voter - The Sakala
୫ ରାଜ୍ୟରେ ଏସ୍‌ଆଇଆର ଅବଧି ବୃଦ୍ଧି
ନୂଆଦିଲ୍ଲୀ: ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଚାଲୁ ରହିଛି । କେରଳକୁ ବାଦ୍‌ ଦେଲେ ବାକି ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଏସ୍‌ଆଇଆର୍‌ର ଫର୍ମ ଜମା କରିବାର ଶେଷ ତାରିଖ ଆଜି ଅର୍ଥାତ ଗୁରୁବାର ରହିଥିଲା । ତେବେ ନିର୍ବାଚନ କମିସନ ଆଜି ଫର୍ମ ଡିଜିଟାଇଟେସନ ଓ ଜମା କରିବାର ପ୍ରକ୍ରିୟା ନେଇ ସମୀକ୍ଷା କରିବା ସହିତ ୫ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍‌ଆଇଆର୍‌ର ସମୟସୀମା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଆଣ୍ଡାମାନ- ନିକୋବରରେ ଡିସେମ୍ବର ୧୮ ପର୍ଯ୍ୟନ୍ତ ଏସ୍‌ଆଇଆର ଫର୍ମ ପୂରଣ କରାଯାଇପାରିବ । ସେହିପରି ଉତ୍ତରପ୍ରଦେଶରେ ଡିସେମ୍ବର ୨୬, ଗୁଜରାଟ ଓ ତାମିଲନାଡୁରେ ଡିସେମ୍ବର ୧୪ ପର୍ଯ୍ୟନ୍ତ ଫର୍ମ ପୂରଣ କରାଯାଇପାରିବ । ନିର୍ବାଚନ କମିସନ ସୂଚନା ଦେଇଛନ୍ତି ଯେ ଗୋଆ, ପୁଡୁଚେରୀ, ଲକ୍ଷଦୀପ, ରାଜସ୍ଥାନ ଓ ପଶ୍ଚିମବଙ୍ଗରେ ସମୟସୀମା ଗୁରୁବାର ହିଁ ଶେଷ ହୋଇଛି ଓ ଏହାର ଚୂଡାନ୍ତ ଭୋଟର ତାଲିକା ଡିସେମ୍ବର ୧୬ରେ ପ୍ରକାଶ କରାଯିବ । ଏହିସବୁ ରାଜ୍ୟରେ ସମୟସୀମାରେ ବୃଦ୍ଧି କରାଯାଇନାହିଁ ।
ଏହା ପୂର୍ବରୁ କମିସନ କେରଳରେ ଶେଷ ତାରିଖକୁ ୧୧ରୁ ଡିସେମ୍ବର ୧୮ ତାରିଖକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ନଭେମ୍ବର ୩୦ରେ ଏସ୍‌ଆଇଆର୍‌ର ସମୟସୀମାକୁ କମିସନ ଗୋଟିଏ ସପ୍ତାହ ବୃଦ୍ଧି କରିଥିଲେ । ସେତେବେଳେ କମିସନ କହିଥିଲେ ଯେ, ଚୂଡାନ୍ତ ମତଦାତା ସୂଚୀ ୨୦୨୬ ଫେବୃଆରୀ ୧୪ରେ ପ୍ରକାଶିତ ହେବ । ଭୋଟର ହଟାଇବା କିମ୍ବା ସାମିଲ କରିବା ପାଇଁ ଗଣନା ଅବଧି କିମ୍ବା ଭୋଟର ଯାଞ୍ଚ୍‌ ଏବେ ଡିସେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ । ପୂର୍ବରୁ ଏହା ଡିସେମ୍ବର ୪ ପର୍ଯ୍ୟନ୍ତ ସ୍ଥିର କରାଯାଇଥିଲା । ଚିଠାତାଲିକା ପ୍ରଥମେ ଡିସେମ୍ବର ୨ରେ ପ୍ରକାଶିତ ହେବାର ଥିଲା। କିନ୍ତୁ ଏବେ ଡିସେମ୍ବର ୧୬ରେ ପ୍ରକାଶିତ ହେବ । ଇତିମଧ୍ୟରେ କମିସନ କହିଛନ୍ତି ଯେ ମୃତ୍ୟୁ ଯୋଗୁଁ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟରଙ୍କ ସୂଚୀ ରାଜନୈତିକ ଦଳଗୁଡିକୁ ଦିଆଯିବ ।
ମତଦାନ କେନ୍ଦ୍ରକୁ ମୋବାଇଲ ମନା, ଅସନ୍ତୋଷ ବ୍ୟକ୍ତ କଲେ ଭୋଟର
ଭୁବନେଶ୍ବର: ଆଜି ରାଜ୍ୟରେ ତୃତୀୟ ପର୍ୟ୍ୟାୟ ମତଦାନ ଜାରି ରହିଛି। ତେବେ  ମତଦାନ କେନ୍ଦ୍ରକୁ ମୋବାଇଲ ଓ ସ୍ମାର୍ଟ ୱାଚ ମନାକୁ ନେଇ ଅସନ୍ତୁଷ୍ଟ ହୋଇଛନ୍ତି ଭୋଟର । ଦୀର୍ଘ ସମୟ ଅପେକ୍ଷା ପରେ ବି ଭୋଟ ନ ଦେଇ ଫେରୁଛନ୍ତି । ମୋବାଇଲ ନ ନେବାକୁ ନିୟମ ଲାଗୁ ହୋଇଥିବା ବେଳେ ଅନେକ ଲୋକ ଏକଥା ଜାଣି ନାହାନ୍ତି । ଏପଟେ ମତଦାନ କେନ୍ଦ୍ରରେ ବି ମୋବାଇଲ ରଖିବାକୁ କୌଣସି ବ୍ୟବସ୍ଥା ହୋଇ ନ ଥିବାରୁ ଭୋଟର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ସୂଚନା ଅନୁଯାୟୀ, ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ତେବେ ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି। ଭୋଟ୍ ଦେବା ଲାଗି ସକାଳୁ ସକାଳୁ ବୁଥ ମାନଙ୍କରେ ଭୋଟରମାନେ ଭିଡ଼ ଲଗାଇଛନ୍ତି । ଆଜି ୬ ଲୋକସଭା ଆସନ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନପାଇଁ ଭୋଟ ଗ୍ରହଣ ହେଉଛି।
ତୃତୀୟ ପର୍ଯ୍ୟାୟ ପାଇଁ ସରିଲା ପ୍ରଚାର: ରାତି ପାହିଲେ ଭୋଟ୍‌ ଦେବ ଓଡ଼ିଶା, ଭୋଟର୍‌ଙ୍କ ହାତରେ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ
ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲି ଅର୍ଥାତ ୨୫ ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୬ଟି ଲୋକସଭା କ୍ଷେତ୍ର ଯଥା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଓ ଭୁବନେଶ୍ୱର ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟର ନିଜ ପ୍ରତିନିଧି ବାଛିବେ। ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟକ୍ରମରେ ବିରାମ ଲାଗିଛି। ଏହି ପର୍ଯ୍ୟାୟରେ ରାଜ୍ୟ ରାଜନୀତିର ବହୁ ହେଭିୱେଟ୍‌ ନିଜର ଭାଗ୍ୟ ପରୀକ୍ଷା କରୁଥିବା ବେଳେ ସେମାନଙ୍କ ପାଇଁ ଶେଷ ଦିନରେ ବିଭିନ୍ନ ଦଳର ଷ୍ଟାର ପ୍ରଚାରକ ପ୍ରଚାର କରିଛନ୍ତି। ରୋଡ୍‌ ଶୋ’, ସାଧାରଣ ସଭା ତଥା ଘରକୁ ଘର ବୁଲି ପ୍ରଚାର କରି ସେମାନେ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିବାକୁ ଶେଷ ଅନୁରୋଧ କରିଛନ୍ତି। ଅପରପକ୍ଷେ ନିର୍ବାଚନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛ, ଅବାଧ ଏବଂ ନିରପେକ୍ଷ ଭାବେ ପରିଚାଳିତ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି
ଶ୍ରୀ ଧଳଙ୍କ ସୂଚନାନୁଯାୟୀ, ତୃତୀୟ ପର୍ଯ୍ୟାୟରେ ଏହି ୬ ଲୋକସଭା କ୍ଷେତ୍ର ପାଇଁ ମୋଟ ୯୪,୪୮,୫୫୩ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୪୮, ୨୯, ୬୬୦ ପୁରୁଷ, ୪୬, ୧୭, ୬୦୨ ମହିଳା ଓ ୧୨୯୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ଏମାନଙ୍କ ମଧ୍ୟରେ ୨,୩୭,୧୩୧ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୮, ୪୫, ୫୦୩ ଜଣ ଯୁବ ମତଦାତା ରହିଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୧୦, ୫୧୫ଟି ମତଦାନ କେନ୍ଦ୍ର ଓ ୩୬ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି। ଅର୍ଥାତ୍‌‌ ତୃତୀୟ ପର୍ଯ୍ୟାୟରେ ମୋଟ ୧୦୫୫୧ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ପ୍ରାୟ ୧୫୦୦ ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ହେବ ଏବଂ ୩୦ଟି ସମ୍ପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ହେବ। ଏହି ପର୍ଯ୍ୟାୟରେ ପ୍ରାୟ ୨୦୦୦ଟି ଆଦର୍ଶ ମତଦାନ କେନ୍ଦ୍ର (ମଡେଲ ବୁଥ୍‌‌) ରହିଛି। ସେହିପରି ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପାଦନ ପାଇଁ ପ୍ରାୟ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ବୋଲି ଶ୍ରୀ ଧଳ ସୂଚନା ପ୍ରଦାନ କରିଛନ୍ତି।
ଅପରପକ୍ଷେ, ଉପରୋକ୍ତ ୬ ସଂସଦୀୟ କ୍ଷେତ୍ର ପାଇଁ ମୋଟ ୬୪ଜଣ ପ୍ରାର୍ଥୀ (ପୁରୁଷ-୫୫, ମହିଳା-୯) ରହିଛନ୍ତି। ସେହିପରି ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ ୩୮୩ ଜଣ (ପୁରୁଷ-୩୩୯, ମହିଳା-୪୪) ପ୍ରାର୍ଥୀ ରହିଛନ୍ତି। ଅର୍ଥାତ୍‌‌ ମୋଟ ୪୪୭ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା କରୁଛନ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଲୋକସଭା କ୍ଷେତ୍ର ପାଇଁ ମୋଟ ୧୩୨୭୨ଟି ବାଲାଟ୍‌‌ ୟୁନିଟ୍‌‌, ୧୩୪୨୫ଟି କଣ୍ଟ୍ରୋଲ ୟୁନିଟ୍‌‌ ଓ ୧୪୪୨୭ଟି ଭିଭିପାଟ ବ୍ୟବସ୍ଥା ହୋଇଛି। ବିଧାନସଭା କ୍ଷେତ୍ର ମତଦାନ ପାଇଁ ୧୩୩୬୫ଟି ବାଲାଟ ୟୁନିଟ୍‌‌, ୧୩୫୧୮ଟି କଣ୍ଟ୍ରୋଲ ୟୁନିଟ୍‌‌ ଓ ୧୪୬୦୪ଟି ଭିଭିପାଟ୍‌‌ ବ୍ୟବସ୍ଥା କରାଯାଇଛି ବୋଲି ସିଇଓ ସୂଚନା ପ୍ରଦାନ କରିଛନ୍ତି।
