oil price - The Sakala

୨୦୨୭ ସୁଦ୍ଧା ଅଧା ହୋଇଯିବ ତେଲ ଦର...
ନୂଆଦିଲ୍ଲୀ: ଆଗାମୀ ଦିନରେ ଦିନରେ ଦେଶରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ମୂଲ୍ୟ ହ୍ରାସ ପାଇପାରେ। ଆର୍ଥିକବର୍ଷ ୨୦୨୭ ସୁଦ୍ଧା ବିଶ୍ବ ବଜାରରେ ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ପ୍ରତି ବ୍ୟାରେଲ ୩୦ ଡଲାରକୁ ହ୍ରାସ ପାଇପାରେ। ଏହାର ମୁଖ୍ୟ କାରଣ ହେଉଛି, ଯେତେବେଳେ ବିଶ୍ୱରେ ତୈଳ ଯୋଗାଣ ଚାହିଦାଠାରୁ ବହୁତ ଅଧିକ ରହିବ ସେତେବେଳେ ତେଲ ଦରରେ ଏଭଳି ପରିବର୍ତ୍ତନ ଘଟିବ ବୋଲି ବିଶ୍ବ ସ୍ତରୀୟ ରେଟିଂ ଏଜେନ୍ସି ଜେପି ମୋର୍ଗାନ୍‌ କହିଛି। ଏହା ଭାରତ ଭଳି ଦେଶ ପାଇଁ ଭଲ ଖବର। ସୂଚନାଯୋଗ୍ୟ ଯେ, ଭାରତ ଏହାର ଅଶୋଧିତ ତୈଳ ଆବଶ୍ୟକତାର ୮୫% ରୁ ଅଧିକ ଆମଦାନୀ କରିଥାଏ।

ଜେପି ମୋର୍ଗାନର ସଦ୍ୟତମ ପୂର୍ବାନୁମାନ ଅନୁଯାୟୀ, ଆଗାମୀ ତିନି ବର୍ଷ ମଧ୍ୟରେ ତୈଳ ବ୍ୟବହାର ବୃଦ୍ଧି ପାଇବ, କିନ୍ତୁ ତୈଳ ଉତ୍ପାଦନ ଆହୁରି ଦ୍ରୁତ ଗତିରେ ବୃଦ୍ଧି ପାଇବ। ବିଶେଷକରି ଓପେକ୍‌ ପ୍ଲସ୍‌  ରାଷ୍ଟ୍ରଙ୍କ ବ୍ୟତୀତ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଅଶୋଧିତ ତୈଳ ଉତ୍ପାଦନ ବୃଦ୍ଧି କରିବେ। ରିପୋର୍ଟ ଅନୁଯାୟୀ, ବିଶ୍ବ ବଜାରରେ ତେଲ ଯୋଗାଣ ଚାହିଦା ଅପେକ୍ଷା ପ୍ରାୟ ତିନି ଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଇବ। ୨୦୨୭ରେ ଯୋଗାଣ ବୃଦ୍ଧିର ଗତି ସାମାନ୍ୟ ହ୍ରାସ ପାଇବ, କିନ୍ତୁ ଏହା ବଜାର ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ଚାହିଦା ଏବଂ ଯୋଗାଣରେ ଏହି ଅସନ୍ତୁଳନ ଅଣ-ଓପେକ୍‌ ପ୍ଲସ୍‌ ଦେଶଗୁଡ଼ିକରୁ ତୈଳ ଉତ୍ପାଦନ ବୃଦ୍ଧି ହେତୁ ହୋଇଛି।
୨୦୨୭ ସୁଦ୍ଧା ମୋଟ ଯୋଗାଣ ବୃଦ୍ଧିର ଅଧା ଏହି ଦେଶଗୁଡ଼ିକରୁ ଆସିବ। ଏହି ଅସନ୍ତୁଳନ ଯୋଗୁଁ, ୨୦୨୬ ରେ ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ୬୦ ଡଲାର ତଳକୁ ଖସିଯାଇ ବର୍ଷର ଶେଷ ତିନି ମାସରେ ୫୦ ଡଲାରରେ ପହଞ୍ଚିପାରେ। ୨୦୨୭ ସୁଦ୍ଧା, ହାରାହାରି ମୂଲ୍ୟ ୪୨ ଡଲାରକୁ ଯାଇ ବର୍ଷ ଶେଷ ସୁଦ୍ଧା ୩୦ ଡଲାର ତଳକୁ ମଧ୍ୟ ଖସିଯାଇପାରେ। ବର୍ତ୍ତମାନ, ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ପ୍ରତି ବ୍ୟାରେଲ ୬୦ ଡଲାର ଉପରେ କାରବାର କରୁଛି।

