Narasingha Mishra - The Sakala
ଭୁବନେଶ୍ବର: ବିଜେପିରେ ମାଟିର ପୁଅ ନେତା ହେଉଛନ୍ତି, ନେତାର ପୁଅ ନୁହେଁ । ବିଜେପି ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡାଙ୍କ ଏପରି ବୟାନକୁ ନେଇ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଜେପି ନଡ୍ଡା ସ୍ୱାସ୍ଥ୍ୟମନ୍ତ୍ରୀ ଅଛନ୍ତି ସେ ସର୍ବ ପ୍ରଥମେ ନିଜ ଆଖି ପରୀକ୍ଷା କରି ନିଅନ୍ତୁ ବୋଲି କଟାକ୍ଷ କରିଛନ୍ତି ନରସିଂହ ।
ନଡ୍ଡାଙ୍କ ଆଖିକୁ ବିଜେପିରେ ପରିବାରବାଦ ଦେଖାଯାଉନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ । ବଲାଙ୍ଗୀର ପାଟଣାଗଡ଼ରେ କ’ଣ ପରିବାରବାଦ ନାହିଁ ? ସ୍ଵାମୀ ବିଧାୟକ, ସ୍ତ୍ରୀ ସାଂସଦ । ସେମାନେ ବିଜେପି ଦଳର ନୁହଁନ୍ତି କି ? ପୂର୍ବତନ ମୁଖ୍ୟମନ୍ତ୍ରୀ ଆର.ଏନ. ସିଂହଦେଓଙ୍କ ଏମାନେ ବଂଶଜ ନୁହଁନ୍ତି କି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି ।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା କ’ଣ ବିଧାୟକ ନଥିଲେ ? ବିଜେପିରେ ତ ସବୁଠୁ ଅଧିକ ପରିବାରବାଦ ରହିଛି ଯାହା ଜଳ ଜଳ କରି ଦିଶୁଛି । ରାଜସ୍ଥାନ, ମଧ୍ୟପ୍ରଦେଶରେ ପରିବାରବାଦ ନାହିଁ କି ? ଯେଉଁମାନେ ଏବେ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି ସେମାନଙ୍କ ମଧ୍ୟରେ ବିଜେପିର କେତେଜଣ ମନ୍ତ୍ରୀ ପରିବାରବାଦ ଠାରୁ ଦୂରରେ ଅଛନ୍ତି ତାହା ନଡ୍ଡା କହିବେ କି ? ସବୁଠି ପରିବାରବାଦ ରହିଛି । ନଡ୍ଡା ଆଖି ପରୀକ୍ଷା କଲେ ଦେଖାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ।
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର
ବଲାଙ୍ଗିର: ରାଜ୍ୟ ସରକାରଙ୍କୁ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଟାର୍ଗେଟ। ନୂଆ ସରକାର ଅପାରଗ ବୋଲି ନରସିଂହ ମିଶ୍ର କହିଛନ୍ତି।  ସରକାର ଆଭିମୁଖ୍ୟ ପ୍ରକାଶ ନାହାନ୍ତି। ୧୦୦ ଦିନ ଅତିକ୍ରମ କରିଥିଲେ ମଧ୍ଯ ବିଜେପି ସରକାର ବିକାଶ ବିରୋଧୀ। କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହିଁ ମୋହନଙ୍କ ସରକାର। ମୋହନ ସରକାରଙ୍କୁ ସାଇନବୋର୍ଡ ବୋଲି ଆଖ୍ୟା ଦେଲେ ନରସିଂହ। ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଅକାମୀ କରିଦେଲେ ମୋହନ ସରକାର। ପଶ୍ଚିମ ଓଡିଶାକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର। ଆଗକୁ ଏମିତି ଅବହେଳା କଲେ କୋଶଲ ରାଜ୍ୟ ଆନ୍ଦୋଳନ ଜୋର୍ ଧରିବ। କୃଷି ବିଶ୍ୱବିଦ୍ୟାଳୟ, ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ସରକାର ଚୁପ୍ କହିଁକି ବୋଲି ରାଜ୍ୟ ସରକାରଙ୍କୁ ନରସିଂହ ମିଶ୍ରମ ପ୍ରଶ୍ନ କରିଛନ୍ତି।
ସଭାପତିଙ୍କ ସାମ୍ନାରେ ମାଡ୍‌ପିଟ୍‌ ହେଉଛି, ତା’ପରେ ବିଜେପି ସରକାର ଗଠନ କଥା କହିବା ହାସ୍ୟାସ୍ପଦ : ନରସିଂହ ମିଶ୍ର
