Mother's Day - The Sakala
ଭୁବନେଶ୍ୱର: ମା’ । ସେ ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ। ଆୟୁତ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ ଏଇ ଶବ୍ଦର ଗଭୀରତାରେ। ଦୁନିଆର ସବୁ ଶବ୍ଦ ଯାହା ପାଖରେ ଫିକା ସେ ହେଉଛି ମା’। ବିଶ୍ବର ସର୍ବଶ୍ରଷ୍ଠ ଯୋଦ୍ଧା ହେଉଛି ମା’। ମା’ ଏମିତି ଏକ ଶବ୍ଦଟିଏ ଯେଉଁଥିରେ ଅଛି ଅମୃତର ସ୍ୱାଦ । ମା’ ଡାକିଦେଲେ ଯେମିତି ଉଭେଇଯାଏ ସଂସାରର ସବୁ ଦୁଃଖ। ଆକାଶଠାରୁ ଉଦାର ହୃଦୟ ଓ ମାଟି ମା’ ପରି କୋଳେଇ ନେବାର ପଣ ଯା’ର ସେ ତ ମା’। ମା’ର ମମତାର ତୁଳନା ନାହିଁ। ନିଜ ସନ୍ତାନ ପାଇଁ ସେ ଯେ କୌଣସି ବିପଦକୁ ସାମ୍ନା କରିପାରେ। ସଂସାର ଓ ସଂସ୍କୃତିକୁ ହାତରେ ଧରି ଆଗକୁ ଚାଲେ ମା’। ମା’ର ଭଲ ପାଇବାରେ କୌଣସି ସର୍ତ୍ତ ନ ଥାଏ। ଆକଟ ବି କରେ, ଆଦର ବି କରେ, ହେଲେ କୌଣସି ପରିସ୍ଥତିରେ ସନ୍ତାନର ହାତ ଛାଡିନଥାଏ। ମାଆ ଯିଏ ପିଲାଙ୍କ ପାଇଁ ଦରକାର ପଡିଲେ ଦୁନିଆ ଆଗରେ ନଇଁପାରେ, ପୁଣି ଆବଶ୍ୟକ ସ୍ଥଳରେ ତା’ର ସନ୍ତାନ ପାଇଁ ସାରା ଦୁନିଆକୁ ନୁଆଁଇ ଦେଇପାରେ। ମେ’ ମାସର ଦ୍ୱିତୀୟ ରବିବାର । ଅର୍ଥାତ୍ ମାଆ ପାଇଁ ଦିନଟିଏ । ଆଜି ହେଉଛି ମାତୃ ଦିବସ । ମାଆ ପାଇଁ ତ ସବୁଦିନ ସମାନ । ତଥାପି ସେହି ସ୍ୱର୍ଗାଦପୀ ଗରିୟସୀ ପାଇଁ ଖାସଦିନଟି ।
ମା’ର ମମତାର ତୁଳନା ନାହିଁ। ସନ୍ତାନଟିକୁ ମଣିଷ କରି ଗଢ଼ି ତୋଳିବାରେ ରହିଛି ଯେ, ଜଣେ ମା’ର ଅସୀମ ତ୍ୟାଗ । ଏହି କଥାକୁ କେହି ଅସ୍ବୀକାର କରିପାରିବେ ନାହିଁ। ସେଥିପାଇଁ ମନୁଷ୍ୟ ଜୀବନର ସବୁଠୁ ବଡ଼ ଋଣ ହେଉଛି ମାତୃ ଋଣ। ଯାହାକୁ ଜୀବନ କାଳରେ କେହି ଶୁଝିପାରନ୍ତି ନାହିଁ। ମା’ଙ୍କଠାରୁ ହିଁ ସୃଷ୍ଟି ପୂରା ସଂସାର। ଜୀବନରେ ମା’ଙ୍କ ଅବଦାନକୁ କେବେ ଭୁଲିବା ଉଚିତ୍ ନୁହେଁ।
ଯାହା ବିନା ଜନ୍ମ ନାହିଁ । ଯାହା ବିନା ଅସ୍ତିତ୍ବ ନାହିଁ । ସେ ମାଆ । ତା’ଠୁ ସଂସାର ଆରମ୍ଭ ହୁଏ, ତାହାଠି ହିଁ ଶେଷ ହୁଏ । ଯେଉଁ ଡାକରେ ଜୀବନ ଆରମ୍ଭ ହୁଏ, ବ୍ରହ୍ମାଣ୍ଡ ବିଲୀନ ହୁଏ ସେ ନାଁ ହେଉଛି ମାଆ । ମା’ ଦୁନିଆର ସବୁଠୁ ମଧୁର ଆଉ ବ୍ୟାପକ ଶବ୍ଦ । ସେ ଅବର୍ଣ୍ଣନୀୟ । ସବୁଦିନ ତ ମାଆଠୁ ଆରମ୍ଭ ହେଉଛି । ମାଆ ପ୍ରତି ଭଲପାଇବା ଓ ତାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପାଳନ ହେଉଛି ସ୍ବତନ୍ତ୍ର ଦିନ । ଆଜି ହେଉଛି ବିଶ୍ବ ମାତୃ ଦିବସ । ପ୍ରତିବର୍ଷ ମେ ମାସ ଦ୍ବିତୀୟ ରବିବାରକୁ ମାତୃଦିବସ ରୂପେ ପାଳନ କରାଯାଉଛି । ମା’କୁ ସମ୍ମାନ ଦେବା ଲାଗି ପ୍ରଥମେ ଆମେରିକାରେ ମାତୃ ଦିବସର ଆରମ୍ଭ ହୋଇଥିଲା ।