Cyclone Remal - The Sakala

ପଶ୍ଚିମବଙ୍ଗରେ ତାଣ୍ଡବ ରଚିଲା ‘ରେମଲ୍‌’, ବାଂଲାଦେଶରେ ପ୍ରବଳ ବର୍ଷା
କୋଲକାତା:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ‘ରେମଲ’ ପ୍ରଚଣ୍ଡ ରୂପ ଧାରଣ କରିଛି। ଏହା ରବିବାର ଭୀଷଣ ବାତ୍ୟା ରୂପ ନେଇଛି। ଏହା ଘଣ୍ଟା ପ୍ରତି ୧୩ କିମି ବେଗରେ ବଙ୍ଗୋପସାଗର ଉପକୂଳରେ ଉତ୍ତର ଦିଗ ଅଭିମୁଖେ ବଢ଼ି ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁଛି। ଏଠାରୁ ପଶ୍ଚିମବଙ୍ଗ ଅଭିମୁଖେ ଅଗ୍ରସର ହେଉଛି। ଏଥିଯୋଗୁଁ ପ୍ରବଳ ବର୍ଷା ଲାଗି ରହିଛି। ଜୋର୍‌ରେ ପବନ ହେଉଛି। ସାଗର ଦ୍ବୀପରେ ବାତ୍ୟା ତାଣ୍ଡବ ରଚିଥିଲା। ପବନରେ ଅନେକ ଗଛ ଭାଙ୍ଗି ଯାଇଛି। ଘରଦ୍ବାର ଉଡ଼ି ଯାଇଛି। ଏହି ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଜାରି ରହିଥିଲା। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ପାଖାପାଖି ୧୨୦ କି‌ଲୋମିଟର ରହିଥିବା ଜଣାପଡ଼ିଛି। ରାତି ୮ଟା ୩୦ରେ ‘‌ରେମାଲ’ ସାଗର ଦୀପଠାରୁ ୧୩୦ କିମି, ଖେପୁପରାଠାରୁ ୧୪୦ ଓ ମୋଙ୍ଗଲା(ବାଂଲାଦେଶ)ଠାରୁ ୧୬୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିଲା। ଲ୍ୟାଣ୍ଡଫଲ୍ ପରେ ବାଂଲାଦେଶ ଉପକୂଳ ଓ ସଂଲଗ୍ନ ପଶ୍ଚିମବଙ୍ଗରେ ତାଣ୍ଡବ ରଚିବା ଆରମ୍ଭ କରିଛି। ଫଳରେ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି କରିଛି ‘ରେମଲ’। ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଉପୁଡ଼ିବା ସହ ଭାଙ୍ଗିଛି ଘର। ଏବେ ବି ପଶ୍ଚିମବଙ୍ଗ ଓ ବାଂଲାଦେଶରେ ଜାରି ରହିଛି ବର୍ଷା। ଭୀଷଣ ବାତ୍ୟା ଭାବେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିଥିବା ବେଳେ ରାତି ୧୦ଟା ୩୦ରୁ ୧୨ଟା ୩୦ ମଧ୍ୟରେ ଉପକୂଳ ଅତିକ୍ରମ କରିଥିଲା ବାତ୍ୟା।

ବାତ୍ୟା ପ୍ରଭାବରେ ଉତ୍ତର ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିଛି। ଭୀଷଣ ବାତ୍ୟା ଏବେ କ୍ରମଶଃ ଦୁର୍ବଳ ହେବା ସହ ଉତ୍ତର ଦିଗକୁ ଗତି କରିଛି । ତେବେ ସ୍ଥଳଭାଗ ଅତିକ୍ରମ କରିବା ସମୟରେ ବାତ୍ୟା ରେମାଲ ପଶ୍ଚିମବଙ୍ଗ ଉପକୂଳ ଏବଂ ବାଂଲାଦେଶର ଅନେକ ସ୍ଥାନରେ ତାଣ୍ଡବ ରଚିଥିବା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ବେଗରେ ପବନ ବହିବା ସହ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡିରହିଛି । ସେହିପରି ସମୁଦ୍ରରେ ମଧ୍ୟ ଉଚ୍ଚ ଲହରୀ ଆସୁଥିବା ଦେଖିବାକୁ ମିଳିଛି । ବାତ୍ୟାର କ୍ଷୟକ୍ଷତି ଏବଂ ମୃତାହତ ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନି । ଓଡ଼ିଶା ଉପରେ ଏହି ବାତ୍ୟାର ପ୍ରଭାବ ବିଶେଷ ନଥିଲେ ମଧ୍ୟ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ରାତି ତମାମ ବର୍ଷା ହୋଇଛି । ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି ।

ସ୍ଥଳଭାଗ ମୁହାଁ ବାତ୍ୟା ‘ରେମାଲ୍’, ଆଜି ମଧ୍ୟରାତ୍ରୀରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳ ଛୁଇଁବ ‘ରେମାଲ୍’
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ସାମୁଦ୍ରିକ ଝଡ଼ରେ ପରିଣତ ହେବା ସହିତ ଆଜି ମଧ୍ୟରାତ୍ରୀ ସୁଦ୍ଧା ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳ ଛୁଇଁବ ବୋଲି ଶନିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସତର୍କ କରି ଦିଆଯାଇଛି। ଏହି ଝଡ଼ର ନାମକରଣ ‘ରେମାଲ୍’ ରଖାଯାଇଥିଲା ବେଳେ ଏହା ସ୍ଥଳ ଭାଗ ଛୁଇଁବା ପରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳ ବ୍ୟତୀତ ଉତ୍ତରପୂର୍ବାଞ୍ଚଳର କିଛି ରାଜ୍ୟ ପ୍ରଭାବିତ ହେବ ବୋଲି ଆଇଏମଡି କହିଛି। ରେମାଲ୍ ପ୍ରଭାବରେ ତ୍ରିପୁରା, ମଣିପୁର, ଆସାମ ଏବଂ ନାଗାଲାଣ୍ଡରେ ପ୍ରବଳ ବେଗରେ ପବନ ଏବଂ ବର୍ଷା ହେବ। ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସହ ବିଭିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ସତର୍କ କରି ଦେଇଛି। ୨୬ ଏବଂ ୨୭ ତାରିଖରେ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ ସୂଚନା ଦିଆଯାଇଛି।

ରେମାଲ୍ ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପଶ୍ଚିମବଙ୍ଗ ଓ ବାଂଲାଦେଶର ତଳିଆ ଅଞ୍ଚଳରେ ୧.୫ ମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଆସିବା ସହିତ ସଂପୃକ୍ତ ଅଞ୍ଚଳକୁ ଜଳମଗ୍ନ କରିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ୨୭ ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗରରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ସତର୍କ କରାଇ ଦିଆଯାଇଛି। ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲା ଦକ୍ଷିଣ ଓ ଉତ୍ତର ୨୪ ପ୍ରଗଣାରେ ଦୁଇ ଦିନ ପାଇଁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଆଇଏମଡି ସୂଚନା ଅନୁଯାୟୀ ଚଳିତ ବର୍ଷ ମୌସୁମୀ ପୂର୍ବରୁ ବଙ୍ଗୋପସାଗରରେ ଏହା ହେଉଛି ପ୍ରଥମ ସାମୁଦ୍ରିକ ଝଡ଼।