Increase - The Sakala

ଲୋକସଭା ଆସନ ସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲୋକସଭା ଆସନ ସଂଖ୍ୟା ୫୪୩ରୁ ୮୫୦ କୁ ବୃଦ୍ଧି କରିବା ପାଇଁ ଏକ ପ୍ରସ୍ତାବ ଆଣିଛନ୍ତି। ଏହି ପଦକ୍ଷେପ ଦୀର୍ଘ ଦିନ ଧରି ପଡ଼ି ରହିଥିବା ମହିଳା ସଂରକ୍ଷଣ ଆଇନ ଲାଗୁ କରିବା ଏବଂ ନୂତନ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ପାଇଁ ବାଟ ଫିଟାଇବ। ସୂତ୍ରରୁ ପ୍ରକାଶ ଯେ, ଆସନ ସମ୍ପ୍ରସାରଣର ଏକ ଚିଠା ବିଲ୍ ସାଂସଦମାନଙ୍କୁ ପ୍ରଦାନ କରାଯାଇଛି। ସରକାର ସଂସଦର ଏକ ସ୍ୱତନ୍ତ୍ର ତିନି ଦିନିଆ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ସଂଶୋଧନ ଆଣିବାକୁ ଯୋଜନା କରୁଛନ୍ତି। ସଂସଦ ଏବଂ ରାଜ୍ୟ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ କୋଟା ଏବଂ ୨୦୧୧ ଜନଗଣନା ଉପରେ ଆଧାର କରି ନିର୍ବାଚନମଣ୍ଡଳୀ ଗୁଡ଼ିକର ସୀମା ନିର୍ଦ୍ଧାରଣ ପାଇଁ ଏହି ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ନିର୍ବାଚନମଣ୍ଡଳୀର ପୁନଃଗଠନ ଦ୍ୱାରା ମହିଳା କୋଟାକୁ ସୁଗମ ଭାବରେ ଲାଗୁ କରିବା ପାଇଁ ଆସନ ସଂଖ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।

ନୂତନ ପ୍ରସ୍ତାବ ଅନୁଯାୟୀ, ବିଭିନ୍ନ ରାଜ୍ୟଗୁଡ଼ିକୁ ୮୧୫ ଆସନ ମିଳିବାକୁ ଥିବାବେଳେ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ୩୫ଟି ଆସନ ସଂରକ୍ଷିତ ରହିବ, ଯାହାଦ୍ୱାରା ଲୋକସଭାର ସମୁଦାୟ ସଦସ୍ୟ ସଂଖ୍ୟା ୮୫୦ ରେ ପହଞ୍ଚିବ। ଏହି ପରିବର୍ତ୍ତନଗୁଡ଼ିକ ଆଗାମୀ ୨୦୨୯ ଲୋକସଭା ନିର୍ବାଚନ ଠାରୁ ଲାଗୁ ହେବାର ସମ୍ଭାବନା ରହିଛି।

ସରକାରଙ୍କ ଏହି ସୀମା ନିର୍ଦ୍ଧାରଣ ପଦକ୍ଷେପ, ବିଶେଷ କରି ୨୦୧୧ ଜନଗଣନା ତଥ୍ୟର ବ୍ୟବହାରକୁ ଚ୍ୟାଲେଞ୍ଜ କରିବାକୁ ବିରୋଧୀ ଦଳଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆପ୍ (AAP), ଆରଜେଡି (RJD) ଏବଂ ଡିଏମକେ (DMK) ଭଳି ଦଳଗୁଡ଼ିକ ଏହି ପ୍ରକ୍ରିୟାକୁ ୨୦୨୧ ଜନଗଣନା ରିପୋର୍ଟ ଉପରେ ଆଧାର କରିବା ଉଚିତ୍ ବୋଲି ଯୁକ୍ତି ବାଢ଼ିବେ ବୋଲି ଆଶା କରାଯାଉଛି। ପଛୁଆ ବର୍ଗର ମହିଳାମାନଙ୍କ ପାଇଁ କୋଟା ଭିତରେ କୋଟା ପ୍ରସଙ୍ଗରେ ଇଣ୍ଡିଆ (INDIA) ମେଣ୍ଟର ଅନେକ ଦଳ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିପାରନ୍ତି। ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଦିଲ୍ଲୀ ବାସଭବନରେ ବିରୋଧୀ ନେତା ଏବଂ ସହଯୋଗୀ ଦଳମାନଙ୍କର ଏକ ରଣନୀତି ପ୍ରସ୍ତୁତି ବୈଠକ ହେବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ
ଭୁବନେଶ୍ୱର(ସୁମିତ୍ରା ସାହୁ): ଓଡ଼ିଶାରେ କିଶୋରୀ ମାତୃତ୍ୱ କେବଳ ଏକ ପାରିବାରିକ ଓ ସାମାଜିକ ସମସ୍ୟା ନୁହେଁ, ଏଥିସହିତ ଯୋଡ଼ିହୋଇଛି ଜାତୀୟ ସ୍ୱାସ୍ଥ୍ୟ କଲ୍ୟାଣ ଓ ବିକାଶର ଚିତ୍ର। କିଶୋରୀ ମାତୃତ୍ୱର ମୁଖ୍ୟ କାରଣ ବାଲ୍ୟବିବାହ ହୋଇଥିବା ବେଳେ ଆର୍ଥିକ ସମସ୍ୟା, ଶିକ୍ଷା କ୍ଷେତ୍ରରେ ସଚେତନତା ଅଭାବ, ସାମାଜିକ ପ୍ରଥା, ଧାର୍ମିକ ରୀତିନୀତି, କନ୍ୟା ସନ୍ତାନଙ୍କ ସୁରକ୍ଷା ଚିନ୍ତା, ଯୌତୁକ ବୋଝ, ପରିବାରରେ ନୈତିକତାର ଅଭାବ, ଅଣସମ୍ବେଦନଶୀଳ ପ୍ରଶାସନିକ ବ୍ୟବସ୍ଥା, ଆଦି କାରଣରୁ କିଶୋରୀମାନଙ୍କ ମାତୃତ୍ୱ ହାର ବୃଦ୍ଧି ପାଉଛି। ଅଧିକାଂଶ କ୍ଷେତ୍ରରେ ସେମାନଙ୍କ ନିକଟରେ ଆଇନଗତ ସୂଚନା ଅପହଞ୍ଚ ହୋଇଥିବା ବେଳେ କିଶୋର କିଶୋରୀଙ୍କ ଶାରୀରିକ ଓ ମାନସିକ ପରିବର୍ତ୍ତନ ବେଳେ ଯେଉଁ ମାର୍ଗଦର୍ଶନ ଆବଶ୍ୟକ ତାହା ସେମାନଙ୍କୁ ମିଳିପାରୁ ନାହିଁ। ଫଳରେ ସେମାନେ ବିନା ଦ୍ୱିଧାରେ ସମ୍ପର୍କ ସ୍ଥାପନ କରି ମାତୃତ୍ୱ ଲାଭ କରିଥା’ନ୍ତି। ଫଳସ୍ୱରୂପ ଅପରିପକ୍ୱ ବୟସରେ ଗର୍ଭ ଯନ୍ତ୍ରଣା ଭୋଗୁଛନ୍ତି କୁନି କୁନି ପିଲା।

କିଶୋରୀ ବାଳିକାମାନଙ୍କ ମାତୃତ୍ୱ ହାର ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ଆଇନ ଓ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଆଇନ ତା’ ବାଟରେ ରହିଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କିଶୋରୀ ମାତୃତ୍ୱ ହାର ବଢ଼ିବାରେ ଲାଗିଛି। ଓଡ଼ିଶା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ବାର୍ଷିକ ରିପୋର୍ଟ ଅନୁସାରେ, ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ କିଶୋରୀ ମାତୃତ୍ୱ ସଂଖ୍ୟା ୨୪,୩୫୫ ରହିଥିବା ବେଳେ ୨୦୨୨-୨୩ରେ ୨୩, ୪୮୫ ରହିଥିଲା। ସେହିପରି ୨୦୨୩-୨୪ ବର୍ଷରେ ଏହି ସଂଖ୍ୟା ପୁନର୍ବାର ବୃଦ୍ଧି ଘଟି ୩୧,୬୦୫ରେ ପହଞ୍ଚିଥିଲା। ୨୦୨୧-୨୨ ମସିହାରେ ମୟୂରଭଞ୍ଜ ଜିଲ୍ଲାରେ କିଶୋରୀ ମାତୃତ୍ୱ ସଂଖ୍ୟା ସର୍ବାଧିକ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ସୁନ୍ଦରଗଡ଼, ତୃତୀୟ ସ୍ଥାନରେ ନବରଙ୍ଗପୁର ଓ ଚତୁର୍ଥ ସ୍ଥାନରେ ଗଞ୍ଜାମ ଜିଲ୍ଲା ରହିଥିଲା। ୨୦୨୨-୨୩ ମସିହାରେ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ଏହି ତାଲିକାରେ ପ୍ରଥମରେ ରହିଥିବା ସହ କେନ୍ଦୁଝର ଜିଲ୍ଲା ଦ୍ୱିତୀୟ, ତୃତୀୟରେ ସୁନ୍ଦରଗଡ଼ ଓ ଚତୁର୍ଥରେ କୋରାପୁଟ ଜିଲ୍ଲା ରହିଥିଲା। ୨୦୨୩-୨୪ ମସିହାରେ ଗଞ୍ଜାମ ଜିଲ୍ଲାରେ କିଶୋରୀ ମାତୃତ୍ୱ ସଂଖ୍ୟା ସର୍ବାଧିକ ରହିଥିବା ବେଳେ ତାଲିକାର ଦ୍ୱିତୀୟରେ କେନ୍ଦୁଝର ଓ ତୃତୀୟରେ ଗଞ୍ଜାମ ରହିଥିଲା।

ସେହିପରି ଏନ୍‌ଏଫଏଚ୍‌ଏସ୍‌-୫(୨୦୨୦-୨୧) ରିପୋର୍ଟ ଅନୁସାରେ, ଏନ୍‌ଏଫଏଚ୍‌ଏସ୍‌-୪(୨୦୧୫-୧୬) ତୁଳନାରେ କିଶୋରୀ ମାତୃତ୍ୱ ବୃଦ୍ଧି ପାଇଥିବା ଦର୍ଶାଯାଇଛି। ୧୫ରୁ ୧୯ ବର୍ଷ ବୟସ ମଧ୍ୟରେ ରାଜ୍ୟର ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ କିଶୋରୀ ମାତୃତ୍ୱ ଲାଭ କରିଛନ୍ତି। ୨୦୧୫-୧୬ରେ ୧୬.୧ ପ୍ରତିଶତ ରହିଥିବା ବେଳେ ୨୦୨୦-୨୧ରେ ତାହା ୧୭.୨ ପ୍ରତିଶତକୁ ବୃଦ୍ଧି ପାଇଛି। ନୟାଗଡ଼ରେ ୧୦ ପ୍ରତିଶତରୁ ୧୫.୨ କୃ ବୃଦ୍ଧି ହୋଇଥିବା ବେଳେ ମାଲକାନଗିରିରେ ୧୧.୭ ପ୍ରତିଶତରୁ ବୃଦ୍ଧି ପାଇ ୧୩.୮ ପ୍ରତିଶତରେ ପହଞ୍ଚିଛି। ସେହିପରି କେନ୍ଦୁଝରରେ ୧୨.୨ ପ୍ରତିଶତରୁ ୧୫, ବୌଦ୍ଧରେ ୮.୨ ପ୍ରତିଶତରୁ ୧୩.୭ ପ୍ରତିଶତରେ ପହଞ୍ଚିଛି। ଏହାସହ କୋରାପୁଟ, ବାଲେଶ୍ୱର, ରାୟଗଡ଼ା, ନବରଙ୍ଗପୁର, ଢେ଼ଙ୍କାନାଳ, କେନ୍ଦ୍ରାପଡ଼ା ଆଦି ଜିଲ୍ଲା ଗୁଡ଼ିକରେ ମଧ୍ୟ ଉପରମୁହାଁ ହୋଇଛି କିଶୋରୀ ମାତୃତ୍ୱ ହାର।

କିଶୋରୀ ମାତୃତ୍ୱର ପ୍ରମୁଖ କାରଣ:
-ରାଜ୍ୟରେ କିଶୋରୀ ମାତୃତ୍ୱର ହାର ବୃଦ୍ଧି ପାଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଏହା ପ୍ରଥମ ସ୍ଥାନରେ ରହିଛି। ଏହି ଜିଲ୍ଲାରେ କିଶୋରୀ ମାତୃତ୍ୱର ପ୍ରଥମ କାରଣ ବାଲ୍ୟବିବାହ ହୋଇଥିବା ବେଳେ ଶିକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଜିଲ୍ଲାରେ ଡ୍ରପଆଉଟ୍‌ ସଂଖ୍ୟା ବଢ଼ି ଚାଲିଛି। ରାଜ୍ୟରେ କେହି ଯେମିତି ଶିକ୍ଷାରୁ ବଞ୍ଚିତ ନହେବେ ସେଥିପାଇଁ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି। ବିଦ୍ୟାଳୟମାନଙ୍କରେ ପାଠ୍ୟ ପୁସ୍ତକ ଠାରୁ ଆରମ୍ଭ କରି ସ୍କୁଲ ୟୁନିଫର୍ମ, ଜୋତା, ମୋଜା ସାଙ୍ଗକୁ ପୋଷଣ ଯୁକ୍ତ ଖାଦ୍ୟ ଯୋଗାଇ ଦେଉଛନ୍ତି। ହେଲେ କୌଣସି ସୁଫଳ ମିଳୁନାହିଁ। କାରଣ ଜିଲ୍ଲାର ସମସ୍ତ ପିଲାଙ୍କୁ ବିଦ୍ୟାଳୟ ମୁହାଁ କରାଇବା ସମ୍ଭବ ହେଉନାହିଁ। ଅଧିକାଂଶ ପିଲା ଅଷ୍ଟମ ଯାଏ ନିୟମିତ ବିଦ୍ୟାଳୟକୁ ଆସୁଛନ୍ତି। ନବମ ଶ୍ରେଣୀରୁ ପାସ୍‌ ଫେଲ୍‌ ବ୍ୟବସ୍ଥା ଯୋଗୁଁ ଅନେକ ଫେଲ୍‌ ହେଉଥିବାରୁ ଆଗକୁ ପଢ଼ିବାକୁ ଚାହୁଁ ନାହାନ୍ତି। ଏଠାରେ ଅଷ୍ଟମ ଶ୍ରେଣୀ ପରେ ପିଲାମାନଙ୍କ ଡ୍ରପଆଉଟ୍‌ ହାର ବୃଦ୍ଧି ପାଉଥିବା ସୂଚନା ରହିଛି। ତେବେ ସରକାରୀ ବିଦ୍ୟାଳୟରେ ସଠିକ୍‌ ଭାବେ ପାଠ ପଢ଼ାଯାଉଥିବା ଶିକ୍ଷକମାନେ କହୁଥିବା ବେଳେ ପିଲାମାନେ କାହିଁକି ଫେଲ୍‌ ହେଉଛନ୍ତି ତାହା ମଧ୍ୟ ଏକ ପ୍ରଶ୍ନବାଚୀ। ଫେଲ ହେବା ପରେ କିଛିଦିନ ପରେ ଘରୁ ଲୁଚି ଚାଲିଯିବା କିମ୍ବା ପରିବାର ସହମତିରେ ବିବାହ କରାଉଥିବା ଭଳି ଘଟଣା ସାମ୍ନାକୁ ଆସେ।  ତେବେ ଜିଲ୍ଲାର ବାସ କରୁଥିବା ଆଦିବାସୀ ସମ୍ପ୍ରଦାୟରେ କମ୍‌ ବୟସରେ ବିବାହ କରାଇବାକୁ  ଉଚିତ୍‌ ମନେ କରନ୍ତି। ଫଳସ୍ୱରୂପ କିଶୋରୀ ମାତୃତ୍ୱ ସଂଖ୍ୟା ବୃଦ୍ଧି ପାଉଛି। ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ୍‌ ଅନ୍ତର୍ଗତ ଶିମିଳିପାଳ ଅଭୟାରଣ୍ୟର ପାର୍ଶ୍ୱବର୍ତ୍ତୀ କୁଚିଲାଘାଟି ଗ୍ରାମର ୧୫ବର୍ଷିୟ ସୁକାନ୍ତି(ଛଦ୍ମନାମ)ଙ୍କ କ୍ଷେତ୍ରରେ। ୨୦୨୦ ମସିହାରେ କରୋନା ମହାମାରୀରେ ଅନେକ ପରିବାର ଆର୍ଥିକ ଭାର କମାଇବାକୁ ନିଜ କିଶୋରୀ ଝିଅକୁ ବିବାହ ଦେବାକୁ ଆରମ୍ଭ କଲେ। ସୁକାନ୍ତିଙ୍କୁ ମାତ୍ର ଦୁଇବର୍ଷ ହୋଇଥିବା ବେଳେ ତାଙ୍କ ବାପା ଆରପାରିକୁ ଚାଲିଯାଇଥିଲେ। ମା’ ସାବିତ୍ରୀ(ଛଦ୍ମନାମ) ଜଙ୍ଗଲରୁ ଉତ୍ପାଦ ସଂଗ୍ରହ କରି ସ୍ଥାନୀୟ ବଜାରରେ ବିକ୍ରି କରି ଜୀବିକା ନିର୍ବାହ କରୁଥିଲେ। କିନ୍ତୁ କରୋନା ସମୟରେ ସୁକାନ୍ତିଙ୍କ ମା’ ଅସୁସ୍ଥ ହୋଇପଡ଼ିବାରୁ ସେ ଝିଅ ପାଇଁ ଚିନ୍ତିତ ହୋଇ ତା’ର ବିବାହ ଦେବାକୁ ସ୍ଥିର କଲେ। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସୁକାନ୍ତିଙ୍କ ବିବାହ ବାରିପଦାର ନାରାୟଣ (ଛଦ୍ମନାମ)ଙ୍କ ସହ ହୋଇଥିଲା।  ନାରାୟଣ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ବିବାହ ପରେ ସୁକାନ୍ତିଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ବନ୍ଦ ହେବା ସହ କିଛି ମାସ ପରେ ସେ ଗର୍ଭବତୀ ହୋଇଥିଲେ। ଅପରିପକ୍ୱ ବୟସରୁ ମା’ ହେବାର ଦାୟିତ୍ୱ କିଭଳି ତୁଲାଇବ ସେ ଚିନ୍ତାରେ ସ୍ଥାନୀୟ ଅଶାକର୍ମୀଙ୍କୁ ଭେଟି ଗର୍ଭପାତ କରାଇବାକୁ ଅନୁରୋଧ କରିଥିଲା। କିନ୍ତୁ ପରିବାର ଲୋକେ ସହଯୋଗ ନକରିବାରୁ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ସେହି ସମୟରେ ସେ ଉଭୟ ଶାରୀରିକ ଓ ମାନସିକ କ୍ଷେତ୍ରରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିବା ସେ କହିଛନ୍ତି।

ସେହିପରି କିଶୋରୀ ମାତୃତ୍ୱରେ ଦ୍ୱିତୀୟ ସ୍ଥାନରେ ରହିଥିବା ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଏହି ଜିଲ୍ଲାରେ ଅଧିକାଂଶ ଲୋକ ଶିଳ୍ପକାରଖାନାରେ କାମ କରୁଥିବା ସହ ଝାଡ଼ଖଣ୍ଡ, ଛତିଶଗଡ଼କୁ ଦାଦନ ଖଟିବାକୁ ଚାଲିଯାଇଥାନ୍ତି। ସେଠାରେ ପରିବାର ଠାରୁ ଦୂରରେ ରହି ଉଭୟ କିଶୋର କିଶୋରୀ ଶାରିରୀକ ସମ୍ପର୍କ ସ୍ଥାପନ କରିଥାନ୍ତି। ଏହାସହ ଜିଲ୍ଲାରେ ମୋଟ୍‌ ଜନସଂଖ୍ୟାର ୬୩% ବାସିନ୍ଦା ହେଉଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟ । ସେମାନେ କିଶୋର କିଶୋରୀଙ୍କ ଅବୈଧ ମିଳାମିଶାକୁ ଗୁରୁତ୍ୱ ଦେଉନଥିବାରୁ ଏହି ଜିଲ୍ଲାରେ କିଶୋରୀ ମାତୃତ୍ୱ ବୃଦ୍ଧି ପାଉଥିବା କୁହାଯାଉଛି । ବର୍ତ୍ତମାନ ଡିଜିଟାଲ ଯୁଗରେ ପ୍ରତ୍ୟେକଙ୍କ ହତରେ ସ୍ମାର୍ଟ ଫୋନ୍‌। ତା ସହିତ ଶାରୀରିକ ସମ୍ପର୍କ ସ୍ଥାପନ ସମୟରେ ପ୍ରତିଷେଧକ ବ୍ୟବହାର ବିଷୟରେ ବିଭିନ୍ନ ସ୍ଥାନରେ ବିଭିନ୍ନ ଉପାୟରେ ସଚେତନ କରାଯାଉଥିଲେ ମଧ୍ୟ ସେମାନେ ବ୍ୟବହାର କରୁନଥିବାରୁ କିଶୋରୀଟିଏ ସହଜରେ ଗର୍ଭଧାରଣ କରୁଛି।

