Android Phone - The Sakala

ଗୁଗଲ୍‌ର ଚେତାବନୀ: ୧୦୦ କୋଟି ଫୋନ୍‌ରୁ ଡାଟା ଚୋରି ଭୟ
ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ସୁରକ୍ଷା ସତର୍କତା ଜାରି କରିଛି ଗୁଗଲ୍। ବର୍ତ୍ତମାନ ସାରା ବିଶ୍ୱରେ ପ୍ରାୟ ୧୦୦ କୋଟି ଆଣ୍ଡ୍ରଏଡ୍ ବ୍ୟବହାରକାରୀ ବିପଦରେ ଅଛନ୍ତି। କାରଣ ଆଣ୍ଡ୍ରଏଡ୍ ୧୨ କିମ୍ବା ପୁରୁଣା ଫୋନ୍‌ଗୁଡିକ ଆଉ ସୁରକ୍ଷା ଅପଡେଟ୍ ପାଇବେନାହିଁ। ଏହାର ଅର୍ଥ ହେଉଛି, ଏପରି ଡିଭାଇସ୍‌ଗୁଡ଼ିକ ନୂତନ ମାଲୱେର ଏବଂ ସ୍ପାଏୱେର ଆକ୍ରମଣର ଶିକାର ହୋଇପାରନ୍ତି। ହ୍ୟାକରମାନେ ଏହି ଦୁର୍ବଳତାର  ସୁଯୋଗ ନେଇ ଡାଟା ଚୋରି କରୁଛନ୍ତି। ଫୋନ୍ ଅପଡେଟ୍ ହେଉ ନ ଥିଲେ ତାହାକୁ ବଦଳାଇବାକୁ ଗୁଗୁଲ୍‌ ପକ୍ଷରୁ ୟୁଜରଙ୍କୁ ପରାମର୍ଶ ଦିଆଯାଇଛି।

ଗୁଗଲ୍ ରିପୋର୍ଟ ଅନୁଯାୟୀ, ବିଶ୍ୱର ୪୦%ବା ୧୦୦ କୋଟି ଆଣ୍ଡ୍ରଏଡ୍ ବ୍ୟବହୃତ ସ୍ମାର୍ଟଫୋନ୍ ସାଇବର ଆକ୍ରମଣର ଶିକାର ହେବାକୁ ଯାଉଛନ୍ତି। ଏହି ଡିଭାଇସ୍ ମଧ୍ୟରୁ ଅଧିକାଂଶ ପୁରୁଣା ଅପରେଟିଂ ସିଷ୍ଟମ୍ (ଆଣ୍ଡ୍ରଏଡ୍ ୧୨ କିମ୍ବା ତା’ଠାରୁ ପୁରୁଣା) ଚଳାଇଥାନ୍ତି, ଯେଉଁଗୁଡିକୁ ଏବେ କମ୍ପାନୀଠାରୁ ସୁରକ୍ଷା ଅପଡେଟ୍ ପାଇବା ବନ୍ଦ ହୋଇଯାଇଛି। ତଥ୍ୟ ଅନୁଯାୟୀ, କେବଳ ପ୍ରାୟ ୫୭.୯% ଡିଭାଇସ୍ ଆଣ୍ଡ୍ରଏଡ୍‌ ୧୩ କିମ୍ବା ତା’ଠାରୁ ଅଧିକ ଭର୍ଜନରେ ଚାଲୁଛି। ସୁରକ୍ଷା ସମସ୍ୟା ଯୋଗୁଁ ବାକି ଡିଭାଇସଗୁଡ଼ିକୁ ଅଚଳ କରାଯାଇଛି। ଡିସେମ୍ବର ସୁଦ୍ଧା ଉପଲବ୍ଧ ତଥ୍ୟ ଅନୁଯାୟୀ, ସାରା ବିଶ୍ୱରେ କେବଳ ୭.୫% ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍‌ ୧୬ରେ ଚାଲୁଛି। ଏହି ସମୟରେ, ୧୯.୩% ଡିଭାଇସ୍ ଆଣ୍ଡ୍ରଏଡ୍‌ ୧୫, ୧୭.୯% ଆଣ୍ଡ୍ରଏଡ୍‌ ୧୪ ଏବଂ ୧୩.୯% ଆଣ୍ଡ୍ରଏଡ୍‌ ୧୩ ଦ୍ବାରା ଚାଳିତ।  ଏହାର ଅର୍ଥ ହେଉଛି ଯେ ବହୁ ସଂଖ୍ୟକ ଉପଭୋକ୍ତା ଏବେ ବି ପୁରୁଣା ଆଣ୍ଡ୍ରଏଡ୍‌ ଓଏସ୍‌ ବ୍ୟବହାର କରୁଛନ୍ତି ଏବଂ ସମୟାନୁସାରେ ସୁରକ୍ଷା ଅପଡେଟ୍ ପାଉନାହାଁନ୍ତି। ସୁରକ୍ଷା ଅପଡେଟ୍ ପୁରୁଣା ଅପରେଟିଂ ସିଷ୍ଟମ୍‌ରେ ଥିବା ବଗ୍, ଦୁର୍ବଳତା ଏବଂ ସାଇବର ତ୍ରୁଟିକୁ ସମାଧାନ କରେ। ହ୍ୟାକର୍ସ ଏହି ତ୍ରୁଟିଗୁଡ଼ିକୁ ସ୍ମାର୍ଟଫୋନ୍‌ରେ ଅନୁପ୍ରବେଶ କରିବା, ଡାଟା ଚୋରି କରିବା, ଫୋନ୍ ହ୍ୟାକ୍ କରିବା କିମ୍ବା ସ୍ପାଏୱେୟାର ସଂସ୍ଥାପନ କରିବା ପାଇଁ ବ୍ୟବହାର କରିବେ।

ସରକାରଙ୍କ ଚେତାବନୀ: ହ୍ୟାକ୍ ହୋଇପାରେ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ଫୋନ୍
ନୂଆଦିଲ୍ଲୀ: ଦେଶର ଆଣ୍ଡ୍ରଏଡ୍ ୟୁଜର୍ସ ବା ବ୍ୟବହାରକାରୀଙ୍କ ପାଇଁ ଇଣ୍ଡିଆନ୍ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (ସିଇଆର୍‌ଟି-ଇନ୍‌) ନିକଟରେ ଏକ ଚେତାବନୀ ଜାରି କରିଛି। ଏହି ଅନୁଯାୟୀ, ଖୁବ୍‌ ଶୀଘ୍ର ଆଣ୍ଡ୍ରଏଡ୍‌ ବ୍ୟବହାରକାରୀମାନଙ୍କର ଫୋନ୍ ହ୍ୟାକ୍‌ ହୋଇପାରେ। ସିଇଆର୍‌ଟି-ଇନ୍‌ ଅନୁଯାୟୀ, ଆଣ୍ଡ୍ରଏଡ୍ ଓଏସ୍‌ରେ ଅନେକ ତ୍ରୁଟି ଦେଖିବାକୁ ମିଳିଛି। ଏହାର ଫାଇଦା ନେବାକୁ ଯାଇ ହ୍ୟାକରମାନେ ଆପଣଙ୍କ ଫୋନରୁ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ ତଥ୍ୟ ହ୍ୟାକ୍‌ କରି ନେଇଯିବାର ସମ୍ଭାବନା ରହିଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନସ୍ଥ ସିଇଆରଟି-ଇନ୍‌ ଏ ନେଇ ଆଣ୍ଡ୍ରଏଡ୍ ୟୁଜରମାନଙ୍କୁ ଚେତାବନୀ ଦେଇଛି।

ଏଭଳି ପରିସ୍ଥିତିରେ କେଉଁ ଆଣ୍ଡ୍ରଏଡ୍ ସଂସ୍କରଣ ବିପଦରେ ଅଛି ତାହା ଜାଣିବା ଜରୁରୀ। ଏଥିରେ ଆଣ୍ଡ୍ରଏଡ୍ ୧୨, ଆଣ୍ଡ୍ରଏଡ୍ ୧୨ ଏଲ୍, ଆଣ୍ଡ୍ରଏଡ୍ ୧୩ ଏବଂ ଆଣ୍ଡ୍ରଏଡ୍ ୧୪ ମଧ୍ୟ ଅନ୍ତର୍ଭୁକ୍ତ। ସିଇଆର୍‌ଟି-ଇନ୍‌ ଅନୁଯାୟୀ, ଏହି ତ୍ରୁଟି ଯୋଗୁଁ ଯଦି କୌଣସି ହ୍ୟାକର ଆପଣଙ୍କ ଫୋନ୍‌କୁ ହ୍ୟାକ୍ କରିବାକୁ ଚାହାଁନ୍ତି। ତେବେ ଏହା ତାଙ୍କ ପାଇଁ ବହୁତ ସହଜ ହେବ। ଆପଣଙ୍କ ଫୋନ୍ ହ୍ୟାକ୍ କରିବା ପରେ, ହ୍ୟାକର ଆପଣଙ୍କ ଫୋନରୁ ତଥ୍ୟ ଚୋରି କରି ସେହି ତଥ୍ୟକୁ ଡାର୍କ ୱେବ୍‌ରେ ବିକ୍ରି କରିପାରନ୍ତି। ଏହାସହିତ, ହ୍ୟାକର ଆପଣଙ୍କ ଫୋନରେ ସର୍ଭିସ୍ ଡେନିଅଲ୍ ସ୍ଥିତିକୁ ମଧ୍ୟ ସକ୍ରିୟ କରିପାରିବେ। ତେଣୁ ସିଇଆର୍‌ଟି-ଇନ୍‌ ବ୍ୟବହାରକାରୀଙ୍କୁ ଯଥାଶୀଘ୍ର ସୁରକ୍ଷା ପ୍ୟାଚ୍ ଅପଡେଟ୍ କରିବାକୁ କହିଛି।