Oath Taking - The Sakala

ଆଜିଠାରୁ ନବନିର୍ବାଚିତ ବିଧାୟକ ନେବେ ଶପଥ, ୧୮ ଓ ୧୯ ତାରିଖ ଦୁଇଦିନ ଧରି ଚାଲିବ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଆଜିଠାରୁ ଦୁଇଦିନ ଧରି ସପ୍ତଦଶ ବିଧାନସଭାକୁ ନିର୍ବାଚିତ ବିଧାୟକମାନଙ୍କର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାମଚଳା ବାଚସ୍ପତି(ପ୍ରୋଟେମ୍‌‌ ସ୍ପିକର୍‌‌) ଭାବେ ନିଯୁକ୍ତି ପାଇଥିବା ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମସ୍ତ ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ। ଏନେଇ ବିଧାନସଭା ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ଏବଂ ୧୯ ତାରିଖ ଦୁଇଦିନ ଧରି ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଧାନସଭାରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେବେ ସ୍ୱାସ୍ଥ୍ୟଗତ କିମ୍ବା ଅନ୍ୟ କାରଣ ପାଇଁ ଯେଉଁ ବିଧାୟକମାନେ ଅନୁପସ୍ଥିତ ଥିବେ, ସେମାନେ ପରବର୍ତ୍ତୀ ସମୟରେ ବିଧାନସଭାରେ ଶପଥ ନେଇପାରିବେ। ନବନିର୍ବାଚିତ ବାଚସ୍ପତି ସେମାନଙ୍କୁ ଶପଥ ପାଠ କରାଇବେ ବୋଲି ଜଣାପଡ଼ିଛି।

ଅପରପକ୍ଷେ ୧୯ ତାରିଖରେ ନୂଆ ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ ହେବ। ୧୯ ତାରିଖ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବାକୁ ଥିବା ବେଳେ ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ନିର୍ବାଚନ ପରିଚାଳନା କରିବେ। ବିଜେପିର ୭୮ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ୩ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିକୁ ନିଜର ସମର୍ଥନ ଜଣାଇଛନ୍ତି। ତେଣୁ ସଂଖ୍ୟାଦୃଷ୍ଟିରୁ ଶାସକ ବିଜେପିର ଜଣେ ବିଧାୟକ ବାଚସ୍ପତି ହେବା ଏକପ୍ରକାର ସୁନିଶ୍ଚିତ ହୋଇଛି। ବାଚସ୍ପତି ନିର୍ବାଚନ ବର୍ତ୍ତମାନ ଏକ ଔପଚାରିକତା ହୋଇଥିବା ବେଳେ ଏହି ପଦ ପାଇଁ ଶାସକ ଦଳ ପକ୍ଷରୁ କିଏ ନାମାଙ୍କନ ଦାଖଲ କରୁଛନ୍ତି, ତାହାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ତେବେ ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସପ୍ତଦଶ ବିଧାନସଭାର ବାଚସ୍ପତି ଦୌଡ଼ରେ ରଣପୁର ବିଜେପି ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ସର୍ବାଗ୍ରେ ରହିଛନ୍ତି। ଏପରିକି ତାଙ୍କ ନାମ ଏକପ୍ରକାର ଚୂଡ଼ାନ୍ତ ହୋଇଥିବା ନେଇ ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ଘୁଞ୍ଚିଲା ନୂଆ ସରକାର ଗଠନ ତାରିଖ; ଜୁନ୍‌୧୦ ନୁହେଁ, ୧୨ରେ ଓଡ଼ିଶାରେ ହେବ ଶପଥ ଗ୍ରହଣ ସମାରୋହ
ଭୁବନେଶ୍ୱର: ଓଡ଼ିଶାରେ କିଏ ହେବ ମୁଖ୍ୟମନ୍ତ୍ରୀ , ଏହାକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଥିବାବେଳେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ତାରିଖକୁ ନେଇ ଆସିଲା ବଡ ଅଡେଟ୍‌। ଜୁନ୍‌ ୧୦ ନୁହେଁ, ଜୁନ୧୨ରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବିଧାୟକଙ୍କ ଶପଥ ଗ୍ରହଣ ପାଇଁ ଜୁନ୍‌ ୧୦ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ଏବେ ଏଥିରେ ପରିତବର୍ତ୍ତନ ହୋଇଥିବା ସୂଚନା ମିଳିଛି । ଓଡ଼ିଶାରେ ବିଳମ୍ବ ହେଉଛି ସରକାର ଗଠନ ପ୍ରକ୍ରିୟା। ପୂର୍ବରୁ ଜୁନ ୧୦ ତାରିଖ ଧାର୍ଯ୍ୟ ହୋଇଥିଲେ ସୁଦ୍ଧା କୌଣସି କାରଣ ପାଇଁ ଜୁନ୍‌ ୧୨ ତାରିଖ ସନ୍ଧ୍ୟାରେ ଶପଥ ଗ୍ରହଣ ଉତ୍ସବକୁ ଘୁଂଚାଇ ଦିଆଯାଇଛି।

