କ୍ୱିଣ୍ଟନ ଡିକକ ଓ ଅଲରାଉଣ୍ଡର ମାର୍କୋ ଜାନସେନଙ୍କ ପ୍ରଦର୍ଶନ ଭାରତକୁ ସମସ୍ୟାରେ ପକାଇବ ଓ ଏମାନେ ଫୋକସରେ ରହିଛନ୍ତି।

ବର୍ଷା ଆଶଙ୍କା ରହିଛି

ଫାଇନାଲ ମ୍ୟାଚ୍‌ରେ ପ୍ରବଳ ବର୍ଷାର ଆଶଙ୍କା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଭାରତୀୟ ସମୟ ସନ୍ଧ୍ୟା ସାଢେ ୭ଟାରେ ଘଡଘଡି ସହ ବର୍ଷ ହେବ ବୋଲି ଅନୁମାନ କରାଯାଇଛି। ଶନିବାର ଏଠାରେ ୭୦ ପ୍ରତିଶତ ବର୍ଷାର ସମ୍ଭାବନା ରହିଛି। ସାରା ମ୍ୟାଚ୍‌ରେ ଖରା ପଡିବାର ସମ୍ଭାବନା କମ ରହିଛି। ଏହା ପ୍ରଶଂସକଙ୍କ ପାଇଁ ଚିନ୍ତା ସୃଷ୍ଟି କରିଛି।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ- ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ଋଷଭ ପନ୍ତ, ଶିବମ୍‌ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ।

ଦକ୍ଷିଣ ଆଫ୍ରିକା ଦଳ: ଏଡେନ ମାର୍କାରାମ (ଅଧିନାୟକ), ଓଟନିଲ ବାର୍ଟମ୍ୟାନ, ଗେରାଲ୍ଡ କୋଜି, କ୍ୱିଣ୍ଟନ ଡିକକ, ବିଜୋର୍ଣ୍ଣ ଫର୍ଚୁନ, ରିଜା ହେଣ୍ଡ୍ରିକ୍ସ, ମାର୍କୋ ଜାନସେନ, ହେନେରିଚ କ୍ଲାସେନ, କେଶବ ମହାରାଜ, ଡେଭିଡ୍‌ ମିଲର, ଅନରିଜ ନୋର୍ଜେ, କାଗିସୋ ରାବାଡ଼ା, ରିୟାନ ରିକ୍ଲେଟୋନ, ତାବରେଜ ସାମସି ଓ ଟ୍ରିଷ୍ଟାନ ଷ୍ଟବ୍ସ।

ଟି-୨୦ ବିଶ୍ବକପ୍‌: ଆଜି ସେମିରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ, ମ୍ୟାଚ୍‌ ବାତିଲ ହେଲେ ଭାରତ ଖେଳିବ ଫାଇନାଲ୍‌
ଗୁଏନା: ଦୁଇବର୍ଷ ତଳେ ଅଷ୍ଟ୍ରେଲିଆର ଆଡିଲେଡ୍‌ରେ ଅନୁଷ୍ଠିତ ୨୦୨୨ ଟି-୨୦ ବିଶ୍ୱକପ୍‌ ସେମିଫାଇନାଲରେ ଇଂଲଣ୍ଡଠାରୁ ୧୦ ୱିକେଟରେ ହାରିଥିଲା ଭାରତ। ଏହି ପରାଜୟ ଏବେ ସୁଦ୍ଧା ଭାରତୀୟ ଖେଳାଳି ଓ ସମର୍ଥକଙ୍କ ମନରେ ତାଜା ହୋଇ ରହିଛି। ଆସନ୍ତାକାଲି ଏଠାରେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ସହ ଭାରତ ୨୦୨୪ ଟି-୨୦ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ ମୁକାବିଲା ହେବ। ଏହି ମ୍ୟାଚ୍‌ରେ ଭାରତ ପୂର୍ବ ପରାଜୟର ପ୍ରତିଶୋଧ ଓ ଫାଇନାଲ ଖେଳିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଏହି ମୁକାବିଲା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୨୦୨୩ ଦିନିକିଆ ବିଶ୍ୱକପ୍‌ ଫାଇନାଲ ପରାଜୟର ପ୍ରତିଶୋଧ ନେଇସାରିଛି। ସୁପର-୮’ ମ୍ୟାଚ୍‌ରେ ଭାରତ ନିକଟରୁ ଅଷ୍ଟ୍ରେଲିଆ ପରାଜିତ ହେବା ପରେ ପ୍ରତିଯୋଗିତାରୁ ବିଦାୟ ନେଇଛି। ଏବେ ହେଉଛି ଇଂଲଣ୍ଡର ପାଳି। ରୋହିତ ଶର୍ମାଙ୍କ ଦଳ ମଧ୍ୟ ଇଂଲଣ୍ଡ ବିପକ୍ଷରେ ବିଜୟୀ ହୋଇ ପ୍ରତିଶୋଧ ନେବାରେ ସମର୍ଥ ହୋଇପାରିବ।

