Kolkata Knight Riders won by 8 wkts - The Sakala
ଚେନ୍ନଇ: ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୮ ୱିକେଟରେ ହରାଇ କୋଲକାତା ନାଇଟ୍‌ ରାଇଡର୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)- ୨୦୨୪ ସଂସ୍କରଣରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ଏହି ଫାଇନାଲରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ୍‌ ପ୍ରତିପକ୍ଷ କୋଲକାତା ବୋଲରଙ୍କୁ ଉଚିତ ମୁକାବିଲା କରି ନ ପାରି ୧୮.୩ ଓଭରରେ ମାତ୍ର ୧୧୩ ରନ୍‌ କରି ଅଲଆଉଟ ହୋଇଯାଇଥିଲା। ଜବାବରେ କୋଲକାତା ୧୦.୩ ଓଭରରେ ମାତ୍ର ୨ ୱିକେଟ ହରାଇ ସହଜରେ ବିଜୟୀ ହୋଇଥିଲା। ଦଳ ପକ୍ଷରୁ ଭେଙ୍କଟେଶ ଆୟର ମାତ୍ର ୨୬ ବଲ୍‌ରେ ୪ ଚୌକା ଓ ୩ଛକା ସହ ଅପରାଜିତ ୫୨ ଏବଂ ରହମନୁଲ୍ଲା ଗୁରବାଜ ୩୨ ବଲ୍‌ରେ ୫ ଚୌକା ଓ ୨ଛକା ସହ ୩୯ ରନ୍‌ କରି କୋଲକାତାକୁ ଏହି ଏକତରଫା ବିଜୟ ପ୍ରଦାନ କରିଥିଲେ। ଚାମ୍ପିଅନ ହେବା ଫଳରେ କୋଲକାତା ଟ୍ରଫି ସହ ୨୦ କୋଟି ଓ ରନର୍ସ ଅପ୍‌ ହାଇଦ୍ରାବାଦ୍‌ ଟ୍ରଫି ସହ ୧୨.୫ କୋଟି ଟଙ୍କାର ପୁରସ୍କାର ପାଇଛି। ଆଇପିଏଲ୍‌ ଇତିହାସରେ କୋଲକାତା ତୃତୀୟଥର ଟାଇଟଲ ଜିତିଥିଲାବେଳେ ହାଇଦ୍ରାବାଦ୍‌ ଦ୍ୱିତୀୟଥର ରନର୍ସ ଅପ୍‌ ହୋଇଛି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ରବିବାର ଖେଳାଯାଇଥିବା ଫାଇନାଲ ଲୋ ସ୍କୋରିଂ ହେବାକୁ ସମସ୍ତଙ୍କୁ ନିରାଶ କରିଥିଲା। ଚଳିତ ଆଇପିଏଲ୍‌ରେ ଉଭୟଦଳ ପଏଣ୍ଟ ସାରଣୀର ପ୍ରଥମ ଦୁଇଟି ସ୍ଥାନ ହାସଲ କରିଥିଲେ। କୋଲ୍‌କାତା ନାଇଟ୍‌ ରାଇଡର୍ସର ସୁନିଲ୍‌ ନାରିନ୍‌ ଟୁର୍ଣ୍ଣାମେଣ୍ଟ ଓ ମିଚେଲ୍‌ ଷ୍ଟାର୍କ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।