Sanjay Das Burma - The Sakala
ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି
ଭୁବନେଶ୍ୱର: ବିଜେପି ସରକାରରେ ଓଡ଼ିଶାବାସୀ ବାରମ୍ୱାର ଉପେକ୍ଷିତ ହେଉଛନ୍ତି। କେନ୍ଦ୍ର ସରକାର ଓଡ଼ିଶାକୁ ପୁଣି ଉପେକ୍ଷା କରିଥିବା ବେଳେ ଏଫସିଆଇ ଓଡ଼ିଶାରୁ ଚାଉଳ ଉଠାଉନାହିଁ। ଯାହାଫଳରେ ରାଜ୍ୟର ମଣ୍ଡିରେ ଚାଉଳ ପଡ଼ି ରହିଥିବା ବେଳେ ଖରିଫ ଧାନ ସଂଗ୍ରହ ବାଧାପ୍ରାପ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ରାଜ୍ୟ ଉପ ସଭାପତି ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା। ସେ କହିଛନ୍ତି ଯେ ଏଫସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗରେ ସମବାୟ ମନ୍ତ୍ରୀ ଦେଇଥିବା ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପୂର୍ବରୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ନିଜ ବକ୍ତବ୍ୟରେ କେନ୍ଦ୍ର ସରକାର ଆମ କଥା ଶୁଣୁ ନାହାନ୍ତି ବୋଲି କହି ନିଜ ଅସହାୟତା ପ୍ରକାଶ କରିଥିଲେ। ବର୍ତ୍ତମାନ ସମବାୟ ମନ୍ତ୍ରୀ ନିଜ ବକ୍ତବ୍ୟ ଜରିଆରେ ହତାଶଭାବକୁ ପରିପ୍ରକାଶ କରିଛନ୍ତି।
ଡବଲ ଇଞ୍ଜିନ୍‌ ସରକାରରେ ଓଡ଼ିଶାର ଜଣେ ମନ୍ତ୍ରୀ ଭାବେ ନିଜେ ଉତ୍ତରଦାୟିତ୍ୱ ନେଇ ହକ୍‌ ହାସଲ କରିବା ପାଇଁ ଲଢେଇ କରିବା ବଦଳରେ କେନ୍ଦ୍ର ସରକାରଙ୍କ ନିକଟରେ ନିଜର ଅସହାୟତା ପ୍ରକାଶ କରିଛନ୍ତି।  ମନ୍ତ୍ରୀଙ୍କ ଏହିପରି ବକ୍ତବ୍ୟ ପ୍ରଦାନ କରିବା ସାଢେ଼ ୪ କୋଟି ଓଡ଼ିଶାବାସୀ ତଥା ଚାଷୀକୂଳଙ୍କ ପାଇଁ ଘୋର ଅପମାନ । ଗତ ୨୦୨୪ ନିର୍ବାଚନ ସମୟରେ ଓଡ଼ିଆ ଅସ୍ମିତାର ଦ୍ୱାହି ଦେଉଥିବା ବିଜେପି ସରକାର କେନ୍ଦ୍ର ସରକାରଙ୍କ ନିକଟରେ ନିଜକୁ ସମର୍ପଣ କରିଛନ୍ତି। ଏଥିପାଇଁ ଓଡ଼ିଶାବାସୀ ଆପଣମାନଙ୍କୁ ଭୋଟ୍‌ ଦେଇଥିଲେ ବୋଲି ପ୍ରଶ୍ନ କରିଛନ୍ତି। ଓଡ଼ିଶାରୁ ନିର୍ବାଚିତ ୨୦ଜଣ ବିଜେପି ସାଂସଦ ମାନେ ଦିଲ୍ଲୀରେ କଣ କରୁଛନ୍ତି? ରାଜ୍ୟର ହକ ପାଇଁ ନଲଢ଼ି କେଉଁ କାରଣ ପାଇଁ ଚୁପ ବସିଛନ୍ତି? ଯଦି ଆଗାମୀ ଦିନରେ ଚାଷୀ କୂଳଙ୍କ ସମସ୍ୟାର ସମାଧାନ ନହୁଏ ତେବେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ଏବଂ ଚାଷୀ ମାନଙ୍କ ହକ୍‌ ପାଇଁ ଲଢେଇ କରିବ ବୋଲି କହିଛନ୍ତି।
ଦୀର୍ଘ ୧୩ ଦିନ ଧରି ଜଳବନ୍ଦୀ ଅବସ୍ଥାରେ ଥିବା ପ୍ରପୀଡ଼ିତଙ୍କ ପାଖରେ ଜିଲ୍ଲା ପ୍ରଶାସନ ପହଞ୍ଚିବାରେ ବିଫଳ ହୋଇଛି: ବିଜେଡି
ଭୁବନେଶ୍ୱର: ବିଜେଡ଼ିର ବରିଷ୍ଠ ନେତା, ରାଜ୍ୟ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା ୨ ଦିନିଆ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ପରେ ଶ୍ରୀ ଦାସବର୍ମା କହିଥିଲେ ଯେ, ବନ୍ୟା ପରିଚାଳନା ଏବଂ ଏହାର ପ୍ରାକ୍ ପ୍ରସ୍ତୁତିରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଦୀର୍ଘ ୧୩ ଦିନ ଧରି ବାଲେଶ୍ୱର ଜିଲ୍ଲାର ୯ଟି ବ୍ଲକରେ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ଜିଲ୍ଲା ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚିବାରେ ବିଫଳ ହୋଇଛି । ଜିଲ୍ଲାର ସମସ୍ତ ବନ୍ୟା ପ୍ରପୀଡ଼ିତ ଅଞ୍ଚଳର ଚାଷୀମାନଙ୍କ ଉପର ଥିବା କୃଷିଋଣ ସରକାର ଛାଡ଼ କରନ୍ତୁ ।
ଶ୍ରୀ ଦାସବର୍ମା ସିମୁଳିଆ, ସୋର, ସଦର ଏବଂ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ଗସ୍ତ କରି ବନ୍ୟା ପ୍ରପୀଡ଼ିତଙ୍କ ଦୁଃଖ, ଯନ୍ତ୍ରଣା ଦେଖି ଦୁଃଖ ପ୍ରକାଶ କରିବା ସହ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ । ସମ୍ପୃକ୍ତ ଅଞ୍ଚଳର ଲୋକମାନେ ଅଦ୍ୟାବଧି ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିବାରୁ ଅନ୍ଧକାରରେ କାଳାତିପାତ କରୁଛନ୍ତି । ସେମାନଙ୍କ ନିକଟରେ ଜିଲ୍ଲା ପ୍ରଶାସନ ପହଞ୍ଚି ତୁରନ୍ତ ଚୁଡ଼ା, ଗୁଡ଼, ଶୁଖିଲା ଖାଦ୍ୟ ଏବଂ ରନ୍ଧାଖାଦ୍ୟ ପହଞ୍ଚାଇବା ପାଇଁ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନଳକୂପ ଗୁଡ଼ିକୁ ତୁରନ୍ତ ବିଶୋଧନ କରିବା ସଙ୍ଗେ ସଙ୍ଗେ ବନ୍ୟା ପ୍ରପୀଡ଼ିତଙ୍କ ପାଖରେ ପାନୀୟ ଜଳ ପହଞ୍ଚାଇବାକୁ ସେ ସରକାରଙ୍କୁ ନିବେଦନ କରିଥିଲେ । ସମ୍ପୃକ୍ତ ଅଞ୍ଚଳରେ ୩ ଥର ବନ୍ୟା ଆସିବାରୁ ରୁଆ ହୋଇଥିବା ଧାନ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି  । ଚାଷୀ ମାନଙ୍କୁ ତୁରନ୍ତ ସରକାରୀ ସହାୟତା ଓ ତଳି ଯୋଗାଇ ଦେବାର ଆବଶ୍ୟକତା ରହିଛି । ଏହି ବନ୍ୟା ଯୋଗୁଁ ବିଦ୍ୟୁତ ଭିତ୍ତିଭୂମି ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଥିବା ଯୋଗୁଁ ଏଲ୍ଆଇ ପଏଣ୍ଟ ଗୁଡ଼ିକ ଅଚଳ ହୋଇପଡ଼ିଛି, ସରକାର ତୁରନ୍ତ ଏଥିପ୍ରତି ଧ୍ୟାନ ଦିଅନ୍ତୁ । କାଂଶବାଂଶ, ପୀତାକାଳିଆ, ବୁଢ଼ାବଳଙ୍ଗ, ଜଳକା, ଡୁବୁଡୁବି, ସୂବର୍ଣ୍ଣରେଖା ନଦୀରେ ବାରମ୍ବାର ବନ୍ୟା ଆସିବା ଯୋଗୁଁ ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ଅଦ୍ୟାବଧି ଜଳବନ୍ଦୀ ଅବସ୍ଥାରେ କାଳାତିପାତ କରୁଛନ୍ତି । ଅଙ୍ଗନବାାଡ଼ି କେନ୍ଦ୍ର ଗୁଡ଼ିକୁ ଖୋଲିବା ସହ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାଦାନ ତୁରନ୍ତ ଆରମ୍ଭ କରାଯାଉ । ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗୁଡ଼ିକରେ ରାଜସ୍ୱ କର୍ମଚାରୀ ତୁରନ୍ତ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦିଅନ୍ତୁ ।
ପ୍ରଥମ ବନ୍ୟାରେ ଜଳେଶ୍ୱର ବ୍ଲକର ନେତୁଆ ପଞ୍ଚାୟତର କପାସୁଧା ଗ୍ରାମରେ କାନ୍ଥ ପଡ଼ି ରାଧିକା ଜେନା ଏବଂ ତାଙ୍କର ନାତୀ ଜ୍ୟୋତିପ୍ରକାଶ ସ୍ୱାଇଁଙ୍କର ଅକାଳ ମୃତ୍ୟୁ ହୋଇଛି ଏବଂ ସ୍ମୃତି ସ୍ୱାଇଁ ଗୁରୁତର ଆହତ ହୋଇ ରେମୁଣା ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।  ଶ୍ରୀ ଦାସବର୍ମା ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ମୃତକଙ୍କ ପରିବାରକୁ ସରକାର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଥିଲେ । ବନ୍ୟାରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଏବଂ କ୍ଷତିଗ୍ରସ୍ତ ହୋଇଥିବା ବାସଗୃହ ଗୁଡ଼ିକର ତୁରନ୍ତ ଆକଳନ କରାଯାଇ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହ ଧୋଇଯାଇଥିବା ରାସ୍ତାଘାଟର ପୁନଃ ନିର୍ମାଣ କରିବାକୁ ସେ ସରକାରଙ୍କୁ ନିବେଦନ କରିଥିଲେ । ଆଜିର ଏହି ବନ୍ୟା ଅଞ୍ଚଳ ପରିଦର୍ଶନ ସମୟରେ ଶ୍ରୀ ଦାସବର୍ମାଙ୍କ ସହିତ ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ବିଜେଡ଼ି ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ତଥା ବିଧାୟକ ଗୌତମବୁଦ୍ଧ ଦାସ, ଦଳର ବରିଷ୍ଠ ନେତା, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ସୋର ବିଧାୟକ ମାଧବ ଧଡ଼ା, ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ବିଧାୟକ ସ୍ୱରୂପ ଦାସ, ବସ୍ତା ବ୍ଲକ ସଭାପତି ମହାଦେବ ଦାସ, ବରିଷ୍ଠ ନେତା ଗିରିଶ ଚନ୍ଦ୍ର ଦାଶ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ରାଜ୍ୟ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ ପ୍ରମୁଖ ଗସ୍ତ କରିଥିଲେ।
କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'
ଭୁବନେଶ୍ୱର: କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଏହି ପ୍ରକଳ୍ପରେ ପର୍ଯ୍ୟଟନର କୌଣସି ସୁଯୋଗ ରହିବ ନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ଉପସଭାପତି ସଞ୍ଜୟ ଦାସ ବର୍ମା। ସେ ଆହୁରି ମଧ୍ୟ କହିଛନ୍ତି କି, ଦୀର୍ଘ ୧୧ ବର୍ଷ ପରେ ଉପକୂଳ ରାଜପଥର କ୍ୟାବିନେଟ ନିଷ୍ପତ୍ତି ନେଇ କେନ୍ଦ୍ର ମନ୍ତ୍ରୀ ଅବଗତ କରିଛନ୍ତି । ଏହା ଓଡ଼ିଶାର ପର୍ଯ୍ୟଟନ, ଅର୍ଥନୀତି, ଗମନାଗମନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖିବା ସହ ଓଡ଼ିଶାର ଭାଗ୍ୟ ଓ ଭବିଷ୍ୟତ । ନବକଳେବର ସମୟରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ପିପିଲି ଠାରେ ଏହାର ଘୋଷଣା କରିଥିଲେ । ୪୩୦ କିଲୋମିଟରର ଏହି ପ୍ରୋଜେକ୍ଟର ସ୍ବପ୍ନ ଦେଖାଇଥିଲେ । ଏଥିସହ କଟକ ଭୁବନେଶ୍ୱର ଖୋର୍ଦ୍ଧା CRRR, ରାମେଶ୍ୱରରୁ ଚନ୍ଦନପୁର ଯାଏଁ NH ମାନ୍ୟତା ଘୋଷଣା କରିଥିଲେ । ୧୧ ବର୍ଷ ପରେ ଏହି ୮୩୦୦ କୋଟିର ପ୍ରକଳ୍ପ ରାମେଶ୍ୱର ଠାରୁ କୋଣାର୍କ ଓ କୋଣାର୍କରୁ ପାରାଦ୍ୱୀପର ମଞ୍ଜୁରୀ ଦିଆଯାଇଛି । ହେଲେ ଓଡ଼ିଶାବାସୀ ନିରାଶ । ଏହି ଅବଧି ଭିତରେ ତିନି ଥର ଟେଣ୍ଡର ଡକାଯାଇଛି । କେତେବେଳେ ଚାରି ଥାକିଆ ରାସ୍ତା କେତେବେଳେ ଦୁଇ ଥାକିଆ । ତିନି ଥର ଟେଣ୍ଡର ବାତିଲ ହୋଇଛି । ପ୍ରଶାସନିକ ଓ ଆର୍ଥିକ ମଞ୍ଜୁରୀ ମିଳି ନଥିଲା । ଚିଲିକା, ଭିତରକନିକା ମଞ୍ଜୁରୀ ମିଳି ନଥିଲା ।
ପାରାଦ୍ୱୀପରୁ ଦିଘା ଯାଏଁ ଯେଉଁ ଅଞ୍ଚଳ ରହିଲା ଯେପରି ଭଦ୍ରକ, ବାଲେଶ୍ୱର ବାଦ ପଡିଛନ୍ତି । ଯେଉଁ ପରି ବାରମ୍ବାର ଏହାର alignment ପରିବର୍ତନ କରିବା ସହ ମୂଳ ନକ୍ସା ବଦଳା ଗଲା, ଏହା ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ଭାବେ ମୂଳ ଲକ୍ଷ୍ୟ ଠାରୁ ବହୁ ଦୂରରେ । ୪୮୦ କିଲୋମିଟର ବେଳାଭୂମିର ୫୦୦ ମିଟରରେ ଏହା ନିର୍ମାଣ ହୋଇଥିଲେ, ପର୍ଯ୍ୟଟନ ବିକାଶ ଓ ବାତ୍ୟା ମୁକାବିଲା ହୋଇ ପାରିବା ସହ ଗମନାଗମନରେ ଯୁଗାନ୍ତକାରୀ ପରିବର୍ତ୍ତନ ହୋଇଥାନ୍ତା ।
ଏହି ରାସ୍ତାର ପରିକଳ୍ପନା ନେଇ ମଞ୍ଜୁରୀ ଯାହା ମିଳିଛି, ଯାହା ଅନ୍ୟ ରାସ୍ତା ହୋଇପାରେ । ଏହା ଗ୍ରୀନଫିଲଡ ପ୍ରୋଜେକଟ । NHAI ଯେଉଁ 60% ଜମି ଅଧିଗ୍ରହଣ କଥା କହିଛନ୍ତି, ତାହା ମିଛ । ଏହା ଦଶନ୍ଧି ଧରି ନ ହେବାର ସନ୍ଦେହ ଦେଖା ଦେଇଛି । ଯେଉଁ ଅର୍ଥନୈତିକ ମଞ୍ଜୁରୀ ମିଳିଛି, ସେଥିରେ ପର୍ଯ୍ୟଟନ ବିକାଶ ହେବନି । କାରଣ ଏଥିରେ ସମୁଦ୍ର ଓ ଚିଲିକା ନାହିଁ । ରାମେଶ୍ୱର ପାଖରେ କେଉଁ ସମୁଦ୍ର କି ଚିଲିକା ଦେଖିବେ ପର୍ଯ୍ୟଟକ? କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ଓଡ଼ିଶାକୁ ବିଭିନ୍ନ ସମୟରେ ଆସି ଯାହା ସବୁ ପ୍ରତିଶୃତି ଦେଇଥିଲେ, ସେଥିରେ କେନ୍ଦ୍ର ଓ NHAI ସମ୍ପୂର୍ଣ୍ଣ ନୀରବ । କ'ଣ ପ୍ରକଳ୍ପ କରିବାକୁ ସରକାର ଚାହୁଁଛନ୍ତି, ତାହାର ଭାଗ୍ୟ ଓ ଭବିଷ୍ୟତ କ'ଣ, ତାକୁ କେନ୍ଦ୍ର ଓ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ପାରାଦ୍ୱୀପରୁ ଦିଘା ରାସ୍ତାର କେବେ ସରକାର ନିଷ୍ପତ୍ତି ନେବେ, ତାହା ଜଣାନ୍ତୁ । ଏ ପ୍ରକଳ୍ପ କେବଳ ଏକ ରାସ୍ତାର ପରିକଳ୍ପନା, ଯାହା ବାତ୍ୟା ମୁକାବିଲା କି ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ ।
ଯୋଗାଣ ମନ୍ତ୍ରୀଙ୍କ ବାସଭବନରେ ସହଯୋଗୀଙ୍କ ମୃତ୍ୟୁ ଘଟଣା: ବିଧିବଦ୍ଧ ତଦନ୍ତ ସହ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲା ବିଜେଡି
ଭୁବନେଶ୍ୱର: ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନରେ ତାଙ୍କର ଜଣେ ସହଯୋଗୀଙ୍କ ମୃତ୍ୟୁ ଘଟଣାରେ ପ୍ରଶ୍ନ ଉଠାଇଛି ବିଜେଡି। ମୃତକଙ୍କ ଶବକୁ ତରବରିଆ ଭାବେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବା ଉପରେ ଦଳ ପ୍ରଶ୍ନ ଉଠାଇବା ସହ ଏହାକୁ ନେଇ ରାଜ୍ୟ ବିଜେପି ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛି।
ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ସଞ୍ଜୟ ଦାସବର୍ମା କହିଥିଲେ, ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ତାଙ୍କର ଜଣେ ସହଯୋଗୀଙ୍କ ଅକସ୍ମ୍ମାତ୍‌ ମୃତ୍ୟୁ ଘଟୁଛି। ସରକାର କେବଳ ଏକ ଅପମୃତ୍ୟୁ ମାମଲା (ୟୁଡି କେସ୍‌) ରୁଜୁ କରି ମୃତକଙ୍କ ଶବ ତାଙ୍କ ପରିବାରକୁ ହସ୍ତାନ୍ତର କରି ଦେଇଛନ୍ତି। ସରକାରଙ୍କ ଏହି ତରବରିଆ ଉଦ୍ୟମ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ରାଜ୍ୟର ଗୃହ ମନ୍ତ୍ରାଳୟର ଦାୟିତ୍ୱ ଖୋଦ୍‌ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଖରେ ଥିବାରୁ ଏହି ଘଟଣାର ସତ୍ୟାସତ୍ୟ ସେ ଓଡିଶାବାସୀଙ୍କ ସମ୍ମୁଖରେ ରଖିବା ଉଚିତ ବୋଲି ଶ୍ରୀ ଦାସବର୍ମା ଦାବି କରିଛନ୍ତି।
ସେ ଆହୁରି କହିଛନ୍ତି, ବ୍ୟକ୍ତି ଜଣଙ୍କର ମୃତ୍ୟୁ ବିଦ୍ୟୁତ୍‌ ଆଘାତରେ ହେଲା ବୋଲି କୁହାଯାଉଥିବା ବେଳେ, ସରକାରୀ ବାସଭବନରେ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିବା ଏକ ସାଙ୍ଘାତିକ ଘଟଣା। ଏହା ନିଶ୍ଚିତ ଭାବେ ଏକ ସୁରକ୍ଷା ତ୍ରୁଟି। ବ୍ୟକ୍ତି ଜଣଙ୍କର ମୃତ୍ୟୁ କିପରି ହେଲା ଓ ତାଙ୍କ ମୃତ୍ୟୁ ପାଇଁ କିଏ ଦାୟୀ, ଏନେଇ ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକ ଅଛି ବୋଲି ଦଳ ଦାବି କରିଛି। ଏହାସହିତ ମୃତକଙ୍କ ଶବ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବା ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ପରିବାର ସଦସ୍ୟଙ୍କ ସହିତ ବାର୍ତ୍ତାଳାପ କରିବାକୁ ବାରଣ କରାଯାଇଥିଲା। ଏହାଦ୍ୱାରା ସରକାର କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଜଣାପଡୁଛି। ତେଣୁ ରାଜ୍ୟ ସରକାର ଏହି ମାମଲାର ଉପଯୁକ୍ତ ତଦନ୍ତ କରି ମୃତ୍ୟୁର କାରଣ ସମ୍ୱନ୍ଧରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଶ୍ରୀ ଦାସବର୍ମା କହିଛନ୍ତି।
ଅଧାପନ୍ତରିଆ କୃଷ୍ଣପ୍ରସାଦ ବ୍ରିଜ ସ୍ୱପ୍ନ: ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା, ଜବାବ ମାଗୁଛନ୍ତି ଜନତା
କୃଷ୍ଣପ୍ରସାଦ: ଦୀର୍ଘ ଦିନର ଦାବି ଓ ବହୁ ପ୍ରତୀକ୍ଷିତ କୃଷ୍ଣପ୍ରସାଦ ବ୍ରିଜ ନିର୍ମାଣ ପ୍ରକଳ୍ପ ଆଜି ମଧ୍ୟ କେବଳ କାଗଜପତ୍ରରେ ସୀମିତ ରହିଛି। ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ଏବେ ପ୍ରତାରଣାର ରୂପ ନେଇଥିବା ଅଭିଯୋଗ ହୋଇଛି। ପ୍ରାୟ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ସ୍ୱପ୍ନ ପୂରଣ ହେବାର ନାଁ ଧରୁନାହିଁ। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ପୁରୀ ସାଂସଦ ସମ୍ବିତ ପାତ୍ର ଏବଂ ସ୍ଥାନୀୟ ବିଧାୟିକା ଉପାସନା ମହାପାତ୍ର ଏହି ଅଞ୍ଚଳରେ ବ୍ରିଜ ନିର୍ମାଣ ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବାସ୍ତବ ଚିତ୍ର ଓଲଟା ରହିଛି।