ବଲାଙ୍ଗୀର : ଗତକାଲି ବଲାଙ୍ଗୀରରେ ରାଜ୍ୟ ସଭାପତିଙ୍କ ସାମ୍ନାରେ ବିଜେପିର ଦୁଇ ଗୋଷ୍ଠୀ ହାତାହାତି ହୋଇଥିଲେ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗସ୍ତ ସମୟରେ ବଳରାମ ସିଂହ ଯାଦବ ଓ ସଙ୍ଗୀତା ସିଂହଦେଓଙ୍କ ଗୋଷ୍ଠୀ ମଧ୍ୟରେ ବାଡ଼ିଆପିଟା ହୋଇଥିଲେ । ପରିସ୍ଥିତି ଏପରି ହୋଇଛି ଯେ ଲୋକଲଜ୍ଜା ଭୟରେ ରାଜ୍ୟ ସଭାପତି ଶ୍ରୀ ସାମଲ ସ୍ୱାଗତ ଶୋଭାଯାତ୍ରା ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଥିଲେ। ଯାହାକୁ ନେଇ ଆଜି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବିଜେପିକୁ କଟାକ୍ଷ କରିଛନ୍ତି।
ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କହିଛନ୍ତି ବିଜେପି ଯାହାକିଛି କରୁଛି ସେଇଟା ସଇତାନ ବେଦପାଠ । ତାଙ୍କ ଚିନ୍ତାଧାରା ଗୋଟିଏ ପ୍ରକାର ଆଉ କାର୍ଯ୍ୟ ଠିକ୍ ଓଲଟା । ରାଜ୍ୟ ସଭାପତିଙ୍କୁ ନେତା ମାନୁ ନାହାନ୍ତି। ରାଜ୍ୟ ସଭାପତିଙ୍କ ଉପସ୍ଥିତରେ ହାତାହାତି ହେଉଛନ୍ତି ନେତା ହେଲେ ରାଜ୍ୟ ସଭାପତି ତାଗିଦ୍‌ ନକରି ଜାଗା ଛାଡୁଛନ୍ତି। ସେଠାରେ ମୁଁ ଯଦି ଥାନ୍ତି ଉଭୟକୁ ଦୁଇ ଚାପୁଡା ଦେଇଥାନ୍ତି ବୋଲି କହିବା ସହ ନରସିଂହ କରିଛନ୍ତି ବିଜେପି ରାଜ୍ୟ ସଭାପତିଙ୍କ ସତସାହସ ନାହିଁ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବିଜେପି ଦଳରେ ସବୁ ଅସାମାଜିକ ଲୋକ ଭର୍ତି ହୋଇକି ଅଛନ୍ତି ।
ଦରକାର ପଡିଲେ ତାଙ୍କ ତାଙ୍କ ଭିତରେ ବଡ଼ିଆପିଟା ହେଉଛନ୍ତି । ସାରା ଦୁନିଆଁ ଦେଖୁଛନ୍ତି ସଭାପତିଙ୍କ ଉପସ୍ଥିତରେ ବଡ଼ିଆପିଟା ହେଉଛନ୍ତି କିନ୍ତୁ ସଭାପତି କହୁଛନ୍ତି ମୁଁ ଦେଖିନି ସବୁ ଠିକ୍ ଅଛି ଏହା ହାସ୍ୟାସ୍ପଦ କଥା । ଯେଉଁ ଦଳର ରାଜ୍ୟ ସଭାପତି ଦିନକୁ ରାତି ବୋଲି କହୁଛନ୍ତି ରାତିକୁ ଦିନ ବୋଲି କହୁଛନ୍ତି ସେମାନଙ୍କୁ ଲୋକେ କେତେ ବିଶ୍ବାସରେ ନେବେ ତାହା ଜଣାପଡୁଛି। ତାହା ପରେ ସେମାନେ ପୁଣି କହୁଛନ୍ତି ଆମେ ସରକାର ଗଠନ କରିବୁ, ତାହା ହାସ୍ୟାସ୍ପଦ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ।  ରାଜ୍ୟ ସଭାପତି ସବୁ ଜାଣି ଅଜଣା ହେଉଛନ୍ତି ବିଜେପିର କେତୋଟି ମୁହଁ ସେମାନେ ମଧ୍ୟ ଜାଣିନାହାନ୍ତି ଲୋକେ ବିଜେପି ପ୍ରତ୍ୟାଖ୍ୟାନ କରିସାରିଲେଣି ବୋଲି ନରସିଂହ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ ଗତକାଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବଲାଙ୍ଗୀର ଗସ୍ତରେ ଥିଲେ। ସେଠରେ ସେ ଏକ ରାଲି କରିଥିବା ବେଳେ ବଳରାମ ସିଂହ ଯାଦବ ଓ ସଙ୍ଗୀତା ସିଂହଦେଓଙ୍କ ଗୋଷ୍ଠୀ ମଧ୍ୟରେ ବାଡ଼ିଆପିଟା ହୋଇଥିଲା। ଆରଟିଓ ଛକଠାରେ ଗତ ନିର୍ବାଚନରେ ବିଜେପି ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ ଓ ବିଜେପି ନେତା ବଳରାମ ସିଂ ଯାଦବ ନିଜ ସମର୍ଥକଙ୍କ ସହ ମନମୋହନ ଙ୍କୁ ସ୍ୱାଗତ କରିଥିଲେ। ଏହି ସମୟରେ ଅନନ୍ତ ଓ ବଳରାମଙ୍କ ସମର୍ଥକ ଏବଂ ଗୋପାଲଜୀଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ। କଥା କେବଳ ସେତିକିରେ ସୀମିତ ନ ଥିଲା, ଶୋଭାଯାତ୍ରା ଗାଡି ଉପରେ ଠିଆ ହୋଇଥିବା ଗୋପାଲଜୀଙ୍କୁ ତଳକୁ ଭିଡ଼ି ଆଣିଥିଲେ ଅନନ୍ତ। ଫଳରେ ଗୋପାଲଜୀ ତଳେ କଚାଡି ହୋଇ ପଡ଼ିଥିଲେ। ଗୋପାଲଜୀଙ୍କ ସମର୍ଥକ ପ୍ରତିକ୍ରିୟାଶୀଳ ହୋଇ ଅନନ୍ତ ଦାସଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ। ତାଙ୍କର ସାର୍ଟ ଚିରି ଯାଇଥିଲା। ଅନନ୍ତଙ୍କ ସମର୍ଥକମାନେ ଏକାଠି ହୋଇ ପ୍ରତିପକ୍ଷ ଗୋପାଲଜୀ ଓ ତାଙ୍କ ସମର୍ଥକଙ୍କୁ ମାରପିଟ୍‌‌ ଆରମ୍ଭ କରି ଦେଇଥିଲେ। ଶୋଭାଯାତ୍ରାସ୍ଥଳ ରଣକ୍ଷେତ୍ରରେ ପରିଣତ ହୋଇଗଲା। ପରିସ୍ଥିତି ଏପରି ହେଲା ଯେ ଉଭୟ ଗୋଷ୍ଠୀର ସମର୍ଥକଙ୍କୁ ରୋକିବାକୁ ପୁଲିସ ଉଦ୍ୟମ କରିଥିଲେ ହେଁ ସଫଳ ହୋଇ ପାରି ନ ଥିଲେ। ଘଟଣାସ୍ଥଳରେ ଏପରି ସ୍ଥିତି ଦେଖି ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଶ୍ରୀମତୀ ସିଂହଦେଓ, ପୂର୍ବତନ ବିଧାୟକ କନକବର୍ଦ୍ଧନ ଶୋଭାଯାତ୍ରା ଛାଡ଼ି ପଳାଇଥିଲେ। ପରେ ଉଭୟ ଗୋଷ୍ଠୀ ପରସ୍ପର ବିରୋଧରେ ଥାନାରେ ଏତଲା ଦେଇଥିଲେ।
ବିଧାନସଭା ମୁଲତବୀ ରହିବା ନେଇ ବିଜେପିକୁ କଡ଼ା ସମାଲୋଚନା କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର
ଭୁବନେଶ୍ବର: ହଟ୍ଟଗୋଳ ଯୋଗୁ ଶନିବାର ବିଧାନସଭା ଅଧିବେଶନ ଆରମ୍ଭରୁ ଅପରାହ୍ନ ୪ଟା ଯାଏ ମୁଲତବି ରହିବା ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆମେ ଆଜି ଗୃହ ବନ୍ଦ କରି ନଥିଲୁ କି ମଧ୍ୟଭାଗକୁ ଆସି ନଥିଲୁ । ଆଲୋଚନା ପାଇଁ ଆମେ ପ୍ରସ୍ତୁତ ଥିଲୁ । ଅନେକ ସମସ୍ୟା ଅଛି । ହେଲେ ସମୟ କମ୍‌ । ବିଜେପି ନଛୋଡ଼ବନ୍ଧା । ବିଜେପିର ଦୁଇ ସଦସ୍ୟ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ସେମାନେ ନିଜ ପରମ୍ପରାରେ ପଡ଼ି ଯାଇଛନ୍ତି । ସଂସଦରେ କଂଗ୍ରେସ ନେତା କିଛି କହି ନଥିଲେ, ହେଲେ ନିଲମ୍ବନ ହୋଇଥିଲେ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।
କେବଳ ନରସିଂହ ମିଶ୍ର ନୁହଁନ୍ତି ବିଜେପି ବିଧାୟକଙ୍କ ବାଚସ୍ପତିଙ୍କ ଅସମ୍ମାନ ଘଟଣାକୁ ନେଇ ଅନ୍ୟ ବିଧାୟକମାନେ ମଧ୍ୟ ନିନ୍ଦା କରୁଛନ୍ତି । ବିଜେପି ରାଜ୍ୟର ଉନ୍ନତି ଚାହୁଁ ନାହିଁ ବୋଲି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ବିରୋଧୀ ଯେଉଁ ପ୍ରଶ୍ନ ଉଠାଇବେ, ସବୁର ଉତ୍ତର ଦେବାକୁ ଆମେ ପ୍ରସ୍ତୁତ । ସେମାନେ ଗୃହରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି। ବିଧି ବ୍ୟବସ୍ଥା ଉପରେ କଟାକ୍ଷ କରୁଛନ୍ତି । ନିଜ ଦଳ ନେତାଙ୍କ ଉପରେ ସେମାନଙ୍କର ଭରସା ନାହିଁ । ଏଭଳି ପରିସ୍ଥିତି ଦେଇ ବିଜେପି ଚାଲିଛି। ଦଳ ବାହାରେ ଥିବା କିଛି ଜନବିରୋଧୀ ଲୋକ, ଯିଏ ଲୋକଙ୍କ ଟଙ୍କା ଖାଇ ଦେଇଛନ୍ତି, କିଏ ଲୋକଙ୍କ ଉପରେ ଗାଡି ଚଢ଼ାଇଛନ୍ତି, ସେଭଳି ନେତାଙ୍କ ସାହାରା ନେବାକୁ ସେମାନେ ଚେଷ୍ଟା କରୁଛନ୍ତି । ତେଣୁ ବିଜେପି ନୂଆ ନେତା ସୃଷ୍ଟି କରି ପାରୁନାହିଁ କି ନୂଆ ନେତା ଭରସା କରି ପାରୁ ନାହାନ୍ତି ବୋଲି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।
ପଦ୍ମପୁର ଉପନିର୍ବାଚନ ପ୍ରଚାରବେଳେ ଅସତ୍ୟ କହିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ: ନରସିଂହ ମିଶ୍ର
ଭୁବନେଶ୍ୱର: ବିଧାନସଭାର ଶୂନ୍ୟକଳାରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପଦ୍ମପୁର ପ୍ରଚାର ପାଇଁ ଆସିଥିବା ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରସଙ୍ଗକୁ ବିଧାନସଭାରେ ଉଠାଇଲେ ନରସିଂହ ମିଶ୍ର । କେନ୍ଦ୍ର କୃଷମନ୍ତ୍ରୀଙ୍କୁ କଡା ସମାଲୋଚନା କରି କହିଛନ୍ତି କି, ଉପନିର୍ବାଚନର ପ୍ରଚାର ମୈଦାନର ସାଧାରଣ ସଭାରେ କେନ୍ଦ୍ର ମନ୍ତ୍ରୀ ମିଛ କହିଲେ l ଏହା କଣ ସଂଘୀୟ ବ୍ୟବସ୍ଥା । ଜଣେ କେନ୍ଦ୍ର ମନ୍ତ୍ରୀ ସାଧାରଣ ସଭାରେ ଗତକାଲି କହିଛନ୍ତି ଫସଲବୀମା ଟଙ୍କା କେନ୍ଦ୍ର ଦେଇ ଦେଇଛି, ରାଜ୍ୟ ସରକାର ତାକୁ ଦେଉ ନାହାନ୍ତି । ଏହା ଅସତ୍ୟ । ଏହାଠୁ ଦୁର୍ଭାଗ୍ୟଜନକ କଥା କିଛି ନାହିଁ ।
ଏପରିକି ରେଳ ଚଳାଚଳ କଥା ଯେଉଁ କୁହାଗଲା ତାହା ହାସ୍ୟାସ୍ପଦ । ଜମି ଦେବା ପାଇଁ ଚିଠି ଲେଖିଛନ୍ତି କି ନାହିଁ ମନ୍ତ୍ରୀ । ବିଜେଡିର ବରିଷ୍ଠ ନେତା କହିଲେ ଆମକୁ କେନ୍ଦ୍ର କୌଣସି ଚିଠି ଦେଇ ନାହିଁ । ତେଣୁ କିଏ ଠିକ କହୁଛି । ଜଣେ ନେତାଙ୍କ ମାମୁଁ ଘର ସେହି ଅଞ୍ଚଳରେ । ସେ ସାଧାରଣ ସଭାରେ କହିଛନ୍ତି କୁଆଡେ ମୁଖ୍ୟମନ୍ତ୍ରୀ ୨୨ ବର୍ଷ ତଳେ ୩୩ ପ୍ରତିଶତ ଜଳ ସେଚନ କରିବାକୁ କହିଥିଲେ । ମେଣ୍ଟ ସରକାରରେ ବି ସେମାନେ ଥିଲେ ଯଦି ଜଳ ସେଚନ ହୋଇନି ତେବେ ସେମାନେ ବି ଦାୟୀ ।
ସେହିପରି ବିଜେପିର ଜଣେ ନେତା ଅଶାଳୀନ ମନ୍ତବ୍ୟ ଦେବାକୁ ବି ପଛାଇ ନାହାନ୍ତି । ଏହା ସହ ପଦ୍ମପୁର ଉପନିର୍ବାଚନ ବେଳେ ହେଉଥିବା ରାଜନୈତିକ ହିଂସା ପ୍ରସଙ୍ଗ ଉଠାଇ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ସହ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଦାବି କଲେ ନରସିଂହ ।
ପଦମପୁରବାସୀଙ୍କୁ ଡ୍ରାମା ଦେଖାଇ ବିଜେପି ପ୍ରମାଣିତ କଲା ସେ ‘ଭାରତୀୟ ଯାତ୍ରା ପାର୍ଟି’ : ନରସିଂହ ମିଶ୍ର
ଭୁବନେଶ୍ବର : ଆଜି ପଦମପୁରବାସୀଙ୍କୁ ଡ୍ରାମା ଦେଖାଇଛି ବିଜେପି। ଫସଲ ବୀମା ଟଙ୍କାକୁ ନେଇ ବ୍ୟାକଫୁଟରେ ଥିବା ଭାରତୀୟ ଜନତା ପାର୍ଟି ଆଜି ନୂଆ ଡ୍ରାମା କରିଛି। ପଦମପୁର ନିର୍ବାଚରେ ବିଜେପିର ପ୍ରାର୍ଥୀ ହୋଇଥିବା ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ଭରିବା ପାଇଁ ବିରାଟ ପଟୁଆରେ  ଯାଇଥିଲେ। ହେଲେ ନାମାଙ୍କନ ନଭରି ଫେରି ଆସିଥିଲେ। ଫସଲ ବୀମା ଟଙ୍କାକୁ ନେଇ ଆନ୍ଦୋନରେ ବସିଥିବା ଚାଷୀମାନଙ୍କ ସହ ଆଲୋଚନା କରି ନାମାଙ୍କନ ନଭରି ଆସି ଏକ ଡ୍ରାମା କରିଛି ଭାରତୀୟ ଜନତା ଦଳ। ଯାହାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର।
ନରସିଂହ ମିଶ୍ର କହିଛନ୍ତି ବିଜେପି ଅର୍ଥ ହେଲା ଭାରତୀୟ ଯାତ୍ରା ପାର୍ଟି। ତାହା ଆଜି ପ୍ରମାଣିତ ହେଲା। ଆଜି ଓଡିଶା ବାସୀ ଓ ପଦମପୁରବାସୀଙ୍କୁ ବିଜେପି ଯାତ୍ରା ଦେଖାଇଲା । ଯାତ୍ରା କଲେ, ତାପରେ ଚାଷୀଙ୍କ ସହ ଆଲୋଚନା କଲେ । ସେମାନେ କଣ ଜାଣି ନଥିଲେ ଚାଷୀ କେଉଁଥି ପାଇଁ ସତ୍ୟାଗ୍ରହ କରିଥଲେ, ନାମାଙ୍କନ ଯିବା ପୂର୍ବରୁ ତାଙ୍କ ମାନଙ୍କ ସହ ଚାଷୀ କଥା ହୋଇନଥିଲେ। ବଡ଼ ବଡ଼ ଭାଷଣ ଦେଲେ , ବହୁତ ଲୋକଙ୍କୁ ଜମା କଲେ । ଗଲେ ନାମାଙ୍କନ ପତ୍ର ଦାଖଲ କରିବାକୁ, ହେଲେ ନାମାଙ୍କନ ଦାଖଲ କଲେ ନାହିଁ। କହିଲେ ଚାଷୀଙ୍କ ସ୍ବାର୍ଥ ପାଇଁ ଆଜି ଆମେ ନାମାଙ୍କନ ଦାଖଲ କଲୁ ନାହିଁ । କିନ୍ତୁ ଏହି ନିର୍ବାଚନରେ କରିବେ ନାହିଁ ବୋଲି କହିନାହାନ୍ତି ।
ସେମାନେ ନାମାଙ୍କନ ନିଶ୍ଚିତ ଦାଖଲ କରିବେ । ଆଜି କେବଳ ଡ୍ରାମା କଲେ । ବୀମା କମ୍ପାନୀ ଠାରୁ କୋଟି କୋଟି ଟଙ୍କା ଖାଉଛନ୍ତି । ଏଠି ରାଜ୍ୟ ସରକାରଙ୍କୁ ଖାଲି ଦୋଷ ଦେଉଛନ୍ତି । ତେଣୁ ପଦମପୁରବାସୀ ଏହାକୁ ହୃଦୟଗମ କରିବେ, ବିଜେପିକୁ ବିଶ୍ୱାସ କରିବେ ନାହିଁ । ଏମାନେ ୪୨୦ନୁହେଁ,୮୪୦ ର ଠକ । ପ୍ରଧାନ ମନ୍ତ୍ରୀ ଫସଲ ବୀମା କାର୍ଯ୍ୟକାର କରିବା କେନ୍ଦ୍ରର କାମ । ତାଙ୍କୁ ସବୁ ଜଣା, ହେଲେ ସେମାନେ କରୁନାହାନ୍ତି । କେନ୍ଦ୍ର ମନ୍ତ୍ରୀ କହିଥିଲେ ଆମେ ଯାହା କହୁ ତାହା କରୁ । କୁଆଡେ ଗଲା ସଭିଙ୍କ ଖାତାକୁ ୧୫ଲକ୍ଷ ଟଙ୍କା ଜମା, କୁଆଡେ ଗଲା ୨କୋଟି ନିଯୁକ୍ତି  ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର।
ସୂଚନାଯୋଗ୍ୟ କେନ୍ଦ୍ରର ବୀମା ପ୍ରତାରଣାରେ ରାଜ୍ୟର ଚାଷୀ ହନ୍ତସନ୍ତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ବାବଦରେ ଚାଷୀଙ୍କଠାରୁ ବୀମା କମ୍ପାନଗୁଡ଼ିକ ବିପୁଳ ଅର୍ଥ ସଂଗ୍ରହ କରୁଥିଲେ ମଧ୍ୟ ବୀମାରାଶି ପ୍ରଦାନରେ ଯେପରି ଟାଳଟୁଳ କରୁଛନ୍ତି ତାହା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡରେ ଦେଇଛି ପ୍ରଚଣ୍ଡ ପାହାର। ଏଥିରୁ ମୁକୁଳିବା ଓ ଅଣ୍ଟାସଳଖି ଠିଆ ହେବା ଚାଷୀଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି। ଏ ସମ୍ପର୍କରେ ବିଭିନ୍ନ କୃଷକ ସଙ୍ଗଠନ, ରାଜ୍ୟ ସରକାର, ଶାସକ ବିଜେଡି ବାରମ୍ବାର ଅଭିଯୋଗ ସତ୍ତ୍ବେ କେନ୍ଦ୍ର ଏହାପ୍ରତି ଆଖିବୁଜି ଦେଇଛି। ଯାହାକୁ ନେଇ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର ସହ ସମଗ୍ର ପଶ୍ଚିମ ଓଡ଼ିଶାରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଏପ୍ରିଲ ୨୦୧୬ ରୁ ୧୪ ଡିସେମ୍ବର ୨୦୨୦ ମଧ୍ୟରେ ବେସରକାରୀ ବୀମା କମ୍ପାନୀମାନେ କୃଷକମାନଙ୍କଠାରୁ ବୀମା ପ୍ରିମିୟମ୍‍ ହିସାବରେ ୧,୨୬, ୫୨୧ କୋଟି ଟଙ୍କା ଆଦାୟ କରିଛନ୍ତି। ଏହା ବଦଳରେ କମ୍ପାନୀଗୁଡ଼ିକ କ୍ଷତିପୂରଣ ବାବଦରେ ଚାଷୀଙ୍କୁ ପ୍ରଦାନ କରିଛନ୍ତି ମାତ୍ର ୮୭,୩୨୦ କୋଟି ଟଙ୍କା। ଅର୍ଥାତ୍‍ କମ୍ପାନୀଗୁଡିକ ୬୯ ପ୍ରତିଶତ କ୍ଷତିପୂରଣ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଦେଶରେ ଫସଲ ନଷ୍ଟ ପାଇଁ କୃଷକମାନେ ଏହି ସମୟରେ ବୀମା କମ୍ପାନୀଗୁଡ଼ିକ ଠାରୁ ୯୨,୯୫୪ କୋଟି ଟଙ୍କା ଦାବି କରିଥିଲେ ମଧ୍ୟ ସେମାନଙ୍କୁ ମାତ୍ର ୮୭,୩୨୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏହି ବର୍ଷଗୁଡିକରେ କେବଳ ୯.୧୫ କୋଟି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି ଏବଂ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଚାଷୀଙ୍କୁ ୫୯୨୪ କୋଟି ଟଙ୍କାର ବୀମା ରାଶି ଦାବି କମ୍ପାନୀଗୁଡ଼ିକ ପ୍ରଦାନ କରିନାହାନ୍ତି। ଏହାମଧ୍ୟରୁ ଓଡ଼ିଶାର ଚାଷୀମାନେ ପ୍ରାୟ ୫୦୦ କୋଟି ଟଙ୍କା ବୀମା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି।
ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା, ଏପରିକି ପଦ୍ମପୁର ଉପଖଣ୍ଡର ଚାଷୀମାନେ ଏ ପର୍ଯ୍ୟନ୍ତ ବୀମାରାଶି ପାଇବାରେ ସଫଳ ହୋଇ ନାହାନ୍ତି। ପଶ୍ଚିମ ଓଡ଼ିଶା ଓ ବରଗଡ଼ ଜିଲ୍ଲାର ଚାଷୀ ବ୍ୟାଙ୍କ ଓ ବୀମା କମ୍ପାନୀ ଖେଳରେ ପେଣ୍ଡୁ ପରି କେବଳ ପଦାଘାତର ଶିକାର ହୋଇ ଚାଲିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କୌଣସି ପଲିସୀ ବଣ୍ଡ ଦିଆଯାଉ ନାହିଁ।ଚାଷୀଙ୍କ ସହମତି ବିନା ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରିମିୟମ କାଟି ରଖୁଛନ୍ତି। ଅନେକ କ୍ଷେତ୍ରରେ ବ୍ୟାଙ୍କ ମଧ୍ୟ ଧାର୍ଯ୍ୟ ତାରିଖ ମଧ୍ୟରେ ଏହି ରାଶି ବୀମା କମ୍ପାନୀରେ ଜମା କରୁ ନ ଥିବାରୁ ଚାଷୀ କ୍ଷତିଗ୍ରସ୍ତ ହେଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କୌଣସି ବୀମା କାଗଜ ପତ୍ର ଏପରିକି ପ୍ରିମିୟମ ରସିଦ ମଧ୍ୟ ଦିଆ ଯାଉ ନ ଥିବାରୁ ଚାଷୀ ବୀମା କମ୍ପାନୀ ବିରୋଧରେ ଅଦାଲତ ଯିବାକୁ ସମର୍ଥ ହେଉନାହିଁ। ପୁନଶ୍ଚ ଫସଲ ନଷ୍ଟ ହେବାର ୨୪ ଘଣ୍ଟା ମଧ୍ୟରେ ବୀମା କମ୍ପାନୀକୁ କ୍ଷତିଗ୍ରସ୍ତ ଚାଷୀ ଅବଗତ କରାଇବାକୁ ରଖାଯାଇଥିବା ସର୍ତ୍ତ ସବୁଠାରୁ ସମସ୍ୟା ହୋଇଛି। ବୀମା କମ୍ପାନୀର ଗୋଟିଏ ଫୋନ୍‍ ନମ୍ବରରେ ବରଗଡ଼ ଜିଲ୍ଲାର ଲକ୍ଷଲକ୍ଷ ଚାଷୀ କିପରି କ୍ଷତି ସମ୍ପର୍କରେ ଅବଗତ କରିବେ ତାହା ସବୁଠାରୁ ବଡ଼ ପ୍ରଶ୍ନ।
ନିଜ ଆସନ ଜିତି ସରକାର ଗଠନ କରିବା କଥା କହିବା ବିଜେପିର ଦିବାସ୍ୱପ୍ନ ଛଡା ଆଉ କିଛି ନୁହେଁ : ନରସିଂହ ମିଶ୍ର
ଭୁବନେଶ୍ବର : କ୍ରମାଗତ ପରାଜୟ ଧାରା ଭାଙ୍ଗି ଧାମନଗରରେ ନିଜ ଆସନ ବଞ୍ଚାଇବାରେ ସଫଳ ହୋଇଛି ବିଜେପି। ପରଲୋକଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୯,୮୮୧ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପରାଜିତ କରିଛନ୍ତି। ସୂରଜଙ୍କୁ ମୋଟ ୮୦,୩୫୧ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀ ବିଜେଡିର ଅବନ୍ତୀ ଦାସଙ୍କୁ ୭୦,୪୭୦ ଖଣ୍ଡ ଭୋଟ ମିଳିଛି। ତେବେ ଉପନିର୍ବାଚନରେ ପ୍ରଥମ ବିଜୟ ହାସଲ କରି ରାଜ୍ୟ ବିଜେପି ୨୦୨୪ରେ ସରକାର ଗଠନ କରିବାର କଥା କହୁଛି। ଯାହାକୁ କଟାକ୍ଷ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର।
ଉପନିର୍ବାଚନ ଫଳାଫଳକୁ ନେଇ ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ସେ ଆସନ ବିଜେପିର ଥିଲା। ସ୍ବର୍ଗତ ବିଷ୍ଣୁ ସେଠୀ ଜଣେ ଲୋକ ପ୍ରିୟ ବିଧାୟକ ଥିଲେ। ତେଣୁ ସେ ସିଟ୍‌ରେ ତାଙ୍କ ପୁଅଙ୍କ ସପକ୍ଷରେ ଜନମତ ରହିଲା।ଏହାଛଡ଼ା ଯିଏ ବିଧାୟକ ଥିଲେ ସେଠି ଲୋକେ ତାଙ୍କୁ ଭଲ ପାଉଥିଲେ  ଏବଂ ତାଙ୍କ ପୁଅ ମଧ୍ୟ ମିଷ୍ଟ ଭାଷୀ, ସରଳ ପ୍ରକୃତିର । ତାହା ବି ଭୋଟରଙ୍କ ଉପରେ ପ୍ରଭାବ ପକାଇଛି । ହେଲେ ନିଜ ଆସନକୁ ଜିତି ୨୦୨୪ରେ ରାଜ୍ୟରେ ସରକାର ଗଠନ କଥା କହିବା ବିଜେପିର ଦିବାସ୍ୱପ୍ନ। ଏଭଳି ମନ୍ତବ୍ୟ ଦେଉଥିବା ଲୋକଙ୍କ ଉପରେ ଆମେ କଣ ଟିପ୍ପଣି ଦେବା ବୋଲି ନରସିଂହ କହିଛନ୍ତି।
ଅନ୍ୟପଟେ ଧାମନଗରରେ କଂଗ୍ରେସ ଅମାନତ ହରେଇବାକୁ ନେଇ ଦଳୀୟ ନେତୃତ୍ବଙ୍କ ବିରୁଦ୍ଧରେ ଅସନ୍ତୋଷ ଜାହିର କରିଛନ୍ତି ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି ଯେ, ଉପନିର୍ବାଚନର ଫଳାଫଳ କଂଗ୍ରେସ ପାଇଁ ଅତି ନୈରାଶ୍ୟ ଜନକ । କଂଗ୍ରେସର ପ୍ରଦର୍ଶନ ମୋତେ ନିରାଶ କରିଛି। ମୁଁ କେବେ ଭାବିନଥିଲି କଂଗ୍ରେସ ୩,୫୦୦ ଭୋଟ ପାଇବ। ଗଲା ଥର ଯେତିକି ପାଇଥିଲୁ ତାର ଅଧାରୁ ବି କମ ଭୋଟ ଆମକୁ ମିଳିଛି । ତେଣୁ କଂଗ୍ରେସ ଦଳର ନେତୃବୃନ୍ଦ ଓ ହାଇକମାଣ୍ଡ ସମସ୍ତେ ଏହାକୁ ଗୁରୁତର ସହ ନେବା କଥା।କେଉଁଠି ଭୁଲ ରହିଲା,ଦଳର ନୀତି ଆଦର୍ଶ ଭୁଲ ରହିଲା କି ନେତୃତ୍ୱରେ ଭୁଲ ରହିଲା କିମ୍ବା କାହାର ଅବହେଳା ହୋଇଛି ତୁରନ୍ତ ବୈଠକ ଡାକି ସମୀକ୍ଷା କରିବାର ଆବଶ୍ୟକତା ରହିଛି । ନଚେତ ଆଗାମୀ ଦିନରେ କଂଗ୍ରେସ ନିଶ୍ଚିହ୍ନ ହୋଇ ଯାଇପାରେ।
ଦଳମତ ନିର୍ବିଶେଷରେ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ପୁଣି ଥରେ ଅପିଲ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଦଳମତ ନିର୍ବିଶେଷରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୁଣି ଅପିଲ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟିଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନିଜେ ନରସିଂହଙ୍କ ସହିତ ଫୋନରେ କଥା ହୋଇଛନ୍ତି । କଂଗ୍ରେସ ବିଧାୟକ ଓ ସାଂସଦଙ୍କୁ ଦ୍ରୌପଦୀଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି । ଏଥିପାଇଁ ନବୀନଙ୍କ ନିର୍ଦ୍ଦେଶରେ ଆଲୋଚନା କରିଛନ୍ତି ପ୍ରଣବ ପ୍ରକାଶ ଦାସ ।
