Puri SriMandir - The Sakala

ଶ୍ରୀମନ୍ଦିର ପ୍ରଶାସନର ପ୍ରତିବାଦ ପରେ ସ୍ଥଗିତ ରହିଲା ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା
ପୁରୀ: ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ସ୍ଥଗିତ। ଶ୍ରୀମନ୍ଦିର ପ୍ରଶାସନର ପ୍ରତିବାଦ ପରେ ସ୍ଥଗିତ ହୋଇଥିବା ନେଇ ଘୋଷଣା କରାଯାଇଛି। ଫିରୋଜପୁର କ୍ୟାଣ୍ଟନମେଣ୍ଟ ଜଗନ୍ନାଥ ମନ୍ଦିର ପକ୍ଷରୁ ସ୍ଥଗିତ ରଖିବାକୁ ସହମତି ମିଳିଛି। ମେ’ ୨୩ ତାରିଖରେ ହେବାକୁ ଥିବା ରଥଯାତ୍ରାକୁ ସ୍ଥଗିତ ନେଇ ଘୋଷଣା କରାଯାଇଛି। ଧାର୍ଯ୍ୟ ତିଥି ଜୁଲାଇ ୧୬ରେ ରଥଯାତ୍ରା କରିବା ନେଇ ସହମତି ଦେଇଛନ୍ତି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଲେ ଫିରୋଜପୁର ଜିଲ୍ଲାପାଳ। ମାତ୍ର ୟୁପି ହାପୁର ରଥଯାତ୍ରା ସ୍ଥଗିତ ନେଇ କୌଣସି ସୂଚନା ମିଳି ନାହିଁ।

ମନ୍ଦିର ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଫିରୋଜପୁର କ୍ୟାଣ୍ଟନମେଣ୍ଟରେ ଅବସ୍ଥିତ ଏକ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସରକାରୀ ଭାବରେ ନିର୍ଦ୍ଧାରିତ ତାରିଖର ପ୍ରାୟ ଦୁଇ ମାସ ପୂର୍ବରୁ ରଥଯାତ୍ରା ଆୟୋଜନ କରିବାକୁ ଯୋଜନା କରୁଥିଲା।

ଶ୍ରୀମନ୍ଦିର ପ୍ରଶାସନ କହିଛି ଯେ ଏହି ପବିତ୍ର ପର୍ବ ପ୍ରଭୁ ଜଗନ୍ନାଥଙ୍କ ସହିତ ଜଡିତ ପାରମ୍ପରିକ ତିଥି ଏବଂ ଶାସ୍ତ୍ରୀୟ କ୍ୟାଲେଣ୍ଡର ଅନୁସରଣ କରିବା ଉଚିତ। ଶ୍ରୀଜଗନ୍ନାଥ ମନ୍ଦିରର ସରକାରୀ ରୀତିନୀତି ସୂଚୀ ଅନୁଯାୟୀ, ୨୦୨୬ ମସିହାରେ ରଥଯାତ୍ରା ୧୬ ଜୁଲାଇରେ ପାଳନ କରାଯିବ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଫିରୋଜପୁରର ଏକ ଜଗନ୍ନାଥ ମନ୍ଦିର ଦ୍ୱାରା ପ୍ରସ୍ତାବିତ ଅଦିନିଆ ରଥଯାତ୍ରା ପାଳନକୁ କଡ଼ା ବିରୋଧ କରିବା ସହ ପଞ୍ଜାବ ପ୍ରଶାସନକୁ ଏହି କାର୍ଯ୍ୟକ୍ରମକୁ ତୁରନ୍ତ ବନ୍ଦ କରିବାକୁ ଅନୁରୋଧ କରିଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢୀ ଫିରୋଜପୁରର ଡେପୁଟି କମିଶନର-କମ-ଜିଲ୍ଲା ମାଜିଷ୍ଟ୍ରେଟ ଦୀପଶିଖା ଶର୍ମାଙ୍କୁ ଚିଠି ଲେଖି ୨୩ ମଇ, ୨୦୨୬ରେ ମହୋତ୍ସବ ଆୟୋଜନ ନକରିବା ପାଇଁ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଡକ୍ଟର ପାଢୀ ତାଙ୍କ ଚିଠିରେ ଉଲ୍ଳେଖ କରିଥିଲେ ଯେ ଯେକୌଣସି ଅନଧିକୃତ ତାରିଖରେ ଉତ୍ସବ ପାଳନ କରିବା ଭାରତ ଏବଂ ବିଦେଶରେ ଲକ୍ଷ ଲକ୍ଷ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇପାରେ।

ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟରେ ଲାଗିବ ପିତ୍ତଳ ଆଚ୍ଛାଦିତ ନୂଆଦ୍ୱାର
ପୁରୀ: ଶ୍ରୀମନ୍ଦିର ଉତ୍ତରଦ୍ୱାରରେ ଲାଗିବ ନୂଆ ଦ୍ୱାର। ହସ୍ତୀ ଦ୍ୱାର ତଥା ଉତ୍ତର ଦ୍ୱାର ଭିତର ଗୁମୁଟରେ ଲାଗିବ ପିତ୍ତଳ ଆଚ୍ଛାଦିତ ବର୍ମାଟିକ କାଠରେ ପ୍ରସ୍ତୁତ ନୂଆ ଦ୍ୱାର। ଜଣେ ଓଡ଼ିଆ ଦାତାଙ୍କ ଆଗ୍ରହ ଓ ଦାନରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହା ଦେଖିବା ପାଇଁ ଅତି ସୁନ୍ଦର ହୋଇଛି। ଏହି ଦ୍ୱାରର ଲମ୍ବ ୧୩ଫୁଟ୍‌ ୬ ଇଞ୍ଚ, ଚଉଡା ଫ୍ରେମ୍‌ ୪୨ ଇଞ୍ଚ ରହିଥିବା ବେଳେ ଦ୍ୱାରର ପଛପଟ ପଟାର ଲମ୍ବ ୧୩ ଫୁଟ ୧୦ ଇଞ୍ଚ୍‌, ଚଉଡା ୪୮ ଇଞ୍ଚ ରହିଛି। ଏଥିରେ ୩ କ୍ୱିଣ୍ଟାଲ ପିତ୍ତଳ ବ୍ୟବହାର କରାଯାଇଛି। ଏହି ଦ୍ୱାର କଟକ ନିକଟସ୍ଥ ତାରପୁର ବରତି ଗ୍ରାମରେ ପ୍ରସ୍ତୁତ କରାଯାଇଛି। କାରିଗର ପ୍ରମୋଦ ଓଝା ଓ ସହଯୋଗୀମାନେ ମିଶି ୩ ମାସ ଧରି ଉକ୍ତ ଦ୍ୱାରର ନିର୍ମାଣ କରିଥିଲେ। ଶୁକ୍ରବାର ଏହି ନୂତନ କବାଟ ଉତ୍ତର ଦ୍ୱାରଠାରେ ପହଞ୍ଚିଛି। ଆସିଥିବା କାରିଗରମାନେ ରାତିରେ ଏହି ଦ୍ୱାରକୁ ଲଗାଇବାର କାର୍ଯ୍ୟକ୍ରମ ରହିଛି।

ଉତ୍ତରଦ୍ୱାର ଭିତର ଗୁମୁଟ ଦ୍ୱାରକୁ ପିତ୍ତଳ ଆଚ୍ଛାଦିତ କରିବା ପାଇଁ ଜଣେ ଓଡ଼ିଆ ଦାତା ଶ୍ରୀମନ୍ଦିର ପ୍ରଶାସନକୁ ଆଗ୍ରହ ପ୍ରକାଶ କରିଥିଲେ। ପ୍ରଶାସନ ଅନୁମତି ଦେବା ପରେ କବାଟ ଉପରେ ଲାଗିବାକୁ ଥିବା ପିତ୍ତଳ ଚାଦର ଡିଜାଇନକୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅନୁମୋଦନ ଦେଇଥିଲେ। ଅନୁମୋଦନ ପରେ ଦାତାଜଣଙ୍କ କବାଟର ମାପଚୁପ କରି ନେଇଥିଲେ। ବାହାରୁ ଅତି ଉଚ୍ଚମାନର ପିତ୍ତଳ ମଗାଇ ଅନୁମୋଦିତ ଡିଜାଇନ ଅନୁଯାୟୀ ଏହାକୁ ତିଆରି କରିଥିଲେ। ଏହା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବର୍ମାଟିକ କାଠରେ ଉତ୍ତର ଦ୍ୱାର ଭିତର ଗୁମୁଟ ପାଇଁ ନୂଆ କବାଟ ତିଆରି କରାଯାଇଥିଲା।

ସୂଚନାଯୋଗ୍ୟ, ଅରୁଣ ସ୍ତମ୍ଭ ଚତୁଃପାର୍ଶ୍ବରେ ଲାଗିଥିବା ପିତ୍ତଳ ବ୍ୟାରିକେଡ୍‌ ଯେଉଁ ଦାତା ପ୍ରଦାନ କରିଥିଲେ, ସେହି ଦାତା ହିଁ ଏହା ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏଭଳି ଦାତାମାନେ ଆଗେଇ ଆସୁଥିବାରୁ ଭକ୍ତମାନେ ଖୁସିବ୍ୟକ୍ତ କରିଛନ୍ତି।

ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା ଚୂଡ଼ାନ୍ତ: ଜୁଲାଇ ୧୬ରେ ରଥଯାତ୍ରା, ୨୫ରେ ସୁନାବେଶ
ପୁରୀ: ଆସନ୍ତା ଜୁନ୍‌ ୨୯ରେ ସ୍ନାନଯାତ୍ରା। ମହାପ୍ରଭୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପଡ଼ିବେ। ଏହି ଦିନଠାରୁ ଅନବସର ଘରେ ରହିବେ ଚତୁର୍ଦ୍ଧା ବିଗ୍ରହ। ମହାପ୍ରଭୁ ସୁସ୍ଥ ହେବା ପରେ ଜୁଲାଇ ୧୬ରେ ରଥଯାତ୍ରା ଓ ୨୪ରେ ହେବ ବାହୁଡ଼ାଯାତ୍ରା। ଏହା ପରଦିନ ଅର୍ଥାତ୍‌ ଜୁଲାଇ ୨୫ରେ ରଥ ଉପରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଦାରୁବିଗ୍ରହ। ସେହିପରି, ନଭେମ୍ବର ୨୧ରୁ ଆରମ୍ଭ ହେବ ପଞ୍ଚକ। ଏଥର ପଞ୍ଚକ ପାଞ୍ଚଦିନ ପରିବର୍ତ୍ତେ ୪ଦିନ ପଡୁଛି। ଦ୍ୱାଦଶୀ ତିଥି କ୍ଷୟ ହେଉଥିବା ଯୋଗୁଁ ଏ ବର୍ଷ ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ହେବ ନାହିଁ। ଏମିତି, ୨୦୨୬-୨୭ ବର୍ଷର ପର୍ବପର୍ବାଣି ଓ ଯାନିଯାତ୍ରା ଚୂଡ଼ାନ୍ତ କରିବା ସହ ତିଥି, ବାର ଓ ତାରିଖ ଉପରେ ମୋହର ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ।

୨୦୨୬-୨୭ ବର୍ଷର ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ଏପ୍ରିଲ ୧୪ରେ ମହାବିଷୁବ ସଂକ୍ରାନ୍ତି, ଏପ୍ରିଲ ୨୦ରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ଆରମ୍ଭ, ଏପ୍ରିଲ ୩୦ରେ ନୃସିଂହ ଜନ୍ମ, ଜୁଲାଇ ୧୪ରେ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ, ଜୁଲାଇ ୨୦ରେ ହେରାପଞ୍ଚମୀ, ଜୁଲାଇ ୨୩ରେ ସନ୍ଧ୍ୟା ଦର୍ଶନ, ଜୁଲାଇ ୨୬ରେ ଅଧରପଣା, ଜୁଲାଇ ୨୭ରେ ନୀଳାଦ୍ରିବଜେ କରିବେ ମହାପ୍ରଭୁ। ସେହିପରି, ଅଗଷ୍ଟ ୧୨ରେ ଚିତାଲାଗି ଅମାବାସ୍ୟା, ଅଗଷ୍ଟ ୨୩ରେ ଝୁଲଣ ଯାତ୍ରା ଆରମ୍ଭ, ସେପ୍ଟେମ୍ବର ୨ରେ ରାହୁରେଖା ଲାଗି, ସେପ୍ଟେମ୍ବର ୪ରେ ଜନ୍ମାଷ୍ଟମୀ, ସେପ୍ଟେମ୍ବର ୫ରେ ନନ୍ଦୋତ୍ସବ, ସେପ୍ଟେମ୍ବର ୬ରେ ବଣଭୋଜି ବେଶ, ସେପ୍ଟେମ୍ବର ୭ରେ କାଳୀୟଦଳନ, ସେପ୍ଟେମ୍ବର ୮ରେ ପ୍ରଳମ୍ବାସୁର ବଧ, ସେପ୍ଟେମ୍ବର ୧୧ରେ ସାତପୁରୀ ଅମାବାସ୍ୟା, ସେପ୍ଟେମ୍ବର ୧୪ରେ ଗଣେଶ ଚତୁର୍ଥୀ, ସେପ୍ଟେମ୍ବର ୨୩ରେ ବାମନ ଜନ୍ମ ଓ ସୁନିଅାଁ, ସେପ୍ଟେମ୍ବର ୨୪ରେ ବଳିବାମନ ବେଶ, ଅକ୍ଟୋବର ୩ରେ ଷୋଡ଼ଶଦିନାତ୍ମକ ପୂଜା ଆରମ୍ଭ, ଅକ୍ଟୋବର ୧୦ରେ ମହାଳୟା ଅମାବାସ୍ୟା, ଅକ୍ଟୋବର ୧୭ରେ ମହାସପ୍ତମୀ, ଅକ୍ଟୋବର ୧୮ରେ ମହାଷ୍ଟମୀ, ଅକ୍ଟୋବର ୧୯ରେ ମହାନବମୀ, ଅକ୍ଟୋବ  ୨୧ରେ ଦଶହରା, ଅକ୍ଟୋବର ୨୨ରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଓ ବାଳଧୂପ ଆରମ୍ଭ, ଅକ୍ଟୋବର ୨୬ରେ କୁମାର ପୂର୍ଣ୍ଣିମା, ନଭେମ୍ବର ୯ରେ ଦୀପାବଳି ଅମାବାସ୍ୟା, ନଭେମ୍ବର ୨୪ରେ କାର୍ତ୍ତିକ ପୂର୍ଣ୍ଣିମା ଓ ଶ୍ରୀଜିଉଙ୍କ ରାଜାଧିରାଜ ବେଶ, ଡିସେମ୍ବର ୮ରେ ଦେବ ଦୀପାବଳି ଆରମ୍ଭ, ଡିସେମ୍ବର ୧୬ ଧନୁ ସଂକ୍ରାନ୍ତି ଓ ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ ହେବ।

ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ବିଶେଷ ନୀତି, ନଗର ପରିକ୍ରମା କରିବେ ଶ୍ରୀହନୁମାନ
ପୁରୀ: ଆଜିଠୁ ନୂତନ ବର୍ଷର ଅୟମାରମ୍ଭ, ଯାହାକୁ ଓଡ଼ିଆ ନବବର୍ଷ ବା ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ କୁହାଯାଇଥାଏ। ପରମ୍ପରା ଅନୁଯାୟୀ, ଏହି ଦିନକୁ ହିନ୍ଦୁ ଦେବତା ହନୁମାନଙ୍କର ଜନ୍ମଦିନ ଭାବେ ଓଡ଼ିଆମାନେ ପାଳନ କରିଥା’ନ୍ତି। ହନୁମାନ, ଶିବ ଓ ସୂର୍ଯ୍ୟ ଦେବତାଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ଶ୍ରୀମନ୍ଦିରରେ ମଧ୍ୟ ହନୁମାନ ଜୟନ୍ତୀ ପାଳନ କରାଯିବାର ବିଧି ରହିଛି। ସକାଳ ଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପ୍ରଭୁ ଶ୍ରୀହନୁମାନ ବିମାନରେ ବିଜେ ହୋଇ ନଗର ପରିକ୍ରମା କରିବେ ।

ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରରେ ବିଶେଷ ନୀତି ଥିବାରୁ ମଙ୍ଗଳବାର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଏହିଦିନ ବିଭିନ୍ନ ଜାଗା ଆଖଡ଼ାମାନଙ୍କରେ ମଧ୍ୟ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ଏହା ମେଷ ସଂକ୍ରାନ୍ତି ଭାବେ ମଧ୍ୟ ଜଣାଶୁଣା। ଓଡ଼ିଶାରେ ମହାବିଷୁବ ସଂକ୍ରାନ୍ତିକୁ ପାରମ୍ପରିକ ଓଡ଼ିଆ କ୍ୟାଲେଣ୍ଡରରେ ନୂଆବର୍ଷର ପ୍ରାରମ୍ଭିକ ଦିନ ବୋଲି କୁହାଯାଇଥାଏ। ଏହି ଦିନ ସୂର୍ଯ୍ୟ ଦେବ ମେଷ ରାଶିରେ ପ୍ରବେଶ କରିଥା’ନ୍ତି। ଓଡ଼ିଆ ନୂଆବର୍ଷକୁ ପାଳନ କରିବା ପାଇଁ ଠାକୁରଙ୍କ ନିକଟରେ ପଣା ଦେଇ ନୂତନ ବର୍ଷର ସ୍ୱାଗତ କରାଯାଇଥାଏ। ଏହି ଦିନ ବୁଟ ଛତୁଆ ଦ୍ୱାରା ପଣା ପ୍ରସ୍ତୁତ କରାଯାଇ ତୁଳସୀ ଚଉରା ନିକଟରେ ପୂଜା କରାଯାଏ।

ଆଜିଠୁ ଶ୍ରୀମନ୍ଦିରରେ ଫଗୁ ଦଶମୀ, ରତ୍ନସିଂହାସନରେ ମନୋରମ ଚାଚେରୀ ବେଶରେ ଭକ୍ତକୁ ଦର୍ଶନ ଦେବେ ମହାପ୍ରଭୁ
ପୁରୀ: ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ଚାଚେରୀ ବେଶ ଅନ୍ୟତମ। ଫଗୁ ଦଶମୀଠାରୁ ରତ୍ନସିଂହାସନରେ ଦାରୁ ବିଗ୍ରହମାନଙ୍କର ମନୋରମ ଚାଚେରୀ ବେଶ ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ସ୍ୱତନ୍ତ୍ର ଭାବେ ଏହି ବେଶ କରାଯାଏ। ଫାଲ୍‌ଗୁନ ମାସ ଶୁକ୍ଳପକ୍ଷ ଦଶମୀଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ୪ ଦିନ ଧରି ପ୍ରତିଦିନ ମଧ୍ୟାହ୍ନ ଧୂପ ପରେ ଏହି ଚାଚେରୀ ବେଶ ହୋଇଥାଏ। ଗୁରୁବାର ଦଶମୀଠାରୁ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବ। ଏହି ବେଶ ଆନନ୍ଦ ଉଲ୍ଲାସମୟ ଦୋଳ ଉତ୍ସବକାଳୀନ ବିଶେଷ ବେଶ ଅଟେ। ଗୁରୁବାର ମଧ୍ୟାହ୍ନ ଧୂପ ସରିବା ପରେ ତିନି ବାଡ଼ରେ ମଇଲମ କରାଯାଇ ଠାକୁରମାନଙ୍କୁ ବୋଇରାଣୀ ମାଧାବଳୀ ନୂତନ ପାଟବସ୍ତ୍ର ଲାଗି କରାଯିବ। ପରେ ସେବାୟତମାନେ ଶ୍ରୀବିଗ୍ରହମାନଙ୍କୁ ଚାଚେରୀ ବେଶରେ ସୁସଜ୍ଜିତ କରାଇବେ। ସାଧାରଣତଃ ଚାଚେରୀ ବେଶରେ ଠାକୁରମାନେ ଲାଲ୍‌ ବର୍ଣ୍ଣର ବସ୍ତ୍ର ପରିଧାନ କରିଥା’ନ୍ତି।

ମାର୍ଚ୍ଚ ୩ରେ ଚନ୍ଦ୍ରଗ୍ରହଣ: ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତି, ରାତିରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
ପୁରୀ: ଆସନ୍ତା ମାର୍ଚ୍ଚ ୩ ତାରିଖ ଅର୍ଥାତ୍‌ ଦୋଳ ପୂର୍ଣ୍ଣିମାରେ ସଂଘଟିତ ହେବ ଚନ୍ଦ୍ରଗ୍ରହଣ। ଏଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଆସନ୍ତାକାଲି ଛତିଶା ନିଯୋଗ ବୈଠକ ଚନ୍ଦ୍ରଗ୍ରହଣର ନୀତି ନିର୍ଘଣ୍ଟ କରାଯିବ। ମାର୍ଚ୍ଚ ୩ ତାରିଖ ଅପରାହ୍ଣ ୩ଟା ୨୦ ମିନିଟ୍‌ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ଥିବାରୁ ସେହି ସମୟରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ତେବେ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକତ୍ୟାଗ ଏବଂ ଦେବନୀତି ନିଷେଧ ଥିବାରୁ ପୂର୍ବଦିନ ରାତି ୩ଟାରୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବ। ପରେ ମଙ୍ଗଳ ଆଳତି ନୀତି ସହିତ ଅବକାଶ ନୀତି ଶେଷ ହେବା ପରେ ଦେବନୀତିକୁ ବନ୍ଦ କରାଯିବ। ଦୋଳପୂର୍ଣ୍ଣିମା ଦିନ ସକାଳ ୬ଟା ୮ ମିନିଟ୍‌ ସୂର୍ଯ୍ୟୋଦୟ ସମୟ ଥିବାବେଳେ ଏହି ସମୟରୁ ଶ୍ରୀମନ୍ଦିରରେ ଦେବନୀତି ବନ୍ଦ ରହିବ।

ଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା କହିଛନ୍ତି, ‘ଗ୍ରହଣ ସ୍ନାନ ନୀତି ପରେ ରୋଷହୋମ, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା ଓ ଗ୍ରହଣ ପୂଜା ନୀତି ହୋଇ ଖଇକୋରା ଭୋଗ ଅନୁଷ୍ଠିତ ହେବ। ଏହାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ଦୋଳ ବିମାନରେ ବିଜେ କରି ଦୋଳବେଦୀକୁ ବିଜେ କରିବେ। ସେଠାରେ ଠାକୁରଙ୍କର ତିନି ଧୂପ, ରାଜନୀତି, ବନ୍ଦାପନା ସମେତ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ। ଭକ୍ତମାନେ ଦୋଳପୂର୍ଣ୍ଣିମା ରାତିରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସହିତ ଦୋଳବେଦୀରେ ଠାକୁରଙ୍କୁ ମଧ୍ୟ ଦର୍ଶନ କରିପାରିବେ।

ଅପରାହ୍ଣ ୩ଟା ୨୦ ମିନିଟ୍‌ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ସମୟ ଥିବାବେଳେ ସନ୍ଧ୍ୟା ୬ଟା ୪୭ ମିନିଟ୍‌ ୧୩ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ। ବିଧି ଓ ପରମ୍ପରା ଅନୁଯାୟୀ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଦେବନୀତି ଓ ପାକତ୍ୟାଗ ନିଷେଧ। ମଙ୍ଗଳବାର ସକାଳ ୬ଟା ୮ ମିନିଟରେ ସୂର୍ଯ୍ୟୋଦୟ ସମୟରୁ ଦେବନୀତି ଏବଂ ପାକତ୍ୟାଗ ବିଧି ରହିଛି। ସନ୍ଧ୍ୟା ୬ଟା ୪୭ ମିନିଟ୍‌ ୧୩ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବା ପରେ ଦୋଳପର୍ବ ପାଳନ କରୁଥିବା ବ୍ୟକ୍ତିମାନେ ଠାକୁରଙ୍କୁ ଦୋଳବେଦୀରେ ବିଜେ କରି ଏହି ପର୍ବ ପାଳନ କରିପାରିବେ। ଅନ୍ୟପକ୍ଷରେ ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ମହାପ୍ରଭୁଙ୍କ ସକାଳ ଧୂପ ନୀତି ଶେଷ ହେଲା ବେଳକୁ ସନ୍ଧ୍ୟା ୭ଟା ହୋଇଯାଇଥିବ। ଯେଉଁ ଭକ୍ତମାନେ ମହାପ୍ରସାଦ ନେବାକୁ ଇଚ୍ଛା କରିବେ ସେମାନେ ସନ୍ଧ୍ୟା ବେଳେ ସକାଳ ଧୂପରୁ ବାହାରିଥିବା ମହାପ୍ରସାଦ ସହ ଶୁଖିଲି ଭୋଗ ନେଇପାରିବେ। କିନ୍ତୁ ବରାଦି ଭୋଗ ବାହାରିବାରେ ଅହେତୁକ ବିଳମ୍ବ ହେବାକୁ ଥିବାରୁ ଚନ୍ଦ୍ରଗ୍ରହଣ ଦିନ ଭକ୍ତଙ୍କୁ ବରାଦି ଭୋଗ ମିଳି ନ ପାରେ।

ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ରାଜ୍ୟ ସରକାର, ଆରମ୍ଭ ହେବ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା
ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କ ପାଇଁ ନୂଆ ଯୋଜନା ଆଣିଛନ୍ତି ରାଜ୍ୟ ସରକାର । ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର । ୬୦ରୁ ୭୫ ବର୍ଷ ବୟସ୍କ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ ରାଜ୍ୟ ସରକାର । ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ପର୍ଯ୍ୟଟନ ବିଭାଗର ଚିଠି । ୩୫ ହଜାର ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ପଞ୍ଚାୟତସ୍ତରରେ ହିତାଧିକାରୀ ଚୂଡ଼ାନ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଶ୍ରୀମନ୍ଦିର ବାହାର କାଠ ନିକଟରେ ପୋଲିସ ମାଡ଼ରେ ନାବାଳକ ଗୁରୁତର !
ପୁରୀ: ଶ୍ରୀମନ୍ଦିର ଭିତରେ ନାବାଳକକୁ ମାଡ଼ ମାରିଲେ ପୋଲିସ । ପରିବାର ସହ ଜଗନ୍ନାଥ ଦର୍ଶନ କରିବାକୁ ଆସିଥିବାବେଳେ ଶ୍ରୀମନ୍ଦିର ବାହାର କାଠ ନିକଟରେ ନାବାଳକକୁ ପୋଲିସ ବାଡ଼େଇଥିବା ନେଇ ଅଭିଯୋଗ ହୋଇଛି ।  ତାଙ୍କ କାନରେ ଗଭୀର ଆଘାତ ଲାଗିଛି ।  ଚିକିତ୍ସା ପାଇଁ ତାଙ୍କୁ ମନ୍ଦିର ଆମ୍ବୁଲାନ୍ସ ଯୋଗେ ସଦର ହସ୍ଟିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସିଟି ସ୍କାନ କରାଯିବା ପରେ ସେ ଗୁରୁତର ଥିବା ଜଣାଯାଇଥିଲା। ପରେ ତାଙ୍କୁ ଆଡମିଶନ କରାଯାଇ ଚିକିତ୍ସା କରାଯାଉଛି।

ସୂଚନା ଅନୁସାରେ, ଶୁକ୍ରବାର ରାତିରେ ଭଦ୍ରକ ଭଣ୍ଡାରିପୋଖରୀ ଅଂଚଳର ଅଚ୍ୟୁତାନନ୍ଦ ବିଶ୍ୱାଳ, ତାଙ୍କ ସ୍ତ୍ରୀ ଓ ୧୬ ବର୍ଷର ପୁଅ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲେ । ବାହାର କାଠ ନିକଟରେ ଦର୍ଶନ କରୁଥିବାବେଳେ ଗହଳି ଭିତରେ ଜଣେ ପୋଲିସ ପୋଷାକଧାରୀ  ତାଙ୍କ ପୁଅକୁ ବାଡେଇଥିଲେ। ଏହାର ପ୍ରତିବାଦ କରିବାରୁ ପୁଲିସ ଜଣକ ଆଉ ଥରେ ତାଙ୍କ କାନମୁଣ୍ଡାକୁ ମାଡ଼ ମାରିଥିଲେ । ସେଥିରେ ନାବାଳକ ଜଣକ ସଂଜ୍ଞାହୀନ ହୋଇ ପଡ଼ିବା ପରେ ଶ୍ରୀମନ୍ଦିର ଆମ୍ବୁଲାନ୍ସରେ ନିଆଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସିଟି DSP ଓ ସିଂହଦ୍ବାର ଥାନା ପୋଲିସ ତଦନ୍ତ କରୁଛି ।  ତେବେ ନାବାଳକକୁ ପୋଲିସ କିମ୍ବା ଜେଟିପି କିଏ ମାଡ଼ ମାରିଛନ୍ତି ସେନେଇ ତଦନ୍ତ ଜାରି ରହିଛି ।  ନାଟମଣ୍ଡପର ସିସିଟିଭି ଯାଞ୍ଚ କରାଯାଉଛି ।

ମ୍ୟାଚ୍‌ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଭାରତୀୟ ଖେଳାଳି
ଭୁବନେଶ୍ବର: ଆଜି କଟକ ବାରବାଟୀରେ ବିଗ୍ ଫାଇଟ୍। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍। ମ୍ୟାଚ ପୂର୍ବରୁ ଜଗା ଦର୍ଶନ ପାଇଁ ପୁରୀରେ ଭାରତୀୟ ଖେଳାଳି ପହଞ୍ଚିଥିଲେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ଖେଳାଳି। ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ଙ୍କ ସହ ୪ ଖେଳାଳି ଜଗା ଦର୍ଶନ ପାଇଁ ଆସିଥିଲେ। କ୍ୟାପଟେନ୍ ସୂର୍ଯ୍ୟକୁମାରଙ୍କ ସହ ଥିଲେ ତାଙ୍କ ପତ୍ନୀ। କୋଚ୍ ଗୌତମ ଗମ୍ଭୀର, ତିଲକ ବର୍ମା, ୱାଶିଂଟନ ସୁନ୍ଦର କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ।

ଶ୍ରୀମନ୍ଦିରର ସୁରକ୍ଷାକୁ ଆହୁରି ମଜବୁତ କରିବାକୁ ପଦକ୍ଷେପ, RED ZONE ଘୋଷଣା କଲା ଡିଜିସିଏ...
ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରକୁ RED ZONE ଘୋଷଣା କଲା ଡିଜିସିଏ। ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ପଦକ୍ଷେପ। ଏୟାରସ୍ପେଶ୍ ମ୍ୟାପରେ କିଛି ଏଭଳି ତଥ୍ୟ ରହିଥିବା ଭାରତ ସରକାରଙ୍କ ଡିଜିସିଏ ୱେବସାଇଟରେ ଉପଲବ୍ଧ ରହିଛି l ଏହାର ଅବଧି ତିନିବର୍ଷ ମଧ୍ୟ ରହିଛି। ଅର୍ଥାତ ୨୦୨୮ ସେପ୍ଟେମ୍ବର ୨୫ ତାରିଖରେ ଏହାର ସମୟସୀମା ପୂରଣ ହେବ। ପୁର୍ନବାର ଶ୍ରୀମନ୍ଦିର ଉପରକୁ ନିଷିଧାଞ୍ଚଳ କରିବାକୁ ଆବେଦନ କରାଯିବ। ପୂର୍ବରୁ ଶ୍ରୀମନ୍ଦିର ଉପରକୁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଥିଲା।

ଆସନ୍ତାକାଲି ଶ୍ରୀମନ୍ଦିରରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ: ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। କାଲି ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ହେବ। ସ୍ଥାୟୀ ରତ୍ନଭଣ୍ଡାରକୁ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ହେବ। ଏଥିପାଇଁ କାଲି ଦିନ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ଶୋଧ କରାଯିବ। ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିଛି। ରତ୍ନଭଣ୍ଡାର ସ୍ଥାନାନ୍ତର ପରେ କଟକଣା ପ୍ରତ୍ୟାହାର ହେବ।

ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ, ମାଡ଼ି ଆସୁଛି କି ବିପଦ !
ପୁରୀ:  ଶ୍ରୀମନ୍ଦିର ନୀଳଚକ୍ରରେ ଆଜି ଏକ ଚିଲ ବସିବା ଭକ୍ତଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ଦୃଶ୍ୟ ଦେଖିବା ପରେ ଭକ୍ତମାନେ ଏହା ଏକ ବଡ଼ ଅନିଷ୍ଠର ଆଭାସ ବୋଲି ମତ ଦେଇଛନ୍ତି। ନୀଳଚକ୍ରର ପତିତପାବନ ବାନା ଉପରେ ଚିଲଟି ବସିଥିବା ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ଉପରେ ଚିଲ ବସିଲେ ଅଶୁଭ ସଂକେତ ବୋଲି ବିଶ୍ୱାସ କରାଯାଏ। ତେବେ ଦୀର୍ଘ ସମୟ ଧରି ଚିଲଟି ନୀଳଚକ୍ର ଉପରେ ବସିବା ପରେ ଉଡି ଯାଇଥିବା ଦେଖିବାକୁ ମିଳିଛି।

ବିଶ୍ୱାସ ରହିଛି, ଶ୍ରୀମନ୍ଦିର ଉପରେ କେହି ବି ପକ୍ଷୀ ଉଡ଼ନ୍ତିନି। ଯଦି କୌଣସି ସମୟରେ କେହି ପକ୍ଷୀ ଏଠାରେ ଉଡ଼ନ୍ତି, ତାହାଲେ ଏହା ଅନିଷ୍ଠର ଆଭାସ ବୋଲି ବିଶ୍ୱାସ ରହିଛି। କାହିଁ କେଉଁ କାଳରୁ ଏହି ବିଶ୍ୱାସ ଭକ୍ତଙ୍କ ମହଲରେ ରହି ଆସିଛି। ଏଭଳି ପରିସ୍ଥିତିରେ ନୀଳଚକ୍ର ଉପରେ ଚିଲ ବସିବା ଶୁଭଙ୍କର ନୁହେଁ ବୋଲି ଭକ୍ତମାନେ ମତ ଦେଇଛନ୍ତି।