Akshaya Tritiya 2024 - The Sakala
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବ୍ରଜରାଜନଗରରେ ଅକ୍ଷିମୁଠି ଅନୁକୂଳ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ
ବ୍ରଜରାଜନଗର: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବ୍ରଜରାଜନଗରରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଝାରସୁଗୁଡ଼ାର ବ୍ରଜରାଜନଗର ପଞ୍ଚଗାଁରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।
ବ୍ରଜରାଜନଗରରେ ପ୍ରଚାର କାର୍ଯ୍ୟକ୍ରମ ସାରି ସେ ପଞ୍ଚଗାଁରେ ପହଞ୍ଚିଥିଲେ । ସେଠାରେ ସେ ଓଡ଼ିଆ ପରମ୍ପରା ଓ ବିଧି ମୁତାବକ ବିଲରେ ଅକ୍ଷିମୁଠି ଅନୁକୁଳ କରିଥିଲେ। ମୁଣ୍ଡରେ ପଗଡି ବାନ୍ଧି ଖାଲି ପାଦରେ ବିଲରେ ପହଞ୍ଚି ମାଟି ମା’କୁ ପୂଜାର୍ଚ୍ଚନା କରିଥିଲେ। ଏହାପରେ ମାଟିକୁ ମୁଣ୍ଡିଆ ମାରି ବିଲରେ ବିହନ ବୁଣିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଓଡ଼ିଆ ରୀତି ଓ ପରମ୍ପରା ଅନୁଯାୟୀ ବିଲରେ ବୁଣିଛନ୍ତି ଧାନ ବିହନ। ଏହି ଅବସରରେ ସାଥିରେ ସାମିଲ ଥିଲେ ବ୍ରଜରାଜନଗର ବିଧାନସଭା ପ୍ରାର୍ଥୀ ଅଳକା ମହାନ୍ତି ଏବଂ ବରଗଡ଼ ଲୋକସଭା ପ୍ରାର୍ଥୀ ପରିଣିତା ମିଶ୍ର। ଏ ବର୍ଷ ଭଲ ଫସଲ ଉତ୍ପାଦନ ହେଉ ବୋଲି ମାଟି ମା’ଙ୍କୁ ପ୍ରାର୍ଥନା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।
ଅକ୍ଷୟ ତୃତୀୟା, ହିନ୍ଦୁ ଧର୍ମର ଅନ୍ୟତମ ପବିତ୍ର ପର୍ବ। ଚଳିତ ବର୍ଷ ଅକ୍ଷୟ ତୃତୀୟା ମେ’ ୧୦ ତାରିଖ ଶୁକ୍ରବାରରେ ପଡ଼ୁଛି। ଅକ୍ଷୟ ତୃତୀୟାକୁ ମା’ ଲକ୍ଷ୍ମୀଙ୍କ ଦିନ ବୋଲି ବିବେଚନା କରାଯାଏ। ସେଥିପାଇଁ ଏହି ଦିନକୁ ବହୁତ ଶୁଭ ବୋଲି କୁହାଯାଏ । ଖାସ୍‌ ସେଥିପାଇଁ ଏହି ଦିନ ବିବାହ, ନିର୍ବନ୍ଧ, ଗୃହ ପ୍ରବେଶ ସମେତ ସମସ୍ତ ପ୍ରକାର ଶୁଭ କାର୍ଯ୍ୟ କରାଯାଇଥାଏ। ଅକ୍ଷୟ ତୃତୀୟାରେ ସୁନା ଓ ରୁପା କିଣିବା ଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ବୋଲି କୁହାଯାଏ। ଏହି ଦିନ ନୂଆ କାର୍ଯ୍ୟର ଆରମ୍ଭ କରିବାରେ ମଧ୍ୟ ଜୀବନରେ ସଫଳତା ମିଳିଥାଏ । ତେବେ ଅକ୍ଷୟ ତୃତୀୟା ଦିନ କିଛି ବାସ୍ତୁ ନିୟମ ପାଳନ କରିବା ଦ୍ବାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ବାସ ରହିଛି। ଆସନ୍ତୁ ଜାଣିବା ସେହି ନିୟମଗୁଡ଼ିକ ସଂପର୍କରେ…
-ଅକ୍ଷୟ ତୃତୀୟା ଦିନ ଘର କିମ୍ବା ବ୍ୟବସାୟିକ ସ୍ଥଳର ଉତ୍ତର କିମ୍ବା ପୂର୍ବ ଦିଗରେ ଧନ ରଖନ୍ତୁ। ଏହାଦ୍ବାରା ଧନ ସମ୍ପତ୍ତି ବୃଦ୍ଧି ପାଇବା ସହ ଆର୍ଥିକ ସଙ୍କଟ ଦେଖାଯାଏ ନାହିଁ।
-ଏହି ଦିନ ଘର କିମ୍ବା ବ୍ୟବସାୟିକ ସ୍ଥଳରେ ବୁଢ଼ିଆଣୀ ବସା ଥିଲେ ବାହାର କରିଦିଅନ୍ତୁ। ଏହା ଧନ ଆଗମନରେ ବାଧା ସୃଷ୍ଟି କରିଥାଏ ବୋଲି କୁହାଯାଏ।
-ଅକ୍ଷୟ ତୃତୀୟା ଦିନ ଘରର ଉତ୍ତର ଦିଗରେ ଦର୍ପଣ ଲଗାଇବା ଦ୍ବାରା ଘରକୁ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ। ଘରେ ଧନ ଓ ଆୟ ବୃଦ୍ଧି ପାଇଥାଏ।
-ଅକ୍ଷୟ ତୃତୀୟା ଦିନ ଯେଉଁଭଳି ଚାକିରି କିମ୍ବା ବ୍ୟବସାୟ କରୁଛନ୍ତି ସେମିତି ଫଟୋ ଘରେ ଲଗାଇବା ଦ୍ବାରା ଅର୍ଥ ଆଗମନ ମାର୍ଗ ପ୍ରଶସ୍ତ ହୋଇଥାଏ।
-ଏହି ଦିନ ଘରକୁ ଶ୍ରୀଯନ୍ତ୍ର ଆଣି ପୂଜା କରିବା ଦ୍ବାରା ଘର ଧନଧାନ୍ୟରେ ପୂରି ଉଠେ।
-ଅକ୍ଷୟ ତୃତୀୟା ଦିନ ସନ୍ଧ୍ୟାରେ ଘରର ମୁଖ୍ୟ ଦ୍ୱାରର ଉଭୟ ପାର୍ଶ୍ୱରେ ଏବଂ ଦକ୍ଷିଣ ଦିଗରେ ଦୀପ ରଖନ୍ତୁ। ଏଭଳି କରିବା ଦ୍ବାରା ଦେବୀ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ  ଏବଂ ପିତୃପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।