Terror threat - The Sakala

ବାଂଲାଦେଶରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ସାରା ଦେଶରେ ହାଇ ଆଲର୍ଟ ଜାରି
ବାଂଲାଦେଶରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣର ଆଶଙ୍କା କରି ଶନିବାର ଦିନ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଦେଶର ସଂସଦ ଭବନ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବାର ସମ୍ଭାବନା ରହିଛି। ଏହି ଗୁଇନ୍ଦା ସୂଚନା ଆଧାରରେ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ସରକାରଙ୍କ ପକ୍ଷରୁ ସାରା ଦେଶରେ ସୁରକ୍ଷା ସତର୍କତା ଜାରି କରାଯାଇଛି। ଏହି ସତର୍କତାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଗୋପନୀୟ ବୋଲି ବିବେଚନା କରାଯାଇ ସୁରକ୍ଷା ବଳକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରମୁଖ ଟାର୍ଗେଟରେ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ

ବାଂଲାଦେଶର ପ୍ରମୁଖ ଖବରକାଗଜ ପ୍ରଥମ ଆଲୋର ରିପୋର୍ଟ ଅନୁଯାୟୀ, ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ଚିଠିରେ ସଂସଦ ପରିସର, ପୂଜାସ୍ଥଳ, ମନୋରଞ୍ଜନ କେନ୍ଦ୍ର, ସାମରିକ ତଥା ପୁଲିସ ପ୍ରତିଷ୍ଠାନ ଉପରେ ସମନ୍ୱିତ ଆକ୍ରମଣ ହେବାର ଚେତାବନୀ ଦିଆଯାଇଛି। ଏହା ସହିତ ଅସ୍ତ୍ରାଗାରଗୁଡ଼ିକୁ ମଧ୍ୟ ସମ୍ଭାବ୍ୟ ଟାର୍ଗେଟ ତାଲିକାରେ ରଖାଯାଇଛି। ଡେଲି ଷ୍ଟାର ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିକଟରେ ଏକ ନିଷିଦ୍ଧ ଆତଙ୍କବାଦୀ ସଂଗଠନର ସଦସ୍ୟ ଇସ୍ତିଆକ୍ ଅହମ୍ମଦ ସାମି ଓରଫ ଆବୁ ବକ୍କରଙ୍କୁ ଗିରଫ କରାଯିବା ପରେ ଏହି ଆଲର୍ଟ ଜାରି କରାଯାଇଛି। ଅଭିଯୋଗ ରହିଛି ଯେ ତାଙ୍କର ଦୁଇ ଜଣ ବହିଷ୍କୃତ ସେନା କର୍ମଚାରୀଙ୍କ ସହ ଘନିଷ୍ଠ ସମ୍ପର୍କ ରହିଛି।

ସୁରକ୍ଷା ବଳଙ୍କୁ କଡ଼ା ନିର୍ଦ୍ଦେଶ

ଏହି ଚିଠିରେ ସମ୍ଭାବ୍ୟ ଆକ୍ରମଣ ପଛରେ ଥିବା ଦୁଇ ଜଣ ପ୍ରମୁଖ ଯୋଜନାକାରୀଙ୍କ ପ୍ରୋଫାଇଲ୍ ଉଲ୍ଲେଖ କରାଯାଇଥିଲେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସଂଗଠନର ନାମ ପ୍ରକାଶ କରାଯାଇନାହିଁ। ସନ୍ଦିଗ୍ଧ ଆକ୍ରମଣକାରୀମାନେ ଦେଶର ସାମଗ୍ରିକ ସୁରକ୍ଷା ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ବର୍ଣ୍ଣନା କରାଯାଇଛି ଏବଂ ସେମାନେ ବିଭିନ୍ନ ପଦ୍ଧତିରେ ଆକ୍ରମଣ କରିପାରନ୍ତି ବୋଲି ଚେତାବନୀ ଦିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ମୁଖ୍ୟାଳୟ ପକ୍ଷରୁ ସିଆଇଡି (CID), ସ୍ପେଶାଲ୍ ବ୍ରାଞ୍ଚ (SB) ଏବଂ କାଉଣ୍ଟର ଟେରୋରିଜିମ୍ ଆଣ୍ଡ୍ ଟ୍ରାନ୍ସନ୍ୟାସନାଲ୍ କ୍ରାଇମ୍ସ (CTTC) ୟୁନିଟ୍ ସମେତ ସମସ୍ତ ସ୍ୱତନ୍ତ୍ର ପୁଲିସ ୟୁନିଟ୍‌କୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାରା ଦେଶରେ ସାଧାରଣ ପୁଲିସ ବିଭାଗକୁ ମଧ୍ୟ ହାଇ ଆଲର୍ଟରେ ରଖାଯାଇଛି।

ଟି-୨୦ ବିଶ୍ୱକପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ୱେଷ୍ଟଇଣ୍ଡିଜକୁ ମିଳିଲା ଉତ୍ତର ପାକିସ୍ତାନରୁ ଧମକ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍‌ ସହ-ଆୟୋଜକ ୱେଷ୍ଟଇଣ୍ଡିଜକୁ ଆତଙ୍କୀ ଧମକ ମିଳିଛି। ଉତ୍ତର ପାକିସ୍ତାନରୁ ୱେଷ୍ଟଇଣ୍ଡିଜକୁ ଆତଙ୍କୀ ଧମକ ମିଳିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।ୱେଷ୍ଟଇଣ୍ଡିଜ ଏନେଇ ଦେଶବାସୀଙ୍କୁ ସୂଚନା ଦେବା ସହ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରାଯାଇଥିବା କହିଛି। ଉୱେଷ୍ଟଇଣ୍ଡିଜ୍ ସୁରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି ଯେ, ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ସହ ଘନିଷ୍ଠ ଯୋଗାଯୋଗରେ ଅଛୁ। କୌଣସି ପ୍ରକାର ଆକ୍ରମଣକୁ ଏଡାଇବା ପାଇଁ ଆମେ ସୁରକ୍ଷାକୁ କଡ଼ାକଡ଼ି କରିଛୁ।

ସୂଚନା ଅନୁଯାୟୀ. ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଜୁନ୍ ୧ରୁ ୨୯ ପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ୱେଷ୍ଟଇଣ୍ଡିଜର ଆଣ୍ଟିଗୁଆ ଏବଂ ବାରବୁଦା, ବାରବାଡୋସ୍, ଗୁୟାନା, ସେଣ୍ଟ ଲୁସିଆ, ଭିନ୍ସେଣ୍ଟ ଆଣ୍ଡ ଦି ଗ୍ରେନାଡାଇନ୍ସ, ଟ୍ରିନିଦାଦ ଏବଂ ଟୋବାଗୋରେ ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ। ସେହିପରି ଆମେରିକାର ଫ୍ଲୋରିଡା, ନ୍ୟୁୟର୍କ ଏବଂ ଟେକ୍ସାସର ସହରଗୁଡିକରେ ମଧ୍ୟ ମ୍ୟାଚ୍ ଅଛି। ବାରବାଡୋସରେ ଫାଇନାଲ ମ୍ୟାଚ୍ ଖେଳାଯିବାକୁ ଧାର୍ଯ୍ୟ ହୋଇଥିବା ବେଳେ ଟ୍ରିନିଦାଦ ଏବଂ ଗୁୟାନାରେ ଦୁଇଟି ସେମିଫାଇନାଲ ଅନୁଷ୍ଠିତ ହେବ।