ତେବେ ସବୁଠାରୁ ବଡ କଥା ହେଉଛି ଶପଥଗ୍ରହଣ ଉତ୍ସବ ପାଇଁ ଜନତା ମୈଦାନରେ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଏଯାଏଁ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାହା ସ୍ପଷ୍ଟ ହୋଇନାହିଁ। ତେବେ ରାଜ୍ୟ ବିଜେପିର ଅନେକ ହେଭିୱେଟ ନେତା ଦୌଡରେ ରହିଥିବା ଜଣାପଡିଛି । ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଥରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ଫୋନ ଆସିଥିବା ସୂଚନା ମିଳିବା ପରେ ଏହି ୩ଜଣ ଏବେ ମୁଖ୍ୟମନ୍ତ୍ରୀ ରେସରୁ ବାଦ ପଡିଥିବା ଚର୍ଚ୍ଚା ହେଉଛି। ଓଡିଶାରେ ବିଜେପି ପ୍ରଥମ ଥର ପାଇଁ ଏକାକୀ ସରକାର ଗଢିବାକୁ ଯାଉଥିବା ବେଳେ କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ତାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଓ ସସପେନ୍ସ ଲାଗିରହିଛି। ମନ୍ତ୍ରିମଣ୍ଡଳରେ ସାମିଲ ହେବେ କେଉଁ କେଉଁ ବିଧାୟକ ? ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସସପେନ୍ସ ଲାଗି ରହିଥିବାବେଳେ ବିଜେପି କେନ୍ଦ୍ରୀୟ ନେତୃତ୍ୱ କିଛି ସରପ୍ରାଇଜ ବି ଦେଇପାରନ୍ତି ବୋଲି କୁହାଯାଉଛି।

ଆଜି ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ଏନଡିଏ ମେଣ୍ଟର ନେତା ନିର୍ବାଚିତ ହୋଇଥିବା ନରେନ୍ଦ୍ର ମୋଦୀ ଆଜି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ରାଷ୍ଟ୍ରପତି ଭବନ ପରିସରରେ ସନ୍ଧ୍ୟାରେ ଏକ ବିଶେଷ ସମାରୋହରେ ମୋଦୀ ଶପଥ ନେବା ସହିତ ତାଙ୍କ ନୂତନ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ଏହି ଉତ୍ସବରେ ଦେଶ ବିଦେଶରୁ ପ୍ରାୟ ୮ ହଜାର ଅତିଥି ଯୋଗ ଦେବାକୁ ରହିଥିବାରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ଏଥିରେ ଶ୍ରୀଲଙ୍କା, ନେପାଳ, ବାଂଲାଦେଶ, ଭୁଟ୍ଟାନ ଆଦି ବିଭିନ୍ନ ପଡୋଶୀ ରାଷ୍ଟ୍ରମୁଖ୍ୟ ଯୋଗ ଦେବା ନିଶ୍ଚିତ ହୋଇଛି।

ଅନ୍ୟପକ୍ଷରେ ଶନିବାର କଂଗ୍ରେସ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହେବା ସହିତ ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦଳର ସଂସଦୀୟ ନେତ୍ରୀ ଭାବେ ନିର୍ବାଚିତ କରାଯାଇଛି। ଦଳୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜନ ଖଡ଼ଗେ ଏହି ପ୍ରସ୍ତାବ ଆଗତ କରିଥିଲା ବେଳେ ଗୌରବ ଗୋଗଇ ଏବଂ ତାରିକ୍‌ ଅନୱାର ଏହାକୁ ସମର୍ଥନ ଜଣାଇଥିଲେ। ସେହିପରି ଲୋକସଭା ବିରୋଧୀ ଦଳ ନେତା ଭାବେ ରାହୁଲଙ୍କୁ ଦାୟିତ୍ବ ଦେବାକୁ ମଧ୍ୟ ଏହି ବୈଠକରେ ପ୍ରସ୍ତାବ ପାରିତ କରାଯାଇଛି। ଦଳର ଅନ୍ୟତମ ବରିଷ୍ଠ ନେତା ଦିଗବିଜୟ ସିଂ ରାହୁଲଙ୍କ ନାମ ପ୍ରସ୍ତାବ ଦେବା ପରେ ଏହାକୁ ସର୍ବସମ୍ମତିକ୍ରମେ ପାରିତ କରାଯାଇଥିଲା। ଇଣ୍ଡିଆ ମେଣ୍ଟରେ ସାମିଲ ଥିବା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏବଂ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ତୁଳନାରେ ରାହୁଲ ହିଁ ଲୋକସଭାରେ ବିରୋଧୀ ନେତା ଭୂମିକା ଗ୍ରହଣ କରିବା ସବୁଠୁ ଉତ୍ତମ ବୋଲି ଦଳୀୟ ନେତାମାନେ ଦାବି କରିଛନ୍ତି।