Cannes Film Festival - The Sakala

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ଫ୍ରାନ୍ସରେ ଚାଲିଥିବା ୨୦୨୬ କାନ୍ସ ଫିଲ୍ମ ଫେଷ୍ଟିଭାଲ (Cannes Film Festival) ରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମିସ୍ ଭେନେଜୁଏଲା ୨୦୨୫ (Miss Venezuela 2025) ଆଣ୍ଡ୍ରିଆ ଡେଲ୍ ଭାଲ୍ (Andrea Del Val) ଙ୍କ ଉପରେ ତାଙ୍କ ନିଜ ସେଲିବ୍ରିଟି ଷ୍ଟାଇଲିଷ୍ଟ ଜିଓଭାନି ଲଗୁନା (Giovanni Laguna) ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ପରେ ଆଣ୍ଡ୍ରିଆଙ୍କ ମୁହଁ ରକ୍ତାକ୍ତ ହୋଇଯାଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ହୋଟେଲ ରୁମରେ ହାଇଡ୍ରାମା

ରିପୋର୍ଟ ଅନୁଯାୟୀ, ଗତ ମଙ୍ଗଳବାର ଦିନ ଫ୍ରାନ୍ସର କାନ୍ସ ସ୍ଥିତ ଏକ ବିଳାସପୂର୍ଣ୍ଣ ହୋଟେଲ ରୁମରେ ଏହି ଘଟଣା ଘଟିଥିଲା। ୨୯ ବର୍ଷୀୟା ଆଣ୍ଡ୍ରିଆ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ତାଙ୍କ ମୁହଁରୁ ରକ୍ତ ବୋହୁଥିବାର ଦେଖିବାକୁ ମିଳିଥିଲା। ଭିଡିଓରେ ସେ କହିଛନ୍ତି, "ଦେଖନ୍ତୁ, ଜିଓଭାନି ଲଗୁନା ମୋ ସହ କ'ଣ କରିଛନ୍ତି। ତୁମର ଅସଲ ରୂପ ଦୁନିଆକୁ ଦେଖାଇଦେଲ ଅଥବା ତୁମେ ପ୍ରକୃତରେ କିଏ ତାହା ଜଣାପଡିଗଲା।" ଭିଡିଓରେ ହୋଟେଲ ରୁମ୍‌ର ଆସବାବପତ୍ର ଏଣେତେଣେ ପଡ଼ିଥିବାର ମଧ୍ୟ ଦେଖିବାକୁ ମିଳିଥିଲା, ଯାହା ଏକ ବଡ଼ ଧରଣର ଧସ୍ତାଧସ୍ତି ହୋଇଥିବାର ସୂଚନା ଦେଉଛି।

ପୋଲିସର ହସ୍ତକ୍ଷେପ ଏବଂ ଷ୍ଟାଇଲିଷ୍ଟଙ୍କ ପ୍ରତିକ୍ରିୟା

ହୋଟେଲରେ ରହୁଥିବା ଅନ୍ୟ ଅତିଥିମାନେ ପାଟିତୁଣ୍ଡ ଏବଂ ଚିତ୍କାର ଶୁଣିବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ୩୩ ବର୍ଷୀୟ ଜିଓଭାନି ଲଗୁନାଙ୍କୁ ପଚରାଉଚରା ପାଇଁ ହେପାଜତକୁ ନେଇଥିଲା। ତେବେ ଲଗୁନା ଏହି ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସେ ଜାଣିଶୁଣି ଆଣ୍ଡ୍ରିଆଙ୍କୁ ଆଘାତ ଦେଇନାହାଁନ୍ତି। ଆଣ୍ଡ୍ରିଆଙ୍କ ଫୋନ୍ ଛଡ଼ାଇ ନେବାକୁ ଚେଷ୍ଟା କଲାବେଳେ ସେ ତଳେ ଥିବା ଏକ ମେକଅପ୍ ଲାଇଟ୍ ବା ଟ୍ରାଇପଡରେ ଝୁଣ୍ଟି ପଡ଼ିଥିଲେ ଏବଂ ସେହି ଉପକରଣଟି ବାଜିବା କାରଣରୁ ଆଣ୍ଡ୍ରିଆଙ୍କୁ ଆଘାତ ଲାଗିଥିଲା।