ପ୍ରବଳ ବର୍ଷା ଆଶଙ୍କା

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ବେଳେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଗୁଏନାର ଗତ ୧୨ ଘଣ୍ଟାରେ ପ୍ରବଳ ବର୍ଷା ହୋଇଛି ଓ ମ୍ୟାଚ୍‌ ଦିନ ଅର୍ଥାତ ଆସନ୍ତାକାଲି ୮୮ ଶତକଡ଼ା ବର୍ଷା ହେବାର ଆଶଙ୍କା ରହିଛି ବୋଲି ଆକ୍ୱୱେଦର.କମ୍‌ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅବଶ୍ୟ ଏହି ମ୍ୟାଚ୍‌ଟି ସ୍ଥାନୀୟ ସମୟ ପୂର୍ବାହ୍ଣ ୧୦ଟା ୩୦ (ଭାରତୀୟ ସମୟ ଗୁରୁବାର ରାତି ୮ଟା)ରେ ଆରମ୍ଭ ହେବ। ଏଣୁ ଖେଳ ଆରମ୍ଭ ହେବା ନେଇ ଆଶଙ୍କା ରହିଛି। ବର୍ଷା ଯୋଗୁ ଏହି ବିଶ୍ୱକପ୍‌ରେ ଅନେକ ଦଳ ସୁପର-୮’କୁ ଯାଇ ପାରି ନାହାନ୍ତି।

ମ୍ୟାଚ୍‌ ବାତିଲ ହେଲେ ଭାରତ ଖେଳିବ ଫାଇନାଲ୍‌

ଏହି ମ୍ୟାଚ୍‌ ଯଦି ବର୍ଷା ଯୋଗୁଁ ବାତିଲ ହୁଏ ତେବେ ସୁପର-୮’ରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିବା ଭାରତ ଫାଇନାଲକୁ ଉନ୍ନିତ ହେବ। ସୁପର-୮’ ଗ୍ରୁପ-୧’ରେ ଭାରତ ତାହାର ୩ଟି ଯାକ ମ୍ୟାଚ୍‌ରେ ବିଜୟୀ ହୋଇଥିଲା। ଅନ୍ୟପକ୍ଷରେ ଗ୍ରୁପ୍‌-୨’ରେ ସ୍ଥାନ ପାଇଥିବା ଇଂଲଣ୍ଡ ୩ଟି ମଧ୍ୟରୁ ୨ଟିରେ ଜିତିଥିଲା। ଏଣୁ ଅଧିକ ମ୍ୟାଚ୍‌ ଜିତିଥିବାରୁ ମ୍ୟାଚ୍‌ ଆଦୌ ଆୟୋଜିତ ହୋଇ ନ ପାରିଲେ ଭାରତ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ।

ଇଂଲଣ୍ଡ ବ୍ୟାଟିଂ ବନାମ ଭାରତ ବୋଲିଂ

ଚଳିତ ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡର ବ୍ୟାଟିଂ ଓ ଭାରତର ବୋଲିଂ ବେଶ ପ୍ରଭାବଶାଳୀ ହୋଇଛି। କିନ୍ତୁ ଭାରତ ପକ୍ଷରୁ ପ୍ରଥମ ୩ଜଣ ବ୍ୟାଟର ବିରାଟ କୋହଲି, ରୋହିତ ଶର୍ମା ଓ ଋଷଭ ପନ୍ତ୍‌ଙ୍କର ସ୍ପିନ ବୋଲିଂ ବିପକ୍ଷରେ ଭଲ ଷ୍ଟ୍ରାଇକ୍‌ ରେଟ ନାହିଁ। ଏଣୁ ଇଂଲଣ୍ଡ ଯଦି ପାୱାର ପ୍ଲେ’ରେ ସ୍ପିନରଙ୍କୁ ସୁଯୋଗ ଦିଏ ତେବେ ଭାରତ ଲାଗି ଅଡ଼ୁଆ ସୃଷ୍ଟି ହେବ। ଶୀର୍ଘ ଯଦି ଓପନିଂ ଯୋଡି ଭାଙ୍ଗିଯାଏ ତେବେ ପନ୍ତ୍‌ଙ୍କ ସ୍ଥାନରେ ଶିବମ ଦୁବେଙ୍କୁ ନଂ-୩ରେ ଖେଳିବାକୁ ସୁଯୋଗ ମିଳିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଅନ୍ୟପକ୍ଷରେ ଭାରତ ୨ ବର୍ଷ ତଳେ ଇଂଲଣ୍ଡ ବିପକ୍ଷରେ ପ୍ରଭାବଶୂନ୍ୟ ହୋଇଥିଲେ ମଧ୍ୟ ଏବେ ଦଳର ବୋଲରମାନେ ଫର୍ମରେ ଅଛନ୍ତି। ବିଶେଷ କରି ପ୍ରଥମ ୨ ଓଭର ବୋଲିଂ କରୁଥିବା ଯଶପ୍ରୀତ୍‌ ବୁମ୍‌ରା ଓ ଅର୍ଶଦୀପ ସିଂ ଏଠାରେ ବେଶ ପ୍ରଭାବ ପକାଇପାରିବେ। ମିଡଲ ଓ ଡେଥ ଓଭରରେ ଯେଉଁ ଦଳ ଭଲ ଖେଳିବ, ସେହି ଦଳ ମ୍ୟାଚ୍‌ ଜିତିବାର ସମ୍ଭାବନା ଅଧିକ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏଯାଏ ଅପରାଜିତ ରହିଛି। ଅନ୍ୟପକ୍ଷରେ ଇଂଲଣ୍ଡ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହୋଇଛି।

ଲୋ ସ୍କୋରିଂ ମ୍ୟାଚ୍‌ ହୋଇପାରେ

ପ୍ରୋଭିଡେନ୍ସ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ ଗୁଡିକ ଲୋ ସ୍କୋରିଂ ହୋଇଛି। ଏଠାରେ ପିଚ୍‌ ମନ୍ଥର ପ୍ରଦର୍ଶନ କରିଛି। ଏପରିକି ପାୱାର ପ୍ଲେ’ରେ ୬.୪, ମିଡଲ ଓଭରରେ ୫.୫ ଓ ଡେଥ ଓଭରରେ ୭.୬ ହାରରେ ରନ୍‌ ସଂଗୃହୀତ ହୋଇଛି। ଏବେ ବର୍ଷା ଯୋଗୁ ୨ ଦିନ ହେଲା ପିଚ୍‌କୁ ଘୋଡାଇ ରଖାଯାଇଛି। ମ୍ୟାଚ୍‌ ଦିନ ସକାଳେ ଖରା ହେଲେ ପିଚ୍‌ ଉପରୁ କଭର ବାହାରିପାରେ ବୋଲି ଆଶା କରାଯାଉଛି। ଅବଶ୍ୟ ଏଠାରେ ବର୍ଷା ହେବାର ସମ୍ଭାବନା ଥିବାରୁ ଏହାର ଆବଶ୍ୟକତା ପଡ଼ି ନ ପାରେ। ଏଠାରେ ପୂର୍ବରୁ ଖେଳାଯାଇଥିବା ହାଇ ପ୍ରୋଫାଇଲ ମ୍ୟାଚ୍‌ରେ ଆଫଗାନିସ୍ତାନ ୮୪ ରନ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ମାତ୍ର ୭୫ ରନ କରିବାକୁ ସମର୍ଥ ହୋଇଥିଲା।

ସୁପର-୮ ରେ ଅଷ୍ଟ୍ରେଲିଆକୁ ହରାଇ ସେମିରେ ପ୍ରବେଶ କଲା ଭାରତ
ସେଣ୍ଟ ଲୁସି: ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆକୁ ୨୪ ରନ୍‌ରେ ହରାଇ ଭାରତ ଏଠାରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି। ଏହି ଗ୍ରୁପ୍‌ରେ ପୂର୍ବରୁ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଉଭୟ ଆଫଗାନିସ୍ତାନ ଓ ବାଂଲାଦେଶକୁ ପରାସ୍ତ କରିଥିଲା। ଏହା ଫଳରେ ଭାରତ ୩ଟି ମ୍ୟାଚ୍‌ରୁ ୩ଟି ବିଜୟ ସହ ଗ୍ରୁପ୍‌ରେ ପ୍ରଥମ ସ୍ଥାନ ଅଧିକାର କରି ତୃତୀୟ ଦଳ ଭାବେ ସେମିରେ ସ୍ଥାନ ପକ୍କା କରିଥିଲା। ପୂର୍ବରୁ ସୁପର-୮ ଗ୍ରୁପ୍‌-୨ରୁ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ସେମିଫାଇନାଲରେ ପ୍ରବେଶ କରିସାରିଛନ୍ତି। ଆସନ୍ତାକାଲି ସକାଳେ ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଶେଷ ସୁପର-୮’ ମ୍ୟାଚ୍‌ର ଫଳାଫଳ ପରେ ସେମିରେ କେଉଁ ଦଳ ଖେଳିବ ତାହା ସ୍ଥିର ହେବ। ଅନ୍ୟ ପକ୍ଷରେ ନିୟମ ଅନୁଯାୟୀ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଗୁରୁବାର ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ମାତ୍ର ୪୧ଟି ବଲ୍‌ରୁ ୭ ଚୌକା ଓ ୮ ଛକା ସହ ବିସ୍ଫୋରକ ୯୨ ରନ୍‌ କରି ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଭାରତର ଅଧିନାୟକ ରୋହିତ ଶର୍ମାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଛି।

ଏଠାରେ ସୋମବାର ଅନୁଷ୍ଠିତ ସୁପର-୮ ଗ୍ରୁପ୍‌-୧’ର ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟରେ ୨୦୫ ରନ୍‌ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୭ ୱିକେଟରେ ୧୮୧ ରନ୍‌ କରିବା ଫଳରେ ଏହି ମ୍ୟାଚ୍‌କୁ ୨୧ ରନ୍‌ ବ୍ୟବଧାନରେ ପରାଜିତ ହୋଇଥିଲା। ଦଳ ପକ୍ଷରୁ ଟ୍ରାଭିସ୍‌ ହେଡ ୪୩ ବଲ୍‌ରେ ସର୍ବାଧିକ ୭୬, ମିଚେଲ ମାର୍ଶ ୨୮ ବଲ୍‌ରେ ୩୭ ରନ୍‌ କରିଥିଲେ। ମାର୍ଶଙ୍କୁ ଆଉଟ କରି କୁଲଦୀପ ଯାଦବ ଏହି ଯୋଡି ଭାଙ୍ଗିବା ଓ ତାଙ୍କ ସ୍ପେଲ୍‌ର ଶେଷ ଓଭରରେ ଗ୍ଲେନ୍‌ ମ୍ୟାକ୍ସୱେଲଙ୍କୁ ଆଉଟ କରିବା ପରେ ଅଷ୍ଟ୍ରେଲିଆ ବ୍ୟାକ୍‌ଫୁଟକୁ ଚାଲିଯାଇଥିଲା। ଭାରତୀୟ ବୋଲରଙ୍କ ଯୋଜନାବଦ୍ଧ ଉଦ୍ୟମ ବଳରେ ଅଷ୍ଟ୍ରେଲିଆ କ୍ରମାଗତ ୱିକେଟ ହରାଇବା ଯୋଗୁଁ ବିଜୟ ସମ୍ଭବ ହୋଇପାରି ନ ଥିଲା। ଭାରତ ପକ୍ଷରୁ ଯଦିଓ ଅର୍ଶଦୀପ ସିଂ ସର୍ବାଧିକ ୩ଟି ଓ କୁଲଦୀପ ୨ଟି ୱିକେଟ ଅକ୍ତିଆର କରିଥିଲେ। କୁଲଦୀପ ୪ ଓଭରରେ ୨୧ ରନ୍‌ ବ୍ୟୟ କରିଥିଲେ।

ଏଠାରେ ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ଟସ୍‌ ଜିତିବା ପରେ ଭାରତକୁ ପ୍ରଥମେ ବ୍ୟାଟିଂ ଲାଗି ସୁଯୋଗ ଦେଇଥିଲେ। କିନ୍ତୁ ଦ୍ୱିତୀୟ ଓଭରରେ ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ଆଉଟ ହେବା ପରେ ଭାରତକୁ ଶକ୍ତ ଧକ୍କା ଲାଗିଥିଲା। ତାଙ୍କ ଆଉଟ ପରେ ଅଧିନାୟକ ରୋହିତ ଶର୍ମା ଆକ୍ରମଣାତ୍ମକ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଶିବିରରେ ହଇଚଇ ସୃଷ୍ଟି କରିଥିଲେ। ଏପରିକି ମିଚେଲ ଷ୍ଟାର୍କଙ୍କ ବୋଲିଂ କରିଥିବା ଚତୁର୍ଥ ଓଭରରେ ୪ଟି ଛକା ସହ ୨୯ ରନ୍‌ ଉଠାଇ ଭାରତ ଲାଗି ଏକ ବଡ଼ ସ୍କୋରର ମୂଳଦୁଆ ପକାଇଥିଲେ। ଅଷ୍ଟ୍ରେଲିଆର ଜୋଶ ହାଜ୍‌ଲେଉଡ୍‌ ପାୱାର ପ୍ଲେ’ରେ ଭଲ ବୋଲିଂ କରିଥିଲେ। ସେ ୩ ଓଭରରେ ମାତ୍ର ୧୦ ରନ୍‌ ଦେଇଥିଲେ। କିନ୍ତୁ ରୋହିତଙ୍କୁ କେହି ଅଟକାଇ ପାରି ନଥିଲେ। ମାତ୍ର ୧୯ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିବା ଭାରତୀୟ ଅଧିନାୟକ ରୋହିତ ଦ୍ୱିତୀୟ ୱିକେଟରେ ଋଷଭ ପନ୍ତ (୧୫)ଙ୍କ ସହ ୩୮ ବଲ୍‌ରୁ ୮୭ ରନ୍‌ ଉଠାଇଥିଲେ। ଏହା ପରେ ଆଉ ବଡ଼ ଭାଗୀଦାରି ହୋଇ ନ ଥିଲା କି ଅନ୍ୟ କେହି ବେଶି ସମୟ ତିଷ୍ଠି ପାରି ନ ଥିଲେ। ମିଚେଲ ଷ୍ଟାର୍କଙ୍କ ଏକ ଇନ୍‌ସୁଇଙ୍ଗ ୟର୍କରରେ ବୋଲ୍ଡ ହୋଇଥିବା ହିଟ୍‌ ମ୍ୟାନ୍‌ ରୋହିତ ମାତ୍ର ୪୧ ବଲ୍‌ରୁ ୭ ଚୌକା ଓ ୮ ଛକା ସହ ୯୨ ରନ୍‌ କରିଥିଲେ। ଚମତ୍କାର ବ୍ୟାଟିଂ ସତ୍ତ୍ବେସେ ଶତକ ହାସଲ କରି ପାରି ନଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ୧୬ ବଲ୍‌ରେ ୩୧, ଶିବମ ଦୁବେ ୨୨ ବଲ୍‌ରେ ୨୮ ରନ୍‌ କରିଥିଲେ। କିନ୍ତୁ ୧୪ତମ ଓଭର ଶେଷ ବେଳକୁ ଭାରତ ୩ ୱିକେଟରେ ୧୫୫ ରନ୍‌ କରିଥିଲା। ଏହି ସମୟରେ ଅଷ୍ଟ୍ରେଲୀୟ ବୋଲରମାନେ ଭାରତୀୟ ବ୍ୟାଟରଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥିଲେ। ଯାହା ଫଳରେ ଭାରତ ଶେଷ ୬ ଓଭରରେ ମାତ୍ର ୫୦ ରନ୍‌ ଉଠାଇଥିଲା। ଏହା ମଧ୍ୟରେ ଷ୍ଟାର୍କ ବୋଲିଂ କରିଥିବା ୧୫ତମ ଓଭରରେ ୭, ୧୬ତମ ଓଭରରେ ହାଜ୍‌ଲେଉଡ୍‌ ୪ ଓ ୧୭ତମ ଓଭରରେ ଜାମ୍ପା ୫ ରନ୍‌ ଦେଇ ଭାରତୀୟଙ୍କୁ ବ୍ୟାକ୍‌ଫୁଟକୁ ଠେଲିଦେଇଥିଲେ। କେବଳ ହାର୍ଦ୍ଦିକ ପାଣ୍ଡ୍ୟା ୧୭ ବଲରେ ୧ ଚୌକା ଓ ୨ଛକା ସହ ୨୭ ରନ୍‌ କରିବା ଫଳରେ ଦଳ ୨୦୦ ରନ୍‌ ଅତିକ୍ରମ କରିବାକୁ ସମର୍ଥ ହୋଇଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହାଜ୍‌ଲେଉଡ୍‌ ୪ ଓଭରରେ ମାତ୍ର ୧୪ ରନ୍‌ ନେଇ ଗୋଟିଏ ୱିକେଟ ନେଇଥିଲେ। ଷ୍ଟାର୍କ ଓ ଷ୍ଟୋଇନିସ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ ମଧ୍ୟ ୨ଜଣ ଲେଖାଏଁ ଖେଳାଳିଙ୍କୁ ଆଉଟ କରିଥିଲେ।

ଟି-୨୦ ବିଶ୍ୱକପ୍‌ ସୁପର-୮ ମୁକାବିଲା: ରୋହିତଙ୍କ ବିସ୍ଫୋରକ ବ୍ୟାଟିଂ, ଅଷ୍ଟ୍ରେଲିଆକୁ ୨୦୬ ରନର ଟାର୍ଗେଟ ଦେଲା ଭାରତ
ଗ୍ରୋସ୍ ଇସଲେଟ୍‌: ଉତ୍ତର ଆମେରିକାର ସେଣ୍ଟ ଲୁସିଆର ଗ୍ରୋସ୍ ଇସଲେଟ୍‌ର ଡାରେନ ସାମ୍ମି କ୍ରିକେଟ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପର ୫୧ତମ ମ୍ୟାଚରେ ଗ୍ରୁପ୍-୧ର ସୁପର ୮ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା । ଭରତ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୨୦୫ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ୨୦୬ ରନର ଆବଶ୍ୟକତା ରହିଛି।

ଭାରତ ପକ୍ଷରୁ ବିରାଟ କୋହଲି ୫ ବଲରେ କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ପାରିକୁ ରୋହିତ ଶର୍ମା ଓ ଋଷଭ ପନ୍ତ ସମ୍ଭାଳିଥିଲେ। ଋଷଭ ପନ୍ତ ୧୪ ବଲରେ ୧୫ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ରୋହିତ ଶର୍ମା ଏକ ବିସ୍ଫୋରକ ଇଂନିସ ଖେଳିଥିଲେ। ରୋହିତ ଶର୍ମା ୪୧ ବଲରେ ୯୨ ରନ କରି ଆଉଟ ହୋଇଥିଲେ। ପରେ ସୂର୍ଯ୍ୟକୁମାର ଯାଦବ ୧୬ ବଲରେ ୩୧ ରନ କରି ଆଉଟ ହୋଇଥିଲେ। ଏହାପରେ ପାରିକୁ ଶିବମ୍ ଦୁବେ  ଓ ହାର୍ଦ୍ଦିକ ପାଣ୍ଡ୍ୟା  ସମ୍ଭାଳିଥିଲେ। ଶିବମ୍ ଦୁବେ ୨୨ ବଲରେ ୨୮ ରନ କରି ଆଉଟ ହୋଇଥିଲେ।  ହାର୍ଦ୍ଦିକ ପାଣ୍ଡ୍ୟା ୧୭ ବଲରେ ୨୭ ରନ କରି ଅପରାଜିତ ରହିଥିବା ବେଳେ ରବିନ୍ଦ୍ର ଜାଡେଜା ୫ ବଲରେ ୯ ରନ କରି ଅପରାଜିତ ରହିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ଓ ମାର୍କସ ଷ୍ଟୋଇନିସ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଜୋଶ ହାଜଲେଉଡ ଗୋଟିଏ  ୱିକେଟ ନେଇଥିଲେ।

ଟି-୨୦ ବିଶ୍ୱକପ୍‌: ଆଜି ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ, ୩ ସ୍ପିନରଙ୍କ ଉପରେ ନିର୍ଭରଶୀଳ ଆଫଗାନିସ୍ତାନ
ବାର୍ବାଡୋସ୍‌: ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳ ଗୁରୁବାରଠାରୁ ତା’ର ସୁପର-୮ ଅଭିଯାନ ଆରମ୍ଭ କରିବ। ସ୍ଥାନୀୟ କେନସିଂଟନ ଓଭାଲ ଗ୍ରାଉଣ୍ଡରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତ ରସିଦ ଖାନଙ୍କ ଆଫଗାନିସ୍ତାନକୁ ଭେଟିବ। ସୁପର- ୮ର ୩ଟି ଯାକ ମ୍ୟାଚ୍‌ ଭାରତ କ୍ୟାରିବିୟାନରେ ଖେଳିବ। ଆମେରିକାରୁ ଆସି ନୂଆ ପରିବେଶରେ ଭାରତ ଖାପ ଖୁଆଇ ସୁପର-୮ରେ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଭାରତୀୟ ଦଳ ବ୍ୟାଟିଂ, ବୋଲିଂ, ଫିଲ୍ଡିଂରେ ବେଶ ଶକ୍ତିଶାଳୀ ମନେହେଉଥିବା ବେଳେ ଏହି ମ୍ୟାଚ୍‌ରେ ଫେବରାଇଟ ବିବେଚିତ ହେଉଛି।

ନ୍ୟୁୟର୍କରେ ଖରାପ୍‌ ପିଚ୍‌ କାରଣରୁ ଭାରତୀୟ ବ୍ୟାଟର ହାତଖୋଲା ସଟ୍‌ ଖେଳିପାରି ନଥିଲେ। କିନ୍ତୁ ଏଠାରେ ବ୍ୟାଟରମାନେ ଆକ୍ରମଣାତ୍ମକ ଶୈଳୀରେ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ଏଠାରେ ସ୍ପିନରଙ୍କୁ ସୁହାଇବା ଭଳି ପିଚ୍‌ ପ୍ରସ୍ତୁତ ହୋଇଥିବା ବେଳେ ଭାରତୀୟ ଖେଳାଳି ଏଥିପାଇଁ ବିଶେଷ ଧ୍ୟାନ ଦେବାକୁ ହେବ। ଅଭିଜ୍ଞ ବ୍ୟାଟର ରୋହିତ ଓ ବିରାଟ କୋହଲି ମଧ୍ୟ ନେଟ୍ସରେ ସ୍ପିନର ଓ ସ୍ଲୋ ବୋଲରଙ୍କୁ ସାମ୍ନା କରି ଅଭ୍ୟାସ କରିଛନ୍ତି। ଆଫଗାନିସ୍ତାନ ଦଳରେ କେତେଜଣ ବିଶ୍ୱସ୍ତରୀୟ ସ୍ପିନର ରହିଛନ୍ତି। ଖାସ୍‌ କରି ସୂର୍ଯ୍ୟକୁମାର ଯାଦବ ଓ ଋଷଭ ପନ୍ତ କିଭଳି ବ୍ୟାଟିଂ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ। ଏହି ସ୍ପିନ ଫ୍ରେଣ୍ଡଲି ପିଚ୍‌ରେ ଭାରତ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରୁ କାହାକୁ ଖେଳାଇବା ତାହା ଟସ୍‌ ପରେ ଜଣା ପଡିବ। ରବୀନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟଙ୍କ ଭଳି ଅଲରାଉଣ୍ଡର ମଧ୍ୟ ଏହି ମ୍ୟାଚ୍‌ରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ସେହିପରି ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ନୂଆ ବଲ୍‌ରେ ପୁଣିଥରେ ଚମତ୍କାର ଦେଖାଇବା ଆଶା କରାଯାଉଛି।

୩ ସ୍ପିନରଙ୍କ ଉପରେ ନିର୍ଭରଶୀଳ ଆଫଗାନିସ୍ତାନ

ଅପରପକ୍ଷରେ ଟି-୨୦ରେ ଆଫଗାନିସ୍ତାନ ଗତକିଛି ବର୍ଷ ମଧ୍ୟରେ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି। ୩ଜଣ ସ୍ପିନର ରସିଦ ଖାନ, ନୁର ଅହମ୍ମଦ ଓ ମହମ୍ମଦ ନବୀଙ୍କ ଉପରେ ଦଳ ଅତ୍ୟଧିକ ନିର୍ଭରଶୀଳ ହୋଇପଡିଛି। ଆଫଗାନିସ୍ତାନ ଦଳରେ ମଧ୍ୟ କେତେଜଣ କ୍ୱାଲିଟି ବିଶ୍ୱସ୍ତରୀୟ ବ୍ୟାଟର ରହିଛନ୍ତି। ଖାସ୍‌ କରି ଦଳର ୩ ତାରକା ସ୍ପିନର ଭାରତୀୟ ବ୍ୟାଟରଙ୍କ ପାଇଁ ପରୀକ୍ଷା ସୃଷ୍ଟି କରିବେ।

ଦୁଇପାଦ ଆଗରେ ଭାରତ

ଗତ ୫ଟି ମ୍ୟାଚ୍‌ରେ ଭାରତ ୪ଟି ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାସ୍ତ ହୋଇଛି। ସେହିପରି ଆଫଗାନିସ୍ତାନ ଗତ ୫ଟି ମ୍ୟାଚ୍‌ରେ ୩ଟିରେ ବିଜୟୀ ହୋଇଛି। ରେକର୍ଡ, ଫର୍ମ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭାରତ ଦୁଇ ପାଦ ଆଗରେ ରହିଛି। ଏପର୍ଯ୍ୟନ୍ତ ଉଭୟ ଦଳ ପରସ୍ପରକୁ ୮ଥର ଭେଟିଛନ୍ତି। ଏଥିରେ ଭାରତ ୭ଥର ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍‌ ଟାଇ ରହିଛି। ଭାରତ ବିପକ୍ଷରେ ଆଫଗାନିସ୍ତାନ ଏପର୍ଯ୍ୟନ୍ତ ଖାତା ଖୋଲିପାରିନାହିଁ। ଏହି ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ସଞ୍ଜୁ ସାମସନ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସିରାଜ।

ଆଫଗାନିସ୍ତାନ ଦଳ: ରହମାନୁଲ୍ଲା ଗୁରୁବାଜ, ଇବ୍ରାହିମ ଜଡ୍ରାନ, ଗୁଲବଦିନ ନାଇବ, ଅଜମାତୁଲ୍ଲା ଓମରଜାଇ, ମହମ୍ମଦ ନବୀ, ନାଜିବୁଲ୍ଲା ଜଡ୍ରାନ, କରିମ ଜନତ, ରସିଦ ଖାନ୍‌ (ଅଧିନାୟକ), ନୁର ମହମ୍ମଦ, ନବୀନ-ଉଲ-ହକ, ଫାଜଲହକ ଫାରୁକି, ହଜରାତୁଲ୍ଲା ଜଜାଇ, ଫରିଦ ଅହମ୍ମଦ ମଲିକ, ମହମ୍ମଦ ଇଶାକ ଓ ନାନଗେୟାଲିଆ ଖାରୋଟ।

ଟି-୨୦ ବିଶ୍ବକପ୍‌: ରୋମାଞ୍ଚକ ମୁକାବିଲାରେ ପାକିସ୍ତାନକୁ ହରାଇଲା ଭାରତ
ନ୍ୟୁୟର୍କ: ଭାରତୀୟ ପେସ୍‌‌ ବୋଲରଙ୍କ ଆଗରେ ହାର୍‌‌ ମାନିଛି ପାକିସ୍ତାନ। ସ୍ଥାନୀୟ ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌‌ରେ ରବିବାର ଅନୁଷ୍ଠିତ ମୁକାବିଲାରେ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଭାରତ ମାତ୍ର ୬ ରନ୍‌‌ରେ ପାକିସ୍ତାନକୁ ହରାଇ ଅବିଶ୍ୱସନୀୟ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୯ ଓଭରରେ ୧୧୯ ରନ୍‌‌ କରି ଅଲଆଉଟ ହୋଇଯାଇଥିଲା। ଜବାବରେ ଭାରତୀୟ ବୋଲରଙ୍କ ଦମ୍‌‌ଦାର ପ୍ରଦର୍ଶନ ବଳରେ ପାକିସ୍ତାନ ୭ ୱିକେଟରେ ୧୧୩ ରନ୍‌‌ରେ ଅଟକି ଯାଇଥିଲା। ଏହି ମ୍ୟାଚ୍‌‌ରେ ମହମ୍ମଦ୍‌‌ ରିଜ୍‌‌ୱାନ (୩୧)ଙ୍କ ସମେତ ୪ ଓଭରରେ ୧୪ ରନ୍‌‌ ଦେଇ ୩ଟି ୱିକେଟ ନେଇଥିବା ଭାରତୀୟ ଫାଷ୍ଟ ବୋଲର ଯଶପ୍ରୀତ ବୁମ୍‌‌ରାଙ୍କୁ ମ୍ୟାଚ୍‌‌ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ତାହାର ପ୍ରଥମ ମ୍ୟାଚ୍‌‌ରେ ଆୟର୍ଲାଣ୍ଡକୁ ୮ ୱିକେଟରେ ହରାଇଥିଲା ବେଳେ ଆଉ ୨ଟି ମ୍ୟାଚ୍‌‌ ଖେଳିବାକୁ ବାକି ରହିଛି। ଏହି ମ୍ୟାଚ୍‌‌ ଦୁଇଟି ଯଥାକ୍ରମେ ଆମେରିକା ସହ ଆସନ୍ତା ୧୨ରେ ଓ କାନାଡା ସହ ୧୫ରେ ଖେଳାଯିବ। ଟି-୨୦ ବିଶ୍ୱକପ୍‌‌ରେ ଉଭୟ ଦେଶ ମଧ୍ୟରେ ଏହାଥିଲା ୮ମ ମୁକାବିଲା। ଏହା ମଧ୍ୟରୁ ଆଜିର ମ୍ୟାଚ୍‌‌କୁ ମିଶାଇ ଭାରତ ୭ଟିରେ ପାକିସ୍ତାନ ମାତ୍ର ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇଛି।

