Kalimela - The Sakala

ମାଲକାନଗିରିରେ ଲଗାଣ ବର୍ଷା: ଜଳମଗ୍ନ ପୋଲ, ବିଚ୍ଛିନ୍ନ ହେଲା ଯୋଗାଯୋଗ
ମାଲକାନଗିରି: ଲଗାଣ ବର୍ଷା କାରଣରୁ ମାଲକାନଗିରି ଜିଲ୍ଲାରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ରେକର୍ଡ ସ୍ତରର ୫୨୪ ମିଲିମିଟର ବର୍ଷା ହୋଇଥିବା ବେଳେ ପ୍ରମୁଖ ପୋଲଗୁଡ଼ିକ ଜଳମଗ୍ନ ହୋଇଯାଇଛି। ଫଳରେ ବିଭିନ୍ନ ବ୍ଲକ ମଧ୍ୟରେ ରାସ୍ତା ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି।

ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପୋଟେରୁ ପୋଲ ଉପରେ ୨ ଫୁଟ, କାଙ୍ଗୁରୁକୋଣ୍ଡା ପୋଲ ଉପରେ ୨ ରୁ ୩ ଫୁଟ ଏବଂ ପୋଟେରୁ ନର୍ସରୀ ନିକଟସ୍ଥ ଜାତୀୟ ରାଜପଥ ୩୨୬ ଉପରେ ୨ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ସେହିପରି କାଲିମେଳା ଓ ପଡ଼ିଆ ବ୍ଲକକୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ ମଧ୍ୟ ୨ ରୁ ୩ ଫୁଟ ପାଣିରେ ବୁଡ଼ି ରହିଛି, ଯାହା ଫଳରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ବନ୍ୟା ଜଳ ଯୋଗୁଁ ବିଜୟୱାଡ଼ା-ରାଞ୍ଚି ଜାତୀୟ ରାଜପଥ ୩୨୬ ଅବରୋଧ ହୋଇଛି ଏବଂ ଶତାଧିକ ବସ୍, ଟ୍ରକ୍, କାର୍ ଓ ଆମ୍ବୁଲାନ୍ସ ରାସ୍ତାର ଉଭୟ ପାର୍ଶ୍ୱରେ ଫସି ରହିଛନ୍ତି।

ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ବିଦ୍ୟାଳୟରେ ପହଞ୍ଚିବାରେ ଅସମର୍ଥ ହୋଇଛନ୍ତି। ଏହାକୁ ବିଚାରକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ କାଲିମେଳା ଏବଂ ପୋଟେରୁ ପୋଲ ନିକଟରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବିପଦସଙ୍କୁଳ ଅବସ୍ଥାରେ ଥିବା ଜଳମଗ୍ନ ଅଞ୍ଚଳଗୁଡ଼ିକୁ ରିବନ୍ ବାନ୍ଧି ସିଲ୍ କରାଯିବା ସହ ଲୋକମାନଙ୍କୁ ପୋଲ ନିକଟକୁ ନ ଯିବା ପାଇଁ ସତର୍କ କରାଯାଇଛି।

ଏହି ବନ୍ୟା ଯୋଗୁଁ ଅନେକ ଗ୍ରାମ ସହ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ବିଶେଷକରି ଏମଭି-୯୦, ଏମଭି-୭୨, ଏମଭି-୭୯, ଏମପିଭି-୮୧, ଏମଭି-୮୮, ମହାରାଜପାଲ୍ଲୀ, ପୁସୁଗୁଡ଼ା ଏବଂ ସୀମାନ୍ତ ସହର ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

କାଲିମେଳାରେ ଡାକ୍ତରଙ୍କୁ ମାଓବାଦୀ ଅପହରଣ କରିନେଇଥିବା ଅଭିଯୋଗ
କାଲିମେଳା: କାଲିମେଳାରେ ଜଣେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ମାଓବାଦୀ ଗତକାଲି ବିଳମ୍ଭିତ ରାତିରେ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଅପହୃତ ଡାକ୍ତରଙ୍କ ନାଁ ଅମ୍ଲାନ କୁମାର ଭୋଇ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ମାଓବାଦୀମାନେ ସରକାରୀ କ୍ଵାର୍ଟର୍ସରେ ସିପିଆଇ ମାଓବାଦୀ ବୋଲି ଲେଖାଥିବା ଏକ ଚିଠି ଛାଡ଼ି ଯାଇଥିବାର ସୂଚନା ମିକିଛି। ସରକାରୀ କ୍ଵାଟର ଭିତରେ ଡାକ୍ତରଙ୍କ ମୋବଇଲ ଓ ଘର ବାହାରେ ବାଇକ ରହିଥିବାର ଦେଖିବାକୁ ମିଳିଛି।

ସୂଚନା ଅନୂଆସାରେ ଶୁକ୍ରବାର ଦିନ ଜଣେ ମହିଳାଙ୍କ ଶବ ବ୍ୟବଚ୍ଛେଦକୁ କେନ୍ଦ୍ର କରି ଡାକ୍ତରଙ୍କ ସହ କିଛି ଲୋକଙ୍କ ବଚସା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଡାକ୍ତରଙ୍କୁ ଅପହରଣ କରାଯାଇଥିବାର ଅନୁମାନ କରାଯାଉଛି। ଅନ୍ୟପଟେ ଏସଡିପିଓ ସଚିନ ପଟେଲ ଏବଂ ଅତିରିକ୍ତ ଏସପି ତପନ ନାରାୟଣ ରଥ ମେଡିକାଲକୁ ଆସି ତନାଘନା ଆରମ୍ଭ କରିବା ସହିତ ଚିଠି ଜବତ କରିଛନ୍ତି। ଡାକ୍ତରଙ୍କୁ ମାଓବାଦୀ ନା କେହି ଦୁର୍ବୃତ୍ତ ଅପହରଣ କରିଛନ୍ତି ସେ ବିଷୟରେ ସଠିକ ସୂଚନା ମିଳିପାରିନାହିଁ । ଘଟଣା ଯୋଗୁଁ ଡାକ୍ତରଙ୍କ ମହଲରେ ଆତଙ୍କ ଖେଳିଯାଇଛି।