T20 World Cup2024 - The Sakala

ଆଜି ଟି-୨୦ ବିଶ୍ୱକପ୍‌ରେ ମହାମୁକାବିଲା: ସୁପର ସଣ୍ଡେରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ନ୍ୟୁୟର୍କ: ଫୁଟବଲ ଖେଳରେ ବ୍ରାଜିଲ ଓ ଆର୍ଜେଣ୍ଟିନା ଲଢେ଼ଇ ଭଳି କ୍ରିକେଟ ଖେଳରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ସମର୍ଥକଙ୍କ ଲାଗି ସମାନ ସ୍ଥାନ ଗ୍ରହଣ କରିଛି। ଏହା ମଧ୍ୟରେ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଚାଲିଥିବା ଟି-୨୦ ବିଶ୍‌କପ୍‌ରେ ଲୋ ସ୍କୋର, ବିଗ୍‌ ହିଟରଙ୍କ ଫ୍ଲପ୍‌ ଶୋ ଓ ଶୀର୍ଷ ଦଳଗୁଡିକର ପରାଜୟ ଏହି ଟୁର୍ଣ୍ଣାମେଣ୍ଟରେ ଭିନ୍ନ ଏକ ରୋମାଞ୍ଚ ଆଣିଛି। କେବଳ ବ୍ୟାଟିଂ ନୁହେଁ ଚତୁର ବୋଲିଂ ଓ ଫିଲ୍ଡିଂ ବଳରେ ଯେ ମ୍ୟାଚ୍‌ ଜିତିହେବ ତାହା ଚଳିତ ବିଶ୍ୱକପ୍‌ର ପ୍ରଥମ ୧୫ଟି ମ୍ୟାଚ୍‌ରୁ ସ୍ପଷ୍ଟ ପ୍ରମାଣିତ ହୋଇଯାଇଛି। ଏହି ପରିବେଶ ମଧ୍ୟରେ ନ୍ୟୁୟର୍କର ସହରତଳିରେ ଥିବା ନାସାଉ କାଉଣ୍ଟିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚଳିତ ଟି-୨୦ ବିଶ୍ୱକପ୍‌ର ଗ୍ରୁପ୍‌-ସି’ ମୁକାବିଲା ଆଜି ଅନୁଷ୍ଠିତ ହେବ। ଏହି ମୁକାବିଲାକୁ ସମସ୍ତ କ୍ରିକେଟ ଯୁଦ୍ଧର ଜନନୀ ବୋଲି ଅବିହିତ କରାଯାଉଛି। ମୁକାବିଲା ପୂର୍ବରୁ ଅଭ୍ୟାସ ଓ ଫର୍ମରେ ଭାରତ ଦୃଢ଼ ଆତ୍ମବିଶ୍ୱାସୀ ରହିଛି। ଦଳ ଏହି ପଡ଼ିଆରେ ଆୟର୍ଲାଣ୍ଡକୁ ୮ ୱିକେଟରେ ହରାଇ ପିଚ୍‌ ଓ ପରିବେଶ ସମ୍ପର୍କରେ ବେଶ ଅଭିଜ୍ଞତା ହାସଲ କରିଛି। ଅନ୍ୟପକ୍ଷରେ ଆୟୋଜକ ଆମେରିକା ନିକଟରୁ ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇ ପାକିସ୍ତାନ ଚାପରେ ରହିଛି। ଏଠିକାର ପିଚ୍‌ ସମ୍ପର୍କରେ ମଧ୍ୟ ପାକିସ୍ତାନର ଅଭିଜ୍ଞତା ନାହିଁ। ଏହା ସତ୍ତ୍ବେପାକିସ୍ତାନ ଖେଳ ସମ୍ପର୍କରେ ଭବିଷ୍ୟବାଣୀ କରିବା ସମ୍ଭବ ନୁହେଁ। ଏହି ଦଳ କେତେବେଳେ କିପରି ଖେଳିବ ତାହା ଉପରେ କେହି ଗ୍ୟାରେଣ୍ଟି ଦେଇ ପାରିବନାହିଁ। ଗୋଟିଏ ପଟେ ଆତ୍ମବିଶ୍ୱାସୀ ଭାରତ ଓ ଅନ୍ୟପରେ ଚାପରେ ଥିବା ଅପ୍ରତ୍ୟାଶିତ ପ୍ରଦର୍ଶନକାରୀ ପାକିସ୍ତାନ ମଧ୍ୟରେ ଏହି ମୁକାବିଲା ଯେ ବେଶ ରୋମାଞ୍ଚକ ହେବ ଏହା ଆଶା କରାଯାଇପାରେ।