ରାଜନୈତିକ ବାକଯୁଦ୍ଧ ଓ ପାଲଟା ଅଭିଯୋଗ
ବ୍ରିଜ ନିର୍ମାଣରେ ଅହେତୁକ ବିଳମ୍ବକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ବାକଯୁଦ୍ଧ ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା ବର୍ତ୍ତମାନର ସରକାରଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ ବିଜେଡି ସରକାର ଥିବାବେଳେ କାମ ହେଉନଥିବା ନେଇ ବିଧାୟିକା ଭାଷଣବାଜି କରୁଥିଲେ, କିନ୍ତୁ ଏବେ ରାଜ୍ୟ ଓ କେନ୍ଦ୍ରରେ 'ଡବଲ ଇଞ୍ଜିନ ସରକାର' ଥିବା ସତ୍ତ୍ୱେ କାହିଁକି କାମ ଆଗେଇ ପାରୁନାହିଁ? ତୁରନ୍ତ ଏହାର ଜବାବ ରଖିବାକୁ ସେ ଆହ୍ୱାନ ଦେଇଛନ୍ତି।
ବିପଦସଙ୍କୁଳ ଜଳଯାତ୍ରା ଓ ଜନଅସନ୍ତୋଷ
କୃଷ୍ଣପ୍ରସାଦ ବାସୀଙ୍କ ପାଇଁ ୬ କିଲୋମିଟରର ଜଳଯାତ୍ରା ଅତ୍ୟନ୍ତ କଷ୍ଟଦାୟକ ଓ ବିପଦପୂର୍ଣ୍ଣ ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବାରମ୍ବାର ଡଙ୍ଗା ବୁଡ଼ି ଓ ଅନ୍ୟାନ୍ୟ ଅଘଟଣ ଘଟି ନିରୀହ ଲୋକଙ୍କ ଜୀବନ ଯାଉଛି। ତଥାପି ପ୍ରଶାସନ କିମ୍ବା ଜନପ୍ରତିନିଧିମାନେ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଭିତ୍ତି ପ୍ରସ୍ତର ସ୍ଥାପନ ତ ଦୂରର କଥା, ପ୍ରକଳ୍ପର ପ୍ରାରମ୍ଭିକ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ, ଯାହା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।
ଏବେ କୃଷ୍ଣପ୍ରସାଦ ବାସୀ ଧୈର୍ଯ୍ୟହରା ହୋଇ ସ୍ପଷ୍ଟ ଦାବି ଉପସ୍ଥାପନ କରିଛନ୍ତି। ବ୍ରିଜ ନିର୍ମାଣ କେବେ ଆରମ୍ଭ ହେବ ଏବଂ କେବେ ଶୁଭ ଦିଆଯିବ, ସେନେଇ ସରକାର ଏକ ନିର୍ଦ୍ଦିଷ୍ଟ ସମୟସୀମା ଘୋଷଣା କରନ୍ତୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସାଂସଦ ସମ୍ବିତ ପାତ୍ର ଓ ବିଧାୟିକା ଉପାସନା ମହାପାତ୍ର ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କେବେ ମୁହଁ ଖୋଲିବେ ଏବଂ ସମସ୍ୟାର ସମାଧାନ କରିବେ, ତାହାକୁ ହିଁ ଅଞ୍ଚଳବାସୀ ଅପେକ୍ଷା କରି ରହିଛନ୍ତି।
ପୁରୀ ଭକ୍ତ ନିବାସରେ ପାର୍କିଂ ଫି ପ୍ରସଙ୍ଗ: ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ପାଇଁ ବିଜେଡିର ଦାବି
ଭୁବନେଶ୍ୱର: ପୁରୀ ଭକ୍ତ ନିବାସରେ ପାର୍କିଂ ଫି’ ବୃଦ୍ଧି ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜେଡି। ଓଡ଼ିଆଙ୍କ ଆରାଧ୍ୟ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଲକ୍ଷଲକ୍ଷ ଭକ୍ତଙ୍କୁ ଲୁଟିବା ସହ ପବିତ୍ର ପୁରୀ ଓ ସମଗ୍ର ଓଡ଼ିଶାର ଭାବମୂର୍ତ୍ତି ମଳିନ ପାଇଁ ନିଆ ଯାଇଥିବା ନିଷ୍ପତ୍ତିକୁ ବିଜେଡି ଉପସଭାପତି ସଂଜୟ କୁମାର ଦାସବର୍ମା ଦୃଢ଼ ବିରୋଧ କରିଛନ୍ତି। ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଭକ୍ତ ନିବାସରେ ପାର୍କିଂ ପାଇଁ ୧୮ପ୍ରତିଶତ ଜିଏସଟି ସହ ୫୦୦ ଟଙ୍କା ଆଦାୟ କରିବା ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ନେଇ ବିଜେଡି କଡା ବିରୋଧ କରୁଛି ବୋଲି ଶ୍ରୀ ଦାସବର୍ମା କହିଛନ୍ତି।
ସେ କହିଛନ୍ତି ଯେ ପ୍ରଥମତଃ ଭକ୍ତ ନିବାସଗୁଡ଼ିକରେ ରହିବା ପୂର୍ବ ଅପେକ୍ଷା ମହଙ୍ଗା ହୋଇଛି। କଟା ଘା’ରେ ଚୂନ ସଦୃଶ  ଭକ୍ତ ନିବାସ ରହିବା ଦେୟ ମହଙ୍ଗା ପରେ ପୁଣି ପ୍ରଶାସନ ପକ୍ଷରୁ ଭକ୍ତନିବାସରେ ଗାଡ଼ି ପାର୍କିଂ ଶୁଳ୍କରେ ବଡ଼ ଧରଣର ବୃଦ୍ଧି କରାଯାଇଛି। ସିଧାସଳଖ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଧର୍ମୀୟ ଭାବନାରୁ ପ୍ରଶାସନ ଆର୍ଥିକ ଫାଇଦା ନେବାକୁ ଚାହୁଛି। ନୂତନ ନିୟମ ଅନୁଯାୟୀ ଜାନୁଆରୀ ୭ ତାରିଖରୁ ପୁରୀର ସମସ୍ତ ଚାରୋଟି ଭକ୍ତ ନିବାସରେ ପ୍ରଥମଥର ପାଇଁ ଅତି ଉଚ୍ଚଦରରେ ପାର୍କିଂ ଫି’ ଆଦାୟ କରାଯିବା ନିଷ୍ପତ୍ତି ହୋଇଛି। ଯେଉଁ ଶ୍ରଦ୍ଧାଳୁମାନେ ଭକ୍ତ ନିବାସରେ ରହିବେ, ସେମାନଙ୍କୁ ନିଜର ଚାରିଚକିଆ ଯାନ ପାଇଁ ୨୪ ଘଣ୍ଟାକୁ ୫୦୦ ଟଙ୍କା ପାର୍କିଂ ଶୁଳ୍କ ଦେବାକୁ ପଡ଼ିବ। ଏହି ୫୦୦ ଟଙ୍କା ମଧ୍ୟରେ ୧୮ପ୍ରତିଶତ ଜିଏସଟି ଅନ୍ତର୍ଭୁକ୍ତ କରାଯାଇଛି। ପୁରୀରେ ଥିବା ନୀଳାଚଳ ଭକ୍ତନିବାସ, ନୀଳାଦ୍ରି ଭକ୍ତ ନିବାସ ସମେତ ଅନ୍ୟ ସମସ୍ତ ସରକାରୀ ଭକ୍ତ ନିବାସରେ ରହୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଏହି ନିୟମ ପରିସରଭୁକ୍ତ ହେବେ। ଶ୍ରୀ ଦାସବର୍ମା ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ। ଏପରି ନିଷ୍ପତ୍ତି ପର୍ଯ୍ୟଟକ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପୁରୀ ଆଗମନକୁ ପ୍ରଭାବିତ କରିବ। ଏହା କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଦେଇଛି। ତେଣୁ, ପ୍ରଶାସନ ତୁରନ୍ତ ଏ ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ ବୋଲି ସେ ଦାବି କରିଛନ୍ତି।
ଟ୍ରମ୍ପଙ୍କ ଆଡ଼ଭାଇଜରୀ ଓଡ଼ିଶାକୁ ବିଶ୍ୱସ୍ତରରେ ନିନ୍ଦିତ କରିଛି: ବିଜେଡି
ଭୁବନେଶ୍ୱର: ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ମହିଳାଙ୍କ ଉପରେ ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଡ଼ଭାଇଜରୀ, ଓଡ଼ିଶାକୁ ବିଶ୍ୱସ୍ତରରେ ନିନ୍ଦିତ କରିଥିବାରୁ ବିଜୁ ଜନତା ଦଳ ଉଦ୍‌ବେଗ ପ୍ରକାଶ କରିଛି।
ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ତଥା ଦଳର ଓବିସି ସେଲ୍‌ର ଆବାହକ ଡ଼ ଅରୁଣ କୁମାର ସାହୁ, ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା ଓ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତୀ ଟୁକୁନି ସାହୁ ବିଜେପି କ୍ଷମତାକୁ ଆସିବା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି ବୋଲି କହିବା ସହିତ ବିଜୁ ମହିଳା ଜନତା ଦଳ ଜୁଲାଇ ମାସ ପ୍ରଥମ ସପ୍ତାହରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଥିଲେ।
ଡ଼ ଅରୁଣ କୁମାର ସାହୁ କହିଥିଲେ, ରାଜ୍ୟ ବିଜେପି ସରକାର ପ୍ରତ୍ୟେକ କ୍ଷେତ୍ରରେ ଚରମ ଅବହେଳା କରୁଥିବାରୁ, ଓଡିଶା ଆଜି ବିଶ୍ୱରେ ଲଜ୍ଜିତ ଓ ନିନ୍ଦିତ ହେଉଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତରଫରୁ ନିକଟରେ ଜାରି କରାଯାଇଥିବା ଏକ ଟ୍ରାଭେଲ ଆଡ଼ଭାଇଜରୀରେ ଓଡିଶା ସମେତ ଭାରତର ୬ଟି ରାଜ୍ୟକୁ ଯିବାକୁ ସେମାନଙ୍କ ନାଗରିକ ମାନଙ୍କୁ ବାରଣ କରାଯାଇଛି। ଏହି ରାଜ୍ୟ ଗୁଡିକରେ ଅଧିକ ସଂଖ୍ୟାରେ ମହିଳା ମାନେ ଦୁଷ୍କର୍ମର ଶିକାର ହେଉଥିବା ଓ ଉଗ୍ରବାଦ ଉପଦ୍ରବ ଅଞ୍ଚଳ ଭାବେ ଚିହ୍ନିତ ହୋଇଥିବାରୁ, ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ଆମେରିକାର ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଆମ ରାଜ୍ୟ ପାଇଁ ଲଜ୍ଜା ଓ ଅପବାଦ ଆଣିଛି। ଓଡ଼ିଆ ଅସ୍ମିତାର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ଓ ଏକ ବର୍ଷ ପୂର୍ତ୍ତିରେ ନିଜ ସଫଳତାର ଡିଣ୍ଡିମ ପିଟୁଥିବା ରାଜ୍ୟ ବିଜେପି ସରକାରଙ୍କ ମୁହଁରେ ଏହା କାଳି ବୋଳି ଦେଇଛି ଓ ଓଡ଼ିଆ ଅସ୍ମିତା ଭୃଲୁଣ୍ଠିତ ହୋଇଛି। ରାଜ୍ୟର ମନ୍ତ୍ରୀ ମାନେ ଟ୍ରମ୍ପଙ୍କ କଥାକୁ ପ୍ରତିବାଦ କରିବା ପରିବର୍ତ୍ତେ, ପ୍ରଧାନମନ୍ତ୍ରୀ ଏହାର ସଫେଇ ଦେବାର ଆବଶ୍ୟକତା ରହିଛି। ଟ୍ରମ୍ପଙ୍କ କଥାକୁ ବିଜେପି ସର୍ବଦା ଗୁରୁତ୍ୱ ଦେଇଆସୁଥିବା ବେଳେ ଏବେ ଏହି ଆଡ଼ଭାଇଜରୀକୁ ନେଇ କେନ୍ଦ୍ର ସରକାର ଚୁପ୍‌ କାହିଁକି? ରାଜ୍ୟରେ ଏକ ଦୁର୍ବଳ ସରକାର ଥିବାରୁ, ଅପରାଧୀମାନେ ନିର୍ଭୟରେ ଅପରାଧ ଘଟାଉଛନ୍ତି। ଏହାକୁ ନେଇ ବିଜୁ ଜନତା ଦଳ ଉଦ୍‌ବେଗ ପ୍ରକାଶ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କୁ ଚେତାବନୀ ଦେଇଆସୁଛି। କିନ୍ତୁ, ସରକାର କେବଳ ଉତ୍ସବରେ ମାତିଛନ୍ତି। ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ, ଓଡିଶା ଦେଶର ଅଷ୍ଟମ ଅପରାଧ ପ୍ରବଣ ରାଜ୍ୟ ଓ ମହିଳା ବିରୋଧୀ ଅପରାଧ କ୍ଷେତ୍ରରେ ଦେଶର ପ୍ରଥମ ରାଜ୍ୟ ଭାବେ ସ୍ଥାନ ପାଇବା ଓଡିଶା ପାଇଁ ଲଜ୍ଜାର ବିଷୟ।
ସଞ୍ଜୟ କୁମାର ଦାସବର୍ମା କହିଥିଲେ, ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡିଶା ପ୍ରଶଂସା ସାଉଁଟି ଥିବାବେଳେ, ଏବେ ବିଜେପି ସରକାର ରାଜ୍ୟ ପାଇଁ ନିନ୍ଦା ଓ ଅପବାଦ ଆଣୁଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ମିଳିତ ଜାତିସଂଘ ଦ୍ୱାରା ପ୍ରଶଂସିତ ହୋଇଥିଲା। ସେହିପରି ଦୁଇ ଦୁଇ ଥର ହକି ବିଶ୍ୱକପ ଆୟୋଜନ କରି ଓ ଥରେ ଏସିଆନ ଆଥଲେଟିକ ଚାମ୍ପିୟାନସିପ ଆୟୋଜନ କରି ବିଶ୍ୱ କ୍ରୀଡା ମାନଚିତ୍ରରେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିଲା। ବିଧାନସଭାରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଶ୍ୱେତପତ୍ର ଅନୁଯାୟୀ, ୨୦୨୪ରେ ୩୦୫୪ ଦୁଷ୍କର୍ମ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୮% ଅଧିକ। ଆଜି ଏକ ସମୀକ୍ଷା କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ତାଙ୍କ ବକ୍ତବ୍ୟରେ ଓଡ଼ିଶାରେ ସାଇବର ଅପରାଧ ବୃଦ୍ଧି ପାଇଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସରକାରୀ ଯୋଜନା ବାବଦରେ ସରକାରୀ କର୍ମଚାରୀ ମାନେ ମଧ୍ୟ ଅବଗତ ନାହାନ୍ତି। ରାଜ୍ୟର ୯୫% ଲୋକ ସରକାରୀ ଯୋଜନା ବିଷୟରେ ଅବଗତ ନାହାନ୍ତି ବୋଲି ରାଜ୍ୟପାଳଙ୍କ ମନ୍ତବ୍ୟ ସରକାରଙ୍କ ଅପରାଗପଣିଆକୁ ପଦାରେ ପକାଇଛି।
ଟୁକୁନି ସାହୁ କହିଥିଲେ, ନବୀନ ସରକାରଙ୍କ ସମୟରେ ମହିଳା ମାନଙ୍କ ସମ୍ମାନ ବୃଦ୍ଧି ପାଇଁ ସେମାନଙ୍କୁ ସ୍ୱାବଲମ୍ୱୀ କରିବା ସହିତ ଏକ୍ସପୋଜର ଭିଜିଟ କାର୍ଯ୍ୟକ୍ରମରେ ବିଦେଶ ଭ୍ରମଣ କାର୍ଯ୍ୟକ୍ରମ କରାଯାଉଥିଲା। କିନ୍ତୁ, ବିଜେପି ସରକାର ଆସିବା ପରେ ପ୍ରତିଦିନ ୧୫ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିଜୁ ମହିଳା ଜନତା ଦଳ ତରଫରୁ ଜୁଲାଇ ମାସ ପ୍ରଥମ ସପ୍ତାହରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ।
ଭୁବନେଶ୍ବର: ଅନିଶ୍ଚିତତା ଘେରରେ ପ୍ରସ୍ତାବିତ କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପ। ତିନି ଥର ବଦଳିଛି ଡିପିଆର। ବାରମ୍ବାର ବାତିଲ ହୋଇଛି ଟେଣ୍ଡର। ଭାରତମାଳା ଯୋଜନାରେ ଦେଶର ପ୍ରଥମ ପ୍ରକଳ୍ପକୁ ଧୋକା ଦେଇଛନ୍ତି ଡବଲ ଇଞ୍ଜିନ ସରକାର । ଆଜି ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏପରି ଟାର୍ଗେଟ୍ କରିଛି ବିଜେଡି । ଓଡ଼ିଶାର ପର୍ଯ୍ଯଟନ ସମ୍ଭାରକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ପ୍ରଥମେ ରାଜପଥକୁ ୪ ଲେନ ବିଶିଷ୍ଟ କରିବାକୁ ପ୍ରକଳ୍ପ ଅନୁମୋଦନ ହେଲା । ୪୧୩ କିଲୋମିଟର ବିଶିଷ୍ଟ ଏହି ପ୍ରକଳ୍ପକୁ କମାଇ କରାଗଲା ୩୪୬ କିଲୋମିଟର। ରାମେଶ୍ବରରୁ ପୁରୀ, ପୁରୀରୁ କାକଟପୁର, କାକଟପୁରରୁ ଏରସମା, ଏରସମାରୁ ରତନପୁର ଓ ରତନପୁରରୁ ଦିଘା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ସ୍ବପ୍ନ ଦେଖାଇଲେ କେନ୍ଦ୍ର ସରକାର। ୨୦୧୫ରେ ଘୋଷଣା ହେଲା, ୧୦ ବର୍ଷ ପରେ ଟେଣ୍ଡର କରାଗଲା। ଶେଷରେ ଏହି ଟେଣ୍ଡରକୁ ବି ବାତିଲ କରାଗଲା।
ଏହା କେନ୍ଦ୍ରର କିଭଳିଆ ନୀତି ବୋଲି ପ୍ରଶ୍ନ ଉଠାଇଛି ବିଜେଡି। ଏବେ ଚଞ୍ଚକତା କରି ୪ ଲେନ୍ ବିଶିଷ୍ଟ କୋଷ୍ଟାଲ ହାଇଓ୍ବେକୁ ୨ ଲେନ ବିଶିଷ୍ଟ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ମସୁଧା କରୁଛନ୍ତି। ତୁରନ୍ତ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ବହୁ ପ୍ରତିକ୍ଷୀତ ଓଡ଼ିଶାର ଏହି ଉପକୂଳ ଜାତୀୟ ରାଜପଥକୁ ପୁନର୍ବାର ୪ ଲେନ କରିବାକୁ ଦାବି କରିଛି ବିଜେଡି।
ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବିରୋଧୀଙ୍କୁ ବିଜେଡିର ଟାର୍ଗେଟ
ଭୁବନେଶ୍ବର: ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବିରୋଧୀଙ୍କୁ ବିଜେଡି ନେତା ସଞ୍ଜୟ ଦାସବର୍ମା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଭାଷା, ସାହିତ୍ୟ ଓ ସଂସ୍କୃତି ଏକ ଜାତିର ପରିଚୟ । ଆମ ସଂସ୍କୃତି ଘୃଣାର ସଂସ୍କୃତି ନୁହେଁ। ଓଡ଼ିଆ ଅସ୍ମିତା କଥା ବିରୋଧୀ ବାରମ୍ବାର ଉଠାଉଛନ୍ତି । ଓଡ଼ିଆ ଅସ୍ମିତାର ଆଧାର ହେଉଛି ଭାଷା ଓ ସଂସ୍କୃତି । ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ କରିଚାଲିଛନ୍ତି ନବୀନ ସରକାର। ଓରିଶାରୁ ଓଡ଼ିଆ ହୋଇଛି।
ଏଥିପାଇଁ ରାଜ୍ଯ ସରକାର ନେଇଥିବା ବିଭିନ୍ନ ପଦକ୍ଷେପର ଉଦାହରଣ ଦେଇଥିଲେ ସଞ୍ଜୟ ଦାସବର୍ମା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଦୂରଦୃଷ୍ଟିସମ୍ପନ୍ନ ପ୍ରକଳ୍ପ। ଏହାର ଉଦଘାଟନ ଉତ୍ସବକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହା ସତ୍ତ୍ୱେ ଧର୍ମେନ୍ଦ୍ର ଆସିଲେନି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ଅସ୍ମିତାକୁ ବିକଶିତ କରିବା ପାଇଁ କ’ଣ କରିଛନ୍ତି ବୋଲି ସଞ୍ଜୟ ଦାସବର୍ମା ପ୍ରଶ୍ନ କରିଛନ୍ତି ?
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ କ’ଣ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ? ବିଜୁବାବୁଙ୍କୁ ଭାରତରତ୍ନ ନମିଳିବା କ’ଣ ଓଡ଼ିଆ ଅସ୍ମିତାର ପରିଚୟ ବୋଲି ପ୍ରଶ୍ନ କରିଛି ବିଜେଡି। ବିଜୁବାବୁଙ୍କୁ କାହିଁକି ଦେଉନାହାନ୍ତି ଭାରତରତ୍ନ ? ବିଜୁବାବୁଙ୍କୁ ଭାରତରତ୍ନ ପାଇଁ ବିଚାର ନକରିବା ଦୁର୍ଭାଗ୍ୟଜନକ । ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ବିରୋଧୀ ଓଡ଼ିଆ ଅସ୍ମିତା କଥା ଉଠାଉଛନ୍ତି। ୧୦ ବର୍ଷ ଧରି କେନ୍ଦ୍ର କ୍ୟାବିନେଟରେ ରହି କ’ଣ କରିଛନ୍ତି ଧର୍ମେନ୍ଦ୍ର ? କୋଷ୍ଟାଲ ହାଇଓ୍ୱେ ନେଇ ଖାଲି ଫାଙ୍କା ବୟାନବାଜି କରୁଛନ୍ତି। କାମ କିଛି ହେଉନାହିଁ ବୋଲି ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି।