recharge plans - The Sakala

ନୂଆବର୍ଷରୁ ରିଚାର୍ଜ ପ୍ଲାନ୍ ମହଙ୍ଗା ! ଟେଲିକମ୍‌ କମ୍ପାନୀ ବଢ଼ାଇବେ ପ୍ରି-ପେଡ୍‌ ରିଚାର୍ଜ ପ୍ଲାନ୍‌...
ନୂଆଦିଲ୍ଲୀ: ନୂଆ ବର୍ଷରୁ ଆପଣଙ୍କୁ ପୁଣି ଥରେ ମୋବାଇଲରେ କଥା ହେବା ଏବଂ ଇଣ୍ଟରନେଟ୍ ବ୍ୟବହାର କରିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। କାରଣ ବର୍ଷର ଶେଷ ମାସରେ ଦେଶର ଟେଲିକମ୍‌ କମ୍ପାନୀଗୁଡିକ ସେମାନଙ୍କର ରିଚାର୍ଜ ପ୍ଲାନ୍‌ ବୃଦ୍‌ଦି କରିବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଟେଲିକମ୍‌ ଅପରେଟରମାନେ  ସେମାନଙ୍କର ପ୍ରି-ପେଡ୍‌ ରିଚାର୍ଜ ପ୍ଲାନ୍‌ ଦରରେ ୧୨% ଯାଏ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ବର୍ତ୍ତମାନ ଏ ସମ୍ପର୍କରେ ବର୍ତ୍ତମାନ ଖବର ସୋସିଆଲ ମିଡିଆରେ ଛାଇବାରେ ଲାଗିଛି। ଏହି ଖବର ଏବେ ଗ୍ରାହକମାନଙ୍କୁ ପୁଣି ଥରେ ଚିନ୍ତାରେ ପକାଇଛି।  ଜିଓ,ଏୟାରଟେଲ୍‌ ଏବଂ ଭିଆଇ ଭଳି  ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ନୂତନ ବର୍ଷରେ ସେମାନଙ୍କର ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରିବେ। ସୋସିଆଲ ମିଡିଆରେ ପ୍ରସାରିତ ରିପୋର୍ଟ ଅନୁଯାୟୀ, କିଛି କମ୍ପାନୀ ସେମାନଙ୍କ ଗ୍ରାହକଙ୍କୁ ନୋଟିଫିକେସନ୍‌ ପଠାଇବା ମଧ୍ୟ ଆରମ୍ଭ କରିଛନ୍ତି।