ଇଚ୍ଛା ମୁତାବକ ସାଥୀ ଚୟନ କରିବା ମଧ୍ୟ କିଶୋରୀ ମାତୃତ୍ୱର ଆଉ ଏକ ପ୍ରମୁଖ କାରଣ। ଘରେ ସ୍ୱୀକୃତି ନ ମିଳିବା ମଧ୍ୟ ଯେ କିଶୋରୀଙ୍କୁ ମାତୃତ୍ୱର ବୋଝ ସହିବାକୁ ପଡ଼ୁଛି ତାହାର ଏକ ଉଦାହରଣ ହେଉଛି, ଗଞ୍ଜାମ ଜିଲ୍ଲାର ସାନ୍ତାଳି ସମ୍ପ୍ର୍ରଦାୟର ରେଣୁ (ଛଦ୍ମନାମ)। ତାଙ୍କ ବାପା ସ୍ଥାନୀୟ ସହରରେ ଗାଡ଼ି ମରାମତି ମେକାନିକ୍‌ ଭାବେ କାମ କରି ପରିବାରର ୫ଜଣଙ୍କ ଦାୟିତ୍ୱ ତୁଲାଉଥିଲେ। ହେଲେ ସ୍ୱଳ୍ପ ରୋଜଗାରରେ ପରିବାର ଚଳିବା କଷ୍ଟକର ହୋଇଥିଲେ ବି ସେ ପିଲାମାନଙ୍କୁ ପଢ଼ିବାକୁ ଉତ୍ସାହିତ କରୁଥିଲେ ଏବଂ ସେମାନଙ୍କର ଶିକ୍ଷାକୁ ସମର୍ଥନ କରୁଥିଲେ। ରେଣୁ ବଡ଼ ଝିଅ ହୋଇଥିବାରୁ ପରିବାରର ଦାୟିତ୍ୱ ତୁଲାଇବାକୁ ସେ ନିଜର ଶିକ୍ଷା ସମ୍ପୂର୍ଣ୍ଣ କରି ଦୁଇ ଛୋଟ ଭାଇଭଉଣୀଙ୍କୁ ସାହାଯ୍ୟ କରିବାକୁ ଚିନ୍ତା କରିଥିଲେ। ତେବେ ସ୍କୁଲରେ ଜଣେ ଛାତ୍ରଙ୍କ ସହ ରେଣୁଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଲା। ନବମ ଶ୍ରେଣୀରେ ପଢ଼ୁଥିବା ସମୟରେ ଉଭୟ ଘରୁ ଲୁଚି ଚାଲିଗଲେ। ପରେ ପୁଅର ପରିବାର ରେଣୁଙ୍କୁ ବୋହୂ ଭାବେ ଗ୍ରହଣ କଲେ ଏବଂ କିଶୋରୀ ବୟସରେ ସେ ଗର୍ଭବତୀ ହେଲେ ଏବଂ ଉଭୟଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିଲା।

-ସେହିପରି ଘରେ ଏକୁଟିଆ ପରିସ୍ଥିତି ଯୋଗୁଁ ଅନେକ ସମୟରେ କିଶୋରୀଙ୍କୁ ମାତୃତ୍ୱର ବୋଝ ସହିବାକୁ ପଡେ। ସେଭଳି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ବଣିଆମାଳ ଗ୍ରାମରେ ଦେଖିବାକୁ ମିଳିଛି। ଗାଁର ୧୭ବର୍ଷିୟ ସୋନାଲି(ଛଦ୍ମନାମ) ଶୈଶବରୁ ବାପାଙ୍କୁ ହରାଇଥିବା ବେଳେ ମା’ ସ୍ଥାନୀୟ ଅଞ୍ଚଳରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ସୋନାଲି ସ୍କୁଲ ଛୁଟି ପରେ ତାଙ୍କ ମା’ କାମରୁ ଫେରିବା ଯାଏ ଘରେ ଏକା ରୁହନ୍ତି। ଏହି ସମୟରେ ପଡେ଼ାଶୀ ଘରର ଯୁବକଙ୍କ ସହ ତାଙ୍କର ମିଳାମିଶା ଆରମ୍ଭ ହୋଇଥିଲା। କ୍ରମଶଃ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା। କିଛିଦିନ ପରେ ସୋନାଲୀ ଗର୍ଭବତୀ ଥିବା ତାଙ୍କ ମା’ଙ୍କ ଜାଣିବା ବେଳକୁ ଉକ୍ତ ଯୁବକ ରାଜ୍ୟ ବାହାରକୁ ଚାଲିଯାଇଥିଲେ। ଲୋକଲଜ୍ଜାରୁ ବର୍ତ୍ତିବା ପାଇଁ ସୋନାଲିଙ୍କୁ ନେଇ ତାଙ୍କ ମା’ ଏକ ଅଜଣା ଜାଗାକୁ ଚାଲି ଯାଇଥିଲେ। କିନ୍ତୁ ସୋନାଲିଙ୍କୁ ଡାକ୍ତରୀ ଚିକିତ୍ସା କିମ୍ବା ସ୍ଥାନୀୟ ଅଙ୍ଗନବାଡ଼ି ଆଶା ଦିଦିଙ୍କ ପରାମର୍ଶ ମିଳି ନଥିଲା। ଫଳରେ ଉଭୟ ସୋନାଲି ଓ ତାଙ୍କ ଶିଶୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା।

ଯୁବଗୋଷ୍ଠୀଙ୍କ ମତ
