covid - The Sakala
ଏବେ ଦିନକୁ ଦିନ ଓମିକ୍ରନ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ଲୋକମାନଙ୍କୁ ମାସ୍କ ଓ ସାନିଟାଇଜର୍‌ ବ୍ୟବହାର ଉପରେ ଗୁରୁତ୍ବ ଦେବା ସମ୍ପର୍କିତ ଅଧିକରୁ ଅଧିକ ସଚେତନତା ବାର୍ତ୍ତା ଦିଆଯାଉଛି। ଏସବୁ ବ୍ୟତୀତ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ କାଢ଼ା, ଡ୍ରାଏ ଫୁଡ୍‌ସ ଓ ଗ୍ରୀନ୍‌ ଟିର ଚାହିଦା ମଧ୍ୟ ବୃଦ୍ଧି ପାଇଛି। ଏହା ସହିତ ଓମିକ୍ରନ୍‌ଠାରୁ ସୁରକ୍ଷା ଦେବା ପାଇଁ ୮ଟି ସୁପରଫୁଡ୍‌ ଖାଇବା ପାଇଁ ପ୍ରାଧାନ୍ୟ ଦିଆଯାଉଛି। ସେହି ୮ଟି ସୁପର୍‌ଫୁଡ୍‌ ହେଉଛି –
-ଆୟୁର୍ବେଦ ଅନୁଯାୟୀ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା କ୍ଷେତ୍ରରେ ଘିଅ ହେଉଛି ସବୁଠାରୁ ଉତ୍କୃଷ୍ଟ। ଏହା ଇନ୍‌ଷ୍ଟାଣ୍ଟ୍‌ ଏନର୍ଜି ଦେବା ସହ ତ୍ବଚାଜନିତ ଅନେକ ସମସ୍ୟାର ସମାଧାନ ମଧ୍ୟ ସହଜରେ କରିଥାଏ।
-କନ୍ଦମୂଳରେ ଭିଟାମିନ୍‌ ଏ, ପୋଟାସିୟମ୍‌, ଭିଟାମିନ୍ ସି, ଓ ବିଟା କାରୋଟିନ୍‌ ଭରପୂର ମାତ୍ରାରେ ଥାଏ। ଏହାକୁ ସାଦା କିମ୍ବା କ୍ଷୀର ସହିତ ଖାଇବା ଦ୍ବାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ।
-ଅଁଳାରେ ଥିବା ଔଷଧୀୟ ଗୁଣ ଅନେକ ରୋଗପାଇଁ ରାମବାଣ ଉପଚାର ସଦୃଶ।
-ଖଜୁରାରେ ଭିଟାମିନ୍‌, ମିନେରାଲ୍‌, ଫାଇବର୍‌ ଓ କ୍ୟାଲସିୟମ୍‌ ଥିବାରୁ ଏହାକୁ ଇମ୍ୟୁନ୍‌ ବୁଷ୍ଟର୍‌ ଫୁଡ୍‌ ଭାବେ ଗଣାଯାଉଛି। ତେଣୁ ଏବେ ଓମିକ୍ରନ୍‌କୁ ପ୍ରତିହତ କରିବା ପାଇଁ ଅଧିକ ମାତ୍ରାରେ ଖଜୁରା ଖାଇବା ଆବଶ୍ୟକ।
-ଥଣ୍ଡାଜନିତ ରୋଗବ୍ୟାଧି ଦୂର କରିବା କ୍ଷେତ୍ରରେ ଗୁଡ଼ ବେଶ୍‌ ଲାଭଦାୟକ। ଗୁଡ଼ରେ ଥିବା ଆଇରନ୍‌, ମ୍ୟାଗ୍ନେସିୟମ୍‌, ଜିଙ୍କ୍‌, ସେଲେନିୟମ୍‌ ଓ ପୋଟାସିୟମ୍‌, ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ଦ୍ବିଗୁଣା କରିଥାଏ।
-ବାଜରାରେ ଥିବା ନ୍ୟୁଟ୍ରିଅନ୍ସ, ଭିଟାମିନ୍‌, ମିନେରାଲ୍‌, ଫାଇବର୍‌ ଓ ଭିଟାମିନ୍‌ ଶରୀରର ସ୍ନାୟୁ ଓ ମାଂସପେଶୀକୁ ସୁଦୃଢ଼ କରିବା ସହିତ ଶରୀରର ଉତ୍ତାପକୁ ନିୟନ୍ତ୍ରଣ କରେ। ତେଣୁ ସର୍ଦ୍ଦି ଓ ଥଣ୍ଡାକାଶ ଦୂର କରିବା କ୍ଷେତ୍ରରେ ବାଜରା ଭଳି ଅନ୍ୟ ଶସ୍ୟଜାତୀୟ ଖାଦ୍ୟ ଉପରେ ଗୁରୁତ୍ବ ଦିଅନ୍ତୁ।
-ଅକ୍ସିଡେଟିଭ୍‌ ଓ ଆଣ୍ଟି ଇନ୍‌ଫ୍ଲାମେଟାରି ଗୁଣ ଯୋଗୁଁ ଅଦା ଖାଇବା ଦ୍ବାରା ଗଳାଜନିତ ସବୁ ସମସ୍ୟା ଦୂର ହୋଇଥାଏ। କାର୍ଡିଓଭସ୍କୁଲାର୍‌ ଡିଜିଜ୍‌, କ୍ୟାନସର୍‌ ଓ ହଜମ ସମସ୍ୟା ଦୂର କରିବା ପାଇଁ ଅଦା ଲାଭଦାୟକ। ତେଣୁ ଏବେ ଓମିକ୍ରନ୍‌ ସମୟରେ ଅଦା ଖାଇବା ଉପରେ ଦୃଷ୍ଟି ଦିଅନ୍ତୁ।
-ଋତୁ ଅନୁଯାୟୀ ମିଳୁଥିବା ଖଟା ଫଳ ଓ ଲେମ୍ବୁରେ ଅଧିକ ପରିମାଣରେ ଭିଟାମିନ୍‌ ସି ଥିବା ଯୋଗୁଁ, ତାହାକୁ ପ୍ରତ୍ୟହ ଖାଦ୍ୟରେ ସାମିଲ କରନ୍ତୁ।
ବିଧାନସଭାରେ ପସିଲା କରୋନା : ସଚିବ ଓ ତାଙ୍କ ଡ୍ରାଇଭର କୋଭିଡ୍‌ ପଜିଟିଭ୍ ଚିହ୍ନଟ
ଭୁବନେଶ୍ବର : ବିଧାନସଭାରେ ପସିଲା କରୋନା । ବିଧାନସଭା ସଚିବ କରୋନା ପଜିଟିଭ୍ ହୋଇଛନ୍ତି । ସଚିବ ଦାଶରଥୀ ଶତପଥୀ କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଛି । ସଚିବଙ୍କ ଡ୍ରାଇଭର ମଧ୍ୟ କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଛି ।
ବୁଧବାର ବିଧାନସଭାର ଜଣେ କର୍ମଚାରୀ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ବିଧାନସଭା ସଚିବଙ୍କ ପିଏସ୍ ଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ବିଧାନସଭା ସଚିବଙ୍କ ପିଏସ୍ ଥଣ୍ଡାରେ ଆକ୍ରାନ୍ତ ହେବା ପରେ ତାଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା । ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିଲା । ପରେ ବିଧାନସଭା ସଚିବ ଏବଂ ତାଙ୍କ ଡ୍ରାଇଭରଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।
