RathYatra - The Sakala

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ନିଆରା ରଥଯାତ୍ରା: ମହିଳା ଟାଣନ୍ତି ଦେବୀ ସୁଭଦ୍ରାଙ୍କ ରଥ, ୧୫୭୫ରୁ ଆଜି ଯାଏଁ ଅକ୍ଷୁର୍ଣ୍ଣ ଏହି ଅନନ୍ୟ ପରମ୍ପରା
ବାରିପଦା: ଶ୍ରୀକ୍ଷେତ୍ର ପୁରୀ ଭଳି ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ରଥଯାତ୍ରା ପରମ୍ପରା ବେଶ୍ ନିଆରା ଏବଂ ସମୃଦ୍ଧ। ମହାପ୍ରଭୁଙ୍କ ନୀତିକାନ୍ତି ଠାରୁ ଆରମ୍ଭ କରି ରଥଟଣା ଓ ପ୍ରସାଦ ପର୍ଯ୍ୟନ୍ତ ଏଠାରେ ସବୁକିଛି ସ୍ୱତନ୍ତ୍ର। ବିଶେଷ କରି ମହିଳାମାନଙ୍କ ଦ୍ୱାରା ମା’ ସୁଭଦ୍ରାଙ୍କ ରଥଟଣା ଏହି ଯାତ୍ରାକୁ ବିଶ୍ୱପ୍ରସିଦ୍ଧ କରିଛି। ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା। ତତ୍କାଳୀନ ମହାରାଜା ବୈଦ୍ୟନାଥ ଭଞ୍ଜଦେଓଙ୍କୁ ସ୍ୱୟଂ ବଡ଼ଠାକୁର ବଳଭଦ୍ର ସ୍ୱପ୍ନାଦେଶ ଦେଇ ଏଠାରେ ୧୫୭୫ ମସିହାରେ ମନ୍ଦିର ପ୍ରତିଷ୍ଠା କରିଥିଲେ। ସେହି ଦିନଠାରୁ ପ୍ରତିଦିନ ସନ୍ଧ୍ୟା ଆଳତି ସମୟରେ ଚତୁର୍ଦ୍ଧାମୂର୍ତ୍ତି ଏହି ମନ୍ଦିରରେ ବିଜେ କରନ୍ତି ବୋଲି ରହିଛି ପ୍ରଗାଢ଼ ବିଶ୍ୱାସ । ପୁରୀ ଠାରୁ ଏଠାକାର ରଥଯାତ୍ରା ନୀତି ସମ୍ପୂର୍ଣ୍ଣ ଭିନ୍ନ। ପୁରୀରେ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ବିତୀୟାରେ ଅନୁଷ୍ଠିତ ହେଉଥିବା ବେଳେ ବାରିପଦାରେ ଦ୍ବିତୀୟା ଦିନ କେବଳ ପହଣ୍ଡି ହୋଇଥାଏ ଏବଂ ତୃତୀୟା ଓ ଚତୁର୍ଥୀ ଦୁଇଦିନ ଧରି ରଥଟଣା ହୁଏ। ପ୍ରଥମେ ବଳଭଦ୍ରଙ୍କ ରଥ ମାଉସୀମା ମନ୍ଦିରକୁ ଯାଏ ଏବଂ ପଛେ ପଛେ ମା’ ସୁଭଦ୍ରାଙ୍କ ରଥ ଆସି ଥାନା ସମ୍ମୁଖରେ ରହେ । ଦ୍ବିତୀୟ ଦିନ ମା’ ସୁଭଦ୍ରା ଓ ଜଗନ୍ନାଥଙ୍କ ରଥ ମାଉସୀମା ମନ୍ଦିରରେ ପହଞ୍ଚିଥାଏ । ହେଲେ ବାହୁଡା ଯାତ୍ରାରେ ଏହାର ଓଲଟା ହୋଇଥାଏ ଅର୍ଥାତ ପ୍ରଥମେ ଜଗନ୍ନାଥ ଆସନ୍ତି ଏବଂ ଶେଷ ଦିବସରେ ବଡଭାଇ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଟଣାହୋଇ ଶ୍ରୀମନ୍ଦିର ନିକଟକୁ ଆସିଥାଏ ।

ସବୁଠାରୁ ବଡକଥା ହେଲା ୧୯୭୫ ମସିହା ଆନ୍ତର୍ଜାତୀୟ ମହିଳା ବର୍ଷ ପ୍ରାରମ୍ଭ ଅବସରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପ୍ରେରଣାରେ ଏଠାରେ ମହିଳାଙ୍କ ଦ୍ବାରା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥଟଣା ପ୍ରଥା ଆରମ୍ଭ ହୋଇଥିଲା। ସେତେବେଳେ ମହିଳାମାନେ ଆଗକୁ ଆସିବାକୁ ଡରୁଥିଲେ , ରଥ ବା ରଥ ଦଉଡିକୁ ମହିଳାମାନେ ଛୁଇଁବା ମଧ୍ୟ ବାରଣ ଥିଲା । ହେଲେ ରଥ ଉପରୁ ବାରିପଦାର ବିଶିଷ୍ଟ ସମାଜ ସଂସ୍କାରକ ବାବୁଲି (ପରମାନନ୍ଦ) ଆଚାର୍ଯ୍ୟ ଓ ରଥ କୋର୍ଡନ ମଧ୍ୟରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥିଙ୍କ ସମ୍ପର୍କୀୟ ଭଉଣୀ ଚନ୍ଦ୍ରିକା ମହାପାତ୍ର ଏବଂ ଇନ୍ଦୁମତୀ ପତିଙ୍କ ଡାକରାରେ କଳ୍ପନା ଷଡ଼ଙ୍ଗୀ, କୁନ୍ଦଲତା ଦାସ ଏବଂ ଶୈଳ ଦାସ ପ୍ରଥମେ ଆଗକୁ ଆସି ମା'ଙ୍କ ରଥର ଦଉଡ଼ି ଧରିଥିଲେ। ସେହିବର୍ଷ ବାହୁଡ଼ା ରଥଯାତ୍ରା ବେଳକୁ ଜିଲ୍ଲାପାଳ ବିବେକ ପଟ୍ଟନାୟକ ଚିଠି ଲେଖି ବାରିପଦାର ସବୁ ଗାର୍ଲସ ସ୍କୁଲ ଓ ମହିଳା କଲେଜକୁ ସାମିଲ କଲେ ଏବଂ ଦର୍ପଦଳନ ରଥର ମଝି ଦଉଡ଼ିଟି ମହିଳାମାନଙ୍କୁ ଦିଆଗଲା। ଏହା ଆମ ପାଇଁ ପରମ ସୌଭାଗ୍ୟ ଥିଲା ଯହା ସବୁଦିନ ପାଇଁ ସ୍ମରଣୀୟ ମୁହୁର୍ତ୍ତ ହୋଇ ରହିଯାଇଛି। ପରବର୍ତ୍ତୀ ବର୍ଷଗୁଡ଼ିକରେ ଏହା ଏକ ବିରାଟ ଜନଆନ୍ଦୋଳନ ଓ ପରମ୍ପରାରେ ପରିଣତ ହେଲା। ଯାହା ବିଶ୍ବ ଇତିହାସ ରେ ସ୍ବତନ୍ତ୍ର ସ୍ଥାନ ପାଇଲା ଏବଂ ଦ୍ବିତୀୟ ଶ୍ରୀକ୍ଷେତ୍ର ମାଟିରୁ  ଜନସମାଜକୁ ନାରୀ ଶସକ୍ତିକରଣର ମହାନ ବାର୍ତ୍ତା ଦେଲା । ଏବେ ସୁଭଦ୍ରା ରଥ ଟାଣିବାକୁ ୫୦ହଜାରରୁ ଉର୍ଦ୍ଧ୍ବ ମହିଳା ସମାଗମ ହେଉଛି । ଏଭଳି ଏକ ଇତିହାସରେ ସାକ୍ଷୀ ପାଲଟି ମୁଁ ଧନ୍ୟ ହୋଇଛି ବୋଲି ଶ୍ରୀମା ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା କଳ୍ପନା ଷଡଙ୍ଗୀ ପ୍ରକାଶ କରିଛନ୍ତି ।

ସେହିପରି ଏଠାରେ ମହାପ୍ରଭୁଙ୍କ ପାଇଁ ମାଟି କୁଡୁଆ ବଦଳରେ ସ୍ଥାନୀୟ ଆଦିବାସୀ ସଂସ୍କୃତିର ପ୍ରତୀକ ଶାଳପତ୍ର ଖଲିରେ ଭୋଗ ଲଗାଯାଏ। ରଥଯାତ୍ରାର ବିଶେଷ ଆକର୍ଷଣ ହେଉଛି ମହାପ୍ରଭୁଙ୍କର 'ଦଳା ଖେଚୁଡ଼ି', 'ଗୁଡ଼ ଆରିସା' ଏବଂ ବିଶ୍ୱପ୍ରସିଦ୍ଧ ବଡ଼ା ତରକାରୀ ବା 'ରାମ ରୋଚକ', ଯାହାକୁ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖାଦିଏ। କେବଳ ସେତିକି ନୁହେଁ, ପୁରୀରେ ନବକଳେବର ବେଳେ ଦାରୁ ବିଗ୍ରହ ବଦଳୁଥିବା ବେଳେ ବାରିପଦାରେ ୧୫୭୫ ମସିହାରୁ ସେହି ମୂଳ ବିଗ୍ରହଙ୍କର କେବଳ ଲେପ ବା ପଟି ବଦଳାଯାଇ ପୂଜା କରାଯାଉଛି। କଳାପାହାଡ଼ ଆକ୍ରମଣ ସମୟରେ ପୁରୀରେ ରଥଯାତ୍ରା ବନ୍ଦ ଥିବା ବେଳେ ବାରିପଦାରେ କେବେ ରଥ ବନ୍ଦ ହୋଇନାହିଁ।

ରଥେତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନବିଦ୍ୟତେ’...ଏଣୁ ରଥାରୁଢ ମହାବାହୁଙ୍କୁ ଦେଖିବାପାଇଁ କାହିଁ କେତେ ଦୁରରୁ ଛୁଟି ଆସନ୍ତି ଭକ୍ତମାନେ। ଜଗନ୍ନାଥ ହେଉଛନ୍ତି ସବୁ ସାଧାରଣ ଓ ଆଦିବାସୀଙ୍କ ଦେବତା। କନ୍ଧ ଓ ଆଦିବାସୀ ସମ୍ପ୍ରଦାୟମାନେ ତିନୋଟି କାଠଗଣ୍ଡି ରଖି ବଳଭଦ୍ରଙ୍କୁ 'ମୁରବି ପେନୁ', ସୁଭଦ୍ରାଙ୍କୁ 'ତାନା ପେନୁ' ଏବଂ ଜଗନ୍ନାଥଙ୍କୁ 'ଜାକେରି ପେନୁ' ଭାବେ ବହୁ ଦିନରୁ ପୂଜା କରିଆସୁଛନ୍ତି। ରଥ ଉପରୁ ଭକ୍ତଙ୍କୁ ଦିଆଯାଉଥିବା 'ଶ୍ରଦ୍ଧା ଲଡୁ' ବା 'ଗୁଡ଼ ଲଡୁ' ଆମର ବାଣ୍ଟିଖାଇବାର ସଂସ୍କୃତିକୁ ସମଗ୍ର ବିଶ୍ୱକୁ ବାର୍ତ୍ତା ଦିଏ ବୋଲି କହିଛନ୍ତି । ସଂସ୍କୃତି ପ୍ରଚାରକ ପଣ୍ଡିତ ଭାଗବତ ପଣ୍ଡା । ସେହିପରି ମନ୍ଦିର ଗୁଡିକରେ ଶାଳପତ୍ର ଖଲିରେ ପ୍ରସାଦ ଲାଗିହେବା ପରମ୍ପରାକୁ ବଞ୍ଚିବାର ପ୍ରୟାସ କରୁଥିବାରୁ ନିଜକୁ ସୌଭାଗ୍ୟବାନ କହିଛନ୍ତି ଖଲିପତ୍ର ପ୍ରସ୍ତୁତ କାରିଣୀ ଅଞ୍ଜନା ନାଏକ । ବାରିପଦାର ଏହି ଭଞ୍ଜ ସଂସ୍କୃତି ଓ ରଥଯାତ୍ରାର ପରମ୍ପରା ସାରା ବିଶ୍ୱରେ ନାରୀ ସଶକ୍ତିକରଣ ଏବଂ ସାମାଜିକ ସଦଭାବନାର ଏକ ମହାନ ଉଦାହରଣ।

ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା, ଗତକାଲି କେବଳ ପହଣ୍ଡିବିଜେ ଓ ରଥାରୁଢ଼ ହୋଇଥିଲେ ଠାକୁର
ବାରିପଦା: ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଟଣା ଆରମ୍ଭ । ଗୁରୁବାର ପହଣ୍ଡିବିଜେ ଓ ରଥାରୁଢ଼ କାର୍ଯ୍ୟ ସମ୍ପନ୍ନ ହୋଇଛି । ରଥାରୂଢ ଦିଅଁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଛି । ପରମ୍ପରା ଅନୁଯାୟୀ ଆଜି ଓ ଆସନ୍ତାକାଲି ଦୁଇଦିନ ରଥ ଟଣା ଯିବ । ଏଥିପାଇଁ ରଥ, ପଥ ଓ ଭକ୍ତ ସମସ୍ତେ ପ୍ରସ୍ତୁତ ରହିଛନ୍ତି ।

ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ମହିଳାଙ୍କ ଦ୍ବାରା ସୁଭଦ୍ରାଙ୍କ ରଥଟଣା ଦୁଇଦିନ ହେବ । ରଥଯାତ୍ରା ପାଇଁ ମୟୂରଭଞ୍ଜ ଜିଲ୍ଲା ତଥା ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ରଥଯାତ୍ରା ଉପଲକ୍ଷେ ଦୋଳି, ବିଭିନ୍ନ ମନୋରଞ୍ଜନ ଷ୍ଟଲ ସହିତ ରାଜ୍ୟ ଓ ରାଜ୍ୟ ବାହାରୁ ଦୋକାନୀଗଣ ଆସି ମେଳାରେ ନିଜର ପସରା ମେଲାଇଛନ୍ତି । ଆଜି ଅପରାହ୍ନ ୨ଟା ୩୦ମିନିଟରେ ବଳଭଦ୍ର ଓ ତାପରେ ସୁଭଦ୍ରାଙ୍କ ରଥ ଟଣାଯିବ । ବଳଭଦ୍ରଙ୍କ ରଥ ମାଉସୀ ମା’ ମନ୍ଦିର ପହଞ୍ଚିବାକୁ ଥିବା ବେଳେ ସୁଭଦ୍ରାଙ୍କ ରଥ ଅଧା ରାସ୍ତା ଟାଉନ ଥାନା ସମ୍ମୁଖରେ ରହିବ । ଶନିବାର ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ଆରମ୍ଭ ହୋଇ ସୁଭଦ୍ରାଙ୍କ ରଥ ସହିତ ମାଉସୀମା’ଙ୍କ ମନ୍ଦିରରେ ପହଞ୍ଚିବ । ଜିଲ୍ଲାପାଳ ହେମକାନ୍ତ ସଏଙ୍କ ସହିତ ଏସପି ବରୁଣ ଗୁଣ୍ଟୁପାଲ୍ଲୀ ମଧ୍ୟ ନିଜେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।

ରଥଯାତ୍ରାରେ ଶୃଙ୍ଖଳିତ ପରିବହନ ଲକ୍ଷ୍ୟ: ବସ୍ ପାର୍କିଂଠାରୁ ଆରମ୍ଭ କରି ଟୋଲ୍ ଫି ଛାଡ଼, ଅନ୍ୟ ରୁଟ୍‌ ବସଙ୍କୁ ଅସ୍ଥାୟୀ ପରମିଟ୍‌
ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁଗମ ପରିବହନ ପାଇଁ ବୁଧବାର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ ଭୁବନେଶ୍ୱର-୧ କାର୍ଯ୍ୟାଳୟରେ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ। ଶ୍ରଦ୍ଧାଳୁମାନେ କିଭଳି ପୁରୀରେ ସୁବିଧାରେ ପହଞ୍ଚିବେ ଓ ଫେରିବେ, ସେ ବିଷୟରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବା ସହ କେତେକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବସ୍ ପାର୍କିଂଠାରୁ ଆରମ୍ଭ କରି ଟୋଲ୍ ଫି ଛାଡ଼, ଯାତ୍ରୀ ସୁବିଧା କେନ୍ଦ୍ର ଓ ବ୍ରେକଡାଉନ୍ ସେବା ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରାଯାଇଛି । ୧ ହଜାର ବସ୍ ଚଳାଚଳ ପାଇଁ ବସ୍‌ଗୁଡ଼ିକୁ ସ୍ୱତନ୍ତ୍ର ଅସ୍ଥାୟୀ ପରମିଟ୍ ପ୍ରଦାନ କରାଯିବ ।

ଯାତ୍ରୀଙ୍କ ଚାହିଦା ପୂରଣ ପାଇଁ ପୁରୀକୁ ବହୁ ସଂଖ୍ୟାରେ ଷ୍ଟେଜ୍‌ କ୍ୟାରେଜ୍‌ ବସ୍‌ ଚଳାଚଳ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶ ନିମନ୍ତେ ଅସ୍ଥାୟୀ ପରମିଟ୍‌ ପ୍ରଦାନ କରାଯିବ। ରଥଯାତ୍ରାର ପୂର୍ବଦିନ ପାଇଁ ମଧ୍ୟ ଏହି ଅସ୍ଥାୟୀ ପରମିଟ୍‌ ମିଳିପାରିବ। ପୁରୀ ବାହାର ରୁଟ୍‌ ର କୌଣସି ବି ବସ୍‌ ମାଲିକ ଏଥିପାଇଁ ଆବେଦନ କରିପାରିବେ। ଏବେ ପୁରୀକୁ ପ୍ରତିଦିନ ପ୍ରାୟ ୨୦୦ ଘରୋଇ ବସ୍‌ ଚଳାଚଳ କରୁଥିବା ବେଳେ ରଥଯାତ୍ରା ସମୟରେ ଏହି ସଂଖ୍ୟାକୁ ଦୁଇଗୁଣା କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ପୁରୀକୁ ଓଏସଆରଟିସି ଏବଂ କ୍ରୁଟ୍‌ ସରକାରୀ ବସ୍‌ ସଂଖ୍ୟା ମଧ୍ୟ ଏହି ସମୟରେ ବୃଦ୍ଧି କରାଯିବ। ରଥଯାତ୍ରା ସମୟରେ ପୁରୀଠାରେ ଏକ ସୂଚନା କେନ୍ଦ୍ର ତଥା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା ଖୋଲା ରହିବ। ଏଥିପାଇଁ ସ୍ୱତନ୍ତ୍ର ନମ୍ୱର ଜାରି ହେବ। ତାଳବଣିଆରେ ମଧ୍ୟ ଏକ ହେଲ୍ପଡେସ୍କ କାର୍ଯ୍ୟ କରିବ। ଏହା ସହ ଏସଟିଏର ୨୪ ଘଣ୍ଟିଆ ଟୋଲ୍‌ ଫ୍ରି ନମ୍ୱର ମଧ୍ୟ ସୂଚନା ପ୍ରଦାନ ପାଇଁ କାର୍ଯ୍ୟ କରିବା ନେଇ ଆଲୋଚନା ହୋଇଛି। ସେହିଭଳି ତାଳବଣିଆ ଓ ଅନ୍ୟ ପ୍ରମୁଖ ପାର୍କିଂ ସ୍ଥାନରୁ ନିଃଶୁଳ୍କ ଇ-ରିକ୍ସା ସୁବିଧା ପରିବହନ ବିଭାଗ ଦ୍ୱାରା କରାଯିବ। ଏଥିପାଇଁ ୪୫୦ଟି ଇ-ରିକ୍ସା ନିୟୋଜିତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରତି ବସରେ ଭଡ଼ା ଚାର୍ଟ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। କୌଣସି ବସ୍‌ ଯେପରି ନିର୍ଦ୍ଧାରିତ ଭଡ଼ାଠାରୁ ଅଧିକ ଟଙ୍କା ? ଆଦାୟ ନ କରନ୍ତି, ସେଥିପାଇଁ ପରିବହନ ବିଭାଗ ସହ ବସ୍‌ ମାଲିକ ସଂଘ ମଧ୍ୟ କଡ଼ା ଦୃଷ୍ଟି ଦେବେ।

ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରା ଦିନ ପିପିଲି ଟୋଲ୍ ଗେଟ୍‌ରେ ବସ୍‌ ସମେତ ଅନ୍ୟ କୌଣସି ଗାଡିରୁ ଟୋଲ୍ ଫି ଆଦାୟ ହେବ ନାହିଁ । ଫଳରେ ଟୋଲ୍ ପ୍ଲାଜାରେ ଗାଡ଼ି ଅଟକିବ ନାହିଁ ଏବଂ ଯାତାୟାତ ସୁଗମ ହେବ ବୋଲି ଘରୋଇ ବସ୍ ମାଲିକ ସଂଘ ସୂଚନା ଦେଇଛି । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପ୍ରତ୍ୟେକ ବସ୍‌ରେ ଫାଷ୍ଟ ଏଡ୍ କିଟ୍ ରହିବ ।

ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଭୁବନେଶ୍ୱରରୁ ପୁରୀ ରାସ୍ତାରେ ପର୍ଯ୍ୟାପ୍ତ ସଂଖ୍ୟକ କ୍ରେନ୍‌ ଏବଂ ଆମ୍ୱୁଲାନ୍ସ ମୁତୟନ କରାଯିବ। ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ତ୍ୱରିତ ଚିକିତ୍ସା ସୁନିଶ୍ଚିତ କରାଯିବ। ରଥଯାତ୍ରା ସମୟରେ ଭୁବନେଶ୍ୱର-ପୁରୀ ଏବଂ ପୁରୀ-କୋଣାର୍କ ରାଜପଥରେ ଯଦି କୌଣସି ଗାଡ଼ି ଖରାପ ହୁଏ, ତେବେ ତୁରନ୍ତ ମରାମତି ସେବା ଯୋଗାଇଦେବା ପାଇଁ ଗାଡ଼ି ନିର୍ମାତା ଓ ଡିଲରମାନଙ୍କୁ କୁହାଯାଇଛି। ବୈଠକରେ ଭୁବନେଶ୍ୱର ଓ କଟକ ଡିସିପି, ଟ୍ରାଫିକ ଡିସିପି, ପୁରୀର ଅତିରିକ୍ତ ଏସପି, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ବସ୍‌ ମାଲିକ ସଂଘର କର୍ମକର୍ତ୍ତା, ଓଏସଆରଟିସି ଏବଂ କ୍ରୁଟ୍‌୍‌ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଭର୍ଚ୍ଚୁଆଲ ମାଧ୍ୟମରେ ପୁରୀ ଜିଲ୍ଲାପାଳ ଯୋଗ ଦେଇଥିଲେ।

ପୁଣି ଇସ୍କନର ମନମାନି: ତାଇୱାନରେ ଆୟୋଜନ କରିବ ଅଦିନିଆ ରଥଯାତ୍ରା, ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ
ଭୁବନେଶ୍ୱର: ପୁଣି ଇସ୍କନର ମନମାନି । ଆସନ୍ତା ୨୩ ତାରିଖ ଦିନ ଇସ୍କନ ପକ୍ଷରୁ ତାଇୱାନର ତାଇପେଇ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ଏହି ଅଦିନିଆ ରଥଯାତ୍ରା କଥା ଜଣା ପଡିବା ପରେ ଜଗନ୍ନାଥ ପ୍ରେମୀ ଓ ଅଗଣିତ ଭକ୍ତଙ୍କ ଭିତରେ ଗଭୀର ଅସନ୍ତୋଷ ଦେଖା ଦେଇଛି । ଏଠାରେ ଉଲ୍ଲେଖ ଥାଉ କି ଇସ୍କନ ବାରମ୍ବାର ଜଗନ୍ନାଥ ସଂସ୍କୃତିକୁ ଅପମାନ ଦେଇ ଓଡିଶା ସରକାର, ଗଜପତି ଦିବ୍ୟସିଂହ ଦେବ ଓ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ବେଖାତିର କରି ଅଦିନିଆ ରଥଯାତ୍ରା କରୁଛି । ଏହା ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଅସ୍ମିତା ପ୍ରତି ଆହ୍ୱାନ ସୃଷ୍ଟି କରିଛି ବୋଲି ଓଡ଼ିଆ ଅସ୍ମିତା ପରିଷଦ ଅଭିଯୋଗ କରିଛି । ଓଡିଶା ସରକାର ତୁରନ୍ତ ଇସ୍କନର ଏହି ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ ପଦକ୍ଷେପ ନେବାକୁ ଓଡ଼ିଆ ଅସ୍ମିତା ପରିଷଦର ଆବାହକ ରବି ବେହେରା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଦାବି କରିଛନ୍ତି । ଆବଶ୍ୟକ ହେଲେ ଭାରତ ସରକାରଙ୍କ ସହ ଯୋଗାଯୋଗ କରି ଓଡିଶା ସରକାର ଇସ୍କନର ଏହି ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ ସେ ଦାବି କରଛନ୍ତି ।

ଆଜି ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଅନୁକୂଳ ହେବ ରଥକାଠ, ୩ଟି ଧଉରା କାଠ ରଖାଯାଇ ହେବ ପୂଜାର୍ଚ୍ଚନା
ପୁରୀ: ଆଜି ରଥକାଠ ଅନୁକୂଳ । ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଆଜି ହେବ ରଥକାଠ ଅନୁକୂଳ । ୩ଟି ଧଉରା କାଠ ରଖାଯାଇ ହେବ ପୂଜାର୍ଚ୍ଚନା । ବସନ୍ତ ପଞ୍ଚମୀରେ ରହିଛି ରଥକାଠ ପୂଜା ପରମ୍ପରା । ବିଶ୍ୱ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରସ୍ତୁତିର ଆଜି ହେଉଛି ପ୍ରଥମ ପର୍ବ । ପରମ୍ପରା ମୁତାବକ ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆସିଥିବା କାଠ ରଥଖଳାରେ ଆଜି ଅନୁକୁଳ ହେବ । ଏଥିଲାଗି ରଥଖଳାକୁ ପରିସ୍କାର କରାଯିବା ସହ ତିନି ରଥର ତିନୋଟି ଧଉରା କାଠକୁ ରଖାଯାଇଛି।

ଆଜି ସ୍ୱତ୍ରୀୟ ବ୍ରାହ୍ମଣ ଓ ରାଜଗୁରୁ ବନଜାଗ ପଦ୍ଧତିରେ ମନ୍ତ୍ର ଉଚ୍ଚାରଣ କରି ପୂଜା କରିବେ। ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯିବ । ତେବେ ଆସନ୍ତା ରାମନବମୀ ତିଥିରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବା ସହ ଆସନ୍ତା ଅକ୍ଷୟ ତୃତୀୟା ଦିନ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବ।

ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ସିଂହଦ୍ୱାରରେ ଶ୍ରୀଜୀଉଙ୍କ ଅପେକ୍ଷାରେ ତିନିରଥ
ପୁରୀ: ଅଣସର ପରେ ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ମହାବାହୁ। ପବିତ୍ର ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ରଥାରୂଢ଼ ହୋଇ ଚତୁର୍ଦ୍ଧାବିଗ୍ରହ ଯିବେ ଗୁଣ୍ଡିଚା ମନ୍ଦିର। ନୀଳକନ୍ଦରରୁ ବଡ଼ାଦାଣ୍ଡକୁ ଓହ୍ଲାଇ ଆସିବେ ନୀଳାଦ୍ରିନାଥ। ଦାରୁଦିଅଁଙ୍କ ଆଗମନକୁ ସିଂହଦ୍ୱାରରେ ଅପେକ୍ଷା କରି ରହିଛନ୍ତି ତିନିରଥ। ରଥ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲାଗିଛି ଗହଳଚହଳ।

୫୩ ବର୍ଷ ପରେ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ଯୋଗ ପଡ଼ିଛି । ଗୋଟିଏ ଦିନରେ ନେତ୍ର ଉତ୍ସବ, ନବଯୌବନ ଓ ଶ୍ରୀଗୁଣ୍ଡିଚା  । ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି କରାଯାଇଛି । ରାତ୍ର ୨ ଟାରୁ ଦ୍ୱାର ଫିଟାଯାଇ  ୨ ଟା ୪୦ ରେ ଦଶବତାର ଠାକୁର ବାହୁଡା଼ ବିଜେ, ୩ ଟାରେ ତାଟି ପିଠାଯାଇଥିଲା, ପ୍ରତ୍ୟୁଷ ୪ଟା ରେ ନେତ୍ରଉତ୍ସବ ବନ୍ଦାପନା, ୪ଟା ୪୫ରେ ଯାତ୍ରାଙ୍ଗୀ ମହାସ୍ନାନ କରାଯାଇଛି ।

ସକାଳ ୬ ରୁ ୭ ଟା ଗୋପାଳ ବଲ୍ଳଭ ଓ ସକାଳ ଧୂପ, ୭. ୩୦ରୁ ୧୨ ଟା ସେନାପଟା ଲାଗି, ଦିନ ୧୧ ଟାରେ ରଥ ପ୍ରତିଷ୍ଠା, ଦିନ ୧ ଟାରେ ମଙ୍ଗଳା ଅର୍ପଣ, ଗୋଟାଏ ୧୦ରେ ରେ ପହଣ୍ଡି ଆରମ୍ଭ ହୋଇ ୨ ଟା ୩୦ରେ ଶେଷ ହେବ । ୩ଟାରେ ଶ୍ରୀମଦନ ମୋହନ, ରାମକୃଷ୍ଣ ବିଜେ, ୪ ଟାରେ ଗଜପତି ମହାରାଜାଙ୍କ ଦ୍ୱାରା ଛେରାପହଁରା ପରେ ଚାରମାଳ ପିଟାହେବା ସହ ସାରଥୀ, ଘୋଡା ଲଗାଯିବ । ସନ୍ଧ୍ୟା ୫ ଟାରେ ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ  । ଚଳିତ ବର୍ଷ ଦୁଇଦିନ ହେବ ରଥଟଣା ।

ଅନ୍ୟପକ୍ଷରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କଡ଼ା ସୁରକ୍ଷା ବଳୟରେ ରହିଛି ପୁରୀ। ଅତ୍ୟାଧୁନିକ ସିସିଟିଭି କ୍ୟାମେରା ଲାଗିଥିବାବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ସହାୟତା ନିଆଯାଇଛି। ଓଡ଼ିଶା ପୁଲିସ ଚଳିତବର୍ଷ ପ୍ରଥମଥର ଟ୍ରାଫିକ ସୁପରିଚାଳନା ନିମନ୍ତେ ପବ୍ଲିକ ଆନାଉନ୍ସମେଣ୍ଟ ଡ୍ରୋନ(ପିଏଡି)ର ସହାୟତା ନେଇଛି। ଏଥିସହ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିରରୁ ରଥଖଳାକୁ ଆସିଲା ଆଜ୍ଞାମାଳ, ରଥ ନିର୍ମାଣ ପାଇଁ ଅନୁକୂଳ ହେଲା ରଥକାଠ
ପୁରୀ: ପବିତ୍ର ଅକ୍ଷୟ ତୃତୀୟାରେ ଆଜିଠାରୁ ମହାପ୍ରଭୁଙ୍କ ରଥକାଠ ଅନୁକୁଳ ହୋଇଛି। ରଥ ନିର୍ମାଣ ପାଇଁ ଅନୁକୂଳ ହୋଇଛି ରଥକାଠ । ରଥକାଠ ଅନୁକୂଳ ପାଇଁ ରଥଖଳାରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କରାଯାଇଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଂଟ ପ୍ରସ୍ତୁତ କରାଯାଇ ରଥକାଠ ଅନୂକୁଳ ହୋଇଛି । ରାତି ୩ଟାରୁ ମହାପ୍ରଭୁଙ୍କର ଦ୍ୱାର ଫିଟା ନୀତି କରାଯାଇ ଅନ୍ୟାନ୍ୟ ନୀତି ମଧ୍ୟ ବଢାଯାଇଥିଲା ।