CSK Vs RCB - The Sakala

ଚେନ୍ନାଇକୁ ହରାଇ ଆଇପିଏଲ୍‌ ପ୍ଲେ-ଅଫ୍‌ରେ ସ୍ଥାନ ପକ୍କାକଲା ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ
ବେଙ୍ଗାଲୁରୁ: ଚଳିତ ଆଇପିଏଲ୍‌-୧୭ର ଅନ୍ତିମ ତଥା ୪ର୍ଥ ଦଳ ଭାବେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା କରିଛି। ଶନିବାର ଅନୁଷ୍ଠିତ ‘କର ବା ମର’ ମୁକାବିଲାରେ ବେଙ୍ଗାଲୁରୁ ୨୭ ରନରେ ଚେନ୍ନାଇ ସୁପରକିଙ୍ଗସକୁ ପରାସ୍ତ କରି ପ୍ଲେ-ଅଫ୍‌ରେ ପ୍ରବେଶ କରିଛି। ବିଜୟ ସହ ୧୪ ମ୍ୟାଚରୁ ବେଙ୍ଗାଲୁରୁ ୧୪ ପଏଣ୍ଟ ପାଇଥିବାବେଳେ ଚେନ୍ନାଇ ସମାନ ୧୪ ମ୍ୟାଚରୁ ୧୪ ପଏଣ୍ଟ ପାଇଛି। କିନ୍ତୁ ଉନ୍ନତ ରନରେଟ୍‌ ଆଧାରରେ ଚେନ୍ନାଇ (+୦.୩୯୨)କୁ ପଛରେ ପକାଇ ବେଙ୍ଗାଲୁରୁ (+୦.୪୫୯) ପ୍ଲେ-ଅଫ୍‌ ଟିକଟ୍‌ ହାସଲ କରିଛି। ଏହି ମ୍ୟାଚରେ ବେଙ୍ଗାଲୁରୁକୁ ଅତିକମ୍‌ରେ ୧୮ କିମ୍ବା ଏହାଠାରୁ ଊର୍ଦ୍ଧ୍ୱ ରନରେ ଜିତିବା ନିହାତୀ ଆବଶ୍ୟକ ଥିଲା। ଏହି ମ୍ୟାଚରେ ଘରୋଇ ବେଙ୍ଗାଲୁରୁ ପକ୍ଷରୁ ଧାର୍ଯ୍ୟ ୨୧୯ ରନର ଚ୍ୟାଲେଞ୍ଜପୂର୍ଣ୍ଣ ଲକ୍ଷ୍ୟକୁ ପିଛା କରି ସୁପର୍‌ କିଙ୍ଗ୍‌ସ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୯୧ ରନ କରିବାକୁ ସମର୍ଥ ହୋଇଥିଲା। ଦଳ ପକ୍ଷରୁ ରାଚିନ ରବୀନ୍ଦ୍ର ୬୧, ରବୀନ୍ଦ୍ର ଜାଡେଜା ୨୨ ବଲରେ ଅପରାଜିତ ୪୨, ଅଜିଙ୍କ୍ୟା ରାହାଣେ ୩୩, ମହେନ୍ଦ୍ର ସିଂ ଧୋନି ୧୩ ବଲରୁ ୨୫ ରନ କରିଥିଲେ ମଧ୍ୟ ଦଳକୁ ପ୍ଲେ-ଅଫ୍‌ରେ ପ୍ରବେଶ କରାଇପାରି ନ ଥିଲେ। ଯଦି ଚେନ୍ନାଇ ଅତିକମ୍‌ରେ ୨୦୧ ରନ କରିପାରିଥାନ୍ତା ତାହାଲେ ମଧ୍ୟ ପରାଜୟ ସତ୍ତ୍ବେଉନ୍ନତ ରନରେଟ୍‌ ଆଧାରରେ ପ୍ଲେ-ଅଫ୍‌ରେ ପହଞ୍ଚି ପାରିଥାନ୍ତା। କିନ୍ତୁ ବେଙ୍ଗାଲୁରୁ ବୋଲର ଚେନ୍ନାଇକୁ ୨୦୦ ରନ ମଧ୍ୟରେ ଅଟକାଇବାରେ ସମର୍ଥ ହୋଇଥିଲେ।

ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଘରୋଇ ବେଙ୍ଗାଲୁରୁ ପାଇଁ ଦୁଇ ଓପନର୍‌ ବିରାଟ କୋହଲି ଓ ଅଧିନାୟକ ଡୁ ପ୍ଲେସିସ୍‌ ଦମ୍‌ଦାର ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ୍‌ ଭାଗୀଦାରିରେ ୫୮ ବଲରେ ୭୪ ରନ ଉଠାଇଥିଲେ। କୋହଲି ୨୯ ବଲରେ ୪୭ ରନ କରିଥିବାବେଳେ ମିଚେଲ ସାଣ୍ଟନରଙ୍କ ବଲରେ କ୍ୟାଚ୍‌ ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ କ୍ରିଜରେ ଯୋଗଦେଇଥିବା ରଜତ ପଟିଦାର ଅଧିନାୟକ ଫାଫ୍‌ଙ୍କ ସହ ମିଶି ଦଳୀୟ ସ୍କୋରକୁ ୧୦୦ ରନ ଅତିକ୍ରମ କରାଇଥିଲେ। ତେବେ ସତର୍କତାର ସହ ଖେଳୁଥିବା ଡୁ ଫ୍ଲେସିସ୍‌ ୫୪ ରନ କରିଥିବାବେଳେ ଦୁର୍ଭାଗ୍ୟଜନକ ଭାବେ ରନଆଉଟ୍‌ ହୋଇଥିଲେ। ସେ ୩୯ ବଲର ପାଳିରେ ୩ଟି ଲେଖାଏ ଚୌକା ଓ ଛକା ମାରିଥିଲେ। ଏହାପରେ ପଟିଦାରଙ୍କ ସହ ଗ୍ରୀନ ଯୋଗଦେଇ ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇନେଇଥିଲେ। ଉଭୟଙ୍କ ମଧ୍ୟରେ ତୃତୀୟ ୱିକେଟ୍‌ରେ ୭୧ ରନ ଭାଗୀଦାରି ହୋଇଥିଲା। ତେବେ ବିସ୍ଫୋରକ ପାଳି ଖେଳି ଆସୁଥିବା ପଟିଦାର ୨୩ ବଲରେ ୪୧ ରନ (୨ ଚୌକା, ୪ ଛକା) କରିଥିବାବେଳେ ଶାର୍ଦ୍ଦୁଳ ଠାକୁରଙ୍କ ଶିକାର ବନିଥିଲେ। ଶେଷ ଭାଗରେ ଗ୍ରୀନଙ୍କ ସହ ଦୀନେଶ କାର୍ତ୍ତିକ ଓ ଗ୍ଲେନ ମ୍ୟାକ୍ସୱେଲ ଦ୍ରୁତ ହାରରେ ରନ ସଂଗ୍ରହ କରିବାରୁ ବେଙ୍ଗାଲୁରୁ ୫ ୱିକେଟ୍‌ରେ ୨୧୮ ରନର ଏକ ସମ୍ମାନଜନକ ସ୍କୋର କରିପାରିଥିଲା। ଗ୍ରୀନ ୩ଟି ଲେଖାଏ ଚୌକା ଓ ଛକା ବଳରେ ୧୭ ବଲରୁ ୩୮ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସେହିଭଳି କାର୍ତ୍ତିକ ୬ ବଲରୁ ୧୪ ଓ ମ୍ୟାକ୍ସୱେଲ୍‌ ୫ ବଲରୁ ୧୬ ରନ କରି ଆଉଟ୍‌ ହୋଇଥିଲେ। ଚେନ୍ନାଇ ପକ୍ଷରୁ ଶାର୍ଦ୍ଦୁଳ ସର୍ବାଧିକ ୨ଟି ଏବଂ ତୁଷାର ଦେଶପାଣ୍ଡେ ଓ ସାଣ୍ଟନର ଗୋଟିଏ ଲେଖାଏ ୱିକେଟ୍‌ ସଫଳତା ପାଇଥିଲେ।