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କଲେ ରାଜ୍ଯସରକାର
ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲର ମହଙ୍ଗା ଦରରେ ହନ୍ତସନ୍ତ ହେଉଥିବା ରାଜ୍ୟବାସୀଙ୍କ ପାଇଁ ଆସିଛି ଖୁସି ଖବର। ରାଜ୍ଯ ସରକାର ଆଜି ପେଟ୍ରୋଲ ଏବଂ ଡିଜେଲ ଉପରୁ ଭାଟ୍ ହ୍ରାସ କରିଛନ୍ତି। ଉଭୟ ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ ହ୍ରାସ କରାଯାଇଛି। ଏହା ୫ତାରିଖ ମଧ୍ଯ ମଧ୍ୟରାତ୍ରିରୁ ଲାଗୁ ହେବ । ଏ ନେଇ ମୁଖ୍ୟମନ୍ତ୍ରୀ  ଘୋଷଣା କରିଛନ୍ତି।

କିଛି ଦିନ ମଧ୍ୟରେ ଦେଶରେ ପେଟ୍ରୋଲ ମୂଲ୍ୟ ଆହେତୁକ ବୃଦ୍ଧି ହୋଇଥିଲା । ଯାହାଦ୍ୱାରା ପନି ପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି । କେନ୍ଦ୍ର ସରକାର ଗତକାଲି ରାତିରେ ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ଘୋଷଣା କରିଥିଲେ । ଆଜି ରାଜ୍ୟ ସରକାରଙ୍କ ଘୋଷଣା ଦ୍ୱାରା ରାଜ୍ୟବାସୀ ଅତିରିକ୍ତ ୩ ଟଙ୍କାର ରିହାତି ପାଇବେ ।

ତେବେ ୩ଟଙ୍କାର ଏହି ଛାଡ ପାଇଁ ରାଜ୍ୟ ରାଜକୋଷ ଉପରେ ଅତିରିକ୍ତ ୧୪ଶହ କୋଟିର ଭାର ପଡିବ । କେବଳ ୩ ଟଙ୍କା ଭାଟ୍ ହ୍ରାସ ଦ୍ୱାରା ଏହି କ୍ଷତି ରାଜ୍ୟ ସରକାରଙ୍କୁ ବହନ କରିବାକୁ ପଡିବ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ ଯୋଗୁ ରାଜ୍ୟ ସରକାରଙ୍କୁ ଅତିରିକ୍ତ ୭ଶହ କୋଟି ଟଙ୍କା ହରାଇବାକୁ ପଡିବ । ତେଣୁ ରାଜ୍ୟ ସରକାରଙ୍କୁ ମୋଟ ପ୍ରାୟ ୨ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡିବ । ତେବେ ୩ ଟଙ୍କା ଭାଟ୍ ହ୍ରାସ ରାଜ୍ୟବାସୀଙ୍କ ପାଇଁ ଏକ ବଡ ଆଶ୍ୱସ୍ତୀକର ଖବର ।

କେମିତି କମିବ ହୁ ହୁ ବଢୁଥିବା ତୈଳ ଦର, ସରକାରଙ୍କୁ ଫର୍ମୁଲା ଦେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ
ନୂଆଦିଲ୍ଲୀ : ଦେଶରେ ବଢିଚାଲିଛି ତୈଳ ଦର । ଲଗାତର ଦୁଇ ସପ୍ତାହ ଧରି ଦେଶରେ ପେଟ୍ରୋଲ- ଡିଜେଲ୍ ଦର ବଢିଚାଲିଛି। ଦେଶର ବିଭିନ୍ନ ରାଜ୍ୟରେ ପେଟ୍ରୋଲର ୧୦୦ ଟପିଗଲାଣି। ଯାହା ସାଧାରଣ ଜନତାକୁ ହନ୍ତସନ୍ତ କରୁଛି। କେବଳ  ପେଟ୍ରୋଲ- ଡିଜେଲ୍ ଦର ବଢୁନି, ତୈଳ ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଅନ୍ୟ ସାମଗ୍ରୀ ଉପରେ ମଧ୍ୟ ପଡୁଛି। ବାରମ୍ବାର ପେଟ୍ରୋଲର ଦର ବୃଦ୍ଧି ପାଇଁ ଦେଶରେ ଆନ୍ଦୋଳନର ବହ୍ନି ଜଳିଲାଣି। ବିରୋଧୀଙ୍କ ଠାରୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ପେଟ୍ରୋଲ ଏବଂ ଡିଜେଲ ଉପରେ କର ହ୍ରାସ କରାଯାଉ ବୋଲି ଦାବି କରୁଛନ୍ତି। ଆଉ ଏତିକି ବେଳେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ମଧ୍ୟ ପେଟ୍ରୋଲ ବୃଦ୍ଧିର ଚିନ୍ତା ପ୍ରକାଶ କରିଛନ୍ତି ଏବଂ ଦେଶରେ ବଢିଚାଲିଥିବା ତୈଳ ଦର କମାଇବାର ଫର୍ମୁଲା ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ତୈଳ ଉପରୁ ଟିକସ୍ ହ୍ରାସ କରି ଦର ନିୟନ୍ତଣ ପାଇଁ ସେ ଦେଇଛନ୍ତି ନୂଆ ସୂତ୍ର।

ଶକ୍ତିକାନ୍ତ ଦାସ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ଇନଡାଇରେକ୍ଟ ବା ପରୋକ୍ଷ ଟିକସ୍ ହ୍ରାସ କରନ୍ତୁ । ଟିକସକୁ ଧୀରେ ଧୀରେ ହ୍ରାସ କରିବା ଆବଶ୍ୟକ ରହିଛି । ଏପରି କଲେ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ଏହାର ପ୍ରଭାବ ପଡିବ ନାହିଁ ।

ନିକଟରେ ମୁଦ୍ରା ନୀତି ସମୀକ୍ଷା ବୈଠକରେ କୁହାଯାଇଥିଲା ଯେ, ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ଓ ପେଟ୍ରୋଲ ଡିଜେଲ ଦାମ୍ ବୃଦ୍ଧି ପାଇଁ ଅନ୍ୟ ସାମଗ୍ରୀର ଦାମ୍ ବଢିଛି । ସ୍ୱାସ୍ଥ୍ୟ ଓ ପରିବହନ ସେବା ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଏବଂ ପେଟ୍ରୋଲ ଏବଂ ଡିଜେଲ ଉପରେ ଅଧିକ ପରୋକ୍ଷ ଟିକସ ହେତୁ ପ୍ରମୁଖ ଦ୍ରବ୍ୟ ଏବଂ ସେବାଗୁଡିକର ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି । ଏଥିଯୋଗୁଁ ପରିବହନ ଏବଂ ସ୍ୱାସ୍ଥ୍ୟ ସେବା ବିଶେଷ ଭାବରେ ପ୍ରଭାବିତ ହୋଇଛି ବୋଲି ସେ କହିଛନ୍ତି।

ଶକ୍ତିକାନ୍ତଙ୍କ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ନିୟନ୍ତ୍ରଣ ପାଇଁ ଏହାକୁ ଜିଏସଟି ଅର୍ନ୍ତଭୁକ୍ତ କରିବା ପାଇଁ କହିଥିଲେ। ସେ କହିଥିଲେ, ଜିଏସଟି ପରିଷଦରେ କେନ୍ଦ୍ର ଓ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଆଲୋଚନା କରିବା ଉଚିତ। ପ୍ରାଇସ ସ୍ଲାବଗୁଡିକୁ ନିୟନ୍ତ୍ରଣରେ ରଖିବା ପାଇଁ ଚିନ୍ତା କରାଯିବା ଉଚିତ ବୋଲି ଅର୍ଥମନ୍ତ୍ରୀ କହିଥିଲେ।

ବର୍ତ୍ତମାନ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଡ୍ୟୁଟି ଲାଗୁ କରୁଛନ୍ତି ଏବଂ ରାଜ୍ୟ ସରକାର ଭ୍ୟାଟ୍ ଲାଗୁ କରୁଛନ୍ତି। ଏଥି ସହିତ ଅନେକ ସ୍ଥାନରେ ପରିବହନ ଏବଂ ଲୋକାଲ ବଡି ଟ୍ୟାକ୍ସ ପାଇଁ ପେଟ୍ରୋଲ ମୂଲ୍ୟ ବଢ଼ି ଚାଲିଛି। ଯେଉଁଥିପାଇଁ ଏଥିରେ ଜିଏସ୍‌ଟି ଲାଗୁହେଲେ କେବଳ ଗୋଟିଏ କର ରହିବ।

ସୂଚନାଯୋଗ୍ୟ, ମଙ୍ଗଳବାର ପୁଣି ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ପାଇଛି । ନୂଆଦିଲ୍ଲୀରେ ପେଟ୍ରୋଲ ଦର ୩୫ ପଇସା ବୃଦ୍ଧି ପାଇ ୯୦.୯୩ ଟଙ୍କା ହୋଇଥିବା ବେଳେ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି । ଏହାସହ ଅନେକ ସହରରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିସାରିଛି।