Chariot Making - The Sakala

ଖେଇ କାଠ ନେବାକୁ ନେଇ ବିବାଦ: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ବନ୍ଦ କଲେ ବିଶ୍ୱକର୍ମା ମହାରଣା
ପୁରୀ: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ବନ୍ଦ କଲେ ବିଶ୍ୱକର୍ମା ମହାରଣା । ଖେଇ କାଠ ନେବାକୁ ନେଇ ବିବାଦ ପରେ ରଥ ନିର୍ମାଣ କାମ ବନ୍ଦ କରିଛନ୍ତି ବିଶ୍ବକର୍ମା ମହାରଣା ସେବାୟତ । ପୂର୍ବରୁ ୪ ଫୁଟ୍‌ ତଳକୁ ଗୋଲେଇ କାଠ ଖେଇ ଭାବେ ନେଉଥିଲେ ମହାରଣା । ମାତ୍ର ଶ୍ରୀମନ୍ଦିର ପ୍ରଶାସନର ନିୟମ ଅନୁଯାୟୀ ବଳକା କାଠ ନେବା ଉପରେ କଟକଣା ଜାରି କରିଛି । ଯାହାକୁ ନେଇ ରଥ ନିର୍ମାଣ କାମ ବନ୍ଦ କରିଛନ୍ତି ବିଶ୍ୱକର୍ମା ମହାରଣା ।

ତେବେ ସମାଧାନ ନହେବା ଯାଏଁ କାମ ଆରମ୍ଭ ନକରିବାକୁ ଚେତାବନୀ ଦେଇଛନ୍ତି। ମହାରଣାଙ୍କ କହିବା ମୁତାବକ ସ୍ଵତ୍ଵଲିପି ଅନୁଯାୟୀ ସେମାନେ ୪ ଫୁଟରୁ କମ୍ ବଳକା କାଠ ସେମାନେ ଖେଈ ବା ପ୍ରାପ୍ୟ ହିସାବରେ ନେଇଥାନ୍ତି। କିନ୍ତୁ ଚିରଟ କାଠରେ ,ଯେ କୌଣସି ମାପ ବଳକା କାଠକୁ ନେଇଥାନ୍ତି ମହାରଣା। ତେବେ ଏହା ନନେବାକୁ ବାରଣ କରି ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍ ଜାରି କରିବା ପରେ ଦେଖାଦେଇଛି ବିବାଦ।

ଚଳଚଞ୍ଚଳ ରଥଖଳା: ତିନିରଥର ୧୦ ଚକ ନିର୍ମାଣ ଶେଷ, ରଥ ନିର୍ମାଣ ତଦାରଖ କଲେ କମିଟି ସଦସ୍ୟ
ପୁରୀ: ଘୋଷଯାତ୍ରା ପାଇଁ ରଥଖଳା ସମ୍ପୂର୍ଣ୍ଣ ଚଳଚଞ୍ଚଳ। ବିଧି ମୁତାବକ, ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଆସନ୍ତା ଶନିବାର ଭଉଁରି। ପରମ୍ପରା ଅନୁଯାୟୀ, ଭଉଁରି ତିଥିରେ ତିନିରଥର ଚକଡେରା କାର୍ଯ୍ୟ ସମ୍ପନ୍ନ ହେବ। ଏହାକୁ ନଜରରେ ରଖି ମହାରଣା ସେବକମାନେ ପ୍ରସ୍ତୁତ ହୋଇଯାଇଛନ୍ତି। ମଙ୍ଗଳବାର ସୁଦ୍ଧା ତିନିରଥର ୪୨ଚକ ମଧ୍ୟରୁ ୧୦ଟି ଚକ ନିର୍ମାଣ ଶେଷ ହୋଇଛି। ଏଥିମଧ୍ୟରେ ଦର୍ପଦଳନ ରଥ ଏବଂ ତାଳଧ୍ୱଜ ରଥର ୩ଟି ଲେଖାଏଁ ଚକ ସରିଥିବା ବେଳେ ନନ୍ଦିଘୋଷ ରଥର ୪ଟି ଚକ ସମ୍ପୂର୍ଣ୍ଣ ହୋଇଛି। ଅନ୍ୟ ଚକଗୁଡ଼ିକରେ ପହି ପିନ୍ଧା କାର୍ଯ୍ୟ ଜାରି ରହିଛି। ସେହିପରି ପ୍ରତ୍ୟେକ ରଥର ଗୋଟିଏ ଲେଖାଏଁ ନାହାକା ଅଖ ଉଭୟ ପାର୍ଶ୍ୱ ଗୋଲେଇ ସହ ମାଠେଣି କାର୍ଯ୍ୟ ଶେଷ ହୋଇଛି। ଭଉଁରିରେ ଏହି ନାହାକା ଅଖରେ ଚକ ଡେରା ଯିବ। ଏତତ୍‌ବ୍ୟତୀତ ତିନି ରଥର ୪ଟି ଲେଖାଏଁ ୧୨ ଫୁଟିଆ ପ୍ରଥମ ଭୂଇଁ ଓରା ଚଉପଟ ପରେ ଉଭୟପାର୍ଶ୍ୱ ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ପ୍ରତ୍ୟେକ ରଥର ପ୍ରଥମ ଭୂଇଁ ଏବଂ ମଝି ଭୂଇଁ ପାଇଁ ଆବଶ୍ୟକ ୪ଟି ଲେଖାଏଁ ଭୂଇଁ ଖମ୍ବୀର ଚଉପଟ କାର୍ଯ୍ୟ ମଧ୍ୟ ସରିଛି। ରୂପକାର ସେବକମାନେ ତିନିରଥର ସାଲଗୁଜରେ ନୃସିଂହ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ତିନି ରଥର ୧୦ଟି ଲେଖାଏଁ ଚକ ପାଇଁ ଆବଶ୍ୟକ ଅରକଣ୍ଟା ନିର୍ମାଣ ସରି ବାକି ଚକଗୁଡ଼ିକ ପାଇଁ ଅରକଣ୍ଟା ତିଆରି ଚାଲିଛି। ସେହିପରି, ବାକି ଚକଗୁଡ଼ିକର ତୁମ୍ବ ପାଇଁ ପନ୍ଦାରି ବଳା, ତୁମ୍ବ ବାହ୍ୟ ବଳା ନିର୍ମାଣ ଜାରି ରହିଛି।

ସନ୍ଧ୍ୟାରେ ରଥ ନିର୍ମାଣ ତଦାରଖ କମିଟିର ସମସ୍ତ ସଦସ୍ୟ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସେବକ ସଦସ୍ୟ ରଥ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି। ଅପରାହ୍‌ଣରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରଥ ନିର୍ମାଣ କମିଟି ବୈଠକ ପରେ ରଥଖଳାକୁ ପରିଦର୍ଶନରେ ଯାଇ ତଦାରଖ କରିଛନ୍ତି। ତଦାରଖ କମିଟିର ବରିଷ୍ଠ ଯନ୍ତ୍ରୀ ଏବଂ ଅଧୀକ୍ଷଣ ଯନ୍ତ୍ରୀ ନିର୍ମାଣ ଶେଷ ହୋଇଥିବା ଚକକୁ ବୈଷୟିକ ଦୃଷ୍ଟି କୋଣରୁ ଅନୁଧ୍ୟାନ କରି ସନ୍ତୋଷ ବ୍ୟକ୍ତ କରିଥିଲେ।

ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆରମ୍ଭ ହେଲା ରଥ କାଠ ଚିରଟ
ପୁରୀ: ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ । ବିଧି ଅନୁସାରେ ରାମ ନବମୀରୁ  ଚିରଟ ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ନିକଟରୁ ଆଜ୍ଞା ମାଳା ଆସିବା ପରେ ପୂଜା କରାଯାଇ ଖପୁରିଆ ସରକାରୀ ସମିଲରେ ଚିରଟ ଆରମ୍ଭ ହେଲା । ପ୍ରଥମେ ତିନିଟି ଧଉରା କାଠ ଚିରଟ କରାଯିବା ପରେ ପର୍ଯ୍ୟାୟ କ୍ରମେ ଅନ୍ୟ କାଠ ଚିରଟ କରାଯିବ । ଚିରଟ ସମୟରେ ପୁରୀ ମନ୍ଦିର ପ୍ରଶାସନର ଅଧିକାରୀ ଓ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇ ଥିବା ମହାରଣା ସେବାୟତ ମାନେ ଉପସ୍ଥିତ ଥିଲେ । ଗତ ସରସ୍ବତୀ ପୂଜାରେ ରଥକାଠ ପୂଜାର୍ଚ୍ଚନା କରାଯାଇଥିବା ବେଳେ ଆସନ୍ତା ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ହେବାର ପରମ୍ପରା ରହିଛି ।

ଚଳଚଞ୍ଚଳ ପୁରୀ ରଥ ଖଳା; ଗଢ଼ାଚାଲିଛି ତିନିରଥ, ଆରମ୍ଭ ହୋଇଛି ତୁମ୍ବ କାମ
ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ବୈଦିକ ଦେବତା। ତାଙ୍କର ସମସ୍ତ ରୀତିନୀତି ବୈଦିକ ବିଧିସମ୍ମତ। ଏହି ବିଧି ଅନୁଯାୟୀ ପବିତ୍ର ଅକ୍ଷୟ ତୃତୀୟାରେ ରଥଖଳାରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହେବା ପରେ ରଥ ନିର୍ମାଣ ଅନୁକୂଳ କରାଯାଇଥିଲା। ଶନିବାରଠାରୁ ବିଧିବଦ୍ଧ ଭାବେ ନିର୍ମାଣ କାମ ଆରମ୍ଭ ହୋଇଛି। ପ୍ରଥମେ କରତି ସେବକ ତୁମ୍ବ ପାଇଁ କାଠ କାଟିଥିଲେ। ଏହାପରେ ମହାରଣା ସେବକମାନେ ତୁମ୍ବ ନିର୍ମାଣ କାମ ଆରମ୍ଭ କରିଛନ୍ତି। ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର, ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର ଓ ଦର୍ପଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ନେତୃତ୍ୱରେ କାମ ଚାଲିଛି। ସେମାନଙ୍କୁ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଭୋଇସେବକ ସହଯୋଗ କରୁଛନ୍ତି।

ତିନିବାଡ଼ର ତିନୋଟି ତୁମ୍ବ ପାଇଁ ପରମ୍ପରା ଅନୁଯାୟୀ, ହାତ କରତରେ କାଠ ଚିରଟ କରାଯାଇଛି। ପ୍ରଥମେ ତାଳଧ୍ୱଜ ରଥର ତୁମ୍ବ କାଠ ଚିରଟ ହେଲା ପରେ ନନ୍ଦିଘୋଷ ଏବଂ ଶେଷରେ ଦର୍ପଦଳନ ରଥର ତୁମ୍ବ କାଠ ଚିରଟ କରାଯାଇଥିଲା। କୁଅଁର ଦ୍ୱାରା କାଠକୁ ଗୋଲେଇ କରି ବାରିସିରେ ତୁମ୍ବ କଟାଯାଇଥିଲା। ପ୍ରତି ଚକରେ ତୁମ୍ବ ରହିଥାଏ। ଚକର ମଝି ଅଂଶକୁ ତୁମ୍ବ କୁହାଯାଏ। ତୁମ୍ବ ନିର୍ମାଣ ସରିବା ପରେ ଅର ଲାଗିଥାଏ। ଅରରେ ପହି ଖଞ୍ଜା ହୋଇ ଚକ ନିର୍ମାଣ କରାଯାଏ। ତୁମ୍ବ ମଝିରେ ଅଖ ପଶିବା ଲାଗି କଣା ରହିଥାଏ। ତିନିରଥ ପାଇଁ ମୋଟ ୪୨ଟି ତୁମ୍ବ ନିର୍ମାଣ କରାଯିବ। ନନ୍ଦିଘୋଷ ରଥ ପାଇଁ ୧୬ଟି, ତାଳଧ୍ୱଜ ୧୪ ଓ ଦର୍ପଦଳନ ରଥ ପାଇଁ ୧୨ଟି ତୁମ୍ବ ତିଆରି ହେବ। ତାଳଧ୍ୱଜ ରଥରେ ନାହାକା ତୁମ୍ବ ୨ଟି, ପଡ଼ି ନାହାକା ତୁମ୍ବ ୪ଟି, ବଡ଼ ଉଛୁଳା ତୁମ୍ବ ୪ ଏବଂ ସାନ ଉଛୁଳା ତୁମ୍ବ ୪ଟି ରହିବ। ଦର୍ପଦଳନ ରଥରେ ନାହାକା ତୁମ୍ବ ୪ଟି, ପଡ଼ି ନାହାକା ତୁମ୍ବ ୪ ଏବଂ ଉଛୁଳା ତୁମ୍ବ ୪ଟି ରହିଥାଏ। ସେହିପରି ନନ୍ଦିଘୋଷ ରଥରେ ନାହାକା ତୁମ୍ବ ୪ଟି, ପଡ଼ି ନାହାକା ତୁମ୍ବ ୪, ବଡ଼ ଉଛୁଳା ତୁମ୍ବ ୪ ଏବଂ ସାନ ଉଛୁଳା ତୁମ୍ବ ୪ଟି ରହିଥାଏ। ପ୍ରଥମ ପର୍ଯ୍ୟାୟରେ ରଥ ନିର୍ମାଣରେ ପ୍ରାୟ ୩୦ଜଣ ସେବକ ନିୟୋଜିତ ହୋଇଛନ୍ତି। ଆଗକୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ।