BJD Election Manifesto - The Sakala
ନୂଆ ଉତ୍କର୍ଷ ଛୁଇଁବ ଓଡ଼ିଶାର କଳା, ସଂସ୍କୃତି, ଭାଷା ଓ ପରମ୍ପରା, ପ୍ରଦାନ କରାଯିବ କଳିଙ୍ଗଶ୍ରୀ ଓ କଳିଙ୍ଗଭୂଷଣ ପୁରସ୍କାର
ଭୁବନେଶ୍ବର : ଗତକାଲି ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବା ପରେ ଆଜି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ବିଜେଡିର ଏହି ଇସ୍ତାହାର ଓଡିଶାକୁ ଦେଶର ଶ୍ରେଷ୍ଠ ତିନୋଟି ଅର୍ଥନୈତିକ ବିକଶିତ ରାଜ୍ୟରେ ପରିଣତ କରିବ। ଖଣିଜ ଭିତ୍ତିକ ଶିଳ୍ପ ବ୍ୟତୀତ ସେମିକଣ୍ଡକ୍ଟର, ଆଇଟି ଶିଳ୍ପ, କୃତ୍ରିମ ବୁଦ୍ଧିମତା ଇତ୍ୟାଦି ସହିତ ନୂତନ ଯୁଗ, ବୈଷୟିକ ଏବଂ ନୂତନ ଅର୍ଥନୀତି ଉପରେ ଧ୍ୟାନ ଦିଆଯିବ। ଏଥି ସହିତ ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତି ଓ ପରମ୍ପରାକୁ ଆହୁରି ଆଗକୁ ନେବାକୁ ପ୍ରାଧ୍ୟାନ୍ୟ ଦିଆଯିବ। ଯାହାକୁ ନେଇ ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖ୍ୟପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର ବିସୃତ ସୂଚନା ପ୍ରଦାନ କରିଛନ୍ତି।
ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି  ଆଗାମୀ ୫ ବର୍ଷ ଭିତରେ ଓଡ଼ିଶାର କଳା, ସଂସ୍କୃତି, ଭାଷା ଓ ପରମ୍ପରା ନୂଆ ଉତ୍କର୍ଷ ଛୁଇଁବ। ଓଡ଼ିଶାର ଐତିହ୍ୟ ଆହୁରି ସମୃଦ୍ଧ ହେବ। ଓଡ଼ିଶାର ଯୁବତୀମାନେ ନିଜର ସଂସ୍କୃତି, ଐତିହ୍ୟ ଏବଂ ଭାଷାରେ ଗର୍ବ ଅନୁଭବ କରିବେ ଏବଂ ଆତ୍ମବିଶ୍ୱାସ ସହିତ ଭବିଷ୍ୟତକୁ ଆଗକୁ ବଢ଼଼ିବା ପାଇଁ ସକ୍ଷମ ହେବେ। ଏଥିପାଇଁ ବିଜେଡି ଘୋଷଣାପତ୍ରରେ ଦିଆଯାଇଛି ନିର୍ଭର ପ୍ରତିଶ୍ରୁତି। ଓଡ଼ିଶାର ଉପାସନା ସ୍ଥାନ, ଐତିହ୍ୟ ସ୍ଥଳ ଏବଂ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ସହିତ ଜଡିତ ସ୍ଥାନ ଗୁଡିକ ସଂରକ୍ଷଣ କରିବା ପାଇଁ ଏକ ହେରିଟେଜ୍‌‌ ବିକାଶ ପାଣ୍ଠି ଭାବେ ୧୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର କର୍ପସ୍‌‌ ପାଣ୍ଠି ଗଠନ କରାଯିବ।
ସେହିପରି ଶାସ୍ତ୍ରୀୟ ଭାଷା ଭାବେ ଓଡ଼ିଆର ବିକାଶ ଏବଂ ପ୍ରୋତ୍ସାହନ ପାଇଁ ୧୦୦ କୋଟି ଟଙ୍କା ବ୍ୟୟ ହେବ। ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଠାରୁ ଶାସ୍ତ୍ରୀୟ ଭାଷା ଭାବରେ ଓଡ଼ିଆର ପ୍ରଚାର, ପ୍ରସାର ଓ ଗବେଷଣା ପାଇଁ ଟଙ୍କାଟିଏ ବି ମିଳି ନାହିଁ। ଆମେ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବୁ ଯେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ପ୍ରଦାନ କରାଯାଉ। ହୋ, ମୁଣ୍ଡାରୀ, ଭୂମିଜଙ୍କୁ ସମ୍ବିଧାନର ୮ମ କାର୍ଯ୍ୟସୂଚୀରେ ସ୍ଥାନ ଦେବା ପାଇଁ କେନ୍ଦ୍ର ଆଗରେ ଦାବି ଉପସ୍ଥାପନ କରିବ ବିଜେଡି ସରକାର।
ଅନୁରୂପ ଭାବରେ ପଶ୍ଚିମ ଓଡ଼ିଶା ଭାଷାର ବିକାଶ ତଥା ଗବେଷଣା, ଅଧ୍ୟୟନ ଏବଂ ଅନୁସନ୍ଧାନ ପାଇଁ ୨୫ କୋଟି ଟଙ୍କାର କର୍ପସ୍‌‌ ଫଣ୍ଡ ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ। ଓଡ଼ିଶାର ପ୍ରସିଦ୍ଧ ବ୍ୟକ୍ତିତ୍ୱ ସହିତ ସଂଯୁକ୍ତ ଶହେଟି ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ଭାବରେ ବିକଶିତ କରିବା ପାଇଁ ପଦକ୍ଷେପ ନିଆଯିବ।
ଏଥି ସହିତ ଦେଶରେ ଯେପରି ପଦ୍ମଶ୍ରୀ, ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି, ସେହିପରି ରାଜ୍ୟରେ ପ୍ରତିବର୍ଷ କଳିଙ୍ଗଶ୍ରୀ ଏବଂ କଳିଙ୍ଗ ଭୂଷଣ ପୁରସ୍କାର ପ୍ରଦାନ କରାଯିବ। ସମଗ୍ର ରାଜ୍ୟରେ ଭାଗବତ ଟୁଙ୍ଗିର ସଂରକ୍ଷଣ ପାଇଁ ଅର୍ଥ ଯୋଗାଇ ଦିଆଯିବ। ଏହା ଆମ ଯୁବକମାନଙ୍କୁ ସେମାନଙ୍କର ସଂସ୍କୃତି, ଐତିହ୍ୟ ଏବଂ ଭାଷାରେ ଗର୍ବ ଅନୁଭବ କରିବାକୁ ସଶକ୍ତ କରିବ ଏବଂ ଆତ୍ମବିଶ୍ୱାସ ସହିତ ଭବିଷ୍ୟତକୁ ଆଗକୁ ବଢାଇବାକୁ ସକ୍ଷମ କରିବ।
ଭୁବନେଶ୍ୱର: ବିଜେଡି ଘୋଷଣା କଲା ନିର୍ବାଚନୀ ଇସ୍ତାହାର-୨୦୨୪ । ୨୦୨୪ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପ୍ରଭୁ ଜଗନ୍ନାଥଙ୍କ କୃପା ଏବଂ ଜନସାଧାରଣଙ୍କ ଆଶୀର୍ବାଦ ସହିତ, ଏହି ଲୋକାଭିମୁଖୀ ମନିଫେଷ୍ଟୋରେ ଉପସ୍ଥାପିତ ହୋଇଥିବା ଗ୍ୟାରେଣ୍ଟିଗୁଡିକ ୫ଟି ଗଭର୍ନାନ୍ସ ମାଧ୍ୟମରେ କାର୍ୟ୍ୟକାରୀ ହେବ ଏବଂ ଓଡିଶା ଗଠନର ଶହେ ବର୍ଷ ପାଳନ କରିବାର ୨ ବର୍ଷ ପୂର୍ବରୁ ୨୦୩୪ ସୁଦ୍ଧା ଓଡିଶାକୁ ସମସ୍ତଙ୍କ ସହଯୋଗ ଓ ଦୃଢ ନେତୃତ୍ୱ ବଳରେ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ବିକାଶରେ ଏକ ନମ୍ବର ରାଜ୍ୟର ମାନ୍ୟତା ପ୍ରଦାନ କରିବ । ଆସନ୍ତୁ ଜାଣିବା ନବୀନଙ୍କ ଇସ୍ତାହାରରେ କ’ଣ ରହିଛି…
ଏଣିକି ‘ନୂଆ-ଓ’ ଛାତ୍ରବୃତ୍ତିରେ ପୁଅଙ୍କୁ ବାର୍ଷିକ ୧୨ ହଜାର, ଝିଅଙ୍କୁ ୧୪ ହଜାର ଟଙ୍କା ମିଳିବ । ଆସନ୍ତା ୫ ବର୍ଷ ମଧ୍ୟରେ ୨ ଲକ୍ଷ ସରକାରୀ ଚାକିରି ପ୍ରଦାନ କରାଯିବ । ସ୍ୱୟଂ ଉଦ୍ୟୋଗୀ ଋଣର ପରିମାଣକୁ ୨ ଲକ୍ଷକୁ ବୃଦ୍ଧି କରାଯିବ। କୌଶଳ ଓ ଉଦ୍ୟୋଗୀ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ । ଷ୍ଟେଟ୍ ଇନଷ୍ଟିଚ୍ୟୁଟି ଅଫ୍ ଫ୍ୟାଶନ ଟେକ୍ନୋଲୋଜି ପ୍ରତିଷ୍ଠା ହେବ। ଏଆଇ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ। ମାସକୁ ୧୦୦ ୟୁନିଟରୁ କମ୍ ବିଜୁଳି ବ୍ୟବହାର କରୁଥିବା ପରିବାରକୁ ମିଳିବ ମାଗଣା ବିଦ୍ୟୁତ୍। ୧୦୦ରୁ ୧୫୦ ୟୁନିଟ ପାଇଁ ୫୦ ପ୍ରତିଶତ ରିହାତି ମିଳିବ ।
ରାଜ୍ୟକୁ ଦେଶର ୩ଟି ଅର୍ଥନୈତିକ ବିକଶିତ ରାଜ୍ୟରେ ପରିଶତ କରାଯିବ । ସେମି କଣ୍ଡକ୍ଟର, ଆଇଟି ଶିଳ୍ପ, କୃତ୍ରିମ ବୁଦ୍ଧିମତା (AI) ଉପରେ ବିଶେଷ ଧ୍ୟାନ ଦିଆଯିବାକୁ ଥିବା ବେଳେ ଓଡିଶା ପୂର୍ବ ଭାରତର ଆଇଟି ରାଜଧାନୀ ହେବ । ସେହିପରି ୧୦୦ଟି ସ୍ଥାନରେ ଇକୋ-ଟୁରିଜିମ୍ ହେବ। ୪ଟି ମେଗା କ୍ଲଷ୍ଟର ଯୋଜନା। ୨୦ଟି ସହରକୁ ବିକଶିତ କରାଯିବ ପୁରୀକୁ ଆନ୍ତର୍ଜାତୀୟ ସହର କରାଯିବ । ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକକୁ ମେଟ୍ରୋ ରେଳ ସେବା ମିଳିବ ।
ମଧ୍ୟବିତ୍ତଙ୍କୁ BSKY କଭରେଜ୍ କରାଯିବ । ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ସୁଧ ସବଭେନ୍ସନ । ମହିଳାଙ୍କୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ମିଳିବ । SHGଙ୍କୁ ୧ଲକ୍ଷ କୋଟି ଟଙ୍କାର ଆର୍ଥିକ ଲିଙ୍କେଜ୍ ପ୍ରଦାନ କରାଯିବାକୁ ଥିବା ବେଳେ SHG ଗୁଡିକୁ ଆଗାମୀ ୧୦ ବର୍ଷରେ ୨୦ ହଜାର କୋଟିର ସରକାରୀ ବ୍ୟବସାୟ ଯୋଗାଇ ଦିଆଯିବ । SHG ଗୁଡିକ ପାଇଁ ୧୦୦ କୋଟି ଟଙ୍କା କର୍ପସ ଫଣ୍ଡ ସହ ମିଶନ ଶକ୍ତି ମହିଳାଙ୍କୁ ମିଳିବ ପେନସନ । ତୃଣମୂଳ ସ୍ତରର ମହିଳା କର୍ମୀ, ଅଙ୍ଗନବାଡୀ କର୍ମୀ, ସମ୍ପ୍ରଦାୟର ସହାୟତା କର୍ମଚାରୀ, ଆଶା କର୍ମୀଙ୍କୁ ମିଳିବ BSKY କଭରେଜ୍ ସହ ସାମାଜିକ ସୁରକ୍ଷା ପେନସନ । ସେହିପରି BSKYରେ ପର୍ଯ୍ୟାୟ କ୍ରମେ ଅନ୍ତର୍ଭୁକ୍ତ ହେବେ ମଧ୍ୟବିତ୍ତ, ସରକାରୀ କର୍ମଚାରୀ, ଓ ଚୁକ୍ତିଭିତ୍ତିକ ଶ୍ରମିକ ।
ST,SC, OBC ଯୁବକବର୍ଗଙ୍କୁ ସ୍ୱଂୟ ନିଯୁକ୍ତି ପାଇଁ ୧ଲକ୍ଷ ଟଙ୍କା ଅନୁଦାନ। ଏଥିପାଇଁ ୧୦ ବର୍ଷ ମଧ୍ୟରେ ୧ ହଜାର କୋଟି ପାଣ୍ଠି ପ୍ରଦାନ। ସେମାନଙ୍କୁ ୧୦ ଲକ୍ଷ ଯାଏଁ ସୁଧ ଛାଡ । ଗ୍ରାମୀଣ ଗୃହ ଯୋଜନାରେ ଯୋଗ୍ୟ ପରିବାରକୁ ୧୦ ଲକ୍ଷ ଘର ଯୋଗାଇ ଦିଆଯିବ । କୃଷି ପାଇଁ ମାଗଣା ବିଦ୍ୟୁତ, କୃଷକଙ୍କ ପିଲାଙ୍କ ଶିକ୍ଷା ଓ ବିବାହ ପାଇଁ ୨୫ ହଜାର ସହାୟତା ଯୋଗାଇ ଦିଆଯିବ। ୧.୫ ଲକ୍ଷ ଯାଏଁ ଫସଲ ଋଣରେ ସୁଧ ଛାଡ । ସେହିପରି ମତ୍ସଜୀବୀ ସମ୍ପ୍ରଦାୟକୁ ବାର୍ଷୀକ ୧୫ ହଜାର ଟଙ୍କାର ସହାୟତା ମିଳିବ ।
ଆହୁରି ମଧ୍ୟ ଐତିହ୍ୟ ବିକାଶ ପାଇଁ ହଜାର କୋଟି ଟଙ୍କାର କର୍ପସ ଫଣ୍ଡ । ଓଡ଼ିଆ ଭାଷାର ବିକାଶ ଓ ପ୍ରୋତ୍ସାହନ ପାଇଁ ହଜାରେ କୋଟି । ପଶ୍ଚିମ ଓଡ଼ିଶାର ଭାଷାର ବିକାଶ ପାଇଁ ୨୫ କୋଟି ଟଙ୍କା କର୍ପସ ଫଣ୍ଡ । ୧୦୦ଟି ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ଭାବେ ଘୋଷଣା କରାଯିବ । ପଦ୍ମ ପୁରସ୍କାର ପରି କଳିଙ୍ଗଶ୍ରୀ ଓ କଳିଙ୍ଗ ଭୂଷଣ ପୁରସ୍କାର ଦିଆଯିବ । ସେହିପରି ସମସ୍ତ ଭାଗବତ ଟୁଙ୍ଗିର ସଂରକ୍ଷଣ ମଧ୍ୟ କରାଯିବ ।