USA Vs Canada - The Sakala

ଆଜିଠୁ ଟି-୨୦ ବିଶ୍ୱକପ୍‌: ଉଦ୍‌ଘାଟନୀ ମୁକାବିଲାରେ ଆମେରିକାକୁ ୧୯୫ ରନର ଟାର୍ଗେଟ୍ ଦେଲା କାନାଡା
ନ୍ୟୁୟର୍କ: ଆଇସିସି ବିଶ୍ୱକପ୍‌ର ୯ମ ସଂସ୍କରଣ ଯୁକ୍ତରାଷ୍ଟ୍ର ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆରମ୍ଭ ହୋଇଯାଇଛି। ଭାରତୀୟ ସମୟ ଅନୁସାରେ ରବିବାର ସକାଳ ୬ଟାରେ ଆୟୋଜକ ଆମେରିକା ଓ କାନାଡା ମଧ୍ୟରେ ଚଳିତ ସଂସ୍କରଣର ଉଦ୍‌ଘାଟନୀ ମୁକାବିଲା ଖେଳାଯାଇଛି। ଡଲାସର ଗ୍ରାଣ୍ଡ ପ୍ରାଇରି ଷ୍ଟାଡିୟମରେ ଗ୍ରୁପ୍‌-ଏ’ର ଏହି ମ୍ୟାଚ୍‌ ଅନୁଷ୍ଠିତ ହୋଇଛି। ପ୍ରଥମ ମ୍ୟାଚରେ ୟୁଏସ୍ ପ୍ରଥମେ ଟସ୍ ଜିତି କାନାଡାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ କାନାଡା ବ୍ୟାଟର ପ୍ରାରମ୍ଭରୁ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୧୯୪ ରନ କରିବାରେ ସକ୍ଷମ ହୋଇଛି । କାନାଡା ପକ୍ଷରୁ ନଭନୀତ୍ ଧିଲଓ୍ବାଲ ସର୍ବାଧିକ ୬୧ ରନ ସଂଗ୍ରହ କରିଛନ୍ତି । ନିକୋଲାସ୍ କୀର୍ତ୍ତନ ମଧ୍ୟ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ସେପଟେ ୧୯୫ ରନ୍‌ର ଟାର୍ଗେଟକୁ ପିଛା କରି ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ୟୁଏସଏ । ଓପନର ଷ୍ଟିଭେନ୍ ଟେଲର ଶୂନ ରନ୍ କରି ପାଭେଲିୟନ ଫେରିଛନ୍ତି ।

ସେହିଭଳି ଆଜି ଦ୍ୱିତୀୟ ମୁକାବିଲାରେ ଅନ୍ୟତମ ଆୟୋଜକ ୱେଷ୍ଟଇଣ୍ଡିଜ ଓ ପାପୁଆ ନ୍ୟୁ ଗିନି ପରସ୍ପରକୁ ଭେଟିବେ। ସନ୍ଧ୍ୟା ୬ଟାରେ ବିଶ୍ୱକପ୍‌ର ଏକ ଦର୍ଶନୀୟ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଚଳିତ ବିଶ୍ୱକପ୍‌ରେ ୨୦ ଗୋଟି ଦଳ ଅଂଶଗ୍ରହଣ କରିଛନ୍ତି। ଏହି ୨୦ ଦଳକୁ ୪ଟି ଗ୍ରୁପ୍‌ରେ ଭାଗ କରାଯାଇଛି। ଗ୍ରୁପ୍‌ ପର୍ଯ୍ୟାୟ ପରେ ପ୍ରତି ଗ୍ରୁପ୍‌ର ଦୁଇ ଶ୍ରେଷ୍ଠ ଦଳ ସୁପର୍‌-୮କୁ ଉନ୍ନୀତ ହେବେ। ଗ୍ରୁପ୍‌-ଏ’ରେ ସ୍ଥାନ ପାଇଥିବା ଭାରତ ଜୁନ ୫ରେ ଆୟର୍ଲାଣ୍ଡ ବିପକ୍ଷରୁ ଖେଳି ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ। ଏହାପରେ ଜୁନ ୯ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଏକ ହାଇଭୋଲଟେଜ ମ୍ୟାଚ୍‌ ଖେଳିବ।