Postal - The Sakala

ସ୍ମାର୍ଟ ଯୁଗରେ ବଳିପଡୁଛି ଡାକ ବ୍ୟବସ୍ଥା: ବ୍ୟବସାୟଭିତ୍ତିକ ଚିଠି ହିଁ ଭରସା, କମୁଛି ‘ପୋଷ୍ଟ ବକ୍ସ’ ସଂଖ୍ୟା
ଭୁବନେଶ୍ୱର: ଡାକ ବାଲା କଥା କହିଲେ ମନକୁ ଆସିଯାଏ ପୋଷ୍ଟମ୍ୟାନ ଓ ତାଙ୍କ ହାତରେ ଥିବା ଚିଠି କଥା। ଯିଏ କି ଘରକୁ ଘର ବୁଲି ଚିଠି ବାଣ୍ଟୁଥାନ୍ତି। ହେଲେ ଏବେ ଖବର ପଠାଇବାର ମାଧ୍ୟମ ବଦଳିଛି। ସ୍ମାର୍ଟ ଯୁଗରେ ଡାକ ଉପରେ ଭରସା କରୁଥିବା ଲୋକେ ଆଉ ପାରମ୍ପରିକ ଚିଠି ଦେବା ନେବା ପାଇଁ ଏହା ଉପରେ ନିର୍ଭର କରୁନାହାନ୍ତି। କେବଳ ବ୍ୟବସାୟିକ ଚିଠି ଓ ସରକାରୀ କାଗଜପତ୍ର ଦେବା ନେବାରେ ଡାକ ବିଭାଗ ଏକମାତ୍ର ମାଧ୍ୟମ ପାଲଟିଛି।

ଦୁଇ ଦଶନ୍ଧି ତଳେ ଭାରତରେ ପ୍ରମୁଖ ଓ ଏକମାତ୍ର ଖବର ପଠାଇବାର ମାଧ୍ୟମ ପାଲଟିଥିଲା। ସମଗ୍ର ରାଜ୍ୟରେ ଦୈନିକ ଲକ୍ଷାଧିକ ଘରୋଇ ଚିଠି ଦେବାନେବାର ମାଧ୍ୟମ ପାଲଟିଥିଲା ଡାକଘର। ବେଶ ଚଳଚଞ୍ଚଳ ହୋଇପଡ଼ୁଥିଲା ଡାକ ବ୍ୟବସ୍ଥା। ଏମିତି କି ମନି ଅର୍ଡରଠାରୁ ଆରମ୍ଭ କରି ଜରୁରୀ ବାର୍ତ୍ତା ଦେବା ନେବାରେ ଟେଲିଗ୍ରାମ୍‌‌ ପଠାଇବାର ଏକମାତ୍ର ମାଧ୍ୟମ ଥିଲା ଡାକ ବ୍ୟବସ୍ଥା। ଆଜିର ଦିନରେ ସ୍ମାର୍ଟ ଫୋନ୍‌‌, ଇଣ୍ଟରନେଟ୍‌‌ ଯୁଗରେ ଯୁବପିଢ଼ିଙ୍କୁ ଆଉ ଡାକ ଘର ଉପରେ ନିର୍ଭର କରିବାକୁ ପଡ଼ୁନାହିଁ। ମୋବାଇଲ୍‌‌ ଯୁଗରେ ଲୋକେ ଗୋଟିଏ ସେକେଣ୍ଡ ମଧ୍ୟରେ ନିଜର ମଣିଷଙ୍କ ସହିତ କଥାବାର୍ତ୍ତା ହୋଇପାରୁଛି। ସମ୍ପର୍କିୟଙ୍କ ଦୁଃଖସୁଖ ବୁଝିପାରୁଛି। ହେଲେ ଆଜି ବି ଯେଉଁଠି ଇଣ୍ଟରନେଟ୍‌‌ କିମ୍ୱା ଫୋନ୍‌‌ର ସୁବିଧା ପହଞ୍ଚି ପାରିନି ସେଠାରେ ଡାକ ସେବା ପହଞ୍ଚୁଛି। ଲୋକଙ୍କ ଆବଶ୍ୟକତାକୁ ଆଖିଆଗରେ ରଖି ଏବେ ପୋଷ୍ଟ ଅଫିସ୍‌‌ରେ ବ୍ୟାଙ୍କ ଭଳି ସୁବିଧା ଯୋଗାଇ ଦିଆଯାଉଛି। ପୋଷ୍ଟ ଅଫିସ୍‌‌ରେ ଟଙ୍କା ଜମା କରିବା, ଟଙ୍କା ଉଠାଇବା ପାଇଁ ଏଟିଏମ୍‌‌ ସୁବିଧା ଆଦି ଦିଆଯାଉଛି। ବ୍ୟକ୍ତିଗତ ଚିଠି ଆସିବା ହୁଏତ ବନ୍ଦ ହୋଇଯାଇଛି ହେଲେ ସରକାରୀ ତଥା ବ୍ୟବସାୟିକ ଚିଠି ଆସିବା ଆଗ ଅପେକ୍ଷା ବଢ଼଼ିଯାଇଛି ବୋଲି ଡାକ ବିଭାଗ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ରାଜଧାନୀରେ ଥିବା ଡାକ ବିଭାଗ ମୁଖ୍ୟ ଶାଖାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। କୌଣସି ବ୍ୟବସାୟଭିତ୍ତିକ ଚିଠି, ସରକାରୀ ଚିଠି, ଚାକିରି ସମ୍ବନ୍ଧିତ କାଗଜ ହେଉ କିମ୍ବା କୌଣସି ଆଇନଗତ ଚିଠି ପଠାଇବାର ମାଧ୍ୟମ ଭାବେ ଡାକଘର ହିଁ ସର୍ବାଗ୍ରେ ରହିଛି। ଯେଉଁ ସ୍ଥାନକୁ କୌଣସି କୋରିଅର୍‌‌ କି ଅନ୍ୟ ସେବା ପହଞ୍ଚିପାରି ନ ଥାଏ ସେଠାରେ ଡାକ ବିଭାଗ ପହଞ୍ଚିପାରେ। ଆଜିର ସମୟରେ ଲୋକ ସାମାଜିକ ଗଣମାଧ୍ୟମ ସହ ଅଙ୍ଗାଙ୍ଗୀଭାବେ ଜଡ଼ିତ ହେଲେବି ଡାକଘରକୁ ଭୁଲି ପାରିନାହାନ୍ତି।