3rd phase - The Sakala

ତୃତୀୟ ପର୍ଯ୍ୟାୟ ପାଇଁ ସରିଲା ପ୍ରଚାର: ରାତି ପାହିଲେ ଭୋଟ୍‌ ଦେବ ଓଡ଼ିଶା, ଭୋଟର୍‌ଙ୍କ ହାତରେ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ
ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲି ଅର୍ଥାତ ୨୫ ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୬ଟି ଲୋକସଭା କ୍ଷେତ୍ର ଯଥା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଓ ଭୁବନେଶ୍ୱର ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟର ନିଜ ପ୍ରତିନିଧି ବାଛିବେ। ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟକ୍ରମରେ ବିରାମ ଲାଗିଛି। ଏହି ପର୍ଯ୍ୟାୟରେ ରାଜ୍ୟ ରାଜନୀତିର ବହୁ ହେଭିୱେଟ୍‌ ନିଜର ଭାଗ୍ୟ ପରୀକ୍ଷା କରୁଥିବା ବେଳେ ସେମାନଙ୍କ ପାଇଁ ଶେଷ ଦିନରେ ବିଭିନ୍ନ ଦଳର ଷ୍ଟାର ପ୍ରଚାରକ ପ୍ରଚାର କରିଛନ୍ତି। ରୋଡ୍‌ ଶୋ’, ସାଧାରଣ ସଭା ତଥା ଘରକୁ ଘର ବୁଲି ପ୍ରଚାର କରି ସେମାନେ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିବାକୁ ଶେଷ ଅନୁରୋଧ କରିଛନ୍ତି। ଅପରପକ୍ଷେ ନିର୍ବାଚନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛ, ଅବାଧ ଏବଂ ନିରପେକ୍ଷ ଭାବେ ପରିଚାଳିତ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି

ଶ୍ରୀ ଧଳଙ୍କ ସୂଚନାନୁଯାୟୀ, ତୃତୀୟ ପର୍ଯ୍ୟାୟରେ ଏହି ୬ ଲୋକସଭା କ୍ଷେତ୍ର ପାଇଁ ମୋଟ ୯୪,୪୮,୫୫୩ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୪୮, ୨୯, ୬୬୦ ପୁରୁଷ, ୪୬, ୧୭, ୬୦୨ ମହିଳା ଓ ୧୨୯୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ଏମାନଙ୍କ ମଧ୍ୟରେ ୨,୩୭,୧୩୧ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୮, ୪୫, ୫୦୩ ଜଣ ଯୁବ ମତଦାତା ରହିଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୧୦, ୫୧୫ଟି ମତଦାନ କେନ୍ଦ୍ର ଓ ୩୬ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି। ଅର୍ଥାତ୍‌‌ ତୃତୀୟ ପର୍ଯ୍ୟାୟରେ ମୋଟ ୧୦୫୫୧ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ପ୍ରାୟ ୧୫୦୦ ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ହେବ ଏବଂ ୩୦ଟି ସମ୍ପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ହେବ। ଏହି ପର୍ଯ୍ୟାୟରେ ପ୍ରାୟ ୨୦୦୦ଟି ଆଦର୍ଶ ମତଦାନ କେନ୍ଦ୍ର (ମଡେଲ ବୁଥ୍‌‌) ରହିଛି। ସେହିପରି ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପାଦନ ପାଇଁ ପ୍ରାୟ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ବୋଲି ଶ୍ରୀ ଧଳ ସୂଚନା ପ୍ରଦାନ କରିଛନ୍ତି।

ଅପରପକ୍ଷେ, ଉପରୋକ୍ତ ୬ ସଂସଦୀୟ କ୍ଷେତ୍ର ପାଇଁ ମୋଟ ୬୪ଜଣ ପ୍ରାର୍ଥୀ (ପୁରୁଷ-୫୫, ମହିଳା-୯) ରହିଛନ୍ତି। ସେହିପରି ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ ୩୮୩ ଜଣ (ପୁରୁଷ-୩୩୯, ମହିଳା-୪୪) ପ୍ରାର୍ଥୀ ରହିଛନ୍ତି। ଅର୍ଥାତ୍‌‌ ମୋଟ ୪୪୭ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା କରୁଛନ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଲୋକସଭା କ୍ଷେତ୍ର ପାଇଁ ମୋଟ ୧୩୨୭୨ଟି ବାଲାଟ୍‌‌ ୟୁନିଟ୍‌‌, ୧୩୪୨୫ଟି କଣ୍ଟ୍ରୋଲ ୟୁନିଟ୍‌‌ ଓ ୧୪୪୨୭ଟି ଭିଭିପାଟ ବ୍ୟବସ୍ଥା ହୋଇଛି। ବିଧାନସଭା କ୍ଷେତ୍ର ମତଦାନ ପାଇଁ ୧୩୩୬୫ଟି ବାଲାଟ ୟୁନିଟ୍‌‌, ୧୩୫୧୮ଟି କଣ୍ଟ୍ରୋଲ ୟୁନିଟ୍‌‌ ଓ ୧୪୬୦୪ଟି ଭିଭିପାଟ୍‌‌ ବ୍ୟବସ୍ଥା କରାଯାଇଛି ବୋଲି ସିଇଓ ସୂଚନା ପ୍ରଦାନ କରିଛନ୍ତି।

ସେହିପରି ତୃତୀୟ ପର୍ଯ୍ୟାୟ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବେଶ୍‌‌ ଗୁରୁତ୍ୱ ଦିଆଯାଇଛି। ଏହି ପର୍ଯ୍ୟାୟରେ ପ୍ରାୟ ୧୨୧ କମ୍ପାନୀ ସିଏପିଏଫ୍‌‌(ସେଣ୍ଟ୍ରାଲ ଆର୍ମଡ୍‌‌ ପୁଲିସ ଫୋର୍ସ) ନିୟୋଜିତ ହେବେ। ଷ୍ଟ୍ରଙ୍ଗରୁମ୍‌‌ ବ୍ୟତିରେକ ଏମାନଙ୍କୁ ପ୍ରାୟ ୨୦୦୦ ପୋଲିଂ ଷ୍ଟେସନ ସ୍ଥଳରେ ନିୟୋଜିତ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ ସବୁ ବର୍ଗର ଭୋଟର୍‌ଙ୍କ ପାଇଁ ପୋଲିଂ ବୁଥରେ ବିଭିନ୍ନ ସୁବିଧା ବ୍ୟବସ୍ଥା କରାଯାଇଥିବା ବେଳେ ଅଧିକରୁ ଅଧିକ ଭୋଟର ଯେପରି ଗଣତନ୍ତ୍ର ଏହି ମହାନ ପର୍ବରେ ସାମିଲ ହେବେ ସେନେଇ ବ୍ୟାପକ ସଚ୍‌‌ତନତା କାର୍ଯ୍ୟକ୍ରମ କରାଯାଇଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ, ୯୪ ଲୋକସଭା ଆସନରେ ଚାଲିଛି ମତଦାନ
ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମଙ୍ଗଳବାର ଆରମ୍ଭ ହୋଇଛି ମତଦାନ। ଏହି ପର୍ଯ୍ୟାୟରେ ୧୧ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୪ ଟି ଆସନ ପାଇଁ ମତଦାନ ହେଉଛି।

ନିର୍ବାଚନ ମୂଳ କାର୍ଯ୍ୟସୂଚୀ ଅନୁଯାୟୀ, ଏହି ପର୍ଯ୍ୟାୟରେ ୧୨ ରାଜ୍ୟର ୯୫ଟି ଆସନ ପାଇଁ ମତଦାନ ହେବାର ଥିଲା । କିନ୍ତୁ ସୁରତରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ହେବା ଦ୍ବାରା ଏଠାକାର ବିଜେପି ପ୍ରାର୍ଥୀ ନିଦ୍ବନ୍ଦରେ ନିର୍ବାଚିତ ହେବାରୁ ବାକି ୯୪ଟି ଆସନରେ ମତଦାନ ହେଉଛି। ସେହିପରି ଜମ୍ମୁ-କାଶ୍ମୀରରେ ପାଣିପାଗ ସ୍ଥିତି ଅନୁକୂଳ ନ ଥିବାରୁ ଅନନ୍ତନାଗ-ରାଜୋରୀ ଆସନ ପାଇଁ ମତଦାନ ଆସନ୍ତା ୨୫ରେ ଭୋଟ ଗ୍ରହଣ ହେବ । ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ବେତୁଲ ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ପର୍ଯ୍ୟାୟରେ (ଏପ୍ରିଲ ୨୬)ହେବାକୁ ଥିବା ମତଦାନ ଆସନ୍ତାକାଲି ହେବ।

ତେବେ ଅନ୍ୟସବୁ ଆସନରେ ମୂଳ କାର୍ଯ୍ୟସୂଚୀ ଅନୁସାରେ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ଆସାମ (୪), ବିହାର (୫), ଛତିଶଗଡ (୭), ଗୋଆ (୨), ଗୁଜୁରାଟ (୨୬), କର୍ଣ୍ଣାଟକ (୧୪), ମଧ୍ୟପ୍ରଦେଶ ( ୮), ମହାରାଷ୍ଟ୍ର (୧୧), ଉତ୍ତରପ୍ରଦେଶ (୧୦), ପଶ୍ଚିମବଙ୍ଗ (୪) ଆସନ ସମେତ ଦାଦ୍ରା ଓ ନାଗର ହାଭେଲି ଏବଂ ଦାମନ ଓ ଡିୟୁର ଦୁଇ ଆସନ ପାଇଁ ମତଦାନ ହେଉଛି। ଏହି ପର୍ଯ୍ୟାୟରେ ଗୁଜରାଟର ସମସ୍ତ ଲୋକସଭା କ୍ଷେତ୍ର ପାଇଁ ମତଦାନ ଶେଷ ହେଉଥିଲା ବେଳେ ଦେଶରେ ୨୬୩ ଲୋକସଭା କ୍ଷେତ୍ରରେ ଶେଷ ହେବ।