Land Slide - The Sakala

ବ୍ରାଜିଲରେ ବର୍ଷାର ତାଣ୍ଡବ; ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ୫୯ ମୃତ, ୭୦ ନିଖୋଜ
ବ୍ରାସିଲିଆ: ଦକ୍ଷିଣ ବ୍ରାଜିଲର ‘ରିୟୋ ଗ୍ରାଣ୍ଡେ ଡେଲ ସୁଲ’ ପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷାଯୋଗୁଁ ବନ୍ୟା ଆସି ବିପର୍ଯ୍ୟୟ ସୃଷ୍ଟି କରିଛି। ଏ ପର୍ଯ୍ୟନ୍ତ ବନ୍ୟା ଏବଂ ଭୂସ୍ଖଳନରେ ୫୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୭୦ ଜଣ ନିଖୋଜ ଅଛନ୍ତି। ଏହା ସହିତ ୭୪ ଜଣ ମଧ୍ୟ ଆହତ ହୋଇଛନ୍ତି। ଝଡ଼ବାତ୍ୟା ଯୋଗୁଁ ୨୬୫ ପୌରପାଳିକା ପ୍ରଭାବିତ ହୋଇଛି। ୨୪ ହଜାରରୁ ଅଧିକ ଲୋକଙ୍କୁ ଘର ଛାଡ଼ିବାକୁ ପଡ଼ିଛି। ବନ୍ୟାରେ ରାସ୍ତାଘାଟ ଭାସିଯାଇଛି। ଏଥିଯୋଗୁଁ ଜରୁରୀ ସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ହୋଇଛି। ତାପଜ ବିଦ୍ୟୁତ କେନ୍ଦ୍ର ଭାଙ୍ଗିଯିବାରୁ ୩ ଲକ୍ଷରୁ ଅଧିକ ଲୋକ ଅନ୍ଧାରରେ କାଳତିପାତ କରୁଛନ୍ତି। ଭୀଷଣ ବର୍ଷା ଜାରି ରହିଥିବାରୁ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଯୁଆଡେ ଦେଖିଲେ ସିଆଡେ ଖାଲି ବନ୍ୟାଜଳ ଦେଖାଯାଉଛି। ଉଦ୍ଧାରକାର୍ଯ୍ୟରେ ସେନା ମୁତୟନ କରାଯାଇଛି। ବୋଟ, ବିମାନ ମାଧ୍ୟମରେ ପାଣି ଘେରରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି।

ସ୍ଥିତିକୁ ଦେଖି ରାଜ୍ୟ ସରକାର ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି। ସାରା ରାଜ୍ୟରେ ସ୍କୁଲ୍‌କୁ ଛୁଟି ଘୋଷଣା କରାଯାଇଛି। ଲୋକଙ୍କୁ ସତର୍କ ହୋଇ ରହିବାକୁ କୁହାଯାଇଛି। ପୋର୍ଟ ଆଲଜ୍ରି ଦେଇ ପ୍ରବାହିତ ଗୁଆଇବା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ବଡ଼ ଚେତାବନୀ ଜାରି କରାଯାଇଛି। ଇତିହାସର ସବୁଠାରୁ ବଡ଼ ବନ୍ୟା ଆସିବାର ସମ୍ଭାବନା ରହିଛି। ଲୋକଙ୍କୁ ଘରଦ୍ବାର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇବା ପାଇଁ ‘ରିୟୋ ଗ୍ରାଣ୍ଡେ ଡେଲ ସୁଲ’ର ଗଭର୍ଣ୍ଣର ଏଡୁଆରଡୋ ଲେଇଟି କହିଛନ୍ତି।