ଟେଲିକମ୍ କମ୍ପାନୀଗୁଡ଼ିକ ବର୍ଦ୍ଧିତ ରିଚାର୍ଜ ପ୍ଲାନଗୁଡ଼ିକ ସମ୍ପର୍କରେ କୌଣସି ସରକାରୀ ବିଜ୍ଞପ୍ତି ଜାରି କରିନାହାଁନ୍ତି। ତେଣୁ, ପ୍ଲାନ ମୂଲ୍ୟ ସମାନ ରହିବ। ଏକ ରିପୋର୍ଟ ଅନୁଯାୟୀ, ଦେଶର ତିନୋଟି ପ୍ରମୁଖ ଟେଲିକମ୍ କମ୍ପାନୀ - ଜିଓ, ​​ଏୟାରଟେଲ୍ ଏବଂ ଭୋଡାଫୋନ୍-ଆଇଡିଆ - ପ୍ରତି ଉପଭୋକ୍ତାଙ୍କ ହାରାହାରି ରାଜସ୍ୱ (ଏଆର୍‌ପିୟୁ) ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଫଳସ୍ୱରୂପ, ଆଗାମୀ ମାସଗୁଡ଼ିକରେ ରିଚାର୍ଜ ପ୍ଲାନଗୁଡ଼ିକ ୧୦-୧୨ ପ୍ରତିଶତ ମହଙ୍ଗା ହୋଇପାରେ। ଯଦି କମ୍ପାନୀଗୁଡ଼ିକ ମୂଲ୍ୟ ବୃଦ୍ଧି କରନ୍ତି, ତେବେ ଏହା ୨୦୨୪ ପରଠାରୁ ସବୁଠାରୁ ବଡ଼ ବୃଦ୍ଧି ହେବ। ସାମ୍ପ୍ରତିକ ମାସଗୁଡ଼ିକରେ, ଜିଓ ଏବଂ ଏୟାରଟେଲ୍ ଚୁପଚାପ୍ ସେମାନଙ୍କର ଏଣ୍ଟ୍ରି-ଲେବଲ ୧ ଜିବି ଦୈନିକ ପ୍ରିପେଡ୍ ପ୍ଲାନଗୁଡ଼ିକୁ ବନ୍ଦ କରିଦେଇଛନ୍ତି, ଯାହା ବ୍ୟବହାରକାରୀମାନଙ୍କୁ ବାଧ୍ୟତାମୂଳକ ଭାବେ ଅଧିକ ମହଙ୍ଗା ପ୍ଲାନ୍‌ ଆଡ଼କୁ ଠେଲିଦେଇଛି। ଅଧିକାଂଶ ପ୍ରିପେଡ୍ ଡାଟା ଉପଭୋକ୍ତାଙ୍କ ପାଇଁ ନୂତନ ମୌଳିକ ଯୋଜନାଗୁଡ଼ିକ ଏବେ ପ୍ରତିଦିନ ଦେଢ଼ ଜିବିରୁ ଆରମ୍ଭ ହେଉଛି, ଯାହାର ମୂଲ୍ୟ ପ୍ରାୟ ୨୯୯ ଟଙ୍କା, ଯାହା ପୂର୍ବ ୨୪୯ ଟଙ୍କା ଯୋଜନାଠାରୁ ପ୍ରାୟ ୧୭% ବୃଦ୍ଧି।

ଟେଲିକମ୍ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିନିବେଶ ଏବଂ ୫ଜି ଭିତ୍ତିଭୂମି ବିସ୍ତାର ପାଇଁ ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଏୟାରଟେଲ୍ ଏବଂ ଭିଆଇ ଉଭୟ ଦୀର୍ଘ ସମୟ ଧରି ଟାରିଫ୍ ବୃଦ୍ଧିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଆସୁଛନ୍ତି। ବର୍ତ୍ତମାନ, ସିଧାସଳଖ ମୂଲ୍ୟ ବୃଦ୍ଧି କରିବା ପରିବର୍ତ୍ତେ ଟେଲିକମ୍ କମ୍ପାନୀଗୁଡ଼ିକ ସେମାନଙ୍କର ଶସ୍ତା ପ୍ଲାନ୍‌ଗୁଡିକୁ  ବନ୍ଦ କରୁଛନ୍ତି। ଯାହାଫଳରେ ଗ୍ରାହକମାନେ ଅଧିକ ମହଙ୍ଗା ଯୋଜନା କିଣିବାକୁ ବାଧ୍ୟ ହେବେ। ଏହି କୌଶଳଗୁଡ଼ିକ କମ୍ପାନୀଗୁଡ଼ିକୁ ପ୍ରତି ଉପଭୋକ୍ତାଙ୍କ ହାରାହାରି ରାଜସ୍ୱ (ଏଆର୍‌ପିୟୁ) ବୃଦ୍ଧି କରିବାରେ ସାହାଯ୍ୟ କରୁଛି। ଏମିତିକି କିଛି କମ୍ପାନୀ ମଧ୍ୟ ନଭେମ୍ବରରେ କିଛି ନିର୍ଦ୍ଧିଷ୍ଟ ପ୍ରି-ପେଡ୍‌ ରିଚାର୍ଜ ପ୍ଲାନ୍‌ ଦର ବୃଦ୍ଧି କରିଛନ୍ତି। ଭିଆଇ ଏବଂ ଏୟାରଟେଲ୍‌ ଭଳି ଅପରେଟର ପ୍ଲାନ ଦର ୭%ରୁ ଅଧିକ ବଢ଼ାଇଛନ୍ତି। ଯେତେବେଳେ କି ବିଏସ୍‌ଏନ୍‌ଏଲ୍‌ ଭାଲିଡିଟି କମ୍‌ କରିଛି।

ମୋବାଇଲ୍‌ ଉପଭୋକ୍ତାଙ୍କୁ ଲାଗିବ ଝଟ୍‌କା, ବଢ଼ିବ ରିଚାର୍ଜ ପ୍ଲାନ୍‌
ନୂଆଦିଲ୍ଲୀ, ୧୪ା୫ (ଏଜେନ୍ସି): ଦେଶରେ ଦୀର୍ଘ ଦିନ ହେବ ଦରଦାମ୍‌ ବୃଦ୍ଧି ସହ ଯୁଝୁଥିବା ସାଧାରଣ ଖାଉଟିଙ୍କୁ ଆଗାମୀ ଦିନରେ ଲାଗିବାକୁ ଯାଉଛି ଆଉ ଏକ ବଡ଼ ଝଟ୍‌କା। ଉପଭୋକ୍ତାଙ୍କୁ ଏହି ଝଟ୍‌କା ଏଥର ମୋବାଇଲ ରିଚାର୍ଜ ଅାକାରରେ ଲାଗିବ। କାରଣ ଟେଲିକମ୍‌ ଅପରରେଟରମାନେ ସାଧାରଣ ନିର୍ବାଚନ ପରେ ମୋବାଇଲ ଟାରିଫ୍‌ ପ୍ଲାନ୍‌ ବୃଦ୍ଧି କରିବାକୁ ଯାଉଛନ୍ତି। ଏହା ହେଲେ ମୋବାଇଲ ରିଚାର୍ଜ ପ୍ଲାନ୍‌ ମହଙ୍ଗା ହୋଇଯିବ। ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କର ରାଜସ୍ୱ ବୃଦ୍ଧି ପାଇଁ ନିର୍ବାଚନ ପରେ ଶୁଳ୍କ ବୃଦ୍ଧି ଯୋଜନା ରଖିଛନ୍ତି। ଟାରିଫ୍‌ ପ୍ଲାନ୍‌ରେ ଏହି ବୃଦ୍ଧି ୨୫ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ।

ସବୁଠାରୁ ବଡ଼ କଥା ହେଉଛି ଯେ, ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ଟେଲିକମ୍‌ କମ୍ପାନୀଗୁଡିକ ସେମାନଙ୍କ ଟାରିଫ୍‌ ପ୍ଲାନ୍‌ରେ ୩ ଗୁଣ ବୃଦ୍ଧି କରିଛନ୍ତି। ଯଦି ଏହା ହୁଏ େତବେ ଲୋକସଭା ନିର୍ବାଚନ ପରେ ମୋବାଇଲ ରିଚାର୍ଜ ଦର ୫୦ ଟଙ୍କାରୁ ଅଢ଼େଇ ଶହ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବ। ଯାହାର ପ୍ରଭାବ କୋଟି କୋଟି ମୋବାଇଲ୍ ଉପଭୋକ୍ତାଙ୍କ ଉପରେ ହିଁ ପଡ଼ିବ।

ସୂଚନା ଅନୁଯାୟୀ, ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କର ମୋବାଇଲ୍ ଟାରିଫ୍‌ ପ୍ଲାନ୍‌ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଲେ ଏଆର୍‌ପିୟୁ ଅର୍ଥାତ୍‌ ୟୁଜର ପିଛା କମ୍ପାନୀଗୁଡିକର ହାରାହାରି ରାଜସ୍ୱ ବୃଦ୍ଧି ଘଟିବ। ଏ ସମ୍ପର୍କରେ ବ୍ରୋକରେଜ୍‌ ସଂସ୍ଥା ଆକ୍ସିସ୍ କ୍ୟାପିଟାଲର ଏକ ରିପୋର୍ଟରେ କୁହାଯାଇଛି ଯେ ଟେଲିକମ୍‌ କମ୍ପାନୀଗୁଡିକ ୫ଜି ଟେକ୍ନୋଲୋଜିରେ ବିପୁଳ ମାତ୍ରାରେ ପୁଞ୍ଜି ବିନିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ କମ୍ପାନୀଗୁଡିକ ଲାଭ ଆୟ କରିବାକୁ ଚାହିଁ ରହିଛନ୍ତି।

ରିପୋର୍ଟ ଅନୁଯାୟୀ, ଉଭୟ ପୋଷ୍ଟପେଡ୍ ଏବଂ ପ୍ରିପେଡ୍ ପ୍ଲାନ୍‌ ପୂର୍ବ ଅପେକ୍ଷା ଅଧିକ ମହଙ୍ଗା ହୋଇପାରେ। ଅନ୍ୟପକ୍ଷରେ, ଇଣ୍ଟରନେଟ୍ ପ୍ୟାକ୍‌ ମଧ୍ୟ ମହଙ୍ଗା ହେବ। ବିଶେଷଜ୍ଞଙ୍କ ଅନୁଯାୟୀ, ବର୍ତ୍ତମାନ ଟେଲିକମ୍ କମ୍ପାନୀଗୁଡିକର ଉପଭୋକ୍ତା ପିଛା ହାରାହାରି ଆୟ ବହୁତ କମ୍ ରହିଛି। ଏହାର ଅର୍ଥ ମୋବାଇଲ୍ ଅପରେଟର ପ୍ରତ୍ୟେକ ବ୍ୟବହାରକାରୀଙ୍କ ପାଇଁ ଯେତିକି ଅର୍ଥ ଖର୍ଚ୍ଚ କରୁଛନ୍ତି ସେତିକି ଆୟ କରୁନାହାଁନ୍ତି। ଏହି କାରଣରୁ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କ ଟାରିଫ୍‌ ପ୍ଲାନ୍‌ରେ ୨୫ ପ୍ରତିଶତ ବୃଦ୍ଧି କରିପାରନ୍ତି। ମୋବାଇଲ୍‌ ଟାରିଫ୍‌ରେ ଏହି ବୃଦ୍ଧି ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଦେଖିବାକୁ ମିଳିବ। ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ହେଉଛି ଯଦି ଟାରିଫ୍ ପ୍ଲାନ୍‌ରେ ୨୫ ପ୍ରତିଶତ ବୃଦ୍ଧି ହୁଏ, ତେବେ ସାଧାରଣ ଲୋକଙ୍କ ପକେଟରେ ଏହାର ଏକ ବଡ଼ ପ୍ରଭାବ ଦେଖିବାକୁ ମିଳିବ। ଉଦାହରଣ ସ୍ବରୂପ ଯଦି ଆପଣ ପ୍ରତି ମାସରେ ୨୦୦ ଟଙ୍କା ରିଚାର୍ଜ କରୁଛନ୍ତି, ତେବେ ମୋବାଇଲ ରିଚାର୍ଜ ଦର ୫୦ ଟଙ୍କା ବୃଦ୍ଧି ହେବ। ଏହାର ଅର୍ଥ ହେଉଛି ୨୦୦ ଟଙ୍କାର ଟାରିଫ୍ ପ୍ଲାନ୍‌ ଲାଗି ଆପଣଙ୍କୁ ୨୫୦ ଟଙ୍କା ଦେବାକୁ ପଡିବ। ଅନ୍ୟପକ୍ଷରେ, ଯଦି ଆପଣ ୧୦୦୦ ଟଙ୍କା ରିଚାର୍ଜ କରୁଛନ୍ତି, ତେବେ ନୂଆ ଟାରିଫ୍ ପ୍ଲାନ୍‌ରେ ଆପଣଙ୍କୁ ୧୨୫୦ ଟଙ୍କା ଦେବାକୁ ପଡିବ।