Millet Juice - The Sakala

ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଖରାଦିନିଆ ଥଣ୍ଡା ପାନୀୟ, ବଢୁଛି ମାଣ୍ଡିଆ ଲସି ଓ ଜୁସ୍‌‌ର ଚାହିଦା
ଭୁବନେଶ୍ୱର: ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାବେଳେ ଥଣ୍ଡା ପାନୀୟର ଆଦର ବଢ଼଼ୁଛି। ସେଥିମଧ୍ୟରେ ଏବେ ବିଶେଷ ଚାହିଦା ରହିଛି ମାଣ୍ଡିଆ ଲସି ଓ ଜୁସ୍‌‌। ଏହା ବେଶ୍‌‌ ପୁଷ୍ଟିକର ହେବା ସହ ସ୍ୱାସ୍ଥ୍ୟ ପ୍ରତି ବେଶ୍‌‌ ସକାରାତ୍ମକ ପ୍ରଭାବ ପକାଉଥିବାରୁ କେବଳ ଚାହିଦା ବଢ଼଼ୁନି, ଏହାର ବ୍ୟବସାୟ ପ୍ରତି ମନଯୋଗ ଦେଉଥିବା ଲୋକେ ବି ବେଶ୍‌‌ ଲାଭାନ୍ୱିତ ହେଉଛନ୍ତି।

ରାଜଧାନୀରେ ଖରାଦିନିଆ ଥଣ୍ଡା ପାନୀୟ ଭାବେ ମାଣ୍ଡିଆ ଲସି, ଜୁସ୍‌‌, ଦହି ଆଦିର ବେଶ୍‌‌ ଚାହିଦା ବଢ଼଼ୁଛି। ଲୋକଙ୍କ ନିକଟରେ ପୁଷ୍ଟିକର ଖାଦ୍ୟ ପହଞ୍ଚିବା ସହ ଏଥିରୁ ରୋଜଗାରକ୍ଷମ ହୋଇପାରିଛନ୍ତି ଅନେକ ଏସଏଚ୍‌‌ଜିର ମହିଳାମାନେ। ପୁରୁଣା ଭୁବନେଶ୍ୱରର ମା’ ତାରାଦେବୀ ଏସ୍‌‌ଏଚ୍‌‌ଜିର ୧୦ଜଣ ମହିଳା ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ଡାଇବେଟିସ୍‌‌ ଲୋକଙ୍କ ପାଇଁ ମାଣ୍ଡିଆ ଛାଞ୍ଚ୍‌‌ ମଧ୍ୟ ଅନେକଙ୍କ ନିୟମିତ ପାନୀୟ ତାଲିକାରେ ସ୍ଥାନ ପାଇଛି। ମହିଳାମାନେ ମିଲେଟ୍‌‌ରୁ କୁକିଜ୍‌‌, ସୁପର୍‌‌ ଫୁଡ଼୍‌‌ ଛତୁଆ ଗୁଣ୍ଡ, ମୁଡ଼କୀ, ବିସ୍କୁଟ, ବରା, କେକ୍‌‌, ପକୁଡ଼ି ଆଦି ବିକ୍ରି କରୁଥିବା ବେଳେ ଖରାଦିନରେ ଅଧିକ ବିକ୍ରି ହେଉଛି ମାଣ୍ଡିଆରୁ ପ୍ରସ୍ତୁତ ପାନୀୟ। ମାଣ୍ଡିଆକୁ ସିଝାଇ ସେଥିରେ ଦହି, ଚିନି ଓ ଅନ୍ୟ ସାମଗ୍ରୀ ମିଶାଇ ଲସି ପ୍ରସ୍ତୁତ କରାଯାଉଥିବା ବେଳେ ଛାଞ୍ଚ୍‌‌ରେ ଆମ୍ବକଷି ଅଦା, ପୁଦିନା ପତ୍ର, ଲୁଣ ଆଦି ମିଶାଇ ପ୍ରସ୍ତୁତ କରାଯାଉଛି ଏହି ପାନୀୟ। ଏହି ଜୁସ୍‌‌ର ଦାମ୍‌‌ ୩୦ଟଙ୍କା ରହିଥିବାବେଳେ ବିଭିନ୍ନ ଷ୍ଟଲରେ ବିକ୍ରି କରାଯାଉଥିବା ଦେଖିବାକୁ ମିଳେ।

ସବୁଠାରୁ ବଡ଼କଥା ହେଉଛି ବର୍ତ୍ତମାନ ବିବାହ ହେଉ ଅବା ଜନ୍ମଦିନ ଭଳି ବିଭିନ୍ନ ଉତ୍ସବରେ ମଧ୍ୟ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ଓ ପାନୀୟ ସାମିଲ ହୋଇଛି। ନିମୟିତ ୧୦୦ରୁ ୧୫୦ଜଣଙ୍କ ପାଇଁ ଏହା ପ୍ରସ୍ତୁତ କରାଯାଉଥିବା ମା’ ତାରାଦେବୀ ଏସ୍‌‌ଏଚ୍‌‌ଜି ଗ୍ରୁପ୍‌‌ର ଲିତାଞ୍ଜଳି ବେହେରା କହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଘରେ ଘରେ ମିଲେଟ୍‌‌ ଫୁଡ଼୍‌‌ ତଥା ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଲୋକଙ୍କୁ ମିଲେଟ୍‌‌ ଜାତୀୟ ଖାଦ୍ୟର ପ୍ରଚାରପ୍ରସାର ପାଇଁ ଓଡ଼ିଶା ମିଲେଟ୍‌‌ ମିଶନ୍‌‌ ପକ୍ଷରୁ ମଧ୍ୟ ଅନେକ ପଦକ୍ଷେପ ନିଆଯାଉଛି। ଏହାକୁ ସଫଳ କରିବାକୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ମିଶନ୍‌‌ ଶକ୍ତି ଓ ଓଡ଼ିଶା ମିଲେଟ୍‌‌ ମିଶନ୍‌‌ ମାଧ୍ୟମରେ ଏହାର ବ୍ରାଣ୍ଡିଂ କରାଯାଇ ବିକ୍ରି କରାଯାଉଛି। ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବା ସହ ଖରାଦିନରେ ପାନୀୟକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି।