Exit poll - The Sakala
ରାଞ୍ଚି/ ମୁମ୍ୱାଇ: ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରର ବିଧାନସଭା ଆସନ ପାଇଁ ଭୋଟିଂ ଶେଷ ହୋଇଛି । ଏହାସହ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ହୋଇଛି । ଦୁଇ ରାଜ୍ୟରେ ନିର୍ବାଚନ ରେଜଲ୍ଟ ନଭେମ୍ୱର ୨୩ରେ ଘୋଷଣା ହେବ। ଏହାରି ମଧ୍ୟରେ ଆଜି ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ସାମ୍ନାକୁ ଆସିବାରେ ଲାଗିଛି । ଝାଡ଼ଖଣ୍ଡର ୮୧ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନର ମତଦାନ ଶେଷ ହୋଇଛି। ସେହିପରି ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ପାଇଁ ଭୋଟିଂ ଶେଷ ହୋଇଛି। ସାମ୍ନାକୁ ଆସିଥିବା ଏକଜିଟ୍‌ ପୋଲରେ ଝାଡ଼ଖଣ୍ଡରେ ଏନଡିଏ  ଓ ଇଣ୍ଡି ମେଣ୍ଟ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଛି। ତେବେ ମହାରାଷ୍ଟ୍ରରେ ବୁଥ୍ ବାହୁଡ଼ା ମତରେ କ୍ଷମତାରେ ଥିବା ବିଜେପି ମେଣ୍ଟ ପାଇଁ ଖୁସି ଖବର ଆସୁଛି  ମହାରାଷ୍ଟ୍ରରେ ମହାୟୁତି ସରକାର ଫେରୁଥିବା ଏକଜିଟ୍ ପୋଲରୁ ଜଣାପଡୁଛି ।
ଝାଡଖଣ୍ଡ
-ପିପୁଲ୍ସ ପଲ୍ସର ଏକଜିଟ୍ ପୋଲ୍ ଅନୁସାରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ୪୪-୫୩ ଆସନ ମିଳିପାରେ । ସେହିପରି ଇଣ୍ଡି ମେଣ୍ଟକୁ ୨୫-୩୭ ଆସନ ଏବଂ ଅନ୍ୟଙ୍କୁ ୫ରୁ ୯ ଆସନ ଯାଇପାରେ ।
-ମାଟ୍ରିଜ୍ ଏକଜିଟ୍ ପୋଲ ଅନୁସାରେ ଏନଡିଏକୁ ୪୨-୪୭ ଆସନ, ଇଣ୍ଡି ମେଣ୍ଟକୁ ୨୫-୩୦ ଏବଂ ଅନ୍ୟଙ୍କୁ ୧-୪ ଆସନ ଯାଇପାରେ ।
-ଚାଣକ୍ୟ ଷ୍ଟ୍ରାଟେଜିସର ଏକଜିଟ୍ ପୋଲରେ ଏନଡିଏକୁ ୪୫-୫୦, ଇଣ୍ଡି ମେଣ୍ଟକୁ ୩୫-୩୮ ଏବଂ ଅନ୍ୟଙ୍କୁ ୩-୫ ଆସନ ମିଳିପାରେ
-P-Marq ଏକଜିଟ୍ ପୋଲରେ ଏନଡିଏକୁ ୩୧-୪୦, ଇଣ୍ଡି ମେଣ୍ଟକୁ ୩୭-୪୭ ଏବଂ ଅନ୍ୟଙ୍କୁ ୧-୬ ଆସନ ମିଳିପାରେ
-ତେବେ ଆକ୍ସିସ୍ ମାଇ ଇଣ୍ଡିଆର ଏକଜିଟ୍ ପୋଲରେ ଇଣ୍ଡି ମେଣ୍ଟ ୫୩ ଆସନ ସହ ବହୁମତରେ ସରକାରକୁ ଫେରୁଛି । ବିଜେପି ନେତୃତ୍ୱାଧୀନ ଏନଡିଏକୁ ୨୫ ଏବଂ ଅନ୍ୟଙ୍କୁ ୩ ଆସନ ମିଳିପାରେ ବୋଲି ଆକଳନ କରିଛି।
ମହାରାଷ୍ଟ୍ର
ମାଟ୍ରିଜ୍ ଏକଜିଟ୍ ପୋଲ୍ ଅନୁସାରେ ବିଜେପି ନେତୃତ୍ୱାଧୀନ ମହାୟୁତିକୁ ୪୮ ପ୍ରତିଶତ ଏବଂ ଏମଭିଏକୁ ୪୨ ପ୍ରତିଶତ ଭୋଟ୍ ମିଳିପାରେ । ଭୋଟିଂ ସେୟାରକୁ ସଂଖ୍ୟାରେ ବଦଳାଇଲେ, ବିଜେପି ମେଣ୍ଟ ୧୫୦-୧୭୦ ଆସନ ଜିତି ସରକାର ଗଢିବାକୁ ଯାଉଛି । ଅନ୍ୟପଟେ କଂଗ୍ରେସ ମେଣ୍ଟକୁ କେବଳ ୧୧୦-୧୩୦ ମିଳିପାରେ । ୮-୧୦ରୁ ଆସନ ଅନ୍ୟଙ୍କୁ ଯାଇପାରେ ।