ଅନ୍ୟପଟେ  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏଥିସହିତ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ନୂଆ ୧୯୫ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୧୫ ଓ ସ୍ଥାନୀୟ ସଂକ୍ରମିତ ୮୦ ଜଣ ଅଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୨୪ ଜଣ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ  ୫୦ ହଜାର ୯୫୫ରେ ପହଞ୍ଚିଛି । ଏଥି ମଧ୍ୟରୁ ୨୦୭୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୦୪୦୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୪୨୪୧୬୯୬ ସାମ୍ପୁଲ ଟେଷ୍ଟ୍ ହୋଇଛି ।
ରାଜ୍ୟରେ ଆଜି ୨୭୦ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର : ରାଜ୍ୟରେ ତଳ ଉପର ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ୨୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବୟସର ରହିଛନ୍ତି ୫୭ ଜଣ । ସେହିପରି ୧୫୯ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୧ ୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୯୮୬୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।
Covid-19 Report For 2nd December
New Positive Cases: 270
Of which 0-18 years: 57
In quarantine: 159
Local contacts: 111
(Details of local contacts will be shared by concerned District)
1. Angul: 2
2. Balasore: 4
3. Bhadrak: 1
4. Balangir: 3
5. Cuttack: 16
6. Dhenkanal: 20
— I & PR Department, Odisha (@IPR_Odisha) December 3, 2021
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨, ବାଲେଶ୍ୱରରୁ ୪, ଭଦ୍ରକରୁ ୧, ବଲାଙ୍ଗୀରରୁ ୩, କଟକରୁ ୧୬, ଢେଙ୍କାନାଳରୁ ୨୦, ଗଞ୍‌ଜାମରୁ ୪, ଜଗତସିଂହପୁରରୁ ୧, ଯାଜପୁରରୁ ୧୦, ଝାରସୁଗୁଡାରୁ ୯, କେନ୍ଦ୍ରାପଡାରୁ ୫, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୧୨୪, ମୟୂରଭଞ୍ଜରୁ ୧୦, ନବରଙ୍‌ଗପୁରରୁ ୧, ନୟାଗଡରୁ ୨, ପୁରୀରୁ ୫, ସମ୍ବଲପୁରରୁ ୭, ସୁନ୍ଦରଗଡରୁ ୧୪ ଓ ଷ୍ଟେଟ ପୁଲରୁ ୩୦ ଜଣ ରହିଛନ୍ତି ।
New recoveries: 276
Cumulative tested: 23904751
Positive: 1049867
Recovered: 1038971
Active cases: 2425
— I & PR Department, Odisha (@IPR_Odisha) December 3, 2021
ଅନ୍ୟପଟେ ରାଜ୍ୟରେ ଆଜି କରୋନା କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ମୋଟ ମୃତ୍ୟୁ ସଂଖ୍ୟା ୮୪୧୮ କୁ ବୃଦ୍ଧି ପାଇଛି। ଆଜି ମୃତ୍ୟୁ ବରଣ କରିଥିବା ୩ ଜଣଙ୍କ ମଧ୍ୟରେ କଟକ ଜିଲ୍ଲାର ୯୦ ବର୍ଷ ବୟସ୍କା ମହିଳା। ଖୋର୍ଦ୍ଧା ଜିଲ୍ଲାର ୩୫ ବର୍ଷ ବୟସ୍କ ପୁରୁଷ। ସୁନ୍ଦରଗଡ ଜିଲ୍ଲାର ୮୦ ବର୍ଷ ବୟସ୍କା ମହିଳା ଯିଏକି ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
Details of cases confirmed as death due to Covid-19, after due completion of death audit process:
1.A 90 years old Female of Cuttack District.
2.A 35 years old Male of Khordha District.
— H & FW Dept Odisha (@HFWOdisha) December 3, 2021
ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ ୧୦୪୯୮୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪୨୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୩୮୯୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୩୯୦୪୭୫୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।
NOTE: This list does not reflect deaths occurring on a particular day. It gives details of past deaths for which the death audit process has been duly completed and the cause of death has been identified as due to Covid-19.
— H & FW Dept Odisha (@HFWOdisha) December 3, 2021
୪କୋଟି ୩ଲକ୍ଷ ନେଲେଣି ଟିକା : ଖୁବଶୀଘ୍ର ଶହେ ପ୍ରତିଶତ କୋଭିଡ ଟିକାକରଣ ଲକ୍ଷ୍ୟ ପୂରଣ କରିବ ଓଡ଼ିଶା
ଭୁବନେଶ୍ବର : କୋଭିଡ୍‌ ଟିକାକରଣରେ ଓଡ଼ିଶା ମାଇଲଖୁଣ୍ଟ ଅତିକ୍ରମ କରିଛି। ରାଜ୍ୟର ଟିକାକରଣ ହାର ଜାତୀୟ ହାର ଠାରୁ ଅଧିକ। ଖୁବ ଶୀଘ୍ର ଶହେ ପ୍ରତିଶତ କୋଭିଡ ଟିକାକରଣ ଲକ୍ଷ୍ୟ ପୂରଣ କରିବାକୁ ଯାଉଛି ଓଡ଼ିଶା । ଅର୍ଥାତ ରାଜ୍ୟରେ ୧୮ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କ କୋଭିଡ ଟିକାକରଣ ଶେଷ ହେବ । ଏପର୍ଯ୍ୟନ୍ତ ରାଜ୍ୟରେ ୪କୋଟି ୩ଲକ୍ଷ ଲୋକଙ୍କୁ କୋଭିଡ ଟିକା ଦିଆଯାଇ ସାରିଛି। ପ୍ରଥମ ଡୋଜ ଜାତୀୟ ହାର ୭୯.୮% ଥିବା ବେଳେ ରାଜ୍ୟରେ ୮୨.୪% ରହିଛି। ଦ୍ୱିତୀୟ ଡୋଜ୍‌ ଜାତୀୟ ହାର ୩୮.୪% ଥିବା ବେଳେ ରାଜ୍ୟରେ ୪୧.୫% ରହିଛି।ଲୋକସେବା ଭବନ କନଫରେନ୍ସ ହଲରେ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର । କୋଭିଡ ଟିକାକରଣରେ ଜାତୀୟ ହାର ଠାରୁ ରାଜ୍ୟ ହାର ଅଧିକ ରହିଥିବା ସମୀକ୍ଷା ପରେ କୁହାଯାଇଛି ।
ରାଜ୍ୟରେ ଏବେ ସୁଦ୍ଧା ୪ ଦଶମିକ ୦୩ କୋଟି ଲୋକଙ୍କୁ ଦିଆଯାଇଛି ଟିକା । ୨କୋଟି ୬୮ଲକ୍ଷ ୪ହଜାର ୭୫୫ ଜଣ ପ୍ରଥମ ଡୋଜ ନେଇଥିବା ବେଳେ ୧କୋଟି ୩୪ଲକ୍ଷ ୯୬ହଜାର ୫୯ଜଣଙ୍କୁ କରୋନାର ଦୁଇଟି ଡୋଜ ଟିକା ଦିଆଯାଇଛି । ଜାତୀୟ ସ୍ତରରେ ୧୮ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କ ୭୯ ଦଶମିକ ୮ପ୍ରତିଶତ ପ୍ରଥମ ଡୋଜ ଟିକାକରଣ ହୋଇଥିବା ବେଳେ ଓଡ଼ିଶାରେ ୮୨ ଦଶମିକ ୪ପ୍ରତିଶତ ଲୋକଙ୍କ ପ୍ରଥମ ଡୋଜ ଟିକାକରଣ ହୋଇଛି । ସେହିପରି ଜାତୀୟ ସ୍ତରରେ ୩୮.୪ ପ୍ରତିଶତ ଲୋକଙ୍କୁ ଦୁଇଟି ଡୋଜ ଦିଆଯାଇଥିବା ବେଳେ ଓଡ଼ିଶାରେ ଏହି ହାର ରହିଛି ୪୧.୫ ପ୍ରତିଶତ । ୩୦ନଭେମ୍ବର ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର ୯୦ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ ଓ ଡିସେମ୍ବର ଶେଷ ସୁଦ୍ଧା ସମସ୍ତଙ୍କୁ ୨ଟି ଡୋଜ କରୋନା ଟିକା ଦିଆଯାଇ ସାରିଥିବ ବୋଲି ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି।
ଅନ୍ୟ ପକ୍ଷରେ ଟିକାର ଅପଚୟ ରାଜ୍ୟରେ ବହୁତ କମ୍ ହୋଇଥିବାରୁ ଏହାକୁ ପ୍ରଶଂସା କରିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ । ରାଜ୍ୟରେ ଟିକାର ପରିବହନକୁ ଅତ୍ୟନ୍ତ ବ୍ୟବସ୍ଥିତ ଢଙ୍ଗରେ କରାଯାଇଥିବାରୁ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ କୁଶଳ ଟିକାକରଣ ଯୋଗୁଁ ରାଜ୍ୟରେ ଟିକାର ଅପଚୟ କମ୍ ହୋଇଥିବା ସେ କହିଛନ୍ତି । ରାଜ୍ୟ ପ୍ରାୟ ୨୦ ଲକ୍ଷ କରୋନା ଡୋଜ୍‌ର ଅପଚୟକୁ ରୋକିପାରିଛି ।ରାଜ୍ୟରେ ଟିକା ଓ୍ବେଷ୍ଟେଜ୍ ହାର ରହିଛି ମାତ୍ର ମାଇନସ୍ ୫ ଦଶମିକ ୩ ପ୍ରତିଶତ ।
ଆସନ୍ତାକାଲିଠୁ ଗାଁ ଗାଁ ବୁଲି ଟିକା ନେଇନଥିବା ଲୋକଙ୍କୁ ଖୋଜିବେ ଆଶାକର୍ମୀ
ଭୁବନେଶ୍ୱର : ରାଜ୍ୟରେ କୋଭିଡ ଟିକା ନେଇ ନ ଥିବା ଲୋକଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହେବ । ଆସନ୍ତାକାଲିଠାରୁ ଟିକା ନେଇ ନଥିବା ଲୋକଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଗାଁ ଗାଁରେ ଏଭଳି ଲୋକଙ୍କୁ ଖୋଜିବେ ଆଶାକର୍ମୀ । ଟିକା ନେଇ ନ ଥିବା ଲୋକଙ୍କର ଏକ ତାଲିକା ପ୍ରକାଶ କରାଯିବ । ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ବ୍ୟକ୍ତି ଦ୍ୱିତୀୟ ଡୋଜ୍ ଟିକା ନେଇନାହାନ୍ତି ।
ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ ଟିକାକରଣ ଶେଷ ହେବ । ଏଥିପାଇଁ ଟିକା କେନ୍ଦ୍ର ତାଲିକା ବୃଦ୍ଧି କରାଯିବ । ଯେଉଁ ଗାଁରେ ଅଧିକ ଲୋକ ଟିକା ନେଇ ନାହାଁନ୍ତି ସେଠାରେ ଟିକାକରଣ କେନ୍ଦ୍ର ଖୋଲାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୦ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇ ନାହାଁନ୍ତିି ବୋଲି ସେ ସୂଚନା ଦେଇଛନ୍ତିି ।
ଖସୁଛି କରୋନା ଗ୍ରାଫ : ଆଜି ରାଜ୍ୟରୁ ୮୮୭ କରୋନା ପଜିଟିଭ୍, ଆଉ ୧୩୧ ପିଲା ସଂକ୍ରମିତ
ଭୁବନେଶ୍ବର : ତୃତୀୟ ଲହରକୁ ବିଶେଷଜ୍ଞ ଓ କେନ୍ଦ୍ର ସରକାରଙ୍କର ପୂର୍ବାନୁମାନକୁ ନେଇ ଆଶଙ୍କା ଦୂର ହେଉ ନାହିଁ। ତେବେ ଏହି ଭୟ ଓ ଆଶଙ୍କା ଭିତରେ ଦୈନିକ ସଂକ୍ରମଣରେ ହ୍ରାସ ଆଶ୍ବସ୍ତି ଦେଇଛି। ରାଜ୍ୟରେ ଦୈନିକ ଆକ୍ରାନ୍ତ ଓ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ବହୁତ କମିଛି। ବୁଧବାର ସକାଳ ସୁଦ୍ଧା ୨୮ ଜିଲ୍ଲାରୁ ୮୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ୧୩୧ ଜଣ ପଜିଟିଭ୍‍ ଅନ୍ତର୍ଭୁକ୍ତ। ସେପ୍ଟେମ୍ବର ମାସରେ ତୃତୀୟ ଲହର ଆରମ୍ଭ ହେବା ନେଇ ଭବିଷ୍ୟବାଣୀ ମଧ୍ୟରେ ନିମ୍ନଗାମୀ ସଂକ୍ରମଣ ଏକ ଶୁଭ ସଙ୍କେତ ବୋଲି କୁହାଯାଉଛି।
Covid-19 Report For 24th August
New Positive Cases: 887
Of which 0-18 years: 131
In quarantine: 515
Local contacts: 372
(Details of local contacts will be shared by concerned Dist Administration)
District Wise Cases:
1. Angul: 27
2. Balasore: 56
3. Bargarh: 9
4. Bhadrak: 9
— I & PR Department, Odisha (@IPR_Odisha) August 25, 2021
୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୮୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୧୩୧ ପଜିଟିଭ୍ । ନୂଆ ସଂକ୍ରମିତଙ୍କ ଭିତରୁ କ୍ୱାରେଣ୍ଟାଇନରୁ ୫୧୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୭୨ ।ଆଜି ୨୮ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୩, ଅନୁଗୁଳ ଜିଲ୍ଲାରୁ ୨୭ଜଣ, ବାଲେଶ୍ୱର ଜିଲ୍ଲାରୁ ୫୬ଜଣ, ବରଗଡ଼ ଜିଲ୍ଲାରୁ ୯ଜଣ, ଭଦ୍ରକ ଜିଲ୍ଲାରୁ ୯ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୧୧୯ଜଣ, ଦେଓଗଡ଼ ଜିଲ୍ଲାରୁ ୯ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୬ଜଣ, ଗଜପତି ଜିଲ୍ଲାରୁ ୩ଜଣ, ଗଞ୍ଜାମ ଜିଲ୍ଲାରୁ ୨ଜଣ, ଜଗତସିଂହପୁର ଜିଲ୍ଲାରୁ ୩୭ଜଣ, ଯାଜପୁର ଜିଲ୍ଲାରୁ ୪୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫ଜଣ, କଳାହାଣ୍ଡି ଜିଲ୍ଲାରୁ ଜଣେ, କନ୍ଧମାଳ ଜିଲ୍ଲାରୁ ୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫ଜଣ, କେନ୍ଦୁଝର ଜିଲ୍ଲାରୁ ୧୯ଜଣ, କୋରାପୁଟ ଜିଲ୍ଲାରୁ ୪ଜଣ, ମାଲକାନଗିରି ଜିଲ୍ଲାରୁ ୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୧ଜଣ, ନବରଙ୍ଗପୁର ଜିଲ୍ଲାରୁ ୨ଜଣ, ନୟାଗଡ଼ ଜିଲ୍ଲାରୁ ୧୧ଜଣ, ନୂଆପଡ଼ା ଜିଲ୍ଲାରୁ ୩ଜଣ, ପୁରୀ ଜିଲ୍ଲାରୁ ୩୯ଜଣ, ରାୟଗଡ଼ା ଜିଲ୍ଲାରୁ ୨ଜଣ, ସମ୍ବଲପୁର ଜିଲ୍ଲାରୁ ୨୧ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭ଜଣ, ଷ୍ଟେଟ ପୁଲ୍‌ରୁ ୬୯ଜଣ ରହିଛନ୍ତି । ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାରୁ କେହି ନୂଆ ଆକ୍ରାନ୍ତ ବାହାରି ନାହାନ୍ତି ।
22. Nawarangpur: 2
23. Nayagarh: 11
24. Nuapada: 3
25. Puri: 39
26. Rayagada: 2
27. Sambalpur: 21
28. Sundargarh: 7
29. State Pool: 69
New recoveries: 1035
Cumulative tested: 17666741
Positive: 1003210
Recovered: 987369
Active cases: 8226
— I & PR Department, Odisha (@IPR_Odisha) August 25, 2021
ସୂଚନାଯୋଗ୍ୟ ୨୪ ଘଣ୍ଟାରେ ୬୮ହଜାର ୭୧୭ କୋଭିଡ୍ ଟେଷ୍ଟ ହୋଇଛି । ରାଜ୍ୟରେ ପଜିଟିଭ୍ ହାର ରହିଛି ୧.୨୯ ପ୍ରତିଶତ । କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୩ହଜାର ୨୧୦କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୮୭ହଜାର ୩୬୯ ଆକ୍ରାନ୍ତ । ଏବେ ରାଜ୍ୟରେ ୮ହଜାର ୨୨୬ ଆକ୍ଟିଭ୍ କେସ୍ ରହିଛି ।
ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଓଡିଶା : ବର୍ତ୍ତମାନ ସୁଦ୍ଧା ୧.୫ କୋଟି ପାର କରିଛି ଭ୍ୟାକ୍ସିନେସନ୍‌
ଭୁବନେଶ୍ୱର : ଟିକାକରଣ କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ରାଜ୍ଯସରକାରଙ୍କ ତ୍ବରିତ ଟାକାକରଣ ପ୍ରକ୍ରିୟା ଯୋଗୁଁ ରାଜ୍ୟରେ ଭ୍ୟାକ୍ସିନେସନ୍‌ ୧.୫ କୋଟି ପାର କରିଛି । ଅର୍ଥାତ ବର୍ତ୍ତମାନ ସୁଦ୍ଧା ଓଡିଶାରେ ଦେଢ କୋଟି ଡୋଜ୍ ଭ୍ୟାକସିନ ଦିଆସରିଲାଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
Odisha crossed another milestone in #COVID19 vaccination drive: 1.5 Crore doses administered!
Our thanks to each and every member of Team Health Odisha & all citizens of our State for enabling this. #OdishaCares #COVID19Vaccination @CMO_Odisha @nhmodisha
— H & FW Dept Odisha (@HFWOdisha) July 22, 2021
ଅନ୍ଯରାଜ୍ଯ ତୁଳନାରେ ଓଡ଼ିଶାରେ ଟିକା ଅପଚୟ ଯଥେଷ୍ଟ କମ ରହିଛି। ଏ ନେଇ ଟିକାକରଣରେ ନିୟୋଜିତ ସମସ୍ତ ଡାକ୍ତର, ନର୍ସ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛି ରାଜ୍ଯ ସ୍ବାସ୍ଥ ଓ ପରିବାର କଲ୍ଯାଣ ବିଭାଗ ।
କରୋନା ମହାମାରୀ ସମୟରେ ଆଗରେ ରହି ଏହାକୁ ମୁକାବିଲା କରିବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛନ୍ତି ସ୍ବାସ୍ଥ୍ୟ କର୍ମୀ ଏବଂ ଆଗ ଧାଡିର କରୋନା ଯୋଦ୍ଧା । ଯାହାଫଳରେ ଓଡିଶା କୋଭିଡ ସଂକ୍ରମଣକୁ ଆୟତରେ ରଖିବାକୁ ସକ୍ଷମ ହୋଇଛି । ରାଜ୍ୟରେ ଟିକାକରଣ ଅଭିଯାନ ଜାରି ରହିଛି । ଦେଢ କୋଟି ଡୋଜ ଦିଆସରିଥିବା ବେଳେ ଆଗାମୀ ଦିନରେ ଟିକାକରଣ ଆହୁରି ଦୃତଗତିରେ ଜାରି ରହିବାକୁ ଲକ୍ଷ୍ୟ ରଖାଯାଇଛି ।
ଆସୁଛି ତୃତୀୟ ଲହର, ଶିଶୁଙ୍କ ପାଇଁ ଘାତକ!
ନୂଆଦିଲ୍ଲୀ: କରୋନାର ଦ୍ଵିତୀୟ ଲହରକୁ ନେଇ ସାରା ଦେଶ ମହାସଙ୍କଟ ଦେଇ ଗତି କରୁଥିବା ବେଳେ ମହାମାରୀର ତୃତୀୟ ଲହର ଆଶଙ୍କା ନେଇ ସତର୍କତା ଜାରି କରିଛନ୍ତି କେନ୍ଦ୍ର ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତା ଡ. କେ ବିଜୟ ରାଘବନ। ବୁଧବାର ଏ ସମ୍ପର୍କରେ ଚେତାବନୀ ଜାରି ସେ କହିଛନ୍ତି ଯେ କରୋନାର ତୃତୀୟ ଲହରକୁ ଅଣଦେଖା କରାଯାଇ ପାରିବନାହିଁ।
ତେବେ ନୂଆ ଟ୍ରେନର ମୁକାବିଲା କରିବାକୁ ଟିକା ବ୍ୟବସ୍ଥାକୁ ସୁଦୃଢ କରାଯିବା ସହିତ ଏହାକୁ ଅପଡେଟ କରିବାକୁ ପଡିବ ବୋଲି ଡ ରାଘବନ କହିଛନ୍ତି। ବର୍ତ୍ତମାନ ଦିଆଯାଉଥିବା ଟିକାଗୁଡ଼ିକ ସବୁ ପ୍ରକାରର ପରିବର୍ତ୍ତିତ କରୋନା ଭୂତାଣୁ(ଭାରିଆଣ୍ଟ) ପାଇଁ ପ୍ରଭାବଶାଳୀ । କିନ୍ତୁ ଆଗକୁ ଭୂତାଣୁର ରୂପରେଖ କିଭଳି ରହିବ ଏବଂ ଏହା ମଣିଷ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ କିଭଳି ପ୍ରଭାବ ପକାଇବ ସେଥିପାଇଁ ଚିନ୍ତା କରାଯାଉଛି ଏପରି ଭୂତାଣୁର ମୁକାବିଲା ଲାଗି ବୈଜ୍ଞାନିକମାନେ ଗବେଷଣା ଜାରି ରଖୁଛନ୍ତି ବୋଲି ଡ. ରାଘବନ କହିଛନ୍ତି ।
ଭାରତ ସମେତ ବିଶ୍ବର ବିଭିନ୍ନ ଭାଗରେ କେତେକ ନୂଆ ପ୍ରକାରର ଭୂତାଣୁ ସୃଷ୍ଟି ହୋଇଛି। କିନ୍ତୁ ସେଗୁଡ଼ିକ ଦ୍ରୁତ ସଂକ୍ରମଣ ବଢାଇବାର ସମ୍ଭାବନା କମ ରହିଥିଲେ ହେଁ ଆଗକୁ ନୂଆ ପ୍ରକାରର ଭୂତାଣୁର ପ୍ରଭାବ କିଭଳି ରହିବ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି। ଏଥିପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ଆହୁରି ତ୍ବରାନ୍ବିତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ଭାରତରେ ଏବେ ହସ୍ପିଟାଲରେ କରୋନା ରୋଗୀଙ୍କ ଭିଡ ବଢ଼ିବାରେ ଲାଗିଛି। ବହୁ ସଂଖ୍ୟାରେ ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ହେଉଛି। ଏହି ବିସ୍ତରକୁ ନେଇ ତୃତୀୟ ଲହର ଅଣଦେଖା କରାଯାଇ ପାରିବନାହିଁ। ତେବେ ତୃତୀୟ ଲହର କେବେ ଆସିବ ତାହା ସ୍ପଷ୍ଟ ହୋଇନାହିଁ ବୋଲି ସେ କହିଥିଲା ବେଳେ ଏଥିପାଇଁ ସମସ୍ତଙ୍କୁ ସଚେତନ ହେବାକୁ ପଡିବ ବୋଲି ସେ କହିଛନ୍ତି ।
ଶିଶୁଙ୍କ ପାଇଁ ଘାତକ!
ଭୁବନେଶ୍ବର: କରୋନାର ହିତୀୟ ଲହର ରାଜ୍ୟର ପ୍ରାୟ ୨୦% ଶିଶୁଙ୍କୁ ସଂକ୍ରମିତ କରିଛି । ପ୍ରଥମ ଲହର ଅପେକ୍ଷା ହିତୀୟ ଲହର ଛୋଟ ପିଲାଙ୍କୁ ଅଧିକ ଆକ୍ରାନ୍ତ କରୁଛି । ନୂଆ ପ୍ରକାରର ଭୂତାଣୁ ତଥା ଷ୍ଟ୍ରେନ୍‌ ପାଇଁ ପୂର୍ବାପେକ୍ଷା ଅଧିକ ସଂଖ୍ୟାରେ ଶିଶୁମାନେ ସଂକ୍ରମିତ ହେଉଛନ୍ତି ବୋଲି କଟକ ଶିଶୁ ଭବନର ପ୍ରଫେସର ପ୍ରଭାକର ମିଶ୍ର କହିଛନ୍ତି। ଡ଼ା. ମିଶ୍ର କହିଛନ୍ତି ଯେ କୋଭିଡ୍ ମୁକ୍ତ ହେବା ପରେ ପିଲାଙ୍କ ଠାରେ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଦେଖା ଦେଉଛି। ତେଣୁ ପିଲାମାନଙ୍କ କ୍ଷେତ୍ରରେ ଅଧିକ ସତର୍କ ରହିବା ଆବଶ୍ୟକ।
ଦ୍ଵିତୀୟ ଲହରରେ ତରଳ ଝାଡ଼ା, ପେଟ ବଥା, ବାନ୍ତି, ଜିଭ ଲାଲ୍ ପଡ଼ିବା, ଚର୍ମ ସଂକ୍ରମଣ ହେବା ଭଳି ଲକ୍ଷଣ ପ୍ରକାଶ ପାଉଛି। ପିଲାମାନେ ସଂକ୍ରମିତ ହେଲେ ହୋମ୍ ଆଇସୋଲେସନରେ ରହିପାରିବେ । ପିଲାର ବୟସ ଯଦି ଚାରି ମାସରୁ ଅଧିକ ତା ହେଲେ ସଂକ୍ରମିତ ମା’ ସ୍ତନ୍ୟପାନ କରାଇପାରିବେ । ତେବେ ଏହି ସମୟରେ ମା’ ମାନେ ଅତ୍ୟନ୍ତ ସତର୍କ ରହିବା ସହ ସାବୁନରେ ହାତ ଧୋଇବା, ମାସ୍କ ପିନ୍ଧିବା ଆବଶ୍ୟକ ବୋଲି ଡ଼ା ମିଶ୍ର କହିଛନ୍ତି।
ଅପରାହ୍ନ ୪ଟା ୩୦ରେ ବଡ ଘୋଷଣା କରିବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର, ଆଜି ଅପରାହ୍ନ ୪ଟା ୩୦ରେ ଅତିରିକ୍ତ ମୁଖ୍ୟ. ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କିଛି ବଡ ଘୋଷଣା କରିବେ ବୋଲି ସୂଚନା ମିଳିଛି ।
ସାରା ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜଣଙ୍କ ଜୀବନ ଯାଇଛି ବେଳେ ୮୦୦୦ରୁ ଅଧିକ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ରାଜ୍ୟରେ ସଂକ୍ରମଣ ବିପଦ ଦିନକୁ ଦିନ ବଢୁଥିବା ସତ୍ତ୍ୱେ ଅନେକ ବ୍ୟକ୍ତି ଓ ବ୍ୟବସାୟୀକ ପ୍ରତିଷ୍ଠାନ ନିୟମ ମାନୁ ନାହାଁନ୍ତି । ଗାଇଡଲାଇନ୍ ପାଳନ କରୁନାହାଁନ୍ତି । ଫଳରେ ସଂକ୍ରମଣ ବ୍ୟାପୁଥିବା ଦେଖିବାକୁ ମିଳିଛି ।
କିଛି ଦିନ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସବୁଠାରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୧୪୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ସ୍ତିତିକୁ ନଜର ରଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ କିଛି ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି ସୂଚନା ମିଳିଛି ।
ଚିନ୍ତାରେ ୪୫ରୁ ଊର୍ଦ୍ଧ୍ବ ବୟସ୍କ
ଭୁବନେଶ୍ୱର: ଓଡ଼ିଶାରେ କୋଭିସିଲ୍ଡ ଟିକାର ଅଭାବ ଆହୁରି ଉତ୍କଟ ହୋଇଛି। ଟିକା ନ ଥିବାରୁ ଦ୍ୱିତୀୟ ଡ଼ୋଜ ପାଇଁ ଯୋଗ୍ୟ ବିବେଚିତ ଲକ୍ଷଲକ୍ଷ ଲୋକ ଟିକା ନେଇପାରୁ ନାହାନ୍ତି। ଗୁରୁବାର ୧୨ ଜିଲ୍ଲାରେ ଟିକାକରଣ ବନ୍ଦ ରଖାଯାଇ ଥିବା ବେଳେ ଶୁକ୍ରବାର ବୌଦ୍ଧ, ଝାରସୁଗୁଡ଼ା, କୋରାପୁଟ, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ଟିକାଦାନ ବନ୍ଦ ରଖାଯାଇଛି। ଆଗରୁ ହାତରେ ଦେଢ଼ ଦୁଇ ଲକ୍ଷ ଟିକା ଥିବା ବେଳେ କରୋନା ଜର୍ଜରିତ ପଶ୍ଚିମ ଓଡ଼ିଶାରେ ଟିକାଦାନକୁ ପ୍ରାଧାନ୍ୟ ଦିଆଯାଉ ଥିଲା। ଏବେ କିନ୍ତୁ ପଶ୍ଚିମ ଓଡ଼ିଶାରେ ବି ଟିକାକରଣ ବାଧାପ୍ରାପ୍ତ ହେଲାଣି। ଆଜି ସଂଧ୍ୟା ସୁଦ୍ଧା ମାତ୍ର ୧.୧ ଲକ୍ଷ ଡୋଜ୍‍ କୋଭିଶିଲ୍ଡ ମହଯୁଦ ଅଛି। ସେହିପରି ଭୁବନେଶ୍ୱରରେ ଦିଆଯାଉଥିବା କୋଭାକ୍ସିନ୍‍ ପରିମାଣ ହେଉଛି ୩,୩୪,୫୦୦ ଡୋଜ୍‍।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗୁରୁବାର ୩୦୦ରୁ ଅଧିକ କେନ୍ଦ୍ରରେ ଟିକାଦାନ ଲକ୍ଷ୍ୟ ଥିବା ବେଳେ ସେଥିରୁ ୨୮୮ କେନ୍ଦ୍ରରେ ଟିକା ଦିଆଯାଇଛି। ଆଜି ମାତ୍ର ୨୭,୬୦୨ ଲୋକଙ୍କୁ ଟିକା ଦିଆଯାଇଛି। ଏଥିରୁ କୋଭାକ୍ସିନ୍‍ ଦିଆଯାଉଥିବା ଭୁବନେଶ୍ୱରର ୬୧ କେନ୍ଦ୍ର ସାମିଲ ଅଛି। ଆଜି ସୁଦ୍ଧା ୫୭୭୬୩୭୧ ଡୋଜ୍‍ ଟିକା ଦିଆଗଲାଣି। ପୂର୍ବରୁ ଟିକା ଅଭାବ ଯୋଗୁଁ ପ୍ରାୟତଃ ୮୦% କେନ୍ଦ୍ରରେ ଟିକାଦାନ ବନ୍ଦ ରଖାଯାଉଥିଲା।
ଏବେ ସବୁ କେନ୍ଦ୍ରରେ ତାଲା ଝୁଲିବା ପରିସ୍ଥିତି ଆସିଲାଣି। ୧ ତାରିଖରୁ ୧୮ ବର୍ଷରୁ ଅଧିକ ନାଗରିକଙ୍କ ଟିକାକରଣ ଆରମ୍ଭ ହେବା ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଏବେ ୪୫ ବର୍ଷରୁ ଅଧିକ ହିତାଧିକାରୀଙ୍କ ଟିକାକରଣ ବନ୍ଦ ହେବାକୁ ବସିଛି। ବର୍ଦ୍ଧିତ ସଂକ୍ରମଣ ଭିତରେ ଟିକାର ଅଭାବ ପରିସ୍ଥିତିକୁ ଅଧିକ ଜଟିଳ କରିଛି।
ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ଗତକାଲି ରାଜ୍ୟକୁ ୯୦ ହଜାର ଡୋଜ୍‍ କୋଭିଶିଲ୍ଡ ମିଳିଥିଲା। ଆଜି ସକାଳ ସୁଦ୍ଧା ସବୁ ଡୋଜ୍‍ ଜିଲ୍ଲାମାନଙ୍କୁ ପଠାଇ ଦିଆଯାଇଛି। ତେଣୁ ଅଧିକ ଡୋଜ୍‍ ନ ମିଳିଲେ ଅଧିକ ହିତାଧିକାରୀ ଟିକା ନେବାରୁ ବଞ୍ଚିତ ହେବେ। ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ୧୮ରୁ ୪୪ ବର୍ଷ ମଧ୍ୟରେ ନାଗରିକ ପଞ୍ଜିକରଣ କରିଛନ୍ତି। କିନ୍ତୁ ଟିକା ଆସିନଥିବାରୁ ସ୍ଲଟ୍‍ ବୁକିଂ ହୋଇପାରୁ ନାହିଁ। ଟିକା ଆସିବା ପରେ ଯାଇ ପଞ୍ଜିୃକତ ଲୋକଙ୍କୁ ଆପଏମେଣ୍ଟ ମିଳିବ ବୋଲି ସେ କହିଛନ୍ତି।
ରାଜ୍ୟରୁ ଆଉ ୭ ଜୀବନ ନେଲା ମହାମାରୀ କରୋନା, ୧୯୬୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
ଭୁବନେଶ୍ବର : ରାଜ୍ୟରେ ଭୟଙ୍କର ହେଉଛି କିଲର କରୋନା ଭାଇରସ୍‌। ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୧୬୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୬୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଆଜି ମୃତ୍ୟୁ ବରଣ କରିଥିବା ୭ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସେହିପରି ଖୋର୍ଦ୍ଧା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୧୯ଶହ ୬୫କୁ ବୃଦ୍ଧି ପାଇଛି ।