ସେହିପରି ତୃତୀୟ ପର୍ଯ୍ୟାୟ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବେଶ୍‌‌ ଗୁରୁତ୍ୱ ଦିଆଯାଇଛି। ଏହି ପର୍ଯ୍ୟାୟରେ ପ୍ରାୟ ୧୨୧ କମ୍ପାନୀ ସିଏପିଏଫ୍‌‌(ସେଣ୍ଟ୍ରାଲ ଆର୍ମଡ୍‌‌ ପୁଲିସ ଫୋର୍ସ) ନିୟୋଜିତ ହେବେ। ଷ୍ଟ୍ରଙ୍ଗରୁମ୍‌‌ ବ୍ୟତିରେକ ଏମାନଙ୍କୁ ପ୍ରାୟ ୨୦୦୦ ପୋଲିଂ ଷ୍ଟେସନ ସ୍ଥଳରେ ନିୟୋଜିତ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ ସବୁ ବର୍ଗର ଭୋଟର୍‌ଙ୍କ ପାଇଁ ପୋଲିଂ ବୁଥରେ ବିଭିନ୍ନ ସୁବିଧା ବ୍ୟବସ୍ଥା କରାଯାଇଥିବା ବେଳେ ଅଧିକରୁ ଅଧିକ ଭୋଟର ଯେପରି ଗଣତନ୍ତ୍ର ଏହି ମହାନ ପର୍ବରେ ସାମିଲ ହେବେ ସେନେଇ ବ୍ୟାପକ ସଚ୍‌‌ତନତା କାର୍ଯ୍ୟକ୍ରମ କରାଯାଇଛି।
ଭୁବନେଶ୍ୱର:  ଆସନ୍ତା ୨୫ରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଓ ଏହା ଅଧୀନସ୍ଥ ସମସ୍ତ ବିଧାନସଭା କ୍ଷେତ୍ରରେ ଭୋଟଗ୍ରହଣ ହେବ। ଲକ୍ଷାଧିକ ଲୋକ ଭୋଟ୍‌‌ ଦେଇ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବେ। ଏହାର ଅବ୍ୟବହିତ ପୂର୍ବରୁ କେଉଁ ବୁଥ୍‌‌ରେ ନିଜର ବହୁମୂଲ୍ୟ ମତ ସାବ୍ୟସ୍ତ କରିବେ, ତାକୁ ନେଇ ଲୋକଙ୍କ ଭିତରେ ଜିଜ୍ଞାସା ସୃଷ୍ଟି ହେଲାଣି। ଫଳସ୍ୱରୂପ କିଛି ଲୋକ ସ୍ଥାନୀୟ ବିଏଲ୍‌‌ଓଙ୍କଠାରୁ ଚିରକୁଟ୍‌‌ ଗ୍ରହଣ କରୁଥିବାବେଳେ ଆଉ କିଛି ଲୋକ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହୋଇଥିବା ମୋବାଇଲ୍‌‌ ଆପ୍ଲିକେସନ୍‌‌କୁ ବ୍ୟବହାର କରି ନିଜର ବୁଥ୍‌‌ ବିଷୟରେ ଜାଣୁଛନ୍ତି। ଏଭଳି ପରିସ୍ଥିତିରେ ଚିରକୁଟ୍‌‌ ଓ ଆପ୍ଲିକେସନ୍‌‌ରେ ଗୋଟିଏ ବୁଥ୍‌‌ ଦେଖାଉଥିବାବେଳେ ବିଏଲ୍‌‌ଓ ଆଉ ଗୋଟେ ବୁଥ୍‌‌ କଥା କହୁଛନ୍ତି। ଫଳରେ ସାଧାରଣ ଲୋକ ହଟହଟା ହେଉଛନ୍ତି। କେଉଁ ବୁଥ୍‌‌ରେ ଯାଇ ନିଜର ମତାଧିକାର ସାବ୍ୟସ୍ତ କରିବେ ତାକୁ ନେଇ ଦ୍ୱନ୍ଦ୍ୱର ସମ୍ମୁଖୀନ ହେଉଛନ୍ତି ସାଧାରଣ ନାଗରିକ। ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭିଏସ୍‌‌ଏସ୍‌‌ ନଗର ବାସିନ୍ଦା ଶୁକ୍ରବାର ଚିର୍‌‌କୁଟ୍‌‌ ଗ୍ରହଣ କରିବା ପରେ ଏଭଳି ଅଭିଯୋଗ ଆଣିଛନ୍ତି।
ସୂଚନା ଅନୁସାରେ, ବିଏମ୍‌‌ସିର ୧୧ନମ୍ବର ୱାର୍ଡ ଅନ୍ତର୍ଗତ ଭିଏସ୍‌‌ଏସ୍‌‌ ନଗର ଅଞ୍ଚଳର ଚନ୍ଦ୍ରଶେଖର ଦାସ ନାମକ ଜଣେ ବ୍ୟକ୍ତି ଚିର୍‌‌କୁଟ୍‌‌ ପାଇଁ ସ୍ଥାନୀୟ ସୁରେନ୍ଦ୍ର ସାଏ ହାଇସ୍କୁ୍‌‌ଲ୍‌‌କୁ ଯାଇଥିଲେ। ସେଠାରେ ବିଏଲ୍‌‌ଓ ତାଙ୍କୁ ଚିର୍‌‌କୁଟ୍‌‌ ଦେଇଥିଲେ। ସେଥିରେ ମତଦାନ କେନ୍ଦ୍ରର ନାମ ବୀର ସୁରେନ୍ଦ୍ର ସାଏ ଲେଖାଥିବାବେଳେ ବିଏଲ୍‌‌ଓ ତାଙ୍କୁ ସୁରେନ୍ଦ୍ର ସାଏ ହାଇସ୍କୁଲ୍‌‌ରେ ତାଙ୍କର ମତଦାନ କେନ୍ଦ୍ର ହୋଇଥିବା କହିଥିଲେ। ବୀର ସୁରେନ୍ଦ୍ର ସାଏ ସ୍କୁଲ ତାଙ୍କ ପାରମ୍ପରିକ ବୁଥ୍‌‌। ଭୋଟର୍‌‌ ଆପ୍‌‌ରେ ମଧ୍ୟ ଏହା ହିଁ ଉପଲବ୍ଧ ଅଛି। ହେଲେ ବିଏଲ୍‌‌ଓଙ୍କ କଥାନୁସାରେ କେବଳ ଚନ୍ଦ୍ରଶେଖର ନୁହନ୍ତି, ପାଖାପାଖି ୧୧ଶହ ଲୋକଙ୍କର ଚିରୁକୁଟ୍‌‌ରେ ବୀର ସୁରେନ୍ଦ୍ର ସାଏ ସ୍କୁଲର ନାଁ ଥିବାବେଳେ ବାସ୍ତବରେ ତାଙ୍କର ସୁରେନ୍ଦ୍ର ସାଏ ହାଇସ୍କୁଲ ବୋଲି କହିଛନ୍ତି। ତେଣୁ ଚିରକୁଟ୍‌‌, ଆପ୍ଲିକେସନ୍‌‌ ଓ ବିଏଲଓଙ୍କ କଥା ମିଶୁ ନ ଥିବାବେଳେ ଭୋଟର୍‌‌ କେଉଁଠି ଭୋଟ୍‌‌ ଦେବେ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଲାଣି। ଏଭଳି ବିନା କୌଣସି ସୂଚନାରେ ବୁଥ୍‌‌ ପରିବର୍ତ୍ତନ ହୋଇଥିବାବେଳେ ଭୋଟର୍‌‌ ମତଦାନବେଳେ ହଟହଟା ହେବାର ଆଶଙ୍କା ଉପୁଜୁଛି।
ଚନ୍ଦ୍ରଶେଖର ଏ ସମ୍ପର୍କରେ ଜାଣିବା ପାଇଁ ଡିଇଓ ସହାୟତା ନମ୍ବର ୧୯୫୦ରେ କଲ୍‌‌ କରି ଏହି ସମସ୍ୟା ବିଷୟରେ ଜଣାଇଥିଲେ। ସେମାନେ କହିଥିଲେ ଯେ, ଏ ବାବଦରେ ବିଏଲ୍‌‌ଓମାନେ ଭୋଟର୍‌‌ଙ୍କୁ ଅବଗତ କରାଇବା କଥା। ଏମିତି ହୋଇଥିଲେ ଆପ୍ଲିକେସନ୍‌‌ରେ ମଧ୍ୟ ପରିବର୍ତ୍ତନ କରିବା ନେଇ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ବିଏଲ୍‌‌ଓମାନେ ଚିରକୁଟ୍‌‌ ବାଣ୍ଟିବାର ନିୟମ ଥିଲେ ହେଁ ସେମାନେ ସମସ୍ତଙ୍କ ପାଖରେ ଚିର୍‌‌କୁଟ୍‌‌ ପହଞ୍ଚାଉନାହାନ୍ତି। ତେଣୁ ଅଧିକାଂଶ ଲୋକ ଭୋଟ୍‌‌ ଦେବାବେଳେ ହଟାହଟା ହେଉଛନ୍ତି। ଗୋଟିଏ ପଟେ ଭୋଟ୍‌‌ ହାର ବୃଦ୍ଧି କରିବା ପାଇଁ ନିର୍ବାଚନ ଆୟୋଗ ଚେଷ୍ଟା କରୁଥିବାବେଳେ ଅନ୍ୟପକ୍ଷରେ ଏଭଳି ବୁଥ୍‌‌ ଚିହ୍ନଟରେ ଏଭଳି ଅସଙ୍ଗିତ ଯୋଗୁଁ ଏକାଧିକ ଲୋକ ନିଜର ବହୁମୂଲ୍ୟ ମତ ସାବ୍ୟସ୍ତ କରିବାରେ ବିଫଳ ହେଉଛନ୍ତି। ନିର୍ବାଚନ ଆୟୋଗ ଏହା ଉପରେ ତୁରନ୍ତ ଦୃଷ୍ଟି ଦେଇ ଏ ତ୍ରୁଟି ସୁଧାରିବା ପାଇଁ ସାଧାରଣରେ ଦାବି ହେଉଛି।