ଏହାସହ କଂଗ୍ରେସ ବିଧାୟକ, ବଣାଇ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ବୁଝାଇବାକୁ ନବୀନ ବିଜେଡିର ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି । ପିସିସି ସଭାପତିଙ୍କୁ ବି ବୁଝାଇବା ପାଇଁ ନବୀନ ଦଳୀୟ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି । ଓଡିଶା କଂଗ୍ରେସର ୯ ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅପିଲ ।
ଏହା ପୂର୍ବରୁ ରାୟଗଡାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଦେବେ ବୋଲି ଆଶ୍ୱାସନା ଦେଇଛନ୍ତି ମକରନ୍ଦ ।
ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ନାହିଁ ରାଜ୍ୟ କଂଗ୍ରେସ
ଭୁବନେଶ୍ବର: ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ନାହିଁ ରାଜ୍ୟ କଂଗ୍ରେସ । ଓଡ଼ିଶା କଂଗ୍ରେସ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବନି କିମ୍ବା ସମର୍ଥନ କରିବନି ବୋଲି ସ୍ପଷ୍ଟ କରିଛନ୍ତି ଓଡ଼ିଶା କଂଗ୍ରେସ ଦଳ ବିଧାୟକ ନେତା ନରସିଂହ ମିଶ୍ର। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବାର ପ୍ରାୟ ୪୮ ଘଣ୍ଟା ପରେ ଆଜି ରାଜ୍ୟ କଂଗ୍ରେସ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଆଶା ଥିଲା ଯେହେତୁ କୌଣସି ଓଡ଼ିଆ, ତାହା ପୁଣି ଜଣେ ଆଦିବାସୀ ମହିଳା ଦେଶର ପ୍ରଥମ ନାଗରିକ ନିର୍ବାଚନକୁ ଓହ୍ଲାଉଛନ୍ତି, ରାଜ୍ୟ କଂଗ୍ରେସ ସମର୍ଥନ ଦେବ । ହେଲେ ରାଜ୍ୟ କଂଗ୍ରେସ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ନାହିଁ ବୋଲି ସ୍ପଷ୍ଟ କରିଛି ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି କି, ଦ୍ରୌପଦୀ ମୁର୍ମୁ ଜଣେ ଭଲ ମଣିଷ ଏବଂ ଭଲ ବିଧାୟିକା ମଧ୍ୟ ଥିଲେ । ମୋ ସହିତ ତାଙ୍କର ସମ୍ପର୍କ ବହୁତ ଭଲ ଏବଂ ମୁଁ ତାଙ୍କୁ ବ୍ୟକ୍ତିଗତ ଭାବରେ ଜାଣେ । କିନ୍ତୁ ଯେହେତୁ ସେ ବିଜେପିର ନୀତି ଆଦର୍ଶରେ ପରିଚାଳିତ ହେଉଛନ୍ତି, ତେଣୁ ତାଙ୍କୁ ରାଜ୍ୟ କଂଗ୍ରେସ ସମର୍ଥନ କରିବ ନାହିଁ। ତାଙ୍କୁ ଏନ୍‌ଡିଏ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ବିରୋଧି ଦଳ ତାଙ୍କର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି, ତେଣୁ ଯାହାଙ୍କୁ ପ୍ରାର୍ଥି କରାଯାଇଛି ତାଙ୍କୁ ପଛରେ ପକାଇ ଦୌପଦୀଙ୍କୁ ସମର୍ଥନ କରିବା ଉଚିିତ୍‌ ହେବ ନାହିଁ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କରୋନା ସଂକ୍ରମିତ
ଭୁବନେଶ୍ବର: କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ହେବା ପରେ ସେ ସଙ୍ଗରୋଧରେ ରହିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇ ନେବାକୁ ନରସିଂହ ମିଶ୍ର ପରାମର୍ଶ ଦେଇଛନ୍ତି।
Tested positive for COVID-19 today. Anyone in close contact in the past few days please get tested.
— Narasingha Mishra (@NarasinghMishra) April 21, 2021