ବର୍ତ୍ତମାନର ସ୍ଥିତି

ସୂଚନାଯୋଗ୍ୟ ଯେ, ଜିଓଭାନି ଲଗୁନା ଲାଟିନ୍ ଆମେରିକାର ଜଣେ ପ୍ରସିଦ୍ଧ ସେଲିବ୍ରିଟି ଷ୍ଟାଇଲିଷ୍ଟ ଏବଂ ସେ 'ମିସ୍ ୟୁନିଭର୍ସ କଲମ୍ବିଆ'ର କ୍ରିଏଟିଭ୍ ଡିରେକ୍ଟର ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ଫ୍ରେଞ୍ଚ ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି। ଡାକ୍ତରୀ ଚିକିତ୍ସା ପରେ ଆଣ୍ଡ୍ରିଆ ଡେଲ୍ ଭାଲ୍ ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।

ଅନୁରାଗ କଶ୍ୟପଙ୍କ ଫିଲ୍ମ 'କେନେଡି'ର ଓଟିଟି ରିଲିଜ୍ ତାରିଖ ଘୋଷଣା, ଏହି ଦିନ ZEE5ରେ ହେବ ଷ୍ଟ୍ରିମିଂ
ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶିତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର 'କେନେଡି' (Kennedy) ର ଓଟିଟି (OTT) ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଦର୍ଶକମାନେ ଦୀର୍ଘ ଦିନ ଧରି ଏହି ସସପେନ୍ସ ଥ୍ରୀଲର ଚଳଚ୍ଚିତ୍ରକୁ ଅପେକ୍ଷା କରିଥିଲେ, ଯାହାର ଅନ୍ତ ଘଟିବାକୁ ଯାଉଛି।

ZEE5ରେ ହେବ ଷ୍ଟ୍ରିମିଂ

ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଫେବୃଆରୀ ୨୦ ତାରିଖରୁ ଏହି ଚଳଚ୍ଚିତ୍ରଟି ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ZEE5 ରେ ପ୍ରିମିୟର ହେବ। ଏନେଇ ନିର୍ମାତାଙ୍କ ପକ୍ଷରୁ ଅଫିସିଆଲ୍ ଟ୍ରେଲର ଜାରି କରାଯିବା ସହ ରିଲିଜ୍ ତାରିଖ ସ୍ପଷ୍ଟ କରାଯାଇଛି।

ମୁଖ୍ୟ ଭୂମିକାରେ ରାହୁଲ ଏବଂ ସନି

ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ରାହୁଲ ଭଟ୍ଟ ଏବଂ ବଲିଉଡ୍ ଅଭିନେତ୍ରୀ ସନି ଲିଓନି। 'କେନେଡି'ର କାହାଣୀ ଜଣେ ଅନିଦ୍ରା ରୋଗରେ ପୀଡ଼ିତ ପୂର୍ବତନ ପୋଲିସ୍ ଅଫିସରଙ୍କ ଉପରେ ଆଧାରିତ, ଯିଏ ଏକ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥା ଭିତରେ ନିଜର ମୁକ୍ତି ପାଇଁ ସଂଘର୍ଷ କରୁଛନ୍ତି।

କାନ୍ସରେ ହୋଇଥିଲା ପ୍ରଦର୍ଶିତ

ଉଲ୍ଲେଖଯୋଗ୍ୟ ଯେ, ଏହି ଚଳଚ୍ଚିତ୍ରଟି ୨୦୨୩ ମସିହାରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ (Cannes Film Festival) ପ୍ରଦର୍ଶିତ ହୋଇ ବେଶ୍ ପ୍ରଶଂସା ସାଉଁଟିଥିଲା। ଦୀର୍ଘ ଦିନର ବ୍ୟବଧାନ ପରେ ଏହା ଭାରତୀୟ ଦର୍ଶକଙ୍କ ପାଇଁ ଓଟିଟିରେ ମୁକ୍ତିଲାଭ କରୁଛି।

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଶାର ହସ୍ତତନ୍ତକୁ ପ୍ରଶଂସା
ଭୁବନେଶ୍ୱର: କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୨୪ରେ ଓଡ଼ିଶାର ଚଳଚ୍ଚିତ୍ର ନିର୍ମାତା ବିଶ୍ୱନାଥ ରଥ କୋଟପାଡ଼ ହସ୍ତତନ୍ତର ପ୍ରଦର୍ଶନ ସହ ହାବାସପୁରୀ ହସ୍ତତନ୍ତ ଉପରେ ଫିଚର ଡକ୍ୟୁମେଣ୍ଟାରୀ ପୋଷ୍ଟର ଉନ୍ମୋଚନ କରି ଇତିହାସ ସୃଷ୍ଟି କରିଛନ୍ତି। ଏକ ଦଶନ୍ଧିରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଲେଖକ-ନିର୍ଦ୍ଦେଶକ ବିଶ୍ୱନାଥ ରଥ ଏବଂ ତାଙ୍କର କ୍ଷୁଦ୍ର ଚଳଚ୍ଚିତ୍ର, ଡକ୍ୟୁମେଣ୍ଟାରୀ, ମ୍ୟୁଜିକ୍‌‌ ଭିଡିଓ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ତଥା ଓଟିଟି ପ୍ଲାଟଫର୍ମରେ ଓଡ଼ିଶା ସମତେ ଭାରତ ଏବଂ ଏପରିକି ଏସିଆର ପ୍ରତିନିଧିତ୍ୱ କରିବାରେ ପୂର୍ବରୁ ମଧ୍ୟ ବେଶ୍‌‌ ସୁନାମ ଅର୍ଜନ କରିଛନ୍ତି।

କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୭ତମ ସଂସ୍କରଣରେ ପ୍ରଥମ ଥର ଗସ୍ତରେ ଯାଇ ବିଶ୍ୱନାଥ ତାଙ୍କ ଆଗାମୀ ଓଡ଼ିଆ-ଇଂରାଜୀ ଫିଚର-ଡକ୍ୟୁମେଣ୍ଟାରୀ ପୋଷ୍ଟର ‘ହାବାସପୁରୀ ୱେଭିଂ: ଦ ସେକେଣ୍ଡ ଏଣ୍ଡ୍‌‌ ଲାଷ୍ଟ ଡେଥ୍‌‌’ ଉନ୍ମୋଚନ କରିଛନ୍ତି। ଏହା ହାବାସପୁରୀ ହସ୍ତତନ୍ତ ବିଷୟ ଉପରେ ଆଧାରିତ। ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ଅନନ୍ୟ, ପୁରାତନ, ପ୍ରଶଂସିତ ହସ୍ତତନ୍ତ ହୋଇଥିବା ବେଳେ ବର୍ତ୍ତମାନ ଏହା ବିଲୁପ୍ତ ପ୍ରାୟ। ସେହିପରି ହସ୍ତତନ୍ତ ଡକ୍ୟୁମେଣ୍ଟାରୀ ‘କୋଟପାଡ଼ ୱେଭିଙ୍ଗ: ଦ ଷ୍ଟୋରି ଅଫ ଏ ରେସ୍‌‌ ଏଗନେଷ୍ଟ ଟାଇମ’ ର ପଦାଙ୍କ ଅନୁସରଣ କରି ଏହି ଉଲ୍ଲେଖନୀୟ ଫିଚର୍‌‌ ଡକ୍ୟୁମେଣ୍ଟାରୀ ଓଡ଼ିଶାର ସମୃଦ୍ଧ କାରିଗର ଐତିହ୍ୟକୁ ସଂରକ୍ଷଣ କରିବାରେ ସହାୟକ ହେବ। ବିଶ୍ୱନାଥ ରଥ ତାଙ୍କ ବ୍ୟାନର ‘ବିଏନ୍‌‌ଆର ଫିଲ୍ମସ୍‌‌’ ରେ ଏହି ଫିଚର ଡକ୍ୟୁମେଣ୍ଟାରୀର ପ୍ରଯୋଜନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ମୟୂର ମହାପାତ୍ର। ଓଡ଼ିଶା ତଥା ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରା କାନ୍ସ ଫିଲ୍ମ ଫେଷ୍ଟିଭାଲ ଇତିହାସରେ ପ୍ରଥମ ଥର ପାଇଁ କୋଟପାଡ଼ ହସ୍ତତନ୍ତ ପ୍ରଦର୍ଶନ କରାଯାଇଥିଲା। ଏନେଇ ବିଶ୍ୱନାଥ କହିଛନ୍ତି ଯେ, କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌‌ରେ ଏହା ମୋର ପ୍ରଥମ ଅନୁଭୂତି। ଯଦିଓ ପୂର୍ବରୁ ସମ୍ୱଲପୁରୀ ହସ୍ତତନ୍ତ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶିତ ହୋଇଛି, ପ୍ରଥମ ଥର ପାଇଁ ଏହି ଚଳଚ୍ଚିତ୍ର ମହୋତ୍ସବରେ କୋଟପାଡ଼ ହସ୍ତତନ୍ତ ବିଶ୍ୱବ୍ୟାପି ପ୍ରଦର୍ଶିତ ହୋଇଥିଲା; ଯାହା ଓଡ଼ିଶା ପାଇଁ ଗର୍ବର ବିଷୟ।