Thane - The Sakala

୫୦ ହଜାର ଟଙ୍କା ପାଇଁ ଆଦିବାସୀ ଯୁବକଙ୍କୁ ଗଛରେ ଓଲଟା ଟାଙ୍ଗି ମାଡ଼ ମାରିଲେ ଇଟାଭାଟି ମାଲିକ, କ୍ଷତ ସ୍ଥାନରେ ଲଗାଇଲେ ଲଙ୍କାଗୁଣ୍ଡ
ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଏକ ଅତି ଅମାନବୀୟ ତଥା ବର୍ବରୋଚିତ ଘଟଣା ସାମ୍ନାକୁ ଆସିଛି। ଜଣେ ୨୫ ବର୍ଷୀୟ ଆଦିବାସୀ ଯୁବକଙ୍କୁ ଅପହରଣ କରାଯିବା ପରେ ତାଙ୍କୁ ଗଛରେ ଓଲଟା ଟାଙ୍ଗି ନିର୍ଦ୍ଦୟ ଭାବେ ପିଟିଛନ୍ତି ଜଣେ ଇଟାଭାଟି ମାଲିକ। ଏପରିକି ଯୁବକଙ୍କ କ୍ଷତ ସ୍ଥାନରେ ଲଙ୍କାଗୁଣ୍ଡ ଲଗାଇଦେବା ଭଳି ସାଂଘାତିକ ଅଭିଯୋଗ ହୋଇଛି। ପୀଡ଼ିତଙ୍କ ବଡ଼ ଭାଇ ନେଇଥିବା ୫୦,୦୦୦ ଟଙ୍କା ଉଧାରକୁ କେନ୍ଦ୍ର କରି ଏହି ଜଘନ୍ୟ କାଣ୍ଡ ଘଟିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

ଟଙ୍କା ଉଧାର ନେଇ ଫେରାର ଥିଲା ଭାଇ

ପୋଲିସର ସୂଚନାନୁସାରେ, ପୀଡ଼ିତ ଯୁବକ ଜଣକ ହେଉଛନ୍ତି ପାଲଘର ଅଞ୍ଚଳର ବାସିନ୍ଦା ସୁଭାଷ ଶିନୱାର ଭୋଇର (୨୫)। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଭିୱଣ୍ଡି ଅଞ୍ଚଳର ଇଟାଭାଟି ମାଲିକ ନନ୍ଦୁ ଦେଓଲିକର ଏବଂ ତାଙ୍କର ଜଣେ ସହଯୋଗୀ। ଅଭିଯୋଗ ଅନୁଯାୟୀ, ଗତ ବୁଧବାର ଦିନ ଅଭିଯୁକ୍ତମାନେ ସୁଭାଷଙ୍କୁ ତାଙ୍କ ବଡ଼ ଭାଇଙ୍କୁ ଖୋଜିବା ବାହାନାରେ ଜୋରଜବରଦସ୍ତି ଏକ ଚାରିଚକିଆ ଯାନରେ ଉଠାଇ ନେଇଥିଲେ। ସୁଭାଷଙ୍କ ବଡ଼ ଭାଇ ଇଟାଭାଟି ମାଲିକଙ୍କଠାରୁ ୫୦ ହଜାର ଟଙ୍କା ଉଧାର ନେଇ ଫେରାର ଥିଲେ। ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ବଡ଼ ଭାଇଙ୍କର କୌଣସି ପତ୍ତା ନ ମିଳିବାରୁ ସେମାନେ ସୁଭାଷଙ୍କୁ ଭିୱଣ୍ଡିର ପାୟେ ଅଞ୍ଚଳରେ ଥିବା ନିଜ ଇଟାଭାଟିକୁ ନେଇଯାଇଥିଲେ।

ଗଛରେ ଓଲଟା ଟାଙ୍ଗି କଲେ ନିର୍ମମ ମାଡ଼

ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତମାନେ କ୍ରୂରତାର ସମସ୍ତ ସୀମା ପାର କରିଥିଲେ। ସେମାନେ ଯୁବକଙ୍କ ହାତ ଓ ଗୋଡ଼କୁ ରଶିରେ ବାନ୍ଧି ଏକ ଗଛରେ ଓଲଟା ଟାଙ୍ଗି ଦେଇଥିଲେ। ଏହାପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ତାଙ୍କୁ ବେଧଡ଼କ ପିଟିଥିଲେ। ଏତିକିରେ ସେମାନଙ୍କ ରାଗ ଶାନ୍ତ ହୋଇନଥିଲା, ସେମାନେ ସୁଭାଷଙ୍କ କ୍ଷତ ସ୍ଥାନରେ ଲଙ୍କାଗୁଣ୍ଡ ଭର୍ତ୍ତି କରିଦେଇଥିଲେ। ଯନ୍ତ୍ରଣାରେ ଛଟପଟ ହୋଇ ଯୁବକ ଜଣକ ଚିତ୍କାର କରିଥିଲେ ମଧ୍ୟ କେହି ତାଙ୍କୁ ବଞ୍ଚାଇବାକୁ ଆସିନଥିଲେ।

ପୋଲିସରେ ମାମଲା ରୁଜୁ

ଅଭିଯୁକ୍ତମାନେ ଯୁବକଙ୍କୁ ରାତିସାରା ବନ୍ଦୀ କରି ରଖିଥିଲେ। ତେବେ କୌଣସି ମତେ ସୁଯୋଗ ପାଇ ସୁଭାଷ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ସେ ସେଠାରୁ ବାହାରି ନାଗାଭେ ଅଞ୍ଚଳରେ ପହଞ୍ଚିବା ପରେ ପୋଲିସକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ପୀଡ଼ିତଙ୍କ ଅଭିଯୋଗ ଭିତ୍ତିରେ ପୋଲିସ ନନ୍ଦୁ ଦେଓଲିକର ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଅପହରଣ, ବେଆଇନ ଆଟକ, ଏବଂ ମାରଣାସ୍ତ୍ରରେ ଆକ୍ରମଣ କରିବା ଆଦି ଅଭିଯୋଗରେ ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ସଙ୍ଗିନ ଦଫାରେ ମାମଲା ରୁଜୁ କରିଛି। ଫେରାର ଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୮ ମୃତ, ୩୦ରୁ ଊର୍ଦ୍ଧ୍ବ ଆହତ
ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଏକ କେମିକାଲ ଫ୍ୟାକ୍ଟ୍ରିରେ ଗୁରୁବାର ଅପରାହ୍ନରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଅନେକ ଲୋକ ଏବେ ବି ଭିତରେ ଫସି ରହିଛନ୍ତି।‌ ଦମକଳ ବାହୀନି ସହ ଏନଡିଆରଏଫ୍ ଓ ଏସଡିଆରଏଫ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବଏଲର ଫାଟିବା ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ଜଣାଯାଇଛି । କାରଖାନାଟି ଏମଆଇଡିସି ପରିସରରେ ଅବସ୍ଥିତ ।

ସୂଚନା ମୁତାବକ, ଠାଣେର ଏମ୍‌ଆଇଡିସି ଅଞ୍ଚଳର ଫେଜ୍‌-୨ରେ ଥିବା ଓମେଗା ରାସାୟନିକ କାରଖାନାରେ ଏହି ବିସ୍ଫୋରଣ ଘଟିଛି । କର୍ମଚାରୀମାନେ କାରଖାନା ଭିତରେ କାମ କରୁଥିବା ବେଳେ ହଠାତ୍‌ ବିସ୍ଫୋରଣ ଘଟିଥିଲା । ବଏଲର୍‌ରେ ଯାନ୍ତ୍ରିକ ତ୍ରୁଟି ହେତୁ ଏହି ଘଟଣା ଘଟିଥିବା କୁହାଯାଉଛି । ବିସ୍ଫୋରଣ ଓ ନିଆଁ ଲାଗିବା ନେଇ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।ଅଗ୍ନିକାଣ୍ଡର ଖବର ପାଇବା ପରେ ପ୍ରଶାସନ ତୁରନ୍ତ ଚାରିଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳକୁ ପଠାଇଛି । ସେପଟେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମଧ୍ୟ ପୋଲିସ ଫୋର୍ସ ସହିତ ପହଞ୍ଚିଛନ୍ତି ।

କଲ୍ୟାଣ ତହସିଲଦାର ସଚିନ ସେଜଲ କହିଛନ୍ତି, ଘଟଣାସ୍ଥଳରୁ ଏପର୍ଯ୍ୟନ୍ତ ଉଦ୍ଧାର ହୋଇଥିବା ୮ ମୃତଦେହ ଏତେ ମାତ୍ରାରେ ଜଳି ଯାଇଛି ଯେ ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇଛି। ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡରେ ଏହି ଅଞ୍ଚଳର ଅତି କମରେ ପାଞ୍ଚଟି କମ୍ପାନୀ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତିି।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଶିଳ୍ପ ମନ୍ତ୍ରୀ ଉଦୟ ସାମନ୍ତ, ସ୍ଥାନୀୟ ସାଂସଦ ଶ୍ରୀକାନ୍ତ ସିନ୍ଦେ ଏବଂ ବିଧାୟକ ରାଜୁ ପାଟିଲ ମୁମ୍ବାଇ ଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ ଏମ୍ଆଇଡିସି ଶିଳ୍ପାଞ୍ଚଳ ପରିଦର୍ଶନ କରିଛନ୍ତି। ଓଆହତ ବ୍ୟକ୍ତିଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିଛନ୍ତି। ଏହି ଘଟଣାରେ ମୃତାହତଙ୍କୁ ଏକ ସପ୍ତାହ ମଧ୍ୟରେ କ୍ଷତିପୂରଣ ପ୍ରଦାନ କରାଯିବ। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ କାରଖାନାରେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ଏକ କିଲୋମିଟର ଯାଏଁ ଶୁଭିଥିଲା । ବିସ୍ଫୋରଣ ଯୋଗୁଁ ନିକଟସ୍ଥ କୋଠା ଗୁଡ଼ିକର ଝରକା ଫାଟିଯାଇଥିବା ବେଳେ କିଛି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।