ଟିମ୍‌ କମ୍ବିନେସନ ଓ ରଣନୀତି

ଚଳିତ ବିଶ୍ୱକପ୍‌ ଆୟୋଜନ କରୁଥିବା ଉଭୟ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ର ପିଚ୍‌ରେ ବଲ ସ୍ଲୋ ଓ ଲୋ ରହୁଛି। ପିଚ୍‌ରେ କେତେବେଳେ ସୁଇଂ ହେଉଛି ତ ଆଉ କେତେବେଳେ ଅସ୍ୱାଭାବିକ ବାଉନ୍ସ। କେଉଁଠି ପେସ୍‌ ବୋଲରଙ୍କୁ ଅଧିକ ୱିକେଟ ମିଳୁଛି ତ ଆଉ କେଉଁଠି କ୍ୱାଲିଟି ସ୍ପିନରଙ୍କ ଦବ୍‌ଦବା ରହୁଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ର ପିଚ୍‌ ଏଯାଏ ଅସ୍ୱାଭିକ ରହିଛି। ଏଠାରେ ଭାରତ ଖେଳିଥିବା ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ୪ଜଣ ପେସ୍‌ ବୋଲରଙ୍କୁ ଖେଳାଇଥିଲା। ଦଳର ବ୍ୟାଟିଂକୁ ଅଧିକ ଗୁରୁତ୍ୱ ଦେଇ ଶିବମ ଦୁବେ ଓ ଅକ୍ଷର ପଟେଲଙ୍କୁ ନେଇଥିଲା। ପାକିସ୍ତାନ ବିପକ୍ଷରେ ଏକମାତ୍ର ପରିବର୍ତ୍ତନ ଆଶା ରହୁଛି ରିଷ୍ଟ ସ୍ପିନର କୁଲଦୀପ ଯାଦବଙ୍କୁ ସାମିଲ କରିବା। ନଚେତ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ ଖେଳିଥିବା ଭାରତୀୟ ଦଳରେ ଆଉ କୌଣସି ପରିବର୍ତ୍ତନ ହେବାର ଆଶା କମ୍‌। ପୂର୍ବପରି ରୋହିତ ଶର୍ମା ଓ ବିରାଟ କୋହଲି ପାଳି ଆରମ୍ଭ କରିବେ ଓ ଋଷଭ ପନ୍ତ୍‌ ନଂ-୩ରେ ବ୍ୟାଟିଂ କରିବେ। ଯଶ୍‌ପ୍ରୀତ ବୁମ୍‌ରା, ମହମ୍ମଦ୍‌ ସିରାଜ, ଅର୍ଶଦୀପ ସିଂ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଭାରତୀୟ ପେସ୍‌ ବୋଲିଂ ନିର୍ଭର କରିବ।

ପାକିସ୍ତାନ: ସେହିପରି ଆମେରିକା ନିକଟରୁ ପରାଜୟ ଲାଗି ଅଧିନାୟକ ବାବର ଆଜମ ବୋଲରମାନଙ୍କୁ ଦାୟୀ କରିଥିଲେ। ପ୍ରକୃତରେ ଏହି ମ୍ୟାଚ୍‌ରେ ପାକିସ୍ତାନର ଖେଳାଳି ଭଳି କେହି ଖେଳି ନଥିଲେ। ବ୍ୟାଟର ହୁଅନ୍ତୁ କି ବୋଲର ସମସ୍ତଙ୍କ ନିକଟରୁ ଆଦୌ ଭଲ ଖେଳ ଦେଖିବାକୁ ମିଳି ନଥିଲା। ଯାହା ଫଳରେ ଦଳ ଏହି ମ୍ୟାଚ୍‌ରେ ସୁପର ଓଭରକୁ ଯାଇ ମଧ୍ୟ ହାରିଯାଇଥିଲା। ଏହାର ଅର୍ଥ ନୁହେଁ ଯେ ଭାରତ ବିପକ୍ଷରେ ଦଳ ସେହିପରି ଖେଳିବ। ଗୋଟିଏ କଥା ସତ ଯେ ଆମେରିକାକୁ ପାକିସ୍ତାନ ସେତେଟା ଗୁରୁତ୍ୱ ଦେଇ ନ ଥିଲା। ଯାହା ଫଳରେ ଦଳକୁ ଅପ୍ରତ୍ୟାଶିତ ପରାଜୟ ବରଣ କରିବାକୁ ପଡ଼ିଥିଲା। ଦଳ ପକ୍ଷରୁ କେବଳ ସଦାବ ଖାନ ଓ ଅଧିନାୟକ ବାବର ଆଜମ ଭଲ ଖେଳିଥିଲେ। ବାବର ୪୪ ବଲ୍‌ରେ ୪୩ ରନ୍‌ କରିବା ଆଦୌ ଗ୍ରହଣୀୟ ହୋଇ ପାରି ନ ଥିଲା। ଭାରତ ହେଉ ବା ପାକିସ୍ତାନ ବ୍ୟାଟର ମାନେ ହିଟର ଭାବେ ଜଣାଶୁଣା। ଏମାନେ କେହି ସଫଳ ହୋଇ ନ ଥିଲେ କିମ୍ବା ଦଳର ପ୍ରତିଷ୍ଠିତ ଫାଷ୍ଟ ବୋଲରମାନେ ଫେଲ ମାରିଥିଲେ। ଆମେରିକାଠାରୁ ମ୍ୟାଚ୍‌ ହାରିବା ପରେ ପାକିସ୍ତାନ ଦଳ ଡଲାସରୁ ଆସି ନାସାଉ କାଉଣ୍ଟିରେ ରହିଥିଲା। ପରଦିନ ବିଶ୍ରାମ ନେଇଥିବାରୁ କେବଳ ଶନିବାର ପିଚ୍‌ ଓ ପରିବେଶ ସମ୍ପର୍କରେ ଜାଣିବାକୁ ପାଇଛି। ନାସାଉରେ ଏବେ ଥଣ୍ଡା ପାଗ ରହିଛି ଓ ବର୍ଷା ମଧ୍ୟ ହେଉଛି। ଏଭଳି ସ୍ଥିତିରେ ପାକିସ୍ତାନ ପେସ୍‌ ବୋଲରଙ୍କୁ ମୁକାବିଲା କରିବା ଭାରତ ପକ୍ଷେ ନିଶ୍ଚିତ କଷ୍ଟକର ହେବ।