Naveen Patanaik - The Sakala
ଭୁବନେଶ୍ବର: ଡିଲିମିଟେସନ ବା ସୀମା ପୁନଃ ନିର୍ଦ୍ଧାରଣର ସ୍ଵତନ୍ତ୍ର ବୈଠକକୁ ବିଜେଡିର ସମର୍ଥନ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି। ଆଉ ନବୀନ ବୈଠକକୁ ସମର୍ଥନ ଜଣାଇଛନ୍ତି। ଆସନ୍ତା ୨୬ ତାରିଖରେ ଚେନ୍ନାଇରେ ଏନେଇ ସ୍ଵତନ୍ତ୍ର ବୈଠକ ବସିବ।
ସୀମା ପୁନଃ ନିର୍ଦ୍ଧାରଣରେ କ୍ଷତିଗ୍ରସ୍ତ ହେବାକୁ ଥିବା ୭ରୁ ୮ଟି ରାଜ୍ୟ ଏଥିରେ ସାମିଲ୍ ହେବେ । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଆଜି ଡିଏମକେ ସାଂସଦ ଦୟାନିଧି ମାରନ୍ ଏବଂ ଆଇଟି ମନ୍ତ୍ରୀ ନବୀନ ନିବାସରେ ଭେଟି ନିମନ୍ତ୍ରଣ କରିଛନ୍ତି । ଏହି ଅସରରେ ନବୀନ ତାଙ୍କର ସମର୍ଥନ ଜଣାଇଛନ୍ତି।
ଏହାସହ ନବୀନ କହିଛନ୍ତି, ଅନୈତିକ ସୀମା ପୁନଃ ନିର୍ଦ୍ଧାରଣ ବିରୋଧରେ ସେ ସ୍ବର ଉତ୍ତୋଳନ କରିବେ। ଏହାସହ ସେ ବୈଠକରେ ସାମିଲ ହେବା ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିବା ଦୟାନିଧି ମାରନ କହିଛନ୍ତି।
୨୦୨୬ ମସିହାରେ ସୀମା ପୁନଃ ନିର୍ଦ୍ଧାରଣ ହେବାକୁ ଯାଉଛି। କେନ୍ଦ୍ର ସରକାର ସ୍ଵଚ୍ଛତାର ସହ ଏହା କରିବାକୁ ଚାହୁଁ ନାହାନ୍ତି । ତେଣୁ ଏହା ବିରୋଧରେ କ୍ଷତିଗ୍ରସ୍ତ ହେବାକୁ ଥିବା ୭ରୁ ୮ଟି ରାଜ୍ଯ ଆଲୋଚନା କରିବେ। ଓଡ଼ିଶା ବି ଏଥିରେ କ୍ଷତିଗ୍ରସ୍ତ ହେବ। ଆନୁପାତିକ ଭାବେ ସାଂସଦ ଏବଂ ବିଧାନସଭାରେ ଯେଉଁ ଅନୁପାତରେ ଓଡ଼ିଶା ପାଇବା କଥା ତାହା ହେବ ନାହିଁ । ଓଡ଼ିଶାର ବାସ୍ତବରେ କ’ଣ କ୍ଷତି ହେବ ସେ ନେଇ ଭୁବନେଶ୍ଵରରେ ଖୁବ୍ ଶୀଘ୍ର ଏକ ବୈଠକ ବସିବ। ଏ ନେଇ ବ୍ୟାପକ ଆଲୋଚନା ହେବ ବୋଲି ବିଜେଡି ନେତା ବୈଠକ ପରେ ସୂଚନା ଦେଇଛନ୍ତି । ଏହାଦ୍ବାରା ଯେଉଁ କ୍ଷତି ହେବ ବିଶେଷ କରି ତାକୁ ନେଇ ଆଲୋଚନା ହେବ ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର।
ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଛନ୍ତି ସର୍ବାଧିକ ପିଲା, ଟ୍ୱିଟ୍‌ କରି ଖୁସି ବ୍ୟକ୍ତ କଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଓଡ଼ିଶାରେ ସରକାରୀ ସ୍କୁଲ ପ୍ରତି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଆକର୍ଷଣ ସବୁଠୁ ଅଧିକ। ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଅଧିକ ପିଲା ସରକାରୀ ସ୍କୁଲରେ ପାଠ ପଢ଼ନ୍ତି। ଏପରିକି ରାଜ୍ୟର ସରକାରୀ ସ୍କୁଲରେ ୬-୧୪ ବର୍ଷ ବୟସର ଛାତ୍ରଛାତ୍ରୀଙ୍କ ହାର ଅନ୍ୟ ରାଜ୍ୟଗୁଡ଼ିକଠାରୁ ଅଧିକ। ସାରା ଦେଶରେ ଏହି ବୟସ ବର୍ଗର ୬୬.୮% ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ପାଠ ପଢ଼ୁଥିବାବେଳେ ଓଡ଼ିଶାରେ ୮୮.୬% ପିଲା ସରକାରୀ ସ୍କୁଲରେ ଶିକ୍ଷାଗ୍ରହଣ କରୁଛନ୍ତି। ଅନୁରୂପ ଭାବରେ ବିଭିନ୍ନ ବର୍ଗରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଉକ୍ରର୍ଷ ପ୍ରଦର୍ଶନ କରିଥିବା ନିକଟରେ ପ୍ରକାଶିତ ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ (ଅସର)ରେ ପ୍ରକାଶିତ ହୋଇଛି ।
Glad to share that #Odisha has excelled in Govt School Education in Rural Areas during 2024 as per the Annual Status of Education Report (ASER) 2024. The nationwide survey on children schooling and learning in rural India, facilitated by Pratham NGO has hailed Odisha for… pic.twitter.com/ic7sWW55pK
— Naveen Patnaik (@Naveen_Odisha) January 30, 2025
ବିଭିନ୍ନ ବର୍ଗରେ ଜାତୀୟ ହାର ତୁଳନାରେ ଉତ୍ତମ ପ୍ରଦର୍ଶନ କରିଥିବାରୁ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ‘ଏକ୍ସ’ ହ୍ୟାଣ୍ଡେଲ୍‌ରେ ଏକ ପୋଷ୍ଟ କରି ଖୁସି ବ୍ୟକ୍ତ କରିଛନ୍ତି। ‘୫-ଟି’ ଉପକ୍ରମରେ ଓଡ଼ିଶାର ବିଦ୍ୟାଳୟ ରୂୁପାନ୍ତରଣକୁ ନିରନ୍ତର ଭାବେ ଧ୍ୟାନ ଦିଆଯାଇଛି; ଫଳରେ ଦେଶର ଶିକ୍ଷା ବ୍ୟବସ୍ଥା ତୁଳନାରେ ଓଡ଼ିଶା ଉକ୍ରୃଷ୍ଟ ପ୍ରଦର୍ଶନ କରିପାରିଛି ବୋଲି ନବୀନ କହିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଦ୍ୟାଳୟ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ନବୀନ ସରକାର ୫-ଟି ଉପକ୍ରମରେ ଶିକ୍ଷାର ରୂପାନ୍ତରୀକରଣ ଆରମ୍ଭ କରିଥିଲେ। ମାନବୃଦ୍ଧି ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ବିଭିନ୍ନ ପଦକ୍ଷେପ ନିଆ ଯାଇଥିଲା। ବିଦ୍ୟାଳୟର ମୌଳିକ ଆବଶ୍ୟକତା ସ୍ୱରୁପ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ଉନ୍ନତମାନର ବିଜ୍ଞାନାଗାର, ପାନୀୟ ଜଳ ବ୍ୟବସ୍ଥା, ଶୌଚଳୟ, ଖେଳ ପଡ଼ିଆର ଉନ୍ନତିକରଣ ଓ ଶୈକ୍ଷିକ ସମୃଦ୍ଧି ଭଳି ବ୍ୟବସ୍ଥାର ଉନ୍ନତିକରଣ ହୋଇଥିଲା। ଏପରିକି ଉଚ୍ଚ ବିଦ୍ୟାଳୟରେ ୪ଟି କ୍ଳବ ଯଥା ଜିଜ୍ଞାସା, କୌଶଳୀ, ସାହିତ୍ୟ ସୃଜନୀ ଓ କ୍ରୀଡ଼ାଙ୍ଗନ ଗଠନ କରି ମେଧା ଶକ୍ତି ବିକଶିତ ପାଇଁ ପଥ ଉନ୍ମୁକ୍ତ କରିଥିଲା। ଯାହାର ପ୍ରତିଫଳନ ଅସର ରିପୋର୍ଟରେ ଦେଖାଯାଇଥିବା ଶିକ୍ଷାବିତମାନେ ମତବ୍ୟକ୍ତ କରିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ଉକ୍ରୃଷ୍ଟ ପାଇଁ ‘୫-ଟି’ ଏକ ଉତ୍ତମ ମଡେଲ ବୋଲି ମଧ୍ୟ ସେମାନେ କହିଛନ୍ତି।
ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ଭୁବନେଶ୍ବର: ନବବର୍ଷର ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ନୂତନ ବର୍ଷ ୨୦୨୫ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସଭିଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି ନବୀନ ।
ନୂତନ ବର୍ଷ ୨୦୨୫ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସଭିଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି। #HappyNewYear pic.twitter.com/xFbVT0Ui5n
— Naveen Patnaik (@Naveen_Odisha) January 1, 2025
ଚାଷୀଙ୍କ କୋହ ଶୁଣିଲେ ନବୀନ; ସରକାର ତୁରନ୍ତ କ୍ଷତିପୂରଣ ଯୋଗାଇଦେବାକୁ କଲେ ଦାବି
ସତ୍ୟବାଦୀ/ଜଗତସିଂହପୁର: ଅଦିନିଆ ବର୍ଷାରେ ଚାଷୀଙ୍କର ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିବାକୁ ଆଜି ୪ ଜିଲ୍ଲା ଗସ୍ତରେ ବାହାରିଛନ୍ତି ବିରୋଧୀ ଦଳ ନେତା ନବୀନ ଟ୍ଟନାୟକ। ପ୍ରଥମେ ପୁରୀ ଜିଲ୍ଲାର ସତ୍ୟବାଦୀ ଯାଇ ଚାଷୀଙ୍କ ସହ ଆଲୋଚନା କରିଥିଲେ ନବୀନ । ପରେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଓ ବାଲିକୁଦା ବ୍ଲକର ବିଭିନ୍ନ ଅଂଚଳରେ ଗ୍ରାଉଣ୍ଡ ଲେଭଲକୁ ଯାଇ ଚାଷୀଙ୍କ ଉଜୁଡ଼ା କ୍ଷେତ ବିଷୟରେ ପଚାରିବୁଝିବା ସହ ଚାଷୀଙ୍କ ଦୁଃଖ ଶୁଣିଛନ୍ତି ନବୀନ। ନିଜର ପ୍ରିୟ ନେତା ନବୀନଙ୍କୁ ପାଖରେ ପାଇ କୋହ ବଖାଣିବା ସହ ନୂଆ ସରକାରଙ୍କ ଅପାରଗତାକୁ କଟୁ ସମାଲୋଚନା କରିଛନ୍ତି। ପୂର୍ବ ସରକାର ସମୟରେ ଚାଷୀଙ୍କୁ ପ୍ରାକୃତ୍ତିକ ବିପର୍ଯ୍ୟୟ ସମୟରେ ଅନାୟାସରେ ସହାୟତା ପାଉଥିଲେ ଚାଷୀ କିନ୍ତୁ ନୂଆ ସରକାର କିପରି ଚାଷୀଙ୍କୁ ହତାଦର କରୁଛନ୍ତି ସେନେଇ ନବୀନଙ୍କ ଆଗରେ ବଖାଣିଛନ୍ତି ।
ଅରପକ୍ଷରେ ଚାଷୀଙ୍କ ଛଳ ଛଳ ଆଖି ଦେଖି ନବୀନ, ଖୁବଶୀଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ ସରକାରଙ୍କ ସହ ଆଲୋଚନା କରିବେ ବୋଲି ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ନୂଆ ସରକାର ଚାଷୀଙ୍କ ପ୍ରତି ଯେଉଁଭଳି ବୈମାତୃକ ମନୋଭାବ ରଖୁଛନ୍ତି ତାକୁ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି । ଆମ ସରକାରରେ ଚାଷୀଙ୍କୁ ସଙ୍ଗେ ସଙ୍ଗେ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ଏ ସରକାର ଏଯାବତ୍‌ କାହିଁକି କିଛି ପଦକ୍ଷେପ ନେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ନବୀନ।
ଚାଷୀଙ୍କ ଉଜୁଡ଼ା କ୍ଷେତ ଦେଖି ଚାଷୀଙ୍କ ଦୁଃଖରେ ସମଦୁଃଖୀ ନବୀନ ସେମାନଙ୍କୁ ସାନ୍ତ୍ୱନା ଦେବା ସହ ମନ ଟାଣ ରଖିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ସରକାରରେ ନଥିଲେ ମଧ୍ୟ ସେ ଲୋକଙ୍କ ସହ ଥିବା ନେଇ କହିଛନ୍ତି। ଜିଲ୍ଲା ଗସ୍ତ ଅବସରରେ ନବୀନ ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି ଜଣାଇଛନ୍ତି।
ଗଞ୍ଜାମରେ ନବୀନ: ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି ସମୀକ୍ଷା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ନବୀନଙ୍କ ଆଲୋଚନା
ଗଞ୍ଜାମ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଗଜା ଧାନ ଦେଖାଇ କାନ୍ଦି ପକାଇଲେ ଗଞ୍ଜାମର ଚାଷୀ। ନିଜ ନିଜର ଦୁର୍ଦ୍ଦଶା କଥା ନବୀନଙ୍କ ଆଗରେ ଗୁହାରୀ କରଛନ୍ତି ସେମାନେ। ଏହି ସମୟରେ ଅନେକ ମହିଳା, ଏପରିକି ପୁରୁଷମାନେ ବି କୋହ ସମ୍ଭାଳି ନ ପାରି କାନ୍ଦି ପକାଇଥିଲେ। ଚାଷୀଙ୍କ ସହିତ ଆଲୋଚନା କରିବା ବେଳେ ନବୀନ ପଟ୍ଟନାୟକ କହିଛନ୍ତି, ଅଦିିନିଆ ବର୍ଷାରେ ଚାଷୀଙ୍କ ବ୍ଯାପକ କ୍ଷତି ହୋଇଛି। ସେମାନଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି ନବୀନ ପଟ୍ଟନାୟକ।
ଅଦିିନିଆ ବର୍ଷାରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଫସଲ ହାନୀ ହୋଇଛି। ଏହାର ଅନୁଧ୍ୟାନ କରିବାକୁ ଆଜି ସେ ଗଞ୍ଜାମ ଯାଇଛନ୍ତି। ଶେରଗଡ଼ରେ ପ୍ରଥମେ ପହଞ୍ଚିବା ପରେ ସେ ତାକରଡ଼ା ଅଞ୍ଚଳର ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ପରେ ପରେ ସେ ହିଞ୍ଜିଳି ବ୍ଲକର ପୋଡ଼ିଙ୍ଗି ଯାଇଥିଲେ। ସେଠାରେ ଚାଷୀଙ୍କ ଦୁଃଖ ବୁଝିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ଭୁବନେଶ୍ୱର: ୨୦୦୦ରୁ ୨୦୨୪ ବର୍ଷ ମଧ୍ୟରେ ନବୀନ ସରକାରଙ୍କ ଶୃଙ୍ଖଳିତ ଆର୍ଥିକ ପରିଚାଳନା ସାରା ଦେଶରେ ଓଡ଼ିଶାକୁ ଦେଇଛି ଭିନ୍ନ ପରିଚୟ । ଏହି ଅଢେ଼ଇ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ହାରାହାରି ମୁଣ୍ଡପିଛା ଆୟ ବୃଦ୍ଧି ଦେଶରେ ସବୁଠାରୁ ଅଧିକ ରହିଛି । ଏପରିକି ଏହି କ୍ଷେତ୍ରରେ ଓଡ଼ିଶାଠାରୁ ବିଜେପି ବା ଡବଲ ଇଞ୍ଜିନ ଶାସିତ ରାଜ୍ୟ ଗୁଜରାଟ, ଛତିଶଗଡ଼, ହରିଆଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଆସାମ, ବିହାର ଓ ଉତ୍ତରପ୍ରଦେଶ ଆଦିରେ ପଛରେ ରହିଛନ୍ତିି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ୨୦୨୪ ରିପୋର୍ଟରେ ଏହା ପ୍ରକାଶିତ ହୋଇଛି।
ଏହି ରିପୋର୍ଟ ଅନୁସାରେ, ୨୦୦୦-୦୧ ରାଜ୍ୟରେ ସାପେକ୍ଷ ମୁଣ୍ଡପିଛା ଆୟ ୫୫.୮ ପ୍ରତିଶତ ରହିଥିବା ବେଳେ ୨୦୨୩-୨୪ରେ ଏହା ୮୮.୫ ପ୍ରତିଶତରେ ପହଞ୍ଚିଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଏହି ୨୩ ବର୍ଷ ମଧ୍ୟରେ ଓଡ଼ିଶାର ସାପେକ୍ଷ ମୁଣ୍ଡପିଛା ଆୟରେ ୫୮.୬୦ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ବିହାରର ମାତ୍ର ୫ ପ୍ରତିଶତ, ଝାରଖଣ୍ଡର ୮.୩୩ ପ୍ରତିଶତ ଓ ଆସାମର ମାତ୍ର ୧୩.୯୧ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଦେଶର ଆର୍ଥିକ ରାଜଧାନୀ ମହାରାଷ୍ଟ୍ରର ମୁଣ୍ଡପିଛା ଆୟରେ ଏହ ଦୁଇ ଦଶକ ମଧ୍ୟରେ ମାତ୍ର ୧୪ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ମଧ୍ୟପ୍ରଦେଶର ଅଭିବୃଦ୍ଧି ୧୮.୯୦ ପ୍ରତିଶତ ରହିଛି। ଅପରପକ୍ଷେ ରାଜସ୍ଥାନର ମୁଣ୍ଡପିଛା ଆୟ ବୃଦ୍ଧି ୨୦.୬୩ ପ୍ରତିଶତ ରହିଥିବା ବେଳେ ହରିୟାଣାର ୨୬.୧୦ ପ୍ରତିଶତ, ଛତିଶଗଡ଼ର ୩୩.୫୫ ପ୍ରତିଶତ ଏବଂ ଗୁଜରାଟର ଅଭିବୃଦ୍ଧି ୪୮.୨୪ ପ୍ରତିଶତ ରହିଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି।
ଅପରପକ୍ଷେ ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ପ୍ରଦର୍ଶନ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ନିରାଶାଜନକ । ୨୦୦୦-୦୧ ମସିହାରେ ଉତ୍ତରପ୍ରଦେଶର ସାପେକ୍ଷ ମୁଣ୍ଡପିଛା ୫୫.୩ ପ୍ରତିଶତ ରହିଥିବା ବେଳେ ୨୦୨୩-୨୪କୁ ଏହା ହ୍ରାସ ପାଇ ୫୦.୮ ପ୍ରତିଶତରେ ପହଞ୍ଚିଛି। ସେହିପରି ପଶ୍ଚିମବଙ୍ଗର ଅଭିବୃଦ୍ଧି ହାର ୯୭.୫ ପ୍ରତିଶତରୁ ହ୍ରାସ ପାଇ ୮୩.୭ ପ୍ରତିଶତରେ ପହଞ୍ଚିଛି। ଅର୍ଥାତ୍‌ ଏହି ୨ ଦଶନ୍ଧି ମଧ୍ୟରେ ପଶ୍ଚିମବଙ୍ଗର ଅଭିବୃଦ୍ଧି ହାର ବିଯୁକ୍ତ ୧୪.୧୬ ପ୍ରତିଶତ ରହିଥିବା ବେଳେ ବିଜେପି ଶାସିତ ଉତ୍ତରପ୍ରଦେଶର ବିଯୁକ୍ତ ୮.୧୪ ପ୍ରତିଶତ ରହିଛି। ଉପରୋକ୍ତ ତଥ୍ୟ ହିଁ ରାଜ୍ୟର ଉତ୍ତମ ତଥା ଶୃଙ୍ଖଳିତ ବିତ୍ତୀୟ ପରିଚାଳନାକୁ ଦର୍ଶାଉଥିବା ଅର୍ଥନୀତି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ କେବଳ ସାପେକ୍ଷ ମୁଣ୍ଡପିଛା ଆୟ ନୁହେଁ; ଋଣ, ରାଜସ୍ୱ ବଳକା ସ୍ଥିତି ଏବଂ ରାଜସ୍ୱ ନିଅଣ୍ଟ କ୍ଷେତ୍ରରେ ଓଡ଼ିଶା ଦେଶର ବଡ଼ ବଡ଼ ରାଜ୍ୟ ତୁଳନାରେ ବେଶ୍‌ ଆଗରେ ରହିଆସିଛି। ଏଫଆର୍‌ବିଏମ ଆଇନ ଅନୁସାୟରେ ଜିଏସ୍‌ଡିପିର ୨୫ ପ୍ରତିଶତ ପର୍ଯ୍ୟନ୍ତ ଋଣ କରିବାକୁ ଅନୁମତି ଥିବାବେଳେ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ଛାଡ଼ିବା ସମୟରେ ଏହା ୧୨ ପ୍ରତିଶତରୁ କମ୍‌ ରହିଥିଲା। ସେହିପରି ରାଜ୍ୟର ରାଜସ୍ୱ ନିଅଣ୍ଟ ୩ ପ୍ରତିଶତଠାରୁ କମ୍‌ ରହିଥିଲା। ଅପରପକ୍ଷେ ରାଜସ୍ୱ ବଳକା ରାଜ୍ୟଭାବେ ଓଡ଼ିଶା ଦେଶର ଶ୍ରେଷ୍ଠ ୩ଟି ରାଜ୍ୟ ମଧ୍ୟରେ ରହିଥିଲା। ଓଡ଼ିଶାର ଏପରି ଅର୍ଥନୈତିକ ସ୍ଥିତି କେବଳ ଶୃଙ୍ଖଳିତ ଏବଂ ଦୂରଦର୍ଶୀ ଆର୍ଥିକ ପରିଚାଳନା ନୀତି ପାଇଁ ସମ୍ଭବପର ହୋଇପାରିଥିଲା ବୋଲି ମତପ୍ରକାଶ ପାଇଛି।
ନବୀନ ସରକାରଙ୍କ ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ସାରା ଦେଶରେ ଅନ୍ୟାନ୍ୟ ରାଜ୍ୟ ପାଇଁ ଉଦାହରଣୀୟ ହୋଇ ରହିଛି। ଏକ ନିଅଣ୍ଟିଆ ରାଜ୍ୟରୁ ରାଜସ୍ୱ ବଳକା ରାଜ୍ୟରେ ଓଡ଼ିଶା କେବଳ ପରିଣତ ହୋଇ ନାହିଁ; ଅନ୍ୟ ରାଜ୍ୟଗୁଡ଼ିକ ଋଣ ପରେ ଋଣ କରି ଚାଲିଥିବାବେଳେ ଓଡ଼ିଶା ଏକମାତ୍ର ରାଜ୍ୟ ଭାବରେ ୨୦୨୨-୨୩ ଓ ୨୦୨୩-୨୪ରେ ଋଣ ପରିଶୋଧ କରି ନୂଆ ଉଦାହାରଣ ସୃଷ୍ଟି କରିଛି। ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱ ଓଡ଼ିଶାକୁ ପୁଞ୍ଜି ପରିଚାଳନାର ସଫଳ ରାଜ୍ୟରେ ପରିଣତ କରିଛି। ଏହି କ୍ଷେତ୍ରରେ ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ବିହାର, ଆସାମ ଓ ହରିୟାଣା ପରି ବଡ଼ ରାଜ୍ୟମାନେ ବହୁ ପଛରେ ପଡ଼ି ଯାଇଛନ୍ତି। ନବୀନଙ୍କ ବଳିଷ୍ଠ ନେତୃତ୍ୱ ଏବଂ ଦୂରଦର୍ଶୀ ନୀତି ହିଁ ରାଜ୍ୟକୁ ଅର୍ଥନୀତି କ୍ଷେତ୍ରରେ ସମଗ୍ର ଭାରତବର୍ଷରେ ଏକ ନୂଆ ପରିଚୟ ଦେଇପାରିଛି ବୋଲି ଅର୍ଥନୀତି ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।
ବରଗଡ଼ ଓ ବୌଦ୍ଧ ଜିଲ୍ଲାର ଦଳୀୟ କର୍ମୀଙ୍କୁ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର
ଭୁବନେଶ୍ୱର: ବରଗଡ଼ ଓ ବୌଦ୍ଧ ଜିଲ୍ଲାର ବିଜେଡି ନେତା ଓ କର୍ମୀଙ୍କୁ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର। ଜିଲ୍ଲାର ସଂଗଠନକୁ ଆହୁରି ସକ୍ରିୟ ରଖିବାକୁ ଟିପ୍ସ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଲୋକଙ୍କ ସହିତ କିପରି ଯୋଡ଼ି ହୋଇ ରହିବେ, ଜନତାଙ୍କ ସେବା କରିବେ କର୍ମୀମାନେ ସେନେଇ ପରାମର୍ଶ ଦେଇଛନ୍ତି ନବୀନ। ଶଙ୍ଖ ଭବନରେ ବରଗଡ଼ ଓ ବୌଦ୍ଧ ଜିଲ୍ଲାର ଦଳୀୟ ସଂଗଠନ ନେଇ ଆଲୋଚନା ହୋଇଛି। ଏହା ସହିତ ରାଜ୍ୟ ସରକାରଙ୍କ କାମ ଉପରେ ମଧ୍ୟ ନଜର ରଖିବାକୁ, ସରକାର ତ୍ରୁଟି ଲୋକଙ୍କ ସାମ୍ନାକୁ ଆଣିବାକୁ ଓ ସରକାରଙ୍କ ଉପରେ ଚାପ ପକାଇବାକୁ ନବୀନ ପରାମର୍ଶ ଦେଇଛନ୍ତି। କିପରି ରାଜ୍ୟ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି କରାଯିବ, ସେ ସଂପର୍କରେ ମଧ୍ୟ ରଣନୀତି ପ୍ରସ୍ତୁତ ହୋଇଛି।
ବିଶ୍ଵଭୂଷଣ ହରିଚନ୍ଦନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଛତିଶଗଡର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଅସୁସ୍ଥତା ଖବର ପାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହରିଚନ୍ଦନଙ୍କ ପୁଅ ତଥା ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ଫୋନ୍ କରି ବିଶ୍ୱଭୂଷଣ ବାବୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ମହାପୁରୁଷମାନଙ୍କ ପ୍ରତି ସମ୍ମାନ ଓ କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ: ନବୀନ ପଟ୍ଟନାୟକ
ଭୁବନେଶ୍ବର: ଓଡ଼ିଆ ଅସ୍ମିତାକୁ ନେଇ ନବୀନଙ୍କ ପ୍ରଶ୍ନ । ବ୍ୟାସକବିଙ୍କୁ ଅସମ୍ମାନ ଓଡ଼ିଆ ଅସ୍ମିତା କି ? ନବୀନ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି ଯେ, ଏହା କ’ଣ ଓଡ଼ିଆ ଅସ୍ମିତା ? ମହାପୁରୁଷମାନଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ। ମହାପୁରୁଷମାନଙ୍କ ତ୍ୟାଗ, ସାଧନା ଓ ଦୂରଦୃଷ୍ଟି ଦ୍ୱାରା ଗଢ଼ି ଉଠିଥିବା ଉତ୍କର୍ଷ ଅନୁଷ୍ଠାନ ଜାତିର ଅକ୍ଷୟ କୀର୍ତ୍ତି। ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ରହିଛି। ଓଡ଼ିଶାର ସାମଗ୍ରିକ ବିକାଶରେ ମୟୂରଭଞ୍ଜ ରାଜପରିବାରର ଅବଦାନ ସମସ୍ତେ ଜାଣନ୍ତି।
ଏହା କ’ଣ ଓଡ଼ିଆ ଅସ୍ମିତା? ମହାପୁରୁଷମାନଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ। ମହାପୁରୁଷମାନଙ୍କ ତ୍ୟାଗ, ସାଧନା ଓ ଦୂରଦୃଷ୍ଟି ଦ୍ୱାରା ଗଢ଼ି ଉଠିଥିବା ଉତ୍କର୍ଷ ଅନୁଷ୍ଠାନ ଜାତିର ଅକ୍ଷୟ କୀର୍ତ୍ତି।
ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ରହିଛି। ଓଡ଼ିଶାର…
— Naveen Patnaik (@Naveen_Odisha) September 10, 2024
ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଆଦି ସବୁ କ୍ଷେତ୍ରରେ ସେମାନଙ୍କ ଅବଦାନ ଅସୀମ। ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଛନ୍ତି। ଆଗାମୀ ପୀଢ଼ି ପାଇଁ ଏହା କି ବାର୍ତ୍ତା ଦେବ?
କଥାରେ କୋଣାର୍କ ହୁଏ ନାହିଁ। ଗୋଟିଏ ଅନୁଷ୍ଠାନ ଟିଏ ଗଢ଼ିବା ସହଜ ନୁହେଁ। ଦରକାର ଅନେକ ତ୍ୟାଗ ଓ ତପସ୍ୟା। ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି। ସେମାନେ ମନେ ରଖିବା ଉଚିତ, ହିମାଳୟ ପରି ଉତ୍ତୁଙ୍ଗ ବରପୁତ୍ରମାନଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବାକୁ ଚେଷ୍ଟା କଲେ ନିଜର ଅସ୍ତିତ୍ୱ ହରାଇ ବସିବେ।
ବିପର୍ଯ୍ଯୟ ମୁକାବିଲା ପାଇଁ ରାଜ୍ୟସଭାରେ ନବୀନଙ୍କୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ପ୍ରଶଂସା
ଭୁବନେଶ୍ବର: ନବୀନଙ୍କୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ପ୍ରଶଂସା । ବିପର୍ଯ୍ଯୟ ମୁକାବିଲାରେ ନବୀନଙ୍କ ନୀତିକୁ ରାଜ୍ଯସଭାରେ ପ୍ରଶଂସା କରିଛନ୍ତି ଅମିତ ଶାହ । ୱାଏନାଡ଼ ଭୂସ୍ଖଳନ ପ୍ରସଙ୍ଗରେ ବିବୃତ୍ତିରେ ନବୀନଙ୍କୁ ପ୍ରଶଂସା କରିଛନ୍ତି। ବିପର୍ଯ୍ଯୟର ୭ ଦିନ ପୂର୍ବରୁ ଓଡ଼ିଶାକୁ ଦିଆଯାଇଥିଲା ସୂଚନା । ରାଜ୍ଯ ସରକାରଙ୍କ ଆଗୁଆ ପଦକ୍ଷେପ ଯୋଗୁ ମିଳିଥିଲା ସଫଳତା । ମାତ୍ର ଗୋଟିଏ ଲୋକର ମୃତ୍ଯୁ ହୋଇଥିଲା । ଭୁଲରେ ବ୍ଯକ୍ତିଜଣଙ୍କ ମୃତ୍ଯୁବରଣ କରିଥିଲେ।  ସଂସଦରେ ନବୀନଙ୍କ ଜିରୋ କାଜୁଆଲଟିକୁ ଶାହଙ୍କ ପ୍ରଶଂସା କରଛନ୍ତି ଅମିତ ଶାହ ।
ୱାଏନାଡ଼ ଭୂସ୍ଖଳନ ପ୍ରସଙ୍ଗରେ ବିରୋଧୀ ଦଳ ଆଗୁଆ ସୂଚନା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ବିରୋଧୀଙ୍କୁ କଟାକ୍ଷ କରିବାକୁ ଯାଇ ଉକ୍ତ ପ୍ରସଙ୍ଗରେ ନବୀନଙ୍କ ବିପର୍ଯ୍ୟୟ ନୀତିକୁ ଅମିତ ଶାହା ରାଜ୍ୟସଭାରେ ପ୍ରଶଂସା କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ଓଡ଼ିଶା ୧ନଂ ରାଜ୍ୟ। ବିପର୍ଯ୍ୟୟର ୭ଦିନ ପୂର୍ବରୁ ଓଡ଼ିଶାକୁ ଦିଆଯାଇଥିଲା ସୂଚନା। ରାଜ୍ୟସରକାରଙ୍କ ଆଗୁଆ ପଦକ୍ଷେ ଯୋଗୁ ମିଳିଥିଲା ସଫଳତା। ବିପର୍ଯ୍ୟୟ ସମୟରେ ମାତ୍ର ଗୋଟିଏ ଲୋକଙ୍କ ମୃତ୍ୟୁ ହୋଇଥିଲା। ଭୁଲରେ ବ୍ୟକ୍ତି ଜଣକ ମୃତ୍ୟୁବରଣ କରିଥିବା ନେଇ ରାଜ୍ୟସଭାରେ ଉତ୍ତର ରଖିଥିଲେ ଅମିତ ଶାହା।
ବିଜେଡି ବିଧାୟକଙ୍କ ମନୋବଳ ବଢ଼ାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଭୁବନେଶ୍ବର: ବିଜେଡି ନେତାଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର । ନୂଆ ଓ ପୁରୁଣା ବିଧାୟକଙ୍କ ବଢ଼ାଇଲେ ମନୋବଳ । ଶପଥ ନେବା ପରେ ନିଜ ନିଜ ଅଞ୍ଚଳର ବିକାଶକାର୍ଯ୍ୟକୁ ତ୍ବରାନ୍ନିତ କରିବାକୁ ସଂକଳ୍ପ ନେଇଛନ୍ତି ବିଜେଡି ବିଧାୟକ । ପ୍ରତ୍ୟେକ ଦିନ ନବୀନଙ୍କୁ ଭେଟି ଏନେଇ କରୁଛନ୍ତି ଆଲୋଚନା । ତେବେ ବିରୋଧୀ ଦଳରେ ରହି ଗଠନମୂଳକ ଆଲୋଚନା ମାଧ୍ୟମରେ ଲୋକଙ୍କ ସୁଖ ଦୁଃଖର ସାଥୀ ହେବେ ବୋଲି କହିଛନ୍ତି ବିଜେଡି ବିଧାୟକ ।
ବିଜେଡି ବିଧାୟକଙ୍କ ପଣ ଲୋକଙ୍କ ସୁଖଦୁଃଖର ସାଥୀ ହୋଇଥିଲେ, ଆଗକୁ ରହିବେ । ଗାଁ ଦାଣ୍ଡରୁ ବିଧାନସଭା ଯାଏଁ ଲୋକଙ୍କ ସମସ୍ୟା ସମାଧାନ ପାଇଁ କାମ କରିବେ । ବିଜେଡି ସୁପ୍ରିମୋ ନବୀନ  ପଟ୍ଟନାୟକ ଜନସେବାର ଯେଉଁ ମୂଲ୍ୟବୋଧ ଓ ଗୁରୁମନ୍ତ୍ର ଦେଇଛନ୍ତି ତାହାକୁ ବିରୋଧୀ ଦଳରେ ରହି ସତ ପ୍ରତିଶତ ପାଳନ କରିବେ ବୋଲି କହିଛନ୍ତି ବିଜେଡି ବିଧାୟକ ।
ନୂଆ ଓ ପୁରୁଣା ବିଧାୟକଙ୍କୁ ଗୁରୁମନ୍ତ୍ର ଦେବା ସହ ମନୋବଳ ବଢ଼ାଇଛନ୍ତି ନବୀନ । ବିଜେଡି ଟିକେଟରୁ ପ୍ରଥମ ଥର ଦେବଗଡ଼ ନିର୍ବଚନ ମଣ୍ଡଳିରୁ ନିର୍ବାଚିତ ହୋଇଥିବା ଯୁବ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କ ମନରେ ଏପରି ଆତ୍ମ ବିଶ୍ବାସ ଭରି ରହିଛି । ବିଧାୟକ ଭାବେ ଶପଥ ନେବା ପରେ ଅଞ୍ଚଳର ବିକାଶ ସହ ଲୋକଙ୍କ ସମସ୍ୟା ଦୂର କରିବାକୁ ସଂକଳ୍ପ ନେଇଛନ୍ତି ରୋମାଞ୍ଚ । ସେହିପରି ଦଳର ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର ମଧ୍ୟ ସାମାନ ଯୁକ୍ତି ବାଢ଼ିଛନ୍ତି । ଗଣତନ୍ତ୍ରରେ ଲୋକଙ୍କ ମତକୁ ସ୍ବାଗତ କରି ବିଜେଡି ବିରୋଧୀ ଦଳର ଭୂମିକାରେ ରହି କାମ କରିବା ସହ ଲୋକଙ୍କ ସ୍ବର ସାଜିବ । ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ଭାବେ ଭେଟି ଶୁଭେଚ୍ଛା ଜଣାଇବା ସହ ଆଗକୁ କେନ୍ଦୁଝର ଜିଲ୍ଲାର ବିକାଶ ଅଧିକ ତ୍ବରାନ୍ବିତ ହେବ ବୋଲି କହିଛନ୍ତି ବଦ୍ରି ।
୨୪ ବର୍ଷ ପରେ ଶାସକ ଦଳରୁ ବିରୋଧୀ ଦଳ ଭୂମିକା ତୁଲାଇବ ବିଜେଡି । ହେଲେ ଓଡ଼ିଶାର ହକ ଓ ଲୋକଙ୍କ ପ୍ରସଙ୍ଗକୁ ଭୁଲି ନାହିଁ ଦଳ । ରାଜ୍ୟକୁ କିପରି ଅଧିକ କେନ୍ଦ୍ରୀୟ ଅନୁଦାନ ମିଳିବ ଓ ଓଡ଼ିଶାବାସୀଙ୍କ ନାର୍ଯ୍ୟଦାବି ପୂରଣ ହେବ ସେ ଲଢେଇ ଜାରୀ ରଖିବ ଦଳ । ଏହାସହ ନୂଆ ସରକାରଙ୍କୁ ଏ ଦିଗରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ଶଶିଭୂଷଣ ବେହେରା । ସେହିପରି ବହୁ ନେତା ଦଳର ସାଂଗଠନିକ ସ୍ଥିତିକୁ ନେଇ ସୁପ୍ରିମୋଙ୍କ ସହ ନବୀନ ନିବାସରେ କରିଛନ୍ତି ଆଲୋଚନା ।
ନିଜର ମୁଖ୍ୟମନ୍ତ୍ରୀ କାଳରେ ନବୀନ ୨୫ ବର୍ଷର ଜନସେବା କରି ଓଡ଼ିଶାକୁ ବିଶ୍ବରେ ଦେଇଛନ୍ତି ସ୍ବତନ୍ତ୍ର ପରିଚୟ । ନବୀନଙ୍କ ଶାସନ ସମୟରେ ସବୁ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟର ପାରାମିଟର ଉପରେ ଥିଲା ଓଡ଼ିଶା । ତେଣୁ ଏହି ଧାରା କିପରି ବଜାୟ ରହିବ, ତାହାକୁ ବିରୋଧୀ ଦଳରେ ରହି ବିଜେଡି ବିଧାୟକମାନେ ଲଢେଇ ଜାରି ରଖିବେ ବୋଲି କହିଛନ୍ତି ।
ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ ପ୍ରକାଶ, ଶୁଭେଚ୍ଛା ଜଣାଇଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ
ସମ୍ବଲପୁର: ସମ୍ବଲପୁର ଲୋକସଭା ଆସନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ନାମାଙ୍କନ ପୂର୍ବରୁ ମାଆ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ପରେ ବିଶାଳ ଶୋଭାଯାତ୍ରାରେ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ ପ୍ରଣବ ପ୍ରକାଶ । ଅନ୍ୟପଟେ ବବିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ କହିଛନ୍ତି, ମୁଁ ନିଶ୍ଚିତ ଯେ, ଏହି ନିର୍ବାଚନରେ ତୁମେ ନିଶ୍ଚୟ ଜିତିବ। ନବୀନଙ୍କ ଏହି ଶୁଭେଚ୍ଛା ବାର୍ତ୍ତା ବିଜେଡି କର୍ମୀଙ୍କ ମନୋବଳ ବଢାଇଛି।
ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଶୁଭେଚ୍ଛା ବାର୍ତ୍ତା ପାଇ ମୁଁ ଉତ୍ସାହିତ। ଆପଣଙ୍କ ଆଶୀର୍ବାଦ ଏବଂ ସମ୍ବଲପୁରବାସୀଙ୍କ ଅକୁଣ୍ଠ ଭଲପାଇବା 'ସମୃଦ୍ଧ ସମ୍ବଲପୁର' ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିଛି। 🙏🏻#ସମୃଦ୍ଧସମ୍ବଲପୁର#SamruddhaSambalpur #JodiShankha pic.twitter.com/gZtD1XqHx8
— Pranab Prakash Das (@pranabpdas) April 30, 2024
ସୂଚନା ଅନୁଯାୟୀ, ବାଲିବନ୍ଧାରୁ ରାଲି କରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟକୁ ଯାଇ ପହଞ୍ଚିଥିଲେ ପ୍ରଣବ । ସେଠାରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ । ପୂର୍ବତନ ବିରୋଧୀ ଦଳ ନେତା ସ୍ବର୍ଗତ ଅଶୋକ ଦାସଙ୍କର ପୁଅ ହେଉଛନ୍ତି ପ୍ରଣବ । ୨୦୦୯ ମସିହାରୁ ଲଗାତାର ତିନି ଥର ଯାଜପୁର ବିଧାନସଭାରୁ ବିପୁଳ ଭୋଟରେ ସେ ବିଜୟୀ ହୋଇଛନ୍ତି ।
ନବୀନଙ୍କ ଆଦର୍ଶକୁ ଗ୍ରହଣ କରି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ପ୍ରଣବ। ଏମିତିକି ମନ୍ତ୍ରୀ ପଦରୁ ନିଜେ ଇସ୍ତଫା ଦେଇ ଦଳର ସଂଗଠନ କଥା ବୁଝି ସେ ସବୁ କର୍ମୀ ଓ ନେତାଙ୍କ ପାଇଁ ଆଦର୍ଶ ପାଲଟିଥିଲେ । ଦ୍ବିତୀୟ ଥର ବିଧାୟକ ବାବେ ବିଜୟୀ ହେବାପରେ ପ୍ରଣବଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଥିଲେ ନବୀନ । ଶକ୍ତି ମନ୍ତ୍ରୀ ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି । ପ୍ରଣବ ମଧ୍ଯ ବେଶ୍ ଦକ୍ଷତାର ସହ ଦାୟିତ୍ବ ତୁଲାଇଥିଲେ । ହେଲେ ପରବର୍ତ୍ତୀ ସମୟରେ ନିଜ ଆଡ଼ୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସେ ସଂଗଠନ କଥା ବୁଝିଥିଲେ । ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଣବଙ୍କୁ ଦଳର ସାଂଗଠନିକ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ରାଜ୍ଯର ବିଭିନ୍ନ ଅଞ୍ଚଳରେ ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରି ପ୍ରଣବ ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇଛନ୍ତି ।
ସମ୍ବଲପୁରରେ ନିରନ୍ତର ବିକାଶ ପାଇଁ ବିଜେଡି ପ୍ରତି ସମର୍ଥନ ଅଧିକ ଥିବା ରାଜନୈତିକ ସମୀକ୍ଷକ ଆକଳନ କରୁଛି । ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସରୁ ନଗେନ୍ଦ୍ର ପ୍ରଧାନ ମଇଦାନକୁ ଓହ୍ଲାଇଛନ୍ତି । ଏଣୁ କଡ଼ା ଟକ୍କର ହେବା ରାଜନୈତିକ ସମୀକ୍ଷକମାନେ କହିଛନ୍ତି ।