– ପିପୁଲ୍ସ ପଲ୍ସର ଏକଜିଟ୍ ପୋଲରେ ବିଜେପି ମେଣ୍ଟକୁ ୧୮୨, କଂଗ୍ରେସ ମେଣ୍ଟକୁ ୯୭ ଏବଂ ଅନ୍ୟଙ୍କୁ ୯ ଆସନ ମିଳିପାରେ ।
– P-Marq ଏକଜିଟ୍ ପୋଲରେ ମହାୟୁତିକୁ ୧୩୭-୧୫୭ ଆସନ, ଏମଭିଏକୁ ୧୧୦-୧୩୦ ଆସନ ଏବଂ ଅନ୍ୟଙ୍କୁ ୨-୮ ଆସନ ମିଳିପାରେ ।
– ନ୍ୟୁଜ୍ ୨୪-ଚାଣକ୍ୟର ଏକଜିଟ୍ ପୋଲ୍‌ରେ ବିଜେପି ନେତୃତ୍ୱାଧୀନ ମହାୟୁତିକୁ ୧୫୨-୧୬୦, ମହାବିକାଶ ଅଘାଡ଼ିକୁ ୧୩୦-୧୩୮ ସିଟ୍ ଏବଂ ଅନ୍ୟଙ୍କୁ ୬ରୁ ୮ ଆସନ ମିଳିପାରେ ।
– ଲୋକସାହୀ ମରାଠୀର ଏକଜିଟ୍ ଅନୁସାରେ ବିଜେପି ମେଣ୍ଟକୁ ୧୨୮-୧୪୨ ଆସନ, କଂଗ୍ରେସ ମେଣ୍ଟକୁ ୧୨୫-୧୪୦ ଏବଂ ଅନ୍ୟଙ୍କୁ ୧୮-୨୩ ଆସନ ମିଳିପାରେ ।
ଏନ୍‌ଡିଏ ସପକ୍ଷରେ ପ୍ରମୁଖ ଏଜେନ୍ସିଙ୍କ ମତ: ୩୫୦ରୁ ଅଧିକ ଆସନ ପାଇ ତୃତୀୟଥର ପାଇଁ ସରକାର ଗଢ଼ିପାରେ ଏନ୍‌ଡିଏ
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ସହିତ ୪ ରାଜ୍ୟର ବିଧାନସଭା ପାଇଁ ନିର୍ବାଚନ ଶନିବାର ଶେଷ ହୋଇଛି। ୧୯୫୧-୫୨ ପରେ ପ୍ରାୟ ୬ ସପ୍ତାହ ଧରି ଚାଲିଥିବା ଦ୍ବିତୀୟ ଦୀର୍ଘଗାମୀ ଏହି ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶନିବାର ଶେଷ ହୋଇଥିଲା ବେଳେ ଆସନ୍ତା ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହାପୂର୍ବରୁ ବୁଥ୍‌ ବାହୁଡ଼ା ମତ(ଏକଜିଟ୍‌ ପୋଲ) ପ୍ରକାଶ ପାଇଛି। ଏକଜିଟ୍‌ ପୋଲ୍‌ ରିପୋର୍ଟ ଅନୁସାରେ ବିଜେପି ନେତୃତ୍ବାଧୀନ ଏନଡିଏ ଦଳ ପୁଣିଥରେ କେନ୍ଦ୍ରରେ କ୍ଷମତାସୀନ ହେବା ନେଇ ଆକଳନ କରାଯାଇଛି। ଲୋକସଭାର ମୋଟ ୫୪୨ଟି ଆସନ ମଧ୍ୟରୁ ଏନଡିଏ ୩୫୦ରୁ ଅଧିକ ଆସନ ହାସଲ କରି ସରକାର ଗଠନ କରିବ ବୋଲି ପ୍ରାୟ ୬ଟି ପ୍ରମୁଖଏକଜିଟ୍‌ ପୋଲ ଏଜେନ୍ସି ଆକଳନ କରିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ୧୨୫ ରୁ ୧୬୦ଟି ଆସନ ହାସଲ କରିବ ବୋଲି ଆକଳନ କରାଯାଇଛି। ବିଜେପି ଗୁଜରାଟ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ସର୍ବାଧିକ ସଫଳତା ହାସଲ କରିବା ସହିତ କଂଗ୍ରେସ ଶାସିତ କର୍ଣ୍ଣାଟକ ରାଜ୍ୟରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆକଳନ କରାଯାଇଛି। ଏହାବ୍ୟତୀତ ପଶ୍ଚମିବଙ୍ଗରେ ମଧ୍ୟ ଶାସକ ଟିଏମସି ତୁଳନାରେ ବିଜେପି ସର୍ବାଧିକ ଲୋକସଭା ଆସନ ହାସଲ କରି ଏଠାରେ ସର୍ବବୃହତ ଦଳର ମାନ୍ୟତା ଲାଭ କରିବ ବୋଲି କୁହାଯାଇଛି। ବିଜେପି ନେତୃତ୍ୱାଧୀନ ଏନଡିଏ ହ୍ୟାଟ୍ରିକ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇତିହାସ ରଚିବାକୁ ଯାଉଥିବା ବହୁ ଏଜେନ୍ସି ଆକଳନ କରିଛନ୍ତି। ତେବେ ବିଜେପି ଦେଇଥିବା ୪୦୦ ପାର ନାରା ଫେଲ ମାରିବ ବୋଲି ଏକ୍‌ଜିଟ ପୋଲ ରିପୋର୍ଟରୁ ଜଣାପଡ଼ିଛି। ସେହିପରି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ୨୦୧୯ ନିର୍ବାଚନ ତୁଳନାରେ ଏଥର ଭଲ ପ୍ରଦର୍ଶନ କରିବା ନେଇ ଆକଳନ କରାଯାଇଛି। ୨୦୧୯ରେ କଂଗ୍ରେସ ମାତ୍ର ୫୨ଟି ଆସନରେ ବିଜୟୀ ହୋଇଥିଲା ବେଳେ ୟୁପିଏ ୯୧ଟି ଆସନ ହାସଲ କରିଥିଲା। ତେବେ ଚଳିତ ନିର୍ବାଚନରେ ଇଣ୍ଡିଆ ମେଣ୍ଟ ୧୫୦ରୁ ଅଧିକ ଆସନ ଜିତିବାକୁ ଯାଉଥିବା ବିଭିନ୍ନ ଏକଜିଟ ପୋଲରେ କୁହାଯାଇଛି।
‘ସକାଳ’-‘ନନ୍ଦିଘୋଷ ଟିଭି’ ବୁଥ୍‌ ବାହୁଡ଼ା ଜନମତ: ୧୧୭ ବିଧାନସଭା ଆସନରେ ବିଜେଡିର ବିଜୟ ଆଶା
ଭୁବନେଶ୍ୱର: ନବୀନଙ୍କ ବିକାଶରେ ବାଜିଛି ମୋହର। ନବୀନ ନୀତିକୁ ମିଳିଛି ସ୍ୱୀକୃତି। ନବୀନ ରୂପାନ୍ତରଣ ଉପରେ ଆସ୍ଥା ସ୍ଥାପନ କରିଛନ୍ତି ରାଜ୍ୟବାସୀ। ସଦ୍ୟ ସମାପ୍ତ ୨୦୨୪ ବିଧାନସଭା ନିର୍ବାଚନରେ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ପୁଣିଥରେ ଅଶେଷ ଆଶୀର୍ବାଦ ଅଜାଡ଼ି ଦେଇଛନ୍ତି। ରାଜ୍ୟରେ ପ୍ରତି ପର୍ଯ୍ୟାୟ ମତଦାନ ପରେ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ କରାଯାଇଥିବା ମିଳିତ ବୁଥ୍‌ ବାହୁଡ଼ା ସର୍ଭେରୁ ମିଳିଛି ଏହି ତଥ୍ୟ।
ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ହୋଇଥିବାବେଳେ ଓଡ଼ିଶାରେ ମଇ ୧୩ ତାରିଖରୁ ଜୁନ୍‌ ୧ ମଧ୍ୟରେ ୪ଟି ପର୍ଯ୍ୟାୟରେ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ନିମନ୍ତେ ଭୋଟରମାନେ ନିଜ ପସନ୍ଦର ପ୍ରତିନିଧି ବାଛିଛନ୍ତି। କିଏ କେଉଁଠି ଜିତିବ, କେଉଁ ଦଳ କେତେ ଆସନରେ ବିଜୟୀ ହେବ ତାହାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ଜୁନ୍‌ ୪ ତାରିଖର ଭୋଟ ଗଣତି ପରେ ତାହା ସ୍ପଷ୍ଟ ହେବ। ତେବେ ଦେଶରେ ସୃଷ୍ଟି ହୋଇଥିବା ‘ମୋଦୀ ହାୱା’ ଓଡ଼ିଶାରେ ‘ନବୀନ ପ୍ରାଚୀର’କୁ ଭେଦ କରି ପାରି ନ ଥିବା ଏହି ବୁଥ୍‌ ବାହୁଡ଼ା ସର୍ଭେରୁ ସୂଚନା ମିଳିଛି।
‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ର ବୁଥ୍‌ ବାହୁଡ଼ା ଜନମତ ରିପୋର୍ଟ ଅନୁସାରେ, ଓଡ଼ିଶାରେ ୧୪୭ ବିଧାନସଭା ଆସନ ମଧ୍ୟରୁ ବିଜେଡି ସପକ୍ଷରେ ୧୧୭ଟି, ବିଜେପିକୁ ୧୧ଟି ଓ କଂଗ୍ରେସକୁ ୨ଟି ଆସନ ମିଳିପାରେ। ଅବଶିଷ୍ଟ ୧୭ଟି ବିଧାନସଭା କ୍ଷେତ୍ରରେ ବିଭିନ୍ନ ଦଳ କଡ଼ା ମୁକାବିଲାର ସମ୍ମୁଖୀନ ହୋଇଛନ୍ତି ଓ ଏହି ଆସନରେ କେହି ବି ବିଜୟୀ ହୋଇପାରନ୍ତି ବୋଲି ବୁଥ୍‌ ବାହୁଡ଼ା ମତରୁ ଆଭାସ ମିଳିଛି।
ସେହିପରି ପ୍ରଥମ ପର୍ଯ୍ୟାୟରେ ନିର୍ବାଚନରେ ୪ ସଂସଦୀୟ କ୍ଷେତ୍ର ଅଧୀନସ୍ଥ ୨୮ ବିଧାନସଭା ଆସନରୁ ବିଜେଡି ୨୩ ଓ ବିଜେପି ୨ଟି ଆସନରେ ବିଜୟୀ ହୋଇ ପାରନ୍ତି। ଅବଶିଷ୍ଟ ୩ଟି ଆସନରେ କଡ଼ା ମୁକାବିଲା ହୋଇଛି। ନବରଙ୍ଗପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନବରଙ୍ଗପୁର ଓ ଉମରକୋଟ ବିଧାନସଭା ଆସନ ବିଜେପିକୁ ଯାଇପାରେ। ତେବେ ଅନ୍ୟ ୫ଟି ଆସନ ଝରିଗାଁ, ଡାବୁଗାଁ, କୋଟପାଡ଼, ମାଲକାନଗିରି ଓ ଚିତ୍ରକୋଣ୍ଡାରେ ବିଜେଡି ବିଜୟୀ ହୋଇପାରେ। କୋରାପୁଟ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ଟି ଆସନ ମଧ୍ୟରୁ ଜୟପୁରରେ କଂଗ୍ରେସ ଓ ଲକ୍ଷ୍ମୀପୁରରେ ବିଜେଡି-କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲାର ସୂଚନା ମିଳିଛି। ଏହାବ୍ୟତୀତ କୋରାପୁଟ, ପଟାଙ୍ଗୀ, ରାୟଗଡ଼ା, ବିଷମ କଟକ, ଗୁଣୁପୁର ଆଦି ଆସନଗୁଡ଼ିକ ବିଜେଡି ବିଜୟୀ ହୋଇପାରେ। ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ କେବଳ ଦିଗପହଣ୍ଡିରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ସୂଚନା ମିଳିଛି। ଏହାବ୍ୟତୀତ ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର, ଚିକିଟି, ମୋହନା, ପାରଳାଖେମୁଣ୍ଡି ଆସନଗୁଡ଼ିକ ବିଜେଡି ସପକ୍ଷରେ ଯାଇପାରେ। କଳାହାଣ୍ଡି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସମସ୍ତ ୭ଟି ବିଧାନସଭା କ୍ଷେତ୍ରରେ ଫଳାଫଳ ବିଜେଡି ସପକ୍ଷରେ ଯାଇପାରେ ବୋଲି ବୁଥ୍‌ ବାହୁଡ଼ା ମତରୁ ସ୍ପଷ୍ଟ ହୋଇଛି।
ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ୫ଟି ସଂସଦୀୟ କ୍ଷେତ୍ରରେ ଅନୁଷ୍ଠିତ ୩୫ ବିଧାନସଭା କ୍ଷେତ୍ର ମଧ୍ୟରୁ ୨୭ଟି ବିଜେଡି ସପକ୍ଷରେ ଯାଇପାରେ ବୋଲି କୁହାଯାଉଛି। ସେହିପରି ଏହି ପର୍ଯ୍ୟାୟରେ ବିଜେପି ୩ଟି ଓ କଂଗ୍ରେସ ୨ଟି ଆସନ ପାଇବ ବୋଲି ଆକଳନ କରାଯାଇଛି। ୩ଟି ଆସନରେ କଡ଼ା ମୁକାବିଲା ସମ୍ଭାବନା ରହିଛି। ଆସ୍କା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସାନଖେମୁଣ୍ଡି ବିଧାନସଭା ଆସନ କଂଗ୍ରେସକୁ, କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କଣ୍ଟାମାଳ ବିଧାନସଭା ଆସନ ବିଜେପିକୁ ବରଗଡ଼ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନ ବିଜେପିକୁ, ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ତଳସରା ଆସନ ବିଜେପିକୁ ଓ ବଣାଇ ଆସନ ସିପିଏମ୍‌କୁ ଯାଇପାରେ ବୋଲି କୁହାଯାଉଛି। ଅନୁରୂପ ଭାବରେ ବୀରମହାରାଜପୁରରେ ବିଜେଡ଼ି-ବିଜେପି, ପାଟଣାଗଡ଼ରେ ବିଜେଡି-ବିଜେପି ମଧ୍ୟରେ କଡ଼ା ମୁକାବିଲା ହୋଇଥିବାରୁ କେହି ବି ବିଜୟୀ ହୋଇପାରନ୍ତି। ଏହି ଆସନ ବ୍ୟତୀତ ଅନ୍ୟ ସମସ୍ତ ୨୬ଟି ବିଧାନସଭା ଆସନରେ ବିଜେଡି ବିଜୟୀ ହେବ ବୋଲି ବୁଥ୍‌ ବାହୁଡ଼ା ମତରୁ ସ୍ପଷ୍ଟ ହୋଇଛି।
ପ୍ରଥମ ଦୁଇ ପର୍ଯ୍ୟାୟ ପରି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ବିଜେଡି ମଧ୍ୟ ନିଜର ସଫଳତା ଧାରା ଅବ୍ୟାହତ ରଖିଛି ବୋଲି ସର୍ବେକ୍ଷଣରୁ ସୂଚନା ମିଳିଛି। ଏହି ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ର ଅଞ୍ଚଳର ୪୨ଟି ବିଧାନସଭା ଆସନରୁ ବିଜେଡି ସପକ୍ଷରେ ୩୩ଟି, ବିଜେପି ସପକ୍ଷରେ ୩ଟି ଆସନ ଯାଇପାରେ। ୬ଟି ଆସନରେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ସୂଚନା ମିଳିଛି। ପୁରୀ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କେବଳ ବ୍ରହ୍ମଗିରିରେ ଉଭୟ ବିଜେଡି-ବିଜେପି ମଧ୍ୟରେ କଡ଼ା ମୁକାବିଲା ହୋଇଛି। ଅନ୍ୟ ୬ଟି ବିଧାନସଭା କ୍ଷେତ୍ରରେ ବିଜେଡି ବିଜୟୀ ହେବ ବୋଲି ଏକ୍‌ଜିଟ୍‌ ପୋଲରୁ ସୂଚନା ମିଳିଛି। ଅନୁରୂପ ଭାବରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଭୁବନେଶ୍ୱର (ମଧ୍ୟ) ବିଧାନସଭା ଆସନରେ ବିଜେଡି-ବିଜେପି ମଧ୍ୟରେ ଲଢେ଼ଇ ଜୋରଦାର ହୋଇଛି। ଏହାବ୍ୟତୀତ ଅନ୍ୟ ୬ଟି ବିଧାନସଭା ଆସନ ବିଜେଡି ସପକ୍ଷରେ ଯାଇପାରେ ବୋଲି କୁହାଯାଉଛି। ସେହିପରି କଟକ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସମସ୍ତ ୭ଟି ଆସନରେ ବିଜେଡି ବିଜୟୀ ହେବ। କେନ୍ଦୁଝର ସଂସଦୀୟ କ୍ଷେତ୍ରର ପାଟଣା ଓ କରଞ୍ଜିଆରେ ବିଜେପିର ବିଜୟ ସମ୍ଭାବନା ରହିଛି ଓ କେନ୍ଦୁଝରରେ ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଏହାବ୍ୟତୀତ ଅନ୍ୟ ୪ଟି ଆସନ ଚମ୍ପୁଆ, ତେଲକୋଇ, ଘସିପୁରା, ଆନନ୍ଦପୁରରେ ବିଜେଡି ବିଜୟୀ ହୋଇପାରେ। ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ପରଜଙ୍ଗ ଆସନ ବ୍ୟତୀତ ଅନ୍ୟ ସବୁ ଆସନରେ ବିଜେଡି ସପକ୍ଷରେ ଯିବା ରିପୋର୍ଟ ମିଳିଛି। ପରଜଙ୍ଗରେ ବିଜେଡି-ବିଜେପି ମଧ୍ୟରେ କଡ଼ା ମୁକାବିଲା ରହିଛି। ସମ୍ବଲପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ରେଙ୍ଗାଲି, ରେଢ଼ାଖୋଲ, ଆଠମଲ୍ଳିକ ଓ ଛେଣ୍ଡିପଦା ବିଧାନସଭା ଆସନ ବିଜେଡି ଖାତାକୁ ଯାଇପାରେ। ସେହିପରି କୁଚିଣ୍ଡା ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇ ପାରନ୍ତି। ସମ୍ବଲପୁର ଓ ଦେବଗଡ଼ ଆସନରେ ବିଜେଡି-ବିଜେପି କଡ଼ା ମୁକାବିଲା ସମ୍ମୁଖୀନ ହୋଇଛନ୍ତି ବୋଲି ବୁଥ୍‌ ବାହୁଡ଼ା ମତରୁ ସ୍ପଷ୍ଟ ହୋଇଛି।
ଅନ୍ତିମ ପର୍ଯ୍ୟାୟରେ ଆଜି ଅନୁଷ୍ଠିତ ହୋଇଥିବା ୬ଟି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା ଆସନରୁ ବିଜେଡି ସର୍ବାଧିକ ସଫଳତା ପାଇବ ବୋଲି ସର୍ବେକ୍ଷଣରୁ ସୂଚନା ମିିଳିଛି। ଏହି ପର୍ଯ୍ୟାୟରେ ୪୨ ବିଧାନସଭା ଆସନରୁ ବିଜେଡି ୩୪ ପର୍ଯ୍ୟନ୍ତ ଆସନରେ ବିଜୟୀ ହେବ ବୋଲି କୁହାଯାଉଛି। ଏହି ପର୍ଯ୍ୟାୟରେ ବିଜେପି ୩ଟି ଆସନରେ ବିଜୟୀ ହୋଇପାରେ ଓ ୫ଟି ଆସନରେ ବିଜେଡି କଡ଼ା ମୁକାବିଲାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ସଂସଦୀୟ କ୍ଷେତ୍ରର ସମସ୍ତ ୨୧ ଆସନ ବିଜେଡି ସପକ୍ଷରେ ଯାଇଥିବା ବୁଥ୍‌ ବାହୁଡ଼ା ମତରୁ ସୂଚନା ମିଳିଛି। ସେହିପରି ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ମୋରଡ଼ା, ବାଲେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ରେମୁଣା ଓ ଭଦ୍ରକ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଧାମନଗର ଆସନ ବିଜେପି ସପକ୍ଷରେ ଯାଇପାରେ। ଏହାବ୍ୟତୀତ ଚାନ୍ଦବାଲି, ବାଲେଶ୍ୱର, ନୀଳଗିରି, ବଡ଼ସାହି ଓ ଯଶୀପୁର ବିଧାନସଭା ଆସନରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହୋଇଥିବା ସୂଚନା ମିଳିଛି।