ଏବାବଦରେ ମୟୁରଭଞ୍ଜ ଜିଲ୍ଲାର ଯୁବକ-ଯୁବତୀ ସହ ଆଲୋଚନା ସମୟରେ, ସେମାନେ କହିଥିଲେ ଯେ କ୍ୟାରିଅର୍‌ କାଉନସେଲିଂ, ଜୀବନ ଦକ୍ଷତା (ଲାଇଫ୍‌ ସ୍କିଲ୍‌) ଏବଂ ଅନ୍ୟାନ୍ୟ ସରକାରୀ ଯୋଜନା ବିଷୟରେ ସଚେତନତା ବିଷୟରେ ଯେଉଁଭଳି ମାର୍ଗଦର୍ଶନ ଦିଆଯିବା କଥା ତାହା ହେଉନାହିଁ। ନିୟମିତ ‘ଅଦ୍ୱିକା’ କାର୍ଯ୍ୟକ୍ରମ ଆୟୋଜନ ହେଉଛି, କିନ୍ତୁ ଅଙ୍ଗନାବଡି ଦିଦିଙ୍କ ବଦଳରେ ଯଦି କୌଣସି ଦକ୍ଷ ପ୍ରଶିକ୍ଷକ ଏବାବଦରେ ପ୍ରଶିକ୍ଷଣ ଦିଅନ୍ତେ ତେବେ ତାହା କିଶୋର କିଶୋରୀଙ୍କୁ ଆକୃଷ୍ଟ କରନ୍ତା ଏବଂ ସେମାନେ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତେ। ସେହିପରି ବିବାହ ଏବଂ ମାତୃତ୍ୱ ଲାଭ ପରେ ଯଦିଓ ସେମାନେ ନିଜର ଅଧ୍ୟୟନ ଜାରି ରଖିବାକୁ ଚାହୁଁଥିଲେ, ସାମାଜିକ କଳଙ୍କ ଯୋଗୁଁ ସେମାନଙ୍କୁ ବିଦ୍ୟାଳୟରୁ ଛାଡ଼ିବାକୁ ପଡ଼ିଥିଲା। ଏହା ସେମାନଙ୍କ ପାଇଁ ଜୀବିକା ନିର୍ବାହ କରିବାକୁ ମଧ୍ୟ କଷ୍ଟକର କରିଦେଇଛି। ଯଦି ସରକାର କିମ୍ବା ପ୍ରଶାସନ ସେମାନଙ୍କୁ ବୃତ୍ତିଗତ (ଭୋକେସନାଲ୍‌) କିମ୍ବା ଦକ୍ଷତା ବିକାଶ ତାଲିମ ପ୍ରଦାନ କରନ୍ତି, ତେବେ ଏହା ସେମାନଙ୍କୁ ଜୀବିକା ଉପାର୍ଜନ କରିବାରେ ସାହାଯ୍ୟ କରିବ। ଏହାବ୍ୟତୀତ, ଯେଉଁମାନେ ଅଧ୍ୟୟନ ଜାରି ରଖିବାକୁ ଆଗ୍ରହୀ ଅଛନ୍ତି, ସେମାନଙ୍କୁ ସରକାର ସମର୍ଥନ କରିବା ଉଚିତ୍‌। ଗର୍ଭବତୀ କିଶୋରୀ ଏବଂ କିଶୋରୀ ମାତାମାନଙ୍କ ପାଇଁ ମାନସିକ ସହାୟତା (ସାଇକୋଲଜିକାଲ୍‌ ସପୋର୍ଟ) ମଧ୍ୟ ଅତ୍ୟନ୍ତ ଜରୁରୀ ବୋଲି କିଶୋରୀ ମା’ମାନେ କହିଛନ୍ତି। କାରଣ ଏହି ସମୟରେ ସେମାନେ ବହୁତ ମାନସିକ ଚାପର ସମ୍ମୁଖୀନ ହୁଅନ୍ତି। ଅଭିଭାବକମାନେ ମତ ଦେଇଛନ୍ତି ଯେ, କିଶୋରୀ ମାତୃତ୍ୱ ଲାଭ କରୁଥିବା ପୀଡ଼ିତାମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଆର୍ଥିକ ସହଯୋଗ, ବିଭିନ୍ନ ସଚେତନାମୂଳକ କାର୍ଯ୍ୟକ୍ରମ, କ୍ୟାରିଅର୍‌ କାଉନସେଲିଂ, ଜୀବନ ଦକ୍ଷତା (ଲାଇଫ୍‌ ସ୍କିଲ୍‌) ଏବଂ ଅନ୍ୟାନ୍ୟ ସରକାରୀ ଯୋଜନା ବିଷୟରେ ସଚେତନତାର ଆବଶ୍ୟକତା ରହିଛି।

ଏହି ରିପୋର୍ଟରେ ପ୍ରଦତ୍ତ ଗବେଷଣାର ନିର୍ଯାସଗୁଡ଼ିକ କିଶୋରୀ ଗର୍ଭଧାରଣକୁ ମୁକାବିଲା କରିବା ପାଇଁ ଏକ ସକାରାତ୍ମକ ପନ୍ଥାକୁ ଭାବେ ଗ୍ରହଣ କରାଯାଇପାରିବ। ଯେଉଁଥିରେ ପରିବାର, ସମ୍ପ୍ରଦାୟ ଏବଂ ସରକାରଙ୍କର ସକ୍ରିୟ ଅଂଶଗ୍ରହଣ ଅନିବାର୍ଯ୍ୟ। ବିଶେଷକରି ବାଳିକାମାନଙ୍କ ପାଇଁ ଶିକ୍ଷାର ପ୍ରବେଶକୁ ବଢ଼ାଇବା ଉପରେ ହସ୍ତକ୍ଷେପ ଅତ୍ୟନ୍ତ ଜରୁରୀ। ଯେଉଁ ପିଲାମାନେ ୧୫ଦିନ ଯାଏ ସ୍କୁଲରେ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କ ଅଭିଭାବକମାନଙ୍କୁ ଭେଟି ଶିକ୍ଷକମାନେ ଏବିଷୟରେ ପଚରାଉଚରା କରାଯିବା ଉଚିତ୍‌। ଯାହାକି ଏହି ଜିଲ୍ଲାରେ ଠିକ୍‌ ଭାବେ ହେଉନଥିବା ଜଣାପଡ଼ିଛି। ସେହିପରି ପ୍ର୍‌ତି ଶନିବାର ଅଙ୍ଗନାବଡି କେନ୍ଦ୍ରରେ ଆୟୋଜିତ ହେଉଥିବା ‘ଅଦ୍ୱିକା’ କାର୍ଯ୍ୟକ୍ରମ ମଧ୍ୟ ଫଳପ୍ରଦ ହେଉନାହିଁ। କିଶୋର କିଶୋରୀମାନଙ୍କ ପାଇଁ ଏଭଳି ସାମାଜିକ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ସେମାନେ ବିଭିନ୍ନ ବାହାନା ଦେଖାଇ ଆସୁ ନାହାନ୍ତି। ଫଳରେ କୌଣସି ବିଷୟରେ ଅବଗତ ହୋଇପାରୁ ନାହାନ୍ତି। ସେହିପରି ପିଲାମାନଙ୍କୁ ସଠିକ୍‌ ଗାଇଡାନ୍ସ ମିଳିପାରୁ ନାହିଁ। କମ୍‌ ବୟସରେ ପୁରୁଷ ସାଥୀଙ୍କ ସହ ଖୁଲମ୍‌ଖୁଲା ମିଳାମିଶାକୁ ଅଭିଭାବକମାନେ ସହଜରେ ଗ୍ରହଣ କରୁଥିବାରୁ ଇଲୋପମେଣ୍ଟ ସଂଖ୍ୟା ବି ବଢ଼ୁଛି। କିଶୋରୀ ମାନେ ଘରୁ ଲୁଚି ଚାଲିଯାଉଥିବାର କିଛିଦିନ ପରେ ପରିବାର ଲୋକେ ବିରୋଧ ବଦଳରେ ଖୁସିରେ ଗ୍ରହଣ କରୁଛନ୍ତି। ଯାହାକି କିଶୋରୀ ମାତୃତ୍ୱର ଅନ୍ୟତମ ପ୍ରମୁଖ କାରଣ ଅଟେ। ତେବେ  ଚଳିତ ବର୍ଷ ଜିଲ୍ଲାରେ ପକ୍‌ସୋ ଆକ୍ଟ ଅଧୀନରେ ୬୪କେସ୍‌ ରେଜିଷ୍ଟର ହୋଇଥିବା ଜଣାପଡ଼ିଛି। ତେଣୁ ଏଥିପାଇଁ ପ୍ରଥମେ ପରିବାର ସଦସ୍ୟ ସଚେତନ ହେବା ସହ ଏଠାରେ ବାସ କରୁଥିବା ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ମୁରବୀମାନେ ନିଜ ସମ୍ପ୍ରଦାୟରେ ଏବିଷୟରେ ତାଗିତ୍‌ ଓ ସଚେତନ କରିବା ଉଚିତ୍‌। କିଶୋରୀ ମାତୃତ୍ୱ ମାନସିକ ଓ ଶାରୀରିକ ଭାବେ କିଭଳି ପ୍ରଭାବ ପକାଇଥାଏ, ଶାରୀରିକ ସମ୍ପର୍କ ସ୍ଥାପନ ବେଳେ ପ୍ରତିଷେଧକ ବ୍ୟବହାର କେତେ ଜୁରୁରୀ ସେ ବିଷୟରେ ଅଧିକ ସଚେତନତା ସହ ବାଳିକାମାନଙ୍କ ଶିକ୍ଷା ନିମୟିତ କରାଯିବା ନିହାତି ଜରୁରୀ। ଏହାଦ୍ୱାରା ଡ୍ରପ୍‌ଆଉଟ୍‌ ରୋକାଯିବା ସହ ବାଲ୍ୟବିବାହ ଏବଂ ଗର୍ଭଧାରଣକୁ ବିଳମ୍ବ କରାଯାଇପାରିବ। ବିଶେଷକରି ଗ୍ରାମାଞ୍ଚଳ ଏବଂ ଆର୍ଥିକ ଭାବେ ପଛୁଆ ଅଞ୍ଚଳରେ ମାଧ୍ୟମିକ ଶିକ୍ଷାକୁ ସୁଲଭ ଏବଂ ଆକର୍ଷଣୀୟ କରିବାର ଶିକ୍ଷାଗତ ଉଦ୍ୟମକୁ ଅଗ୍ରାଧିକାର ଦେବା ଉଚିତ୍‌। ସରକାର, ନାଗରିକ ସମାଜ ସଂଗଠନ, ସ୍ଥାନୀୟ ନେତା, ପିତାମାତା ଏବଂ କିଶୋର-କିଶୋରୀମାନଙ୍କୁ ସାମିଲ କରି ସମ୍ପ୍ରଦାୟ-ନେତୃତ୍ୱାଧୀନ ଉଦ୍ୟମବଳରେ ଏହି ସମସ୍ୟା ଅନେକାଂଶରେ ହ୍ରାସ ପାଇପାରିବ। ଦାରିଦ୍ର୍ୟଚକ୍ରକୁ ଭାଙ୍ଗିବା ପାଇଁ ଲକ୍ଷ୍ୟଭିତ୍ତିକ ଆର୍ଥିକ ଯୋଜନା, ବାଳିକାମାନଙ୍କ ପାଇଁ ଛାତ୍ରବୃତ୍ତି ଭଳି ଆର୍ଥିକ ସହାୟତା ପ୍ରଦାନ ଆଦି କାର୍ଯ୍ୟକ୍ରମ ବିବାହକୁ ବିଳମ୍ବ କରିବା ଏବଂ ଶିକ୍ଷାକୁ ପ୍ରୋତ୍ସାହନ ଦେବାରେ ପ୍ରଭାବଶାଳୀ ହେବ। ଏହାସହ ଜିଲ୍ଲାର ବିଭିନ୍ନ ମନ୍ଦିର, ଚର୍ଚ୍ଚ ଆଦିରେ ବିବାହ କାର୍ଯ୍ୟ କରାଯାଉଥିବା ବେଳେ ସମସ୍ତ ତଥ୍ୟ ସଂଗୃହୀତ କରାଯିବାକୁ ରେଜିଷ୍ଟର ମେଣ୍ଟେନ୍‌ କରାଯାଉଛି। କିନ୍ତୁ ବିବାହ ସମୟରେ ଆଧାର କାର୍ଡ  ସମେତ ଜନ୍ମ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯିବା ଉଚିତ୍‌। ଏହାଦ୍ୱାରା ଉଭୟଙ୍କ ସଠିକ୍‌ ବୟସ ସ୍ପଷ୍ଟ ଭାବେ ଜଣାପଡ଼ିବ। ତେବେ କିଶୋରୀ ଗର୍ଭଧାରଣକୁ ରୋକିବା ପାଇଁ କେବଳ ସରକାର ନୁହଁନ୍ତି ବରଂ ସମାଜର ସମସ୍ତ କ୍ଷେତ୍ରରୁ ଏକ ବହୁମୁଖୀ ଏବଂ ନିରନ୍ତର ପ୍ରୟାସ ଆବଶ୍ୟକ। ବିଶେଷ କରି ଅଭିଭାବକମାନଙ୍କୁ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପଡ଼ିବ।

ମହଙ୍ଗା ହେବ ଟିଭି ଦେଖିବା; ୮% ବଢ଼ିପାରେ ସବ୍‌ସ୍କ୍ରିପ୍‌ସନ୍ ମୂଲ୍ୟ
ନୂଆଦିଲ୍ଲୀ: ନିର୍ବାଚନ ଶେଷ ହେବା ସହ ଫଳାଫଳ ପ୍ରକାଶ ପାଇବା କ୍ଷଣି ଗ୍ରାହକଙ୍କୁ ଲାଗିଛି ମହଙ୍ଗା ମାଡ଼ର ଝଟ୍‌କା। ଏବେ ଏହି ମହଙ୍ଗା ମାଡ଼ ଟିଭି ଦର୍ଶକଙ୍କୁ ଲାଗିବାକୁ ଯାଉଛି। କାରଣ ଖୁବ୍‌ ଶୀଘ୍ର ଟିଭି ଦେଖିବା ପାଇଁ ଆପଣଙ୍କୁ ଅଧିକ ସବସ୍କ୍ରିପସନ୍ (ଟିଭି ଚ୍ୟାନେଲ ସବସ୍କ୍ରିପସନ୍) ବାବଦ ଅର୍ଥ ଖର୍ଚ୍ଚ କରିବାକୁ ପଡିବ। ଯାହା ଫଳରେ ଟିଭି ଦେଖିବା ମହଙ୍ଗା ହେବ। ଅନେକ ଓଟିଟି ପ୍ଲାଟଫର୍ମ ସେମାନଙ୍କର ହାର ବୃଦ୍ଧି କରିବାକୁ ଯାଉଛନ୍ତି। ଏହାଛଡା ଡିଜ୍‌ନୀ ଷ୍ଟାର, ଭାୟାକମ୍ ୧୮, ଜି ଏଣ୍ଟରଟେନମେଣ୍ଟ ଏବଂ ସୋନୀ ପିକ୍‌ଚର୍ସ ନେଟୱାର୍କ ସବସ୍କ୍ରିପସନ୍ ମୂଲ୍ୟ ବଢାଇବାକୁ ଯାଉଛନ୍ତି। ଟିଭି ସବ୍‌ସ୍କ୍ରିପ୍‌ସନ୍ ମୂଲ୍ୟ ବଢ଼ିବା ପରେ ଗ୍ରାହକଙ୍କୁ ଚ୍ୟାନେଲ୍‌ ରିଚାର୍ଜ କରିବା ପାଇଁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡିବ।

ରିପୋର୍ଟ ଅନୁଯାୟୀ ଟିଭି ସବ୍‌ସ୍କ୍ରିପ୍‌ସନ୍ ମୂଲ୍ୟ ୫ରୁ ୮ ପ୍ରତିଶତ ମହଙ୍ଗା ହେବ। ଯଦି ଆପଣ ବର୍ତ୍ତମାନ ଟିଭି ଦେଖିବା ପାଇଁ ମାସିକ ସବସ୍କ୍ରିପସନ୍ ପାଇଁ ୫୦୦ ଟଙ୍କା ଦେଉଥାନ୍ତି, ତେବେ ଏହି ମୂଲ୍ୟ ଏବେ ପ୍ରାୟ ୪୦ ଟଙ୍କା ବୃଦ୍ଧି ହୋଇପାରେ। ଯଦି ଆପଣ ମାସକୁ ୧୦୦୦ ଟଙ୍କା ରିଚାର୍ଜ କରୁଛନ୍ତି, ତେବେ ଆପଣଙ୍କୁ ଅତିରିକ୍ତ ୮୦ ଟଙ୍କା ଦେବାକୁ ପଡିବ। ଟିଭି ରିଚାର୍ଜ ମୂଲ୍ୟ ବଢାଇବାକୁ ନେଇ ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କମ୍ପାନୀଗୁଡିକୁ କହିଥିଲା। ବର୍ତ୍ତମାନ ଲୋକସଭା ନିର୍ବାଚନ ଶେଷ ହୋଇଥିବାରୁ ଟିଭି ଚ୍ୟାନେଲ ଦର ବଢ଼ିବା ସୁନିଶ୍ଚିତ ହୋଇଛି। ସମସ୍ତ ପ୍ରସାରଣକାରୀ କମ୍ପାନୀ ନୂଆ ଚୁକ୍ତିନାମା କରିବାକୁ ଡିପିଓକୁ କହିଥିଲେ। ଏହାପରେ ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ ସମସ୍ତ ପ୍ରସାରଣକାରୀଙ୍କୁ କହିଥିଲେ ଯେ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ସିଗନାଲ୍ ବନ୍ଦ କରନ୍ତୁ ନାହିଁ। ବର୍ତ୍ତମାନ ଟ୍ରାଇ ଏହାକୁ ଯେକୌଣସି ସମୟରେ ମଞ୍ଜୁରୀ ଦେଇପାରେ। ଚଳିତବର୍ଷ ଜାନୁଆରୀରେ ସମସ୍ତ ଚ୍ୟାନେଲ ଦାମ୍ ୧୦ ପ୍ରତିଶତ ବୃଦ୍ଧି କରିଥିଲେ। ଭାୟାକମ୍ ୧୮ ଦାମ୍‌ ସର୍ବାଧିକ ୨୫ ପ୍ରତିଶତ ବୃଦ୍ଧି କରିଛି। ମ୍ୟାଚ୍‌ ପ୍ରସାରଣ ଅଧିକାର ଏବଂ ମନୋରଞ୍ଜନ ଚ୍ୟାନେଲଗୁଡିକର ବଜାର ଅଂଶ ବୃଦ୍ଧି ହେତୁ ଏହି ବୃଦ୍ଧି କରାଯାଇଥିଲା। ଫେବୃଆରୀରୁ ଏହି ନୂଆ ରିଚାର୍ଜ ମୂଲ୍ୟ କାର୍ଯ୍ୟକାରୀ ହୋଇଥିଲା।