ବୋଲରଙ୍କ କବ୍‌‌ଜାରେ ନାସାଉ ପିଚ୍‌‌

ପାକିସ୍ତାନ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ମାତ୍ର ୧୧୯ ରନ୍‌‌ କରିଥିଲା। ଏହି ପିଚ୍‌‌ରେ ବ୍ୟାଟିଂ କରିବା କଷ୍ଟକର ହୋଇଥିଲେ ମଧ୍ୟ ୧୨୦ ରନ୍‌‌ ହାସଲ କରିବା କଷ୍ଟକର ନ ଥିଲା। ପାକିସ୍ତାନ ମଧ୍ୟ ୧୪ ଓଭର ଖେଳ ଶେଷ ବେଳକୁ ୩ ୱିକେଟରେ ୮୦ ରନ୍‌‌ କରି ବିଜୟଠାରୁ ଆଉ ୪୦ ରନ୍‌‌ ଦୂରରେ ରହିଥିଲା। ଏହି ସମୟରେ ଅର୍ଥାତ୍‌‌ ୧୫ତମ ଓଭରର ପ୍ରଥମ ବଲରେ ଦୃଢ଼ତାର ସହ ବ୍ୟାଟିଂ କରୁଥିବା ମହମ୍ମଦ୍‌‌ ରିଜ୍‌‌ୱାନ (୩୧)ଙ୍କୁ ବୋଲ୍ଡ କରି ବୁମ୍‌‌ରା ଭାରତୀୟ ଶିବିରରେ ବିଜୟର ଆଶା ସଞ୍ଚାର କରିଥିଲେ। ଏହି ସମୟରେ ଭାରତୀୟ ଖେଳାଳିମାନେ ବିଜୟୀ ହୋଇପାରିବେ ବୋଲି ଭାବିନେଇଥିଲେ। ଯାହା ଫଳରେ ଉଭୟ ବୋଲର ଓ ଫିଲ୍ଡର କୌଣସି ତ୍ରୁଟି ନ କରି ପାକିସ୍ତାନକୁ ୧୧୩ ରନ୍‌‌ରେ ଅଟକାଇବାରେ ସମର୍ଥ ହୋଇଥିଲେ। ଏମାନେ ଏପରି ବୋଲିଂ କରିଥିଲେ ଯେ ୧୩.୩ ଓଭରୁ ୧୯.୨ ଓଭର ମଧ୍ୟରେ ପାକିସ୍ତାନ ପକ୍ଷରୁ ଗୋଟିଏ ହେଲେ ବାଉଣ୍ଡରୀ ମରାଯାଇପାରି ନଥିଲା। ପାକିସ୍ତାନର ଇମାଦ ୱାସିମ ୧୫, ଅଧିନାୟକ ବାବର ଆଜମ, ଉସ୍‌‌ମାନ ଖାନ୍‌‌ ଓ ଫକର ଜମାନ ୧୩ ରନ୍‌‌ ଲେଖାଏଁ କରିଥିଲେ ମଧ୍ୟ ଦଳର ବିଜୟ ଲାଗି ଏହା ପର୍ଯ୍ୟାପ୍ତ ହୋଇ ନ ଥିଲା। ଭାରତ ପକ୍ଷରୁ ବୁମ୍‌‌ରାଙ୍କ ୩ ୱିକେଟ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି, ଅକ୍ଷର ପଟେଲ ଓ ଅର୍ଶଦୀପ ସିଂ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ଭାରତର ଦାୟିତ୍ୱହୀନ ବ୍ୟାଟିଂ

ପୂର୍ବରୁ ଟସ୍‌‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଭାରତ ସୁଯୋଗ ପାଇଥିଲା। କିନ୍ତୁ ଭାରତର ଅଧା ବ୍ୟାଟର ଦାୟିତ୍ୱହୀନ ଭାବେ ଅନାବଶ୍ୟକ ସଟ୍‌‌ ଖେଳି ଆଉଟ ହୋଇଥିଲେ। ଦଳ ୧୯ ରନ୍‌‌ରେ ବିରାଟ କୋହଲି (୪) ଓ ରୋହିତ ଶର୍ମା (୧୩)ଙ୍କ ୱିକେଟ ହରାଇଥିଲେ ମଧ୍ୟ ରନ୍‌‌ ସଂଗ୍ରହ ହାର ଠିକ୍‌‌ ଥିଲା। କିନ୍ତୁ ବ୍ୟାଟରମାନେ ଧୈର୍ଯ୍ୟର ସହ ବ୍ୟାଟିଂ କରିବା ପରିବର୍ତ୍ତେ ବଡ ବଡ ସଟ୍‌‌ ମାରିବାକୁ ଯାଇ ଆଉଟ ହୋଇଯାଇଥିଲେ। ଦଳ ପକ୍ଷରୁ ପନ୍ତ୍‌‌ ସର୍ବାଧିକ ୪୨ ଓ ଅକ୍ଷର ପଟେଲ ୨୦ ରନ୍‌‌ କରିଥିଲେ। ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କରେ ପହଞ୍ଚିପାରି ନ ଥିଲେ। ପାକିସ୍ତାନର ଫାଷ୍ଟ ବୋଲରମାନେ ଏଥିରୁ ଫାଇଦା ଉଠାଇ ୯ଟି ୱିକେଟ ନେଇଥିଲେ। ଏମାନଙ୍କ ମଧ୍ୟରେ ନସୀମ ଶାହ ଓ ହାରିସ ରୌଫ୍‌‌ ୩ଟି ଲେଖାଏଁ, ମହମ୍ମଦ୍‌‌ ଆମୀର ୨ଟି ଓ ସାହିନ ଆଫ୍ରିଦୀଙ୍କୁ ଗୋଟିଏ ୱିକେଟ ମିଳିଥିଲା। ବୁମ୍‌‌ରା ରନ୍‌‌ଆଉଟ ହୋଇଥିଲେ।